କଂଗ୍ରେସ ଗଡ଼ ରେ ବିଜେପି ର ଜନସମ୍ପର୍କ ପଦଯାତ୍ରା।

 

!!! ଯାଜପୁର ଜିଲ୍ଲା ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!!

ଯାଜପୁର ଜିଲ୍ଲା ବରୀ ବ୍ଲକ ରତ୍ନଗିରି ପଞ୍ଚାୟତ ରେ ବିଜେପି ର ଜନ ସମ୍ପର୍କ ପଦଯାତ୍ରା ଶ୍ରୀ ବିଶ୍ବ ରଞ୍ଜନ ମଲ୍ଲିକ ଙ୍କ ନେତୃତ୍ୱ ରେ ଆରମ୍ଭ ହୋଇଥିଲା ।

ଏହି ପଦଯାତ୍ରା ରେ ରତ୍ନଗିରି କୁ କଂଗ୍ରେସ ର ଗଡ଼ ବୋଲି କୁହାଯାଉଥିବା ବେଳେ , ଆଜି ସେହି ଗଡ଼ ରେ ବିଶ୍ବ ରଞ୍ଜନ ମଲ୍ଲିକ ଶହ ଶହ କର୍ମୀ ଙ୍କୁ ନେଇ ନିଜ ଶକ୍ତି ପ୍ରଦର୍ଶନ କରିଥିଲେ ।

ପଞ୍ଚାୟତ ର ମାଆ ବାପା ଭାଇ ଭଉଣୀ ଙ୍କ ମନ ରେ ବିଶ୍ବ ଙ୍କ ପ୍ରତି ଅହେତୁକ ପ୍ରେମ ଦେଖିବାକୁ ମିଳିଛି ।

ଏହି ଯାତ୍ରା ରେ ଦେବୁଲି ଦାସ , ବାପି ମହାରଣା , ଭରତ ସେଠୀ , ରମେଶ ଭଞ୍ଜ , ଦିଲ୍ଲୀପ ମହାନ୍ତି , ହେମନ୍ତ ମହାପାତ୍ର , ମାନସ ମହାନ୍ତି ଙ୍କ ସମେତ ବହୁ ମହିଳା ଓ ପୁରୁଷ ସମର୍ଥକ ମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।

ପଦ୍ମ ଫୁଟିବ , ବରୀ ହସିବ ନାରା ରେ କମ୍ପି ଥିଲା କଂଗ୍ରେସ ଗଡ଼ ।

୮ମ ଶ୍ରେଣୀ ର ନାବାଳିକା ଅନ୍ତେବାସୀ ଛାତ୍ରୀ ବିଦ୍ୟାଳୟ ପରିସର ରେ ଜନ୍ମ ଦେଲେ କନ୍ୟା ସନ୍ତାନ !

 ଏଥର ସମ୍ଭାଳ ବ୍ୟୁରୋ (କନ୍ଧମାଳ) – ଲାଜରେ ମୁଣ୍ଡ ତଳକୁ ହୋଇଗଲା ଭଳି ଘଟଣା | ଆମେତ ଆଶ୍ଚର୍ଯ୍ୟ ହେଉଛୁ ସେ ଆବାସିକ ବିଦ୍ୟାଳୟରେ କାର୍ଯ୍ୟରତ ବା ଦାୟିତ୍ୱରେ ଥିବା ଶିକ୍ଷକ, କର୍ମଚାରୀ ଦୃଷ୍ଟିହୀନ ନା ଦାୟିତ୍ବହୀନ !!! ଲୋକନିନ୍ଦାରୁ ସେ ନାବାଳିକାଟିକୁ ବା ତା ପରିବାରକୁ ବଂଚାଇ ପାରି ଥାନ୍ତେ !!!!

