ଛାତ୍ର ଆଇନଗତ ସାକ୍ଷରତା କ୍ଲବର ଛାତ୍ର ସଦସ୍ୟମାନଙ୍କୁ ନେଇ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଏବଂ “ଡ୍ରପ୍ ଆଉଟ୍ ଛାତ୍ରଙ୍କ ନାମଲେଖା” କାର୍ଯ୍ୟକ୍ରମ ଅନୁଷ୍ଠିତ …!

!!! କଳାହାଣ୍ଡି ଜିଲ୍ଲା ରୁ ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ଗତ ବୁଧବାର ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ ଗଣନାଥପୁର ଠାରେ ଆଜି ଛାତ୍ର ଆଇନଗତ ସାକ୍ଷରତା କ୍ଲବର ଛାତ୍ର ସଦସ୍ୟ ମାନଙ୍କୁ ନେଇ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଏବଂ “ଡ୍ରପ ଆଉଟ୍ ଛାତ୍ରଙ୍କ ନାମଲେଖା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧି କରଣ ଶ୍ରୀମତୀ ସ୍ନିଗ୍ଧାରାଣୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ସ୍ଥଳେ ଡେପୁଟି ଚିଫ ଲିଗାଲ ଏଡ୍ ଡିଫେନ୍ସ କାଉନସିଲର ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରୂପ ସିଂ ରାଉତ, ସାମ୍ବାଦିକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସ୍ୱାଇଁ ଏବଂ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ନେଗି ଯୋଗଦାନ କରିଥିଲେ। ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ମହାଖୁଡ ଆସିଥିବା ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢକନ୍ ପ୍ରଦାନ କରିବା ସହିତ ଆସନ ଗ୍ରହଣ କରାଇଥିଲେ ଏବଂ ତତ୍ ପରେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ।

ଉକ୍ତ ସଭାର ମୁଖ୍ୟ ଅତିଥି ଶ୍ରୀମତୀ ସ୍ନିଗ୍ଧାରାଣୀ ପଣ୍ଡା “ଡ୍ରପ ଆଉଟ୍” ଛାତ୍ରଛାତ୍ରୀ ମାନେ କିପରି ବିଦ୍ୟାଳୟକୁ ନିୟମିତ ଆସିବେ ସେ ବିଷୟରେ ବିଶଦ ଭାବେ ଆଲୋଚନା କରିଥିଲେ। ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଅଧାରୁ ପାଠ ଛାଡିଥିବା ୧୪ରୁ ୧୮ ବର୍ଷ ଛାତ୍ରଛାତ୍ରୀ ମାନେ ମାଗଣାରେ ଓଡ଼ିଶା ମୁକ୍ତ ବିଦ୍ୟାଳୟ SIOS ରେ ନାମ ଲେଖାଇବେ ସେ ବିଷୟରେ କହିଥିଲେ। ଡ୍ରପ ଆଉଟ୍ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନ ଆସିଲେ ତାଙ୍କର ଅଭିଭାବକଙ୍କ ସହିତ କଥାବାର୍ତ୍ତା ହୋଇ ତାଙ୍କୁ ସଚେତନ କରିବା ଦ୍ୱାରା ଛାତ୍ରଛାତ୍ରୀ ମାନେ ଯେପରି ବିଦ୍ୟାଳୟକୁ ନିୟମିତ ଆସିବେ ସେ ଉପରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଇଥିଲେ।

ମନ ଜିତୁଛି ମନ୍ କି ବାତ୍…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) – ରାୟଗଡ଼ା ନିର୍ବାଚନ ମଣ୍ଡଳୀ କୁମ୍ଭିକୋଟା ମଣ୍ଡଳ ଅର୍ନ୍ତଗତ ତାଡ଼ାମା (ବୁଥ୍ ନମ୍ବର ୧୯୫) ଗ୍ରାମଠାରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷକ ଭାବେ ରାୟଗଡ଼ା ଯୁବ ନେତା ତଥା ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର୍ ଙ୍କ ସହ ମଣ୍ଡଳ ସଭାପତି ଶ୍ରୀ ମାଧବ ସାମଲ,ପୁରୁଷୋତ୍ତମ ଡ଼ଙ୍ଗରୀ, ମଣ୍ଡଳ ଉପ ସଭାପତି ରଇଦାସ୍ ବାତ୍ରୀୟା ଙ୍କ ସମେତ ଅଞ୍ଚଳ ର ଭାରତୀୟ ଜନତା ପାର୍ଟି ର ଦେବଦୂର୍ଲବ୍ କାର୍ଯ୍ୟକର୍ତ୍ତା ଙ୍କ ସହିତ ମନ କି ବାତ୍ କା୍ଯ୍ୟକ୍ରମ ରେ ଏହି ବିଶେଷ ମୁହୂର୍ତ୍ତ l ମୋଦୀ ଜୀ ଆମ ଦେଶର ଯୁବବର୍ଗଙ୍କୁ ପ୍ରେରଣା ଦେବାଭଳି ପ୍ରସଙ୍ଗ ଯେପରିକି ମହାକାଶରୁ ଫେରିଥିବା ବାୟୁସେନା ଗ୍ରୁପ୍‌ କ୍ୟାପଟେନ୍‌ ଶ୍ରୁଭ୍ରାଂଶୁ ଶୁକ୍ଳାଙ୍କ କଥା ଏବଂ ଚନ୍ଦ୍ରଯାନ-୩ ଆଦି ବିଷୟରେ ଆଲୋକପାତ କରିଥିଲେ। ଓଡ଼ିଶାର କେଉଁଝର ଜିଲ୍ଲାରେ ଲୋକକଳା ମାଧ୍ୟମରେ ବନାଗ୍ନି ବାବଦରେ ସଚେତନ କରୁଥିବା କୀର୍ତ୍ତନ ଦଳ ବାବଦରେ ଏବଂ ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳୀ ଶାଢ଼ୀ ବିଷୟରେ ଉଲ୍ଲେଖ କରିଥିବାରୁ ରାୟଗଡ଼ା ଯୁବ ମୋର୍ଚ୍ଚା ତରଫରୁ ମାନ୍ୟବର ପ୍ରଧାନ ମନ୍ତ୍ରୀ ଜୀଙ୍କୁ ଧନ୍ୟବାଦ ଜଣାଉଛୁ। ରାଷ୍ଟ୍ର ଗଠନ ଉପରେ ଦେଶର ନାଗରିକଙ୍କ ପାଖରେ ନିଜର ତଥା ସରକାରଙ୍କ ମତ ରଖିବା ପାଇଁ କରାଯାଉଥିବା ମନ କି ବାତ କାର୍ଯ୍ୟକ୍ରମ ଏକ ପସନ୍ଦ ଓ ଆଦରର ମାଧ୍ୟମ ପାଲଟିଛି I

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଏହି ମାସିକ ରେଡିଓ କାର୍ଯ୍ୟକ୍ରମ ଏହି ଅଞ୍ଚଳ ର ବୁଦ୍ଧିଜୀବି ,ଯୁବପିଢ଼ି,ସମାଜ ର ଆତ୍ମାକୁ ସମୃଦ୍ଧ କରୁଛି ଏବଂ ବ୍ୟାପକ ଅଂଶଗ୍ରହଣକୁ ଉତ୍ସାହିତ କରିବା ସହିତ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରେରିତ ହୋଇ ଏହି ଅଞ୍ଚଳ ର କାର୍ଯ୍ୟକର୍ତ୍ତା ମାନେ ଆଦରଣୀୟ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି l ପରିଶେଷରେ ସମସ୍ତ କାର୍ଯ୍ୟ କର୍ତ୍ତା ଙ୍କୁ ଯୁବ ନେତା ପ୍ରିତମ କୁମାର୍ ବିସ୍କୁଟ ଏଵଂ ଚକ୍ଲେଟ୍ ଦେଈ ଧନ୍ୟବାଦ୍ ଦେଇଛନ୍ତି…….ll

ରାୟଗଡ଼ ଜିଲ୍ଲାପାଳଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ) – ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟାୱରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି l ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିନ୍ତନ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କାହଁରଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଅନୁବିଭାଗୀୟ ଅଧିକାରୀ ସମ୍ବର୍ଦ୍ଧନା ଦେଇଥିଲେ l ସେହିପରି ସ୍ଥାନୀୟ ପ୍ରଦକ୍ଷିଣ ଗୃହ ସମିଳନୀ କକ୍ଷରେ ରାଜସ୍ବ ଅଧିକାରୀ ମାନଙ୍କ ତରଫରୁ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ଅଧ୍ୟକ୍ଷତlରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଶ୍ରୀ ରମେଶ କୁମାର ଜେନା,ଉପଜିଲ୍ଲାପାଳ ରାୟଗଡ,ଶ୍ରୀ ଚନ୍ଦ୍ର କାନ୍ତ ମାଝୀ,ପିଏ ଆଇଟିଡ଼ିଏ ରାୟଗଡ଼, ଜିଲ୍ଲାର ସମସ୍ତ ତହସିଲଦାର ଏବଂ ଅତିରକ୍ତ ତହସିଲଦାର, ଅନ୍ୟାନ୍ୟ ରାଜସ୍ୱ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l ଜିଲ୍ଲାପାଳଙ୍କ ରାୟଗଡ ଜିଲାରୁ ବଦଳି ହୋଇ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନକ୍ଷମ ଶଶକ୍ତି କରଣ ବିଭାଗର ନିର୍ଦେଶକ ହୋଇ ଯାଉଛନ୍ତି ଏବଂ ଶ୍ରୀମତୀ ପଟାୱରୀଙ୍କ ଜିଲ୍ଲାରେ ସ୍ୱଳ୍ପକାଳୀନ ସମୟ ଭିତରେ ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେଉଥିଲେ l

ତାଙ୍କ କାର୍ଯ୍ୟକାଳ ସମୟରେ ଜିଲ୍ଲା ମଣ୍ଡଳ ଶୁଭାରମ୍ଭ , ସ୍ୱାମୀତ୍ୱ ଯୋଜନାରେ ସହାୟତା ବଣ୍ଟନ କାର୍ଯ୍ୟକ୍ରମ କୁ ସୁପରିଚାଳନା, ଆକାଂକ୍ଷା ଜିଲ୍ଲା ସର୍ବକୃଷ୍ଟ ସ୍ଥାନ ପାଇଁ ପୁରସ୍କୃତ ହେଇ ପାରିଥିଲl, ଆଦିମ ଜନଜାତି ଅଧ୍ୟୁଷିତ ସକଟା ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ମାନ୍ୟତା ମିଳିପାରିଛି l ଜିଲ୍ଲାପାଳ ଜିଲ୍ଲାରେ କମ ସମୟ କାର୍ଯ୍ୟ କାଳରେ ତାଙ୍କ କାର୍ଯ୍ୟ ଶୈଳୀ,କାର୍ଯ୍ୟ ପରିଚାଳନା ଓ ଦିଗଦର୍ଶନ ଉପରେ ସମସ୍ତ କର୍ମଚାରୀ ଆଲୋକପlତ କରିଥିଲେ l ଜିଲ୍ଲାପାଳଙ୍କ ପରବର୍ତ୍ତୀ ଜୀବନ ଉତ୍ତରତ୍ତର ଉନ୍ନତି କାମନା କରିଥିଲେ l

ଆଜି ବିଶ୍ୱବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା, ସବୁଠି ଉତ୍ସାହ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ସାରା ରାଜ୍ୟରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ମୁଖ୍ୟତଃ କଳକାରଖାନା ସହ ବିଭିନ୍ନ ଅନୁଷ୍ଠାନରେ ଏହି ପୂଜାକୁ ବେଶ୍‌ ଧୁମଧାମରେ ପାଳନ କରାଯାଉଛି। ବିଶ୍ୱକର୍ମା ହେଉଛନ୍ତି ବିଶ୍ୱର ସୃଷ୍ଟିକର୍ତ୍ତା । ଆଜି ସେହି ବିଶ୍ୱବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା । ସାରା ରାଜ୍ୟରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ମୁଖ୍ୟତଃ କଳକାରଖାନା ସହ ବିଭିନ୍ନ ଅନୁଷ୍ଠାନରେ ଏହି ପୂଜାକୁ ବେଶ୍‌ ଧୁମଧାମରେ ପାଳନ କରାଯାଉଛି। ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହେଉଥିବା ବିଶ୍ୱାସ ରହିଛି। ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପରେ ଛୋଟବଡ ପ୍ରାୟ ୩୦ଟି ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ବିଶ୍ୱକର୍ମା। ଚଳିତ ବର୍ଷ ଶ୍ରମିକ ସଂଗଠନ ଗୁଡିକ ସମେତ ବନ୍ଦରର ବିଭିନ୍ନ ବିଭାଗ, ଟ୍ରକ ମାଲିକ ସଂଘ, ଟ୍ରଲର ମାଲିକ ସଂଘ ପୂଜା ଧୂମଧାମରେ ଆୟୋଜନ କରିଛନ୍ତି। ଆକର୍ଷଣୀୟ ତୋରଣ ସଜେଇଛନ୍ତି। ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସେହିଭଳି ଅନୁଗୁଳ ନାଲକୋନଗରରେ ବେଶ ଧୁମଧାମରେ ପାଳନ ହେଉଛି ବିଶ୍ୱକର୍ମା ପୂଜା । ଚଳିତ ବର୍ଷ ନାଲକୋ ନଗରରେ ୧୯ଟି ପୂଜା ମଣ୍ଡପରେ କରାଯିବ ଦେବଶିଳ୍ପୀଙ୍କ ଆବାହନ । କେଉଁଠି ସାମ୍ପ୍ରତିକ ଘଟଣାବଳୀକୁ ନେଇ ତ ଆଉ କେଉଁଠି ପୌରାଣିକ କଥାବସ୍ତୁକୁ ନେଇ ହୋଇଛି ମୂର୍ତ୍ତି ନିର୍ମାଣ। ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ଦେବ ଶିଳ୍ପୀ ବିଶ୍ୱକର୍ମା ।

ଗଜପତି ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷପାଳନ ଅନୁଷ୍ଠିତ…!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଉପଖଣ୍ଡ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷପାଳନ ଅବସରରେ ଆଜି ଗଜପତି ଜିଲ୍ଲା ସଦରମହକୁମା ୟୁନିୟନ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପ୍ରଶିକ୍ଷଣ ସମ୍ମିଳନୀ କକ୍ଷ ପାରଳାଖେମୁଣ୍ଡି ଠାରେ ବିଭିନ୍ନ ପାଣି ପଞ୍ଚାୟତର ଚାଷୀ ଓ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରୀୟ ଉତ୍ସବ ପାଳିତ ହୋଇଯାଇଅଛି । ଗଜପତି ଜିଲ୍ଲାରେ କ୍ଷୁଦ୍ର ଜଳସେଚନ ପ୍ରଭାଗ ଅଧୀନରେ ୧୪୪ଟି ଏବଂ ଉଠା ଜଳସେଚନ ପ୍ରଭାଗ ଅଧୀନରେ ଥିବା ୪୧୪ ଗୋଟି ପାଣିପଞ୍ଚାୟତର କାର୍ଯ୍ୟକରୀ ହେଉଅଛି । ଆଜିର ଏହି ଉତ୍ସବରେ ମାନ୍ୟବର ସାଂସଦ, ବ୍ରହ୍ମପୁର, ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥି ସହିତ ସମ୍ମାନିତ ଅତିଥି ଭାବେ ମୁଖ୍ୟଯନ୍ତ୍ରୀ ଓ ଅବବାହିକା ପରିଚାଳକ ଋଷିକୁଲ୍ୟା ବାହୁଦା ବଂଶଧାରା ନାଗାବଳୀ ଅବବାହିକା ବ୍ରହ୍ମପୁର ଶ୍ରୀଯୁକ୍ତ ସଞ୍ଜୀବ କୁମାର ଦାସଶର୍ମା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଜପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ବଳରାମ ସୁବୁଦ୍ଧି, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ଏବଂ ମୃତ୍ତିକା ସଂରକ୍ଷଣ ଶ୍ରୀଯୁକ୍ତ ସୁରେଶ କୁମାର ପଟ୍ଟନାୟକ, ଉପ ଉଦ୍ୟାନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଶାନ୍ତ ରଞ୍ଜନ ଦାଶ, ପ୍ରମୁଖ ଅତିଥି ବୃନ୍ଦ ପାଣି ପଞ୍ଚାୟତର ଭୂମିକା ଓ ଏହାର ସୁପରିଚାଳନ ନିମନ୍ତେ ବିଭିନ୍ନ ପରାମର୍ଶ ଉପସ୍ଥିତ ଥିବା ବିଭିନ୍ନ ପାଣି ପଞ୍ଚାୟତର କୃଷକ ମାନଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଓଡିଆ ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ସାଧାରଣଜ୍ଞାନ, ଓଡିଆ ବକୃତା ଏବଂ ମଡେଲ ପ୍ରତିଯୋଗିତାରେ ଜିଲ୍ଲାସ୍ତରରେ କୃତିତ୍ଵ ହାସଲ କରିଥିବା ବିଭିନ୍ନ ବିଦ୍ୟାଳୟର ୮ମ ଠାରୁ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କର ସଭା ମଞ୍ଚରେ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ପୁରଷ୍କୃତ କରାଗଲା ।    ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ବିଭାଗ ଯଥା ପ୍ରାଣୀଚିକିତ୍ସା, କୃଷି, ଉଦ୍ୟାନ, ଜଳଛାୟା ବିଭାଗ ଦ୍ଵାରା ପ୍ରଦର୍ଶିତ କରାଯାଇଥିବା ବିଭିନ୍ନ କାର୍ଯ୍ୟନ୍ଵୟନର ମାର୍ଜିତ ରୂପରେଖ ଜନସାଧାରଣଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମଟି ଜଳସମ୍ପଦ ବିଭାଗର ଜିଲ୍ଲା ପାଣି ପଞ୍ଚାୟତ ନୋଡାଲ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀଯୁକ୍ତ ନଗେନ୍ଦ୍ରନାଥ ମହାରଣା ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ପରିଚାଳିତ ହୋଇଥିଲା ।ଏଥିରେ ମଞ୍ଚ ସଞ୍ଚାଳିତ ରୂପରେ ଇଞ୍ଜିନିୟର ଶ୍ରୀ ମୋହିତ ଆଚାର୍ଯ୍ୟ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଗଜପତି ଜଳସେଚନ ଉପ-ପ୍ରଭାଗ, ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କର ସମ୍ମିଳିତ ଉଦ୍ୟମରେ, ସୂଚାରୁରୂପେ ସମ୍ପାଦନ କରିଥିଲେ ।

ବେଗୁନିଆପଡା ରେ ଆତ୍ମାରକ୍ଷା କୌଶଳ ତାଲିମ ଶିବିର ଅନୁଷ୍ଠିତ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ବେଗୁନିଆପଡା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ଦିନ ଛାତ୍ରୀମାନଙ୍କୁ ନେଇ ଏକ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଶୁଭାରମ୍ଭ ହୋଇଯାଇଛି । ଏଥିରେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭିମନ୍ୟୁ ସ୍ୱାଇଁ ସଭାପତିତ୍ବ କରିଥିବା ବେଳେ କଲେଜର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ଏଥିରେ ପ୍ରଶିକ୍ଷିକା ଭାବେ ଦିବ୍ୟାନି ସାହୁ ଓ ପୁଜାରାଣୀ ପ୍ରଧାନ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଆତ୍ମାରକ୍ଷା କୌଶଳ ସମ୍ବଦ୍ଧରେ ତାଲିମ ପ୍ରଦାନ କରିଥିଲେ । ଏଥିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଦୀର୍ଘ ଆଠ ଦିନ ଧରି ଚାଲିବ ବୋଲି ସୂଚନା ମିଳିଛି ।

ମୁକ୍ତା ଯୋଜନା କୁ ଲୋକାଭିମୁଖୀ କରିବା ଓ ସ୍ୱଚ୍ଛତା ଅବଲମ୍ବନ କରିବା ନେଇ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜିତ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – : ରାୟଗଡ ଜିଲ୍ଲା ଗୁଣପୁର ଟାଉନ ହଲ ଠାରେ ମିଶନ ଶକ୍ତି ଗୋଷ୍ଠୀ ଓ ପୌର ପରିଷଦ ଅଧିକାରୀ ମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ବିଷୟ ରେ ଲୋକାଭିମୁଖୀ କରିବା, ସ୍ଵଚ୍ଛତା ଅବଲମ୍ବନ କରିବା ସମ୍ପର୍କରେ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ ଓ ପୌର ପରିଷଦ ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ , ସମ୍ମାନିତ ଅତିଥି ଭାବେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଡ଼. ସତ୍ୟ ସମ୍ପର୍ଣ୍ଣା ରାଉତ ଉପସ୍ଥିତ ରହି ମଞ୍ଚାସୀନ ରହିଥିଲେ । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ରାଜ୍ୟ ସରକାର ଓଡ଼ିଶାରେ ପ୍ରଥମେ ୨୦ ଫେବୃଆରୀ ୨୦୨୧ ମସିହା ରେ ଏହାକୁ ପୂର୍ଣ୍ଣାଙ୍ଗ ରୂପ ରେ ଘୋଷଣା କରିଥିଲା । ୧୭ ନଭେମ୍ବର ୨୦୨୨ ମସିହା ରେ ଏହାର ପୂର୍ଣ୍ଣାଙ୍ଗ ସଂଶୋଧିତ ମାର୍ଗ ଦର୍ଶିକା ଜାରୀ କରାଯାଇଥିଲା ।

ମୁକ୍ତା ଯୋଜନା କୁ କିଭଳି ସଫଳ ରୂପାୟନ କରିବା ଏବଂ ଏହାର ଦକ୍ଷତା ବିକାଶ କରିବା ଦିଗ ରେ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିବା ପୌର ପରିଷଦର ସମସ୍ତ ୱାର୍ଡ ମେମ୍ବର , ମିଶନ ଶକ୍ତି ଗୋଷ୍ଠୀ ଓ ପୌର ସଂସ୍ଥା ଅଧିକାରୀ ମାନଙ୍କୁ ତାଲିମ ଦେବା ତଥା ଦକ୍ଷତା ବିକାଶ କରାଇବା ନିମନ୍ତେ ରାଜ୍ୟ ସ୍ତରୀୟ ମୁକ୍ତା ସେଲ୍ ପକ୍ଷରୁ ରାଜ୍ୟ ସଂଯୋଜକ ଶ୍ରୀ ମନୋରଞ୍ଜନ ମହାରଣା ଓ ଶ୍ରୀ ଉପହାର ବେହେରା ଆସି ତାଲିମ ପ୍ରଦାନ କରିଥିଲେ । ଚଳିତ ଆର୍ଥିକ ବର୍ଷ ୨୦୨୩ – ୨୪ ନିମନ୍ତେ ଗୁଣପୁର ପୌର ପରିଷଦ କୁ ରାଜ୍ୟ ସରକାର ଙ୍କ ପକ୍ଷରୁ ୫ କୋଟି ୩୪ ଲକ୍ଷ ଟଙ୍କା ୬୭ ପ୍ରକଳ୍ପ ନିମନ୍ତେ ମଞ୍ଜୁର କରାଯାଇଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ କୁ ପୌର ପରିଷଦ ର ପୌର ଯନ୍ତ୍ରୀ ଶ୍ରୀ ବିଶ୍ଵନାଥ ସାର୍କା, ଗୁଣପୁର ପୌର ପରିଷଦ ଅନ୍ତର୍ଗତ ମୁକ୍ତା ଯୋଜନା ର କନିଷ୍ଠ ଯନ୍ତ୍ରୀ ଶ୍ରୀ ରବୀନ୍ଦ୍ରନାଥ ଦାଶ , ଗୋଷ୍ଠୀ ସଂଗଠିକା ଶ୍ରୀମତୀ ସମାପିକା ପାତ୍ର , ସିଟି ମିଶନ୍ ମ୍ୟାନେଜର୍ ଶ୍ରୀ କୈଳାଶ ପରିଡ଼ା ଓ ମୁକ୍ତା ସଂଯୋଜକ ଶ୍ରୀ ଶ୍ରୀନିବାସ ବେହେରା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ମିଶନ୍ ଶକ୍ତି ଗୋଷ୍ଠୀ ର ମହିଳା ମାନେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l

 

 

ମନ୍ତ୍ରୀଙ୍କୁ ଭେଟିଲେ ରାୟଗଡ଼ା ଜିଲ୍ଲା ଜନ ପ୍ରତିନିଧି …!

ଏଥର ସମ୍ଭାଳ ବ୍ୟୁରୋ ଭୁବନେଶ୍ୱର – ରାୟଗଡା ଜିଲ୍ଲା ଗ୍ରାମାଞ୍ଚଳର ବିଭିନ୍ନ ରାସ୍ତା ଏବଂ ସେତୁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାର ମନ୍ତ୍ରୀ ଜଗନ୍ନାଥ ସରକା ବିଜୁ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,କାଶିପୁର ବିଧାୟକ ମକରନ୍ଦ ମୁଦୁଲି ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତି ରଞ୍ଜନ ଘଡାଇ ଏବଂ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଙ୍କ ସହ ଭୁବନେଶ୍ୱର ଠାରେ ସାକ୍ଷାତ କରି ଦାବୀ ଉପସ୍ଥାପନା କରି ଆଲୋଚନା କରିଛନ୍ତି ।ନୂତନ ଗ୍ରାମ୍ୟ ରାସ୍ତା ନିର୍ମାଣ ସହ ବିଜୁ ସେତୁ ଯୋଜନାରେ ପ୍ରସ୍ତାବିତ ସେତୁ ଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତିନିଧି ମାନଙ୍କୁ କହିଛନ୍ତି ।

ଗୁଣପୁର ନିର୍ବାଚନ ମଣ୍ଡଳୀର ଗୁଣପୁର ଠାରୁ ନାଇରା କର୍ଣ୍ଣପାଡୁ ଠାରେ ବଂଶଧାରା ନଦୀ ଉପରେ ସେତୁ ନିର୍ମାଣର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଗୁଡ଼ାରୀ ବ୍ଲକ୍ ର ପଙ୍କ ବାଡ଼ି,ଗୁରୁଡ଼ି ,ଦୁମୁରୁନେଲି, କର୍ତଲି,ଚକରପଦା, ଝୁରୁଡ଼ି,ମୂତୁକୁନି ଏବଂ ରାମାନାଗୁଡ଼ା ର ଗାଜିଲିଗୁଡ଼ା ଗ୍ରାମକୁ ରାସ୍ତା ନିର୍ମାଣ ସହ ଅମଦିଂ ନିକଟରେ ସେତୁ ନିର୍ମାଣ ନେଇ ଅବଗତ କରିଛନ୍ତି ।ସେହିଭଳି ବିଷମ କଟକ ନିର୍ବାଚନ ମଣ୍ଡଳୀର ବିଷମକଟକ- ଡୁକୁମ୍, ରଘୁବାରି – ଦୀମିରିଗୁଡ଼ା କନ୍ଧମାଳ ସୀମାନ୍ତ, ଭାତପୁର – ଡଙ୍ଗର ବଲାଙ୍ଗୀର , ହୃଷିଖମ୍ବା – କୁରୁଜୁଗୁଡ଼ା,ତେଲେଙ୍ଗା ପଦର୍ ପର୍ଯ୍ୟନ୍ତ ରାସ୍ତା ,କୋଲନାରାରୁ ଏମ ଏଲ୍ ଏ ଗୁଡା,ପୂଜାରିଗୁଡ଼ରୁ କଲ୍ୟାଣ ସିଂପୂର୍ – ସାଜା, ବିଷମକଟକ ର ଡମ୍ବକୁପା – ଜଗନ୍ନାଥପୁର,ସେତୁ ନିର୍ମାଣ ନିମନ୍ତେ ମଧ୍ୟ ଲିଖିତ ଭାବେ ଦାବୀ ଉପସ୍ଥାପନା କରାଯାଇଛି । ପ୍ରତିନିଧି ଦଳର ଏହି ସାକ୍ଷାତ ରାୟଗଡ଼ା ଜିଲ୍ଲା ର ଉନ୍ନତୀ ଦିଗରେ ଏକ ମାଇଲ ଖୁଣ୍ଟ ହେବ ଏଥିରେ ଦ୍ଵୀମତ ନାହିଁ ।

ଚିକିତ୍ସାଳୟ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଲେ ଅଞ୍ଚଳବାସୀ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର)- ଦୀର୍ଘ ବର୍ଷ ସମୟ ଧରି
ଗୁଣୁପୁର ଉପଖଣ୍ଡ ର ସ୍ଥାୟୀ ଡାକ୍ତର ସମସ୍ୟା ଲାଗି ରହିଛି । ଗୁଣୁପୁର ସଦର ହସ୍ପିଟାଲ ସବ ଡିଭିଜନ ର ମାନ୍ୟତା ପାଇବା ପରେ ମଧ୍ୟ ଏଥି ପ୍ରତି କୌଣସି ଗୁରୁତ୍ୱ ନ ଦେବା ଯୋଗୁଁ ଏଠାରେ ୧୯ ଜଣ ଡାକ୍ତର ଙ୍କ ବଦଳରେ ଏଠାରେ ଅଛନ୍ତି ଚାରି ।ସିନିୟର ମେଡ଼ିକାଲ ଅଫିସର ୨, ଦନ୍ତବିଶେଷଜ୍ଞ , ଅର୍ଥପେଡିକ, ଅନାସ୍ଥେସିଆ,ସର୍ଜରି,ଶିଶୁରୋଗ,ଭେଷଜ, ରକ୍ତଭଣ୍ଡାର ଆଦି ବିଶେଷଜ୍ଞ ଡାକ୍ତର ପଦବୀ ଗୁଡିକ ବର୍ଷ ବର୍ଷ ଧରି ଖାଲିପଡିଛି।ଅଞ୍ଚଳ ବାସୀ ଜିଲ୍ଲା ପ୍ରଶାସନ,ଏବଂ ଜିଲା ଚିକିତ୍ସାଧିକାରୀଙ୍କୁ ବହୁବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଲ୍ୟାବ ଟେକ୍ନିସିଆନ ୭ ରହିବା ସ୍ଥଳେ ମାତ୍ର ୩ ଜଣ ରହିଛନ୍ତି। ରକ୍ତ ଭଣ୍ଡାର ଏବଂ ପାଥୋଲୋଜି ୨ ବିଭାଗ ପରିଚାଳନା ରେ ସମସ୍ୟା ଦେଖାଦେଇଛି।ଏକ୍ସରେ ନିମନ୍ତେ ୩ ଜଣ ଆବଶ୍ୟକ ଥିବାବେଳେ ମାତ୍ର ଜଣେ ଏଠାରେ ରହି କାର୍ଯ୍ୟ ତୁଲାଉଛନ୍ତି। ସେହିଭଳି ଷ୍ଟାଫ ନର୍ସ ୩୮ପଦବୀ ଆବଶ୍ୟକ ଥିବାବେଳେ ୨୩ ଜଣ ରହିଛନ୍ତି। ସେଥି ମଧ୍ୟରୁ ୮ଜଣଙ୍କୁ ଅନ୍ୟତ୍ର ଡେପୁଟେସନ କରାଯାଇଛି। ଯଦ୍ୱାରା ମାତ୍ର ୧୫ ଜଣ ଷ୍ଟାଫ ନର୍ସ ଏଠାରେ କାର୍ଯ୍ୟରତ ଅଛନ୍ତି।ଏଭଳି ବିଭିନ୍ନ ପଦବୀ ଗୁଡିକ ଖାଲି ପଡ଼ିଥିବାରୁ ଉପଯୁକ୍ତ ରୋଗୀସେବା ପାଇବାରେ ଲୋକେ ବଞ୍ଚିତ ରହୁଛନ୍ତି। ଉପଖଣ୍ଡ ଚିକିତ୍ସାଳୟରେ ସହର ବାସୀଙ୍କ ସମେତ ବ୍ଲକ୍ରର ୧୯ ଟି ପଞ୍ଚାୟତ, ଗୁଡ଼ାରୀ, ପଦ୍ମପୁର, ରାମନାଗୁଡା ବ୍ଲକ ଏବଂ ପଡୋଶୀ ସୀମାବର୍ତୀ ଅଞ୍ଚଳ ବାସୀ ନିର୍ଭରଶୀଳ ରହୁଥିବା ବେଳେ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବାରେ ବିଫଳ ହୋଇ ପଡୁଛି। ଫଳରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ।ଏପରିକି ଜରୁରୀ କାଳୀନ କ୍ଷେତ୍ରରେ ଊପଯୁକ୍ତ ଡାକ୍ତରୀ ସେବା ନ ପାଇ ଲୋକେ ମୃତ୍ୟୁବରଣ କରୁଥିବା ନଜିର ରହିଛି। ଗୁଣୁପୁର ର ନିର୍ବାଚିତ ଜନ ପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନିକ ଅଧିକାରୀ ଙ୍କ ବିଫଳତା ଯୋଗୁଁ ଏହି ସମସ୍ୟାର ସମାଧାନ ହୋଇପାରୁନି ଏହି ସମସ୍ୟା ର ସ୍ଥାୟୀ ପ୍ରତିକାର ପାଇଁ ସ୍ଥାନୀୟ କନ୍ୟାକପରମେଶ୍ୱରୀ ମନ୍ଦିର ରେ ଏକ ସର୍ବ ଦଳୀୟ ନେତା, ଗୁଣୁପୁର ର ସମସ୍ତ ବୁଦ୍ଧିଜୀବୀ, ସାମ୍ବାଦିକ, ନିର୍ବାଚିତ ପ୍ରତିନିଧି ଏବଂ ଯୁବ ବର୍ଗ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗୁଣୁପୁର ସଦର ହସ୍ପିଟାଲ କୁ ୫- ଟି ଯୋଜନା ରେ ସାମିଲ ଏବଂ ଭିତିଭୂମି ପାଇଁ ପ୍ରାୟ କୋଡିଏ କୋଟି ର ଆର୍ଥିକ ସହାୟତା ରାଶି ଦେଇ ଥିବାରୁ ବୈଠକ ରେ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସ୍ଵାସ୍ତ୍ୟ ସଚିବ ଶାଳିନୀପଣ୍ଡିତ ଏବଂ ୫- ଟି ସଚିବ ଭି.କେ.ପାଣ୍ଡିଆନ ଙ୍କୁ
ଧନ୍ୟବାଦ ଦିଆଯାଇଥିଲା । ଏହି ବୈଠକ ରେ ସ୍ଥାୟୀ ଡାକ୍ତର ତୁରନ୍ତ ନିଯୁକ୍ତି ପାଇଁ ଏକ କମିଟି ଗଠନ କରାଯାଇ ଥିଲା ଏବଂ ଏହି କମିଟି ଏ ବାବଦରେ ଆଗାମୀ ୧୮ ତାରିଖ ଦିନ ଗୁଣପୁର ଉପଜିଲ୍ଲାପଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ , ୫- ଟି ସଚିବ ଭି କେ ପାଣ୍ଡିଆନ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଙ୍କୁ ଦେବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଲାଇନ୍ ମେନ୍ ଓ ଟାଟା ର ପ୍ରତିଷ୍ଠା ଦିବସ ପାଳିତ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣୁପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ଟିପି.ଏସ୍.ଓ.ଡି.ଏଲ୍ ଅଫିସ ଠାରେ ଲାଇନ୍ ମେନ୍ ଦିବସ ଏବଂ ଟାଟା କମ୍ପାନୀର ପ୍ରତିଷ୍ଠା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୁଣପୁର ବିଦ୍ୟୁତ୍ ବିଭାଗ ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ରାଓ ଯୋଗ ଦେଇ ଅଫିସ ପ୍ରାଙ୍ଗଣ ରେ ବିଭାଗୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ ବିଦ୍ୟୁତ୍ ବିଭାଗୀୟ ସମସ୍ତ ଲାଇନ୍ ମେନ୍ ମାନଙ୍କୁ ନେଇ ସ୍ଥାନୀୟ ଲକ୍ଷ୍ମୀନୃସିଂହ କଲ୍ୟାଣ ମଣ୍ଡପ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା ।

ଏହି ସଭାରେ ବିଦ୍ୟୁତ୍ ବିଭାଗ ର ସର୍ଵ ଶ୍ରୀ ଗୁଣପୁର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ରାଓ, ଗୁଣପୁର ଏସଡିଓ ଚିତ୍ତ ରଞ୍ଜନ ଜେନା, ଗୁମୁଡା ଏସଡିଓ କେଶବ ଗାନ୍ଧୀ, ରାମନାଗୁଡା କନିଷ୍ଠ ଯନ୍ତ୍ରୀ ସମ୍ବିତ ସାମଲ, ଗୁଣପୁର କନିଷ୍ଠ ଯନ୍ତ୍ରୀ ଅନିଲ କୁମାର ପଟ୍ଟନାୟକ ଓ ହେମନ୍ତ କୁମାର ସାହୁ, ଗୁମୁଡା କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଛଟେଈ ଏବଂ ଗ୍ରେଡ୍ – ଏ ଲାଇନ ମେନ ଅଜିତ କୁମାର ପଣ୍ଡା, ପ୍ରଦୀପ କୁମାର ପାଢ଼ୀ ଏବଂ ରମା କାନ୍ତ ମିଶ୍ର ଅତିଥି ଭାବେ ଯୋଗ ଦେଇ ଲାଇନ୍ ମେନ୍ ମାନଙ୍କ ସମସ୍ୟା ଓ କାର୍ଯ୍ୟ ଦକ୍ଷତା ଉପରେ ଆଲୋଚନା କରିଥିଲେ । ସଭା କାର୍ଯ୍ୟ ପ୍ରାରମ୍ଭରେ ସୁରକ୍ଷା ଅଧିକାରୀ ପ୍ରୀତମ କୁମାର ସାହୁ ସ୍ୱାଗତ୍ ଭାଷଣ ଦେବା ସହ ସଭା କାର୍ଯ୍ୟ ପରିଚାଳନା କରିଥିଲେ l ଶେଷରେ ଏହି ଦିଗରେ ଉତ୍ତମ କାର୍ଯ୍ୟ ସମ୍ପାଦନା କରିଥିବା ତିନି ଜଣ ଲାଇନ୍ ମେନ୍ ମାନଙ୍କୁ ସମ୍ମାନୀତ କରା ଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ କୁ ଏ.ଏମ୍.ସି ୧୧ କେଭି ସେଫ୍ଟି ଅଫିସର ଦିବ୍ୟଜ୍ୟୋତି ପରିଡା, ଭୂବାନନ୍ଦ ବେହେରା, ଏମ୍. ଏମ୍. ଜି ସେଫ୍ଟି ଅଫିସର ରିଷଭ୍ କୁମାର ଏବଂ ଏମ୍.ଏମ୍.ଜି ଡି. ଏମ୍ ବିଶ୍ଵ ରଞ୍ଜନ ବିଶ୍ବାସ ପରିଚାଳନା କରି ସାଫଲ୍ୟ ମଣ୍ଡିତ କରିଥିଲେ l