ଅଲ୍ଲୀପୁର ଗ୍ରାମ ପଞ୍ଚାୟତ ରେ ପିଠା କାର୍ଯ୍ୟକ୍ରମ

!!! ଯାଜପୁର ଜିଲ୍ଲା ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!!

ବରୀ ବ୍ଲକ ଅଲ୍ଲୀପୁର ଗ୍ରାମ ପଞ୍ଚାୟତ ଠାରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ସଭା ରେ ମୁଖ୍ୟ ଅତିଥି ଭାବେ ଅଲ୍ଲିପୁର ସରପଞ୍ଚ ବିରେନ୍ଦ୍ର ମିଶ୍ର , ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘ ର ସଭାନେତ୍ରୀ ଜୋସ୍ନା ରାଣୀ ନାଥ , ସ୍ୱୟଂ ସହାୟିକା ଗୋଷ୍ଠି ସୁପର୍ ଭାଇଜର ଓ ମିଶନ ଶକ୍ତି ର କୋଡିନେଟର ଉପସ୍ଥିତ ରହିଥିଲେ ।

ଉକ୍ତ ସଭାକୁ ମହାସଂଘ ର ସଭାନେତ୍ରି ପରିଚାଳନା କରିଥିବା ବେଳେ ବ୍ଲକ କତୃପକ୍ଷ ଏବଂ ଜିଲ୍ଲା କତୃପକ୍ଷ ଙ୍କୁ ଦେଖିବାକୁ ମିଳି ନଥିବା ବିଷୟ ଚର୍ଚ୍ଚା ହୋଇଥିଲା ।

ଏଥିରେ ୩୫ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅଙ୍ଗନବାଡ଼ି କେନ୍ଦ୍ର ର କର୍ମୀ ଓ ସହ କର୍ମୀ ମାନଙ୍କୁ ସାର୍ଟିଫିକେଟ ଦିଆଯାଇଥିଲା । ୧୦୦ ରାସନ କାର୍ଡଧାରୀ ଙ୍କୁ ବଲ୍ ବଣ୍ଟନ କରାଯାଇଥିଲା । ଶେଷରେ ମହାସଂଘ ସଭାନେତ୍ରି ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

ସମସ୍ତ ମୌଳିକ ସୁବିଧା ସୁଯୋଗ ରୁ ବଞ୍ଚିତ ବିକଳାଙ୍ଗ ପ୍ରୀତି ରଞ୍ଜନ

!!! ଯାଜପୁର ଜିଲ୍ଲା ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!!

ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିବିଲ ଗ୍ରାମ ପଞ୍ଚାୟତ ର ପଢ଼ିହାରି ସାହି ରେ ପ୍ରୀତି ରଞ୍ଜନ ଙ୍କ ଘର । ପ୍ରୀତି ରଞ୍ଜନ ପଢିହାରି ଜନ୍ମ ରୁ ବିକଳାଙ୍ଗ ସେ ଠିକ ଭାବେ କଥା କହି ପାରନ୍ତି ନାହିଁ ।

ଯାଜପୁର ଜିଲ୍ଲା ମେଡ଼ିକାଲ ବୋର୍ଡ଼ ପକ୍ଷରୁ ପ୍ରୀତି ରଞ୍ଜନ ଙ୍କୁ ଦୀର୍ଘ ୭ ବର୍ଷ ହେବ ବିକଳାଙ୍ଗ ଶ୍ରେଣୀ ରେ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରୀତି ରଞ୍ଜନ ଙ୍କ ପରିବାର ସରପଞ୍ଚ , ତହସିଲଦାର ଓ ବ୍ଲକ ପ୍ରଶାସନ କୁ ବହୁ ବର୍ଷ ଧରି ଫର୍ମ ମାଧ୍ୟମରେ ଆବେଦନ କରି ନୟାନ୍ତ ହୋଇଗଲେଣି ।

