ବରୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ମାନସିକ ରୋଗୀ ଙ୍କ ଚିକିତ୍ସା ଶିବିର ।

!!! ଯାଜପୁର ଜିଲ୍ଲା ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!!

ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ରେ ମାନସିକ ରୋଗୀ ଙ୍କ ଏକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିର ରେ କଟକ SCB ମେଡ଼ିକାଲ କଲେଜ ର ପି ଆର ବ୍ରଜ କିଶୋର ଗିରି ଓ ଗୋପାଳ ଚନ୍ଦ୍ର ମଲ୍ଲିକ ଦ୍ବୟ ମାନସିକ ରୋଗୀ ମାନଙ୍କୁ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି ।

ସୁଚନା ଅନୁଯାୟୀ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଅନୁକୁଲ୍ୟ ରେ ଆୟୋଜିତ ମାନସିକ ରୋଗୀ ଚିକିତ୍ସା ଶିବିର ପାଈଁ ୩ଦିନ ଧରି ଡ଼ାକବାଜି ଯନ୍ତ୍ର ସାହାଯ୍ୟ ରେ ଲୋକ ଙ୍କୁ ଅବଗତ କରାଇବା ନିୟମ ଥିବା ବେଳେ , ମାତ୍ର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଗୋଟିଏ ଦିନ ମାତ୍ର ୧ କିମି ମଧ୍ୟରେ ପ୍ରଚାର କରି ଶେଷ କରିଥିଲେ କିନ୍ତୁ ୬୦୦୦ ଟଙ୍କା ବିଲ୍ କରି ନେଇଥିବା ସୁଚନା ମିଳିଛି ।

ପ୍ରଚାର ପ୍ରସାର ଠିକ ଭାବେ ଣ ହୋଇଥିବାରୁ ରୋଗୀ ମାନଂକ ସଂଖ୍ୟା ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା ।

ଏହି ଶିବିର କୁ ସୁଚାରୁ ରୂପେ ପରିଚାଳନା କରିବା ନିମନ୍ତେ ବରୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କୁ ୩୯ ହଜାର ୭୪୮ ଟଙ୍କା ଆସିଥିବା ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ କୁହାଯାଇଛି ।

ଏହି ଶିବିର ପରିଚାଳନା ଦାୟିତ୍ଵ ରେ ଥିବା ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ବିନୋଦ ବିହାରୀ ସାହୁ ସାମ୍ବାଦିକ ମାନଙ୍କୁ ୨୫ ହଜାର ୯୪୮ ଟଙ୍କା ଆସିଛି ବୋଲି କହିଥିଲେ ।

ଏହି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ୨୪ ଟି ଉପକେନ୍ଦ୍ର ରହିଥିବା ବେଳେ ୩୮ ଜଣ ସ୍ବାସ୍ଥ୍ୟ କର୍ମୀ କାର୍ଯ୍ୟ କରୁଛନ୍ତି ।

ସ୍ବାସ୍ଥ୍ୟ କର୍ମୀ ମାନେ ରୋଗୀ ଙ୍କୁ ଚିକିତ୍ସା କେନ୍ଦ୍ର କୁ ଆଣି ଚିକିତ୍ସା କରାଇବା ନିୟମ ଥିବା ବେଳେ କେତେକ କାର୍ଯ୍ୟ ନ କରି ଅସହଯୋଗତା ଯୋଗୁଁ ଚିକିତ୍ସା ଶିବିର ଫିକା ପଡ଼ିଯାଇଛି ।

ପ୍ରଚାର ପ୍ରସାର ଓ ଜନ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଡ଼ୀୟିତ୍ୱ ରେ ଥିବା ପ୍ରଫୁଲ ନାୟକ ଙ୍କୁ ପଚାରିବାରୁ ୧୦ ଦିନ ଯାଏଁ ଔଷଧ ବଣ୍ଟନ ହେବ ଏବଂ ପ୍ରଚାର କରାଯାଇଛି ବୋଲି ମତ ପ୍ରକାଶ କରିଛନ୍ତି ।

