ଇଡ଼ାଇ ଇଡିତାଲ ମଞ୍ଚ ଉପରକୁ ଢେଲା ପଥର ଓ ପାଣି ବୋତଲ ମାଡ଼…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣୁପୁର)- ଗୁଣୁପୁର ଇତିହାସରେ ପ୍ରଥମ ଥର ପାଇଁ ଲୋକ ମହୋତ୍ସବ ଇଡ଼ାଇ ଇଡିତଲ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଘଟଣ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହା କି ଉପଖଣ୍ଡ ପ୍ରଶାସନ ଓ ପୁଲିସର ଅନଭିଜ୍ଞତା କୁ ପଦାରେ ପକେଇ ଦେଇଛି । ଗତକାଲି ସନ୍ଧ୍ୟାରେ ଗୁଣୁପୁର ଚଇତି ମଣ୍ଡପରେ ଚଇତି ମହୋତ୍ସବ ଇଡ଼ାଇ ଇଡିତଲ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା । ଏଥିରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଶେଷ ଆକର୍ଷଣ ଭାବେ ଓଲିଉଡ ଅଭିନେତ୍ରୀ ରିୟା ଦେ ମଧ୍ୟ ଯୋଗ ଦେଇଥିଲେ । ଅବଶ୍ୟ ରିୟା ଦେ ଙ୍କ କାର୍ଯ୍ୟକ୍ରମ ରାତ୍ରି ୯ ଟା ସୁଦ୍ଧା ଶେଷ ହୋଇଥିଲା । ତେବେ ସ୍ଥାନୀୟ କଳାକାର ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ରାତ୍ର ୧୨ ପର୍ଯ୍ୟନ୍ତ ଜାରୀ ରହିଥିଲା । ତେବେ ଗତକାଲି ରାତ୍ରି ପ୍ରାୟ ୧୧ ଘଣ୍ଟା ସମୟରେ ଗୁଣୁପୁର ର ଏକ ମେଲୋଡି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ହଠାତ ଦର୍ଶକ ଗ୍ୟାଲେରୀ ରୁ ମଞ୍ଚ ଉପରକୁ ଇଟା, ପଥର, ପାଣି ବୋତଲ ମାଡ଼ କରାଯାଇଥିଲା । ଦର୍ଶକେ ମଞ୍ଚ ଉପରକୁ ଉଠି ଆସିଥିଲେ । ସେତେବେଳେ ନା କୌଣସି ସରକାରୀ ଅଧିକାରୀ ନା ପୁଲିସ କେହି ହେଲେବି ନ ଥିଲେ । ଫଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଏଠି ପ୍ରଶ୍ନ ଉଠିଛି ସେତିକିବେଳେ ପ୍ରଶାସନ ଓ ପୁଲିସ ଗଲେ କୁଆଡେ ? କେତେକ ଅସାମାଜିକ ବ୍ୟକ୍ତି ବିଶେଷ ମଦ୍ୟପାନ କରି ବିଶୃଙ୍ଖଳା ଘଟେଇଥିବା ଯୋଗୁଁ ବାଧ୍ୟ ହୋଇ କାର୍ଯ୍ୟକ୍ରମ ବନ୍ଦ କରାଗଲା ବୋଲି ମେଲୋଡି ପରିଚାଳକ କହିଛନ୍ତି । ତେବେ ଉପଖଣ୍ଡ ପ୍ରଶାସନ ଏକ ସରକାରୀ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ର ସହ ଆୟୋଜନ କରେଇ ନ ପାରିବା ନିହାତି ନିନ୍ଦନୀୟ ଘଟଣା । ଯଦି କୌଣସି କଳାକାର ଙ୍କ କିଛି ଅସୁବିଧା ହୋଇଥାନ୍ତା ତାହା ହେଲେ କିଏ ଦାୟୀ ରହିଥାନ୍ତା ? କେଉଁ କାରଣ ପାଇଁ ପ୍ରଶାସନ ଓ ପୁଲିସ ସେଠାରେ ଉପସ୍ଥିତ ନ ଥିଲେ ଏହାର ତଦନ୍ତ ହେବା ଜରୁରୀ ।ଘଟିଥିବା ଅଘଟଣ ପୁଲିସ ର ପାରିଆ ପଣ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି ।ପୋଲିସ ର ଖାମ ଖିଆଲି ମନୋଭାବ ଯୋଗୁଁ କେବଳ ଏହି ଅଘଟଣ ନୁହଁ ସହର ମଧ୍ୟରେ ଚୋରି ମଧ୍ୟ ବଢ଼ିଛି ବୋଲି ଜନମତ ପ୍ରକାଶ ପାଉଛି । ବୈଠକ ଓ କାର୍ଯ୍ୟକ୍ରମ ର ସମୟ ସୀମିତ ରଖିବା, ବ୍ୟାରିକେଟ ଠିକ ଭାବେ ନିର୍ମାଣ କରିବା, ମଦ ଦୋକାନ ବନ୍ଦ ଓ ମଦ୍ୟପାନ କରି ବିଶୃଙ୍ଖଳା ଆଚରଣ କରୁଥିବା ବ୍ୟକ୍ତି ଙ୍କ ପ୍ରତି କଡା ନଜର ଦେବା, ମଞ୍ଚ ନିକଟରେ ଓ ଭିତରେ ବ୍ୟାପକ ପୁଲିସ ମୁତୟନ କରିବା ଭଳି କିଛି ପ୍ରାଥମିକ ବିଷୟ ପ୍ରତି ପ୍ରଶାସନ ଦୃଷ୍ଟି ନଦେଲେ ଶାନ୍ତି ପ୍ରିୟ ଗୁଣୁପୁର ସହର ର ପରିଚୟ ମଳିନ ପଡିଯିବ । ପ୍ରେସ ଗ୍ୟାଲେରୀ ରେ ସାଧାରଣ ଦର୍ଶକ ବସିରହିଥିବା ହେତୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବସିବାକୁ ସ୍ଥାନ ର ଅଭାବ ଦେଖାଦେଇଥିଲା ।ଏହି ଅଘଟଣ ନେଇ ଗୁଣୁପୁର ଥାନା ଅଧିକାରୀ ଙ୍କୁ ପଚାରିବାରୁ ଆଜିଠାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ।

ମହୋତ୍ସବ ବାସ୍ନାରେ ମହକିଲା ମାଳ ଭୂମି ଗୁଣପୁର…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର) – ରାୟଗଡ଼ ଜିଲ୍ଲା ର ଗଣପର୍ବ ଚଇତି ପାଳନ ଅବସରରେ ଆଜି ଗୁଣପୁର ଠାରେ ଉପଖଣ୍ଡ ସ୍ତରୀୟ ଚଇତି ମହୋତ୍ସବ ଇଡ଼ାଇ ଇଡିତଲ ପାଳନ ର ଶୁଭ ମୁହୂର୍ତ୍ତ କରାଯାଇଛି । ଗୁଣପୁର ସହରର ଜଗନ୍ନାଥ ମନ୍ଦିର ନିକଟରୁ ଏକ ବିଶାଳ ଶୋଭଯାତ୍ରାରେ କଳସ ଆଣି ନୂତନ ବସ୍ ଷ୍ଟାଣ୍ଡ ଠାରେ ଥିବା ଚଇତି ଉତ୍ସବ ମଣ୍ଡପ ଠାରେ ସ୍ଥାପନ କରାଯାଇଛି । ୧୦ ତାରିଖ ଠାରୁ ୧୨ ତାରିଖ ଯାଏଁ ଏଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଭା ଅନୁଷ୍ଠିତ ହେବ ।ଏହାକୁ ଆନୁଷ୍ଠାନିକ ଭାବେ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂ ଉଦ୍ଘାଟନ କରିଥିଲେ । ଏହି କଳସ ଯାତ୍ରାରେ ମାନ୍ୟବର ଆଇନ ମନ୍ତ୍ରୀ ଜଗନ୍ନାଥ ସରକା ଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝି ,ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଅନୁସୁୟା ମାଝୀ , ଗୁଣପୁର ପୌର ପରିଷଦ ଅଧ୍ୟକ୍ଷ୍ୟା ଶ୍ରୀମତୀ ମମତା ଗୌଡ, ଉପାଧକ୍ଷ ଶିବ ପ୍ରସାଦ ଗୌଡ,ଚଇତି କମିଟି ଆବାହକ ଚନ୍ଦ୍ର ଧ୍ଵଜ ପଣ୍ଡା ,ଉପଖଣ୍ଡ ର ସମସ୍ତ ପ୍ରଶାସନିକ ଅଧିକାରୀ,ବୁଦ୍ଧିଜୀବି, ବିଦ୍ୟାର୍ଥୀ ଏବଂ ଜନସାଧାରଣ ଯୋଗ ଦେଇଥିଲେ । ଆଦିବାସୀଙ୍କ ପାରମ୍ପରିକ ବାଦ୍ୟ ଏବଂ ନୃତ୍ୟର ତାଳେ ତାଳେ ଅଭି ମନ୍ତ୍ରୀତ ଶୁଭ ଜଳ ପୁର୍ଣ୍ଣ କଳସକୁ ଉତ୍ସବ ମଣ୍ଡପ ଅଭିମୁଖେ ନିଆଯାଇଥିଲା। କଳସ କୁ ନୂତନ ବସ୍ ଷ୍ଟାଣ୍ଡ ସମ୍ମୁଖ ଫାଟକ ଠାରୁ ସ୍ଥାନୀୟ ଉପ ଜିଲ୍ଲାପାଳ ଲଳିତ କହଁର ଗ୍ରହଣ କରି ମଣ୍ଡପ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।