ଯେଉଁଠି ସରକାର ବିକଳାଙ୍ଗ ଙ୍କ ନିମନ୍ତେ ବହୁ ଯୋଜନା କରିଛନ୍ତି , ତେବେ ତାହାର ଏକ ନଗ୍ନ ଚିତ୍ର ଏଠି ଦେଖିବାକୁ ମିଳିଛି ।

ପ୍ରୀତି ରଞ୍ଜନ ଙ୍କୁ ସରକାର ଙ୍କ ପକ୍ଷରୁ କୌଣସି ସୁବିଧା ସୁଯୋଗ ନ ମିଳି ପାରିବାରୁ ପ୍ରୀତି ଯୁକ୍ତ ୨ ପର୍ଯ୍ୟନ୍ତ ପାଠ ପଢ଼ି ରହି ଯାଇଛନ୍ତି ।

ସରକାର ଙ୍କୁ ପ୍ରୀତି ଙ୍କ ପରିବାର ପକ୍ଷରୁ ନିବେଦନ କରାଯାଇଛି ଯେ ଆଗାମୀ ଦିନ ରେ ତାଙ୍କୁ ସହାୟ ହୋଇ ସରକାର ଙ୍କ ସମସ୍ତ ସୁବିଧା ସୁଯୋଗ ତାଙ୍କ ପାଈଁ ଦିଆଗଲେ ସେ ନିଜ ପାଈଁ ଓ ନିଜ ପରିବାର ପାଈଁ କିଛି କରିପାରିବେ ।

ପୁଣି ବଢିବ ଥଣ୍ଡା !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପୁଣି ବଢ଼ିବ ଥଣ୍ଡା । ୧୭ ତାରିଖ ପର୍ଯ୍ୟନ୍ତ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ ପାଇବ। ଅଧିକାଂଶ ସ୍ଥାନରେ ରାତିର ପାରଦ ପୁଣିଥରେ ୧୦ ଡିଗ୍ରି ତ‌ଳକୁ ଖସି ଆସିବ । ଏଥିସହ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ କୁହୁଡ଼ି ହେବ । ଭୋର ସମୟରେ ବେଶି ଦୂର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେବ ନାହିଁ । ପାହାଡ଼ିଆ ଅଞ୍ଚଳରେ ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ଏଥିପ୍ରତି ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସେପଟେ ଗତ ସପ୍ତାହକ ମଧ୍ୟରେ ସମସ୍ତ ସହରର ତାପମାତ୍ରା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି । କେବଳ ଫୁଲବାଣୀକୁ ଛାଡ଼ି ଦେଲେ ଆଜି ଅନ୍ୟ ସବୁଠି ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରକୁ ଚାଲିଯାଇଛି । ମାଲକାନଗିରି, ଭୁବନେଶ୍ବର ସମେତ ତାଳଚେରରେ ଦିନର ତାପମାତ୍ରା ୩୦ ଡିଗ୍ରି ଟପିଛି । ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୧ ଡିଗ୍ରି ରହିଥିଲା । ଏଥିସହ ଭୁବନେଶ୍ବରରେ ୩୦.୭ ଓ ତାଳଚେରରେ ୩୦.୫ ଡିଗ୍ରି ଥିଲା । ସବୁ ସହରରେ ଦିନର ତାପମାତ୍ରା ୨୫ ଡିଗ୍ରି ଉପରକୁ ଟପିଯାଇଛି ।

ସେପଟେ ଗତ ସପ୍ତାହକ ମଧ୍ୟରେ ସମସ୍ତ ସହରର ତାପମାତ୍ରା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି । କେବଳ ଫୁଲବାଣୀକୁ ଛାଡ଼ି ଦେଲେ ଆଜି ଅନ୍ୟ ସବୁଠି ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରକୁ ଚାଲିଯାଇଛି । ମାଲକାନଗିରି, ଭୁବନେଶ୍ବର ସମେତ ତାଳଚେରରେ ଦିନର ତାପମାତ୍ରା ୩୦ ଡିଗ୍ରି ଟପିଛି । ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୧ ଡିଗ୍ରି ରହିଥିଲା । ଏଥିସହ ଭୁବନେଶ୍ବରରେ ୩୦.୭ ଓ ତାଳଚେରରେ ୩୦.୫ ଡିଗ୍ରି ଥିଲା । ସବୁ ସହରରେ ଦିନର ତାପମାତ୍ରା ୨୫ ଡିଗ୍ରି ଉପରକୁ ଟପିଯାଇଛି ।

