ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ବାତ୍ୟା କ୍ଷୟକ୍ଷତି ସମୀକ୍ଷା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବାତ୍ୟା ‘ୟାସ୍‌’ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା ପାଇଁ ଆଜି ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱର ବିମାନବନ୍ଦରରେ ସେ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଡିଜିପି ଅଭୟ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆକାଶ ମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳ ଗୁଡ଼ିକୁ ସେ ଆକାଶ ମାର୍ଗରୁ ବୁଲି ଦେଖିବେ।
ଏହା ପରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଅଞ୍ଚଳକୁ ଯାଇ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି।

୧୫ ମେ’ – ଆଜିର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)

ମେଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅସୁସ୍ଥ ଅନୁଭବ କରିବେ। ପରିବାରର କୌଣସି ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

ବୃଷ: ପରିବାରରେ ହସଖୁସିର ବାତାବରଣ ରହିବ। ଧନପ୍ରାପ୍ତି ଯୋଗ ରହିଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: ଅଳସୁଆ ଅନୁଭବ କରିବେ। ବ୍ୟବସାୟରେ କ୍ଷତି ସହିପାରନ୍ତି। ଉଚ୍ଚ ଅଧିକାରୀଙ୍କ ଠାରୁ ଦୂରେଇ ରୁହନ୍ତୁ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ। ଦିନଟି ଭଲରେ କଟିବ।

ସିଂହ: ମାନ-ସମ୍ମାନ ପାଇବେ। ବନ୍ଧୁଙ୍କ ପାଇଁ ଟଙ୍କା ଖର୍ଚ୍ଚ ହୋଇପାରେ।

କନ୍ୟା: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ।

ତୁଳା: ଜୀବନସାଥୀଙ୍କ ସହଯୋଗ ମିଳିବ। ମିଠା ଖାଇ ଘରୁ ବାହାରନ୍ତୁ।

ବିଚ୍ଛା: ମାନ-ସମ୍ମାନ ମିଳିବ। ବ୍ୟବସାୟରେ ଲାଭ ମିଳିବ।  ମନୋରଞ୍ଜନ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

ଧନୁ: ବ୍ୟସ୍ତତା ଭିତରେ ଦିନଟି କଟିବ। ଚାକିରିଆଙ୍କ ପାଇଁ କିଛି ନୂଆ ସୁଯୋଗ ଆସିପାରେ। ପିଲାଙ୍କୁ ନେଇ ଥିବା ଚିନ୍ତା ଦୂର ହେବ।

ମକର: ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କାର୍ଯ୍ୟ କରିବା ପାଇଁ ଉତ୍ସାହ ବଢ଼ିବ।

କୁମ୍ଭ: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ମହିଳାଙ୍କ ସହ ଯୁକ୍ତି କରନ୍ତୁ ନାହିଁ।

ମୀନ: କ୍ୟାରିଅରରେ ପରିବର୍ତ୍ତନ କରିପାରନ୍ତି। ନିଜ କଥା ଉପରେ ସଂଯମ ରଖନ୍ତୁ। ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ।

ବେଗୁନିଆପଡା ବ୍ଲକର କୁମ୍ଭାରଗାଁ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ।

!!!  ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ବେଗୁନିଆପଡା)- ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି |କୁମ୍ଭାରଗାଁ ପଞ୍ଚାୟତର ମାଲ ବେଲପଡା ଓ କୁମାରିପାରି ଗ୍ରାମରେ ବହୁ କରୋନା ପଜେଟିଭ ମିଳିବା ପରେ ଉପଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା 3385 ପ୍ରକାରେ ସରପଞ୍ଚ ସତୀଶ କୁମାର ତାରିଣୀ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି |ଏଥିସହ କୁମ୍ଭାରଗାଁ ପଞ୍ଚାୟତ ଅନ୍ତର୍ଗତ କୋଳିଆ ଗ୍ରାମ,ବେଗୁନିଆଡିହ,କୁମ୍ଭାରଗାଁ ଠାରୁ ଅଙ୍ଗାରଗାଁ ପଞ୍ଚାୟତର ଡାଇକି ଛକ ପର୍ଯ୍ୟନ୍ତ ବଫର ଜୋନ ଘୋଷଣା କରାଯାଇଛି |ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ ଏ ଅଂଚଳରେ କଣ୍ଟେନମେଣ୍ଟ ଜୋନ କରାଯାଇଛି |କଣ୍ଟେନମେଣ୍ଟ ଜୋନରେ ଅବସ୍ଥିତ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ |ଲୋକମାନଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି |ମେଡିକାଲ କର୍ମଚାରୀ ଘରକୁ ଘର ବୁଲି ସ୍ୱାବ ସଂଗ୍ରହ କରିବା ସହ ସମସ୍ତଙ୍କ ସ୍କିନିଂ କରିବେ ଏବଂ କୋଦଳା ଅଗ୍ନିଶମ ବାହିନୀ ଉକ୍ତ ପଞ୍ଚାୟତରେ ହୋଇଥିବା କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନରେ ସାନିଟାଇଜ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି |

ଗୁଣପୁର ଠାରେ ନାଇଟ୍ କର୍ଫ୍ୟୁ ସଫଳ..!

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର)-କରୋନା ସଂକ୍ରମଣର ଦ୍ବିତୀୟ ଲହରିରେ ଦେଶେରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ହେତୁ ରାଜ୍ୟ ପ୍ରଚାଳନା ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ନିମନ୍ତେ ସମସ୍ତ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି କ୍ରମରେ ଗୁଣପୁର ପୋୖର ପରିଷଦ ପକ୍ଷରୁ ଜନସଧାରଙ୍କୁ ସଚେତନ ର ବାର୍ତ୍ତା ଦିଆଯାଇଛି । ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଗୁଣପୁର ସହରରେ ରାଜ୍ୟ ସରକାରଙ୍କ ପ୍ରଦତ୍ତ ନିୟମକୁ କଡାକଡି ଭାବେ ପାଳନ କରିବାକୁ ଏବଂ ରାତ୍ର ୯ଘଣ୍ଟା ଠାରୁ ସକାଳ ୫ଘଣ୍ଟା ପର୍ଯ୍ୟନ୍ତ ଜାରି କରାଯାଇଥିବା ନାଇଟ କର୍ଫ୍ୟୁ କୁ ପାଳନ କରିବାକୁ ଅନୁରୋଧ କରାଯାଇଛି । ଯଦି କେହି ଏହାକୁ ଉଲଂଘନ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ମଧ୍ୟ ଦିଆଯାଇଛି ।

ସୂଚନା ପରେ ଆଜି ରାତ୍ର୯ଘଣ୍ଟା ସମୟରେ ଗୁଣପୁର ପୋଲିସ ପକ୍ଷରୁ ନାଇଟ କର୍ଫ୍ୟୁ ଜନିତ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି ।ପୋଲିସ ର ପେଟ୍ରୋଲିଂ ସମୟରେ ଯେଉଁ ଦୋକାନ ଖୋଲା ଥିଲା ସେଗୁଡିକ ବନ୍ଦ କରିବା ନିମନ୍ତେ କୁହାଯାଇଥିଲା ।ମୋଟା ମୋଟି ଭାବେ ଗୁଣପୁର ଠାରେ ଆଜିର ନାଇଟ କର୍ଫ୍ୟୁ ବ୍ୟବସ୍ଥା ସମ୍ପୂର୍ଣ୍ଣ ସଫଳ ହୋଇଛି । ଅତ୍ୟା ଵଶ୍ୟକ ସ୍ଥଳେ ଯେଉଁ ମାନେ ଏହି ସମୟରେ ବାହାରକୁ ବାହାରିବେ ସେମାନଙ୍କ ପରିଚିୟ ପତ୍ର ଏବଂ କାର୍ଯ୍ୟ କୁ ତଦାରଖ କରିବା ପରେ ଯିବାକୁ ଅନୁମତି ଦିଆଯିବ ଏବଂ ଏହି ସମୟରେ ଗୁଣପୁର ସହରାଞ୍ଚଳର ପୁରୁଣା ବସ ଷ୍ଟାଣ୍ଡ,ବାଇ ପାସ ଛକ ଓ ପୁରୁଣା ଗୁଣପୁର ଛକ ସମେତ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ର ବସନାଗୁଡା ଛକ ଏବଂ କାଟିକି ଠାରେ ତା ତନଖି ଫାଟକ ଖୋଲା ଯାଇଥିବା ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ମୋନଜ ବେହେରା ସୂଚନା ଦେଇଛନ୍ତି ।