ଚଇତି ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂ ଉଦ୍ଘାଟନ କରିଥିଲେ ।ପ୍ରଥମ ଦିବସର ମୁଖ୍ୟ ଆକର୍ଷଣ ଓଲିଉଡ ଅଭିନେତ୍ରୀ ରିୟା ଦେ ଙ୍କୁ ଦେଖିବା ନିମନ୍ତେ ଅଞ୍ଚଳର ବହୁ ଦୂର ଦୂରାନ୍ତ ରୁ ଦର୍ଶକ ଙ୍କ ସମାଗମ ଚଇତି ମଣ୍ଡପକୁ ମୁଖରିତ କରିଥିଲା । ମଣ୍ଡପରେ ପ୍ରଦର୍ଶିତ ନୃତ୍ୟ ଦର୍ଶକ ଙ୍କୁ ଆକୃଷ୍ଟ କରିଥିଲା।ଚଇତି ମଣ୍ଡପ ଠାରେ କଳା ପ୍ରଦର୍ଶନ କରିଥିବା ସମସ୍ତ କଳାକାରଙ୍କ ମୁଖିଆ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନୀତ କରାଯଇଥିଲା । ଏହି କାର୍ଯ୍ୟ କ୍ରମ କୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା,ବରିଷ୍ଠ ସହାୟକ ରାଧା କୃଷ୍ଣ ସେଠୀ ଓ ଅନନ୍ତ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

ରାୟଗଡ ଜିଲ୍ଲାପାଳ ଙ୍କ ଗୁଣପୁର ଗ୍ରସ୍ଥ

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) –  ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ୱାଧ।ଦେଵ ସିଂ ଗୁଣପୁର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା କରିଥିଲେ । ଗୁଣପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ପହଁଚି ଆଦିବାସୀ ଉନ୍ନୟନ ସଂସ୍ଥା ଅଧିନସ୍ଥ 42ଟି ବିଦ୍ୟାଳୟର ପଟ୍ଟା ବଣ୍ଟନ କରିଥଲେ । ଗୁଣପୁର ଓଟି ଇଏଲପି ଅଧିନସ୍ଥ ଜୀବିକା ମିଶନ ତରଫରୁ ପ୍ରଧାନୀଗୁଡା ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଠାମକା ବିହନ ବଣ୍ଟନ କରିଥିଲେ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିଭିନ୍ନ କାର୍ଯ୍ୟ ପରିଦର୍ଶନ କରିଥିଲେ । ଗୁଣପୁର ପୌର ପରିଷଦ ଅଧିନସ୍ଥ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର, ବସଷ୍ଟାଣ୍ଡରେ ନିର୍ମିତ ତୋରଣ ଗେଟ, ପାର୍କ ଆଦି ପରିଦର୍ଶନ ସହ କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ । ସେଫ।ଳି ପାହାଡ଼, ମିନିଷ୍ଟ।ଡିୟମ ଆଦି ପରିଦର୍ଶନ କରି ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀ ମନକୁ ତାଗିଦ କରିଥିଲେ । ଜିଲ୍ଲାପାଳଙ୍କ ଆଜିର ଏହି ଗସ୍ତ ସମୟରେ ଗୁଣପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲୋକନାଥ ଦଲବେହେରା, ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ, ପୋୖରାଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼, ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼, ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାସ, ସ୍ୱତନ୍ତ୍ର ଅଧିକାରୀ ଶ୍ରୀନିବାସ ଆଚାରି ପ୍ରମୁଖ ଉପସ୍ଥିତ ଥିଲେ ।

୫ ଦଫା ଦାବୀ ନେଇ ଜିଲ୍ଲାପାଳ ଅଫିସରେ ଆଦିବାସୀ ସଂଘ …!

!!! ଦକ୍ଷୀଣ ଓଡିଶା ଜୋନାଲ ମୁଖ୍ୟ ପ୍ରବୀର ପାତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(କୋରାପୁଟ)- ଅବିଭକ୍ତ କୋରାପୁଟ ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ୫ ଦଫା ଦାବୀ ପତ୍ର ପ୍ରଦାନ କରିବା ନିମନ୍ତେ ସଂଘ କର୍ମକର୍ତ୍ତା ଜିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ନିକଟରେ ପହଞ୍ଚି ଥିଲେ । ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି ।  କପସାଲଟା ଗାଁ ରେ ମକା ଫସଲ ନଷ୍ଟ ଓ ଘରପୋଡ଼ି ଘଟଣା ଭଳି ଅଶୋଭନୀୟ ବର୍ବୋରଚିତ ଘଟଣା କୁ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଦିଆଯାଇଥିବା ଦାବୀ ପତ୍ର ରେ କପସାଲଟା, ସାରିଆଲଟା ଓ ଲାକଟିପକନା ଗାଁ ରେ  ବନ ସୁରକ୍ଷା ସମିତି ପକ୍ଷରୁ ନଷ୍ଟ କରାଯାଇଥିବା ୧୦୦ ଏକରରୁ ଉର୍ଦ୍ଧ୍ଵ ମକା ଫସଲ ର କ୍ଷତିପୂରଣ ଦେବା, ଚାରି ଖଣ୍ଡ ଗ୍ରାମର ବାସିନ୍ଦା ଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ସରକାରଙ୍କ ଜଙ୍ଗଲ ଜମି ସତ୍ୱାଧିକାର ନିୟମକୁ ସଠିକ ଭାବେ କାର୍ଯ୍ୟକାରୀ କରିବା, ବୁର୍ଜା ପଞ୍ଚାୟତ ରେ ଗଠିତ ହୋଇଥିବା ବନ ସୁରକ୍ଷା ସମିତି କୁ ରଦ୍ଦ କରି ନୂତନ କମିଟି ଗଠନ କରିବା, ଫସଲ ନଷ୍ଟ ଓ ଘର ପୋଡ଼ିଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମାଲକାନଗିରି କନ୍ଧ ସାମାଜ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଉପସ୍ଥିତ ରହି ଏହି ଦାବୀ ପତ୍ର ପ୍ରଦାନ କରିଛନ୍ତି ।

ମାଲକାନଗିରି ଜିଲ୍ଲା କନ୍ଧ ସମାଜ ସଭାପତି ଗୋପୀ ପାଙ୍ଗି ,ସମ୍ପାଦକ ହରିବନ୍ଧୁ ଗୋଲୋରି ,ଉପଦେଷ୍ଟା ବିଲୋ ପାଙ୍ଗି ,ଅଭିଭକ୍ତ କୋରାପୁଟ ଜିଲ୍ଲା ମୂଳ ନିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଚନ୍ଦ୍ର ଧ୍ଵଜ ମାଝି , ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘ ଜିଲ୍ଲା ସଭାପତି ଦିବାକର ପୂଜାରୀ , ସାଧାରଣ ସମ୍ପାଦକ ଭଗବାନ ବୈରାଗୀ ,ଆଦିବାସୀ ଅଧିକାର ମଞ୍ଚ ଜିଲ୍ଲା ସଭାପତି ରାଜେଶ ଜାନି ପ୍ରମୁଖ ଜିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ଠାରେ ଦାବି ପତ୍ର ନେଇ ପହଞ୍ଚି ଥିଲେ ।

ବିରୋଧ ପରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ରଖିଲା ଓପିଏସସି….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ସତ୍ତ୍ୱେ ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରଖିଥିବାକୁ ନେଇ ଶିକ୍ଷାବିତମାନେ ବିରୋଧ କରିବା ପରେ ଆଜି ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଏହି ପରୀକ୍ଷାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଆଜି ଏକକାଳୀନ ଦୁଇଟି ନୋଟିସ୍ ଜାରି ହୋଇଛି । ଫିଜିକ୍ସରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନିମନ୍ତେ ଆସନ୍ତା ଜୁନ୍ ୪ ତାରିଖରେ ହେବାକୁ ଥିବା ସାକ୍ଷାତକାର ପରୀକ୍ଷାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ବାଣିଜ୍ୟରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନିମନ୍ତେ ଜୁନ୍ ୬ତାରିଖରେ ହେବାକୁ ଥିବା ଡକ୍ୟୁମେଂଟ ଯାଂଚ କାର୍ଯ୍ୟକ୍ରମକୁ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ତେବେ ଆୟୋଗଙ୍କ ପକ୍ଷରୁ ଏହି ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ରଖାଯିବା ସମ୍ପର୍କରେ କିଛି ଆନୁଷ୍ଠାନିକ ସୂଚନା ଦିଆଯାଇନି । ସୂଚନାଯୋଗ୍ୟ, ବିଭିନ୍ନ ବିଷୟରେ ମୋଟ ୬୦୬ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନିମନ୍ତେ ଓପିଏସସି ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରୁ କେତେକ ବିଷୟର ପରୀକ୍ଷା ଓ ଡକ୍ୟୁମେଂଟ ଯାଂଚ ଆଦି ପ୍ରକ୍ରିୟା ଶେଷ ହୋଇ ସାରିଥିବାବେଳେ ଆଜି ବାଣିଜ୍ୟ ଓ ଫିଜିକ୍ସ ବିଷୟରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତିକୁ ସ୍ଥଗିତ ରଖିବାକୁ ଆୟୋଗ ନିଷ୍ପତ୍ତି ନେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ସବୁ ବିଜେପି ସାଂସଦ ଓ ୩ କେନ୍ଦ୍ରମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଓଡ଼ିଶାର ସମସ୍ତ ବିଜେପି ସାଂସଦ ଓ ୩ ଜଣ କେନ୍ଦ୍ରମନ୍ତ୍ରୀ ଆଜି ସଂସଦ ଅଧିବେଶନର ଶେଷ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଛନ୍ତି। ଏହି ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜଳଖିଆ ଖୁଆଇବା ସହ ଲୋକଙ୍କ ନିକଟତର ହେବା ପାଇଁ ବିଭିନ୍ନ ପରାମର୍ଶ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଆଜି ଓଡ଼ିଶା ସମେତ ଦିଲ୍ଲୀ, ହରିଆଣା ଓ ଉତ୍ତରାଖଣ୍ଡ ରାଜ୍ୟର ସବୁ ବିଜେପି ସାଂସଦଙ୍କୁ ନିଜ ବାସଭବନକୁ ଡକାଇ ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବା ଓ ଲୋକଙ୍କ ନିକଟତର ହୋଇପାରିବେ ସେଥିପ୍ରତି ପରାମର୍ଶ ଦେଇଛନ୍ତି। ଏହି ସାକ୍ଷାତ ସମୟରେ ଓଡ଼ିଶାର ସମସ୍ତ ବିଜେପି ସାଂସଦଙ୍କ ସମେତ ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡ଼ୁ ମଧ୍ୟ ଉପସ୍ଥିତ ଥିଲେ। ଏସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଳାହାଣ୍ଡିର ବିଜେପି ସାଂସଦ ବସନ୍ତ ପଣ୍ଡା କହିଛନ୍ତି ଯେ, ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲା। ସମସ୍ତ ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ସାହଜନକ ଟିପ୍ସ ଦେଇଛନ୍ତି । ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଓ ଲୋକଙ୍କ ପାଖରେ ସୁଶାସନ ପହଂଚାଇବା ପାଇଁ ପରାମର୍ଶ ଦେଇଛନ୍ତି । ବିଶେଷକରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନାର ସୁଫଳ ଲୋକମାନେ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ସଂସଦ ଅଧିବେଶନ ସମୟରେ ବିଭିନ୍ନ ରାଜ୍ୟର ସାଂସଦମାନଙ୍କୁ ଡାକି ସେମାନଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ ଗୁଜୁରାଟ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟର ବିଜେପି ସାଂସଦମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଡାକି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି ।

ଶିମିଳିପାଳ ଅଭୟାରଣ୍ୟରେ ଆଜିଠାରୁ ଗଡ଼ିବ ବସ୍‌ ….!

ଏଥର ସମ୍ଭାଳ (କରଞ୍ଜିଆ) – ଶିମିଳିପାଳକୁ ଆସୁଥିବା ପର୍ଯ୍ୟଟକ ପାଇଁ ଖୁସି ଖବର। ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ବନ ବିଭାଗ ପକ୍ଷରୁ ଆଜିଠୁ ୬ଟି ଟ୍ରାଭେଲର ବସ୍ ଚଳାଚଳ କରିବ। ଫଳରେ ଅଭୟାରଣ୍ୟ ପ୍ରତି ପର୍ଯ୍ୟଟକଙ୍କର ଆଗ୍ରହ ବଢ଼ିବ ବୋଲି ପରିବେଶବିତମାନେ ଆଶାବ୍ୟକ୍ତ କରିଛନ୍ତି। ମିନି ବସ୍‌କୁ ସ୍ଥାନୀୟ ଶିମିଳିପାଳ ବାସିନ୍ଦା ବା ଇକୋ ଟୁରିଜିମ ଗ୍ରୁପ ରକ୍ଷଣାବେକ୍ଷଣ କରିବ। ଏଥିଲାଗି ଅଫ୍‌ଲାଇନରେ ଟିକେଟ ବୁକିଂ ହେବ। ଯଶିପୁରର ଧୋବାଡିହା ମୁଖ୍ୟଗେଟରେ ୪ଟି ଏବଂ ଦକ୍ଷିଣ ବନ୍ୟାଞ୍ଚଳ ବନଖଣ୍ଡର  ପିଠାବଟା ଗେଟ ନିକଟରେ ଦୁଇଟି ବସ୍ ରହିବ। ଯଶିପୁରର ଧୋବାଡିହା ମୁଖ୍ୟଗେଟ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ପଶୁଥିବା ବସ୍‌ ଭଡ଼ା ଛଅ ହଜାର ଟଙ୍କା ରଖାଯାଇଛି। ସେହିପରି ଦକ୍ଷିଣ ବନ୍ୟାଞ୍ଚଳ ବନଖଣ୍ଡର  ପିଠାବଟା ଗେଟ ଶିମିଳିପାଳ ଅଭୟାରଣ୍ୟକୁ ପଶୁଥିବା ବସ୍‌ର ଭଡ଼ା ସାଢ଼େ ୬ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଗୋଟିଏ ବସ୍‌ରେ ୧୨ ଜଣ ପର୍ଯ୍ୟଟକ ନେଚର କ୍ୟାମ୍ପକୁ ଯାଇପାରିବେ। ପର୍ଯ୍ୟଟନ ଋତୁ ଚାଲିଥିବାରୁ  ଶିମିଳିପାଳରେ ପର୍ଯ୍ୟଟକ ଭିଡ଼ ଜମୁଛି। ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ବୃକ୍ଷଲତା, ଜଳପ୍ରପାତ, ପଶୁପକ୍ଷୀ ଆଦିଙ୍କୁ ଦେଖିବା ସହ ବିବିଧତାକୁ ଉପଭୋଗ କରିବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକଙ୍କ ଏଠାକୁ ସୁଅ ଛୁଟିଥାଏ।  ଏହାସହ ଶୀତୁଆ ସକାଳର ଭରପୂର ମଜା  ଉଠାଇଥାନ୍ତି ପର୍ଯ୍ୟଟକ।

ରାୟଗଡା ଜିଲ୍ଲାରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ବ୍ୟାଙ୍କ ସଖୀ ତାଲିମ ପ୍ରଦାନ….!

!!! ରାୟଗଡା ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ଆଜି ମିଶନ ଶକ୍ତି ବିଭାଗ ଦ୍ବାରା ବ୍ୟାଙ୍କ ସଖୀ ମାନଙ୍କର ଏକ ତାଲିମ ଶିବିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନରେ ଥିବା ମାନବ ସମ୍ବଳ ବିକାଶ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା।ଏହି ତାଲିମ ଶିବିରକୁ ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଉଦ୍ଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୬ ଗୋଟି ବ୍ଲକ ଯଥା ବିଷସମକଟକ, ଗୁଡାରି,ଗୁଣୁପୁର,କଲ୍ୟାଣସିଂପୁର, ମୁନିଗୁଡା ଓ ରାୟଗଡା ରୁ ଆସିଥିବା ୧୦ ଜଣ ବ୍ୟାଙ୍କ ସଖୀ ଅଂଶଗ୍ରହଣ କରିଥିଲେ। ବ୍ୟାଙ୍କ ନଥିବା ପଞ୍ଚାୟତ ଗୁଡିକରେ ଲୋକମାନଙ୍କ ନିକଟରେ ବ୍ୟାଙ୍କ ସେବା ଯୋଗାଇ ଦେବାପାଇଁ ଏହି ବ୍ୟାଙ୍କ ସଖୀ ମାନଙ୍କୁ ତାଲିମ ଦିଆଯାଇଥିଲା।ଏହି ଶିବିରରେ ମଣିପାଲ ଟେକ୍ନୋଲୋଜିକାଲ ଲିମିଟେଡ଼ (ସହିତେ) ଦ୍ବାରା ଯୋଗାଇଦିଆଯାଇଥିବା ବ୍ୟାଙ୍କିଙ୍ଗ ଉପକରଣ ଗୁଡିକୁ ଜିଲ୍ଲାପାଳ ବ୍ୟାଙ୍କ ସଖୀ ମାନଙ୍କୁ ବିତରଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ,ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ,ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ,ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓରମାସ,ଵି.ପି.ସି. ରାୟଗଡା ବ୍ଲକ ଓ ଆଇ.ସି.ଆଇ.ସି.ଆଇ ବ୍ୟାଙ୍କର ଶାଖା ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ।

ପଛଘୁଞ୍ଚା ଦେଇଥିଲା, ପୁଣି ଧସେଇ ପଶିଲା ଆନ୍ଧ୍ର…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଗତ ୧୬ ତାରିଖରେ ଓଡ଼ିଶା ନେତା ଏବଂ ପ୍ରଶାସନର ଜୋରଦାର ବିରୋଧ ଯୋଗୁ ପଛଘୁଞ୍ଚା ଦେଇଥିବା ଆନ୍ଧ୍ର ପୁଣି ଧସେଇ ପଶିଛି କୋଟିଆ  ଗ୍ରାମପୁଞ୍ଚରେ । ବିଭିନ୍ନ ସ୍ଥାନରେ ଅନେକ ଗୁଡ଼ିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।ଆନ୍ଧ୍ର ପକ୍ଷରୁ ପଟୁସିନେରୀ ପଞ୍ଚାୟତ ଗୃହ, ଆରୋଗ୍ୟ ଭବନ ଓ ଅଙ୍ଗନବାଡି କେନ୍ଦ୍ରର ଶୁଭ ଦିଆଯାଇଥିବାବେଳେ ଫଗୁଣସିନେରୀରେ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଆରୋଗ୍ୟ କେନ୍ଦ୍ର ଓ କୃଷକ ଭରସା କେନ୍ଦ୍ର ଆଦିର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କେବଳ ଏତିକି ନୁହେଁ, କୋଟିଆ ପଂଚାୟତର କୋନାଦୋରା ଓ ସଲପଗୁଡାରେ ଅଙ୍ଗନବାଡି କେନ୍ଦ୍ର ପାଇଁ ବି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ପି.