ବରୀ ଠାରେ ୨ୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ।

!!! ଯାଜପୁର ଜିଲ୍ଲା ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!!

ବରୀ ବ୍ଲକ ଠାରେ ୨ୟ ପର୍ଯ୍ୟାୟ ରେ ପିଠା କାର୍ଯ୍ୟକ୍ରମ ବାଲିଆ ପଞ୍ଚାୟତ ସ୍ଥାନୀୟ ଜାଗୁଳାଇ ଛକ ରାଜୀବ ଭବନ ପରିସର ରେ ଅନୁଷ୍ଠିତ ହୋଇଯାଇଛି ।

ଏହି ପିଠା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରୀ ବିଧାୟକ ଦେବାଶିଷ ନାୟକ ଯୋଗ ଦେଇ ନବୀନ ପଟ୍ଟନାୟକ ମା ମାନଂକ ପାଈଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ମାନ କରିଛନ୍ତି ବୋଲି ସୁଚନା ଦେଇଥିଲେ ।

ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ବିଭିନ୍ନ ରକମ୍ ର ପିଠା ତିଆରି କରି ଆଣିବା ଦେଖିବାକୁ ମିଳିଥିଲା ।

ଉକ୍ତ ସଭାରେ ସ୍ଥାନୀୟ ସରପଞ୍ଚ ପ୍ରବୀର ଜେନା , ସମିତି ସଭ୍ୟ ପ୍ରଦୀପ ଘଡେଇ , ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ , ବ୍ଲକ ବିଜେଡ଼ି ସଭାପତି ସେକ୍ ସଫିକ୍ ଉଦ୍ଦୀନ୍ ପିଠା ଏକ ଜନହିତକର କାର୍ଯ୍ୟକ୍ରମ ବୋଲି କହିଥିଲେ ।

ପରିଶେଷରେ ହିତାଧିକାରୀ ଙ୍କୁ ଏଲ ଇ ଡ଼ି ବଲ୍ ବଣ୍ଟନ ଓ ଅଙ୍ଗନବାଡି ସହାୟିକା ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

ନବଙ୍କ ପରେ ନବୀନଙ୍କ ମୋହରେ ତାରା ଆଉ ଚନ୍ଦ୍ର !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଝାରସୁଗୁଡ଼ାର କଂଗ୍ରେସ ବିଧାୟକ ନବ ଦାସଙ୍କ ବିଜେଡି ଓ ନବୀନ ପଟ୍ଟନାୟକ ମୋହକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥିବାବେଳେ ଶନିବାର ଜୟପୁରର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି। ନିର୍ବାଚନୀ ବର୍ଷରେ ବିଜେଡିକୁ ହଟାଇ କ୍ଷମତାକୁ ଫେରିବାକୁ କଂଗ୍ରେସ ସଂଘର୍ଷ କରୁଥିବାବେଳେ ଦଳର ନେତାମାନଙ୍କର ବିଜେଡି ଓ ନବୀନ ମୋହକୁ ନେଇ ଏବେ ଚର୍ଚ୍ଚା। ସୂଚନା ଅନୁସାରେ,  ଓଡ଼ିଶା ହାଇକୋର୍ଟର ଦୁଇଟି ସ୍ଥାୟୀ ବେଞ୍ଚ ରାଜ୍ୟର ଦକ୍ଷିଣ ଓ ପଶ୍ଚିମ ଭାଗରେ ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ଏହି ସମାନ କଥାକୁ ମୁଖ୍ୟମନ୍ତ୍ରୀ ୨୦୧୩ ସେପ୍ଟେମ୍ବର ଓ ୨୦୧୮ ସେପ୍ଟେମ୍ବର ଏବଂ ଗତ ଦୁଇଦିନ ତଳେ ଲେଖିଥିବା ଚିଠିରେ ମଧ୍ୟ ଦୋହରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠିକୁ ପଶ୍ଚିମ ଓଡ଼ିଶା ମିଳିତ କ୍ରିୟାନୁଷ୍ଠାନ କମିଟି ତତ୍କାଳ ଖାରଜ କରିସାରିଥିବାବେଳେ ଦକ୍ଷିଣ ଓଡ଼ିଶାରୁ ଏକ ପ୍ରତିନିଧି ଦଳକୁ ଆଣି ବିଜେଡି ସେଥିରୁ ରାଜନୀତିକ ଫାଇଦା ନେବାକୁ ପ୍ରୟାସ କରିଛି।