ଲୋକାଭିମୁଖି ଇସ୍ତାହାର website ଲୋକାର୍ପଣ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଗତ କାଲି ଅପରାହ୍ନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଦଳର ନିର୍ବାଚନ ଇସ୍ତାହାର website – www.congressmyvoice.com  ର ଲୋକାର୍ପଣ କରିଥିଲେ । କଂଗ୍ରେସ ଦଳର ଇସ୍ତାହାର ଲୋକମାନଙ୍କର ଇସ୍ତାହାର ହେଉ ଓ ଓଡ଼ିଶାବାସୀଙ୍କ ମତାମତକୁ ଯଥା ଦଳିତ, ଆଦିବାସୀ, ମହିଳା, ସଂଖ୍ୟାଲଘୁ, ଯୁବ, ଛାତ୍ର, ଅସଂଗଠିତ ଶ୍ରମିକ, କୃଷକ, ଭାଗଚାଷୀ, ପଛୁଆବର୍ଗ ନିମନ୍ତେ କି କି ପଦକ୍ଷେପ ନେବୁ ସେଥିଲାଗି ଆପଣମାନେ ଉପରୋକ୍ତ website ଆପଣଙ୍କର ବହୁମୂଲ୍ୟ ପରାମର୍ଶ ପ୍ରଦାନ କରିବାକୁ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ । ଆପଣମାନେ ପରିବର୍ତନର ବାହକ ହୋଇ କଂଗ୍ରେସକୁ ମଜବୁତ କରିପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ । ରାଜ୍ୟରେ ସରକାର ପରିବର୍ତନରେ ଗଣମାଧ୍ୟମର ଭୂମିକା ନିର୍ଣ୍ଣାୟକ ହୋଇପାରିବ ସୁତରାଂ ଆପଣମାନଙ୍କର ବହୁମୂଲ୍ୟ ପରାମର୍ଶ ଇସ୍ତହାର ନିମନ୍ତେ ଅତ୍ୟନ୍ତ ଉପାଦେୟ ।  ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ଭବିଷ୍ୟତ ଗଢ଼ିବେ ଆପଣମାନେ । ପ୍ରକାଶ ଥାଉକି ଇସ୍ତହାର କମିଟିର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ପୂର୍ବରୁ ଜନସାଧାରଣଙ୍କ  ବହୁମୂଲ୍ୟ ପରାମର୍ଶ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟ  ଠିକଣାରେ ପଠାଇବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇସ୍ତହାର କମିଟି ଆବାହକ ବିସ୍ମୟ ମହାପାତ୍ର ଓ ସଦସ୍ୟ ଲିଆକତ୍  ଅଲ୍ଲୀ, ପିସିସି ସାଧାରଣ ସଂପାଦକ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ବିଶ୍ୱଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

