ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଗଜପତି ଜିଲ୍ଲା ଗସ୍ତ ।

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି) – ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଇନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ  ମନ୍ତ୍ରୀ ପ୍ରତାପ ଜେନା ଆଜି ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ଠାରେ ଦୁଇଟି ଉନ୍ନୟନ କାର୍ଯ୍ୟକ୍ରମ ଉଦ୍‍ଘାଟନ କରିବା ସହ ଆନ୍ଧ୍ର ବ୍ୟାଙ୍କର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅନୁଷ୍ଠିତ ଜିଲ୍ଲା ଯୋଜନା କମିଟି ବୈଠକରେ ଯୋଗ ଦେଇଥିଲେ । ମନ୍ତ୍ରୀ ଶ୍ରୀ ଜେନା ପ୍ରଥମେ ମୁଖ୍ୟ ଚିକିତ୍ସାଳୟ ଠାରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୁଲ୍ୟରେ ରାଷ୍ଟ୍ରୀୟ ବାଳସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ନୂତନ ଭାବେ ଆରମ୍ଭ କରାଯାଇଥିବା ଜିଲ୍ଲା ସହଳ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କେନ୍ଦ୍ର ଦୁଇଟିର ଶୁଭ ଉଦ୍‍ଘାଟନ କରିଥିଲେ । ପରେ ମନ୍ତ୍ରୀ ଶ୍ରୀ ଜେନା ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆୟୋଜିତ ଜିଲ୍ଲା ଯୋଜନା କମିଟି ବୈଠକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ମୁଖ୍ୟତଃ ତିତଲି ବାତ୍ୟାରେ ପ୍ରଭାବିତ ଅଞ୍ଚଳରେ ମରାମତି , ଥଇଥାନ ଓ ଉଦ୍ଧାର କାର୍ଯ୍ୟକ୍ରମ ଉପରେ ଅଧିକ ଗୁରୁତ୍ୱ ଦେଇ ଆଲୋଚନା କରିଥିଲେ । ଏଥିରେ ଯୋଜନା ବିଭାଗ ଉପନିର୍ଦ୍ଦେଶକ କୁଳମଣି ରାଉତ ଯୋଗ ଦେଇ କୃଷି, ଗ୍ରାମୀଣ ବିକାଶ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ଶକ୍ତି, ଶିଳ୍ପ, ପରିବହନ, ବିଜ୍ଞାନ ପ୍ରଯୁକ୍ତ ଓ ପରିବେଶ, ନିରାପତ୍ତା ଓ ସାମାଜିକ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ଏବଂ ସହରାଞ୍ଚଳ ବିକାଶ କ୍ଷେତ୍ରରେ ୨୦୧୮-୧୯ ବର୍ଷ ପାଇଁ ୭୪୯୯୦.୭୮ କୋଟି ଟଙ୍କାର ବ୍ୟୟ ଅଟକଳ ଯୋଜନା ରଖିଥିବା କହିଥିଲେ । ସାମ୍ୱାଦିକ ମାନଙ୍କୁ ଅଧିକ ସୂଚନା ଦେଇ ମନ୍ତ୍ରୀ ପ୍ରତାପ ଜେନା କହିଥିଲେଯେ ଗଜପତି ଜିଲ୍ଲା ଗ୍ରସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସହାୟ ଯୋଜନାରେ ଦୁଇଗୋଟି ନୂତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଗୋଟିଏରେ ସମସ୍ତଙ୍କୁ ମାଗଣାରେ ଡାଏଲସିସ ସୁବିଧା ଏବଂ ଅନ୍ୟଟିରେ ଯେଉଁଠାରେ କି ଜନ୍ମରୁ ୧୮ ବର୍ଷ ପର୍ଯ୍ୟନ୍ତର ପିଲାମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା  ଅନ୍ୟପକ୍ଷରେ ତିତଲି ବାତ୍ୟାରେ ଗଜପତି ଜିଲ୍ଲା ବହୁ ପ୍ରଭାବିତ ହେଲା ପରେ ଏବଂ ଜିଲ୍ଲାର ଆହୁରି ଉନ୍ନତିର ଆବଶ୍ୟକତା ଥିବା ଯୋଗୁଁ ରାଜ୍ୟ ସରକାର ସବୁବେଳେ ଗଜପତି ଜିଲ୍ଲାକୁ ଅଗ୍ରାଧିକାର ଦେଇ ଆସୁଛନ୍ତି । ଏହି ଯୋଜନା ବୋର୍ତ କମିଟି ବୈଠକରେ ସବୁଠାରୁ ଅଧିକ ଭାବେ ତିତଲି ପ୍ରଭାବିତ ଅଞ୍ଚଳରେ ମରାମତି ଓ ଥଇଥାନ ଓ ପୁନଃଉଦ୍ଧାର ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ଏ ଦିଗରେ ସମସ୍ତ କାର୍ଯ୍ୟ ପ୍ରାୟତଃ ସରିଥିବା ବେଳେ ଯେଉଁଠି ଯାହା ବି ମରାମତି ଓ ପୁନଃଉଦ୍ଧାର କାର୍ଯ୍ୟ ରହିଯାଇଛି ବା ଅନ୍ୟାନ୍ୟ କାର୍ଯ୍ୟ ପିଇବା ପାଣି , ଚେକ୍‍ଡ୍ୟାମ, ବିଦ୍ୟୁତ ଆଲୋକ, ସ୍କୁଲ ବ୍ୟବସ୍ଥା ଓ ଅନ୍ୟାନ୍ୟ ଅବଶ୍ୟକତା ରହିଯାଇଛି ତାକୁ କିଭଳି ଆବଶ୍ୟକ ଯୋଗାଇ ତାର ସମ୍ପୁର୍ଣ୍ଣ ଉନ୍ନତ କରିହେବ, ତାହା ରାଜ୍ୟ ସରକାରଙ୍କ ମୁଳ ଲକ୍ଷ୍ୟ । ଜିଲ୍ଲାକୁ ଉନ୍ନତ ପଥରେ ଆଗେଇ ନେବା ପାଇଁ କୌଣସି ପ୍ରକାର ଅର୍ଥର ଅଭାବ କି ବାଧକ ରହିବନି । ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଜରିଆରେ ଜିଲ୍ଲା ବାସୀଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ନିଶ୍ଚିତ ଭାବେ ଯୋଗାଇ ଦେବେ ବୋଲି କହିଥିଲେ  । ସାଂସଦ ଡ: ସିଦ୍ଧାନ୍ତ ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରା ମୋହନା ବିଧାୟିକା ବାସନ୍ତି ମଲ୍ଲିକ, ପାରଳା ବିଧାୟକ କେ.ସୁର୍ଯ୍ୟ ରାଓ, ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ପିଡି ଚଞ୍ଚଲ ରାଣା ,ସିଡିଏମଓ ଉପସ୍ଥିତ ଥିଲେ ।

ବାର୍ଦ୍ଧକ୍ୟ ଭତ୍ତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ।

!!! ଯାଜପୁର ଜିଲ୍ଲା ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!!

ବରୀ ବ୍ଲକ ଅଟିର ଗ୍ରାମ ପଞ୍ଚାୟତ ବାସୀ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଈଁ ନିରାଶ ହେବା ପରେ , ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ରାଜ୍ୟ ସରକାର ଙ୍କ ପିଅନ ମାନଙ୍କୁ ଓ ତଳିଆ କର୍ମଚାରି ମାନଙ୍କୁ ୧୦,୦୦୦ ଟଙ୍କା ରୁ ଅଧିକ ଦରମା ମିଳୁଥିବା ବେଳେ ବୃଦ୍ଧା ଙ୍କୁ ଭତ୍ତା ବାବଦ କୁ ମାତ୍ର ୩୦୦ ଟଙ୍କା ଯୋଗାଇଦିଆଯାଇଥିବା ବେଳେ ଏମାନଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତା ମିଳିନଥିବା ଅଭିଯୋଗ ହେଉଛି ।

ବିଡ଼ିଓ ଓ ସରପଞ୍ଚ ଙ୍କୁ ଭତ୍ତା ବାବଦ ରେ କହି କହି ଥକିଯିବା ପରେ ବର୍ତ୍ତମାନ ଦାବିପତ୍ର ମାଧ୍ୟମରେ ଦୁଃଖ ଜଣାଇ ତୁରନ୍ତ ବିଚାର କରାଯିବା କୁ ଦାବି କରିଛନ୍ତି ।

ଅଜାଣ ମଠ ମହୋତ୍ସବ ଉଦଯାପିତ ।

!!! ଯାଜପୁର ଜିଲ୍ଲା ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!!

ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଚନ୍ଦନପୁର ଗ୍ରାମ ପଞ୍ଚାୟତ ଦକ୍ଷିଣ ସୁକଳ (ଅଜାଣ) ଗ୍ରାମ ରେ ଥିବା ଅଜାଣ ମଠ ମହୋତ୍ସବ ଉଦଯାପିତ ହୋଇଯାଇଛି ।

ଏହି ମହୋତ୍ସବ ରେ ସଭାପତି ଅଚ୍ୟୁତାନନ୍ଦ ମହାନ୍ତି ସଭା ପରିଚାଳନା କରିଥିଲେ ।

ରାଷ୍ଟ୍ରୀୟ କୃଷକ ଅଧ୍ୟକ୍ଷ ଅକ୍ଷୟ କୁମାର , ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ , ଜିଲ୍ଲା ସହ ସଂଯୋଜକ ଅଶୋକ ମହାନ୍ତି , କ୍ଳବ୍ ସହ ସଂଯୋଜକ ମାଧବାନନ୍ଦ ଶାନ୍ତି ଙ୍କ ଉପସ୍ଥିତି ରେ ୫ ଜଣ କୃଷକ ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସର ରେ ଅଜାଣ ମଠାଧିସ ବଳରାମ ଦାସ ଓ ମାତା ନର୍ମଦା ଦାସ ମହୋତ୍ସବ ସମ୍ପାଦକ ମକର ଧ୍ୱଜ ସାହୁ ଙ୍କ ଉପସ୍ଥିତି ରେ ୪୦ ଟି ଗ୍ରାମ ରୁ ଆସିଥିବା ୩୦୦ ଜଣ ଲୋକ ଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ।

କୁନି କୁନି ପିଲାଙ୍କୁ ନେଇ ଆୟୋଜିତ ନୃତ୍ୟ ପ୍ରତିଯୋଗିତା ରେ କୃତି ପିଲାଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ସେଠାରେ ଆୟୋଜିତ ପ୍ରବଚନ ର ଭରପୁର ଆନନ୍ଦ ଅନୁଭବ କରିଥିଲେ ଗ୍ରାମବାସୀ ।

ଆଜି ର ରାଶିଫଳ ୧୭.୦୧.୨୦୧୯ ଗୁରୁବାର ।

ମେଷ: ପିଲାଙ୍କ ପାଠପଢ଼ା ନେଇ ଚିନ୍ତିତ ରହିବେ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଛାତ୍ରଛାତ୍ରୀମାନେ ମନଦେଇ ପାଠପଢ଼ନ୍ତୁ।

ବୃଷ: ପରିବାରରେ ହସଖୁସିର ପରିବେଶ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପଦୋନ୍ନତିର ଯୋଗ ରହିଛି। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ।

ମିଥୁନ: ବ୍ୟବସାୟରେ ଆଶା ମୁତବାକ ଲାଭ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ଶୁଭ ଖବର ଶୁଣି ପାରନ୍ତି।

କର୍କଟ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ସହକର୍ମୀଙ୍କ ସହ ମତାନ୍ତର ହୋଇପାରେ।

ସିଂହ: ନୂତନ ପୋଷାକ କିଣିପାରନ୍ତି। ହସଖୁସିରେ ସମୟ ବିତାଇବେ। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି।

କନ୍ୟା: ଚିନ୍ତିତ ରହିବେ। ବ୍ୟସ୍ତତା ଭିତରେ ଦିନଟି କଟିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ଳା: ଆଜି ନୂଆ କାମ ଆରମ୍ଭ କରିପାରନ୍ତି। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବିଚ୍ଛା: ଦିନଟି ଭଲରେ କଟିବ। ସାହିତ୍ୟ ଓ କଳା ପ୍ରତି ରୁଚି ବଢ଼ିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଗହଣା କିଣିପାରନ୍ତି।

ଧନୁ: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମକର: ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରନ୍ତୁ ନାହିଁ। ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ବ୍ରାହ୍ମଣଙ୍କୁ ହଳଦିଆ ବସ୍ତ୍ର ଦାନ କରନ୍ତୁ।

କୁମ୍ଭ: ଅଟିକି ରହିଥିବା କାର୍ଯ୍ୟ ଆଜି ସଂପୂର୍ଣ୍ଣ ହେବ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ଭାଗ୍ୟ ବୃଦ୍ଧି ହେବ।

ମୀନ: ଜୀବନସାଥୀଙ୍କ ସହଯୋଗ ମିଳିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ମାନ-ସମ୍ମାନ ବଢ଼ିବ। ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।