ଟ୍ରାକ୍ଟର ମାଡ଼ି ଯିବାରୁ ଛାତ୍ର ମୃତ ।

!! ଯାଜପୁର ଜିଲ୍ଲା ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!

ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନସ୍ଥ ସ୍ୱାଇଁଖଣ୍ଡ ପଞ୍ଚାୟତ ର କୁଶ ବଟ ଗ୍ରାମ ର ଚନ୍ଦ୍ର ଜେନା ଙ୍କ ପୁତ୍ର ସୁଭ୍ରଜିତ୍ ଜେନା (୧୨) ସ୍କୁଲ ଯିବା ସମୟ ରେ ଏକ ଟ୍ରାକ୍ଟର ଚଢିଯିବା ରୁ ସେଠାରେ ଉପସ୍ଥିତ ଲୋକ ତୁରନ୍ତ ସୁଭ୍ରଜିତ୍ ଙ୍କୁ ମେଡ଼ିକାଲ ନେଇଥିଲେ , ଡାକ୍ତର ସେଠାରେ ସୁଭ୍ରଜିତ୍ ଙ୍କୁ ମୃତ ଘୋଷଣା କରିଥିଲେ । ଟ୍ରାକ୍ଟର ଚଢାଇ ଥିବା ଡ୍ରାଈଭର ଘଟଣା ସ୍ଥଳ ରୁ ଫେରାର ଥିବା ରୁ ସେଠାରେ ଉପସ୍ଥିତ ଲୋକ ଉତ୍ତେଜନା ରହିଥିବା ଦେଖିବାକୁ ମିଳିଛି ।

ବିଧାୟକ ଙ୍କ ଦ୍ଵାରା ଖେଳ ସାମଗ୍ରୀ ବଣ୍ଟନ ।

!! ଯାଜପୁର ଜିଲ୍ଲା ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!

ଯାଜପୁର ଜିଲ୍ଲା ବରୀ ବ୍ଲକ ବରୀ ଦରଘା ପ୍ରଧାନ ସାଇ ପଡିଆ ରେ ବିଜେଡି ର ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାକୁ ବରୀ ବିଧାୟକ ଶ୍ରୀ ଦେବାଶିଷ ନାୟକ ସଭାପତିତ୍ଵ କରିଥିଲେ । ଏହି ସଭାରେ ବରୀ ବ୍ଲକ ବିଡିଓ ପ୍ରଭାସ ବେଉରା ଓ ପ୍ରାକ୍ତନ ଅଧକ୍ଷ୍ୟା ଭାରତୀୟ ବେହେରା ଉପସ୍ଥିତ ରହିଥିଲେ । ଉକ୍ତ ସଭାରେ ୨୯ ଟି ପଞ୍ଚାୟତ ର ଲୋକେ ଉପସ୍ଥିତ ରହିଥିଲେ । ସରକାର ଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ୫୦ ହଜାର ଟଙ୍କା ର ଖେଳ ସାମଗ୍ରୀ ନିମନ୍ତେ ସମସ୍ତ ପଞ୍ଚାୟତ ରୁ ପ୍ରାୟ ୧୮୦୦ ପିଲା ନାମ ପଞ୍ଜୀକରଣ କରିଥିଲେ । ପରେ ବିଧାୟକ ଙ୍କ ଦ୍ଵାରା ଖେଳ ସାମଗ୍ରୀ ବଣ୍ଟନ କରଯାଇଥିଲା । ବିଧାୟକ ଶ୍ରୀ ନାୟକ ନିଜ ଅଭିଭାଷଣ ରେ ଖେଳ ଉପଯୋଗୀ ସାମଗ୍ରୀ ଯୋଗାଇ ଦିଆଗଲେ ଆଗାମୀ ଦିନ ରେ ପିଲା ମାନେ ଭଲ ଖେଳିବା ସହ ରାଜ୍ୟ ସ୍ତର କୁ ଉର୍ଣ୍ଣିତ ହୋଇପାରିବେ ଏବଂ ୫୦୦ କୋଟି ଟଙ୍କା ବିନିମୟ ରେ ଚାଷୀ ମାନଙ୍କ ନିମନ୍ତେ କ୍ଷେତ କୁ ପାଣି ଓ ଘର ଘର କୁ ପାଇପ ଲାଇନ ସଂଯୋଗ କରାଇବା ନିମନ୍ତେ ଚେଷ୍ଟା ଜାରି ରହିଛି ବୋଲି କହିବ ସଙ୍ଗେ ସଙ୍ଗେ ନୂତନ ବର୍ଷ ର ଅଭିନନ୍ଦନ ଜଣାଇଥିଲେ ।

ଉଚ୍ଚଶିକ୍ଷା ପାଇଁ ବର୍ଷକୁ ୨୦ ହଜାର ; ସରକାରଙ୍କର ନୂଆ ଯୋଜନା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଅର୍ଥାଭାବରୁ କେହି ଆଉ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ ନାହିଁ । ଅର୍ଥାଭାବ କାରଣରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ପରିବାରର ପିଲାମାନଙ୍କୁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇଦେବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଶୁକ୍ରବାର ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଉଚ୍ଚଶିକ୍ଷା କ୍ଷେତ୍ରରେ ନାମ ଲେଖା ହାର ବଢ଼ାଇବା ନିମନ୍ତେ ଏକ ନୂଆ ଯୋଜନା ପ୍ରଚଳନ କରିବାକୁ ଯାଉଛନ୍ତି।
ଯୁକ୍ତ ଦୁଇରୁ ପିଜି ପର୍ଯ୍ୟନ୍ତ ଅନାଥ ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ ନିମନ୍ତେ ଏବେ ଇ-ମେଧାବୃତ୍ତି, କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଓ ଗ୍ରୀନ ପ୍ୟାସେଜ ଯୋଜନା କାର୍ଯ୍ୟକାରୀ ହେଉଛି। ତେବେ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନୂତନ ଆର୍ଥିକ ସହାୟତା ଯୋଜନାରେ ଗରିବ ପିଲାମାନଙ୍କୁ ବାର୍ଷିକ ୨୦ହଜାର ଟଙ୍କା ଯୋଗାଇଦିଆଯିବ। ପାଠପଢ଼ା ଶେଷ ପର୍ଯ୍ୟନ୍ତ ପ୍ରତିବର୍ଷ ଏହି ସହାୟତା ପ୍ରଦାନ କରାଯିବ। ଏହି ଯୋଜନାରେ ଆବେଦନ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଯୋଗ୍ୟତା ସର୍ତ୍ତାବଳି ସ୍ଥିର କରିଛନ୍ତି। ଏଚଆଇଭି/ଏଡ୍‌ସ ଆକ୍ରାନ୍ତ ପରିବାର, ମାରାତ୍ମକ ରୋଗରେ ପୀଡ଼ିତ ପରିବାର, ଭୁମିହିନ ଓ ବାସହୀନ ପରିବାର, ରୋଜଗାର ନଥାଇ ମହିଳା ମୁଖ୍ୟ ଥିବା ପରିବାରର ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ। ରାଜ୍ୟର ସ୍ବୀକୃତିପ୍ରାପ୍ତ ମହାବିଦ୍ୟାଳୟ,, ଶିକ୍ଷାନୁଷ୍ଠାନ, ବିଶ୍ବବିଦ୍ୟାଳୟରେ ଅଣ୍ଡର ଗ୍ରାଜୁଏଟ କିମ୍ବା ପିଜି ପାଠ୍ୟକ୍ରମରେ ସେମାନେ ନାମ ଲେଖାଇଥିବା ଆବଶ୍ୟକ। ସବୁ ସୂତ୍ରରୁ ପରିବାରର ଆୟ ବାର୍ଷିକ ୧ଲକ୍ଷରୁ ଅଧିକ ହୋଇ ନଥିବ। ରାଜ୍ୟ ସରକାରଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ଏବଂ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ଅଣବୈଷୟିକ ଏବଂ ପିଜି ପାଠ୍ୟକ୍ରମ ନିମନ୍ତେ ଆର୍ଥିକ ସହାୟତା ଦିଆଯିବ।

ଯୋଗ୍ୟ ଛାତ୍ରଛାତ୍ରୀ ଏଥିନିମନ୍ତେ ଉଚ୍ଚଶିକ୍ଷା ବିଭାଗରେ ଉପଲବ୍ଧ ଅନଲାଇନ ଆବେଦନପତ୍ର ଜରିଆରେ ଆବେଦନ କରିପାରିବେ। ଏଥିପାଇଁ ଆବେଦନକାରୀ ଛାତ୍ରଛାତ୍ରୀ ସେମାନଙ୍କ ଆଧାର ସଂଯୋଜିତ ବ୍ୟାଙ୍କ ଆକାଉଣ୍ଟ ଉଚ୍ଚଶିକ୍ଷା ବିଭାଗକୁ ଜଣାଇବାକୁ ଅନୁରୋଧ କରିଛନ୍ତି। ଆର୍ଥିକ ସହାୟତା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରଦାନକରାଯିବ। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲାସ୍ତରୀୟ କମିଟି ଛାତ୍ରଛାତ୍ରୀଙ୍କ ଆବେଦନ ଯାଞ୍ଚ କରି ଚୂଡ଼ାନ୍ତ କରିବା ପରେ କମିଟି ଅର୍ଥ ମଞ୍ଜୁରି ନିମନ୍ତେ ଏହାକୁ ଉଚ୍ଚଶିକ୍ଷା ବିଭାଗକୁ ପଠାଇବ।

ଆଜିର ରାଶିଫଳ ୧୨.୦୧.୨୦୧୯ ଶନିବାର ।

ମେଷ: ଯାତ୍ରାକାଳୀନ ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ଅଛି। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଅଯଥା ବିବାଦରେ ଛନ୍ଦି ହୋଇ ପଡ଼ିବେ। ମୂଲ୍ୟହୀନ ବିତର୍କରେ ଭାଗ ନେବା ଅନୁଚିତ। କେବଳ ଭାଷା ମଧୁମୟ ହେବ।

ବୃଷ: ଈପ୍‌ସିତ କାର୍ୟ୍ୟକୁ ସହଜରେ ହାସଲ କରିପାରନ୍ତି। ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ମିଳିପାରେ। ସୁ-ସମ୍ବାଦ ପାଇବେ। ଜ୍ଞାନ ଅର୍ଜନରେ ଆଗ୍ରହୀ ହେବେ।

ମିଥୁନ: ବିପଦମୁକ୍ତ ହୋଇପାରନ୍ତି। ଶ୍ରମ ସାର୍ଥକ ହେବ। ସୁ-ସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭକାର୍ୟ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।

କର୍କଟ: ଅଭିଳାଷ ପୂରଣ ହେବ। ସତ୍‌ସଙ୍ଗୀ ହୋଇପାରନ୍ତି। କାର୍ୟ୍ୟରେ ସଫଳତା ଲାଭ କରିପାରନ୍ତି। କ୍ଷମତାର ଅଭିବୃଦ୍ଧି ଘଟିପାରେ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। ଦିନଟି ମଧ୍ୟମ ଧରଣର। ଭକ୍ତି ଗାଥା ଶୁଣିବାରେ ଆଗ୍ରହୀ ହେବେ।

ସିଂହ: ଶତ୍ରୁତାର ଅବସାନ ଘଟିପାରେ। ଭ୍ରମଣ ଯୋଗ ଅଛି। ଅର୍ଥାଭାବ ଦେଖାଦେଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କେବଳ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।

କନ୍ୟା: ଦୁର୍ୟୋଗକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି। ବନ୍ଧୁ ମିଳନ ହେବାର ସୂଚନା ମିଳୁଛି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶୁଭକାର୍ୟ୍ୟ ପାଇଁ ଅନୁକୂଳ ରହିଛି। ରୁଚିକର ଭୋଜନ ମିଳିବାର ସୁଯୋଗ ଅଛି।
ତୁଳା: ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବେ। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଶତ୍ରୁ ପରାଜିତ କରିବାରେ ସକ୍ଷମ ହେବେ। ମାନସିକ ଶାନ୍ତି ଫେରି ପାଇବେ। ସୁ-ସମ୍ବାଦ ପାଇବେ। ଶୁଭକାର୍ୟ୍ୟ କରଣୀୟ। ଋଣ ପରିଶୋଧ କରିବେ।

ବିଛା: କାର୍ୟ୍ୟକୁ ଶୃଙ୍ଖଳିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ପାଇ ଉତ୍‌ଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶତ୍ରୁନାଶ କରିବେ। ଧନ ଭୋଗ ସହ ତେଜୀୟାନ ଓ ଐଶ୍ବର୍ୟ୍ୟଯୁକ୍ତ ହେବେ।

ଧନୁ: ଆୟ ବୃଦ୍ଧି ହେବ; ମାତ୍ର ବ୍ୟୟ ତତୋଽଧିକ ହୋଇପାରେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମ ମୂଲ୍ୟାଙ୍କନ ହେବ। କୃଷି କ୍ଷେତ୍ରରୁ ଆୟ ଆସି ଭଣ୍ଡାର ପରିପୂର୍ଣ୍ଣ ହେବ।

ମକର: ଧର୍ମକାର୍ୟ୍ୟରେ ମନୋନିବେଶ କରିବେ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଆର୍ଥିକ ​‌​‌କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭକାର୍ୟ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦିଅଁ ଦର୍ଶନର ସୁ​‌େ​‌ଯାଗ ଅଛି। ଅଶାନ୍ତି ମାତ୍ରା ହ୍ରାସ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।

କୁମ୍ଭ: ଅପ୍ରିୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଆଜି କାର୍ୟ୍ୟ ଆଜି ନ କରି କାଲି କରିବାକୁ ମନସ୍ଥ କରିପାରନ୍ତି। ମାତ୍ର ଏହା ଦୋଷାବହ ହେବ। ଭାଗ୍ୟର ପରିବର୍ତ୍ତନ ଘଟିବ। ରାଜପୂଜା ମିଳିବ। ମହାନ୍ ଦୀକ୍ଷା ଗ୍ରହଣ କରିପାରନ୍ତି।

ମୀନ: ମାଙ୍ଗଳିକ କାର୍ୟ୍ୟରେ ଯୋଗ ଦେବାକୁ ମନ ବଳାଇ ପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତ ମାନର ହେବ।