ବୁଲିବାକୁ ଯିବା ସମୟରେ ବାନ୍ତି ହେଉଥିଲେ ଆପଣାନ୍ତୁ ଏହି ୪ଟି ଉପାୟ

କିଛି ଲୋକ ବୁଲିବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ବାହାରକୁ ବୁଲିବାକୁ ଯିବା ସମୟରେ ହେଉଥିବା ଅସୁବିଧା ପାଇଁ କିଛି ଲୋକ ନିଜ ପସନ୍ଦକୁ ପୂରା କରି ପାରନ୍ତି ନାହିଁ । ବସ୍‌ ବା କାର୍‌ ଯୋଗେ ଦୂର ସ୍ଥାନକୁ ଯିବା ବେଳେ କିଛି ଲୋକଙ୍କର ବାନ୍ତି ହୋଇଥାଏ । ଯାହାଫଳରେ କି ସେମାନେ ଦୂର ସ୍ଥାନକୁ ଯିବା ପାଇଁ ଡ଼ରି ଥାଆନ୍ତି । ଯଦି ଆପଣ ସେମାନଙ୍କ ମଧ୍ୟରୁ ଜଣେ ଏବଂ ଏହି ସମସ୍ୟା ପାଇଁ ଆପଣ ଦୂର ସ୍ଥାନକୁ ଯିବା ଛାଡ଼ି ଦେଇଛନ୍ତି ତେବେ ଏହି ଉପାୟ ଆପଣାନ୍ତୁ । ଏହି ଉପାୟ ଆପଣାଇ ଆପଣ ନିଜର ଯାତ୍ରା ସୁଖମୟ କରି ପାରିବେ । ତେବେ ଆସନ୍ତୁ ଜାଣିବା ଯାତ୍ରା ସମସୟରେ ବାନ୍ତି ଲାଗିଲେ କ’ଣ କରିବେ ।

୧. ଯଦି ଆପଣ କୌଣସି ଦୂର ସ୍ଥାନକୁ ଯାଉଛନ୍ତି ତେବେ ମସଲା ଜିନିଷ ଅଧିକ ଖାଆନ୍ତୁ ନାହିଁ । ମସଲା ଜିନିଷ ଖାଇବା ଦ୍ୱାରା ପେଟ ଖରାପ ହେବା ସହ ଗ୍ୟାସ ହୋଇ ଯାଇଥାଏ । ଯାହା ଫଳରେ ଆପଣଙ୍କୁ ବାନ୍ତି ଲାଗିଥାଏ । ସେଥିପାଇଁ ହଜମ ହେବାକୁ ସମୟ ଲାଗୁଥିବା ଖାଦ୍ୟ ଯାତ୍ରା ସମୟରେ ଖାଆନ୍ତୁ ନାହିଁ ।
୨.ଲବଙ୍ଗ : କିଛି ଲବଙ୍ଗ ନେଇ ତାକୁ ଭଲ ଭାବରେ ପେଶି ଏହାକୁ ଏକ ଡ଼ବାରେ ରଖି ଦିଅନ୍ତୁ । ଯାତ୍ରା କରିବା ସମୟରେ ଯେତେବେଳେ ଆପଣଙ୍କୁ ବାନ୍ତ ଲାଗିବା ସେତେବେଳେ ଲବଙ୍ଗ ଚୂନାରେ ଚିନି ଏବଂ କଳା ଲୁଣ ମିଶାଇ ଖାଆନ୍ତୁ । ଏହାକୁ ଖାଇବାର କିଛି ସମୟ ପରେ ଆପଣଙ୍କର ଏହି ଅସୁବିଧା ଦୂର ହୋଇଯିବ ।
୩.ଅଦା : ଅଦାରେ ଆଣ୍ଟିମେଟ୍ରିକ୍‌ ଗୁଣ ରହିଛି ଯାହା ବାନ୍ତିକୁ ରୋକିଥାଏ । ଯାତ୍ରା ଆରମ୍ଭ କରିବା ପୂର୍ବରୁ ସାଥୀରେ ଅଦା ନେଇଥାଆନ୍ତୁ । ଯେତେବେଳେ ଆପଣଙ୍କୁ ବାନ୍ତି ଆସିବା ଭଳି ଅନୁଭବ ହେବ ସେତେବେଳେ ଅଦା ବା ଅଦା ଚା’ ପିଅନ୍ତୁ । ଏହାକୁ ପିଇବା ପରେ ବାନ୍ତିର ସମସ୍ୟା ରହି ନଥାଏ ।
୪.ଲେମ୍ବୁ : ଲେମ୍ବୁରେ ସାଇଟ୍ରିକ୍‌ ଏସିଡ୍‌ ରହିଛି ଯାହା ଶରୀର ପାଇଁ ଲାଭ ଦାୟକ । ବାନ୍ତି ଲାଗିବା ବେଳେ ଗୋଟେ ଗ୍ଲାସ ଗରମ ପାଣିରେ ଲେମ୍ବୁ ଚିପୁଡ଼ି ସେଥିରେ କଳା ଲୁଣ ମିଶାଇ ପିଅନ୍ତୁ । ତୁରନ୍ତ ଆରାମ ମିଳିବ ।