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଂଚଳର ଗ୍ରୀନବାଡିଠାରେ ଥିବା ଆବାସିକ ବିଦ୍ୟାଳୟରେ ଘଟିଛି ଏକ ଲଜ୍ୟାଜନକ ଘଟଣା । ଦାରିଙ୍ଗବାଡି ଅନୁସୂଚିତ ଜାତି ଓ ଜନଜାତି ଅବାସିକ ବିଦ୍ୟାଲୟ ର ଜଣେ ୮ମ  ଶ୍ରେଣୀର ଅନ୍ତେବାସୀ ନାବାଳିକା ଛାତ୍ରୀ ବିଦ୍ୟାଳୟ ପରିସରରେ ଗୋଟିଏ କନ୍ୟା ସନ୍ତାନକୁ ପ୍ରସବ କରିଛନ୍ତି । ମିଳିଥିବା ସୁଚନା ମୁତାବକ  ଛାତ୍ରୀ ଜଣକ ରବିବାର ଭୋର  ସମୟରେ ହଷ୍ଟେଲ ର ଗାଧୁଆଘରେ ପ୍ରସବ  କରିଥିଲେ । ଏହି ଘଟଣା ଜଣା ପଡିବାପରେ ପ୍ରଧାନ ଶିକ୍ଷୟୀତ୍ରୀ ସମ୍ପୃକ୍ତ ନାବାଳିକାକୁ ସେହି ସମୟରେ ବିଦ୍ୟାଳୟରୁ ଚାଲିଯିବାପାଇଁ କହିଥିଲେ ବୋଲି ଅଭିଯୋଗ ହୋଇଛି ଫଳରେ ପୀଡିତା ନବଜାତକୁ ଧରି ସେଠାରୁ ପ୍ରାୟ ୧୦ କିମି ଦୁରତାରେ ଥିବା ସ୍ରାନିକେତା ଜଙ୍ଗଲରେ ଲୁଚିଥିଲା । ଘଟଣା ସମ୍ପର୍କରେ ଜଣାପଡିବାପରେ ଓ ଗଣମାଧ୍ୟମରେ ପ୍ରସାର ହୋଇଥିଲା ଫଳରେ ଜିଲ୍ଲାପ୍ରଶାସନ ସେଠାରୁ ଉଦ୍ଧାର କରି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତିକରାଇବା ସହିତ ପୀଡିତା ଓ ନବଜାତଙ୍କର ଚିକିତ୍ସା  କରାଇଥିଲେ । ଏହି ଘଟଣା ସମ୍ପର୍କରେ ଜାଣିବାପରେ  ଦାରିଙ୍ଗବାଡି ଓ ଗ୍ରୀନବାଡି ର ଶତାଧିକ ଲୋକ ଦାରିଙ୍ଗବାଡିର ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିବାସହିତ ବିଦ୍ୟାଳୟରେ ଧସେଇପଶିବାକୁ ଉଦ୍ୟମ କରିଥିଲେ । ଖବରପାଇ ଦାରିଙ୍ଗବାଡିଥାନା ଅଧିକାରୀ ଓ ବାଲିଗୁଡା  ଉପଖଣ୍ଡ ପୋଲିସ ଅଧିକାରୀ ସେଠାରେ ପହଂଚି ଲୋକଙ୍କୁ ବୁଝାସୁଝା  କରିବାପରେ ରାସ୍ତାରୋକ ପ୍ରତ୍ୟାହୁ୍ରତ ହୋଇଥିଲା । ପୋଲିସ ଏହି ଘଟଣାର ଅଭିଯୁକ୍ତ ଦାରିଙ୍ଗବାଡି  ଅଂଚଳର ଶ୍ରବଣ କୁମାର ପ୍ରଧାନକୁ ଗିରଫ କରି ଏ ସଂକ୍ରାନ୍ତରେ ଏକ ମାମଲା ୩/୧୯ ଓ ୩୭୬(୩) ସହ ପୋକ୍ସୋ ଦଫା ୬ରେ ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି ।  ଅନ୍ୟ ପକ୍ଷରତେ ପୀଡିତା ଓ ନବଜାତକୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ କଲେଜକୁ ସ୍ତାନାନ୍ତର କରାଯାଇଛି ।   ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘଟଣାର ଦୋଷିମାନଙ୍କ ବିରୁଦ୍ଧରେ ପଦକ୍ଷେପ ସ୍ୱରୁପ ବିଦ୍ୟାଳୟର ସହକାରୀ ଶିକ୍ଷୟୀତ୍ରୀ ତଥା ଛାତ୍ରାବାସ ନୀରୀକ୍ଷକ ନକ୍ଷେତ୍ରମାଳା ସାହୁ,ଜୋ୍ୟସ୍ନାରାଣି ନାୟକ ଓ ଆଶାରାଣି ମିଶ୍ରଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିଥିବାବେଳେ ପ୍ରଧାନ ଶିକ୍ଷୟୀତ୍ରୀ ରାଧାରାଣୀ ଦଳେଇଙ୍କୁ କାର୍ଯ୍ୟରୁ ନିଳମ୍ବନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି । ସେହିପରି ବିଦ୍ୟାଳୟରେ କାର୍ଯ୍ୟରତ ଦୁଇଜଣ ମେଟ୍ରନ ଦୁଇଜଣ ରୋଷେଇଆ ଜଣେ ଏ.ଏନ.ଏମ ଓ ଜଣେ ମହିଳା ତତ୍ୱାବଧାରିକାଙ୍କୁ ଜିଲ୍ଲାପାଳ ସେମାନଙ୍କ କାର୍ଯ୍ୟରୁ ବହିସ୍କାର କରିଛନ୍ତି । ତେବେ ଏହି ଘଟଣାକୁ ନେଇ କନ୍ଧମାଳ ଆରକ୍ଷୀଅଧିକ୍ଷକ ଏକ ସାମ୍ବାଦିକ ସମ୍ମୀଳନିରେ ପୀଡିତା ପ୍ରାୟ ୮ମାଷ ପୁର୍ବେ ଛୁଟିରେ ନିଜ ଘରକୁ ଯାଇଥିବାବେଳେ ଦାରିଙ୍ଗବାଡି କଲେଜରେ ଯୁକ୍ତ ୩ ପାଠ ପଢୁଥିବା ଶ୍ରବଣ ପ୍ରଧାନ ତା ସହିତ ଦୁସ୍କର୍ମ ଥିଲା କିନ୍ତୁ ପିଡିତା ଏସମ୍ପର୍କରେ ସେତେବେଳେ କାହାକୁ କିଛି କହିନଥିଲା ବୋଲି  ପିଡିତାଙ୍କ ବାପା ଦାରିଙ୍ଗବାଡି ଥାନାରେ ଏକ ଅଭିଯୋଗ କରିଛନ୍ତି । ତେବେ ପୀଡିତାଙ୍କ ବୟାନ ରେକର୍ଡ ହେବାପରେ ପ୍ରକୃତ ସତ୍ୟସତ୍ୟ ଜଣାପଡିବ ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ । ଏହିଭଳି ଏକ ଘଟଣା ସମ୍ପର୍କରେ ବିଦ୍ୟାଳୟ କର୍ତୃପକ୍ଷ କିପରି ପୁର୍ବରୁ ଜାଣିପାରିନଥିଲେ କିମ୍ବା ଜଣିସୁଦ୍ଧା ଘଟଣାକୁ ଚପାଇବାପାଇଁ ଚେଷ୍ଟା କରୁଥିଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି । ସେହିପରି ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ନିୟୋଜିତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ବିଦ୍ୟାଳକୁ ପ୍ରତ୍ୟେକ ମାଷରେ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବାସ୍ୱାସ୍ଥ୍ୟସେବା ପ୍ରଦାନ କରୀ ଦଳ ମଧ୍ୟ ଏହି ସମ୍ପର୍କରେ ଜଣିପାରିନବାରୁ ତାଙ୍କର କାର୍ଯ୍ୟକଳାପ ମଧ୍ୟ ସନେ୍ଦହରେ ଥିବା ଆଲୋଚନା ହେଉଛି ।

ଅଜଣା ରୋଗ ରେ ପୀଡିତ ହର ! ପହଞ୍ଚି ପାରୁନି ସରକାର ଙ୍କ କୌଣସି ଯୋଜନା ।

ଏଥର ସମ୍ଭାଳ ବ୍ୟୁରୋ (ଗାଇସିଲଟ) – ଗାଇସିଲାଟ ବ୍ଲକ ଅନ୍ତର୍ଗତ ତାଲପାଲି ଗ୍ରାମ ପଞ୍ଚାୟତର ଖୁଣ୍ଟପାଲି ଗ୍ରାମର ରଘୁନାଥ ବରିହାଙ୍କ ୬ବର୍ଷର ପୁଅ ହର ପ୍ରସାଦ ବରିହା ଜନ୍ମରୁ ଅଜଣା ରୋଗର ଶିକାର ହୋଇଛି।ବିଗତ ୬ବର୍ଷ ମଧ୍ୟରେ ପ୍ରାୟ ଚାରିଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ରୋଗର କିଛି ସୁଧାର ହୋଇପାରୁନି।

ସୂଚନା ଥାଉକି ପ୍ରେମରାଜ ବରିହା ଜଣେ କ୍ଷୁଦ୍ରଚାଷୀ ତଥା ବି.ପି.ଏଲ୍ କାର୍ଡଧାରୀ ଅଟନ୍ତି।ତାଙ୍କର ଦୁଇଟି ସନ୍ତାନ ଅଛନ୍ତି।ପ୍ରାୟ ଦେଢବର୍ଷ ହବ କୌଣସି ଏକ ଘରୋଇ କଲହ ଯୋଗୁଁ ଦୁଇ ଶିଶୁଙ୍କୁ ସ୍ବାମୀ ପାଖରେ ଛାଡ଼ି ନିଜ ବାପଘରକୁ ତୁଳାଉଛନ୍ତି ପ୍ରେମରାଜଙ୍କ ସ୍ତ୍ରୀ ରଶ୍ମିତା ବରିହା।ବଡଝିଅ ଏକ ଆଶ୍ରମରେ ପାଠପଢୁଥିବା ବେଳେ ଶଯ୍ୟାଶାୟୀ ରୋଗୀଣା ଶିଶୁ ପୁତ୍ର ପାଇଁ ବାପା-ମା ଦୁହିଁଙ୍କର କର୍ତ୍ତବ୍ୟ ଚଳାଉଛନ୍ତି ରଘୁନାଥ।ହରପ୍ରସାଦ ଜନ୍ମ ହେବାର କିଛି ଦିନ ପରେ ତାର ବାମ ଗୋଡ ଓ ବାମ ହାତରେ ସାମାନ୍ୟ ଫୁଲା ଥିଲା।ସମୟ ବଢିବାସହିତ ହରପ୍ରସାଦର ହାତ,ଗୋଡ, ମୁହଁ ପେଟ ଆଦି ଫୁଲିବାରେ ଲାଗିଛି।

ସ୍ଥାନୀୟ ତାଲପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ପଦ୍ମପୁର,ବରପାଲି,ବରଗଡ଼,ବଲାଙ୍ଗୀର, ବୁର୍ଲାରେ ଚିକିତ୍ସା ସମ୍ଭବ ନହେବାରୁ ରଘୁନାଥ ପୁତ୍ର ହରପ୍ରସାଦକୁ ନେଇଁ ପହଞ୍ଚିଥିଲେ କଟକ ବଡ ଡାକ୍ତରଖାନାରେ କିନ୍ତୁ ସେଠାରେ ଅସ୍ତ୍ରୋପଚାର ପରେ ମଧ୍ୟ କିଛି ଫଳ ମିଳିନାହିଁ।ରୋଗୀଣା ପୁଅକୁ ଘରେ ଯୋଗିରହିଥିବାରୁ ରଘୁନାଥ ମଜୁରୀ କରିବାକୁ ମଧ୍ୟ ଯାଇପାରୁନାହାଁନ୍ତି। ପୂର୍ବରୁ ପୁଅର ଅସ୍ତ୍ରୋପଚାର ପାଇଁ ତାଙ୍କ ଚାଷଜମୀକୁ ମଧ୍ୟ ବନ୍ଧାପକେଇଛନ୍ତି। ଅର୍ଥାଭାବ ଯୋଗୁଁ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପାଠ ପଢୁଥିବା ପ୍ରେମରାଜ ଏବେ ସଜ୍ୟାଶାୟୀ।ରଘୁନାଥ ବରିହା ଙ୍କ ପାଖରେ ପୁଅର ଚିକିତ୍ସା ପାଇଁ ଟଙ୍କାଟିଏ ହେଲେ ପାଖରେ ନଥିବାରୁ ସେ ସରକାରୀ ସହାୟତା ପାଇଁ ସରକାରଙ୍କ ଠାରେ ଦାବି ଜଣାଇଛନ୍ତି |

ଆଜିର ରାଶିଫଳ – ୧୪/୦୧/୨୦୧୯ ସୋମବାର ।

ମେଷ:ଆଜି ନିଜ ପରିବାରରେ ପରସ୍ପର ମଧ୍ୟରେ ବିବାଦ ମନକୁ ବେଶି ବିରସ କରିପାରେ। ବନ୍ଧୁଙ୍କୁ ଆର୍ଥିକ ସହାୟତାକୁ କେନ୍ଦ୍ରକରି କିଛି ସମସ୍ୟା ଦେଖାଦେଇପାରେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶାନୁସାରେ ହଠାତ୍‌ ଯାତ୍ରା କରିବାକୁ ପଡିପାରେ।

ବୃଷ:ଆଜି ବିଭିନ୍ନ ପ୍ରକାର ଘରୋଇ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇ ଏକପ୍ରକାର ବ୍ୟତିବ୍ୟସ୍ତ ହୋଇ ପାରନ୍ତି। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରିବେ। ବିବାଦ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।

ମିଥୁନ:ଆଜି ଆପଣ ଆକସ୍ମିକ ଯାତ୍ରା କରିପାରନ୍ତି । ଅସୁବିଧାବଶତଃ ଅତ୍ୟାବଶ୍ୟକ କାମଗୁଡିକ ଅଟକି ରହିଥିବା କାରଣରୁ ସେହିକଥା ଭାବି ଭାବି ଅନ୍ୟମନସ୍କ ରହିପାରନ୍ତି। ଜମିଜମା କର୍ମରେ ସମସ୍ୟା ଲାଗି ରହିବ।

କର୍କଟ:ଆଜି କର୍ମକ୍ଷେତ୍ରରେ ଅପେକ୍ଷାକୃତ ଅସୁବିଧା ଭୋଗିବେ ଏବଂ କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। ଯାନ୍ତ୍ରିକ ଜିନିଷର ମରାମତି ପାଇଁ ବ୍ୟଗ୍ରତା ପ୍ରକାଶ କରିପାରନ୍ତି।

ସିଂହ:ଆଜି ବ୍ୟବସାୟ, ଯାତ୍ରାରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ । ପରିବାର ଭିତରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି। କୌଣସି ସାଙ୍ଗଠନିକ କାମ, ରାଜନୈତିକ କ୍ଷେତ୍ର ପାଇଁ ଦିନଟି ବହୁତ ଭଲ।

କନ୍ୟା:ଆଜି ଆପଣଙ୍କ ସହିତ ଅତି ଭଲ ସମ୍ପର୍କ ଥିବା ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। କାର୍ଯ୍ୟକ୍ଷେତ୍ରରେ ଟେନସନ୍‌ ଦୂର ହେବ। ଗୃହ, ମାଲିମକଦ୍ଦମା ସମ୍ପର୍କିତ ଆଲୋଚନା ବିଗିଡ଼ି ଯାଇପାରେ।

ତୁଳା:ଆଜି ନିଜର ଉଦ୍ଦେଶ୍ୟ ପୂରଣ ପାଇଁ ବିଭିନ୍ନ ପ୍ରକାରର ଉପାୟ ଚିନ୍ତା କରାଇପାରନ୍ତି ତଥାପି ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ବ୍ୟବସାୟ କ୍ଷେତ୍ରରେ ଶୁଭଫଳ ପାଇବେ।

ବିଛା:ଆଜି ଆପଣ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ, ସେଥିରେ ମଧ୍ୟ କିଛି ସତ୍ୟତା ରହିଛି ବୋଲି ବୁଝତ୍ବାକୁ ହେବ। ଅବଶ୍ୟ ଆଜି ଘରକୁ ଫେରିବା ସମୟରେ କିଛି ମୂଲ୍ୟବାନ ଜିନିଷ ଆଣିପାରନ୍ତି।

ଧନୁ:ଆଜି ନିଜ ଘର ଅପେକ୍ଷା ବାହାର ଲୋକମାନେ ଆପଣଙ୍କ ପକ୍ଷ ସମର୍ଥନ କରିବେ । ବ୍ୟବସାୟରେ ସାଧାରଣ ସମସ୍ୟା ପାଇଁ ବିଶେଷ ଅସୁବିଧା ହେବନାହିଁ। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।

ମକର:ଆଜି ସୁଯୋଗର ସଦ୍‌ବ୍ୟବହାର କରିପାରିଲେ ଆଶା ପୂରଣ ହେବାରେ କୌଣସି ଅସୁବିଧା ରହିବ ନାହିଁ। ସେବା ଓ ସାହାଯ୍ୟ ମାଧ୍ୟମରେ ନିଜ ପାଇଁ ନୂତନ ସୁଯୋଗ ସକାଶେ ରାସ୍ତା ଉନ୍ମୋଚନ କରିବେ।

କୁମ୍ଭ:ଗତକାଲିଠାରୁ ଆପଣ ଯାହା ଚିନ୍ତା କରୁଛନ୍ତି ତାହା ସହଜରେ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବନାହିଁ। ବ୍ୟବସାୟରେ ସମସ୍ୟାକୁ ସୁଧାରି ନେବେ ଓ ନୂତନ ବାଣିଜ୍ୟ ଯୋଡିବା ପାଇଁ ଚିନ୍ତାକରିବେ ।

ମୀନ:ଆଜି ପାରିବାରିକ କ୍ଷେତ୍ରରେ କୌଣସି ନୂତନ ଯୋଜନାର ଅଗ୍ରଗତି ମନକୁ ଉଚ୍ଚାଟ କରିବ। ପୂର୍ବ ଭାଦ୍ରପଦର ସମସ୍ୟା ବଢିବା କାରଣରୁ ବ୍ୟବସାୟରେ ଆଖିଦୃଶିଆ ସଫଳତା ହାସଲ କରିପାରିବେ ନାହିଁ।

 

କଂଗ୍ରେସକୁ ବାଏ ବାଏ କରିପାରନ୍ତି ବିଧାୟକ ନବ ଦାସ ! ୨୪ରେ ବିଜେଡିରେ ହୋଇପାରନ୍ତି ସାମିଲ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କଂଗ୍ରେସର ହାତ ଛାଡି ବିଜେଡିର ଶଙ୍ଖ ଫୁଙ୍କିବେ ଝାରସୁଗୁଡା ବିଧାୟକ ନବ ଦାସ । ବିଜେଡିରେ ଯୋଗଦେବା ନେଇ ନବ ସିଧାସଳଖ କହିନଥିବା ବେଳେ ବୁଲେଇ ବଙ୍କେଇ ଏଭଳି କହିଛନ୍ତି । ୨୦୧୯ରେ ସେ ଶଙ୍ଖ ଚିହ୍ନରେ ଲଢନ୍ତୁ ବୋଲି ଝାରସୁଗୁଡାବାସୀ ତାଙ୍କୁ ଅନୁରୋଧ କରିଛନ୍ତି । ଏନେଇ ସେ ଖୁବଶୀଘ୍ର ନିଷ୍ପତି ନେବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ।

ସବୁ ଆଡୁ ଏହି ମତାମତ ଆସିବା ପରେ ଏକ ସଭାରେ ଆଜି କଂଗ୍ରେସ ଛାଡି ବିଜେଡିରେ ଯୋଗଦେବା ନେଇ ନବ ଇଙ୍ଗିତ କରିଛନ୍ତି । ଲୋକ ଯାହା ମୋତେ ପରାମର୍ଶ ଦେଇଛନ୍ତି ତାଙ୍କର କଥା ମାନି ମୁୁଁ ନିଷ୍ପତି ନେବି ବୋଲି କହିଛନ୍ତି ନବ ।

ଆସନ୍ତା ୨୪ ତାରିଖରେ ନବୀନଙ୍କ ଝାରସୁଗୁଡା ଗସ୍ତ ସମୟରେ କଂଗ୍ରେସର ଏହି ଟାଣୁଆ ନେତା ବିଜେଡିରେ ଯୋଗଦେବା ନେଇ ସମସ୍ତ ପ୍ରସ୍ତୁତି ଏକପ୍ରକାର ଶେଷ ହୋଇଛି ।

ରାହୁଲଙ୍କ ଓଡିଶା ଗସ୍ତ ପୂର୍ବରୁ ନବ କଂଗ୍ରେସ ଛାଡି ବିଜେଡି କ୍ୟାମ୍ପରେ ଯୋଗଦେବେ । ତେବେ ପୂର୍ବରୁ ବାରମ୍ବାର କଂଗ୍ରେସରୁ ଲଢିବି ବୋଲି କହି ଆସୁଥିବା ନବ ଆଜି ୟୁ-ଟର୍ଣ୍ଣ ମାରିଛନ୍ତି । ତେବେ କୌଣସି ନିଦ୍ଦିଷ୍ଟ କାରଣ ପାଇଁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବି ନାହିଁ ବୋଲି କହିଛନ୍ତି ନବ । ଲୋକଙ୍କ କଥା ଅନୁସାରେ ମୁୁଁ ନିଷ୍ପତି ନେବି ବୋଲି କହିଛନ୍ତି ନବ ।

ଦଳ ସଭାପତି ରାହୁଲ ଗାନ୍ଧି ଓ ନିରଞ୍ଜନ ପଟ୍ଟନାୟକଙ୍କ ସହ ତାଙ୍କର ଭଲ ସର୍ମ୍ପକ ରହିଛି । ତେବେ ଲୋକଙ୍କ ଅନୁରୋଧ କ୍ରମେ ଆଗାମୀ ଦିନରେ ଝାରସୁଗୁଡାବାସୀଙ୍କ କଥାକୁ ଗ୍ରହଣ କରି ନିଷ୍ପତି ନେବି ବୋଲି କହିଛନ୍ତି ନବ । ଏହାଛଡା ଆସନ୍ତା ୨୪ରେ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ସମୟରେ ନବୀନଙ୍କୁ ସ୍ୱାଗତ କରିବି ବୋଲି କହିଛନ୍ତି ନବୀନ । ଏବେ ନବ ଦାସ ପିସିସିର କାର୍ଯ୍ୟକାରୀ ସଭାପତି ରହିଛନ୍ତି ।

କାଳିଆ କଲ୍ ସେଣ୍ଟର ଦୂର କରୁଛି ହିତାଧିକାରୀଙ୍କ ସନ୍ଦେହ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –  କାଳିଆ ଯୋଜନା ବିଷୟରେ ଲୋକଙ୍କ ସନ୍ଦେହ ଦୂର କରିବା ପାଇଁ ଆରମ୍ଭ ହୋଇଥିବା କଲ୍ ସେଣ୍ଟରକୁ ହଜାର ହଜାର କଲ୍ ଆସୁଛି । ଦିନକୁ ୩୦ ହଜାରରୁ ଅଧିକ କଲ୍ ଆସୁଥିବା ଜଣାପଡିଛି । ଆଉ କଲ୍ ସେଣ୍ଟରରେ ଥିବା କର୍ମଚାରୀ କାଳିଆ ଯୋଜନା ବାବଦରେ ଲୋକଙ୍କୁ ଟିକିନିକି ସୂଚନା ଦେଉଛନ୍ତି ।

ଗାଁ ଗହଳିରୁ କଲ୍ ସେଂଟରକୁ ଘନ ଘନ କଲ୍ ଆସୁଛି । ଲୋକେ ଜାଣିବାକୁ ଚାହୁଁଛନ୍ତି କାଳିଆ ଯୋଜନା ବିଷୟରେ । କଣ ଏହି ଯୋଜନା, କାହାକୁ ଲାଭ ମିଳିବ, କେମିତି ଆବେଦନ କରାଯିବ ଏବଂ ଫର୍ମ କେଉଁଠି ମିଳିବ? ଏମିତି ଅନେକ ପ୍ରଶ୍ନ ରହିଛି ହିତାଧିକାରୀଙ୍କ ମୁହଁରେ । ଆଉ ତାର ଉତର ରଖୁଛନ୍ତି କଲ୍ ସେଂଟରରେ ଥିବା ଗ୍ରାହକ ସେବା କର୍ମଚାରୀ । ଅନେକ ହିତାଧିକାରୀ ଅଭିଯୋଗ ବି କରୁଛନ୍ତି । କାଳିଆ କଲ୍ ସେଂଟରକୁ ଦିନକୁ ୩୦ ହଜାର କଲ୍ ଆସୁଛି ।

ଗଂଜାମରର ଜଣେ ହିତାଧିକାରୀ ପ୍ରଶ୍ନ କରିଥିଲେ , ଆଉ ତାର ଉତର ରଖିଥିଲେ ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନାରେ ହିତାଧିକାରୀଙ୍କୁ ୨୫ ହଜାର ଟଙ୍କା ଯୋଗାଇ ଦିଆଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ଓକାକ୍ ବିଲଡିଂରେ ଗତ ୫ତାରିଖରୁ ଏହି କଲ ସେଂଟର ଖୋଲାଯାଇଛି । ନନଷ୍ଟପ୍ ୨୪ ଘଂଟା କାମ କରୁଛି ଏହି କଲ ସେଂଟର ।

କାଳିଆ ଯୋଜନାର ଲାଭ କିଭଳି ପ୍ରକୃତ ହିତାଧିକାରୀଙ୍କୁ ମିଳିପାରିବ ସେନେଇ ସଚେତନ କରିବା ଏହି କଲ୍ ସେଂଟରର ଉଦ୍ଦେଶ୍ୟ । ଆସନ୍ତା ୨୬ ତାରିଖ ସୁଦ୍ଧା ହିତାଧିକାରୀଙ୍କୁ କାଳିଆ ଯୋଜନା ଟଙ୍କା ମିଳିବ ବୋଲି ସରକାର କହିସାରିଛନ୍ତି । କାଳିଆ ଯୋଜନା ବାବଦରେ ଅଧିକ ଜାଣିବା ପାଇଁ ଟୋଲ ଫ୍ରି ନମ୍ବର ୧୮୦୦୫୭୨୧୧୨୨ରେ କଲ କରି ପୂରା ତଥ୍ୟ ଜାଣି ପାରିବେ ।