ମେ’ ୧୫ ଯାଏ ସବୁ କୀର୍ତ୍ତିରାଜି ଓ ମ୍ୟୁଜିୟମ ବନ୍ଦ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମହାମାରୀ କରୋନା ସଂକ୍ରମଣ ବଢ଼ୁଥିବାରୁ ଆଜି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ କୀର୍ତ୍ତିରାଜି ଓ ସଂଗ୍ରାହାଳୟକୁ ବନ୍ଦ ଘୋଷଣା କରାଯାଇଛି। ମେ’ ୧୫ ଯାଏ ଏହି କୀର୍ତ୍ତିରାଜି ଓ ମ୍ୟୁଜିୟମକୁ ସର୍ବସାଧାରଣଙ୍କ ପରିଭ୍ରମଣ ପାଇଁ ବନ୍ଦ ରଖାଯାଇଛି। ଆଜି ଏଏସ୍‌ଆଇ ପକ୍ଷରୁ ଏକ ଚାରି ଧାଡ଼ିଆ ବିଜ୍ଞପ୍ତି ଜାରି କରାଯାଇ ଏ ସମ୍ପର୍କରେ ଘୋଷଣା କରାଯାଇଛି। ଏହାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ମଧ୍ୟ ଟ୍ୱିଟ କରିଛନ୍ତି।ଏଏସ୍‌ଆଇର ଏପରି ଘୋଷଣା ଯୋଗୁ ରାଜ୍ୟରେ ଥିବା ସବୁ କୀର୍ତ୍ତିରାଜିସ୍ଥଳୀ ମଧ୍ୟ ବନ୍ଦ ହେବ। ଏଏସ୍‌ଆଇ ଦ୍ୱାରା ପରିଚାଳିତ ସବୁ କୀର୍ତ୍ତିରାଜିସ୍ଥଳୀ ୧୫ ତାରିଖ ଯାଏ ଖୋଲିବ ନାହିଁ। କୋଣାର୍କର ସୂର୍ଯ୍ୟ ମନ୍ଦିର ଠାରୁ ଆରମ୍ଭ କରି ରାଜାରାଣୀ ମନ୍ଦିର ଏଏସ୍‌ଆଇ ଅଧୀନରେ ଥିବାରୁ ଏଗୁଡ଼ିକ ବନ୍ଦ ରହିବ। ତତ୍କାଳ ଭାବେ ଏହାକୁ ଲାଗୁ କରିବାକୁ ଏଏସ୍‌ଆଇ ତା’ ବିଜ୍ଞପ୍ତିରେ କହିଛି। ଗତବର୍ଷ ମଧ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ଏଏସ୍‌ଆଇ ଦ୍ୱାରା ପରିଚାଳିତ ଦେଶର ସମସ୍ତ କୀର୍ତ୍ତିରାଜି ଓ ମ୍ୟୁଜିୟମକୁ ବନ୍ଦ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ, ଭାରତରେ କରୋନା ସଂକ୍ରମଣ ଏବେ ହୁହୁ ହୋଇ ମାଡ଼ୁଛି। ଗତ ୧୦ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷରୁ ୨ ଲକ୍ଷରେ ପହଞ୍ଚି ଯାଇଛି। ସ୍ଥିତି ଉତ୍କଟ ହେଉଥିବାରୁ ଏଏସ୍‌ଆଇ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।

ପରଲୋକରେ ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଘଟିଛି। ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଏନେଇ ଆପୋଲୋ ଲୋକ ସଂପର୍କ ଅଧିକାରୀ ରାକେଶ ରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତ ସପ୍ତାହରେ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଆପୋଲ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଗତ ୭ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ନିଜ ଗାଁ ମୋଟରୀ ଆଙ୍କୋଇକୁ ପ୍ରଚାର କରିବା ପାଇଁ ଯାଉଥିଲେ। ସେହି ସମୟରେ ସେ ତଳେ ପଡିଯାଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ବରିଷ୍ଠ କଂଗ୍ରେସ ନେତା ତଥା ପିପିଲି ବିଧାନସଭା ଉପନିର୍ବାଚନ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ପିପିଲି ବିଧାନସଭା ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରି ଶୋକପ୍ରକାଶ କରିଛନ୍ତି। ଶ୍ରୀ ପ୍ରଧାନ ଟ୍ୱିଟ୍‌ କରି ଲେଖିଛନ୍ତି, ପିପିଲି ଉପନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ରାଜନୈତିକ ଜୀବନରେ ତାଙ୍କର ଅବଦାନ ସ୍ମରଣୀୟ ହୋଇରହିବ। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ର। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଖବର ପାଇ ମୁଁ ବହୁ ଦୁଃଖିତ। ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ଶ୍ରୀ ପାତ୍ର ଲେଖିଛନ୍ତି।

୧୩ ଏପ୍ରିଲ, ମଙ୍ଗଳବାର – ଆଜି ର ରାଶିଫଳ

ମେଷ: ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଚାକିରି କ୍ଷେତ୍ରରେ ଥିବା ଲୋକଙ୍କର ଉଚ୍ଚ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

ବୃଷ: କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ। ବ୍ୟବସାୟରେ ବାଧା ସୃଷ୍ଟି ହୋଇପାରେ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ମହିଳାମାନେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।

ମିଥୁନ: ଘରକୁ ଅତିଥି ଆସିପାରନ୍ତି। ସୁସ୍ୱାଦୁ ଭୋଜନ ଖାଇବେ। ରାସ୍ତାରେ ଯା’ଆସ କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଅପରାହ୍ଣ ପରେ କୌଣସି କଥାକୁ ନେଇ ମନ ଅଶାନ୍ତ ରହିପାରେ।

କର୍କଟ: ଶୁଭ ସମ୍ବାଦ ପାଇପାରନ୍ତି। ପରିବାରରେ ଶାନ୍ତି ବଜାୟ ରହିବ। ମହିଳା ଓ ପିଲାମାନେ ଖୁସି ରହିବେ। ସାମାନ୍ୟ ଅସୁସ୍ଥ ଅନୁଭବ କରିପାରନ୍ତି।

ସିଂହ: ବ୍ୟବସାୟରେ ସଫଳ ହେବେ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ଭୟ ଲାଗିରହିବ। ତେବେ ସେମାନେ କିଛି କ୍ଷତି କରିପାରିବେ ନାହିଁ।

କନ୍ୟା: ଶରୀର ଅସୁସ୍ଥ ରହିବ। ତେଣୁ ମନ ଅଶାନ୍ତ ରହିବ। ଅଧିକ ପରିଶ୍ରମ ଯୋଗୁଁ କ୍ଳାନ୍ତି ଅନୁଭବ କରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବନ୍ଧୁଙ୍କ ସାହାଯ୍ୟ ପାଇବେ।

ତୁଳା: ପଦୋନ୍ନତି ମିଳିପାରେ। ଶତ୍ରୁମାନେ ପରାଜିତ ହେବେ। ଦିନଟି ଭଲରେ କଟିପାରେ। ଆଜି ଲକ୍ଷ୍ମୀ-ନାରାୟଣଙ୍କୁ ଆରାଧନା କରନ୍ତୁ ଓ ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବିଛା: ନୂଆ ସ୍ଥାନରେ ଚାକିରି ସୁଯୋଗ ମିଳିବ। ଭାଇମାନଙ୍କ ମଧ୍ୟରେ ସଂପତ୍ତିକୁ ନେଇ ବିବାଦ ଦେଖାଦେଇପାରେ।

ଧନୁ: ପରିବାରରେ ସାମାନ୍ୟ ବାଦବିବାଦ ଯୋଗୁଁ ମନ ଅଶାନ୍ତ ରହିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କୌଣସି ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ।

ମକର: କର୍ମକ୍ଷେତ୍ରରେ ବିବାଦ ଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ। ଆର୍ଥିକ କ୍ଷତି ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ପାଇବେ।

କୁମ୍ଭ: ସମାଜରେ ମାନସମ୍ମାନ ବଢ଼ିବ। ବ୍ୟବସାୟ ଆଶା ମୁତାବକ ଲାଭ ମିଳି ନପାରେ। ଶରୀରରେ ଆଘାତ ଲାଗିପାରେ। ତେଣୁ ସତର୍କ ରୁହନ୍ତୁ।

ମୀନ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ତେଣୁ ଦେଖିଚାହିଁ ଅର୍ଥ ବ୍ୟୟ କରନ୍ତୁ। ମାନସିକ ଅସ୍ଥିରତା ଦେଖାଦେବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ଉପୁଜିବ।

୧୨ ଏପ୍ରିଲ୍‌, ସୋମବାର – ଆଜି ର ରାଶିଫଳ

ମେଷ: କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ବ୍ୟବସାୟରେ ଆଶାରୁ ଅଧିକ ଲାଭ ହେବ। ମହିଳାମାନେ ଖୁସିରେ ଦିନଟିକୁ ଅତିବାହିତ କରିବେ।

ବୃଷ: କର୍ମକ୍ଷେତ୍ରରେ ବିବାଦ ଦେଖା ଦେଇପାରେ। ପରିବାରରେ ଅଶାନ୍ତି ଦେଖାଦେବ। ବ୍ୟବସାୟରେ ଲାଭ ହେବ।

ମିଥୁନ: ଚାକିରୀ କ୍ଷେତ୍ରରେ ପଦୋନ୍ନତି ହୋଇପାରେ। ବ୍ୟବସାୟରେ ଭଲ ଲାଭ ହେବ। ଗୋମାତାଙ୍କ ସେବା କରନ୍ତୁ ଓ ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ: ସାମାଜିକ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଉନ୍ନତି ହେବ। ଅସୁସ୍ଥ ଅନୁଭବ କରିବେ।

ସିଂହ: ସମସ୍ତ ଦିଗରୁ ଶୁଭ ଫଳ ପାଇବେ। ଦୂରଯାତ୍ରା କରିପାରନ୍ତି। ସୁସ୍ୱାଦୁ ଖାଦ୍ୟ ଖାଇବେ। କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ।

କନ୍ୟା: ବାଦବିବାଦରୁ ଦୂରେଇ ରୁହନ୍ତୁ। ଆର୍ଥିକ ଅଭାବ ଦେଖାଦେଇପାରେ। ଅଯଥାରେ ଖର୍ଚ୍ଚ କରି ପଶ୍ଚାତାପ କରିବେ।

ତୁଳା: ବ୍ୟବସାୟରେ ସ୍ଥିତି ଭଲ ରହିବ। ଶରୀରରେ ଆଘାତ ଲାଗିପାରେ। ଘରକୁ ଅତିଥି ଆସିପାରନ୍ତି। ପ୍ରତିକାର– ଧଳା ରଙ୍ଗର ବସ୍ତ୍ର ବ୍ୟବହାର କରନ୍ତୁ ଓ ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ।

ବିଛା: ମାନସମ୍ମାନ ବୃଦ୍ଧି ପାଇବ। ନୂଆ ବନ୍ଧୁ ମିଳିବେ। ଦାମ୍ପତ୍ୟ ଜୀବନ ଭଲରେ କଟିବ।

ଧନୁ: ଆୟ ବଢ଼ାଇବାକୁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ଦୁର୍ଘଟଣାଜନିତ କ୍ଷତି ହୋଇପାରେ। ତେଣୁ ସାବଧାନ ରୁହନ୍ତୁ।

ମକର: ଅଫିସ୍‌ରେ କାହା ସହ ଝଗଡ଼ା ହୋଇପାରେ। ଅପରାହ୍ଣ ପରେ ଅସୁସ୍ଥ ଅନୁଭବ କରିବେ। ମହିଳାମାନେ ସନ୍ତାନଙ୍କ ପାଇଁ ଚିନ୍ତିତ ରହିବେ।

କୁମ୍ଭ: କର୍ମକ୍ଷେତ୍ରରେ ସଫଳତା ପାଇବେ। ବନ୍ଧୁଙ୍କ ସହଯୋଗ ପାଇବେ। ଅର୍ଥ ଦିଆନିଆରେ ସତର୍କତା ଅବଲମ୍ବନ କରନ୍ତୁ। ଅପବ୍ୟୟ ହୋଇପାରେ।

ମୀନ: ଅଧା ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶତ୍ରୁମାନେ ପରାଜିତ ହେବେ।

ଗୁଣପୁର ଠାରେ ବିଜେପି ନଗର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡା ଜିଲ୍ଲା ଗୁଣପୁର ଠାରେ ବିଜେପି ନଗର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁଣପୁର ନଗର ସଭାପତି ଶ୍ରୀନିବାସ ସ୍ଵାଇଁ ଙ୍କ ପୌରହିତ ରେ ଅନୁଷ୍ଠିତ ଏହି ବୈଠକରେ ସହରର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଏନେଇ ୫ ଗୋଟି ପ୍ରସ୍ତାବ ପାରିତ ହୋଇଛି । ଏଥି ମଧ୍ୟରେ ସହରରେ ପାଣି ଯୋଗଣ ବ୍ୟବସ୍ଥା ଠିକ ନଥିବା, ଜଳ ଯୋଗାଣ ନଳ ର ରକ୍ଷଣାବେକ୍ଷଣ ଠିକ ଭାବେ ହୋଇ ପାରୁ ନଥିବାରୁ ମହାମାରୀ ଉପୁଜିବା ସମ୍ଭାବନା ଦେଖା ଦେଇଥିବା,ସହରରେ ବହୁ ଜାଗାରେ ବିଜୁଳି ବ୍ୟବସ୍ଥା ନଥିବା ଯୋଗୁଁ ବିଜୁଳି ଯୋଗାଣ ବିପର୍ଯ୍ୟସ୍ଥ ହୋଇପଡିଥିବା, ସହର ମଧ୍ୟରେ ଥିବା କାମ୍ପଗୁଡା ମୌଜା ରେ ଥିବା ଗୃହ ଗୁଡିକ କିଣା ବିକା ହୋଇପାରୁନଥିବା ,ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ରେ ୧୯ ଜଣ ଡାକ୍ତର ରହିବା ସ୍ଥଳେ ମାତ୍ର ୫ ଜଣ ଡାକ୍ତର ଥିବା,ସହରରେ ପରିମଳ ବ୍ୟବସ୍ଥା ଦିନକୁ ଦିନ ବିଗିଡି ଯାଉଥିବା ଭଳି ସମସ୍ୟା ଗୁଡିକୁ ଉପସ୍ଥାପନା କରାଯାଇ ଏହାର ଯଥାଶୀଘ୍ର ସମାଧାନ କରିବା ନେଇ ପ୍ରସ୍ତାବ ଆଗତ କରାଯାଇଛି ।

ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ସମ୍ପୃକ୍ତ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ବୋଲି ଉପସ୍ଥିତ କର୍ମକର୍ତ୍ତା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଭାଜପା ଜିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଶ୍ରୀ ରବିଶଙ୍କର ଗମାଙ୍ଗ, ଗୁଣପୁର ନଗର ପ୍ରଭାରୀ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ କିଶୋର ଚନ୍ଦ୍ର ପଣ୍ଡା, ଜଗନ୍ନାଥପୁର ମଣ୍ଡଳ ପ୍ରଭାରୀ ତଥା ଜିଲ୍ଲା ସମ୍ପାଦକ ଶ୍ରୀ ପଦ୍ମନାଭ ଦାସ, ଭାଜପା ଜିଲ୍ଲା ଉପ ସଭାପତି ଶ୍ରୀ ୱାଇ. ଗଣପତି ରାଓ, ଗୁଣପୁର ବ୍ଲକ ଜଗନ୍ନାଥପୁର ମଣ୍ଡଳ ସଭାପତି ଶ୍ରୀ ପୃଥିବୀରାଜ ପାଢୀ ଙ୍କ ସମତେ ଶତାଧିକ ବିଜେପି କର୍ମୀ ଓ ବିଜେପି ପ୍ରେମୀ ଉପସ୍ଥିତ ଥିଲେ।

“କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ “

!!! ରାୟଗଡା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି. ଦିଲ୍ଲୀପ କୁମାରଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ରାୟଗଡା) – କୋରନାର ଦ୍ଵିତୀୟ ଲହରୀ ସଂକ୍ରମଣ ବ୍ୟାପିବାର ଦେଖି ଏହାର ମୁକାବିଲା ପାଇଁ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ତପ୍ତରତା ପ୍ରକାଶ କରିଛନ୍ତି । ଏହାର ମୁକବିଲ୍ଲା ନିମନ୍ତେ ଆଜି ଏକ ଜରୁରୀ ବୈଠକ ଡାକି ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ବିଶେଷକରି ବିଭିନ୍ନ ବ୍ଲକର ଲୋକମାନେ ବାହାରକୁ ଯାଇ ଫେରୁଥିବା ଲୋକମନଙ୍କୁ ଚିହ୍ନଟ କରିବା ଏବଂ ସେମାଙ୍କୁ ସଙ୍ଗରୋଧରେ ରଖିବାସହିତ ଓ ଆବଶ୍ୟକ ପଡିଲେ କୋଭିଡ ଚିକିତ୍ସା ଯୋଗାଇବା ପାଇଁ ସମ୍ପୃକ୍ତ ବ୍ଲକର ବିଡିଓ ମାନଂକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡରେ ବାହାରୁ ଆସୁଥିବା ଯାତ୍ରୀଙ୍କୁ ସ୍କ୍ରିନଂ କରି ଆବଶ୍ୟକ ପଡିଲେ ସେମାନଙ୍କୁ ସଙ୍ଗରୋଧରେ ରଖି ଚିହ୍ନଟ ରୋଗୀଙ୍କୁ କୋଭିଡ଼ କ୍ୟାର ସେଣ୍ଟରରେ ଚିକିତ୍ସା କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଜିଲ୍ଲାର ସମସ୍ତ ବସ ମାଲିକ ମାନଙ୍କୁ ବସ ଛାଡିବା ପୂର୍ଵରୁ ସାନିଟାଇଜେର କରିବା, ଓ ମାସ୍କ ବ୍ୟବହାର କରିବା ପାଇଁ ଜିଲ୍ଲପାଳ ପରାମର୍ଶ ଦେଇଥିଲେ । ସେହିପରି ବାହାରୁ କାମ ପାଇଁ ଆସୁଥିବା ଲୋକମାନଙ୍କୁ କାହାସହିତ ମିଳାମିଶା ନକରିବା ଓ ତୁରନ୍ତ କାମସାରିଲେ ହଟେଲ ଛାଡି ପଳାଇବାକୁ କହିବା ପାଇଁ ହୋଟେଲ ମାଲିକମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ବୃଦ୍ଧ, ବୃଦ୍ଧା, ରୋଗାକ୍ରାନ୍ତ ବ୍ୟକ୍ତି ଓ ଶିଶୁ ମାନଙ୍କୁ ଅଯଥାରେ ବାହାରେ ନ ବୁଲିବାକୁ ଓ ଆବଶ୍ୟକସ୍ଥଳେ ମାସ୍କ ଓ ସାନିଟାଈଜର ବ୍ୟବହାର କରିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।ଜିଲ୍ଲାରେ କୋଭିଡ ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ ରହିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ପୁନଃ କାର୍ଯ୍ୟକ୍ଷମ କରିବା ଓ କର୍ମଚାରୀ ନିୟୋଜିତ ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହ ଛଡା ମାସ୍କ ବ୍ୟବହାର ଉପରେ କଡାକଡି ଯାଞ୍ଚ କରିବାକୁ ଜିଲ୍ଲା ଆରୋଖୀ ଅଧିକାରୀ କୁହାଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡି.ଆର. ଡିଏ ଶ୍ରୀ ମହେଶ୍ୱର ନାଏକ, ଉପ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଆର୍ତ୍ତବନ୍ଧୁ ନାୟକ, ପିଏ, ଆଇଟିଡିଏ ଶ୍ରୀ ଟୁକୁ ବାରିକ, ତହସିଲଦାର ରୟାଗଡ଼ ଶ୍ରୀ ଉମାଶଙ୍କର ବେହେରା ଏବଂ ଡିପିଏମ ଶ୍ରୀ ରାଜେଶ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।