ବନ୍ଦ ହେଲା କି ବିଜୁ ଯୁବ ବାହିନୀ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜ୍ୟରେ ବନ୍ଦ ହେଲା ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ। ଚଳିତ ଆର୍ଥିକ ବର୍ଷ ବଜେଟରେ ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ ପାଇଁ କୌଣସି ଅର୍ଥ ବ୍ୟବସ୍ଥା କରାଯାଇ ନାହିଁ । ତେଣୁ ବିଜୁ ଯୁବ ବାହିନୀର ଆଉ କୌଣସି କାର୍ଯ୍ୟକ୍ରମ ନାହିଁ। ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଦେଇଥିବା ଉକ୍ତି ଅନୁଯାୟୀ, ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ରାଜ୍ୟ ବଜେଟରେ ବିଜୁ ଯୁବ ବାହିନୀ ପାଇଁ ଅର୍ଥ ବ୍ୟବସ୍ଥା ନାହିଁ। ତେଣୁ ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ ଓ ରାଜ୍ୟର କୌଣସି ଅଞ୍ଚଳରେ ଲୋକଙ୍କ ସ୍ୱାର୍ଥ ପାଇଁ କୌଣସି କାର୍ଯ୍ୟକ୍ରମ ବିଜୁ ଯୁବ ବାହିନୀ ଦ୍ୱାରା ବର୍ତ୍ତମାନ କରାଯାଉ ନାହିଁ। ଚଳିତ ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ ବଜେଟରେ କୌଣସି ଅର୍ଥ ବ୍ୟବସ୍ଥା ନାହିଁ। ତେଣୁ ଖର୍ଚ୍ଚର କୌଣସି ଅବକାଶ ନାହିଁ। ବିଜୁ ଯୁବ ବାହିନୀ ବନ୍ଦ ହେବାକୁ  କଡ଼ା ସମାଲୋଚନା କରିଛନ୍ତି ବିରୋଧୀ। ଏନେଇ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି, ନିର୍ବାଚନ ସମୟରେ ନିଜ ସ୍ୱାର୍ଥ ସାକାର କରିବାକୁ ଏହାକୁ ଗଠନ କରିଥିଲେ। ଆମେ ଏହାକୁ ଗୁଣ୍ଡା ବାହିନୀ ବୋଲି କହୁଥିଲୁ। ନିର୍ବାଚନ ପରେ ଆଉ ଏହି ବାହିନୀର ଆବଶ୍ୟକତା ରହିଲା ନାହିଁ। କାମ ସରିବାରୁ ଏହାକୁ ବନ୍ଦ କଲେ। ସରକାର ସେ ଯୁବକମାନଙ୍କୁ କ୍ଷମା ମାଗନ୍ତୁ। ଏଥିସହ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଯେ ସରକାର ସାଧାରଣ ଲୋକଙ୍କ ପଇସା ଏମିତି ଆତ୍ମସାତ ନକରନ୍ତୁ। ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଆରମ୍ଭ କରିଥିବା ୪୫୦ କୋଟି ଟଙ୍କାର ‘ବିଜୁ ଯୁବ ବାହିନୀ’ ଯୋଜନାରେ ରାଜ୍ୟତମାମ ୨୨.୬୪ ଲକ୍ଷ ଯୁବକଯୁବତୀଙ୍କୁ ସ୍ୱେଚ୍ଛାସେବୀ ଭାବେ ସାମିଲ କରାଯାଇଥିଲା । ମାତ୍ର ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀ ଚୟନ ପ୍ରକ୍ରିୟା ଦଳୀୟ ଭିତ୍ତିରେ ହୋଇଥିବାରୁ ସେମାନେ ସମାଜର ପରିବର୍ତ୍ତନ ବାହକ ଭାବେ ସାଧାରଣ ଲୋକଙ୍କ ପାଖରେ ଗ୍ରହଣୀୟ ହୋଇପାରିନଥିବା ଚର୍ଚ୍ଚା ହୋଇଥିଲା। ଯେଉଁଥିପାଇଁ ସରକାରଙ୍କ ବିଜୁ ଯୁବ ବାହିନୀ ସ୍କିମକୁ ଉଭୟ କଂଗ୍ରେସ ଓ ବିଜେପି ଜୋରଦାର ଢଙ୍ଗରେ ବିରୋଧ କରୁଥିଲେ। ଏପରିକି ବିଜେପିର ଅଭିଯୋଗ ଆଧାରରେ ଅଡିଟ୍ ନସରିବା ପର୍ଯ୍ୟନ୍ତ ବିଜୁ ଯୁବ ବାହିନୀ ପାଣ୍ଠିରୁ ଅର୍ଥ ଖର୍ଚ୍ଚ ନକରିବାକୁ ସିଏଜି ମଧ୍ୟ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଥିଲେ। ୨୦୧୮-୧୯ରେ ବିଜୁ ଯୁବ ବାହିନୀ ନାଁରେ ୧୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହାପର ଆର୍ଥିକ ବର୍ଷରେ ୧୨୯ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା।

ଆଜି ର ରାଶିଫଳ – ୧୧ ମାର୍ଚ୍ଚ , ଗୁରୁବାର

ମେଷ: ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇବେ । ଘରକୁ ଅତିଥିଙ୍କ ଆଗମନ ହେବ। ଆର୍ଥିକ ସ୍ଥିତି ସୁଦୃଢ ହେବ ଓ ମାନ ସମ୍ମାନ ପ୍ରାପ୍ତି ହେବ।  ଶତ୍ରୁମାନେ କ୍ଷତି କରି ପାରିବେ ନାହିଁ ଏବଂ ଆପଣ ଶତ୍ରୁ ବିଜୟୀ ହେବେ ।

ବୃଷ: ରାଜନିତୀ କରୁଥିବା ବ୍ୟକ୍ତି ଶୁଭଫଳ ପାଇବେ। ବ୍ୟବସାୟ ଲାଗି ବାହାରକୁ ଯାତ୍ରା କରିବେ ,ବନ୍ଧୁ ସହଯୋଗର ହାତ ବଢାଇବେ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ସହିତ ଭ୍ରମଣ ଯୋଗ ରହିଛି । ପ୍ରତିକାର- ମିଠା ଦହି ଖାଇ ଯାତ୍ରା ଆରମ୍ଭ କରନ୍ତୁ।

ମିଥୁନ: ମାନସିକ ଅଶାନ୍ତି ଓ ପାରିବାରିକ ବିବାଦ ଦେଖାଦେବା ସହିତ ଅପମାନ ପାଇବେ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ ଏବଂ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ମଧ୍ୟ ଦେଖାଦେବ। ଛାତ୍ରଛାତ୍ରୀଙ୍କ ପାଠ ପଢାକୁ ନେଇ ମନରେ କଳ୍ପନା ଜାରିରହିବ।

କର୍କଟ: କର୍ମ କ୍ଷେତ୍ରରେ ସାମାନ୍ୟ ପରିବର୍ତ୍ତନ ହେବ। ରାଜନୀତିରେ ମାନ ସମ୍ମାନ ମିଳିବ, ବସ୍ତ୍ର ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭ ପାଇପାରିବେ । ବକେୟା ପଡିଥିବା ଅର୍ଥ ପ୍ରାପ୍ତିହେବ ।

ସିଂହ: ଛାତ୍ରଛାତ୍ରୀମାନେ କଳା କ୍ଷେତ୍ରରେ ସମ୍ମାନିତ ହେବେ । ବନ୍ଧୁଙ୍କ ସହିତ ସାକ୍ଷାତ ହେବା ସହିତ ସୁସ୍ୱାଦୁ ଭୋଜନ କରିବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । ପ୍ରତିକାର-ଜଳ ଏବଂ ମହୁ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ   ।

କନ୍ୟା: ଆୟ ଅନୁସାରେ ବ୍ୟୟ ଅଧିକ ହେବ । ବୃତ୍ତିଗତ କାମରେ ଦୂରସ୍ଥାନକୁ ଯାତ୍ରା କଲାବେଳେ ବନ୍ଧୁଙ୍କ ସହିତ ସାକ୍ଷାତ ହେବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ସହିତ ମାନ ସମାନ ବୃଦ୍ଧି ହେବ। ପ୍ରତିକାର- ଶ୍ରୀଗଣେଶ ମହାପ୍ରଭୁଙ୍କୁ ଦୁବ ଅର୍ପଣ କରନ୍ତୁ   ।

ତୁଳା: ପରିବାରରେ କଳହଯୋଗ ଦେଖାଯିବ ଏବଂ ଅପରାହ୍ନରେ ପାରିବାରିକ ବିବାଦ ସମାଧାନ ହେବ । ଜୀବନ ସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ । ମିଡିଆରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଶୁଭ ଫଳ ପାଇବେ।  ପ୍ରତିକାର-  ନମଃ ଶିବାୟ ମନ୍ତ୍ରକୁ ଜପ କରନ୍ତୁ ।

ବିଛା: ଭବିଷ୍ୟତ ଲାଗି ସୁସମ୍ବାଦ ପାଇବେ। ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ସହିତ ମନ ଖୁସି ରହିବ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ବ୍ୟବସାୟ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ପ୍ରତିକାର- ଅସହାୟ ଲୋକଙ୍କୁ ଦାନ କରନ୍ତୁ  ।

ଧନୁ: ବନ୍ଧୁଙ୍କ ସହିତ ବାହାରକୁ ବୁଲିବାକୁ ଯିବେ ଏବଂ ମାନସମ୍ମାନ ବୃଦ୍ଧିହେବ । ଯାନବାହନରେ  ଗଲାବେଳେ ସାବଧାନତା ସହିତ ଯାଆନ୍ତୁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହିତ ପାରିବାରିକ ଜୀବନରେ ଖୁସି ରହିବ। ପ୍ରତିକାର- ହଳଦିଆ ବସ୍ତ୍ର ପରିଧାନ କରନ୍ତୁ ।

ମକର: ବ୍ୟବସାୟ କ୍ଷେତ୍ରରେ ଦୂର ସ୍ଥାନକୁ ଯାତ୍ରା କରିବେ । ପ୍ରେମ ପ୍ରଣୟ ଦିଗରୁ ଦିନଟି ଶୁଭ ରହିବ । ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବା ସହିତ ରାତ୍ରିରେ ସୁଖନିଦ୍ରା ହେବ । ପ୍ରତିକାର- ଅଶ୍ୱତଥ୍ ଗଛ ମୂଳରେ ସାତଥର ପରିକ୍ରମା କରନ୍ତୁ  ।

କୁମ୍ଭ: ବ୍ୟବସାୟରେ ଯେତେ ଚେଷ୍ଟାକଲେ ମଧ୍ୟ ଆୟ ଅନୁସାରେ ବ୍ୟୟ ଅଧିକ ହେବ ଓ ମହାଜନଙ୍କ ସହ ବଚସା ହେବ ।  ସାମାଜିକ କ୍ଷେତ୍ରରେ ପ୍ରସଂଶା ମିଳିବ । ପ୍ରତିକାର- ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ ।

ମୀନ: କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ନିର୍ବାହ କରିବେ।  ଦୂର ସ୍ଥାନକୁ ଯାତ୍ରାକଲେ ଯାତ୍ରା ଶୁଭପ୍ରଦ ହେବ । ପାରିବାରିକ ସମସ୍ୟା ସମାଧାନ ହେବ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ  ଦିନଟି ବହୁତ ଭଲ ରହିବ । ପ୍ରତିକାର- ମଥାରେ ହଳଦୀ ଟିକା ଲଗାନ୍ତୁ ।

ତାମିଲନାଡୁରେ ମାତ୍ର ୨୧ଟି ଆସନରେ ନିର୍ବାଚନ ଲଢ଼ିବ ବିଜେପି !

ଏଥର ସମ୍ଭାଳ ବ୍ୟୁରୋ(ଚେନ୍ନାଇ)- ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜନୀତିକ ଉଷ୍ଣତା ବଢ଼ି ଯାଇଛି। ଚଳିତ ବର୍ଷ ତାମିଲନାଡୁରେ ବିଜେପି ଓ ଶାସକ ଏଆଇଏଡିଏମକେ ମିଳିତ ଭାବେ ନିର୍ବାଚନ ଲଢ଼ିବେ। ଉଭୟ ଦଳ ସର୍ବସମ୍ମୁଖରେ ଏହା ଘୋଷଣା କରି ସାରିଛନ୍ତି। ବିଜେପି ରାଜ୍ୟର ୬୦ଟି ଆସନରେ ନିଜର ସ୍ଥିତି ଭଲ ଥିବା ଏଆଇଏଡିଏମକେକୁ ଜଣାଇଥିଲା। ତେବେ ଶାସନ ଦଳ ବିଜେପିକୁ ମାତ୍ର ୨୧ଟି ଆସନରେ ପ୍ରାର୍ଥୀ ଦେବାକୁ ଅନୁମତି ଦେଇଥିବା ଜଣାପଡ଼ିଛି। ରବିବାର ରାତି ପ୍ରାୟ ୧୦ଟା ବେଳେ ମୁଖ୍ୟମନ୍ତ୍ରୀ କେ ପଲାନାସ୍ୱାମୀ ଓ ତାଙ୍କ ଡେପୁଟି ପନ୍ନିରସେଲଭମ ଚେନ୍ନାଇର ଗୋଟିଏ ହୋଟେଲରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଙ୍କୁ ଭେଟିଥିଲେ। ରାତି ୧୨ଟା ଯାଏ ଏହି ଆଲୋଚନା ଚାଲିଥିଲା। ଏହି ସମୟରେ ଉଭୟ ଦଳ ସିଟ୍‌ ଶେୟାରିଂ ଡିଲ୍‌କୁ ଚୂଡ଼ାନ୍ତ କରିଛନ୍ତି। ଆଉ କିଛି ଦିନ ମଧ୍ୟରେ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯିବ। ଏହାପୂର୍ବରୁ ଅର୍ଥାତ ଶନିବାର ଦିନ ବିଜେପିର ରାଜ୍ୟସଭାପତି ଏଲ ମୁରୁଗାନଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧିମଣ୍ଡଳୀ ସମ୍ଭାବ୍ୟ ସିଟ ଶେୟରିଙ୍ଗ ଫର୍ମୁଲା ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଥିଲେ ।  ଏହି ସମୟରେ ଶାସକ ଦଳ ବିଜେପିକୁ ୨୧ଟି ସ୍ଥାନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିବା କଥା ପ୍ରତିନିଧିମଣ୍ଡଳୀକୁ ବୁଝାଇ ଦେଇଛି।ସେହିପରି ଏହି ମେଣ୍ଟରେ ଥିବା ପିଏମକେ ୨୩ଟି ଆସନରେ ଲଢ଼ିବ ବୋଲି କହିଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କେ ପଲାନାସ୍ୱାମୀ ଓ ତାଙ୍କ ଡେପୁଟି ଓ ପନ୍ନିରସେଲଭମ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇ ଡିଲ୍‌ ଫାଇନାଲ କରିଥିବା ଏଆଇଏଡିଏମକେ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ, ରାଜ୍ୟରେ ପୂର୍ବରୁ ହୋଇଥିବା ନିର୍ବାଚନ ସମୟରେ ବିଜେପି ଭଲ ପ୍ରଦର୍ଶନ କରିଥିବା ୬୦ଟି ଆସନର ତାଲିକା ଏଆଇଏଡିଏମକେକୁ ଦେଖାଇଥିଲା। ଏପରି କି ପିଏମକେ ତୁଳନାରେ ବିଜେପି ଅଧିକ ଆସନରେ ପ୍ରାର୍ଥୀ ଦେବାକୁ ଚାହୁଁଥିବା ଶାସକ ଦଳକୁ ବୁଝାଇଥିଲା। କିନ୍ତୁ ଏଆଏଡିଏମକେ ନିଜ ଜିଦ୍‌ରେ ଅଟଳ ରହିବା ସହ ବିଜେପି ୨୧ ଓ ପିଏମକେ ୨୩ଟି ଆସନରେ ପ୍ରାର୍ଥୀ ଦେବେ ବୋଲି କହିଛି। ସେହିପରି ୨୩୪ ବିଧାନସଭା ଆସନରୁ ଏଆଇଏଡିଏମକେ ଏକାକୀ ୧୬୦ରୁ ୧୭୦ ଆସନରେ ପ୍ରାର୍ଥୀ ଦେବାକୁ ଲକ୍ଷ୍ୟ ରଖିଛି। ଏପରି କରି ଦଳ କ୍ରମାଗତ ୩ୟ ଥର ପାଇଁ ରାଜ୍ୟରେ କ୍ଷମତା ଦଖଲ କରିବାକୁ ଚାହୁଁଛି। ଅନ୍ୟପକ୍ଷରେ ବିଜେପି କୋର କମିଟିର ଜଣେ ସଦସ୍ୟ କହିଛନ୍ତି, କିଛି ବର୍ଷ ମଧ୍ୟରେ ଦଳ ତୃଣମୂଳସ୍ତରରେ ନିଜର ଶକ୍ତି ବୃଦ୍ଧି କରିଛି। ହେଲେ ଏଆଇଏଡିଏମକେ କହିଛି ଯେ ଏକାଧିକ ନିର୍ବାଚନ ମଣ୍ଡଳୀରେ ଆମର ବୁଥ ସ୍ତରୀୟ ଏଜେଣ୍ଟ ନାହାନ୍ତି। ତେଣୁ ଆମକୁ ୨୧ଟି ଆସନରେ ଦଳ ପ୍ରାର୍ଥୀ ଦେବାକୁ ପରାମର୍ଶ ଦେଇଛି। ଅମିତ ଶାହ ମଧ୍ୟ ଦଳୀୟ ନେତାଙ୍କୁ ଲୋକଙ୍କ ପାଖରେ ପହଞ୍ଚିବାକୁ କହିଛନ୍ତି। ତୃଣମୂଳ ସ୍ତରରେ ମେଣ୍ଟ ହୋଇଥିବା ଦଳଙ୍କ ସହ ମିଶି କାମ କରିବାକୁ ସେ ଆହ୍ୱାନ କରିଛନ୍ତି। ବର୍ତ୍ତମାନ ବିଜେପି ତୃଣମୂଳ ସ୍ତରରେ ପହଞ୍ଚି କାମ କରିବା ଆରମ୍ଭ କରିଥିବା ସେ କହିଛନ୍ତି।