ସବୁଠୁ ବଡ଼ କଥା ହେଲା କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ଯୋଜନା ବୋର୍ଡ ସଭ୍ୟ ଈଶ୍ୱର ପାଣିଗ୍ରାହୀ, ଓକିଲ ସଂଘ ଦ୍ୱାରା ମନୋନୀତ ୨ଜଣିଆ କମିଟି- ଆଇନଜୀବୀ ଶିଶିର କୁମାର ମିଶ୍ର ଓ ଅନୁପ କୁମାର ପାତ୍ରଙ୍କ ସଂଯୋଜନାରେ ଏହି ସାକ୍ଷାତକାର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଛି ବୋଲି ବିଜେଡି ପକ୍ଷରୁ ଜାରି ପ୍ରେସ ରିଲିଜରେ ଉଲ୍ଲେଖ ରହିଛି।
ତେଣୁ ବିଜେଡି ପକ୍ଷରୁ ପ୍ରାୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ବାହିନୀପତି ଓ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀ ସାମିଲ ହେବା ରାଜନୀତିକ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି। କାରଣ କଂଗ୍ରେସ ବିଧାୟକମାନେ ଯଦି ନବୀନଙ୍କ ଗତ ଦୁଇଦିନ ତଳର ଚିଠିକୁ ନେଇ ଏତେ ସନ୍ତୁଷ୍ଟ ଥିଲେ ତା’ହେଲେ ୨୦୧୮ ସେପ୍ଟେମ୍ବର ୫ରେ ମୁଖ୍ୟମନ୍ତ୍ରୀ ଚିଠି ଲେଖିଲା ପରେ କାହିଁକି ସମ୍ବର୍ଦ୍ଧନା ଦେବାକୁ ନବୀନ ନିବାସ ଯାଇନଥିଲେ।
ସୂଚନା ଅନୁସାରେ କଂଗ୍ରେସ ଏବେ ଜିଲ୍ଲା ରାଜନୀତିରେ ଶ୍ରୀ ବାହିନୀପତି ଓ ଶ୍ରୀ ମାଝୀଙ୍କ ଗୁରୁତ୍ୱକୁ ଅଣଦେଖା କରି ପ୍ରଦୀପ ମାଝୀଙ୍କୁ ପ୍ରାଥମିକତା ଦେଉଥିବାରୁ ନିଜ ଦଳ ଉପରେ ଚାପ ସୃଷ୍ଟି କରିବା ପାଇଁ ତାରା ଏଭଳି ରଣନୀତି ଆପଣାଇଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଆଜିର ରାଶିଫଳ ୧୮.୦୧.୨୦୧୯ ଶୁକ୍ରବାର ।

ମେଷ: ହସଖୁସିରେ ସମୟ ବିତାଇବେ। ଉପହାର ମିଳିବ। ଖର୍ଚ୍ଚ ବଢ଼ିବ।

ବୃଷ:  ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ପରିବାରରେ ହସଖୁସିର ପରିବେଶ ରହିବ।

ମିଥୁନ: ନୂତନ କାର୍ଯ୍ୟରେ ଯୋଗ ଦିଅନ୍ତୁ ନାହିଁ। ଅଧିକ ପରିଶ୍ରମ କରିବେ। ଅଳସୁଆ ଅନୁଭବ କରିବେ।

କର୍କଟ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନୈତିକ କାର୍ଯ୍ୟଠାରୁ ଦୂରେଇ ରୁହନ୍ତୁ।

ସିଂହ: ବିବାହ ସ୍ଥିର ହୋଇପାରେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। କୋର୍ଟ କଚେରୀ କାର୍ଯ୍ୟରେ ସଫଳତା ମିଳିବ।

କନ୍ୟା: ଶରୀର ଫୂର୍ତ୍ତି ରହିବ। ଶୁଭ ଖବର ଶୁଣି ପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।

ତୁଳା: ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ବିଚ୍ଛା: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ଦୂରସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଭାଗ୍ୟ ବୃଦ୍ଧି ହେବ। ମାନ-ସମ୍ମାନ ମିଳିବ।

ମକର: ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଆଖିରେ ଯନ୍ତ୍ରଣା ଅନୁଭବ କରିବେ।

କୁମ୍ଭ: ଦିନଟି ଭଲରେ କଟିବ। ମନ ପ୍ରସନ୍ନ ରହିବ। ଆଧ୍ୟାତ୍ମିକ ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି।

ମୀନ: ଆର୍ଥିକ ସ୍ଥିତି ଭଲ ରହିବ। ମନରେ ଏକାଗ୍ରତା ରହିବ ନାହିଁ। ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହୋଇପାରେ।