ଜାନୁଆରୀ ୨ ରାଶିଫଳ …!

ମେଷ: ଦୃଢ଼ ମନୋବଳ ଯୋଗୁ ଅନେକ ବିପଦରୁ ରକ୍ଷା ପାଇବେ। ପରିବାରରେ ପିଲାମାନେ ଆଜ୍ଞାଧୀନ ହେବେ ଓ ସୁଖଶାନ୍ତି ଅତୁଟ ରହିବ। ଆର୍ଥିକ ଅଭାବ ଦୂରହେବ। କିନ୍ତୁ ଯାତ୍ରା କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରତିକାର– ସାତଟି ଲାଲ୍ ମନ୍ଦାର ଫୁଲ ଗ୍ରାମଦେବୀଙ୍କୁ ଅର୍ପଣ କରନ୍ତୁ।

ବୃଷ: ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। ତେଣୁ ଜଗିରଖି କାମ କରନ୍ତୁ। ମିଛ ଅଭିଯୋଗରେ ଜଡ଼ିତ ହେବାର ଆଶଙ୍କା ରହିଛି। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ଫଳରେ ମନ ଭାରାକ୍ରାନ୍ତ ରହିବ। ପ୍ରତିକାର– ଅରୁଆ ଭାତରେ ଗୋଟିଏ ସିଝା ଆଳୁ ଓ ଚିନି ପକାଇ ଧଳା ଗାଈକୁ ଖାଇବାକୁ ଦିଅନ୍ତୁ।

ମିଥୁନ: ଦୀର୍ଘ ଦିନର ଆଶା ପୂରଣ ହେବ। ଫଳରେ ମନ ପ୍ରଫୁଲ ରହିବ। ଘରକୁ କୌଣସି ନୂତନ ଦ୍ରବ୍ୟ କ୍ରୟ କରି ଆଣିବେ। ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ନିନ୍ଦିତ ହେବେ। ସମାଲୋଚିତ ହୋଇପାରନ୍ତି। ପ୍ରତିକାର– ବିଷ୍ଣୁଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ଥର ଜପ କରନ୍ତୁ।

କର୍କଟ: ଦାମ୍ପତ୍ୟ ଜୀବନରେ ଥିବା ମତପାର୍ଥକ୍ୟ ଦୂର ହୋଇ ସ୍ନେହ, ଶ୍ରଦ୍ଧା ବଢ଼ିବ। ଶତ୍ରୁମାନେ ପରାଜିତ ହେବେ। କାର୍ଯ୍ୟରେ ଜୟଯୁକ୍ତ ହେବେ। ହଠାତ୍ କୌଣସି ନୂତନ ସ୍ଥାନକୁ ବୁଲିବାକୁ ଯିବାକୁ ଯୋଜନା କରିବେ। ପ୍ରତିକାର– ମା’ ଲକ୍ଷ୍ମୀଙ୍କ ଦଶନାମକୁ ୧୦ଥର ଜପ କରନ୍ତୁ।

ସିଂହ: ପ୍ରତ୍ୟେକଟି ଉଦ୍ୟମରେ ସଫଳତା ଲାଭ କରିବେ। ଶରୀର ସୁସ୍ଥ ରହିବ ଓ ଯାତ୍ରାରେ ଶୁଭଫଳ ମିଳିବ। ପରିବାରରେ ମହିଳାମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ। ପ୍ରତିକାର– ‘ଓଁ ନମୋଭଗବତେ ଶ୍ରୀ ସୂର୍ଯ୍ୟାୟ ନମଃ’ ମନ୍ତ୍ରକୁ ୭ଥର ପାଠ କରି ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ।

କନ୍ୟା: କର୍ମକ୍ଷେତ୍ରରେ ଅପମାନିତ ତଥା ଅସମ୍ମାନିତ ହେବାର ଆଶଙ୍କା ରହିଛି। ଚକ୍ଷୁ କିମ୍ବା କର୍ଣ୍ଣରେ ପୀଡ଼ା ଅନୁଭବ କରିପାରନ୍ତି। ବୃଥା ଭ୍ରମଣଜନିତ କ୍ଲାନ୍ତି ଅନୁଭବ କରିବେ। ପ୍ରତିକାର– ତୁଳସୀ ଚଉରା ମୂଳରେ ଜଳ ପ୍ରଦାନ କରନ୍ତୁ ଓ ତା’ ମୂଳର ମାଟି ମଥାରେ ଲଗାନ୍ତୁ।

ତୁଳା: ସଭାସମିତି ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। କୌଣସି ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ। ରାଜନେତାମାନେ ସାମାଜିକସ୍ତରରେ ଜନପ୍ରିୟତା ହାସଲ କରିବେ। ପ୍ରତିକାର– ୭ଟି ଚକଲେଟ୍ ୭ଜଣ ଛୋଟ ପିଲାଙ୍କୁ ବାଣ୍ଟନ୍ତୁ।

ବିଛା: ଜମିଜମା ବିବାଦ ଦୂର ହେବ ଓ ଅର୍ଥପ୍ରାପ୍ତିର ସୁଯୋଗ ରହିଛି। ଧର୍ମକାର୍ଯ୍ୟରେ ମନ ବଳାଇବେ। ଫଳରେ ମାନସିକ ଶାନ୍ତି ପାଇବେ। ବ୍ୟବସାୟୀମାନେ ଲାଭବାନ ହେବେ। ପ୍ରତିକାର– ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ଚଣାଗୁଡ଼ ଭୋଗ ଲାଗି କରନ୍ତୁ।

ଧନୁ: ଅର୍ଥ ଓ ମାନସମ୍ମାନ ପ୍ରାପ୍ତି ହେବା ସହିତ ସ୍ୱାଦିଷ୍ଟ ଭୋଜନ ମିଳିବ। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ଓ ସହାନୁଭୂତି ପାଇବେ। ପ୍ରତ୍ୟେକଟି କାର୍ଯ୍ୟରେ ଜୟଯୁକ୍ତ ହେବେ। ପ୍ରତିକାର– କୌଣସି ଅସହାୟ ମହିଳାଙ୍କୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ।

ମକର: ଆର୍ଥିକ ସ୍ଥିତିରେ ଅବନ୍ନତି ଦେଖାଦେଇପାରେ। କୌଣସି ଖାଦ୍ୟର ଅନିୟମିତତା ହେତୁ ଶରୀର ଅସୁସ୍ଥ ହୋଇପାରେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ ନାହିଁ। ପ୍ରତିକାର– କଞ୍ଚାକ୍ଷୀରରେ କଳାରାଶି ମିଶାଇ ଅଶ୍ୱତ୍ଥ ଗଛ ମୂଳରେ ଢାଳନ୍ତୁ।

କୁମ୍ଭ: ଗୃହକୁ ବନ୍ଧୁଙ୍କ ଆଗମନ ହେବ। ବନ୍ଧୁ ଚର୍ଚ୍ଚାରେ ଦିନଟି ବିତାଇବେ। ବକେୟା ଅର୍ଥ ହସ୍ତଗତ ହେବ। ମହିଳାମାନେ ହସଖୁସିରେ ସମୟ ବିତାଇବେ। ପ୍ରତିକାର– କିଛି ସୋରିଷ ପାରାମାନଙ୍କୁ ଖାଇବାକୁ ଦିଅନ୍ତୁ।

ମୀନ: ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ। କୌଣସି ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇପାରନ୍ତି। ମହିଳାମାନେ ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠିତ ହେବେ। ପ୍ରତିକାର– ସାତଟି ହଳଦିଆ ଫୁଲ ଭଗବାନ ନାରାୟଣଙ୍କୁ ଚଢ଼ାନ୍ତୁ।

ଜାନୁଆରୀ ୧ ରାଶିଫଳ -୨୦୨୧

ମେଷ: ରବି ଓ ବୁଧ ଭାଗ୍ୟ ଭାବରେ ଥାଇ ବର୍ଷ ଆରମ୍ଭ ହେଉଛି। ରବି ଓ ବୁଧଙ୍କ ମିଶ୍ରଣରେ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେଉଛି। ଫଳରେ ଖ୍ୟାତି ମିଳିବା ସହ ନୂତନ ଗୃହ, ଯାନବାହନ କିମ୍ବା ବଡ଼ ସମ୍ପତ୍ତି କିଣିବାର ସମ୍ଭାବନା ଅଛି। ଧାର୍ମିକ କାର୍ଯ୍ୟରେ ସଫଳତା ପାଇବା ସହ ଅନ୍ୟର ଦୁଃଖ ଦୁର୍ଦ୍ଦଶା ଦୂର କରିବାକୁ ପ୍ରୟାସ କରିବେ। ମିତ୍ରଙ୍କ ସାହାଯ୍ୟରେ ବନ୍ଦ ଥିବା କାର୍ଯ୍ୟ ଚାଲୁ କରିବାକୁ ସକ୍ଷମ ହେବେ। ଛୋଟ ସଫଳତା ସହ ବଡ଼ ସଫଳତା ଦ୍ୱାରା ଆଗକୁ ଗତି କରିପାରିବେ। ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିପାରିବେ। ବ୍ୟବସାୟ ଓ ଅଫିସ୍‌ କାମରେ ବିଦେଶ ଯାତ୍ରା କରିବେ ଓ ଏଥିରୁ ବିଶେଷ ଭାବେ ଲାଭବାନ ହେବେ।

ବୃଷ: ଭାଗ୍ୟରେ ପରିବର୍ତ୍ତନ ହେବା ସହ ଅଟକି ଥିବା ଧନ ପ୍ରାପ୍ତି ହେବ। ନିଜର ସମ୍ପର୍କୀୟଙ୍କ ଠାରୁ ସୁଖ ପ୍ରାପ୍ତି ହେବ। ପୈତୃକ ସମ୍ପତ୍ତି ପାଇବେ। ସବୁ କ୍ଷେତ୍ରରେ ଲାଭ ମିଳିବ। ଅବିବାହିତମାନେ ବିବାହ କରିବାର ସୁଯୋଗ ପାଇବେ। ଅନେକ ପ୍ରକାର ଯୋଜନା କରିବେ। ରାହୁ ଜନ୍ମରାଶିରେ ଥିବାରୁ ନକାରାତ୍ମକ ପ୍ରଭାବ ସୃଷ୍ଟି ହୋଇପାରେ। ସ୍ୱାସ୍ଥ୍ୟ ଖରାପ ହୋଇପାରେ ଓ ବର୍ଷ ଶେଷକୁ ମିଶ୍ରିତ ଫଳ ଲାଭ ହେବ। ଶନି ନବମ ଭାବରେ ଥିବାରୁ ଆପଣ ସମ୍ମାନ ଓ ପ୍ରତିଷ୍ଠା ହରାଇ ପାରନ୍ତି। କର୍ମକ୍ଷେତ୍ରରେ ମଧ୍ୟ ହାନି ହୋଇପାରେ। ଜାଗା ଜମିବାଡ଼ି ନେଇ କେତେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ମିଥୁନ: ମଙ୍ଗଳ ଓ କେତୁ ନୂତନ ଶକ୍ତି ପ୍ରବାହିତ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ଆପଣଙ୍କ ମନ୍ଦଗୁଣ ଗୁଡ଼ିକ ସାମ୍ନାକୁ ଆସିବ ନାହିଁ। କାର୍ଯ୍ୟ କ୍ଷେତ୍ରରେ ନୂଆ ନୂଆ ଯୋଜନା ମନରେ ଆସିବ। ବିଦେଶରେ ଶିକ୍ଷା ଲାଭ କରିବାର ସୁଯୋଗ ମିଳିବ। କାରଣ କେତୁ ଆପଣଙ୍କୁ ବିଦେଶ ଯିବାକୁ ପ୍ରେରିତ କରିବେ। ରବି, ବୁଧ ସପ୍ତମ ସ୍ଥାନରେ ଥିବାରୁ ଆପଣଙ୍କ ବୈବାହିକ ଜୀବନରେ ତିକ୍ତତା ସୃଷ୍ଟି କରିପାରେ। ତେଣୁ ଜୀବନସାଥୀଙ୍କ ପ୍ରତି ବିଶ୍ୱାସ ରଖନ୍ତୁ ଓ ସମ୍ପର୍କକୁ ବଜାୟ ରଖନ୍ତୁ।