କଲରା ଜୁସ୍‌ ପିଅନ୍ତୁ ଓ ରୋଗମୁକ୍ତ ରୁହନ୍ତୁ, ଜାଣନ୍ତୁ କଲରା ଜୁସ୍‌ ପିଇବାର ଫାଇଦା ବିଷୟରେ…

କଲରା ଜୁସ୍‌ ପିଇବାର ଅନେକ ଫାଇଦା ରହିଛି ବୋଲି ଯୋଗଗୁରୁ ବାବା ରାମଦେବ ତାଙ୍କ ଯୋଗ ଶିବିରରେ ପ୍ରାୟ ଉପଦେଶ ଦେଇଛନ୍ତି। ଏହା ସହ ଆୟୁର୍ବେଦରେ ବତାଯାଇଛି ଯେ କଲରାରେ ଏମିତି ନ୍ୟୁଟ୍ରିସନ୍‌ ଥାଏ ଯାହା ବହୁତ ପ୍ରକାର ଶାରୀରିକ ସମସ୍ୟାରୁ ମୁକ୍ତି ଦେଇଥାଏ। ଜାଣନ୍ତୁ ଏହି ଜୁସ୍‌ ପିଇବାର କିଛି ଉପଚାର ବିଷୟରେ….
ଏଥିରେ ଅଛି ଫାଇବର: ଏହାକୁ ପିଇଲେ ଲମ୍ବା ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ ଏବଂ ଓଜନ ମଧ୍ୟ କମ୍‌ ହୋଇଥାଏ।
ଏଥିରେ ଅଛି ଅଲ୍କେଲାଇଡ୍‌ସ୍‌: ଏହା ଦ୍ୱାରା ବ୍ଲଡ୍‌ ସର୍କୁଲେସନ୍‌ରେ ଉନ୍ନତି ହୋଇଥାଏ।
ଏଥିରେ କୋଲେଷ୍ଟ୍ରଲ୍‌ ର ମାତ୍ରା କମ୍‌ ଅଛି: ଏହା ହୃଦ୍‌ଜନୀତ ରୋଗରୁ ବଞ୍ଚାଇଥାଏ।
ଏଥିରେ ଅଛି ପୋଲିପେଷ୍ଟାଇଡ୍‌-ପି: କଲରା ଜୁସ୍‌ ପିଇଲେ ବ୍ଲଡ୍‌ ସୁଗର ଲେବଲ୍‌ କଣ୍ଟ୍ରୋଲ ରହିଥାଏ ଓ ମଧୁମେହରୁ ମୁକ୍ତି ମିଳିଥାଏ।
ଏଥିରେ ଅଛି ଫସ୍‌ଫରସ୍‌: ଏହା ଦ୍ୱାରା ଦାନ୍ତ ମଜବୁତ ହୋଇଥାଏ ଓ ମାଢ଼ି ସମସ୍ୟା ଦୂର ହୋଇଥାଏ।
ଏଥିରେ ଅଛି କେଲ୍‌ସିୟମ୍‌: ଏହା ଦ୍ୱାରା ହାଡ଼ ମଜବୁତ୍‌ ହୋଇଥାଏ।
ଏଥିରେ ଅଛି ବିଟା କେରୋଟିନ ଭିଟାମିନ A: ଏହା ପାଇଁ ଆଖି ସୁସ୍ଥ ରହିଥାଏ।
ଏଥିରେ ଅଛି ଆଣ୍ଟିଅକ୍ସିଡେଣ୍ଟ୍‌: ଏହା ଦ୍ୱାରା ଶରୀରରୁ ଟାକ୍ସିନ୍‌ ଦୂର ହୋଇଥାଏ ଓ କ୍ୟାନ୍‌ସର୍‌ରୁ ମଧ୍ୟ ରକ୍ଷା ମିଳିଥାଏ।
ଏଥିରେ ଅଛି ପୋଟେସିୟମ୍‌: ଏହା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ।

ଜାଣନ୍ତୁ ନୀତା ଅମ୍ବାନୀଙ୍କ ମହଙ୍ଗା ସଉକ୍ ଜୀବନଶୈଳୀ ସମ୍ପର୍କରେ

କେବଳ ଭାରତରେ ନୁହେଁ, ବରଂ ବିଶ୍ବସ୍ତରରେ ନିଜ ବ୍ୟବସାୟ ନିମନ୍ତେ ଶିଳ୍ପପତି ମୁକେଶ ଅମ୍ବାନୀ ପରିଚିତ। ତାଙ୍କ ପତ୍ନୀ ନୀତା ଅମ୍ବାନୀ ମଧ୍ୟ ଗଣମାଧ୍ୟମରେ ଖୁବ୍ ଲୋକପ୍ରିୟ। ନୀତାଙ୍କ ଉଦାରତା ଓ ଅମାୟିକ ବ୍ୟବହାର ହିଁ ତାଙ୍କୁ ଲୋକପ୍ରିୟ କରାଇ ପାରିଛି।

ଏକ ସାକ୍ଷାତକାରରେ ନୀତା ନିଜ ଜୀବନଶୈଳୀ ସମ୍ପର୍କରେ କହିଥିଲେ। ଦିନର ଆରମ୍ଭ ତାଙ୍କର ଚା’ ପିଆରୁ ଆରମ୍ଭ ହୁଏ। ତେବେ ଚା’ର ସ୍ବାଦ ଅପେକ୍ଷା ସେ ଦୈନିକ ନିଜ କପର ସ୍ପର୍ଶକୁ ଅଧିକ ଅପେକ୍ଷା କରିଥାନ୍ତି।
ଜାପାନର ସବୁଠୁ ପୁରାତନ କମ୍ପାନୀର କପ୍-ପ୍ଲେଟ୍ ତାଙ୍କ ଘରେ ବ୍ୟବହାର କରାଯାଏ। ତେବେ ଖୁବ୍ କମ୍ ଲୋକେ ଜାଣନ୍ତି ଯେ ନୀତା ଯେଉଁ କପରେ ଚା’ ପିଅନ୍ତି, ସେହି କପର ମୂଲ୍ୟ ୩ଲକ୍ଷ ଟଙ୍କା। ପ୍ରତି ୯-୧୦ ମାସ ଅନ୍ତରରେ ସେ ଜାପାନରୁ ନୂଆ କପ୍ ବରାଦ୍ ଦେଉଥିବାର ପ୍ରକାଶ।

ବିଶ୍ବର ସବୁଠୁ ନାମୀ କମ୍ପାନୀର ବ୍ୟାଗ୍ ସେ ବ୍ୟବହାର କରିଥାନ୍ତି। ତାଙ୍କର କେତୋଟି ବ୍ୟାଗରେ ହୀରା ମଧ୍ୟ ଖଚିତ ହୋଇଛି। ଏହା ବାଦ୍ ନୀତାଙ୍କର ଅନ୍ୟତମ ସଉକ୍ ହେଉଛି ଭଲଭଲ ପୋଷାକ ଓ ଜୋତା କିଣିବା। ଏହି ସଉକ୍ ତାଙ୍କର ଶାଶୂ କୋକିଲା ବେନଙ୍କ ପାଇଁ ବଢ଼ିଛି ବୋଲି ନୀତା କହିଛନ୍ତି।

ପୁଣି ଫେରିଲେ କପିଲ, ନୂଆ ଶୋ ‘ଫ୍ୟାମିଲ ଟାଇମ୍ ଉଇଥ୍ କପିଲ ଶର୍ମା’

ନୂଆଦିଲ୍ଲୀ: ଦୀର୍ଘ ୬ ମାସ ପରେ ନୂଆ କମେଡି ଶୋ ନେଇ ପୁଣି ଛୋଟ ପରଦାରେ ଧମାକା ମଚେଇବାକୁ ଆସୁଛନ୍ତି କପିଳ ଶର୍ମା । ଏହି ଶୋର ନାମ ରହିଛି ‘ଫ୍ୟାମିଲ ଟାଇମ୍ ଉଇଥ୍ କପିଲ ଶର୍ମା’ । ଏହାର ପ୍ରୋମୋ ରିଲିଜ ହୋଇଥିବା ବେଳେ ଏଥିରେ କପିଲ ନିଜର ମଜାକ୍ ଉଡାଉଥିବା ଦେଖିବାକୁ ମିଳିଛି । ଅଜୟ ଦେବଗନ୍ ସହ ଏହି ପ୍ରୋମୋ ରିଲିଜ ହୋଇଛି । କପିଲ ଅଜୟ ଦେବଗନଙ୍କୁ ଅନୁରୋଧ କରୁଛନ୍ତି ତାଙ୍କ ଶୋକୁ ଆସିବାକୁ । ପ୍ରକାଶ ଯେ, ଅଜୟ ଦେବଗନଙ୍କ ନୂଆ ଫିଲ୍ମ ‘ରେଡ’ ୧୬ ମାର୍ଚରେ ରିଲିଜ ହେବାକୁ ଯାଉଛି ।

କପିଲ ଶର୍ମାଙ୍କ ଫିଲ୍ମ ‘ଫିରଙ୍ଗି’ ବକ୍ସ ଅଫିସରେ ହିଟ୍ ହେବାରେ ଅସଫଳରେ ହେବା ପରେ ପୁଣି କପିଲ ଶର୍ମା ଛୋଟ ପରଦାକୁ ମୁହାଁଇଛନ୍ତି । ଏମିତିରେ କପିଲଙ୍କ ଫ୍ୟାନ୍ସ ଛୋଟ ପରଦାରେ ତାଙ୍କର ଧମାକଦାର ପ୍ରବେଶକୁ ଅନେଇ ବସିଛନ୍ତି । ତେବେ ମାର୍ଚ ୨୫ରେ ବିଦ୍ଧିବଧ ଭାବେ ସୋନିରେ ପ୍ରସାରଣ ହେବା ନେଇ ସୂଚନା ମିଳିଛି ।

ଜାଣନ୍ତୁ ବିବାହ ପୂର୍ବରୁ ଅନିଲ କାହାଠୁଁ ଅର୍ଥ ସାହାଯ୍ୟ ନେଉଥିଲେ !

ବଲିଉଡର ମିଷ୍ଟର ଇଣ୍ଡିଆ ଭାବେ ଜଣାଯାଉଥିବା ଅନିଲ କପୁରଙ୍କ ଲୋକପ୍ରିୟତା ଆଜି ମଧ୍ୟ କିଛି କମ୍ ନାହିଁ। ବ୍ୟକ୍ତିଗତ ଜୀବନଶୈଳୀକୁ ଗଣମାଧ୍ୟମଠାରୁ ଯଥେଷ୍ଟ ଦୂରେଇ ରଖିବାକୁ ଚେଷ୍ଟା କରନ୍ତି ଅନିଲ। ଏହା ବାଦ୍ ଅନେକ ସାକ୍ଷାତକାରରେ ସେ ନିଜ ପାରିବାରିକ କଥା ପ୍ରକାଶ କରିଛନ୍ତି। ଅନିଲଙ୍କ ପତ୍ନୀ ସୁନିତା କପୁର ମଧ୍ୟ କାଁଭାଁ ପାର୍ଟିରେ ଉପସ୍ଥିତ ରୁହନ୍ତି। ନିଜ ବ୍ୟବସାୟରେ ମସଗୁଲ୍ ଥିବା ସୁନିତା​‌ ୩ ପିଲାଙ୍କ ଦାୟିତ୍ବ ମଧ୍ୟ ଯଥା ଭାବେ ନେଇଛନ୍ତି।

ଖୁବ୍ କମ୍ ଲୋକେ ଜାଣନ୍ତି ଯେ ଏହି ଦମ୍ପତିଙ୍କର ପ୍ରେମ ବିବାହ ହୋଇଥିଲା। ବିବାହ ପୂର୍ବରୁ ସୁନୀତା ଜଣେ ନାମକରା ମଡେଲର ଥିଲାବେଳେ ଅନିଲ ସେସମୟରେ କଳାକାର ଭାବରେ ପ୍ରତିଷ୍ଠିତ ହେବାକୁ ସଂଗ୍ରାମ କରୁଥିଲେ। ଏକ ଉତ୍ସବରେ ଦୁହିଁଙ୍କର ଭେଟ ହୋଇଥିଲା। ପରେ ଏହା ବନ୍ଧୁତାର ରୂପ ନେଇଥିଲା। ଏହିଭଳି ଭାବେ ସେମାନଙ୍କ ପ୍ରେମକାହାଣୀର ଆରମ୍ଭ। ସେ ସମୟରେ ଦୁହେଁ ବରାବର ରେସ୍ତୋରାଁ, ପାର୍କରେ ଭେଟୁଥିଲେ। ସୁନିତା​‌ ନିଜ କାରରେ ଆସୁଥିବାବେଳେ ଅନିଲ ବସ୍ କିମ୍ବା ଟ୍ୟାକ୍ସି କରି ଆସୁଥିଲେ। ଅନେକ ସମୟରେ ଅନିଲଙ୍କ ନିକଟରେ ଟଙ୍କାପଇସା ନଥାଏ। ତେବେ ସେତେବେଳେ ସୁନିତା ହିଁ ତାଙ୍କୁ ସାହାଯ୍ୟ କରୁଥିଲେ। ନିଜେ ଅନିଲ ଏକଥା ସାକ୍ଷାତକାରରେ ପ୍ରକାଶ କରିଛନ୍ତି।
ବିବାହ ପରେ ଓ ୩ ପିଲା(ସୋନମ୍, ରିୟା ଓ ହର୍ଷ)ଙ୍କ ଜନ୍ମ ପ​‌ରେ ସୁନୀତା ଆଉ ମଡେଲିଂ କ୍ଷେତ୍ରରେ ପାଦ ଥାପିନଥିଲେ। ବରଂ ନିଜ ବ୍ୟବସାୟ ଆରମ୍ଭ କରିବାକୁ ଉଚିତ୍ ମଣିଥିଲେ। ୬୧ ବର୍ଷୀୟ ଅନିଲ ସିନେଜଗତରେ ୪୧ ବର୍ଷ ଅତିବାହିତ କରିସାରିଲେଣି। ଏଯାବତ୍ କୌଣସି ଅଭିନେତ୍ରୀଙ୍କ ସହ ତାଙ୍କର ନାମ ଯୋଡ଼ା ହୋଇନାହିଁ। ଆଗାମୀ ଚଳଚ୍ଚିତ୍ର ରେସ୍-୩ ନିମନ୍ତେ ଖୁବ୍ ଶୀଘ୍ର ଅନିଲ ଥାଇଲାଣ୍ଡ ଯିବେ ବୋଲି ଜଣାପଡ଼ିଛି।

ବଚ୍ଚନ ଦମ୍ପତିଙ୍କ ସମ୍ପତ୍ତି ପରିମାଣ ୧୦୦୦ କୋଟି

ଲକ୍ଷ୍ନୌ : ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଓ ତାଙ୍କର ପତ୍ନୀ ଜୟା ବଚ୍ଚନଙ୍କ ମୋଟ ସମ୍ପତ୍ତିର ପରିମାଣ ୧୦୦୦ କୋଟି ଟଙ୍କା ବୋଲି ଜଣାପଡିଛି। ଏଥିମଧ୍ୟରୁ ଜୟାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ ୪୯୩ କୋଟି ଟଙ୍କା। ଆଗାମୀ ରାଜ୍ୟସଭା ନିର୍ବାଚନ ନିମନ୍ତେ ଜୟା ପ୍ରାର୍ଥିପତ୍ର ଦାଖଲ ସମୟରେ କରିଥିବା ସତ୍ୟପାଠରୁଏହି ତଥ୍ୟ ମିଳିଛି। ଯଦି ଜୟା ଏଥର ରାଜ୍ୟସଭାକୁ ନିର୍ବାଚିତ ହେବେ, ତାହାହେଲେ ସେ ସବୁଠରୁ ଧନୀ ସାଂସଦଙ୍କ ମାନ୍ୟତା ଲାଭ କରିବେ। ଅମିତାଭ-ଜୟାଙ୍କ ନାମରେ ଥିବା ସ୍ଥାବର ସମ୍ପତ୍ତି ପରିମାଣ ୪୬୦ କୋଟି ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୫୪୦ କୋଟି ଟଙ୍କା। ଅସ୍ଥାବର ସମ୍ପତ୍ତି ମଧ୍ୟରେ ୯ ଲକ୍ଷ ଟଙ୍କାର ଏକ କଲମ, ୫୧ ଲକ୍ଷ ଟଙ୍କା ମୂଲ୍ୟର ଘଣ୍ଟା ଇତ୍ୟାଦି ରହିଛି ବୋଲି ଜୟା ସତ୍ୟପାଠରେ ଦର୍ଶାଇଛନ୍ତି। ଅମିତାଭଙ୍କ ନିକଟରେ ଥିବା ବିଭିନ୍ନ ଘଣ୍ଟାର ମୂଲ୍ୟ ୩.୪ କୋଟି ଟଙ୍କା ବୋଲି ସତ୍ୟପାଠରୁ ଜଣାପଡିଛି। ମୁମ୍ବଇ, ଭୋପାଳ, ନୋଏଡା, ଦିଲ୍ଲୀ, ପୁଣେ, ଅହମଦାବାଦ ଓ ଗାନ୍ଧିନଗରରେ ବଚ୍ଚନ ଦମ୍ପତିଙ୍କର ଏକାଧିକ ବିଳାସପୂର୍ଣ୍ଣ ବଙ୍ଗଳା ଓ ଫ୍ଲାଟ ଥିବାବେଳେ ସେମାନେ ଫ୍ରାନ୍ସର ବ୍ରିଗ୍‌ନୋଗାନ ପ୍ଲେଗ୍‌ରେ ୩୧୭୫ ବର୍ଗ ମିଟର ଜମି ମଧ୍ୟ କିଣିଛନ୍ତି। ଉତ୍ତର ପ୍ରଦେଶର ବାରାବାଙ୍କି ଜିଲା ଅନ୍ତର୍ଗତ ଦୌଲତପୁରରେ ଅମିତାଭଙ୍କ ନାମରେ ଥିବା ତିନି ଏକର ଜମିର ମୂଲ୍ୟ ୫.୭ କୋଟି ଟଙ୍କା ଓ ଲକ୍ଷ୍ନୌର କାକୋରି ଅଞ୍ଚଳରେ ଜୟାଙ୍କ ନାମରେ ଥିବା ୧.୨୨ ହେକ୍ଟର ଚାଷଜମିର ମୂଲ୍ୟ ୨.୨ କୋଟି ଟଙ୍କା ବୋଲି ସତ୍ୟପାଠରୁ ଜଣାପଡିଛି। ଜୟା ସମାଜବାଦୀ ପାର୍ଟି ପ୍ରାର୍ଥୀଭାବେ ଚତୁର୍ଥ ଥର ରାଜ୍ୟସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି। ୨୦୧୨ ନିର୍ବାଚନ ସମୟରେ ଜୟା ନିଜର ସମ୍ପତ୍ତି ବାବଦରେ ଯେଉଁ ସତ୍ୟପାଠ ଦାଖଲ କରିଥିଲେ, ସେଥିରେ ଦୁଇଗୁଣ ବୃଦ୍ଧି ପାଇଥିବା ଜଣାପଡିଛି।

ବାବୁସାନ୍‌-ଅଶୋକ ଏଗାର ପରେ ବି ନଟ୍‌ଆଉଟ୍‌

ଭୁବନେଶ୍ୱର : ଓଲିଉଡର ଷ୍ଟାରସନ୍‌ ବାବୁସାନ୍‌ ଇତିମଧ୍ୟରେ ଜଣେ ନିର୍ଦ୍ଦେଶକଙ୍କ ସହ ଏଗାରଟି ସିନେମାରେ କାମ କରିସାରିଲେଣି। ଏବେ ବାର ନମ୍ବର ଫିଲ୍ମର ସୁଟିଂ କରୁଛନ୍ତି ଏହି ନିର୍ଦ୍ଦେଶକ-ନାୟକଙ୍କ ଯୋଡ଼ି। ଏଠାରେ ଯେଉଁ ନିର୍ଦ୍ଦେଶକଙ୍କ କଥା କୁହାଯାଉଛି, ସେ ହେଲେ ଷ୍ଟାଇଲିସ୍‌ ଡିରେକ୍ଟର ଅଶୋକ ପତି।

ଅଶୋକ ପତି ବାବୁସାନ୍‌ଙ୍କୁ ନାୟକ ଭାବେ ନେଇ ସର୍ବ ପ୍ରଥମେ ତିଆରି କରିଥିଲେ ଓଡ଼ିଆ ଛବି ‘ସଂଜୁ ଆଉ ସଂଜନା’। ଏହାପରେ ଅଶୋକ ତାଙ୍କ ନିର୍ଦ୍ଦେଶିତ ଅଧିକାଂଶ ଫିଲ୍ମରେ ବାବୁସାନ୍‌ଙ୍କୁ ନାୟକ ରୂପେ ନେଇଛନ୍ତି। ‘ସଂଜୁ ଆଉ ସଂଜନା’ ପରେ ଅଶୋକ-ବାବୁସାନ୍‌ଙ୍କ ଯୋଡ଼ି ଯେଉଁସବୁ ଫିଲ୍ମରେ ଏକାଠି କାମ କରିଥିଲେ ସେଗୁଡ଼ିକ ହେଲା ଲୋଫର୍‌, ଦୋସ୍ତି, ଓ୍ଵାନ୍‌ ଫୋର୍‌ ଥ୍ରି ଆଇ ଲଭ୍‌ ୟୁ, ଇଡିଅଟ୍‌, ଦିଓ୍ଵାନା ଦିଓ୍ଵାନି, ଲଭ ପାଇଁ କୁଛ୍‌ ଭି କରେଗା ଓ ସିଷ୍ଟର ଶ୍ରୀଦେବୀ।

ବାବୁସାନ୍‌-ଅଶୋକ ପତିଙ୍କ ଯୋଡ଼ି ନଟ୍‌ ଆଉଟ୍‌ ରହିଛନ୍ତି। ଏହି ଯୋଡ଼ିର ଦୁଇଟି ବ୍ଲକବଷ୍ଟର ମୁଭି ହେଲା ‘ସୁପର ମିଛୁଆ’ ଏବଂ ‘ଲଭ୍‌ ଷ୍ଟେସନ’।

ଏବେ ଏହି ଯୋଡ଼ି ସେମାନଙ୍କର ୧୨ ନମ୍ବର ସିନେମାର ସୁଟିଂ ଜୋରସୋରରେ ଚଳାଇଛନ୍ତି। ଏଯାବତ୍‌ ଏହି ଫିଲ୍ମର ଟାଇଟଲ୍‌ ଫାଇନାଲ୍‌ ହୋଇନାହିଁ। ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି ଓଲିଉଡର ଜଣାଶୁଣା ପ୍ରଯୋଜନା ସଂସ୍ଥା ତରଙ୍ଗ ସିନେ ପ୍ରଡକସନ୍‌ସ। ସୀତାଂଶୁ ମହାପାତ୍ର ଏହା ନାମକରଣ ହୋଇନଥିବା ସିନେମାର ସିନେମାଟୋଗ୍ରାଫର୍‌। ଏଥିରେ ବରିଷ୍ଠ ଅଭିନେତା ମିହିର ଦାସ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ…!

ଏଥର ସମ୍ଭାଳ ବ୍ୟୁରୋ(ବୁର୍ଲା)- ଅନୁଗୁଳ ଜିଲ୍ଲା କିଶୋରନଗର ଥାନା କୁଟାସିଂଘା ଗାଁର ଅଜିତ ବେହେରାଙ୍କ ସ୍ତ୍ରୀ ହିମାଦ୍ରୀ ବେହେରା(୨୦) ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲାମେଡ଼ିକାଲ୍‍କୁ ଚିକିତ୍ସା ପାଇଁ ଅଣାଯାଉଥିବା ବେଳେ ରାସ୍ତାରେ ତାଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା। ମେଡ଼ିକାଲ୍‍ ଆଶୁ ଚିକିତ୍ସା ବିଭାଗରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। ତେବେ ମୃତ ମହିଳାଙ୍କ ମାଆଘର ଲୋକଙ୍କ ଅନୁପସ୍ଥିତ ଶବକୁ ମେଡ଼ିକାଲ୍‍ ଶବଗୃହରେ ରଖାଯାଇଥିଲା। ବୁଧବାର ସମ୍ବଲପୁର ମାଜିଷ୍ଟ୍ରେଟ୍‍ଙ୍କ ଉପସ୍ଥିତିରେ ଶବ ଇନକ୍ୟୁଏଷ୍ଟ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏନେଇ ମେଡ଼ିକାଲ୍‍ ପୁଲିସ୍‍ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ପରିବାର ଲୋକଙ୍କ କହିବା ଅନୁସାରେ ମୃତ ମହିଳାଙ୍କ ସ୍ୱାମୀ ଅଜିତ ସୋମବାର ରାତି ସ୍ତ୍ରୀର ବାରଣ ସତେ୍ଵ ପାଖ ଅଞ୍ଚଳରେ ହେଉଥିବା ଏକ ଯାତ୍ରା ଦେଖିବାକୁ ଚାଲିଯାଇଥିଲେ। ମଙ୍ଗଳବାର ସକାଳେ ସେ ଘରକୁ ଫେରି ଛୁଆକୁ ନେଇ ବାହାରକୁ ଯାଇଥିବା ବେଳେ କୌଣସି କଥାକୁ ନେଇ ସ୍ତ୍ରୀ ହିମାଦ୍ରୀ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ। ତାଙ୍କ ଶରୀରର ଶହେ ପ୍ରତିଶତ ଅଂଶ ନିଆଁରେ ପୋଡ଼ି ଯାଇଥିବା ଡାକ୍ତରୀ ଏମ୍‍ଏଲସି ରିପୋର୍ଟରୁ ପ୍ରକାଶ। ତେବେ କାରଣ ସ୍ପଷ୍ଟ ହୋଇନଥିବା ବେଳେ ମହିଳାଙ୍କ ମାଆଘର ପକ୍ଷରୁ ମଧ୍ୟ ପୁଲିସ୍‍ ନିକଟରେ କୌଣସି ଅଭିଯୋଗ ହୋଇ ନଥିବା ଇ.ଓ ଏସ୍‍ଆଇ କଲ୍ୟାଣ ସାହୁ କହିଛନ୍ତି।

ଓକିଲ ସଂଘ ପକ୍ଷରୁ ସରକାରୀ କାର୍ଯ୍ୟାଳୟ ବନ୍ଦ

ଆଇନଜୀବୀ ସଚୀକାନ୍ତ ଦାଶଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାକୁ ନିନ୍ଦା କରିଛି ଦେବଗଡ଼ ଜିଲ୍ଲା ବିଜେପି। ଜିଲ୍ଲା ସଭାପତି ଅରୁଣ ସାହୁ ବୁଧବାର ଜାରି କରିଥଇବା ଏକ ପ୍ରେସ୍‌ ବିବୃତ୍ତି ଜରିଆରେ ଉକ୍ତ ଘଟଣା ଅତି ନିନ୍ଦନୀୟ ଓ ଶୀଘ୍ର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।
ଦେବଗଡ଼/ରିଆମାଳ: ଗତ ୧୦ ତାରିଖ ଦିନ ଦେବଗଡ଼ର ଆଇନଜୀବୀ ସଚୀକାନ୍ତ ଦାଶଙ୍କୁ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିିଥିଲେ। ଏ ନେଇ ଶ୍ରୀ ଦାଶ ଉକ୍ତ ଦିନ ହିଁ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଦେବଗଡ଼ ଓକିଲ ସଂଘ ଏସ୍‌ପି ବି. ଗଙ୍ଗାଧରଙ୍କୁ ଭେଟି ଦୁର୍ବୃତ୍ତମାନଙ୍କୁ ୩ ଦିନ ମଧ୍ୟରେ ଗିରଫ କରିବାକୁ ଦାବି କରିଥିଲେ। ମାତ୍ର ତଦନ୍ତରେ ପୁଲିସ୍‌ ଶିଥିଳତା ପ୍ରଦର୍ଶନ କରୁଥିବା ଅଭିଯୋଗ କରି ପ୍ରତିବାଦରେ ସଂଘ ପକ୍ଷରୁ ବୁଧବାର ଦେବଗଡ଼ରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଥିଲା। ସଂଘ ସଭାପତି ପ୍ରମଥେଶ ଗୁରୁଙ୍କ ନେତୃତ୍ୱରେ ଓକିଲମାନେ ପିକେଟିଂ କରି ସମସ୍ତ ସରକାରୀ କାର୍ଯ୍ୟାଳୟ, କୋର୍ଟ, ପୋଷ୍ଟ ଅଫିସ ଆଦିକୁ ବନ୍ଦ କରାଇଥିଲେ। ଫଳରେ ଆଜି ହେବାକୁ ଥିବା ଜିଲ୍ଲା ପରିଷଦର ବୈଠକକୁ ମଧ୍ୟ ମଙ୍ଗଳବାରଠାରୁ ବାତିଲ କରି ଦିଆଯାଇଥିଲା।

ଏହା ସହିତ ଡିଆରଡିଏ କାର୍ଯ୍ୟାଳୟରେ ଚାଲିଥିବା ସରପଞ୍ଚମାନଙ୍କ ତାଲିମ କାର୍ଯ୍ୟକ୍ରମକୁ ବି ଓକିଲମାନେ ବନ୍ଦ କରାଇଥିଲେ। ଏଥିରେ ଓକିଲ ଦିଲୀପ ଗୁରୁ, ମନୋଜ ପାଢ଼ୀ, ରାଜୀବ ପ୍ରଧାନ, ରଂଜନ ସାହୁ, ଜୟ ଭଗବାନ ଅଗ୍ରଓ୍ଵାଲ, ଶୈଳେନ୍ଦ୍ର ସାହୁ, ପୃଥ୍ଵୀରାଜ ପଟ୍ଟନାୟକ, ରାଜକିଶୋର ପ୍ରଧାନ, ଅଭିଳାଷ ମିଶ୍ର, ଆଲୋକ ସୌରଭ ବେହେରା, ବିକାଶ ପ୍ରଧାନ, ତାପସ ମହାପାତ୍ର, ସଚ୍ଚିକାନ୍ତ ଦାଶ, ପ୍ରଣବ ସ୍ୱାଇଁଙ୍କ ସମତେ ବହୁ ଆଇନଜୀବୀ ସାମିଲ ହୋଇଥିଲେ। ସେହିପରି ରିଆମାଳ ଓକିଲ ସଂଘ ସଭାପତି ପ୍ରମୋଦ ନନ୍ଦଙ୍କ ନେତୃତ୍ୱରେ ଓକିଲମାନେ ପିକେଟିଂ କରି ଅଂଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ କରାଇଥିଲେ।

ଜମିବାଡ଼ିକୁ କେନ୍ଦ୍ର କରି ମାଡ଼ପିଟ:ମହିଳା ଗୁରୁତର

ବେଲପାହାଡ଼: ବେଲପାହାଡ ଗୁମାଡେରା ସ୍କୁଲ ପଡାରେ ୩ ଭାଇଙ୍କ ମଧ୍ୟରେ ଜମିବାଡିକୁ କେନ୍ଦ୍ର ମାଡପିଟ ହୋଇଛି। ଏଥିରେ ବଡଭାଇ ଆକ୍ରମଣରେ କରିବାରୁ ତାଙ୍କ ସାନ ଭାଇଙ୍କ ସ୍ତ୍ରୀ ଆହତ ହୋଇଛନ୍ତି। ଆହତ ମହିଳାକୁ ଜାହାଙ୍ଗୀର ଗାନ୍ଧି ହସପିଟଲରେ ଚିକିତ୍ସା କରିବା ପରେ ଚିକିତ୍ସକ ଆହତ ମହିଳାକୁ ବୁର୍ଲା ପଠାଇଥିବା ଜଣାପଡିଛି। ଆହତ ମହିଳାଙ୍କ ନାଁ ସଂଯୁକ୍ତା ହାତି। ତିନି ଭାଇ ବଡବାବୁ ହାତି (୩୫), ସଂକୀର୍ତନ (୨୨) ଓ ଚୁନୁ ମଧ୍ୟରେ ଜମିବାଡ଼ି ବିବାଦ ରହିଛି। ବଡ ଭାଇ ଠେଙ୍ଗାରେ ଆକ୍ରମଣ କରିବାରୁ ଚୁନୁ ହାତିଙ୍କ ସ୍ତ୍ରୀ ସଂଯୁକ୍ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ବେଲପାହାଡ଼ ପୁଲିସ ଘଟଣାର ଖବର ପାଇଁ ଅନୁସଂଧାନ ଜାରି ରଖିଛି।