ରାଜ୍ୟପାଳଙ୍କ ଉପରେ ପ୍ରଶ୍ନ ଉଠାଇଲେ ରାହୁଲ୍, ‘ମଣିପୁରରେ ବେଆଇନ୍ ସରକାର’ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ମଣିପୁରର ୧୨ ବିଜେପି ବିଧାୟକ ‘ଅଫିସ୍ ଅଫ୍ ପ୍ରୋଫିଟ୍’ ମାମଲାରେ ଅଯୋଗ୍ୟ ଘୋଷିତ ହେବା କଥା। ହେଲେ ଏଭଳି ନକରି ସାମ୍ୱାଧାନିକ ପଦ ପଦବୀରେ ଥିବା ବ୍ୟକ୍ତି ରାଜଧର୍ମର ଅପମାନ କରିଛନ୍ତି। ରାହୁଲ୍ ଗାନ୍ଧୀ ଟ୍ୱିଟ୍ କରି ଏଭଳି ବର୍ଷିଛନ୍ତି। ରାଜ୍ୟରେ ବିଜେପି କୁତ୍ରିମ ବହୁମତ ତିଆରି କରି ଅସାମ୍ୱାଧିନିକ ସରକାର ଚଳାଉଥିବା କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ‘୧୨ ବିଧାୟକଙ୍କୁ ଲାଭଜନକ ପଦବୀରେ ଅଯୋଗ୍ୟ କରାଯିବା ଉଚିତ୍। କିନ୍ତୁ ସାମ୍ବିଧାନିକ ପଦ ପଦବୀରେ ଥିବା ବ୍ୟକ୍ତି ଏହି ନିଷ୍ପତ୍ତିରେ ବିଳମ୍ବ କରୁଛନ୍ତି’।  ସେହିପରି କଂଗ୍ରେସ ମୁଖପାତ୍ର ଅଭିଷେକ ସିଂଭି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ୨୦୧୭ରେ ୧୨ ଜଣ ବିଧାୟକଙ୍କୁ ମଣିପୁରରେ ସଂସଦୀୟ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା। କିନ୍ତୁ ପରେ ସେମାନେ ଅଫିସ୍ ଅଫ୍ ପ୍ରୋଫିଟ୍ ଅନୁଯାୟୀ ତାଙ୍କୁ ହଟାଇ ଦିଆଯାଇଥିଲା। ସେ କହିଛନ୍ତି, ‘ସେପ୍ଟେମ୍ବର ୨୦୨୦ରେ ମଣିପୁର ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ମଧ୍ୟ ବିଧାୟକମାନେ ଅଯୋଗ୍ୟ ହୋଇନଥିଲେ। ରାଜ୍ୟପାଳ ଏବଂ ନିର୍ବାଚନ ଆୟୋଗ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବାରେ ବିଳମ୍ବ କରୁଛନ୍ତି’। ସେ ଅଭିଯୋଗ କରିଛନ୍ତି ଯେ, ୨୦୧୭ରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ​​କିନ୍ତୁ ମାର୍ଚ୍ଚ ୨୦୧୭ରେ ଘୋଡା ବ୍ୟବସାୟ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ଜରିଆରେ ବିଜେପି ୨୮ ବିଧାୟକଙ୍କ ସହ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ଆଉ ସରକାର ଗଠନ କରିଛି। ସେ ଅଭିଯୋଗ କରିଛନ୍ତି, “ବିଜେପି ସରକାର ଗଠନ କରିବା ପରେ ଦଳ ପରିବର୍ତ୍ତନ କରିଥିବା ୧୨ ଜଣ ବିଧାୟକଙ୍କୁ ପୁରସ୍କାର ପ୍ରଦାନ କରିଥିଲା। ତାଙ୍କୁ ସଂସଦୀୟ ସଚିବ ପଦ ଦିଆଯାଇଥିଲା କିନ୍ତୁ କିଛି ମାସ ପରେ ତାଙ୍କୁ ହଟାଇ ଦିଆଯାଇଥିଲା କାରଣ ଅଫିସ୍ ଅଫ୍ ପ୍ରୋଫିଟ୍ ଅନୁଯାୟୀ ସେହି ପଦଗୁଡିକ ବେଆଇନ ବୋଲି ଜଣାପଡ଼ିଥିଲା’। ରାହୁଲ ଗାନ୍ଧୀ ଟୁଇଟ୍‌ରେ କହିଛନ୍ତି ଯେ ମଣିପୁର ବିଜେପିର ୧୨ ଜଣ ବିଧାୟକଙ୍କୁ ଅଫିସ୍ ଅଫ୍ ପ୍ରୋଫିଟ୍ ବା ଲାଭ ଜନକ ପଦବୀ ଅନୁଯାୟୀ ୨୦୧୮ରେ ଅଯୋଗ୍ୟ ଘୋଷିତ କରାଯିବା ଉଚିତ୍। ଏବେ ନିର୍ବାଚନ କମିଶନ କହିଛନ୍ତି ଯେ ମଣିପୁର ରାଜ୍ୟପାଳଙ୍କୁ ଏ ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ରାଜ୍ୟପାଳ ଏଭଳି କରି ବିଜେପିକୁ ସୁରକ୍ଷା ଦେବା ସଂପୂର୍ଣ୍ଣ ଅସାମ୍ବିଧାନିକ’।

ଆଜିର ରାଶିଫଳ – ୩ ମାର୍ଚ୍ଚ, ବୁଧବାର

ମେଷ: ନିଜର ତୀକ୍ଷ୍ଣ ବୁଦ୍ଧି ଓ କୌଶଳ ପ୍ରୟୋଗ କରି କାର୍ଯ୍ୟ ସାଧନ କରିବେ। ନୂତନ ସ୍ଥାନ ପରିଭ୍ରମଣର ସୁଯୋଗ ପାଇବେ। କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ । ପ୍ରତିକାର- ‘ଘୃଣି ସୂର୍ଯ୍ୟାୟ ନମଃ’  ମନ୍ତ୍ରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ  ପ୍ରଦାନ କରନ୍ତୁ।

ବୃଷ: ଶତ୍ରୁମାନେ ପରାଜୟ ସ୍ୱୀକାର କରି ମିତ୍ରତାର ହାତ ବଢାଇବେ। ଶରୀର ସୁସ୍ଥ ରହିବ ଓ ଯାତ୍ରା ସଫଳ ହେବ। ରାଜନୀତି କ୍ଷେତ୍ରରେ ମାନ ସମ୍ମାନ ପ୍ରଶଂସାର ଅଧିକାରୀ ହେବେ ।

ମିଥୁନ: ମିତ୍ରମାନଙ୍କ ସହିତ ଅଯଥା ଯୁକ୍ତିତର୍କ ମତପାର୍ଥକ୍ୟ ଦେଖାଦେଇପାରେ।  ଖାଦ୍ୟର ଅନିୟମିତତା ହେତୁ ସ୍ୱାସ୍ଥ୍ୟ ଖରାପ ହୋଇଯାଇପାରେ । ତେଣୁ ଜଗି ରଖି ଚଳନ୍ତୁ । ପ୍ରତ୍ୟେକଟି କାର୍ଯ୍ୟରେ ବାଧାବିଘ୍ନ ଘାତପ୍ରତିଘାତ ଦେଖାଦେବ । ପ୍ରତିକାର- ତୁଳସୀ ଚଉରା ମୂଳରେ ଜଳ ପ୍ରଦାନ କରନ୍ତୁ ଓ ତୁଳସୀ ମୂଳର ମାଟିକୁ ମଥାରେ ଲଗାନ୍ତୁ ।

କର୍କଟ:ପାରିବାରିକ ମନୋମାଳିନ୍ୟ ଦୂରହୋଇ ସୁଖ ଶାନ୍ତି ବିରାଜମାନ କରିବ। ନିଜ ଲୋକମାନଙ୍କ ପ୍ରେରଣା ପାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ । ମହିଳାମାନଙ୍କ କାର୍ଯ୍ୟ ଜନସମାଜରେ ପ୍ରଶଂସନୀୟ ହେବ। ପ୍ରତିକାର- ଡାଲିମ୍ବ ବୃକ୍ଷ ମୂଳରେ କିଛି କଞ୍ଚାକ୍ଷୀର, ଅରୁଆ ଚାଉଳ ମିଶାଇ ଢାଳନ୍ତୁ ।

ସିଂହ: ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଲାଗିରହିଥିବା ସମସ୍ୟା ଗୁଡିକର ସମାଧାନ ହୋଇଯିବ । ସାମାଜିକ ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବେ। ପ୍ରତିକାର-ରୁଟି ଓ ଗୁଡ ଗାଈକୁ ଖାଇବାକୁ ଦିଅନ୍ତୁ ।

କନ୍ୟା: ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ପାଇବେ। ଆକସ୍ମିକ ଦୁର୍ଘଟଣା ଦେଖାଦେଇପାରେ । ତେଣୁ ସତର୍କତା ଅବଲମ୍ବନ କରନ୍ତୁ । ବ୍ୟବସାୟ ବାଣିଜ୍ୟରେ ଦ୍ରବ୍ୟ ହାନି ବା ଚୋରି ହେବାର ସମ୍ଭାବନା ରହିଛି। ପ୍ରତିକାର- ପାଞ୍ଚଟି ତ୍ରିଶାଖା ବେଲପତ୍ର ମହାଦେବଙ୍କୁ ଅର୍ପଣ କରନ୍ତୁ ।

ତୁଳା: ପ୍ରତ୍ୟେକଟି କାର୍ଯ୍ୟରେ ସଫଳ ହେବେ ଓ ଉତ୍ତମ ଭୋଜନ ପ୍ରାପ୍ତି ହେବ । ଶରୀର ସୁସ୍ଥ ରହିବ । ସମସ୍ତ ଆଶା ଅଭିଳାଷ ପୂରଣ ହେବ । କର୍ମକ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇବାର ସୁଯୋଗ ରହିଛି । ପ୍ରତିକାର- ଶ୍ରୀଗଣେଶଙ୍କ ପାଖରେ ସାତଟି  ବୁନ୍ଦି ଲଡୁ ଭୋଗଲାଗି କରନ୍ତୁ ।

ବିଛା: ଗୁରୁଜନମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ମହିଳାମାନେ ରାଜନୀତି କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ କରିବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ । ପ୍ରତିକାର- ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ସାତଟି ପେଡା ଭୋଗ କରନ୍ତୁ ।

ଧନୁ: ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ। ନୂତନ ଯାନ ବାହନ କିମ୍ବା ଭୂମି କ୍ରୟ କରିବାର ସୁଯୋଗ ରହିଛି । ମହିଳା ଓ ଛାତ୍ରଛାତ୍ରୀମାନେ ହସ ଖୁସିରେ ଦିନ କାଟିବେ। ପ୍ରତିକାର- କଦଳୀ ଗଛ ମୂଳରେ ହଳଦୀ ମିଶ୍ରିତ ଜଳ ପ୍ରଦାନ କରନ୍ତୁ ।

ମକର: ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟଟିକୁ ସମ୍ପାଦନ କରିବେ । କର୍ମ କ୍ଷେତ୍ରରେ ସହଯୋଗୀମାନଙ୍କର ସାହାଯ୍ୟ ସହାନୁଭୂତି ମିଳିବ। ଆର୍ଥିକ, ମାନସିକ,ଶାରୀରିକ ଅଭିବୃଦ୍ଧି ଘଟିବ। ପ୍ରତିକାର- ଅଶ୍ୱତଥ୍ ପତ୍ରଟିଏ ନିଜ ପାଖରେ ରଖନ୍ତୁ ।

କୁମ୍ଭ: ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣରେ ଦୁଃଖିତ ହେବେ । ଜମିବାଡି ଜନିତ ସମସ୍ୟାକୁ ନେଇ କୋର୍ଟ କଚେରୀର ଦ୍ୱାରସ୍ଥ ହୋଇପାରନ୍ତି । କର୍ମକ୍ଷେତ୍ରରେ ଷଡଯନ୍ତ୍ରର ଶିକାର ହୋଇପାରନ୍ତି ।

ମୀନ: ଶରୀରର କୌଣସି ଅଙ୍ଗରେ ଆଘାତ ଲାଗି କ୍ଷତାକ୍ତ ହୋଇପାରେ । ତେଣୁ ସାବଧାନ ହୋଇ କାମ କରନ୍ତୁ । ବୃଥା ଭ୍ରମଣ, ଧନ ହାନୀ, ପ୍ରାଣପୀଡା ଦେଖାଦେଇପାରେ । ପ୍ରତ୍ୟେକଟି ଦିଗରେ ବାଦାନୁବାଦ ଦେଇ ଗତି କରିବାକୁ ପଡିବ । ପ୍ରତିକାର- କିଛି ଗହମରେ ଗୁଡ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ   ।

ଆଜିର ରାଶିଫଳ – ୨ ମାର୍ଚ୍ଚ, ମଙ୍ଗଳବାର

ମେଷ: ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମନର ଅଭିଳାଷ ପୂରଣ ହେବ। ଶତ୍ରୁମାନେ ପରାଜିତ ହେବେ ଏବଂ ମାନ ସମ୍ମାନ ପ୍ରତିଷ୍ଠା ଅର୍ଜନ କରିବେ। ମାଲିମକଦ୍ଦମାରେ ବିଜୟ ଲାଭ କରିବାର ସମ୍ଭାବନା ଅଧିକ ରହିଛି।  ପ୍ରତିକାର- କିଛି ଗାଈକୁ ଖାଇବାକୁ ଦିଅନ୍ତୁ।

ବୃଷ: କାର୍ଯ୍ୟରେ ବିଳମ୍ବ, ଅପବ୍ୟୟକୁ ନେଇ ମନ ଭାରକ୍ରାନ୍ତ ରହିବ। କେହି ଜଣେ ବ୍ୟକ୍ତି ଶତ୍ରୁତା ଆଚରଣ କରି ବିପଦରେ ପକାଇ ଦେଇପାରେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକମାନ ସୃଷ୍ଟି ହେବ। ପ୍ରତିକାର- ଶ୍ରୀ ଗଣେଶଙ୍କ ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ।

ମିଥୁନ: ପୈତୃକ ସମ୍ପତ୍ତିକୁ ନେଇ ଲାଗିଥିବା ବାଦ ବିବାଦର ସମାଧାନ ହେବ। ନିଜର ଲୋକମାନେ ସାହାଯ୍ୟ ସହାନୁଭୂତି ପ୍ରଦାନ କରିବେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ। ପ୍ରତିକାର- ଶ୍ରୀ ବିଷ୍ଣୁଙ୍କୁ ଦର୍ଶନ କରନ୍ତୁ ଓ ଘୃତ ଦୀପଟିଏ ପ୍ରଦାନ କରନ୍ତୁ।

କର୍କଟ: ଶାରୀରିକ  ଓ ମାନସିକ ଅଭିବୃଦ୍ଧି ଘଟିବ। କୌଣସି ମାଙ୍ଗଳିକ ଉତ୍ସବରେ ଅଂଶ ଗ୍ରହଣ କରିବାର ସୁଯୋଗ ରହିଛି। କର୍ମଜୀବି ମହିଳାମାନେ ପ୍ରଶଂସାର ଅଧିକାରୀ ହେବେ। ପ୍ରତିକାର- କଉଡିଟିଏ ନିଜ ପାଖରେ ରଖନ୍ତୁ।