କୁର୍ମନାଥ ଓ ବିଭିନ୍ନ ସରକାରୀ ଅଧିକାରୀ । କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ପ୍ରବେଶକୁ କଡା ବିରୋଧ କରିଛନ୍ତି  ତାରା ପ୍ରସାଦ ବାହିନୀ ପତି । ଚୋରଙ୍କ ଭଳି ଆସି ଯାଉଛନ୍ତି ଆନ୍ଧ୍ର ଅଧିକାରୀ । ଆନ୍ଧ୍ର ର  ଏଭଳି କାମକୁ ଆଗାମୀ ଦିନରେ  ଉଚିତ ଜବାବ ଦିଆଯିବ କହିଲେ ତାରା । କୋରାପୁଟ ଜିଲ୍ଲାର ସର୍ବସାଧାରଣ କୋଟିଆ ମାଟିର ସୁରକ୍ଷା ପାଇଁ ବଦ୍ଧପରିକର । ତାର ନିଦର୍ଶନ ଗତ ୧୬ ତାରିଖ ଦିନ କୋଟିଆରେ ଦେଖାଯାଇଛି । ଏଣିକି କୋଟିଆ ଲୋକଙ୍କ ଦ୍ୱାରା ହିଁ ଜବାବ ଦିଆଯିବ । ଯାହା ପରିସ୍ଥିତି ସୃଷ୍ଟିହେବ ସେଥିପାଇଁ ଆନ୍ଧ୍ର ଦାୟି ରହିବ ବୋଲି ସେ  ଆନ୍ଧ୍ରକୁ ଚେତାବନୀ ଦେଇଛନ୍ତି ।ସୂଚନାଯୋଗ୍ୟ,  ଗତ ୧୬ ତାରିଖରେ ଆନ୍ଧ୍ର ପ୍ରଶାସନ ଏହି ଭିତ୍ତିପ୍ରସ୍ତର ସ୍ଥାପନ ଲାଗି ଯୋଜନା କରିଥିଲା  । କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ଦଳର ନେତା ଏକଜୁଟ୍ ହୋଇ ଘୋର ବିରୋଧ କରିବାରୁ କାର୍ଯ୍ୟକ୍ରମ ବାତିଲ କରି ଫେରି ଯାଇଥିଲେ ଆନ୍ଧ୍ର ସାଲୁରର ବିଧାୟକ ଓ ସରକାରୀ ଅଧିକାରୀ  । ଓଡ଼ିଶା ମାଟି କଥା ଉଠିଲେ ସବୁ ଦଳ ଏକ ହୋଇ ଛିଡ଼ା ହେଉଛନ୍ତି। ହେଲେ ଆନ୍ଧ୍ର ସରକାର ସଚେତନ ନ ହେଲେ  ହେଲେ ଆନ୍ଧ୍ରର ବହୁ ଗାଁ, ପଞ୍ଚାୟତ ଓଡ଼ିଶାରେ ମିଶିଯିବ ବୋଲି କହିଛନ୍ତି ବିଜେଡି ନେତା ଈଶ୍ୱର ସୁନ୍ଦର ପାଣିଗ୍ରାହୀ ।

ବିଶ୍ଵ ଫଟୋଗ୍ରାଫି ଦିବସ ପାଳନ…!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ବିଶ୍ୱ ଫଟୋ ଗ୍ରାଫି ଦିବସ ପ୍ରତିବର୍ଷ ବର୍ଷ ଭଳି ଏ ବର୍ଷ ମଧ୍ୟ ଆଜି ରାଜବୋଡାସମ୍ବର ଫଟୋଗ୍ରାଫର୍ ଏସୋସିଏସନ ର ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ର ପବିତ୍ର ତୀର୍ଥ ସ୍ଥଳ ନୃସିଂହନାଥ ପୀଠରେ କୋଭିଡ-୧୯ କଟକଣା କୁ ଦୃଷ୍ଟିରେ ରଖି ସମସ୍ତ ଫଟୋଗ୍ରାଫର୍ ଭାଇମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି lଆଜିକାର ଏହି ପବିତ୍ର ଦିବସ “ବିଶ୍ୱ ଫଟୋଗ୍ରାଫର୍ ଦିବସ ଉପରେ ବିଭିନ୍ନ ଆଲୋଚନା କରିବା ସଙ୍ଗେ ସଙ୍ଗେ ମହାମାରୀ କରୋନା ସମୟ ରେ ସମସ୍ତ ଫଟୋ ଗ୍ରାଫର୍ ଙ୍କ ଗୁଜୁରାଣ ଉପରେ ବିଶେଷ ପ୍ରଭାବ ପକାଇଛି lଏ ନେଇ ଅନେକ କ୍ଷୋଭ ପ୍ରକାଶ କରିଥିଲେ lଆସୋସିଏସନ ର ସଭାପତି ଶ୍ରୀମାନ ସୁବାଷ ଚୋପଦାର ଫଟୋଗ୍ରାଫର୍ ମାନଙ୍କ ବିଭିନ୍ନ ସମସ୍ୟା କୁ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉପସ୍ଥିତ ଫଟୋଗ୍ରାଫର୍ ଭାଇ ମାନଙ୍କୁ ଆଶ୍ୱାସନା ଦେଉଥିଲେ lଏହି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ:- ତ୍ରିବିକ୍ରମ ପ୍ରଧାନ (ସଂପାଦକ),ରାଜେଶ ସାହୁ(କୋଷାଧ୍ୟକ୍ଷ) ଙ୍କ ସମେତ ବହୁ ସଂଖ୍ୟା ରେ ଫଟୋଗ୍ରାଫର୍ ଏହି ବୈଠକରେ ଯୋଗଦାନ କରିଥିଲେ l ଶେଷରେ ସୁବାଷ ମେହେର ଏବଂ ରମାକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରି ବୈଠକ ସାଙ୍ଗ କରାଯାଇଥିଲା