ଧର୍ମେନ୍ଦ୍ର ଙ୍କ ବରୀ ଗସ୍ତ କୁ ନେଇ ବିଜେପି ର ପ୍ରସ୍ତୁତି ବୈଠକ  ।

 

ବରୀ ପ୍ରତିନିଧି ଙ୍କ ରିପୋର୍ଟ ।

ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ବରୀ କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତ ପାଇଁ ବିଜେପି ପକ୍ଷରୁ ଯୁବନେତା ବିଶ୍ବ ରଞ୍ଜନ ମଲ୍ଲିକ ଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ରାମଚନ୍ଦ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀ ପ୍ରଧାନ ଙ୍କ ଗସ୍ତ ବେଳେ ବରୀ ନିର୍ବାଚନ ମଣ୍ଡଳୀ ର ୪୭ ପଞ୍ଚାୟତ ରେ କର୍ମୀ ଙ୍କୁ ସକ୍ରିୟ କରି ଆଗାମୀ ନିର୍ବାଚନୀ ରଣାଙ୍ଗନା କୁ ପ୍ରସ୍ତୁତ କରି ବରୀ ରେ ପଦ୍ମ ଫୁଟାଇବା ନେଇ ବୈଠକ ରେ ଉପସ୍ଥାପନ କରିଥିଲେ ।

ଏହି ବୈଠକ ରେ ଅଧକ୍ଷ ସୁନନ୍ଦା ଦାସ , ଉପାଧକ୍ଷ ରମେଶ ଭଞ୍ଜ ଙ୍କ ସମେତ ବହୁ ସକ୍ରିୟ ନେତା , ଦଳୀୟ କର୍ମୀ ଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହିଥିଲେ ।

କଂଗ୍ରେସ ରୁ ଇସ୍ତଫା ଦେଇଛନ୍ତି ଗଗନ ବିହାରୀ ଜେନା ।

ବରୀ ପ୍ରତିନିଧି ଙ୍କ ରିପୋର୍ଟ ।

ଯାଜପୁର ଜିଲ୍ଲା ବରୀ ବ୍ଲକ ଚନ୍ଦନପୁର ଗ୍ରାମ ପଞ୍ଚାୟତ ର ରାମପୁର ଗ୍ରାମ ରେ ପୁର୍ବତ୍ତନ ଅଧକ୍ଷ ଓ ପିସିସି ସଦସ୍ୟ ଶ୍ରୀ ଗଗନ ବିହାରୀ ଜେନା ଆଜି କଂଗ୍ରେସ ରୁ ଇସ୍ତଫା ଦେଇଛନ୍ତି ।

ସେ କହିଛନ୍ତି , ଯେଉଁ ଭଳି ଭାଵ ରେ ଅନ୍ୟାୟ କରାଯାଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଙ୍କୁ କଂଗ୍ରେସ ର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଗଲା , ସେହି ଦୁଃଖ ରେ ମୁଁ ମଧ୍ୟ କଂଗ୍ରେସ ରୁ ଇସ୍ତଫା ଦେଇଛି ।

ପ୍ରକାଶ ଥାଉକି ୨୦୧୪ ରେ ବରୀ ନିର୍ବାଚନ ମଣ୍ଡଳୀ Iରୁ କଂଗ୍ରେସ ପକ୍ଷରୁ ବିଧାୟକ ଟିକଟ ପାଇ ଲଢ଼ି ସେ ପରାଜିତ ହୋଇଥିଲେ ।