ଚିକିତ୍ସା ଶିବିର ରେ ଅଧିକାରୀ ମାନଙ୍କ ଖାମଖିଆଲ ମନୋଭାବ ଯୋଗୁଁ ପରିସର ରେ ଅସାନ୍ତ ର ବାତାବରଣ ସୃଷ୍ଟି ହୋଇଥିଲା ।

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା ନେଇ ; ଦାଏର ହେଲା ବିଧିବଦ୍ଧ ଏତଲା ।

ଏଥର ସମ୍ଭାଳ ବ୍ୟୁରୋ (କଟକ) – ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ବିଧିବଦ୍ଧ ଭାବେ ଏତଲା ଦାଏର ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନ ଆରା ବେଗମ୍‌ ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଛନ୍ତି। ଗତ ୧୬ ତାରିଖରେ ପ୍ରଶ୍ନପତ୍ର ଲିକ୍ ପରେ ପରୀକ୍ଷା ବାତିଲ୍ ହୋଇଥିଲା।

୧୬ ତାରିଖରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏତଲା ନଯିବାରୁ ତଦନ୍ତକୁ ନେଇ ପ୍ରଶ୍ନ ଉଠିଥିଲା।

ପ୍ରଶ୍ନପତ୍ର ଲିକ୍ ହେବା ପରେ ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ, ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। କିନ୍ତୁ ବୋର୍ଡ କେବଳ ଚିଠି ପଠାଇଛି, ସେ ଚିଠି ଆମେ ପାଇଛୁ। ବିଧିବଦ୍ଧ ଏତଲା ପାଇଁ ବୋର୍ଡକୁ ପରାମର୍ଶ ଦିଆଯାଇଛି। ଏତଲା ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ବଦଳିବନି ଏଏସ୍‌ଓ ପରୀକ୍ଷା ର ତାରିଖ ।

ଏଥର ସମ୍ଭାଳ ବ୍ୟୁରୋ (କଟକ) – ବଦଳିବନି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍ଓ) ପରୀକ୍ଷା ତାରିଖ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତା ରବିବାର ଅର୍ଥାତ ୨୦ ତାରିଖରେ ହିଁ ପରୀକ୍ଷା ହେବ। ପରୀକ୍ଷା ଘୁଞ୍ଚାଇବା ପାଇଁ ଦାଏର ପିଟିସନକୁ ଖାରଜ କରି ପରୀକ୍ଷା ଆଉ ଘୁଞ୍ଚି ପାରିବନି ବୋଲି କହିଛନ୍ତି ହାଇକୋର୍ଟ। ମଝିରେ ମାତ୍ର ଦିନଟିଏ ଥିବାରୁ ପରୀକ୍ଷା ଉପରେ ସ୍ଥଗିତାଦେଶ ଦେବାକୁ ହାଇକୋର୍ଟ ସିଧାସଳଖ ମନାକରିଦେଇଛନ୍ତି। ଗୋଟିଏ ଦିନରେ ଏଏସ୍ଓ ପରୀକ୍ଷା ସହ ଜାତୀୟସ୍ତରର ଆଇବିପିଏସ୍ ମେନ୍ ଏବଂ ଆରଆରବି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ରହିଛି। ତେଣୁ ରାଜ୍ୟସ୍ତରରେ ହେବାକୁ ଥିବା ଏହି ପରୀକ୍ଷାକୁ ସ୍ଥଗିତ ରଖି ଅନ୍ୟ ଦିନରେ କରିବା ପାଇଁ କେତେକ ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ ଏହି ପରୀକ୍ଷା ଡିସେମ୍ବର ୨୩ରେ ହେବାକୁ ଥିଲା। ତେବେ କୌଣସି କାରଣ ବଶତଃ ଏହାକୁ ଜାନୁୟାରୀ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଯାହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ପରୀକ୍ଷାର୍ଥୀମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଧାରଣା ଦେଇଥିଲେ।

ଘନ କୁହୁଡ଼ି ବଳୟରେ ଦେଖାଯାଉନି କଟକ ଓ ଭୁବନେଶ୍ୱର ରାସ୍ତା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଜି ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ପଡ଼ିଛି। ଦୁଇ ସହରକୁ କୁହୁଡ଼ି ପୂରା ଢାଙ୍କି ରଖିଛି। ପାଣି ବୁନ୍ଦା ପଡ଼ୁଛି। ବାଇକ୍‌ରେ ଅଧିକ ସମୟ ଯାତ୍ରା କଲେ ଶରୀର ପୂରା ଓଦା ହୋଇଯାଉଛି। ଘନକୁହୁଡ଼ି ଯୋଗୁ ଭୁବନେଶ୍ୱରରୁ ବିମାନ ଚଳାଚଳରେ ବାଧାପ୍ରାପ୍ତ ହୋଇଛି।

ଏପରିକି ଦୁର୍ଘଟଣା ଖବର ବି ଆସିଛି। ରାସ୍ତା ଦେଖା ନଯିବା ଯୋଗୁ ଭୁବନେଶ୍ୱରର ଡମଣା ଓ କିଟ୍ ଛକରେ ଦୁର୍ଘଟଣା ଘଟିଛି। ଡମଣା ଛକରେ ଏକ ଅଟୋ ଓ ସ୍କୁଟି ମଧ୍ୟରେ ଧକ୍କା ହୋଇଥିବା ବେଳେ କିଟ୍ ଛକରେ ଏକ ସ୍କୁଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଗତକାଲି ବି ରାଜଧାନୀରେ କୁହୁଡ଼ି ପଡ଼ିଥିଲା। କିନ୍ତୁ ଏତେ ଘନ ନଥିଲା। ଆଜି ଘନ କୁହୁଡ଼ି ପଡ଼ିଛି। ୫୦ ମିଟରର ଦୂରରୁ ବି ଦେଖିବା କଷ୍ଟକର ହୋଇପଡ଼ିଛି। କଟକରେ ବି ସମାନ ଅବସ୍ଥା ସୃଷ୍ଟି ହୋଇଛି। ଆଜି ସକାଳେ ବାଦାମବାଡ଼ି ବସ୍ ଷ୍ଟାଣ୍ଡରୁ ବସ୍ ଚଳାଚଳା ବାଧାପ୍ରାପ୍ତ ହୋଇଥିଲା।

ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ରାଜଧାନୀ ଓ କଟକରେ ଏମିତି କୁହୁଡ଼ି ପଡ଼ିଛି।

ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଗତକାଲି ଆକାଶ ସ୍ୱଚ୍ଛ ଥିଲା। ତେବେ ରାତି ପ୍ରାୟ ୨ଟା ୧୫ରୁ କୁହୁଡ଼ି ପଡ଼ିବା ଆରମ୍ଭ ହୋଇଯାଇଥିଲା। ଦକ୍ଷିଣା ପବନ ବହିବା ଯୋଗୁ ଏହା ଆଦ୍ରତା ସହିତ ମିଶି କୁହୁଡ଼ି ସୃଷ୍ଟି କରିଛି। କୁହୁଡ଼ି ପଡ଼ିବା ପରେ ପ୍ରଥମେ ୧୦୦ ମିଟର ପର୍ଯ୍ୟନ୍ତ ଦେଖାଯାଉ ନଥିଲା। କିନ୍ତୁ ପରେ ଏହା ୫୦ ମିଟରକୁ ଖସି ଆସି ଥିଲା। ରାଜଧାନୀର କିଛି ସ୍ଥାନରେ ୫୦ ମିଟରରୁ ବି କମ୍ ଦୂରତାରୁ କିଛି ବସ୍ତୁ ଦୃଶ୍ୟମାନ ହେଉନି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, କେବଳ କଟକ ଓ ଭୁବନେଶ୍ୱର ନୁହେଁ, ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି। ଆଉ ଦୁଇ ଦିନ ପର୍ଯ୍ୟନ୍ତ ଏମିତି କୁହୁଡ଼ି ପଡ଼ିପାରେ ବୋଲି ପାଣିପାଗ ବିଭାଗ ଅନୁମାନ ଲଗାଇଛି।

ଚଳିତ ବର୍ଷ ଦାରିଙ୍ଗବାଡ଼ିରେ ତାପମାତ୍ର ୩ ଡିଗ୍ରୀକୁ ଖସି ଥିବା ବେଳେ ଅନୁଗୋଳରେ ୬ ଡିଗ୍ରୀ ତଳକୁ ଖସି ଯାଇଥିଲା। ମକର ପରେ ଶୀତ ଟିକେ କମ୍ ଜଣାପଡୁଥିଲା ବେଳେ ଗୁରୁବାର ଠାରୁ ଟିକେ ଅଧିକ ଅନୁଭୂତ ହେଉଥିଲା। ଏଥର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଓ ସୁନ୍ଦରଗଡ଼ର କୋଇଡ଼ା ଅଞ୍ଚଳରେ ତୁଷାରପାତ ହୋଇଥିଲା।

ଆଜିର ରାଶିଫଳ ୧୯.୦୧.୨୦୧୯ ଶନିବାର

ମେଷ: ମନରେ ଦ୍ୱନ୍ଦ୍ୱ ରହିବ। ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ଯାତ୍ରା କରିପାରନ୍ତି।

ବୃଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଜି କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ, କାରଣ ସଫଳତା ମିଳିବ ନାହିଁ।

ମିଥୁନ: ଦିନଟି ଭଲରେ କଟିବ। ବନ୍ଧୁଙ୍କ ସହ ଆନନ୍ଦରେ ଦିନଟି କାଟିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। କାଉକୁ ରୁଟି ଦିଅନ୍ତୁ।

କର୍କଟ: ଆୟଠାରୁ ବ୍ୟୟ ଅଧିକ ହେବ। ଚାକିରି କ୍ଷେତ୍ରରେ କୌଣସି କଥାକୁ ନେଇ ଅଶାନ୍ତି ଦେଖା ଦେଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆଜି ଦିନରେ କୌଣସି ନୂଆ କାର୍ଯ୍ୟ ଆରମ୍ଭ କଲେ ଶୁଭଫଳ ମିଳିବ। ପିଲାମାନେ ଖେଳକୁଦରେ ମନ ବଳାଇବେ।

କନ୍ୟା: ପରିବାର ସଦସ୍ୟଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ। ଗଣେଶଙ୍କୁ ପୂଜା କରନ୍ତୁ। ଯାତ୍ରା କରନ୍ତୁ ନାହିଁ।

ତୁଳା: ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ପିଲାମାନେ ପଢ଼ାରେ ଭଲ ପ୍ରଦର୍ଶନ କରିବେ। ଗହଣା କିଣିପାରନ୍ତି।

ବିଚ୍ଛା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ। ଆଖିରେ ଯନ୍ତ୍ରଣା ଅନୁଭବ କରିବେ।

ଧନୁ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଚାକିରିକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। କୌଣସି ଖୁସି ଖବର ଶୁଣିପାରନ୍ତି।

ମକର: ମାଲିମକଦ୍ଦମାରେ ବିଜୟୀ ହେବେ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କୁମ୍ଭ: ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତି। ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ।

ମୀନ: ଜୀବନସାଥିଙ୍କ ସହଯୋଗ ମିଳିବ। ଉପହାର ମିଳିପାରେ। ଉତ୍ତମ ଭୋଜନ କରିବେ।