ସିଂହ: ଯୁକ୍ତିତର୍କ କଥାରୁ ଦୂରେଇ ରୁହନ୍ତୁ ନଚେତ୍ ଅଯଥା ମନୋମାଳିନ୍ୟ ଦେଖାଦେବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ।  ଯାହାଫଳରେ ମନସ୍ତାପ ଦେଇ ଗତି କରିବେ। ଗୁପ୍ତ ଶତ୍ରୁ ଭୟ ମନକୁ ବ୍ୟତିବ୍ୟସ୍ତ କରାଇବ। ପ୍ରତିକାର- ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ସାତଟି ପେଡା ଭୋଗ କରାନ୍ତୁ।

କନ୍ୟା: ଧନ ମାନ ପ୍ରତିଷ୍ଠା ମିଳିବା ସହିତ ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ହେବ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟ ବାଣିଜ୍ୟରେ ପୂର୍ବ ଅପେକ୍ଷା ଅଧିକ ଲାଭବାନ ହେବେ। ପ୍ରତିକାର- ସବୁଜ ରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ।

ତୁଳା: ଅନେକ ବାଧାବିଘ୍ନ ଆସିଲେ ମଧ୍ୟ ସମାଧାନର ବାଟ ଦେଖାଦେବ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ସାହାଯ୍ୟ ସହଯୋଗ ପାଇବେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଆକସ୍ମିକ ଦୁର୍ଘଟଣା ଦେଖାଦେଇପାରେ। ପ୍ରତିକାର- କିଛି କଞ୍ଚାକ୍ଷୀରରେ କଳାରାଶି ମିଶାଇ ମହାଦେବଙ୍କୁ ଅର୍ପଣ କରନ୍ତୁ।

ବିଛା: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନିର୍ମାଣଧୀନ କାର୍ଯ୍ୟକୁ ତ୍ୱରାନ୍ୱିତ କରି ପୂର୍ଣ୍ଣାଙ୍ଗ କରିବେ। ଛାତ୍ରଛାତ୍ରୀମାନେ ପ୍ରଗତି ପଥରେ ଅଗ୍ରସର ହୋଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ପ୍ରତିକାର- ସାତଥର ହନୁମାନ ଚାଳିଶା ପାଠ କରନ୍ତୁ।

ଧନୁ: ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ ଓ ସୁଖ୍ୟାତି ଅର୍ଜନ କରିବେ। କୌଣସି ଜରୁରୀ କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଆମଦାନୀ ରପ୍ତାନୀ ଜାତୀୟ କାରବାରରେ ଲାଭବାନ ହେବେ। ପ୍ରତିକାର- ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ

ମକର: ବୃଥା ଭ୍ରମଣ, ଶାରୀରିକ ଅସୁସ୍ଥତା ଓ ମାନସିକ ଅବସାଦ ଦେଖାଦେବ। ସାମାଜିକ ଓ ରାଜନୈତିକ ସମ୍ମାନ କ୍ଷୁର୍ଣ୍ଣ ହେବ। ଛାତ୍ରଛାତ୍ରୀମାନେ ବିଶୃଙ୍ଖଳିତ ହୋଇ ବିଦ୍ୟା ଶିକ୍ଷାରେ ଅସଫଳ ହୋଇପାରନ୍ତି। ପ୍ରତିକାର- ଅଶ୍ୱତଥ ଗଛ ମୂଳରେ ରାଶି ତେଲର ଦୀପଟିଏ ଜାଳନ୍ତୁ।

କୁମ୍ଭ: କୌଣସି କାର୍ଯ୍ୟ ପ୍ରତି ସ୍ପୃହା ରହିବ ନାହିଁ। ଶରୀରରେ ଆଘାତ ଲାଗିବାର ସମ୍ଭାବନା ରହିଛି । ତେଣୁ ଜଗିରଖି ଚଳନ୍ତୁ। କୌଣସି ମୂଲ୍ୟବାନ ଦ୍ରବ୍ୟ ଚୋରୀ ହୋଇଯାଇପାରେ କିମ୍ବା ହଜିଯିବାର ସମ୍ଭାବନା ରହିଛି। ପ୍ରତିକାର- ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ୨୧ଥର ଜପ କରନ୍ତୁ।

ମୀନ: କୌଣସି ଅନୁଷ୍ଠାନରେ ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିପାରନ୍ତି। ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବାର ସୁଯୋଗ ରହିଛି। ଆଧ୍ୟାତ୍ମିକ ଦିଗରେ ମନ ନିବେଶ କରି ଶାନ୍ତି ଲାଭ କରିବେ। ପ୍ରତିକାର- ହଳଦି ରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ।

୧୩ ଫେବ୍ରୁଆରୀ, ଶନିବାର: ଆଜି ର ରାଶିଫଳ …!

ମେଷ: ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ। ନୃତ୍ୟ ଓ ଅଭିନୟ କ୍ଷେତ୍ରରେ ଥିବା ଲୋକେ ମାନସମ୍ମାନ ପାଇବେ। ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିବେ।

ବୃଷ: କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ମନ ପସନ୍ଦର କାର୍ଯ୍ୟ କରିବାର ସୁଯୋଗ ପାଇବେ। ପ୍ରତ୍ୟେକ କାର୍ଯ୍ୟରେ ଶୁଭ ଫଳ ପାଇବେ।

ମିଥୁନ: ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। ଗୁପ୍ତଶତ୍ରୁଙ୍କ କାର୍ଯ୍ୟକଳାପ ମନରେ ଭୟ ସୃଷ୍ଟି କରିବ। କାର୍ଯ୍ୟ କ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖାଦେବ। ପ୍ରତିକାର: ଗଣେଶ ମହାପ୍ରଭୁଙ୍କ ପାଖରେ ଲଡୁ ଭୋଗ କରନ୍ତୁ।

କର୍କଟ: ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ସାମାନ୍ୟ ଘଟଣାକୁ ନେଇ ପରିବାରରେ ଅଶାନ୍ତି ସୃଷ୍ଟି ହେବ। ପ୍ରତିକାର: ମା’ଙ୍କୁ ପ୍ରଣାମ କରନ୍ତୁ।

ସିଂହ: ସମସ୍ତେ ଖୁସିରେ ରହିବେ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟୀ ମାନେ ଉନ୍ନତି କରିବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ବେଶ୍ ଭଲ ରହିଛି।

କନ୍ୟା: ନୂତନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ମିଳିବ। ବ୍ୟବସାୟରେ ଭଲ ଲାଭ ମିଳିବ। କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସୁଯୋଗ ମିଳିପାରେ।

ସିଂହ: ସମସ୍ତେ ଖୁସିରେ ରହିବେ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟୀ ମାନେ ଉନ୍ନତି କରିବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ବେଶ୍ ଭଲ ରହିଛି।

କନ୍ୟା: ନୂତନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ମିଳିବ। ବ୍ୟବସାୟରେ ଭଲ ଲାଭ ମିଳିବ। କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସୁଯୋଗ ମିଳିପାରେ।

ତୁଳା: ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ନିନ୍ଦିତ ଓ ଅପମାନିତ ହେବେ। ନିଜ ଲୋକମାନେ କାର୍ଯ୍ୟରେ ବାଧା ଉପୁଜାଇବେ। ଆର୍ଥିକ ଚିନ୍ତା ଯୋଗୁ ମାନସିକ ଅଶାନ୍ତି ଦେଖାଦେବ।

ବିଛା: ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ। ଦାମ୍ପତ୍ୟଜୀବନ ସୁଖମୟ ହେବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ।

ଧନୁ: ବହୁଦିନରୁ ଚିନ୍ତା କରୁଥିବା କାର୍ଯ୍ୟକୁ ସଂପନ୍ନ କରିବେ। ବାକି ପଡ଼ିଥିବା ଅର୍ଥ ଆଦାୟ କରିବେ। ସାହିତ୍ୟ, କଳା ଓ ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବେ।

ମକର: ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହେବେ। ଛାତ୍ରଛାତ୍ରୀମାନେ କ୍ୟାରିଅରକୁ ନେଇ ଚିନ୍ତାରେ ରହିବେ। ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ପ୍ରତିକାର– ତୁଳସୀ ଗଛ ମୂଳର ମାଟି ମଥାରେ ଲଗାନ୍ତୁ।

କୁମ୍ଭ: ସ୍ୱାମୀସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ। ସୁସ୍ୱାଦୁ ଭୋଜନ ସହିତ ଆଭୂଷଣ ପ୍ରାପ୍ତି ଯୋଗ ରହିଛି।

ମୀନ: ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହେବ। ବ୍ୟବସାୟରେ ଲାଭ ପାଇବେ। ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ। ପ୍ରତିକାର– ମଥାରେ ଚନ୍ଦନ ଧାରଣ କରନ୍ତୁ।

ଆଜିର ରାଶିଫଳ – ୬ ଜାନୁଆରୀ, ଶନିବାର…!

ମେଷ: ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ପ୍ରତ୍ୟେକ କ୍ଷେତ୍ରରେ ଅପମାନିତ ହେବେ। ପ୍ରତିକାର- ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ହନୁମାନଙ୍କ ସିନ୍ଦୁର ମଥାରେ ଲଗାନ୍ତୁ।

ବୃଷ: ଦାମ୍ପତ୍ୟ ଜୀବନ ଉତ୍ତମ ରହିବ। ସମସ୍ତ ଦିଗରୁ ଶୁଭଫଳ ଲାଭ କରିବେ। ଗଣମାଧ୍ୟମ ସହ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କର ଉନ୍ନତି ହେବ। ଯାତ୍ରା କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

ମିଥୁନ: କର୍ମକ୍ଷେତ୍ରରେ ମାନ ସମ୍ମାନ ଓ ପ୍ରତିଷ୍ଠା ଅର୍ଜନ କରିବେ। ବିଭିନ୍ନ ସୂତ୍ରରୁ ଆୟ ବୃଦ୍ଧି ହେବ। ମନ ପ୍ରଫୁଲ୍ଲ ରହିବ। ଶତ୍ରୁମାନେ ପରାଜିତ ହେବେ। ଆପଣ ସମସ୍ତ କାର୍ଯ୍ୟରେ ବିଜୟ ଲାଭ କରିବେ।

କର୍କଟ: ଅଚିହ୍ନା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ନହେଲେ ବିପଦରେ ପଡ଼ିପାରନ୍ତି। ସ୍ତ୍ରୀଙ୍କ ଅସୁସ୍ଥତାକୁ ନେଇ ଚିନ୍ତିତ ଓ ଦୁଃଖିତ ରହିବେ। ସାମାନ୍ୟ କଥାକୁ ନେଇ ବନ୍ଧୁଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ତେଣୁ କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ। ପ୍ରତିକାର- ୩ ମୁଠା ଅରୁଆ ଭାତରେ ଗୋଟିଏ ସିଝା ଆଳୁ ଚକଟି ଧଳା ଗାଈକୁ ଖାଇବାକୁ ଦିଅନ୍ତୁ।

ସିଂହ: ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଦେବେ। ମାନସିକ ଶାନ୍ତି ଲାଭ କରିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ନିର୍ମାଣାଧୀନ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ।

କନ୍ୟା: ଦେହ ଓ ମନ ସୁସ୍ଥ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। କୋର୍ଟରେ ଥିବା ମକଦ୍ଦମାରେ ବିଜୟୀ ହେବେ। ଗବେଷଣା କରୁଥିବା ଛାତ୍ରଛାତ୍ରୀମାନେ ନୂଆ ସୁଯୋଗ ପାଇପାରନ୍ତି।

ତୁଳା: ବିଭିନ୍ନ ପ୍ରକାର ସମସ୍ୟା ଓ କଳହ ଭିତରେ ଛନ୍ଦି ହେବେ। କୌଣସି ବ୍ୟକ୍ତି ଅସୁବିଧାରେ ପକାଇବାକୁ ଚକ୍ରାନ୍ତ କରିପାରନ୍ତି। ତେଣୁ ସାବଧାନରେ ଚଳନ୍ତୁ। ପୂର୍ବ ଘଟଣାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ପ୍ରତିକାର- ‘ଓଁ ନମଃ ଶିବାୟଃ’ ମନ୍ତ୍ର କୁ ୧୦୮ ଥର ଜପ କରନ୍ତୁ।

ବିଛା: ଅର୍ଥ, ମାନ-ସମ୍ମାନ ଓ ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁଗ୍ରହ ଲାଭ କରିବେ। ମହିଳାମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ। ଲାଲ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ, ଶୁଭଫଳ ମିଳିବ।

ଧନୁ: ଅନେକ ଦିନରୁ ଅଟକି ରହିଥିବା କାର୍ଯ୍ୟ ସଂପନ୍ନ କରିବାରେ ସମର୍ଥ ହେବେ। ଶାରୀରିକ ଓ ମାନସିକ ଶାନ୍ତି ଅନୁଭବ କରିବେ। ବ୍ୟବସାୟରେ ଭଲ ଲାଭ ମିଳିବ।

ମକର: ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ବନ୍ଧୁଙ୍କ ସହଯୋଗ ପାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ସାମାଜରେ ଯଶ, ଗୌରବ ବଢ଼ିବ। ଅଶ୍ୱତ୍ଥ ପତ୍ରଟିଏ ନିଜ ପାଖରେ ରଖି କାର୍ଯ୍ୟ କରନ୍ତୁ।

କୁମ୍ଭ: ଯେଉଁ କାର୍ଯ୍ୟରେ ହାତ ଦେବେ, ସେଥିରେ ସଫଳ ହେବେ। ପରିବାରରେ ସ୍ନେହଶ୍ରଦ୍ଧା ବୃଦ୍ଧି ପାଇବ। କୌଣସି ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି।

ମୀନ: ସନ୍ଦେହ ଓ ଭୁଲ ବୁଝାମଣାକୁ ନେଇ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦେବ। ମାନସିର ଅସ୍ଥିରତା ଦେଖା ଦେଇପାରେ। ନିଜ ଲୋକମାନେ କ୍ଷତି ପହଞ୍ଚାଇବାକୁ କାମ କରିବେ। ତେଣୁ ଜଗିରଖି ଚଳନ୍ତୁ। ପ୍ରତିକାର- ବିଷ୍ଣୁଙ୍କ ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ।

ଓଡ଼ିଶାର ୯ହଜାର ଗାଁରେ ନାହିଁ ମୋବାଇଲ ନେଟୱାର୍କ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଜିଟାଲ ସଶକ୍ତିକରଣର ସ୍ଲୋଗାନ ଦେଉଥିବାବେଳେ ରାଜ୍ୟର ୮୯୪୭ଟି ଗାଁର ଲୋକଙ୍କୁ ଏବେବି ମୋବାଇଲ ଫୋନ୍ ସୁବିଧାରୁ ବଂଚିତ ହେବାକୁ ପଡ଼ୁଛି। ଇଣ୍ଟରନେଟ ଓ ଫାଇଭ-ଜି ଯୁଗରେ ଏଭଳି କଥା ବିଶ୍ୱାସ ହେଉନଥିଲେ ବି ସତ। ରାଜ୍ୟସଭାରେ ଆଜି ସାଂସଦ ମମତା ମହନ୍ତଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ଦେଶର ଜନସଂଖ୍ୟା ୯୫% ରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ ୱେୟାରଲେସ୍ ଥ୍ରୀ-ଜି ଓ ଫୋର-ଜି ସେବା ଉପଲବ୍ଧ ହେଉଛି। ତା’ଛଡ଼ା ଭାରତ ନେଟ୍ ପ୍ରକଳ୍ପ ମାଧ୍ୟମରେ କେନ୍ଦ୍ର ସରକାର ସମସ୍ତ ପଂଚାୟତକୁ ସ୍ପିଡ୍ ଇଣ୍ଟରନେଟ୍ ସହଯୋଗ କାର୍ଯ୍ୟ କରୁଛନ୍ତି। ଓଡ଼ିଶାରେ ସମସ୍ତ ବ୍ଲକ୍ ମୁଖ୍ୟାଳୟକୁ ମିଶାଇ ମୋଟ ୭୦୭୦ଟି ପଂଚାୟତ ଥିବାବେଳେ ଏବେ ୫୩୯୬ଟି ପଂଚାୟତରେ ଏହି ହାଇସ୍ପିଡ୍ ଇଣ୍ଟରନେଟ ଅବା ବ୍ରଡବ୍ୟାଣ୍ଡ ସୁବିଧା ଉପଲବ୍ଧ ହୋଇପାରିଛି। ସେହିପରି ବିଭିନ୍ନ ଟେଲିକମ୍ ସେବା ପ୍ରଦାନକାରୀଙ୍କଠୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୦ ମସିହା ସୁଦ୍ଧା ଓଡ଼ିଶାର ମୋଟ ୪୭୬୭୭ଟି ଜନବସତି ଗାଁ(୨୦୧୧ ଜନଗଣନା ଅନୁସାରେ) ଥିବାବେଳେ ସେଥିରୁ ୩୮,୭୩୦ଟି ଗାଁରେ ଏବେ ଉଭୟ ଥ୍ରୀ-ଜି ଅବା ଫୋର-ଜି ନେଟୱାର୍କ ସୁବିଧା ଉପଲବ୍ଧ ଅଛି। ବାକି ୮୯୪୭ଟି ଗାଁରେ ଏହି ମୋବାଇଲ ନେଟୱାର୍କ ସୁବିଧା ନାହିଁ। କେନ୍ଦ୍ର ସରକାରଙ୍କ ଏହି ତଥ୍ୟ ପରେ ରାଜ୍ୟର ପ୍ରାୟ ୯ହଜାର ଗାଁ ଲୋକେ ନେଟୱାର୍କ ଅଭାବରୁ ମୋବାଇଲ୍ ଫୋନ୍ ଉପଯୋଗ ସୁବିଧାରୁ ବଂଚିତ ହେଉଥିବା ଜଣାପଡ଼ିଛି।

ଆଜିର ରାଶିଫଳ – ୫ ଜାନୁଆରୀ, ଶୁକ୍ରବାର

ମେଷ: ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ବିଫଳ ହେବେ। କର୍ମକ୍ଷେତ୍ରରେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ପାଇବେ। ମିତ୍ରମାନେ ଶତ୍ରୁଭଳି ଆଚରଣ କରିବେ। ପ୍ରତିକାର– ଶ୍ରୀହନୁମାନ ଚାଳିଶା ସାତ ଥର ପାଠ କରନ୍ତୁ।

ବୃଷ: କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି। ପରିବାରରେ ସନ୍ତାନମାନେ ଶୃଙ୍ଖଳିତ ତଥା ଆଜ୍ଞାଧୀନ ହେବେ। ବ୍ୟବସାୟ ବାଣିଜ୍ୟରେ ଆୟ ବଢ଼ିବ।

ମିଥୁନ: ପାରିବାରିକ ଓ ଦାମ୍ପତ୍ୟଜୀବନ ସୁଖମୟ ହେବ। ବହୁଦିନର ଆଶା ପୂରଣ ହେବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବେ।

କର୍କଟ: ପାରିବାରିକ ଦ୍ୱନ୍ଦ୍ୱ ଓ ଶାରୀରିକ ଅସୁସ୍ଥତାକୁ ନେଇ ଚିନ୍ତିତ ରହିବେ। ବିରୋଧୀମାନେ ଚକ୍ରାନ୍ତ କରି ବିପଦରେ ପକାଇ ପାରନ୍ତି। ବୃତ୍ତିଗତ ବ୍ୟବସାୟରେ ବାଧା ସୃଷ୍ଟିହେବ। ପ୍ରତିକାର– ସାତଟି ଧଳା କନିଅର ଫୁଲ ଶ୍ରୀଗଣେଶଙ୍କୁ ଚଢ଼ାନ୍ତୁ।

ସିଂହ: ଶରୀର ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିବ। ଉତ୍ତମ ଭୋଜନ ପ୍ରାପ୍ତିହେବ। ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ହାସଲ କରିବେ। କୌଣସି ନୂତନ ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି।