ଜନ୍ମ ଦିନ ର ଶୁଭେଛା ।
ଜୟ ପ୍ରସାଦ ମହାରଣା ଙ୍କୁ ୭ମ ତମ ଜନ୍ମ ଦିବସ ରେ ଅନେକ ଅନେକ ଶୁଭେଛା ଓ ଆଶୀର୍ବାଦ । ତୁମେ ସତ ସତ ଜନ୍ମ ଦିନ ପାଳନ କରୁଥାଅ ଏହା ହିଁ ଆମ କାମନା ।
– ବାପା , ମା , ଜେଜେ ବାପା , ଜେଜେ ମା ଓ ଏଥର ସମ୍ଭାଳ ପରିବାର –
ଜୟ ପ୍ରସାଦ ମହାରଣା ଙ୍କୁ ୭ମ ତମ ଜନ୍ମ ଦିବସ ରେ ଅନେକ ଅନେକ ଶୁଭେଛା ଓ ଆଶୀର୍ବାଦ । ତୁମେ ସତ ସତ ଜନ୍ମ ଦିନ ପାଳନ କରୁଥାଅ ଏହା ହିଁ ଆମ କାମନା ।
– ବାପା , ମା , ଜେଜେ ବାପା , ଜେଜେ ମା ଓ ଏଥର ସମ୍ଭାଳ ପରିବାର –
!! ଯାଜପୁର ଜିଲ୍ଲା ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!
ଯାଜପୁର ଜିଲ୍ଲା ବଡଚଣା ବ୍ଲକ କୋଲୋତା ଗିରି ପଞ୍ଚାୟତ ପର୍ବତ ପଣସୁଆ ଗ୍ରାମ ରେ ବାସ କରନ୍ତି ରବୀନ୍ଦ୍ର ସାହୁ (୨୫) । ଛୋଟ ବେଳୁ ରବୀନ୍ଦ୍ର ବିକଳାଙ୍ଗ ହୋଥିବାରୁ ତାଙ୍କ ଦୁଇ ଗୋଡ ଭଲ ଭାବେ କାମ କରୁନଥିବା ଜଣାପଡିଛି । ରବୀନ୍ଦ୍ର ନିଜ ମା ଙ୍କ ସହ ମିଳିମିଶି ଗ୍ରାମ ରେ ରହୁଥିବା ବେଳେ ରବୀନ୍ଦ୍ର ଙ୍କ ଚଳଣି ନିମନ୍ତେ ସେଭଳି କୌଣସି ରୋଜଗାର ନଥିବା ସେ କହିଛନ୍ତି । ରବୀନ୍ଦ୍ର ଙ୍କ ସାନ ଭଉଣୀ ଭୁବନେଶ୍ଵର ର ଏକ ଘରୋଇ ସିଲେଇ କମ୍ପାନୀ ରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି ଏବଂ ରବୀନ୍ଦ୍ର ଗ୍ରାମ ର ୪ ରୁ ୫ ଜଣ ପିଲା ଙ୍କୁ ଟିଉସନ କରି ଭାଇ ଭଉଣୀ ଯାହା ପାଆନ୍ତି ସେଥିରେ ପରିବାର ଚାଲେ । ସରକାର ଙ୍କ ପକ୍ଷରୁ ରବୀନ୍ଦ୍ର ଙ୍କୁ ମାସିକ ୩୦୦ ଟଙ୍କା ଭତ୍ତା ଓ ମାସିକ ଚାଉଳ ବାବଦ କୁ ୨୦୦ ଟଙ୍କା ବ୍ୟତୀତ ଅନ୍ୟ କୌଣସି ସହାୟତା ର ରାସ୍ତା ନାହିଁ । ଦିବ୍ୟ।ଙ୍ଗ ହୋଇଥିବା ବେଳେ ତାଙ୍କୁ ଆଜକୁ ୫ ରୁ ୬ ବର୍ଷ ହେବ ସରକାର ଙ୍କୁ ଏକ ୩ ଚକିଆ ସାଇକେଲ ଯୋଗାଇ ଦେବାକୁ ବାରମ୍ବାର ଅନୁରୋଧ କରିବା ସତ୍ଵେ ସମ୍ପୃକ୍ତ ଅଧିକାରୀ କର୍ଣ୍ଣପାତ କରୁନଥିବା ରବୀନ୍ଦ୍ର ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସେ ଚଲାଉଥିବା ସାଇକଲ ମଧ୍ୟ ଏକ ବଦାନ୍ୟ ବ୍ୟକ୍ତି ପ୍ରଦାନ କରିଥିବା ସେ ପ୍ରକାଶ କରିଛନ୍ତି । ରବୀନ୍ଦ୍ର ଙ୍କୁ ଯିବା ଆସିବା ନିମନ୍ତେ ସରକାର ଙ୍କ ପକ୍ଷରୁ ସାଇକଲ ଟିଏ ସହ ବସ ପାସ ଓ ଦିବ୍ୟାଙ୍ଗ ଙ୍କୁ ମିଳୁଥିବା ସମସ୍ତ ମେଡିକାଲ ସୁବିଧା ସୁଯୋଗ ମିଳି ପାରିଲେ ରବୀନ୍ଦ୍ର ଙ୍କ ଦୁଃଖ ଦୂର ହେବ ବୋଲି ରବୀନ୍ଦ୍ର କହିଛନ୍ତି ।
ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଅବିଭକ୍ତ କୋରାପୁଟ ଜିଲ୍ଲା ଠାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗୁଣପୁର ଓକିଲ ସଂଘ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା କୁ କେନ୍ଦ୍ର କରି ସ୍ଥାନୀୟ ପୋଲିସ ପକ୍ଷରୁ ବ୍ରହ୍ମାନନ୍ଦ ପଟ୍ଟନାୟକ , ବିଶ୍ୱନାଥ ସାହୁ , ସନ୍ତୋଷ ସାହୁ , ପ୍ରମୋଦ ସାହୁ ଓ ଏସ୍ ବାବା ପ୍ରସାଦ ଓକିଲ ଏବଂ ଅନ୍ୟ ୩୦ ଜଣ ଓକିଲ ଙ୍କ ନାମରେ କେସ୍ ନମ୍ବର୍ – ୩୬୬/୨୦୧୮ କ୍ରମେ ଭାରତୀୟ ପିଙ୍ଗଳ କୋଡ଼୍ ଧାରା ୧୪୩ , ୧୪୯ , ୨୯୦ ଓ ୪୩୧ କ୍ରମେ କେସ୍ ଦାୟାର କରିଥିବା ଜଣା ପଡ଼ିଛି ।
ବନ୍ଦ ଡାକରା ଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇ ଗୁଣପୁର ସହର ର ବ୍ୟବସାୟୀ ପ୍ରତିଷ୍ଠାନ , ବସ୍ , ଟ୍ରକ , ଅଟୋ କର୍ମଚାରୀ ଏବଂ ଛାତ୍ର ସଙ୍ଗଠନ ଏଥିରେ ସାମିଲ ହୋଇ ବନ୍ଦ କୁ ସମ୍ପୂର୍ଣ୍ଣ ସଫଳ କରିଥିଲେ । ବନ୍ଦ ଦିନ ସ୍ଥାନୀୟ ଅଞ୍ଚଳ ରେ କୌଣସି ଦଙ୍ଗା , ହର୍ତାଳ କିମ୍ବା ଭଙ୍ଗାରୁଜା ଭଳି କୌଣସି କ୍ଷୟକ୍ଷତି ଘଟି ନଥିବା ବେଳେ ସ୍ଥାନୀୟ ପୋଲିସ ବିଭାଗ ପକ୍ଷରୁ ଥାନା ଭାର ପ୍ରାପ୍ତ ଅଧିକାରୀ ଶ୍ରୀ ରବୀନ୍ଦ୍ର ପାତ୍ର ଏଭଳି ଏକ ମାମଲା ଓକିଲ ମାନଙ୍କ ବିରୁଦ୍ଧ ରେ ରୁଜ କରିଥିବା ସ୍ଥାନୀୟ ଅଞ୍ଚଳ ବାସୀ ଙ୍କୁ ବିସ୍ମୟ କରିଛି । ଏହାକୁ ବିରୋଧ କରି ଗୁଣପୁର ଓକିଲ ସଂଘ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଆହ୍ୱାନ କରାଯାଇଥିଲା ।
ଏହି ବୈଠକ ରେ ସମସ୍ତ କାର୍ଯ୍ୟରତ ଓକିଲ ବୃନ୍ଦ ଯୋଗଦେଇ ପୋଲିସ ର ଏତାଦୃଶ୍ୟ କାର୍ଯ୍ୟ କଳାପ ପ୍ରତି ନିନ୍ଦା ପ୍ରକଟ କରିଥିଲେ । ବୈଠକ ର ନିଷ୍ପତି କ୍ରମେ ଗୁଣପୁର ଓକିଲ ସଂଘ ପକ୍ଷରୁ ୨ ଦିନିଆ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି । କାହା ନିର୍ଦ୍ଧେଶ ରେ ଗୁଣପୁର ଥାନା ଭାର ପ୍ରାପ୍ତ ଅଧିକାରୀ ଶ୍ରୀ ରବୀନ୍ଦ୍ର ପାତ୍ର ଙ୍କ ଦ୍ୱାରା ଓକିଲ ଙ୍କ ବିରୋଧ ରେ ଏଭଳି ମକଦମା ରୁଜୁ କରାଯାଇଛି ତଦନ୍ତ କରାଯିବା ସହ ଥାନା ଅଧିକାରୀ ଶ୍ରୀ ପାତ୍ର ଗୁଣପୁର ବାର୍ କାଉନସିଲ ନିକଟ ରେ କ୍ଷମା ପ୍ରାର୍ଥନା କରିବା ଲାଗି ସଂଘ ସଭାପତି ଶ୍ରୀ ବ୍ରହ୍ମା ନନ୍ଦ ପଟ୍ଟନାୟକ ଜଣାଇଛନ୍ତି । ଓକିଲ ଏବଂ ପୋଲିସ ଙ୍କ ମଧ୍ୟରେ ହୋଇଥିବା ଏହି ମତାନ୍ତର ର ସମାଧାନ ନେଇ କତୃପକ୍ଷ ଦୃଷ୍ଟି ନ ଦେଲେ ଆଗାମୀ ଦିନ ରେ ଏହା ର ପ୍ରତିଫଳନ ସ୍ଥାନୀୟ ଜଣ ସାଧାରଣ ଙ୍କ ଜୀବନ ଜୀବିକା ଉପରେ ପଡିବ ସମ୍ଭାବନା କୁ ଦୂରେଇ ଦିଆଯାଇନପାରେ ।
