ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ରଜତ ଜୟନ୍ତୀ ପାଳିତ ।

!! ଯାଜପୁର ଜିଲ୍ଲା ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!

ଯାଜପୁର ଜିଲ୍ଲା ବରୀ ବ୍ଲକ ଚନ୍ଦନପୁର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ୨୫ ବର୍ଷ ପୂର୍ତ୍ତି ଅବସରରେ ରଜତ ଜୟନ୍ତୀ ସମାରୋହ ଗତ ୧୧ ଓ ୧୨ ତାରିଖ ଦିନ ପାଳିତ ହୋଇ ସମାପନ ହୋଇଯାଇଛି ।

ଏହି ଉତ୍ସଵ କୁ ବରୀ ବିଧାୟକ ଦେବାଶିଷ ନାୟକ ଦୀପ ପ୍ରଜ୍ବଳନ କରି ଆରମ୍ଭ କରିଥିଲେ ।
ଏହି ଅବସର ରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ଯାଜପୁର ସାଂସଦ ରିତା ତରାଇ , ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର , ପରିଚାଳନା କମିଟି ର ସଭାପତି କେଦାର ସାମଲ , ରାଜ୍ୟ ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି , ଜିଲ୍ଲା ସମ୍ପାଦକ ବ୍ରଜ କିଶୋର ବିଶ୍ୱାଳ ଏବଂ ବିଦ୍ୟାଳୟ ପ୍ରତିଷ୍ଠାତା ଗଗନ ବିହାରୀ ଜେନା ଯୋଗ ଦେଇ କୁନି କୁନି ପିଲାମାନେ ଦେଶ ର ଭବିଷ୍ୟତ ସ୍ୱରୂପ , ବିଦ୍ୟାଳୟ ଏକ ମନ୍ଦିର , ଛାତ୍ର ଛାତ୍ରୀ ମାନେ ଦେଶ ଗଢିବାରେ ବିଶ୍ୱକର୍ମା , ଶିକ୍ଷକ ମାନେ ବିଦ୍ୟାର୍ଥୀ ଙ୍କ ଭବିଷ୍ୟତ ଚଲା ପଥର ମାର୍ଗ ଦର୍ଶକ ବୋଲି ମତ ପ୍ରକାଶ କରିଥିଲେ ।

ପ୍ରଧାନ ଶିକ୍ଷକ ନିର୍ମଳ ଜେନା ଅତିଥି ପରିଚୟ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ ।

ଅଲ୍ଲିପୁର ଅନନ୍ତ ଗୋପାଳ ସଙ୍ଗୀତ ପ୍ରତିଷ୍ଠାନ ଦ୍ୱାରା ସଙ୍ଗୀତ ପରିବେଷଣ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ବିଦ୍ୟାଳୟ ରେ ଆୟୋଜିତ ବକୃତା ପ୍ରତିଯୋଗିତା ର ଓଡ଼ିଆ ରେ ନବମ ଶ୍ରେଣୀ ଛାତ୍ର ସତ୍ୟମ ଶୁଭାଶିଷ ଜେନା , ଇଂରାଜୀ ରେ ଦଶମ ଶ୍ରେଣୀ ଛାତ୍ରୀ ଅନନ୍ୟା ଜେନା , ହିନ୍ଦୀ ରେ ନବମ ଶ୍ରେଣୀ ଛାତ୍ରୀ ଆଦ୍ୟାଶା ପ୍ରିୟଦର୍ଶନୀ ବେହେରା ଓ ସଂସ୍କୃତ ରେ ଦଶମ ଶ୍ରେଣୀ ଛାତ୍ରୀ ଆକାଂକ୍ଷା ପଣ୍ଡା କୃତିତ୍ୱ ହାସଲ କରି ପୁରସ୍କୃତ କରିଥିଲେ ।

ଉତ୍ସଵ ର ଦ୍ଵିତୀୟ ଦିବସ ରେ ସ୍କୁଲ ର ପ୍ରତିଷ୍ଠାତା ଗଗନ ବିହାରୀ ଜେନା ସଭାପତିତ୍ୱ କରିଥିଲେ । ବରୀ ବ୍ଲକ ଅଧକ୍ଷ୍ୟା ସୁନନ୍ଦା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପିଲାଙ୍କୁ ଶିକ୍ଷାର ମହତ୍ତ୍ୱ ବିଷୟରେ ବୁଝାଇଥିଲେ ।

ମଞ୍ଚ ରେ ବରିଷ୍ଠ ଖବର ଦାତା କିଶୋର ଦ୍ବିବେଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବରୀ ର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଗାଥା ଓ ଶିକ୍ଷା ରେ ବରୀ ର ଭୂମିକା ଗ୍ରହଣିଅ ବୋଲି ମତ ବ୍ୟକ୍ତ କରିଥିଲେ । ଖାଦ୍ୟ ଯୋଗାଣ ନିଗମ ର ପରିଚାଳନା ନିର୍ଦ୍ଦେଶକ ସରୋଜ ସାମଲ, ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ,ରାଜ୍ୟ ଓଷ୍ଟା ର କୋଷାଧ୍ୟକ୍ଷ ପ୍ରେମାନନ୍ଦ ଜେନା , ଓଷ୍ଟା ର ଯାଜପୁର ଜିଲ୍ଲା ସଭାପତି ସନ୍ତୋଷ ବିଶ୍ଵାଳ ଓ ପରିଚାଳନା କମିଟି ର ସଭାପତି କେଦାର ଚନ୍ଦ୍ର ସାମଲ ଓ ସ୍କୁଲ ର ପ୍ରଧାନ ଶିକ୍ଷକ ନିର୍ମଳ ଜେନା ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସର ରେ ରଜତ ରଶ୍ମି ସ୍ମରଣୀକା ଉନ୍ମୋଚନ କରାଯାଇଥିଲା ।

ବୁଦ୍ଧିଜୀବୀ ଓ ଅଭିଭାବକ ମାନେ ସ୍କୁଲ ର ଜୀବନୀ ଉପରେ ଟିପଣି ଦେଇଥିଲେ ।

କୃତ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ସଭା ଭଙ୍ଗ କରାଯାଇଥିଲା ।

କଂଗ୍ରେସ ର କୃଷକ ଜାଗରଣ ସମାବେଶ ।

!! ଯାଜପୁର ଜିଲ୍ଲା ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!

ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ଅଲ୍ଲୀପୁର ଗ୍ରାମ ରାମଚନ୍ଦ୍ର ପୁର ଦୁର୍ଗା ପଡିଆ ଠାରେ କଂଗ୍ରେସ ର ଏକ କୃଷକ ଜାଗରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି ।

ଏହି ସଭା ରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ , ବିରୋଧୀ ଦଳ ଉପନେତା ତଥା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଚିରଂଜିବି ବିଶ୍ୱାଳ , ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ରୁଦ୍ର ରାଜୁ , ପୂର୍ବତନ ପି ସି ସି ସଭାପତି ଜୟଦେବ ଜେନା , ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ସଭାପତି ଚିନ୍ମୟ ପ୍ରସାଦ ବେହୁରା , ବରୀ ର ଯୁବ ନେତା ଉମେଶ ଜେନା , ପିସିସି ମୁଖପାତ୍ର ମନୋଜ ମହାପାତ୍ର ଙ୍କ ସହ ବହୁ ବରିଷ୍ଠ ନେତା ବିଶାଳ ଶୋଭାଯାତ୍ରା ରେ ଆସିବା ସହ ମଞ୍ଚାସୀନ ରହିଥିଲେ ।

କଂଗ୍ରେସ ର ପ୍ରଭାବ ଶାଳୀ ନେତା ମାନେ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ରେ ବିଜେଡ଼ି ଓ କେନ୍ଦ୍ର ରେ ବିଜେପି ର ଅବହେଳା ଏବଂ ଓଡିଶା ପ୍ରତି ବୈମାତୃକ ମନୋଭାବ ପାଈଁ ନିନ୍ଦା କରିବା ସହ ରାଜ୍ୟ ସରକାର ନାରୀ ଙ୍କୁ ଦେଉଥିବା ସୁରକ୍ଷା ର ଅସଲ ରୁପ ନେଇ କଟାକ୍ଷ କରି ସମାଲୋଚନା କରିଥିଲେ ।

ଶ୍ରୀ ପଟ୍ଟନାୟକ ନିଜ ଅଭିଭାଷଣ ରେ ସରକାର କୁ ଆସିଲେ ୫ ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ଼ କରିବା ସହ ପ୍ରତ୍ୟେକ ଚାଷୀ ଙ୍କୁ ସୋଲାର ଯୋଗାଇ ଦିଆଯିବ ଏବଂ ସମସ୍ତ ଚାଷୀ ଙ୍କ ଜମି କୁ ପାଇପ ଲାଇନ ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି କହିବା ସଙ୍ଗେ ବିଜେଡ଼ି ଓ ବିଜେପି କୁ ବହୁ କଟୁ ସମାଲୋଚନା କରିଥିଲେ ।

ମଞ୍ଚାସୀନ ଅତିଥି ବରୀ ର ଯୁବ କଂଗ୍ରେସ ନେତା ଉମେଶ ଜେନା ଙ୍କୁ ଏହି ବିଶାଳ ସମାବେଶ ର ଆୟୋଜନ ନିମନ୍ତେ ଧନ୍ୟବାଦ ଜଣାଇ ବରୀ ଯାହାକୁ ପ୍ରାର୍ଥୀ ଚୟନ କରିବ ତାହାକୁ ଟିକଟ ଦିଆଯିବ ବୋଲି କହିଥିଲେ ।