ବରୀ ର ବିଭିନ୍ନ ସ୍ଥାନରେ ସଧାରଣତନ୍ତ୍ର ଦିବସ ପାଳିତ ।

!!! ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!!

ବରୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ , ଆମ୍ର କାନନ ନୋଡାଲ ବିଦ୍ୟାଳୟ ଓ ଚନ୍ଦନପୁର  ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।

ବ୍ଲକ ଅଧକ୍ଷା ସୁନନ୍ଦା ଦାସ , ବିଡ଼ିଓ  ପ୍ରଭାସ ବେଉରା ଓ ରମେଶ ଚନ୍ଦ୍ର ଭଞ୍ଜ ଙ୍କ ଉପସ୍ଥିତି ରେ ବ୍ଲକ କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ ହୋଇଥିବା ବେଳେ ଚନ୍ଦନ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ବିମଳା ବିଶ୍ବା ଙ୍କ ଉପସ୍ଥିତି ରେ ଶିକ୍ଷକ ମକର ଧ୍ୱଜ ସାହୁ ଏବଂ ଆମ୍ର କାନନ ନୋଡାଲ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସଂଘମିତ୍ରା ସାମଲ ପତାକା ଉତ୍ତୋଳନ କରିଥିଲେ ।

ସ୍କୁଲ ଛାତ୍ର ଛାତ୍ରୀ ମାନେ ପେରେଡ୍ ଯୋଗେ ମନୋରଞ୍ଜନ କରିଥିବା ବେଳେ ସମସ୍ତେ ଏକ ସ୍ୱର ରେ ଜାତୀୟ ସଂଗୀତ ଗାନ କରିଥିଲେ ।

ପରିଶେଷ ରେ ସମସ୍ତ ଙ୍କୁ ମିଷ୍ଟାନ ବଣ୍ଟା ଯାଇଥିଲା ।

ଶବ୍ଦ ପ୍ରଦୂଷଣ କୁ ବିରୋଧ କରିବା ରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବଦଳି !

ରାୟଗଡ଼ା ଜିଲ୍ଲା ମୁଖ୍ୟ ପେଣ୍ଠ ସ୍ଥଳି ରେ ଅବସ୍ଥିତ ଜିଲ୍ଲା ହାଇସ୍କୁଲ ତଥା ଜି ସି ଡ଼ି ହାଇସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବଦଳି ଘଟଣା ଅବିଭାବକ ମହଲ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

ଗତ ତା ୨୪.୦୧.୨୦୧୯ ରିଖ ଦିନ ଜିସିଡ଼ି ହାଇସ୍କୁଲ ପଡିଆ ଠାରେ ସରକାରୀ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା ।

ଏହି ନିଯୁକ୍ତି ମେଳା ରେ ବ୍ୟବହାର କରାଯାଇଥିବା ଡାକବାଜି ଯନ୍ତ୍ର ର ଶବ୍ଦ ପ୍ରଦୂଷଣ ଛାତ୍ର ଛାତ୍ରୀ ଙ୍କ ଅଧ୍ୟୟନ ରେ ବାଧା ସୃଷ୍ଟି କରୁଥିବା ନେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଏସ୍ ଆଶାଲତା ପରିଚାଳନା କତ୍ତୃପକ୍ଷ ଙ୍କୁ ଅଭିଯୋଗ କରିଥିଲେ ।

ଆଗକୁ ଦଶମ ଶ୍ରେଣୀ ବିଦ୍ୟାର୍ଥୀ ଙ୍କ ବୋର୍ଡ଼ ପରୀକ୍ଷା ରହିଥିବାରୁ ବିଦ୍ୟାଳୟ ରେ ରିତିମତ ଶିକ୍ଷାଦାନ ଚାଲିଥିବା ବେଳେ ଏଭଳି ଶବ୍ଦ ପ୍ରଦୂଷଣ ର ବିରୋଧ ଅତ୍ୟାବଶ୍ୟକ ଥିଲାବୋଲି ସାଧାରଣ ଇ ମତ ପ୍ରକାଶ ପାଇଛି ।

ସହର ର ମଧ୍ୟ ସ୍ଥଳି ରେ ରହିଥିବା ଏହି ଜିସିଡି ହାଇସ୍କୁଲ ଖେଳ ପଡିଆ ରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଉତ୍ସବ ମହୋତ୍ସବ ଅନୁଷ୍ଠିତ ହୋଇଥାଏ ।

ବିଦ୍ୟାଳୟ ର ପ୍ରାଚେରୀ କୁ ଲାଗି ସମ୍ମୁଖ ରେ ସ୍କୁଲ ପଡିଆ ଟି ରହିଥିବାରୁ ଏଠାରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମ ଗୁଡିକ ରେ ବ୍ୟବହାର କରାଯାଉଥିବା ଡ଼ାକବାଜି ଯନ୍ତ୍ର ବିଦ୍ୟାଳୟ ର ଶିକ୍ଷାଦାନ ରେ କୁପ୍ରଭାଵ ପକାଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିଲେ ମଧ୍ୟ ଏଥିପ୍ରତି କାହାରି ନଜିର ରାହୁନଥିବା ପରିତାପର ବିଷୟ ।

ବିଦ୍ୟାର୍ଥୀ ଓ ବିଦ୍ୟାଳୟ କୁ ନିଜର କରି ଦୀର୍ଘ ଦିନ ଧରି କାର୍ଯ୍ୟରତ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ହଟାତ ବଦଳି କରାଯାଇଥିବା ଘଟଣା କୁ ରାୟଗଡା ବାସୀ ସହଜ ରେ ଗ୍ରହଣ କରିପାରିନାହାନ୍ତି ।

୨୪ ତାରିଖ ଦିନ ଜିଲ୍ଲା ପ୍ରଶାସନ ଦ୍ୱାରା କରାଯାଇଥିବା ନିଯୁକ୍ତି ମେଳା ର ଶବ୍ଦ ପ୍ରଦୂସଣ କୁ ବିରୋଧ କରିବାରୁ ପର ଦିନ ଅର୍ଥାତ ୨୪ ତାରିଖ ଦିନ ହଟାତ ଜିସିଡି ହାଇସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପଦ ରୁ ହଟେଇ ଦେଇ ଆର ଏସ୍ ଇ ଡବ୍ଲୁ ସି ନୂତନ ସରକାରୀ ହାଇସ୍କୁଲ ର ସହକାରି ଶିକ୍ଷକ ଭାବେ ବଦଳି କରାଯାଇଛି ।

ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଚିଠି ନମ୍ବର ୫୧୫/୨୪/୦୧/୨୦୧୯ ବଦଳି ଆଦେଶ ରେ Ground Of Administrative Exigency ଅର୍ଥାତ ପ୍ରଶାସନିକ ଅତ୍ୟାବଶ୍ୟକତା କାରଣ ଦର୍ଶାଯାଇ ବଦଳି କରାଯାଇଛି ।

ଏହାକୁ ନେଇ ସାଧାରଣ ରେ ଅନେକ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

ପ୍ରଶାସନ ର ଏମିତି କଣ ଅତ୍ୟାବଶ୍ୟକତା ରହିଥିଲା ଯେ ହଟାତ ଏସ୍ ଆଶାଲତା ଙ୍କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପଦ ରୁ ହଟାଇ ଦିଆଯାଇ ସହକାରୀ ଶିକ୍ଷୟତ୍ରୀ ଭାବେ ଅବସ୍ଥାପିତ କରାଗଲା ।

କେବଳ ଜିଲ୍ଲା ପ୍ରଶାସନ ଦ୍ୱାରା ଘଟିଥିବା ତ୍ରୁଟି କୁ ବିରୋଧ କରିବା ଘଟଣା ପ୍ରଶାସନ ର ଆତ୍ୟବଶ୍ୟକତା କାରଣ ହୋଇପାରେ କି ?

ଏଥିରୁ ପରବର୍ତ୍ତୀ ପିଢ଼ି ଙ୍କୁ ସଚେତନ କରାଯାଉନି କି ; ପ୍ରଶାସନ ର ତ୍ରୁଟି ବିଚ୍ୟୁତ କାର୍ଯ୍ୟରେ ବିରୋଧୀ ଆଚରଣ କରି ଅଙ୍ଗୁଳି ନିର୍ଦ୍ଦେଶ କଲେ ଏଭଳି ଦଶା ଭୋଗିବାକୁ ହେବ ।

ପ୍ରଦୂଷଣ ବିରୋଧ କରିବା ସଙ୍ଗେ ସଙ୍ଗେ ଜିଲ୍ଲା ଶିକ୍ଷା ଅଧିକାରୀ କାହା ଇଙ୍ଗିତ ରେ ଏଭଳି ବଦଳି ଆଦେଶ କରିଛନ୍ତି ଏବଂ ବିଦ୍ୟାର୍ଥୀ ଙ୍କ ଶିକ୍ଷା ଗ୍ରହଣ ରେ ବ୍ୟାଘାତ ସୃଷ୍ଟି କରୁଥିବା କାର୍ଯ୍ୟ କୁ ଶିକ୍ଷକ ଭାବେ ବିରୋଧ କରିବା ଏକ ଜଘନ୍ୟ ପ୍ରଶାସନିକ ଅପରାଧ କି ବୋଲି ବିଦ୍ଧିଜିବି ଓ ଅବିଭାଵକ ମହଲ ରେ ବିରାଟ ପ୍ରଶ୍ନ ଠିଆ କରିଛି ।

…. ଏଥର ସମ୍ଭାଳ

ଓଡିଶା କଂଗ୍ରେସ ସଭାପତିଙ୍କ ନାଁରେ ଠକେଇ ର ପ୍ରମାଣ ସମ୍ବଳିତ ନୋଟିସ ମାମଲାରେ ସ୍ପଷ୍ଟୀକରଣ ଦିଅନ୍ତୁ ରାହୁଲ : – ଧର୍ମେନ୍ଦ୍ର

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଭାରତର ପ୍ରାକୃତିକ ସମ୍ବଳକୁ କଂଗ୍ରେସ ଲୁଟ କଲା । ୧୦ ବର୍ଷ ଧରି ଏହି ଦଳ ରିମୋଟରେ ଦେଶକୁ ଚଳାଇଲା । ଯେଉଁ ଦଳର ସଂସ୍କୃତି ହେଲା ଧୋକ୍କା ଦେବା, ଦୁର୍ନୀତି କରିବା ଆଜିର ଦିନରେ ସେହି ଦଳର ନେତା ବଡ ବଡ କଥା କହୁଛନ୍ତି । ରାଜ୍ୟ କଂଗ୍ରେସର ସଭାପତିଙ୍କୁ ଆସିଥିବା ନୋଟିସ ତଥ୍ୟ ଓ ପ୍ରମାଣିତ ଆଧାରିତ । ରାହୁଲ ଗାନ୍ଧି ନିଜେ ମଧ୍ୟ ବେଲରେ ଅଛନ୍ତି । ଓଡିଶା କଂଗ୍ରେସ ସଭାପତିଙ୍କ ଉପରେ ଆସିଥିବା ଅଭିଯୋଗ ଉପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉତର ଦେବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାକୁ ୭୦ ବର୍ଷ ପଛୁଆ ରଖିବାର ମୁଖ୍ୟ ଖଳନାୟକ ହେଉଛି କଂଗ୍ରେସ । ଦେଶ ତଥା ଓଡିଶାରେ ଲମ୍ବା ସମୟ ଧରି କ୍ଷମତାରେ ରହିବା ପରେ ମଧ୍ୟ କଂଗ୍ରେସ ଦଳ ଓଡିଶାବାସୀଙ୍କୁ ତାଙ୍କ ଅଧିକାର ଦେବାରେ ସାମର୍ଥ୍ୟ ହେଲାନାହିଁ । ଓଡିଶାର ଯୁବକ ଓ ଗରୀବଙ୍କ  ଭାଗ୍ୟ ପରିବର୍ତନ ନହେବାର ପ୍ରମୁଖ କାରଣ କଂଗ୍ରେସ । ଏଥିପାଇଁ ଓଡିଶା ଲୋକଙ୍କୁ କଂଗ୍ରେସ ଭ୍ରଷ୍ଟାଚାର ବା ଦଳୀୟ ନେତାଙ୍କ ଭ୍ରଷ୍ଟାଚାର ଉପରେ ଜବାବ୍ ଦେବା ଦରକାର । ଯେଉଁମାନେ ଓଡିଶାକୁ ଲୁଟ କରିଛନ୍ତି ସେମାନେ ଏବେ କୁମ୍ଭୀର କାନ୍ଦଣା ପାଇଁ ଓଡିଶା ଯାଇଛନ୍ତି । ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବାବେଳେ କହିଥିଲେ ଟଙ୍କା କଣ ଗଛରେ ଫଳେ । କଂଗ୍ରେସ ଦଳ ଯେବେ ଶାସନ କରିଛି ଓଡିଶାକୁ ସେବେ ଅନ୍ୟାୟ ହୋଇଛି । ଓଡିଶାର ଖଣିଜ ସମ୍ପଦକୁ ବିନା ମୂଲ୍ୟରେ ଶିଳ୍ପପତିମାନଙ୍କୁ ମାମଣାରେ