୨୦୧୯ ନିର୍ବାଚନ ପୂର୍ବରୁ ଓଡିଶା ରାଜନୀତିିରେ ହେବ କି ନୂଆ ସମୀକରଣ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟ ରାଜନୀତିରେ ନୂଆ ସମୀକରଣକୁ ନେଇ ଚର୍ଚା ଭିତରେ ଆଜି ମିଳିଛି ନୂଆ ସଙ୍କେତ । ଆଉ ଏହି ସଙ୍କେତ ଦେଇଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଦାମଙ୍କ ମୁହଁରେ ଶୁଣିବାକୁ ମିଳିଛି କଂଗ୍ରେସର ପ୍ରଶଂସା । ସିଧା ସଧା କହିଛନ୍ତି, କଂଗ୍ରେସରେ ସାମିଲ ହେବାରେ ଅନ୍ୟମାନଙ୍କର କୁଂଠା ଥାଇପାରେ , କିନ୍ତୁ ତାଙ୍କର କିଛି କୁଣ୍ଠା ନାହିଁ । ସେହିପରି ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି, ବିଜେପି ଓ ବିଜେଡି ଠାରୁ କଂଗ୍ରେସ ଭଲ ।

ତିଆରି ହେଉଛି କି ନୂଆ ସମୀକରଣ ? ଦାମଙ୍କୁ ଅଡୁଆ ନୁହେଁ କଂଗ୍ରେସ । ଏଭଳି କଥା ଖୋଦ ନିଜେ କହିଛନ୍ତି ଦାମ । ଦାମଙ୍କ ମୁହଁରୁ କଂଗ୍ରେସ ପ୍ରଶଂସା ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । କିନ୍ତୁ ଯେତେବେଳେ ନିର୍ବାଚନ ପାଖେଇ ଆସେ, ସେତେବେଳେ ନୂଆ ସମୀକରଣ ମଧ୍ୟ ତିଆରି ହୂଏ । ନିର୍ବାଚନ ପୂର୍ବରୁ ନୂଆ ଦଳ ଗଠନ କରି ନବୀନଙ୍କୁ ଚ୍ୟାଲେଂଜ୍ କରିବା ଏକ ପ୍ରକାର ଅସମ୍ଭବ ବୋଲି ମନେ କରୁଛନ୍ତି ବିଜୁ ଅନୁଗତ । ତେଣୁ ଜାତୀୟ ଦଳ ସହ ବୁଝାମଣା କରି ବିଜେଡିକୁ ମାତ୍ ଦେବାକୁ ଚିନ୍ତା କରୁଛନ୍ତି ।

ରାଜନୀତିର ପଶାପାଲିରେ ୨୦୧୯ ନିର୍ବାଚନ ଏକ ଏଭଳି ପରିସ୍ଥିତି ସୃଷ୍ଟି କରିଛି ଯାହା ହୁଏତ ଏହି ନେତାମାନେ କେବେ କଳ୍ପନା କରିନଥିଲେ । ବିଜୟ ଓ ଦିଲୀପ କିଛିଦିନ ପୂର୍ବରୁ ବିଜେପି ଛାଡିଥିବା ବେଳେ ଗତ କିଛି ଦିନ ହେବ ବୈଜୟନ୍ତଙ୍କ ଟ୍ୱିଟ୍ ଏବେ ବିଜେପି ବିରୋଧୀ ଆଭିମୁଖ୍ୟ ପ୍ରଦର୍ଶନ କରୁଛି । ଆଉ ଏସବୁ ଭିତରେ ଆଗକୁ ଆସୁଛି ୨୦୧୯ ନିର୍ବାଚନ । ତେଣୁ ବିଜୁ ଅନୁଗତ ମାନେ ଏକାଠି ହୋଇ ଏକ ଦଳ ଗଢିବାର ସମ୍ଭାବନା ସୃଷ୍ଟି ହୋଇଛି । ବିଜୟ ମହାପାତ୍ର, ଡାଃ ଦାମୋଦର ରାଉତ, ଦିଲ୍ଲୀପ ରାୟ, ବୈଜୟନ୍ତ ପଣ୍ଡା, ପଂଚାନନ କାନୁନଗୋ, ବ୍ରଜ ତ୍ରିପାଠୀ ଆଉ ଖାରବେଳ ସ୍ୱାଇଁ । ରାଜ୍ୟ ରାଜନୀତିର ଏହି ସପ୍ତରଥୀ ୨୦୧୯ ନିର୍ବାଚନରେ କଣ ନିଷ୍ପତି ନେଉଛନ୍ତି, ଏବେ ତାହାରି ଉପରେ ମସସ୍ତଙ୍କ ନଜର ।