କର୍କଟ: ଦୀର୍ଘଦିନ ପରେ ଆପଣଙ୍କ ଜୀବନରେ ଅଧିକ ସୁଖ ଓ ସମୃଦ୍ଧିର ସମୟ ଉପସ୍ଥିତ ହୋଇଛି। ଆକସ୍ମିକ ଧନପ୍ରାପ୍ତି ହେବ। ଗୃହନିର୍ମାଣ, ଜମିଜମା କ୍ରୟ ବିକ୍ରୟ ପାଇଁ ମଧ୍ୟସ୍ଥତା କରୁଥିବା ବ୍ୟକ୍ତିମାନେ ଜଗି ରଖି ଚଳିଲେ ଭଲ ଲାଭ ପାଇବେ। ବଡ଼ ଗାଡ଼ି କିଣିପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରିବେ। ଶତ୍ରୁମାନେ ପରାସ୍ତ ହେବେ। ଉଚ୍ଚ ଆଶ ସଫଳ ହେବ। ଉଚ୍ଚ ପ୍ରଶଂସା ଲାଭ କରିବେ। ଶ୍ରୀ ହନୁମାନଙ୍କୁ ପୂଜା କଲେ ଲାଭଦାୟକ ହେବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ସିଂହ: ରାହୁ କର୍ମ ଭାବରେ ରହି ବୃହସ୍ପତିଙ୍କର କର୍ମ ଭାବକୁ ଦୃଷ୍ଟି ପଡୁଥିବାରୁ ଓ ଶନିଷଷ୍ଠ ଭାବରେ ରହି ରାଜଯୋଗ ସୃଷ୍ଟି କରୁଥିବାରୁ ନିଜ ଭିତରେ ଏକ ସକାରାତ୍ମକ ଶକ୍ତି ଅନୁଭବ କରିବେ। ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ। ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ଦକ୍ଷତାକୁ ଚିହ୍ନଟ କରି ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିପାରିବେ। ଫଳରେ ଆପଣଙ୍କୁ ପ୍ରଶଂସା ଓ ପୁରସ୍କାର ମିଳିବ। ଭୂମି, ସମ୍ପତ୍ତି ଆଦି ମିଳିବ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ପୂର୍ବରୁ କରିଥିବା ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସୁଯୋଗ ପାଇବେ। ସ୍ଥଗିତ ଥିବା କାର୍ଯ୍ୟ ଆରମ୍ଭ କରିପାରିବେ।

କନ୍ୟା: ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ଚନ୍ଦ୍ର ଲାଭ ସ୍ଥାନରେ ଥିବାରୁ ଆର୍ଥିକ ଅବସ୍ଥା ଦୃଢ଼ ହେବ। ଯେଉଁମାନେ ନ୍ୟାୟ କିମ୍ବା ଅନୁସନ୍ଧାନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କର ଉନ୍ନତି ହେବ। ସମୟ ଭଲ ରହୁଥିବାରୁ ଆପଣଙ୍କ ଭାଗ୍ୟ ବୃଦ୍ଧି ହେବା ସହ କର୍ମ କ୍ଷେତ୍ରରେ ଉନ୍ନତି ହେବ। ଗୁରୁଙ୍କ କୃପାରୁ ଏହି ସମୟରେ ଅଟକିଥିବା କାର୍ଯ୍ୟ ଗୁଡ଼ିକ ସମ୍ପୂର୍ଣ୍ଣ କରିପାରିବେ। ଯୋଜନା କରିଥିବା କାର୍ଯ୍ୟକୁ ଆରମ୍ଭ କରିପାରିବେ। ସୃଜନଶୀଳ ଲୋକଙ୍କ ପାଇଁ ସମୟ ଭଲ ରହିବ। ହଠାତ୍ ଗୁପ୍ତଧନ ପ୍ରାପ୍ତି ହେବ। ଧନ ବୃଦ୍ଧି ହୋଇ ଆର୍ଥିକ ସ୍ଥିତି ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି।

ତୁଳା: ଛଅଟି ଗ୍ରହ ଆପଣଙ୍କ ବିପକ୍ଷରେ ଥିଲାବେଳେ ତିନୋଟି ଅସ୍ଥିର ଗ୍ରହ ଆପଣଙ୍କ ସପକ୍ଷରେ ରହୁଛନ୍ତି। ଫଳରେ କାର୍ଯ୍ୟ ଦକ୍ଷତା ବଢ଼ିବ। ଅର୍ଥ, ମାନସମ୍ମାନ ଓ ପ୍ରତିଷ୍ଠା ବଢ଼ିବ। ଗୁରୁ, ଶନି ଚତୁର୍ଥ ଭାବରେ ରହୁଥିବାରୁ ପ୍ରାୟ କାର୍ଯ୍ୟରେ ବାଧା ଦେଖାଦେବ। ନୂତନ ଗୃହ ତିଆରି କରିପାରିବେ। ଏକ ନୂତନ ଆତ୍ମବିଶ୍ୱାସ ଜନ୍ମ ହୋଇ ମାନସମ୍ମାନ ବଢ଼ିବ। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ଜୀବନରେ ଭଲରେ କଟିବ।

ବିଛା: ପରିବାରର ସମ୍ପୂର୍ଣ୍ଣ ସମର୍ଥନ ପାଇବେ। ଉଚିତ୍ ମାର୍ଗଦର୍ଶନ ପାଇବେ। ଯେଉଁ ଯୋଜନା କରିଥିବେ, ତାକୁ କାର୍ଯ୍ୟକାରୀ କରିବାର ବାଟ ବି ପାଇବେ। ସ୍ୱାସ୍ଥ୍ୟ ବହୁତ ଭଲ ରହିବ। ଭଲ ନିଷ୍ପତ୍ତି ନେଇ ପାରିବେ। ପୈତୃକ ସମ୍ପତ୍ତିର ଉତ୍ତରାଧିକାରୀ ହେବା ସହ ନୂତନ ଗୃହ ଏବଂ ନୂତନ ଯାନବାହନ ଇତ୍ୟାଦି ପାଇବେ। ଜନ୍ମ ସ୍ଥାନକୁ ଯିବା, ଘରକୁ ପରିବର୍ତ୍ତନ କରିବା ଆଦିର ଯୋଗ ସୃଷ୍ଟି ହେଉଛି। ବ୍ୟକ୍ତିଗତ ଜୀବନରେ ପ୍ରେମ ଓ ବିବାହ ଆଦି ଯୋଗ ସୃଷ୍ଟି ହେବ। ପିଲାମାନେ ପରୀକ୍ଷାରେ ସଫଳତା ପାଇବେ।

ଧନୁ: ପରିଶ୍ରମ କରି ଯେଉଁ କାର୍ଯ୍ୟ କରିଥିବେ, ତାହାର ଭଲ ପରିଣାମ ମିଳିବା ସହ ଅଟକିଥିବା କାର୍ଯ୍ୟକୁ ପୂରଣ କରିପାରିବେ। ନୂତନ ଯୋଜନା ସଫଳ ହେବ। ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଘରେ ପୂଜାପାଠ କରିବେ। କୌଣସି ତୀର୍ଥସ୍ଥାନ ପରିଦର୍ଶନ କରିପାରନ୍ତି। ରାହୁ ଷଷ୍ଠ ଭାବରେ ବୃଷରାଶିରେ ଥିବାରୁ ରାଜଯୋଗ ସୃଷ୍ଟି କରୁଛନ୍ତି। ଫଳରେ ମିତ୍ରଙ୍କ ସାହାଯ୍ୟରେ ବନ୍ଦ ଥିବା କାର୍ଯ୍ୟକୁ ଚାଲୁ କରିବାକୁ ସକ୍ଷମ ହେବେ।

ମକର: ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଆତ୍ମ ସମ୍ମାନ ବୃଦ୍ଧି ହେବ। ଧୈର୍ଯ୍ୟ ସହିତ କାର୍ଯ୍ୟ କଲେ ନିଶ୍ଚିତ ସଫଳତା ପାଇବେ। ବୃହସ୍ପତି ଏପ୍ରିଲ ମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରି ଦ୍ୱିତୀୟ ଭାବରେ ରହିବା ଫଳରେ ଆପଣଙ୍କୁ ଆଗକୁ ବଢ଼ିବା ପାଇଁ ଧୈର୍ଯ୍ୟ ଓ ସାହାସ ମିଳିବ। ଅଟକିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଧନ ଦେବା ନେବା ପ୍ରକ୍ରିୟା ଆଗକୁ ଆଗେଇବ। ଶତ୍ରୁମାନେ ମଧ୍ୟ ଆପଣଙ୍କ ପ୍ରତି ପ୍ରଭାବିତ ହୋଇପାରନ୍ତି। ଫଳରେ ଆପଣଙ୍କ କାର୍ଯ୍ୟ ଓ ପରାକ୍ରମରେ ଉନ୍ନତି ହେବ। କିନ୍ତୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

କୁମ୍ଭ: ଅବିବାହିତ ଯୁବକଯୁବତୀମାନେ ବିବାହ କରିପାରିବେ। ଅଚାନକ ଏକ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ। ବର୍ଷ ଶେଷ ଆଡ଼କୁ ସ୍ୱାସ୍ଥ୍ୟ ଭଲ ରହିବ। ବୃତ୍ତି, ପ୍ରେମ, ଅର୍ଥ ଭଳି କ୍ଷେତ୍ରରେ ସଫଳତା ପାଇବେ। ଦକ୍ଷତା ବୃଦ୍ଧି ପାଇବ ଓ ଉନ୍ନତିର ବାଟ ଦେଖା ଦେବ। ଆପଣଙ୍କ କ୍ୟାରିୟରରେ ସଫଳତାର ବାଟ ଖୋଲିଯିବ। ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସମର୍ଥନ ପାଇପାରିବେ।

ମୀନ: ଦୀର୍ଘଦିନ ପରେ ଆପଣଙ୍କ ଜୀବନରେ ଅଧିକ ସୁଖ ଓ ସମୃଦ୍ଧିର ସମୟ ଉପସ୍ଥିତ ହୋଇଛି। ଜାଗା, ଜମି ଓ ଦାମୀ ଗାଡ଼ି କ୍ରୟ କରିବେ। କ୍ୟାରିୟରରେ ଭଲ ସଫଳତା ପାଇବେ। ସୁଖ ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ମାନସମ୍ମାନ ବୃଦ୍ଧି ପାଇବ। ଉଚ୍ଚଶିକ୍ଷା ପାଇଁ ଆଶା ରଖିଥିବା ଛାତ୍ରଛାତ୍ରୀ ସଫଳତା ପାଇବେ।

୨୬ ଡିସେମ୍ବର,ଶନିବାର ରାଶିଫଳ ।

ମେଷ: କର୍ମକ୍ଷେତ୍ରରେ ସମ୍ମାନିତ ହେବେ। ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବେ। ବନ୍ଧୁଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ।

ବୃଷ: ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହେବ। କମ୍ପ୍ୟୁଟର ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ। ବ୍ୟବସାୟରେ ଲାଭ ପାଇବା ହେତୁ ମନ ଖୁସି ରହିବ।

ମିଥୁନ: ବ୍ୟବସାୟରେ ଭଲ ଲାଭ ମିଳିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିପାରିବେ।

କର୍କଟ: ପ୍ରତ୍ୟେକଟି କ୍ଷେତ୍ରରେ ଶୁଭଫଳ ପାଇବେ। ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇବେ।

ସିଂହ: କର୍ମକ୍ଷେତ୍ରରେ ଅଶାନ୍ତି ଓ ବାଦ ବିବାଦ ଦେଖା ଦେବ। ବିରୋଧୀମାନେ ହଇରାଣ କରିପାରନ୍ତି। ପ୍ରତିକାର– ଆଜି ହଳଦୀ ପାଣିରେ ସ୍ନାନ କରନ୍ତୁ।

କନ୍ୟା: ସାମାନ୍ୟ କଥାକୁ ନେଇ ପରିବାରରେ ଅଶାନ୍ତି ଦେଖାଦେବ। ପରିଶ୍ରମ ତୁଳନାରେ ଆୟ କମ୍ ରହିବ। ପ୍ରତିକାର– ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।

ତୁଳା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ତଥାପି ଟିକେ ଜଗି ରଖି ଚଳନ୍ତୁ। ଆୟ ବଢ଼ିବ।

ବିଛା: ପାରିବାରିକ ସୁଖଶାନ୍ତି ବଜାୟ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। କିଛି ଛୋଟ କଥାକୁ ନେଇ ମନରେ ଟିକେ ଦ୍ୱନ୍ଦ୍ୱ ରହିବ।

ଧନୁ: ମହିଳାମାନେ ସାବଧାନତା ଅବଳମ୍ବନ କରନ୍ତୁ। ନହେଲେ ପ୍ରତ୍ୟେକଟି କାର୍ଯ୍ୟରେ ସମାଲୋଚିତ ହେବେ। ନିଜ ଲୋକଙ୍କ ଠାରୁ ବିରୋଧର ସମ୍ମୁଖୀନ ହେବେ।

ମକର: ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ। ନୂଆ ଯୋଜନାରେ କାର୍ଯ୍ୟ କରି ସଫଳ ହେବେ। ଅଯଥାରେ ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି।

କୁମ୍ଭ: ବହୁଦିନରୁ ଚିନ୍ତା କରିଥିବା କାର୍ଯ୍ୟକୁ ପୂରଣ କରିବେ। ସାହିତ୍ୟ ପ୍ରତି ରୁଚି ବଢ଼ିବ। କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମୀନ: ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହେବେ। ପାରିବାରିକ ସମସ୍ୟା ଯୋଗୁ ମନ ଅଶାନ୍ତ ରହିବ।
ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ କଷ୍ଟ ଦେଇପାରେ।

ବେଗୁନିଆପଡା ବ୍ଲକ ସମିତି ବୈଠକର ଏପାଖ ସେପାଖ; ନୀରବତା ରୁ ଆରମ୍ଭ,କକ୍ଷତ୍ୟାଗ ରେ ଶେଷ !

!!! ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଆଜି ଦୀର୍ଘ ଦିନର ବ୍ଯବଧାନ ପରେ ବେଗୁନିଆପଡ଼ା ବ୍ଳକରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ସାନମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ସୋମବାର ଅନୁଷ୍ଠିତ ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା କେ. ରାଜଲକ୍ଷ୍ମୀ ଦୋରା ସଭାପତି ଭାବେ ସଭାକୁ ପରିଚାଳନା କରିଥିବା ବେଳେ ଅନ୍ୟ ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି,ମନୋଜ କୁମାର ପାଣ୍ଡି, ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକର ପ୍ରାରମ୍ଭରେ କୁମ୍ଭାର ଗାଁ ସରପଞ୍ଚ ପ୍ରଶାନ୍ତ କୁମାର ତାରିଣୀ ଓ ଚନ୍ଦନପୁର ପଞ୍ଚାୟତ ର ସମିତି ସଭ୍ୟ ସୁବଳ ସାହୁ ଙ୍କ ଅକାଳ ବିୟୋଗ ପାଇଁ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ବାସ୍ଥ୍ୟ,ଶିକ୍ଷା, କୃଷି,ସମନ୍ବିତ ଶିଶୁ ବିକାଶ ଯୋଜନା, ଜଳ ଓ ପରିମଳ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ଉପସ୍ଥିତି ରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରି ସମୀକ୍ଷା କରାଯାଇଥିଲା। ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଙ୍କ ଅଭିଭାଷଣ ମଧ୍ୟରେ ପୂର୍ବତନ ବିଧାୟିକା ରାଣୀ ସାହେବା ଙ୍କ ବେଗୁନିଆପଡା ବ୍ଲକ ପାଇଁ ଅକ୍ଲାନ୍ତ ପରିଶ୍ରମ କୁ ପ୍ରଶଂସା କରି ବେଗୁନିଆପଡା ପଂଚାୟତ ସମିତି ଗୃହ କୁ ମର୍ଦରାଜ ଭବନ ନାମରେ ନାମିତ କରାଯାଉ । ଏହି ପ୍ରସ୍ତାବ କୁ ୪୬ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି ଓ ୪୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ମନୋଜ କୁମାର ପାଣ୍ଡୀ ସମର୍ଥନ ଜଣାଇଥିଲେ । ଅନ୍ୟ ଏକ ପ୍ରସଙ୍ଗରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି ଧାନ ମଣ୍ଡି ର ଧାନ ବିକ୍ରି ତଥା ଏହାର ପରିଚାଳନା ନେଇ ପ୍ରଶ୍ନ କରିଥିଲେ, ଏହାର ଉତ୍ତର ରେ ଯୋଗାଣ ଅଧିକାରିଣୀ ଶ୍ରୀମତୀ ରୀନାରାଣୀ କହିଥିଲେ ଯେ କୃଷକ ମାନଙ୍କ ସମସ୍ୟା ନେଇ ପରିଚାଳନା କମିଟି ନିଷ୍ପତି ନେବେ । ଯେଉଁ କୃଷକ ଜଳ ସେଚନ ପାଇଁ ଆଗ୍ରହୀ ସେମାନେ କୃଷି ବିଭାଗ ରେ ପଞ୍ଜିକରଣ କରାଇ ଆବଶ୍ୟକ ସୁବିଧା ନେବା ପାଇଁ କୃଷି ଅଧିକାରିଣୀ ଜଣାଇଥିଲେ । ସେହିପରି ଯେଉଁ ପଞ୍ଚାୟତ ରେ ଜଳ ଯୋଗାଣ ବ୍ୟବସ୍ଥା ସପୂର୍ଣ ହୋଇସାରିଛି ଓ ଲୋକଙ୍କୁ ଜଳ ଯୋଗାଣ ହୋଇପାରୁନାହିଁ ସେହି ପରିପ୍ରେକ୍ଷୀରେ ବ୍ଲକ ସ୍ତରରେ ଷ୍ଟାଣ୍ଡିଙ୍ଗ କମିଟି କରାଯାଇ ପଦକ୍ଷେପ ନେବାକୁ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ମତ ରଖିଥିଲେ । ଶିକ୍ଷକ ମାନଙ୍କ ସେର୍ଟିଫିକେଟ ଯାଞ୍ଚ ପ୍ରସଙ୍ଗରେ, ଉପରିସ୍ଥ ଅଧିକାରୀଙ୍କୁ ସମସ୍ତ ଦସ୍ତାବିଜ ଦିଆଯାଇଥିବା କହିଛନ୍ତି ବ୍ଲକ ବିଇଓ କମଳାକାନ୍ତ ସାହୁ । ସାଙ୍କୁଡ଼ା ଏକ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ବ୍ୟାପକ ପରିଚାଳନା ନେଇ ଜିଲ୍ଲା ପରିଷଦ ସଭ୍ୟ ଙ୍କ ପ୍ରଶ୍ନର ଉତ୍ତର ରେ ତିନି ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦିଆଯିବାକୁ ମତ ରଖିଥିଲେ ବ୍ଲକ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ।ତେବେ ବିଭିନ୍ନ ପ୍ରସଙ୍ଗର ସଠିକ ଉତ୍ତର ନ ପାଇ ବ୍ଲକର ବିଭିନ୍ନ ପଂଚାୟତ ର ୧୪ ଜଣ ପଞ୍ଚାୟତ ଜନପ୍ରତିନିଧି ଅସନ୍ତୋଷ ବ୍ୟକ୍ତ କରି କକ୍ଷତ୍ଯାଗ କରିଥିଲେ । ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁଙ୍କ ଅଭିଯୋଗ କ୍ରମେ,ଜନପ୍ରତିନିଧି ମାନଙ୍କ ଅଗୋଚରରେ ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ କାର୍ଯ୍ୟ କରୁଛନ୍ତି । ପ୍ରତ୍ୟେକ ବର୍ଷ 6ଟି ସମିତି ବୈଠକ ବାଧ୍ୟତା ମୂଳକ ଥିବା ବେଳେ, ଚାରି ବର୍ଷରେ ଚାରୋଟି ବୈଠକ କରିବାର ଅଭିପ୍ରାୟ ନେଇ ପ୍ରଶ୍ନ କରିଥିଲେ ବୁରୁଝରୀ ସମିତିସଭ୍ୟ ବିନାୟକ ନାୟକ । ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହି ପ୍ରଶ୍ନର ସଠିକ୍ ଭାବେ ଉତ୍ତର ଦେଇ ନଥିବା ଅଭିଯୋଗ କରିଥିଲେ ବୁରୁଝୁରୀ ସମିତି ସଭ୍ୟ । ତେବେ ବ୍ଯକ୍ତିଗତ ସ୍ବାର୍ଥ ପାଇଁ କିଛି ପଞ୍ଚାୟତ ପ୍ରତିନିଧି କକ୍ଷତ୍ଯାଗ କରିଥାଇପାରନ୍ତି ବୋଲି କହିଛନ୍ତି ବିଧାୟିକା ଲତିକା ପ୍ରଧାନ । ଏହି ସମିତି ବୈଠକ ରେ ପ୍ରାୟ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତି ରେ ବ୍ଲକ ପରିସରରେ ନୂତନ ସମିତି ଗୃହ ଓ ଗୋଷ୍ଠୀ ଶୌଚାଳୟ କୁ ମାନ୍ୟବର ଆସ୍କା ସାଂସଦ ପ୍ରମିଳା ବିଶୋଇ ଉଦଘାଟନ କରିଥିଲେ ।ବେଗୁନିଆପଡ଼ା ବ୍ଳକରେ ଦୀର୍ଘଦିନ ଧରି ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଉଥିବା ବେଳେ ଏହି ଗୋଷ୍ଠୀ କନ୍ଦଳ ଆଗକୁ ଉଗ୍ର ରୂପ ନେବ,ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କିଛି ବୁଦ୍ଧିଜୀବୀ ମତ ବ୍ୟକ୍ତ କରିବା ସହିତ ବେଳ ଥାଉ ଥାଉ ଏହାର ସମାଧାନ ସକାଶେ ଉଚିତ ପଦକ୍ଷେପ ନେବାକୁ କିଛି ରାଜନୈତିକ ସମୀକ୍ଷକ ମତବ୍ୟକ୍ତ କରିଛନ୍ତି ।

ଫେରିବ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ପ୍ରିୟ ‘ଡାକୋଟା’..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ମୃତି ବହନ କରୁଥିବା ଡାକୋଟା ବିମାନ ଓଡ଼ିଶା ଫେରିବ। ଏଥିପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ବନ୍ଦରରୁ ଡାକୋଟା ବିମାନକୁ ଆଣିବା ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି। ଏହି କମିଟିରେ ବିଭିନ୍ନ ବିଭାଗର ୧୧ ଜଣ ସଦସ୍ୟ ସାମିଲ ଅଛନ୍ତି। କୋଲକାତାରୁ ଡାକୋଟା ଆସିଲେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ପରିସରରେ ରହିବ। ୧୯୪୭ ମସିହାରେ ପାକିସ୍ତାନୀ ଶତ୍ରୁ ବଳୟ ଭିତରେ ପଶି ଶ୍ରୀନଗରରେ ଭାରତୀୟ ସେନାଙ୍କୁ ଏୟାଲିଫ୍‌ଟ କରିବା ହେଉ କି ସେନା ପାଇଁ ଗୋଳାବାରୁଦ ଓ ଔଷଧ ପରିବହନ, ଅଥବା ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀଙ୍କୁ ଡଚ୍‌ଙ୍କ କବଳରୁ ଉଦ୍ଧାର, ଏ ସମସ୍ତ ଦୁଃସାହସିକ ଅଭିଯାନରେ ଦୁର୍ଦ୍ଦଶ ପାଇଲଟ୍ ବିଜୁ ପଟ୍ଟନାୟକଙ୍କ ସାଥୀ ଥିଲା ଡାକୋଟା ବିମାନ। ସେହି ବିମାନ ଏବେ କୋଲକାତାର ନେତାଜୀ ବିମାନ ବନ୍ଦରରେ ଜରାଜୀର୍ଣ୍ଣ ଅବସ୍ଥାରେ ଡମ୍ପିଂୟାର୍ଡରେ ଖତ ଖାଉଛି। ଯାହାକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି।

ଏଥର ସମ୍ଭାଳ ନ୍ୟୁଜ ପକ୍ଷରୁ ମିଲନ କହଁର ଙ୍କୁ ଜନ୍ମ ଦିନର ଅନେକ୍ ଅନେକ୍ ଶୁଭେଚ୍ଛା ଓ ଶୁଭ କାମନା।

ଏଥର ସମ୍ଭାଳ ଲାଇଭ ନ୍ୟୁଜ ଚ୍ୟାନେଲ ର ମ୍ୟାନେଜିଂ ଏଡ଼ିଟର ଶ୍ରୀ ମିଲନ କହଁର ଙ୍କ ଜନ୍ମଦିନ ଶୁଭ ମୁହୂର୍ତ୍ତରେ ଅନେକ ଅନେକ ଶୁଭ କାମନା । ଆପଣ ଏଭଳି ଶତ ଶତ ଜନ୍ମୋତ୍ସବ ପାଳନ କରନ୍ତୁ । ଆପଣଙ୍କ ଚଲାପଥ ନିଷ୍କଣ୍ଟକ ରହୁ ଏବଂ ସଦା ସର୍ବଦା ଆପଣ ଏପରି ସୁଖ ଶାନ୍ତି ରେ ରୁହନ୍ତୁ ଏହାହିଁ ଆମ୍ ଏଥର ସମ୍ଭାଳ ନ୍ୟୁଜ ଚ୍ୟାନେଲ ପକ୍ଷରୁ ଜଗତ ର ନାଥ ଜଗନ୍ନାଥ ଠାରେ ଆମ ପ୍ରାର୍ଥନା ।

ଜିଲ୍ଲା ବାହାର ଯାତ୍ରୀ ଙ୍କ ଗତି ବିଦ୍ଧି କୁ ଯାଞ୍ଚ କରିବା ପାଇଁ ପ୍ରଶାସନ ଲଗାଇଲା ସିସି ଟିଭି।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – କୋଭିଡ -୧୯ ଜନିତ ଲକ ଡାଉନ କୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଜନସାଧାରଣ ଙ୍କୁ କରୋନା ସଂକ୍ରମଣ ରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଅନ୍ତଃରାଜ୍ୟ ଓ ଅନ୍ତଃଜିଲ୍ଲା ର ସୀମାରେ ଥିବା ପ୍ରବେଶ ପଥକୁ ସିଲ କରି ଜିଲ୍ଲା ମଧ୍ୟକୁ ବାହାରୁ ଆସୁଥିବା ଏବଂ ବାହାରକୁ ଯାଉଥିବା ଲୋକମାନଙ୍କ ଉପରେ କଟକଣା ଜାରିକରିଛି ।ତଥାପି କେତେକ ବ୍ୟକ୍ତି ଏହାକୁ ମାନୁନଥିବା ରୁ ଏମାନଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖିବା ଏବଂ ରୋକ ଲଗାଇବା ନିମନ୍ତେ ଗଜପତି ଜିଲ୍ଲା ର ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠ ରେ ଥିବା ମହେନ୍ଦ୍ର ତନୟା ବ୍ରିଜ ନିକଟରେ,ରାମସାଗର ଛକ ,କାଶୀନଗର ବ୍ଲକ ର ହାଡୁ ଭାଙ୍ଗି ଓ ସୀତାପୁର ଛକ,ଗୋଶାଣୀ ବ୍ଲକ ର ଦେବିତି ଓ ଲାବନ୍ୟଗଡ଼ ଠାରେ ପ୍ରଶାସନ ପକ୍ଷରୁ ସିସି ଟିଭି କ୍ୟାମେରା ଲଗାଯାଇଛି । ଏଠାରେ ପୋଲିସ ୨୪ ଘଣ୍ଟା ସଜାଗ ରହି ଯାତ୍ରୀଙ୍କ ଗତିବିଧିକୁ ଅନୁଧ୍ୟାନ କରି ଜିଲ୍ଲା କୁ କରୋନା ସଂକ୍ରମଣ ରୁ ମୁକ୍ତ ରଖିବ ବୋଲି ଏସ ପି ସାରା ଶର୍ମା ସୂଚନା ଦେଇଛନ୍ତି ।

ଗୁରୁକୁଳ ପବ୍ଲିକ ସ୍କୁଲ ର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ଵିନ ମହାନ୍ତି ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ଖଲ୍ଲିକୋଟ) – ସ୍ଥାନୀୟ ଗୁରୁକୁଳ ଇଣ୍ଟରନେଶନାଲ ପବ୍ଲିକ ସ୍କୁଲ ଚତୁର୍ଥ ବାର୍ଷିକ ଉଶ୍ଚବ ବିଦ୍ୟାଳୟ ର ଅଧକ୍ଷ ପଦ୍ମ ଚରଣ ସାହୁ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବାର୍ଷିକ ଉତ୍ସବ ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖଲ୍ଲିକୋଟ ର ଅତିରିକ୍ତ ତହସିଲଦାର ଜ୍ୟୋତି ମୟ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଉତ୍ତମ ମଣିଷ ଭାବେ ଗଢିତୋଳିବା ପାଇଁ ଗୁରୁକୁଳ ର ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ସନମାନିତ ଅତିଥି ଭାବେ ଯୋଗଦେଇ ଖଲ୍ଲିକୋଟ ଆଇ ଆଇ ସି ସତ୍ୟ ରଞ୍ଜନ ପ୍ରଧାନ ଛାତ୍ରଛାତ୍ରୀ ମାନେ ମୋବାଇଲ ର ଦୁରୁପଯୋଗ ନ କରିବା ପାଇଁ ଅଭିଭାବକ ମାନେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବରିଷ୍ଠ ଶିକ୍ଷାବିତ ପୁର୍ଣ ଚନ୍ଦ୍ର ରଥ ମୋବାଇଲ ର ସଦୁପଯୋଗ କରି ପାଠପଢା ରେ ଉତ୍କର୍ଷତା ପ୍ରତିପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ । ସ ନମାନିତ ଅତିଥି ଭାବେ ସାମ୍ବାଦିକ ମାଧବ ବେହେରା ଯୋଗଦେଇଥିବା ବେଳେ କବିସୂର୍ଯ୍ୟ ନଗର ଗୁରୁକୁଳ ପବ୍ଲିକ ସ୍କୁଲ ର ଚେଇଁରମେନ ରଞ୍ଜନ କୁମାର ପଲେଇ ଓ ମୋହନା ବ୍ଲକ ର ପୂର୍ବତନ ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ମଲିକ ଅତିଥି ଭାବେ ଯୋଗଦେଇଥିବା ବେଳେ ଖଲ୍ଲିକୋଟ ଗୁରୁକୁଳ ସ୍କୁଲ ର ଡ଼ାଇରେକ୍ଟର ବିରଞ୍ଚି କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ସୁନୀଲ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଅତିଥି ମାନେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।

ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି

!!! ଗଞ୍ଜାମ ଜିଲ୍ଲା ବେଗୁନିଆପଡା ରୁ ମୁନା ନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବି. ନୂଆଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପ୍ରକାଶ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ କସ୍ତୁରୀ ପରିଡା ଏବଂ ବରିଷ୍ଠ ଶିକ୍ଷାବିତ ଶ୍ରୀଯୁକ୍ତ ଗୌରୀ କିଶୋର ମହାରଣା ଯୋଗ ଦେଇଥିବା ବେଳେ ସଂମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ତଥା ନାଟ୍ୟକାର ଶ୍ରୀଯୁକ୍ତ ବିଜୟ କୁମାର ମହାନ୍ତି, ବଳଭ ନାୟକ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତ୍ରିନାଥ ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସି ଆର୍ ସି ସୁମଣ୍ଡଳ କ୍ଲଷ୍ଟ୍ର ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଉଦବୋଧନ ଦେଇଥିଲେ l ସ୍କୁଲର ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ଜାନୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶାରରିକ କ୍ରୀଡା କୌଶଳ ରୁଷଭ ମେହରଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା। ଆଜିର ବାର୍ଷିକ ଉତ୍ସବ କୁ କରୁଣା କର ବେହେରା ପରିଚାଳିତ କରିଥିଲେ। ଶିକ୍ଷୟିତ୍ରୀ ଅନୁଗମା ସ୍ୱାଇଁ , ଭରଷା ସାହୁ ଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ପରିଶେଷରେ କୃତି ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ଏହି ଉତ୍ସବ ରେ ପରିଚାଳନା କମିଟି ର ସମସ୍ତ ସଦସ୍ୟ, ସଦସ୍ୟା, ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l

୨୨ ଜାନୁଆରୀ,ବୁଧବାର । ଆଜିର ରାଶିଫଳ

ମେଷ:  ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଘରେ ହସଖୁସିର ପରିବେଶ ରହିବ।

ବୃଷ:  ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଅସୁସ୍ଥ ଅନୁଭବ କରିପାରନ୍ତି। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

ମିଥୁନ:  ଦିନଟି ଭଲରେ କଟିବ। ଅଧିକ ପରିଶ୍ରମ କରିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

କର୍କଟ: ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି।

ସିଂହ:  ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି।

କନ୍ୟା:  ଦୁର୍ଘଟଣା ଯୋଗ ରହିଛି। ସତର୍କ ରୁହନ୍ତୁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

ତୁଳା: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।

ବିଚ୍ଛା: ମାଲି ମକଦ୍ଦମାରେ ବିଜୟୀ ହେବେ। ଯାନବାହନ କିଣିପାରନ୍ତି।  ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ଧନୁ:  ବ୍ୟସ୍ତତା ଭିତରେ ଦିନଟି କଟିବ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ମାନ-ସମ୍ମାନ ମିଳିବ।

ମକର:  ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିପାରନ୍ତି। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

କୁମ୍ଭ: ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

ମୀନ: ଅଳସୁଆ ଅନୁଭବ କରିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବିବାହ ସ୍ଥିର ହୋଇପାରେ।