M.K.C.G ମେଡିକାଲରେ ଦାରିଂବାଡ଼ି ପୀଡିତାଙ୍କୁ ଭେଟିଲେ ମହିଳା କଂଗ୍ରେସ ପ୍ରତିନିଧି ଦଳ

ଏଥର ସମ୍ଭାଳ ବ୍ୟୁରୋ (ବ୍ରହ୍ମପୁର) – ଦାରିଂବାଡ଼ିର ସେବାଶ୍ରମର ପ୍ରସବ କରିଥିବା ଅଷ୍ଟମ ଶ୍ରେଣୀର ନାବାଳିକାକୁ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଭୁବନେଶ୍ୱରରୁ ଏକ ପ୍ରତିନିଧି ଦଳ ଏମ୍କେସିଜି ହସ୍ପିଟାଲରେ ଭେଟି ତାର ସ୍ୱାସ୍ଥ୍ୟବସ୍ଥା ଦେଖିବା ସହ ଆଇଜିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେ ପ୍ରକାଶ କରିଛନ୍ତି ଯେ ଉକ୍ତ ନାବାଳିକା ପ୍ରସବ କରିଥିବା ଶିଶୁର କତୃପର୍କ୍ଷଙ୍କ ଅବହେଳାରୁ ମୃତୁ୍ୟ ହୋଇଯାଇଛି ନାବାଳିକାର ଅବସ୍ଥା ମଧ୍ୟ ଭଲ ନାହିଁ ପ୍ରଶାସନରେ ଚାପରେ ନାବାଳିକାଟି କୌଣସୀ ପ୍ରକାର ମତାମତ ଦେବାକୁ ଅନିଛା ପ୍ରକାଶ କରିଥିଲା । ଏହାପରେ ଡାକ୍ତରଖାନାରୁ ଯାଇ ଗଂଜାମ ରେଞ୍ଜ ଆଇଜିଙ୍କୁ ଭେଟି ଉକ୍ତ ପିଡ଼ିତା ନାବାଳିକା ସଂପର୍କରେ ଆଲୋଚନା କରିବା ସହ ଏକ ଦାବିପତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି କି ଅଭିଯୁକ୍ତ ଦୁଷ୍କର୍ମ କରିଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦେବା ସହ ସେବାଶ୍ରମର ପରିଚାଳିକା, ନିଯୁକ୍ତି ପାଇଥିବା ଡାକ୍ତର ସେବାଶ୍ରମର କର୍ମକର୍ତାଙ୍କ ବହିସ୍କାର ଦାବି ପୀଡ଼ିତାର ଉପଯୁକ୍ତ ଚିକିତ୍ସା ସହ ତାର ଥଇଥାନ ବ୍ୟବସ୍ଥା ଏବଂ କ୍ଷତିପୂରଣ ବାବଦ ୧୦ଲକ୍ଷ ଟଙ୍କା ଦାବି ବିଭାଗୀୟ ମନ୍ତ୍ରୀ, ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ଓ ଆଦିବାସୀ ସମନ୍ୱୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଏହି ଦାବି ପୂରଣ ନହେଲେ ଆନେ୍ଦାଳନ ଜୋରଦାର ହବ ବୋଲି ଶ୍ରୀମତୀ ଜେନା ଚେତାବନି ଦେଇଥିଲେ ।

ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଜେନାଙ୍କ ସହ  ରାଜ୍ୟ ମହିଳା କଂଗ୍ରେସର ଉପସଭାପତି ପ୍ରଣତୀ ମିଶ୍ର, ଭାଗ୍ୟଶ୍ରୀ ପ୍ରଧାନ, ସାଧାରଣ ସଂପାଦିକା କୁସୁମ ପ୍ରଧାନ, ସଂପାଦିକା ପ୍ରଭାବତି ପଟ୍ଟନାୟକ, ଗଞ୍ଜାମ ଜିଲା ମହିଳା ସଭାପତି ସ୍ୱରୂପା ତ୍ରିପାଠୀ,  ଗଞ୍ଜାମ ଜିଲା କଂଗ୍ରେସ ସଭାପତି ଡ. ତ୍ରିନାଥ ବେହେରା,  କାର୍ଯ୍ୟକାରୀ ସଭାପତି ପୀତବାସ  ପଣ୍ଡା,  ଦୀପକ ପଟ୍ଟନାୟକ, ବୃନ୍ଦାବନ ଖଟେଇ, ନଗର କଂଗ୍ରେସ କମିଟି ସଭାପତି ପ୍ରମୋଦ କୁମାର ଜେନା, ଭୁକାଲି ସେଠୀ, ବିଶ୍ୱଜିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।