ଦିଆଯାଉଥିଲା କଂଗ୍ରେସର ନୀତି ଓ ନେତୃତ୍ୱରେ । ପ୍ରଧାନମନ୍ତ୍ରୀ ମୋଦି ଆସିବା ପରେ ଏଥିରେ ପରିବର୍ତନ ହୋଇଛି ।  ଓଡିଶାର ପିସିସି ସଭାପତିଙ୍କୁ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ସମନ ଜାରି କରିବା ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଦେଶ କଂଗ୍ରେସ କମିଟି ସଭାପତି କାହିଁକି ଆଇନକୁ ମାନୁନାହାନ୍ତି । ନୋଟିସ ପ୍ରସଙ୍ଗ ନୁହେଁ, ମୂଳ ଅଭିଯୋଗ ପ୍ରସଙ୍ଗ । ୩୦ କୋଟି ଟଙ୍କାରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି । ସେ ଗୁଡିକ ଉପରେ ଉତର ଦେବାର ଆବଶ୍ୟକତା ରହିଛି । ରାହୁଲ ଗାନ୍ଧି ଓଡିଶା ଗସ୍ତରେ ଥିବାବେଳେ ଏହାର ଜବାବ ଦେବା ଦରକାର ବୋଲି ସେ କହିଛନ୍ତି ।

ରାହୁଲ ଗାନ୍ଧୀ ଯେପରି ମନ୍ତବ୍ୟ ଦେଇଛନ୍ତି ତାହା ଦିନରେ ଲଣ୍ଠନ ଦେଖାଇବା ଭଳି । ୧୯୭୫ ମସିହାରେ କାହାର ଜେଜେମା ଦେଶ ଉପରେ ଜରୁରୀକାଳୀନ ପରିସ୍ଥିତି ଲଦି ଦେଇଥିଲେ ବୋଧହୁଏ ସୁନାଚାମଚ ନେଇ ଜନ୍ମ ହୋଇଥିବା ଯୁବରାଜଙ୍କ ସ୍ମୁତି ଶକ୍ତିର ବାହାରକୁ ଏକଥା ଚାଲିଯାଇଛି ଅଥବା ଦେଶବାସୀଙ୍କୁ ସେ ବୋକା ଭାବୁଛନ୍ତି । ନେହେରୁ-ଗାନ୍ଧୀ ପରିବାର ପ୍ରତି ଆନୁଗତ୍ୟ ପ୍ରଦର୍ଶନ ନକରୁଥିବା ଓ ଭିନ୍ନ ମତ ରଖୁଥିବା ରାଜନୈତିକ ଓ ସାମାଜିକ କାର୍ଯ୍ୟକର୍ତା ମାନଙ୍କୁ ଜେଲରେ ପୁରାଇ ନିର୍ଯ୍ୟାତନା ଦେବାକୁ ଯଦି ଯୁବରାଜ ଭିନ୍ନମତକୁ ସମ୍ମାନ ବୋଲି କହୁଛନ୍ତି ଏହା ବିଡମ୍ବନା ମାତ୍ର ବୋଲି ସେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଯୁବରାଜ ତାଙ୍କର ୨୦୧୪ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦିଲ୍ଲୀ ପ୍ରେସ କ୍ଲବର ସାମ୍ବାଦିକ ସମ୍ମିଳନୀରେ ତତକାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଜାଣିଶୁଣି ଅପମାନିତ କରି ନିଚ୍ଛା ଦେଖାଇବା ପାଇଁ ଯେଉଁ ଡ୍ରାମା କରୁଥିଲେ ଏହା କଣ ଭିନ୍ନମତକୁ ସମ୍ମାନ ଦେବାର ନେହୁର-ଗାନ୍ଧୀ ପରିବାରଙ୍କ ସିଦ୍ଧାନ୍ତର ଅଂଶବିଶେଷ ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି ।

କଟକରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ !

ଏଥର ସମ୍ଭାଳ ବ୍ୟୁରୋ (କଟକ) – କଟକରେ ମଧ୍ୟ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । କଟକ ବାରବାଟୀ ଷ୍ଟାଡିୟମରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମିଳିତ ପରେଡରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିଛନ୍ତି । ଏହି ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ଅଭିଭାଷଣରେ ଏକ ହୋଇ ମାଁ ମାଟି ପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଏକାଠି ହୋଇ ଓଡ଼ିଶାକୁ ଆଗେଇ ନେବା । ବିଜୁଳି ସବୁ ଗାଁରେ ପହଞ୍ଚି ପାରିଥିବାରୁ ମୁଁ ବହୁତ ଖୁସି । ଚାଷୀଙ୍କ ପାଇଁ ହୋଇଛି କାଳିଆ ଯୋଜନା । ଏହି ଯୋଜନା ଦ୍ୱାରା ଉଭୟ କୃଷି ଓ କୃଷକମାନେଙ୍କ ବିକାଶ ହେବ । ଏହାସହ ଦେଶର ବରପୁତ୍ର ଓ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ଉତ୍ସବ ରାଜଧାନୀ ଭୁବନେଶ୍ୱରର ଗାନ୍ଧି ମାର୍ଗରେ ଅନୁଷ୍ଠିତ ହୋଇଛି । ରାଜ୍ୟପାଳ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ପତାକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ ପରେ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ ।

ଭୁବନେଶ୍ୱର ଗାନ୍ଧିମାର୍ଗରେ ରାଜ୍ୟସ୍ତରୀୟ ଉତ୍ସବ ! ପତାକା ଉତ୍ତୋଳନ କଲେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ।

 

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ ବେଶ୍ ଧୁମଧାମରେ ପାଳିତ ହୋଇଛି ୭୦ ତମ ସାଧାରଣତନ୍ତ୍ର ଦିବସ । ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ଉତ୍ସବ ରାଜଧାନୀ ଭୁବନେଶ୍ୱରର ଗାନ୍ଧି ମାର୍ଗରେ ଅନୁଷ୍ଠିତ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ପତାକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ ପରେ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ । ପୋଲିସ, ଅର୍ଦ୍ଧସାମରିକ ବଳ ସହ ଅଗ୍ନିଶମ ବିଭାଗ ଓ ହୋମଗାର୍ଡ ମଧ୍ୟ ପରେଡରେ ସାମିଲ ହୋଇଛନ୍ତି । ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଏନସିସି ଓ ସ୍କାଉଟ୍ ପିଲାମାନେ ମଧ୍ୟ ପରେଡରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ସେବାର ପ୍ରତୀକ ସ୍ୱରୂପ ଆମ୍ବୁଲାନ୍ସ ଓ କୃଷି ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ ପରେଡରେ ପ୍ରଦର୍ଶନ କରାଯାଇଛି । ଏହା ସହ ଆଧ୍ୟାତ୍ମିକ ସଂଗଠନ ପକ୍ଷରୁ ଯୋଗର ଉପାଦେୟତା ପ୍ରଦର୍ଶନ ସ୍ୱରୂପ ପ୍ରଜ୍ଞାପନ ମେଢ ପରେଡରେ ସାମିଲ ହୋଇଛି । ପରେଡରେ ବିଭିନ୍ନ ପ୍ରକାର ବାଇକ୍ ଷ୍ଟଂଟ୍ ମଧ୍ୟ ପ୍ରଦର୍ଶିତ ହୋଇଛି । ସେହିପରି କଟକରେ ମଧ୍ୟ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । କଟକ ବାରବାଟୀ ଷ୍ଟାଡିୟମରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମିଳିତ ପରେଡରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିଛନ୍ତି । ଏହି ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ଅଭିଭାଷଣରେ ଏକ ହୋଇ ମାଁ ମାଟି ପାଇଁ କାମ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ ।

ଆଜିର ରାଶିଫଳ ୨୬.୦୧.୨୦୧୯ ଶନିବାର ।

ମେଷ: ଦିନଟି ଭଲରେ କଟିବ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି।

ବୃଷ: ମନକୁ ସ୍ଥିର ରଖନ୍ତୁ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଲେଖକ ଓ କଳାକାରଙ୍କ ପାଇଁ ଦିନଟି ଭଲରେ କଟିବ।

ମିଥୁନ: ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

କର୍କଟ: ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଖର୍ଚ୍ଚ ବଢ଼ିବ। ଘରେ ହସଖୁସିର ପରିବେଶ ରହିବ।

ସିଂହ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ପଦୋନ୍ନତିର ଯୋଗ ରହିଛି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

କନ୍ୟା: ତରବରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ। ସତର୍କ ରୁହନ୍ତୁ।

ତୁଳା: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ।

ବିଚ୍ଛା: ବିଦେଶକୁ ଯାତ୍ରା କରିପାରନ୍ତି। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ନୂଆ ପୋଷାକ କିଣିପାରନ୍ତି। ବ୍ରାହ୍ମଣଙ୍କୁ ବସ୍ତ୍ର ଦାନ କରନ୍ତୁ।

ମକର: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

କୁମ୍ଭ: ମାନସିକ ଅଶାନ୍ତିରେ ରହିବେ। ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ନକାରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତୁ।

ମୀନ: ଶରୀର ଫୂର୍ତ୍ତି ରହିବ। ଭାଇଭଉଣୀଙ୍କ ସହ ଖୁସିରେ ଦିନଟି ବିତେଇବେ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ରାଜନୀତି “ଦିଲ୍ଲୀ ଚୌକିଦାର ଚୋର, ଓଡ଼ିଶାରେ ବି ରହିଛନ୍ତି ବଡ଼ ଚୋର : ମୋଦୀ, ନବୀନ ଚିନ୍ତାଧାରା ଏକ ପ୍ରକାର”

ଏଥର ସମ୍ଭାଳ ବ୍ୟୁରୋ (ଗଜପତି) –

ଆଗାମୀ ୨୦୧୯ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ୧୦ ଦିନ ମଧ୍ୟରେ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଭଳି ଓଡ଼ିଶାରେ କୃଷି ଋଣ ଛାଡ଼ କରାଯିବ ।  ଏହା ବ୍ୟତୀତ ଚାଷୀଙ୍କୁ ଜଳ ଯୋଗାଇ ଦିଆଯିବ ଓ ଧାନର ସର୍ବନିମ୍ନ ସହାୟକ ଦର ୨୬୦୦ ଟଙ୍କା କରାଯିବ ଏବଂ ଖାଲି ପଡ଼ିଥିବା ସରକାରୀ ପଦପଦବୀ ଗୁଡ଼ିକୁ ପୂରଣ କରାଯିବ  ବୋଲି ଏଆଇସିସିର ସଭାପତି ରାହୁଳ ଗାନ୍ଧୀ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଉଭୟ  ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ବିଭିନ୍ନ ସମାଲୋଚନା କରିଛନ୍ତି । ସେ କ୍ଷୋଭ ପ୍ରକାଶ କରି କହିଥିଲେ ଯେ, ଦିଲ୍ଲୀରେ ବସିଥିବା ଚୌକିଦାର ଚୋର । ଓଡ଼ିଶାରେ ବଡ଼ ଚୋର ରହିଛନ୍ତି । ମୋଦୀ, ନବୀନ ଚିନ୍ତାଧାରା ଏକ ପ୍ରକାର ।  ଆଜି ତାଙ୍କର ବକ୍ତବ୍ୟ ଥିଲା ଅତି ଶାଣିତ । ଯାହାକି ଦଳୀୟ କର୍ମୀ ଠାରୁ ଆରମ୍ଭ କରି ନେତା ମାନଙ୍କର ମନକୁ ଛୁଇଁ ପାରିଥିବାର ଲକ୍ଷ୍ୟ କରାଯାଇଥିଲା ।

ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ଏଆଇସିସିର ସଭାପତି ଶ୍ରୀ ଗାନ୍ଧୀ ଭୁବନେଶ୍ୱର ଉପକଣ୍ଠସ୍ଥ ତମାଣ୍ଡୋଠାରେ ଦଳ ପକ୍ଷରୁ ଆୟୋଜିତ ପରିବର୍ତନ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ କହିଥିଲେ ଯେ, ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟଶୈଳୀର ସମାନତା ରହିଛି । କ୍ଷମତାକୁ ଆସିବା ପୂର୍ବରୁ ଯେଉଁ ପ୍ରତିଶ୍ରୁତି କ୍ଷମତାକୁ ଆସିବା ପରେ ତାହା ଭୁଲି ଯାଆନ୍ତି । ଚାଷୀ ଏବଂ ଯୁବକ ମାନଙ୍କ ସମ୍ପର୍କରେ ନିର୍ବାଚନ ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ କାର୍ଯ୍ୟକାରୀ କରିନାହାନ୍ତି । ଅମଲାତନ୍ତ୍ରଙ୍କ ମାଧ୍ୟମରେ ଶିଳ୍ପଦ୍ୟୋଗୀମାନଙ୍କଠାରୁ ଟଙ୍କା କଲେକସନ କରି ନିର୍ବାଚନରେ ଲଢ଼ିବା ହେଉଛି ତାଙ୍କର ଲକ୍ଷ୍ୟ  ଏବଂ କ୍ଷମତାକୁ ଆସିଲା ପରେ ଶିଳ୍ପପତି ମାନଙ୍କ କଥା ବୁଝ । ସେମାନେ ନିଜର ଇଚ୍ଛାକୁ ଦେଶ ଓ ରାଜ୍ୟ ଉପରେ ଲଦି ଦେଉଛନ୍ତି । ମାତ୍ର କଂଗ୍ରେସ ତାହା କରେ ନାହିଁ । ଭିନ୍ନ ମତକୁ ସମ୍ମାନ ଦିଏ । ଲୋକ ଶାସନ କରିବା  ସିଦ୍ଧାନ୍ତରେ ବିଶ୍ୱାସ କରେ । ପ୍ରାକୃତିକ ସମ୍ପଦଭରା ଓଡ଼ିଶା ଗରିବ ନୁହେଁ । ଲୋକ ଗରିବ । ବିକାଶ କରିବା ପାଇଁ ବହୁ ପ୍ରକାର ସମ୍ଭାବନା ରହିଛି । ସେଥିପାଇଁ କଷ୍ଟ ଏବଂ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ଛତିଶଗଡ଼ ନିର୍ବାଚନ ପ୍ରଚାର ବେଳେ ରାହୁଳଗାନ୍ଧୀ କହିଥିଲେ । ଓଡ଼ିଶାର ସମ୍ପଦ ଜମି, ଜଳ, ଜଙ୍ଗଲ, ଖଣି ଆଦିକୁ ଛଡ଼ାଇ ନିଆଯାଇ କିଛି ନିର୍ଦ୍ଧିଷ୍ଟ ଶିଳ୍ପଦ୍ୟୋଗୀ ମାନଙ୍କୁ ଦିଆଯାଉଛି ବୋଲି ସେ ଉଦବେଗ ପ୍ରକାଶ କରିଥିଲେ । ଓଡ଼ିଶା ହେଉଛି ସେହି ରାଜ୍ୟ ଯେ କି ଭାରତବର୍ଷକୁ ବିଭିନ୍ନ ସମୟରେ ବାଟ ଦେଖାଇଛି । ଶାନ୍ତିର ତରିକା, ଭାଇଚାରା, ସ୍ନେହ ଶିଖେଇଛି । ଓଡ଼ିଶାରେ ଚାଷୀର ବଡ଼ ସମସ୍ୟା ରହିଛି । ଚାଷୀଙ୍କୁ ଆମେ ଦୟା କରୁନାହୁଁ । ସେମାନଙ୍କର ହକ୍ ଦେଉଛୁ । କୃଷିର ବିକାଶ ବା ସୁରକ୍ଷା ନ ରହିଲେ ଦେଶର ବିକାଶ ଘଟିବ ନାହିଁ । କଂଗ୍ରେଦ ଦଳ ଦେଶକୁ ହରିକ୍ରାନ୍ତି ଦେଇଛି । ଯାହା ଫଳରେ ଖାଦ୍ୟ ସାମଗ୍ରୀ ଉତ୍ପାଦନ  କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇଛି । ପୂର୍ବରୁ ବିଦେଶରୁ ଆମଦାନୀ କରାଯାଉଥିଲା । ତାଙ୍କ ସରକାର ଆସିଲେ ଓଡ଼ିଶାରୁ ଉତ୍ପାଦିତ  ଖାଦ୍ୟ ପଦାର୍ଥ ବାହାରକୁ ରପ୍ତାନୀ କରାଯିବା ସହ ସାରା ଦେଶରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯିବ । ଆନୁସଂଗିକ ଶିଳ୍ପ ଆସିଲେ ଶିଳ୍ପ ଉପରେ ଗୁରୁତ୍ୱ ଦେବ । ବର୍ତମାନ ଓଡ଼ିଶାରେ ଚାଲିଥିବାଏକଛତ୍ରବାଦ ଶାସନକୁ ହଟାଇବାକୁ ପଡ଼ିବ । ଜନତା ସରକାର ଗଠନ କରାଯିବ । ଓଡ଼ିଶା ଏକ ଅନୁସୂଚିତ ଜନଜାତି ବହୁଳ ରାଜ୍ୟ ହୋଇଥିବାରୁ ସେମାନଙ୍କର ଧନ ଜୀବନର ସୁରକ୍ଷା, ସାମଗ୍ରିକ ବିକାଶ ପାଇଁ କଂଗ୍ରେସ ଦଳ ନିଶ୍ଚିତ ଭାବରେ ଚେଷ୍ଟିତ ହେବ ବୋଲି ଶ୍ରୀ ଗାନ୍ଧୀ କହିଥିଲେ ।

ବିଜେପି ଓ ଆରଏସଏସକୁ ସମାଲୋଚନା କରି କହିଲେ ଯେ, ଏମାନେ କ୍ଷମତାକୁ ଆସିବା ପରେ ଦେଶରେ ଘୃଣା ଭାବ ସୃଷ୍ଟି କରିଛନ୍ତି । ରାଜ୍ୟ ରାଜ୍ୟ ମଧ୍ୟରେ, ଜାତି ଜାତି ମଧ୍ୟରେ ବିଭେଦ ସୃଷ୍ଟି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ଶ୍ରୀ ଗାନ୍ଧୀ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ରିମୋଟ ପ୍ରଧାନମନ୍ତ୍ରୀଙ୍କ ହାତରେ ରହିଛି । ଯେତେବେଳେ ସେ ଦିଲ୍ଲୀରେ ସୁଇଚ୍ ଟିପନ୍ତି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଉଠନ୍ତି ଓ ବସନ୍ତି । ଚିଟ୍ ଫଣ୍ଡ ଦୁର୍ନୀତି ପାଇଁ ମୁଖ୍ୟମନ୍ତ୍ରୀ ମୋଦିଙ୍କ କଥା ମାନିବାକୁ ବାଧ୍ୟ ହୋଇଛନ୍ତି । କାରଣ ଏଥିରେ ବହୁ ମନ୍ତ୍ରୀ ଓ ବିଧାୟକ ମାନେ ସମ୍ପୃକ୍ତ ରହିଛନ୍ତି । ଓଡ଼ିଶାରେ ପୂରି ରହିଥିବା ଦୁର୍ନୀତି, ଭ୍ରଷ୍ଟାଚାରର ବିଲୋପ କରି କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ । ସେଥିପାଇଁ ଦଳୀୟ କର୍ମୀ ଓ ନେତାମାନେ ଏକାଠି ହୋଇ ଯେଉଁ ସଂକଳ୍ପ ନେଇଛନ୍ତି ତାର ପ୍ରଶଂସା ଶ୍ରୀ ଗାନ୍ଧୀ କରିଥିଲେ । ଏହି ସଭାରେ ବିରୋଧି ଦଳର ନେତା ନରସିଂହ ମିଶ୍ର , ସଭାପତି ନିରଞ୍ଜନ ପଟ୍ଟନାୟକ ଏଥିରେ ଭାଷଣ ଦେଇଥିଲା ବେଳେ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବି ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିଲେ |

ଗଜପତି ମହାବିଦ୍ୟାଳୟ ପକ୍ଷରୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ

ଏଥର ସମ୍ଭାଳ ବ୍ୟୁରୋ (ଗଜପତି ) – ମହାବିଦ୍ୟାଳୟ ଓ ସ୍କୁଲ ସ୍ତରର ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ  ବିଜ୍ଞାନ ଓ ବୈଷୟିକ ପ୍ରଯୁକ୍ତି ବିଦ୍ୟାକୁ ଅଧିକ ପ୍ରଚାର ପ୍ରସାର କରାଇବା ସହ ଛାତ୍ରଛାତ୍ରୀ ଅଭିମୁଖୀ ପ୍ରିୟ କରାଇବା ଉଦ୍ଦେଶ୍ୟ ନେଇ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଣପତି ସାବତ ଫାଉଣ୍ଡେସନ ଆନୁକୁଲ୍ୟରେ ନୁ୍ୟଦିଲ୍ଲୀ ସ୍ଥିତ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ଯୋଗାଯୋଗ ଜାତୀୟ ପରିସର ସହାୟକରେ ଗଜପତି ମହାବିଦ୍ୟାଳୟର ବିଜ୍ଞାନ ଓ ପରିବେଷ ସମିତି ଏବଂ ଆଇକୁ୍ୟଏସି ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ ଗଣପତି ସାବତ ଫାଉଣ୍ଡେସନ ର ମୁଖ୍ୟ ଡ: ବିନୋଦ କୁମାର ସାବତ ଏବଂ ପ୍ରଫେସର ଡ: ମଳୟ ମିଶ୍ର ଅତିଥି ଭାବେ ଯୋଗ ଦେଇ ମିଳିତ ଭାବେ ଉଦ୍‍ଘାଟନ କରିଥିଲେ । ପରେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରି ପ୍ରଦର୍ଶିତ କରାଇଥିବା ବିଜ୍ଞାନ ପ୍ରକଳ୍ପ ଗୁଡିକ ବୁଲି ଦେଖି ପ୍ରକଳ୍ପ କାରୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରକଳ୍ପ ପ୍ରସ୍ତୁତିର ଉଦ୍ଦେଶ୍ୟ ଓ ଭବିଷ୍ୟତ ଉପରେ ପଚାରି ବୁଝି ପ୍ରଶଂସା କରିଥିଲେ । ପରେ ସେମିନାର ହାଲ ଠାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବିଜ୍ଞାନ ଏବଂ ପରିବେଶ ସମିତି ବିଭାଗୀୟ ସଂଯୋଜକ ଡ: ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଡ: ବିନୋଦ ଚନ୍ଦ୍ର ସାବତ ଏବଂ ଅନ୍ୟତମ ଅତିଥି ପ୍ରଫେସର ଡ: ମଳୟ ମିଶ୍ର ଯୋଗ ଦେଇ କେବେଳ ବିଜ୍ଞାନ ସମ୍ୱନ୍ଧୀୟ ଜରନାଲ ପଢି ଦେଲେ ହେବ ନାହିଁ ପ୍ରାକ୍‍ଟିକାଲ ଗୋଟିଏ ଜିନିଷ ନ ଦେଖିଲେ ଠିକ ଭାବେ ଜାଣି ହେବ ନାହିଁ । ସାଂପ୍ରତିକ ସ୍ଥିତିରେ ବିଜ୍ଞାନ କଣ ଓ ଏହାର ଆବଶ୍ୟକତା ଜାଣିଲେ ହିଁ ଆଗକୁ ମନରେ ବୈଜ୍ଞାନିକ ଚିନ୍ତାଧାରା ଉଦ୍ର୍ରେକ ହେବ ତେଣୁ ଏଭଳି କାର୍ଯ୍ୟକ୍ରମ ତଥା ବିଜ୍ଞାନ ପ୍ରଦର୍ଶନୀ ଦ୍ୱାରା ଛାତ୍ରଛାତ୍ରୀଙ୍କ ବୈଷୟିକ ବିଜ୍ଞାନ ଉପରେ ବିକାଶ ହୋଇ ନୂତନ ଉଦ୍‍ଭାବନ ପାଇଁ ଆକର୍ଷିତ ହୋଇପାରିବେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ:ଏସ କେ ମଲ୍ଲିକ ବିଜ୍ଞାନ ପ୍ରଦର୍ଶନର ଉଦ୍ଦେଶ୍ୟ ସମ୍ପର୍କରେ କହିଥିବା ବେଳେ ବରିଷ୍ଠ ଅଧ୍ୟାପକ ଡ: ଦେବଦାସ ସାହୁ ଧନ୍ୟବାଦ ଦେଇଥିଲେ । ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ସମସ୍ତ ଅତିଥି ଯୋଗ ଦେଇ କୃତୀ ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତକାରୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ  ସାତ୍ମିକ ପଟ୍ଟନାୟକ ଯୋଗ ଦେଇ ଆଞ୍ଚଳିକ ସମସ୍ୟା ଗୁଡିକ ବିଜ୍ଞାନ ପ୍ରକଳ୍ପ ମାଧ୍ୟମରେ କିଭଳି ସମାଧାନ ହୋଇପାରିବ ମୁଖ୍ୟତଃ ସେହିଭଳି ବିଜ୍ଞାନ ପ୍ରସ୍ତୁତ କରାଯିବା ଉପରେ ଅଧିକ ଗୁରୁତ୍ୱାରୋପ କରିଥିଲେ ଏବଂ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜିଲ୍ଲାର ସମସ୍ତ ୭ଗୋଟି ବ୍ଲକାଞ୍ଚଳକୁ ବହୁ ସଂଖ୍ୟାରେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀମାନେ ଆକର୍ଷଣୀ ବିଜ୍ଞାନ ପ୍ରକଳ୍ପ ମାନ ପ୍ରସ୍ତୁତ କରି ପ୍ରଦର୍ଶନ କରାଇଥିଲେ ।

ଗଜପତି ମୋଟର ଟ୍ରାନ୍‍ସପୋର୍ଟ ଶ୍ରମିକ ସଂଘର ୪ ଦଫା ଦାବୀକୁ ନେଇ ଧର୍ମଘଟ : ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ ଚଳାଚଳ ବନ୍ଦ

ଏଥର ସମ୍ଭାଳ ବ୍ୟୁରୋ (ଗଜପତି) – ୪ ଦଫା ମୁଖ୍ୟ ଦାବୀକୁ ନେଇ ପାରଳାଖେମୁଣ୍ଡି ଠାରେ ଗଜପତି ମୋଟର ଟ୍ରାନସପୋର୍ଟ ଶ୍ରମିକ ସଂଘର ଧର୍ମଘଟ ଆନ୍ଦୋଳନ ଯୋଗୁଁ  ଆଜି ସକାଳ ୬ଟା ଠାରୁ ପାରଳାଖେମୁଣ୍ଡି ଠାରେ ଅନିର୍ଦ୍ଦିଷ୍ଠ କାଳ ପର୍ଯ୍ୟନ୍ତ ଯାତ୍ରୀବାହୀ ବସ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି । ଧର୍ମଘଟର ପ୍ରଭାବ ବସ ଚଳାଚଳ ଉପରେ ପଡିବା ଯୋଗୁଁ ବସ ଗୁଡିକ ୬୮ଟି ବିଭିନ୍ନ ଗନ୍ତବ୍ୟ ପଥକୁ ଯାଉଥିବା ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି । ନୂଆବସଷ୍ଟାଣ୍ଡ ଠାରେ ସମସ୍ତ ଯାତ୍ରୀବାହୀ ବସ ଗୁଡାକ ଅଟକି ରହିଛି । ବହୁ ସଂଖ୍ୟାରେ ଯାତ୍ରୀମାନେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯିବାକୁ ବସ ନପାଇ କିଏ ବସ ଷ୍ଟାଣ୍ଡରେ ତ କିଏ ବିଭିନ୍ନ ବସ ରହିବା ବିଶ୍ରାମଗାର ଠାରେ ତ ଆଉ କିଏ ଗାଡି ଖୋଜିବା ପାଇଁ ଏପଟେ ସେପଟେ ବହୁ ସଂଖ୍ୟାରେ ବୁଲୁଥିବା ଏବଂ  ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଦେଇଥିଲା । ଏହି ଧର୍ମଘଟରେ ପ୍ରାୟ ୩୫୦ ଜଣ ବସ କର୍ମଚାରୀ ସାମିଲ ଥିବା ବେଳେ ଏହାକୁ ଜିଲ୍ଲାର ସିପିଏମ , ସିପିଆଇ,ସିଆଇଟିୟୁ, ଡିଵାଇଏଫଵାଇ, ଏଓଟିଡବ୍ଲୁଏଫ ଏବଂ ଏଆଇଟିୟୁ ସି ପ୍ରଭୃତି ଦଳ ପକ୍ଷରୁ ସମର୍ଥନ ଓ ସହଯୋଗ କରାଯାଇଛି । ଧର୍ମଘଟ ସମ୍ପର୍କରେ ସଂଘର ସଭାପତି ଡି.ଜଗନ୍ନାଥ ରାଓ ଏବଂ କାର୍ଯ୍ୟକାରୀ ସଭାପତି ସୁନିଲ କୁମାର ପଟ୍ଟନାୟକ ଏବଂ ସମ୍ପାଦକ ନରସିଂହ ମାଲବିଶୋଇ ସାମ୍ୱାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତିଯେ  ଏହି ନୁଆ ବସଷ୍ଟାଣ୍ଡ ଠାରେ ଦୁଇଟି ମଦ ଦୋକାନ ଥିବା ଯୋଗୁଁ ଏଠାକୁ ବହୁ ବ୍ୟକ୍ତି ମଦ ପିଇବାକୁ ଆସି ମଦ ପିଇବା ପରେ ବିଶୃଙ୍ଖଳା କରିବା ପରେ ଯାତ୍ରୀମାନେ ହଇରାଣ ହରକତ ଓ ଭୟଭୀତ ହୋଇ ପଡୁଛନ୍ତି ତେଣୁ ଏଠାରେ ମଦ ବିକ୍ରିକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଉ ,  ବସରେ ଯିବା ଯାତ୍ରୀମାନଙ୍କ ନିମନ୍ତେ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ସହଜେ ଜାଣିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା ବ୍ୟବସ୍ଥା କରାଯିବା ସହ ଟିକଟ କାଉଣ୍ଟର ଖୋଲିବା ଏବଂ କର୍ମଚାରୀ ସଂଘ ମାଧ୍ୟମରେ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଟିକଟ ବ୍ୟବସ୍ଥା କରାଯାଉ,ବସ ଗୁଡିକରେ କିରୋସିନି ବ୍ୟବହାର କରି ଚଳାଇବା ବନ୍ଦ କରାଯାଉ କାରଣ ଧରାପଡିଲା ବେଳେ ମାଲିକ ଛାଡିପଡି ବସ ଡ୍ରାଇଭର, କଣ୍ଡକ୍‍ଟର,ଚେକର ଓ ହେଲ୍‍ପର ଧରାପଡି ଥାନାକୁ ଯାଉଛନ୍ତି, ବସଷ୍ଟାଣ୍ଡରେ ସ୍ୱଚ୍ଚତା ଯାତ୍ରୀମାନଙ୍କ ନିରାପତ୍ତା ପ୍ରତି ପଦକ୍ଷେପ ଗ୍ରହଣ କରାଯିବା ସହ ଏଥିରେ ବ୍ୟତୀକ୍ରମ ଓ ବାଧା ସୃଷ୍ଟି କରୁଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆମର ଦାବୀ ବୋଲି କହି ଏହା ସମାଧାନ ନ ହେଲେ ଆନ୍ଦୋଳନ ଚାଲୁ ରହିବ ଏବଂ ବ୍ୟାପକ କରାଯିବ କହିଥିଲେ । ମଧ୍ୟାହ୍ନରେ ଏ ସମ୍ପର୍କରେ ଉପଜିଲ୍ଲାପାଳ ଓ ନିର୍ବାହୀଯନ୍ତ୍ରୀ ସଂଘ ସହିତ ଆଲୋଚନା କରାଯିବା ଜଣାଯାଇଛି ।

ଗୁଣପୁର ଠାରେ ଜାତୀୟ ମତଦାନ ଦିବସ ପାଳିତ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁରଠାରେ ଜାତୀୟ ମତଦାନ ଦିବସ ପାଳିତ ହୋଇଯାଇଛି ।  ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକ ମାନଙ୍କ ହାତରେ ସବୁଠାରୁ କ୍ଷମତା ସାଳି ଅସ୍ତ୍ର ହେଉଛି ମତଦାନ (vote) ଆଉ ଭାରତ ଭଳି ଏକ ବିକାଶ ଶୀଳ ଦେଶରେ ମତାଦନର ଭୂମିକା ଆହୁରି ଅଧିକ ଗୁରୁତ୍ୱ ବହନ କରେ ।

ତେଣୁ ଗୁଣପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ଜନସାଧାରଣ ଙ୍କୁ ବିଭିନ୍ନ ସ୍କୁଲ ଓ କଲେଜ ର ଛାତ୍ର ଛାତ୍ରୀ ମାନେ ସ୍ଲୋଗାନ ଦେଇ ଆଗାମୀ ନିର୍ବାଚନ ରେ ମତଦାନ ନିମନ୍ତେ ହକ୍କ୍ ଥିବା ମତଦାତା ମାନେ ଭୋଟ ଦିୟନ୍ତୁ ବୋଲି ସଚେତନ କରାଇଥିଲେ । ପ୍ରତି ପାଞ୍ଚ ବର୍ଷକୁ ଥରେ ନାଗରିକ ମାନେ ଏହି ଅସ୍ତ୍ର ପ୍ରୟୋଗ କରି ଏକ ସୁସ୍ଥ ଓ ମଜବୁତ ଗଣତନ୍ତ୍ର ପ୍ରତଷ୍ଠା କରିବାରେ ସହାୟକ ହୋଇଥାନ୍ତି ଏବଂ ଏକ ଉତ୍ତମ ,ଶିକ୍ଷିତ, ଯୋଗ୍ୟତା ବିଶିଷ୍ଟ ନେତାଙ୍କୁ vote ଦେଇ ଥାନ୍ତି ଓ ସେହି ନେତା ଆମ ରାଷ୍ଟ୍ରର ଅଗ୍ରଗତି ପ୍ରତେକ ଟି କ୍ଷେତ୍ରରେ ଆମ ରାଷ୍ଟ୍ର କୁ ଆଗେଇ ନେଇଥାନ୍ତି ବୋଲି ସ୍ଲୋଗାନ ମାଧ୍ୟମ ରେ ଜନସଚେତନ କରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମ କୁ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ ବନ୍ଧୋର ଏବଂ ତହସିଲଦାର ସୁଶ୍ରୀ ନମ୍ରତା ମୋଦୀ ଉଦ୍ଘାଟନ କରିଥିଲେ । ସେଠାରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ରୀନା  ପ୍ରଧାନ , ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ରଶ୍ମି ରାଣୀ ନିମାକା ଉପସ୍ଥିତ ରହିଥିଲେ ।

୨୦୧୧ ମସିହା ଜାନୁଆରୀ ୨୫ ତାରିଖରେ ପ୍ରଥମ ମତଦାନ ଦିବସ ପାଳନ କରାଯାଇଥିଲା ଏବଂ ସେହିଦିନ ଠାରୁ ପ୍ରତେକ ବର୍ଷ ଜାନୁଆରୀ ୨୫ ତାରିଖ କୁ ଜାତୀୟ ମତଦାନ ଦିବସ ରୂପେ ପାଳନ କରାଯାଏ ।