ଆଇନଜୀବୀ ଙ୍କ ମଧ୍ୟରେ ଏହାକୁ ନେଇ ଘନଉ ଥିବା ତାତି ର ଉପଶମ ନ ହେଲେ ବରିଷ୍ଠ ନାଗରିକ କହିବେ ଏଥକୁ ଏଥର ସମ୍ଭାଳ ।
ଏଥର ସମ୍ଭାଳ ବ୍ୟୁରୋ (ବେଜିଂ) – ଭାରତ ପଡୋଶୀ ଦେଶ ଚୀନ ଏକ ଅତ୍ୟାଧୁନିକ ସାମୁଦ୍ରିକ ରାଡ଼ର ବିକଶିତ କରିଥିବା ଜାଣିବାକୁ ମିଳିଛି। ଏହି ରାଡ଼ର ପୂରା ଭାରତ ଉପରେ ନଜର ରଖିପାରିବ। ଏହି ରାଡ଼ର ବହୁ ଶକ୍ତିଶାଳୀ ଏବଂ କ୍ଷମତା ବହୁ ଅଧିକ ରହିଛି। ଏହା କୌଣସି ଛୋଟ ଅଞ୍ଚଳ ନୁହଁ ବରଂ ଭାରତର ସମସ୍ତ କୋଣ ଅନୁକୋଣ ଉପରେ ନଜର ରଖିପାରିବ। ଚୀନ ଗଣମାଧ୍ୟମରେ ବୁଧବାର ପ୍ରକାଶିତ ରିପୋର୍ଟ ଅନୁସାରେ ଘରୋଇସ୍ତରରେ ଏହି ରାଡ଼ର ବିକଶିତ କରାଯାଇଛି। ଚୀନର ନୌସେନା ପାଇଁ ଏହି ରାଡ଼ରକୁ ପ୍ରସ୍ତୁତ କରାଯାଇଛି ଓ ଏହା ଦକ୍ଷିଣ ଚୀନ ସାଗର ସହ ଆଖପାଖ ସମୁଦ୍ର ଉପରେ ନଜର ରଖିବ। ଅତ୍ୟାଧୁନି ଜ୍ଞାନକୌଶଳରେ ନିର୍ମିତ ଅନ୍ୟ ରାଡର ତୁଳନାରେ ଏହି ରାଡ଼ର ଶତ୍ରୁ ପକ୍ଷର ଯୁଦ୍ଧ ବିମାନ, ବୁଡ଼ା ଜାହାଜ ଏବଂ କ୍ଷେପଣାସ୍ତ୍ର ସମ୍ପର୍କରେ ବହୁ ଆଗରୁ ସତର୍କ କରାଇଦେବ। ଓଭର ଦି ହରାଇଜନ (ଓଟିଏଚ୍) ନାମକ ଚୀନର ଏହି ରାଡ଼ର ପ୍ରୋଗାମରେ ସାମିଲ ବୈଜ୍ଞାନିକଙ୍କ କହିବା ଅନୁସାରେ ଚାଇନିଜ ଆକାଡେମୀ ଅଫ ସାଇସେଂଜ (ସିଏଏସ୍)ର ଶିକ୍ଷାବିତ୍ ଲିୟୁ ୟୋଙ୍ଗତାନ ଏହାକୁ ବିକଶିତ କରିଛନ୍ତି। ଏହି ନୂଆ ରାଡର ଦ୍ୱାରା ଚୀନର ସାମରିକ ଶକ୍ତି ବୃଦ୍ଧି ପାଇଛି। ନିକଟରେ ଚୀନ ତିବ୍ବତରେ ହାଲକା ଯୁଦ୍ଧ ଟ୍ୟାଙ୍କ ଓ ହାଉତିଜର ତୋପ୍ ମୁତୟନ କରିଛି। ଏହି ନୂଆ ରାଡର ଏବେ ଭାରତ ପାଇଁ ଚିନ୍ତାର କାରଣ ସାଜିଛି।
ଏଥର ସମ୍ଭାଳ ବ୍ୟୁରୋ (ମୋହନା) – ସ୍ଥାନୀୟ ଥାନା ଅନ୍ତର୍ଗତ ଯୁବ ପଞ୍ଚାୟତର ନୁଣ୍ଡ୍ରୃଜ୍ ଗ୍ରାମ ନିକଟ ଜଙ୍ଗଲରୁ ପୁଲିସ୍ ଏଗାର କୋଟି ଟଙ୍କାର ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରିଥିବା ଜଣାପଡ଼ିଛି। ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମୂଲ୍ୟ କୁମାର ଦାସଙ୍କ ନିର୍ଦ୍ଦେଶରେ ପାରଳାଖେମୁଣ୍ଡିର ସ୍ୱତନ୍ତ୍ର ଟିମ୍ , ମୋହନା ପୁଲିସ୍ , ରାଜସ୍ୱ ନୀରିକ୍ଷକ ଓ ଅବକାରୀ ବିଭାଗ କର୍ମ•ରୀଙ୍କ ମିଳିତ ଚଢ଼ାଉରେ ମଙ୍ଗଳବାର ସକାଳ ୮ଟା ରେ ଏହି କାର୍ଯ୍ୟ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୧ କୋଟି ଟଙ୍କା ହେବ ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି। ଏହି ଚଢ଼ାଉରେ ମୋହନା ତହସିଲ୍ଦାର କଲ୍ୟାଣୀ ସଂଘମିତ୍ରା ଦେବୀ ମ୍ୟାଜିଷ୍ଟ୍ରେଟ୍ ଦାୟିତ୍ୱ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଦାସଙ୍କ କହିବା ଅନୁସାରେ ଗଜପତି ଜିଲ୍ଲାରେ ଗଞ୍ଜେଇ ଚୋରା ଚାଳାଣ ରୋକିବା ଓ ଗଞ୍ଜେଇ ଚାଷର ମୂଳ ଉତ୍ପାଡ଼ନ କରିବା ପାଇଁ ଏହି ଚଢ଼ାଉ ଆଗାମୀ ଦିନରେ ଜାରି ରହିବ ବୋଲି କହିଛନ୍ତି।
ମେଷ: ମାନସିକ ଶାନ୍ତି ଫେରି ପାଇବେ। ସରକାରୀ ଅନ୍ୟାନ୍ୟ ସ୍ତରରୁ ଆୟ ଆସିପାରେ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଲୋକପ୍ରିୟତା ଅର୍ଜନ କରିବେ।
ବୃଷ: ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ସୁ-ସମ୍ପର୍କ ରହିବ। କାର୍ୟ୍ୟ ହାସଲ କରିବାରେ ସକ୍ଷମ ହେବେ। କୁଳ ଉଳକାରୀ ହେବେ। ମନରେ ପ୍ରସନ୍ନତା ଦେଖାଦେବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭରେ ଚାଲିବ।
ମିଥୁନ: ଲାଗି ରହିଥିବା ବିବାଦ ନିର୍ବିଘ୍ନରେ ସମାଧାନ ହୋଇପାରେ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ।
କର୍କଟ: ମାନସିକ ସ୍ତରରେ ଦୁର୍ବଳ ରହିବେ। କଳହ ଜନିତ ମାନସିକ ପୀଡ଼ା ଅନୁଭବ କରିପାରନ୍ତି।ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହୋଇପାରେ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।
ସିଂହ: ବହୁ ସହଯୋଗୀ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ଶାନ୍ତ ଓ ଧୈର୍ୟ୍ୟବାନ୍ ହେବେ। ମନରେ ଅହଂଭାବ ଆସିପାରେ। ପତ୍ନୀଙ୍କ ପରାମର୍ଶର ଉପାଦେୟ ହେବ। କାର୍ୟ୍ୟରେ ସଫଳ ହେବେ।
କନ୍ୟା: ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଢ଼େର ସୁନାମର ଅଧିକାରୀ ହେବେ। କାର୍ୟ୍ୟ କ୍ଷେତ୍ରକୁ ଶୃଙ୍ଖଳିତ କରିପାରନ୍ତି। ବିପଦ ଏଡ଼ାଇ ଆଗକୁ ବଢ଼ିବେ।
ତୁଳା: ଆଲୋଚନା ମାଧ୍ୟମରେ କାର୍ୟ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଧାର୍ମିକ ଓ ତେଜସ୍ବୀ ହେବେ। ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ।
ବିଛା: ପାରସ୍ପରିକ ବୁଝାମଣା ଠିକ୍ ରହିବ। ବାଦ-ବିବାଦର ସମାଧାନ ହେବ। ଉଦାର ସ୍ବଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ବିଶିଷ୍ଟ ବ୍ୟକ୍ତିଭାବେ ମର୍ୟ୍ୟାଦା ମିଳିବ। ସୁସ୍ଥ ଓ ନିରାମୟ ରହିବେ। କୃଷିକ୍ଷେତ୍ରରୁ ଲାଭ ପାଇବେ।
ଧନୁ: କଥାରେ ଲୋକଙ୍କୁ ବାନ୍ଧି ରଖିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ମନପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ମଧୁରଭାଷୀ ହେବେ। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ।
ମକର: ବିଭିନ୍ନ ସ୍ତରରୁ ସୁପରାମର୍ଶ ମିଳିବ। ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବର ଆଧାର ହୋଇପାରନ୍ତି। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି।
କୁମ୍ଭ: କିଛି ସମୟ ପାଇଁ ବ୍ୟକ୍ତିଗତ କାର୍ୟ୍ୟ କରିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଐଶ୍ବର୍ୟ୍ୟଯୁକ୍ତ ହେବେ। ମୋକଦ୍ଦମାରେ ଜିଣି ଧନଲାଭ ହେବାର ସୂଚନା ମିଳୁଛି।
ମୀନ: ପରିଶ୍ରମ ଯେତେ ଅଧିକ କଲେ ବି ସଫଳତା ମିଳିବା କଷ୍ଟସାଧ୍ୟ ହେବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଖର୍ଚ୍ଚ ପରିମାଣ ବୃଦ୍ଧି ହୋଇପାରେ। ଚଞ୍ଚଳ ସ୍ବଭାବର ହେବେ। ଚକ୍ଷୁରେ ଯନ୍ତ୍ରଣା ଉପୁଜି ପାରେ। ସାହସୀ ଓ ଜ୍ଞାନୀ ହେବେ।
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଆସନ୍ତା ଜାନୁଆରୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବେ । ଏହି ଅବସରରେ ବଲାଙ୍ଗୀର ଠାର ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ଏକ ସାଧାରଣ ସଭାରେ ମଧ୍ୟ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ନେଇ ବୁଧବାର ସମ୍ଭାବ୍ୟ କାର୍ଯ୍ୟସୂଚୀ ଜାରି କରାଯାଇଛି ।
ଏହି କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୧୫ ତାରିଖ ସକାଳ ସାଢେ୯ଟାରେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଂଚିବେ । ସେଠାରୁ ହେଲିକପ୍ଟର ଯୋଗେ ସେ ବଲାଙ୍ଗିର ଯିବେ । ସକାଳ୧୦ଟା ୪୦ରେ ବଲାଙ୍ଗିର ରେଲୱେ ଷ୍ଟେସନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ । ସେଠାରୁ ପ୍ରଧାନମନ୍ତ୍ରୀ ହେଲିକପ୍ଟରରେ ପଥରଚେପା ଯାଇ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ । ୧୧ଟା ୪୫ ମିନିଟରୁ ଏହି ସଭା ଅ।ରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ସାଢେ଼ ୧୨ଟାରେ ସଭା ସରିବା ପରେ ପ୍ରଧାନମନ୍ତ୍ରୀ ସେଠାରୁ ଝାରସୁଗୁଡ଼ା ଯିବେ । ସେଠାରୁ ସେ ଅପରାହ୍ଣ ଗୋଟାଏ ୪୫ ମିନିଟରେ କେରଳର ତିରୁଅନନ୍ତପୁରମ୍ ଯିବାର କାର୍ଯ୍ୟକ୍ରମ ରହିଛି ।