ଆଜିର ରାଶିଫଳ ୨୫.୦୧.୧୯ ଶୁକ୍ରବାର ।

ମେଷ: ଶତ୍ରୁ ଦମନ କରିପାରନ୍ତି। ଏଥିପାଇଁ ବହୁବିଘ୍ନର ସମ୍ମୁଖୀନ ହେବେ। ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ମାନିତ ହେବେ।

ବୃଷ: ମାନସିକ ସ୍ତରରେ ଚଞ୍ଚଳତା ଅନୁଭବ କରିବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କତା ଅବଲମ୍ବନ କରିବାକୁ ହେବ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରିରେ ବାଜିମାତ୍‍ ହେବାର ସୁଯୋଗ ଅଛି। ବ୍ୟବସାୟରେ ପ୍ରଚୁର ଲାଭ ହେବ।

ମିଥୁନ: ଧନଲାଭ ହୋଇପାରେ। ନିଜକୁ କଳହମୁକ୍ତ ରଖିବାକୁ ପଡ଼ିବ। ଉଦାର ପ୍ରକୃତିର ହେବେ। ଦାନ-ଧର୍ମକୁ ଆଦରି ନେଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ପରାକାଷ୍ଠା ପ୍ରତିପାଦନ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷିରୁ ଲାଭ ମିଳିବ।

କର୍କଟ: ବ୍ୟବସାୟରେ ପ୍ରଭୂତ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ସୁଭାଷୀ ହେବେ। ପ୍ରେମୀ ଓ ସାହସୀ ହେବେ। ଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ।

ସିଂହ: କଳହ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବେ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ପରମ ସୌଭାଗ୍ୟଶାଳୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବାର ସୁଯୋଗ ସୃଷ୍ଟି ହୋଇଛି। ପରଦେଶବାସୀ, ମଧୁରଭାଷୀ ଓ ସହନଶୀଳ ହେବେ।

କନ୍ୟା: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ରୋଜଗାର ଆଶାକୁ ରୂପ ହେବ। ମିଷ୍ଟାନ୍ନ ଭୋଜନ ମିଳିବ। ସରକାରୀ କିମ୍ବା ବନ୍ଧୁ ସହାୟତାରେ ଲାଭବାନ୍‍ ହୋଇପାରନ୍ତି। ମୋକଦ୍ଦମାରେ ବିଜୟ ଲାଭ କରି ଧନପ୍ରାପ୍ତ ହେବେ। ବିଦ୍ୱାନ୍‍ ଓ ଶାସ୍ତ୍ରଜ୍ଞ ହେବେ।

ତୁଳା: ଅଭାବ ଦୂରେଇ ଯିବ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଏକାନ୍ତରେ ସମୟ ବିତାଇବାକୁ ଚେଷ୍ଟା କରିବେ। ପ୍ରିୟଭାଷୀ ଭାବେ ଅନ୍ୟର ମନ କିଣି ପାରନ୍ତି। ରାଜଯୋଗ ପ୍ରାପ୍ତ ହେବେ।

ବିଛା: ନିଜ ସମ୍ପର୍କୀୟ ଲୋକେ ହଇରାଣ କରିବାକୁ ଚେଷ୍ଟା କରିବେ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥପ୍ରାପ୍ତ ହେବେ।

ଧନୁ: ପାରିବାରିକ ସାଧନାରେ ସିଦ୍ଧିପ୍ରାପ୍ତ ହେବାର ସୂଚନା ମିଳୁଛି। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ଶରୀର ସୁସ୍ଥ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି।

ମକର: ମନ ଚଞ୍ଚଳ ରହିବ। ଧର୍ମକାର୍ଯ୍ୟ ସମ୍ପାଦନ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ ଓ ସାହସୀ ହୋଇପାରନ୍ତି।

କୁମ୍ଭ: ଧନାଦି ପ୍ରାପ୍ତିରେ ସୁଖଲାଭ କରିବେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କ ରହିବେ। ଜଳଯାତ୍ରା ମନା। ଭାଗବ୍ୟବସାୟ ଲାଭଜନକ ହେବ।

ମୀନ: ଗୃହକାର୍ଯ୍ୟରୁ ଆନନ୍ଦ ମିଳିବ। ମନ ପ୍ରସନ୍ନ ରହିବ। ବ୍ୟବସାୟ ଲାଭଜନକ ହେବ। ମନରେ ସେବାଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ବନ୍ଧୁ ସହାୟତା ପାଇ ଆନନ୍ଦ ଅନୁଭବ କରିପାରନ୍ତି। ପତ୍ନୀଙ୍କ କଥାରେ ପରିଚାଳିତ ହେବେ।

ଆଜିର ରାଶିଫଳ ୨୪.୦୧.୧୯ ଗୁରୁବାର ।

ମେଷ: ପିଲାଙ୍କ ପଢ଼ାପଢ଼ିକୁ ନେଇ ବ୍ୟସ୍ତ ରହିପାରନ୍ତି। ପଢ଼ା ଲେଖାରେ ନିଜର ପ୍ରଧାନ୍ୟ ବିସ୍ତାର କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁ-ସମ୍ବାଦ ପାଇ ଆନନ୍ଦ ଅନୁଭବ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବୃଷ: ମାନସିକ ଅସ୍ଥିରତା ବୃଦ୍ଧି ପାଇପାରେ। ଅନୁଗତମାନେ ଆଡହୋଇ ପଶ୍ଚାତ୍‌ପଦ ଦେବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। କୃଷିରୁ ଲାଭ ମିଳିବ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ଠିକ୍ ରହିବ।

ମିଥୁନ: ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବଦର୍ଶନର ସୁଯୋଗ ଅଛି। ଅଶାନ୍ତି ହ୍ରାସ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।

କର୍କଟ: ନିଜ ପୂର୍ବ ମତର ପରିବର୍ତ୍ତନ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଶତ୍ରୁନାଶ କରି ଆଶ୍ବସ୍ତ ହେବେ। ଭାଗ୍ୟବାନ ହେବେ। କୁଳ ପ୍ରଧାନ ହୋଇପାରନ୍ତି। ପୁତ୍ରପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଧନାନ୍ବିତ ହେବା ଆଶା କରାଯାଏ।

ସିଂହ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

କନ୍ୟା: ମାନସିକ ସ୍ତରରେ ପ୍ରସନ୍ନତା ଉଦୟ ହେବ। କାର୍ଯ୍ୟରେ ଉପୁଜି ଥିବା ବାଧା-ବିଘ୍ନ ଦୂର ହେବ। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ; ମାତ୍ର ତାହା କ୍ଷଣକ ପାଇଁ । ଭ୍ରାତୃଭାବ ଅତୁଟ ରହିବ।

ତୁଳା: ସୁସ୍ଥ ଓ ନିରାମୟ ରହିପାରନ୍ତି। ଶୁଭ ଖବର ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। କରିତ୍‌କର୍ମା ହେବେ। ରୂପବାନ୍‌ ଓ ଗୁଣଜ୍ଞ ହେବେ।

ବିଛା: ଆଜି ଦିନଟିରେ ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ। ସୁ-ସମ୍ବାଦ ପାଇ ଖୁସି ହେବେ। କର୍ମରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେଇପାରେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସୁଖୀ ହେବେ।

ଧନୁ: କିଛି ଦ୍ରବ୍ୟ ଅପହୃତ ହୋଇପାରେ। ଭ୍ରମଣ ଯୋଗ ରହିଛି। କାର୍ଯ୍ୟରେ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ବୀରତ୍ବ ପ୍ରଦର୍ଶନ କରି ଲୋକମାନଙ୍କ ପ୍ରଶଂସାର ପାତ୍ର ହେବେ।

ମକର: ଅର୍ଥାଭାବ ଦେଖା ଦେଇପାରେ। ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ପ୍ରଦୂଷିତ ପରିବେଶରେ ରହିବା ଆପଣଙ୍କ ପକ୍ଷେ ସମ୍ଭବ ହୋଇ ନ ପାରେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ।

କୁମ୍ଭ: ଭ୍ରମଣ ସୁଖକର ହୋଇପାରେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ସୁଖକର ଘଟଣାମାନ ଘଟିପାରେ। କର୍ମ​‌େ​‌କ୍ଷତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସୁଖାଦ୍ୟ ପ୍ରାପ୍ତିରେ ଆନନ୍ଦ ଅନୁଭବ କରିବେ।

ମୀନ: ସୁଯୋଗ ହସ୍ତଗତ ହୋଇପାରେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଖୁସି ହେବେ। ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ। ଶୁଭକାର୍ଯ୍ୟ ପାଇଁ ଦିନଟି ଉତ୍ସାହଜନକ ହେବ। ଋଣପରିଶୋଧ କରିପାରନ୍ତି।

ଆଜି ର ରାଶିଫଳ ୨୩.୦୧.୨୦୧୯ ବୁଧବାର ।

ମେଷ: ଅଳସୁଆ ଅନୁଭବ କରିବେ। କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ। ଘରକୁ ଅତିଥି ଆସି ପାରନ୍ତି। ବ୍ୟସ୍ତତା ଭିତରେ ଦିନଟି କଟିବ।

ବୃଷ: ଦ୍ୱନ୍ଦ୍ୱ ଭିତରେ ରହିବେ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ମିଥୁନ: ମିଠା କଥା କହି ଲୋକଙ୍କ ମନ ଜିତିବେ। ଅଧିକ ପରିଶ୍ରମ କରିବେ। ପାଚନ ତନ୍ତ୍ରରେ କଷ୍ଟ ଅନୁଭବ କରିବେ।

କର୍କଟ: ନୂତନ କାର୍ଯ୍ୟ ପାଇଁ ଯୋଜନା କରିପାରନ୍ତି। ଖର୍ଚ୍ଚ ବଢ଼ିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।

ସିଂହ: ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଭାଗ୍ୟ ବୃଦ୍ଧି ହେବ।

କନ୍ୟା: ଦିନଟି ଭଲରେ କଟିବ। ସୁସ୍ଥ ରହିବେ। ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ତୁଳା: ବନ୍ଧୁଙ୍କ ସହ ଦେଖା ହୋଇପାରେ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ବିଚ୍ଛା: ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ।

ଧନୁ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନପ୍ରାପ୍ତି ଯୋଗ ରହିଛି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ମକର: ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କୁକୁରକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ: ଆତ୍ମବିଶ୍ୱାସ ବଢ଼ିବ। ଆଜି ଯେକୌଣସି କାର୍ଯ୍ୟ କଲେ ସଫଳ ହେବ। ଯାତ୍ରା କରିପାରନ୍ତି। ନୂଆ ପୋଷାକ କିଣିପାରନ୍ତି।

ମୀନ: ବୌଦ୍ଧିକ ଚର୍ଚ୍ଚାରେ ଯୋଗ ଦେଇପାରନ୍ତି। ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ। ଅଯଥା ଖର୍ଚ୍ଚଠାରୁ ଦୂରେଇ ରୁହନ୍ତୁ।

ଆଜିର ରାଶିଫଳ ୨୨.୦୧.୨୦୧୯ ମଙ୍ଗଳବାର ।

ମେଷ: ମାନସିକ ସ୍ତରରେ କଷ୍ଟ ଅନୁଭବ କରିପାରନ୍ତି। ବାଦ-ବିବାଦ ଉପୁଜିବାର ସମ୍ଭାବନା ଅଛି। ଉଦାର ପ୍ରକୃତିର ହେବେ। ମିଷ୍ଟଭାଷୀ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷିରୁ ଲାଭ ମିଳିବ। ବୁଦ୍ଧିମାନ ହେବେ।

ବୃଷ: ସାମାନ୍ୟ କାରଣରୁ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ।

ମିଥୁନ: ପିତୃ ଋଣରୁ ମୁକ୍ତି ପାଇଁ ବ୍ୟସ୍ତ ରହିବେ। ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ର ସୁଖ ମିଳିବ। ନୀତିନିଷ୍ଠ ହେବେ।

କର୍କଟ: କଳା ବିଦ୍ୟା ପ୍ରତି ଆଗ୍ରହୀ ହେବେ। ମାନ-ସମ୍ମାନ ପାଇଁ ଯୋଗ୍ୟ ଭାବେ ବିବେଚିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ଶକ୍ତିମାନ୍‍ ହୋଇପାରନ୍ତି। ଋଣ କ୍ଷେତ୍ରରେ ପାରଙ୍ଗମ ହେବେ। ମୋକଦ୍ଦମାରେ ବିଜୟୀ ହେବେ। ତତ୍‍ଜନିତ ଧନଲାଭ କରିପାରନ୍ତି।

ସିଂହ: ଦୂରବନ୍ଧୁଙ୍କ ଦର୍ଶନ ମିଳିବ। ଥଣ୍ଡା କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଏକାନ୍ତ ରହିବାକୁ ଇଚ୍ଛା କରିବେ। ରାଜଯୋଗ ପ୍ରାପ୍ତ ହେବେ। ଖର୍ଚ୍ଚାନ୍ତ ହେବା ଆଶାକରାଯାଏ।

କନ୍ୟା: ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଯଶସ୍ୱୀ ହେବେ। ଲୋକ ପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନପ୍ରାପ୍ତି ହୋଇପାରନ୍ତି।

ତୁଳା: ପରିବେଶ ପାଇଁ ଚିନ୍ତିତ ହୋଇପାରନ୍ତି। ପରିଶ୍ରମର ମୂଲ୍ୟ ମିଳିବ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରି ସୁଖୀ ହେବେ।

ବିଛା: ଯୋଗା-ଯୋଗରେ ପ୍ରଗତିର ସୂଚନା ମିଳୁଛି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ କଟାଇ ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ଧନୁ: ପୈତୃକ ସମ୍ପତ୍ତି ପାଇଁ ଲାଗି ରହିଥିବା ବିବାଦର ସୁ-ସମାଧାନ ହେବ। ସାମାନ୍ୟ ଦେହ କଷ୍ଟ ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟରେ ଲାଭବାନ ହେବେ। ନିଜ ଅଧୀନସ୍ଥ କର୍ମଚାରୀଙ୍କ ହର୍ତ୍ତାକର୍ତ୍ତା ହେବେ।

ମକର: ଦୁର୍ବଳ ମନ ନେଇ ଅସୁବିଧାରେ ପଡ଼ିଲେ ବି ତାହା ମାତ୍ର କ୍ଷଣକ ପାଇଁ ା ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବର ହୋଇପାରନ୍ତି। ବେଳେ ବେଳେ ମନରେ ଅହଂଭାବ ଜାଗ୍ରତ ହେବ। ଭାଇମାନଙ୍କ ଉପରେ ସ୍ନେହ, ସଦିଚ୍ଛା ଭାବ ରହିପାରେ।

କୁମ୍ଭ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ନିଜ କାର୍ଯ୍ୟ ପାଇଁ ଗର୍ବିତ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହ ସଦିଚ୍ଛା ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ରାଜମନ୍ତ୍ରୀ ଭାବେ କାର୍ଯ୍ୟ କରିପାରନ୍ତି। ଶତ୍ରୁହନ୍ତା ହେବେ। ଖ୍ୟାତନାମୀ ହେବେ।

ମୀନ: ପୈତୃକ ସମ୍ପତ୍ତିକୁ ନେଇ ଗଣ୍ଡଗୋଳ ଉପୁଜିଥିବାବେଳେ ଆକସ୍ମିକ ଧନଲାଭ ଯୋଗୁଁ ପ୍ରଫୁଲ୍ଲିତ ହୋଇପାରନ୍ତି। ବ୍ୟବସାୟରେ ପ୍ରଚୁର ଧନଲାଭ ହୋଇପାରେ। ଚଞ୍ଚଳ ପ୍ରକୃତିର ହେବେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ରୁଚି ରହିବ।

ଆଜିର ରାଶିଫଳ ୨୦.୦୧.୨୦୧୯ ରବିବାର

ମେଷ: କାର୍ଯ୍ୟରେ ସଫଳତା ମିଳିବା ପ୍ରାୟ ନିଶ୍ଚିତ। ସମଭାବାପନ୍ନ ବ୍ୟକ୍ତିଙ୍କ ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଧର୍ମ କାର୍ଯ୍ୟରେ ନି​‌େ​‌ୟାଜିତ ହେବେ। ବ୍ୟବସାୟ ଲାଭଜନକ ହେବ। ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ।

ବୃଷ: କାର୍ଯ୍ୟ ପ୍ରାପ୍ତି ପାଇଁ ମନରେ ହତାଶାଭାବ ଜାତ ହୋଇପାରେ। ଆଶାବାଦୀ ହୋଇପାରନ୍ତି। ପରୋପକାରୀ ହେବେ। ଭାଗ୍ୟର ପରିବର୍ତ୍ତନ ଘଟିବ। ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି।

ମିଥୁନ: କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ଆୟ ଅଧିକ ହୋଇପାରେ। ସରକାର ଅବା ବନ୍ଧୁ ସହାୟତାରୁ ଲାଭବାନ ହେବେ। ସୁସ୍ଥ ଓ ନିରାମୟ ରହିବେ। ରୁଚିକର ଭୋଜନ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ।

କର୍କଟ: ଶତ୍ରୁମାନଙ୍କ କାର୍ଯ୍ୟକାଳ ଆପଣଙ୍କ ପାଇଁ ଲାଭଦାୟକ ହେବ। କାର୍ଯ୍ୟ ହାସଲ ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ମିଠାକଥା କହି ଜନମନ ତୋଷ କରିପାରନ୍ତି। କର୍ମକ୍ଷେତ୍ରରେ ମାନ୍ଦା ଭାବ ଦେଖା ଦେବ।

ସିଂହ: ମନୋବଳ ଦୃଢ଼ ରହିବ। ଆୟ ବୃଦ୍ଧିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ମିଳିବ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ମନରେ ପ୍ରଫୁଲ୍ଲତା ଆସିବ। ପାରିବାରିକ ସୁଖ, ଶାନ୍ତି, ଅବ୍ୟାହତ ରହିବ। କର୍ମକ୍ଷେତ୍ର ଉଳ ହେବ।

କନ୍ୟା: ବନ୍ଧୁ ଦର୍ଶନ ମିଳିବ। ପରିଶ୍ରମର ମୂଲ୍ୟ ମିଳିବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ। ବିଭାଗୀୟ ଅର୍ଥ ପ୍ରାପ୍ତ ହୋଇପାରନ୍ତି। ଉତ୍ତମ ଗୃହ ପ୍ରାପ୍ତି ପାଇଁ ଉଦ୍ୟମ ଚଳାଇବେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ଓ ବହୁବିଧ ଅର୍ଥ ମିଳିପାରେ।

ତୁଳା: ମାନସିକ ଅଶାନ୍ତିର ଉପଶମ ହେବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସାହାଯ୍ୟ ସହଯୋଗ ମିଳିବ। ଚିନ୍ତା ହ୍ରାସ ହୋଇପାରେ। କର୍ମ କୁଶଳତା ପ୍ରକାଶ ପାଇବ। ସାଧନାରେ ସିଦ୍ଧି ପ୍ରାପ୍ତ ହୋଇପାରନ୍ତି। ମନରେ ସେବା ଭାବନା ରହିବ।

ବିଛା: ଅଯଥାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ସବୁ-ବାଧା ବିଘ୍ନକୁ ଏଡ଼ାଇ ଶ୍ରେଷ୍ଠ ପଦପଦବୀରେ ଆସୀନ ହୋଇପାରନ୍ତି। ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବେ। ଶାସ୍ତ୍ର ବିଚକ୍ଷଣ ହୋଇପାରନ୍ତି।

ଧନୁ: କର୍ମକ୍ଷେତ୍ର ଶୃଙ୍ଖଳିତ ହେବ। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ଅସୁସ୍ଥତାରୁ ଆରୋଗ୍ୟ ହେବେ। ଧର୍ମକାର୍ଯ୍ୟ ସମ୍ପାଦନ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ। ପ୍ରୀତି ଲାଭ କରିପାରନ୍ତି। ସାମାଜିକ ଆଦର ମିଳିବ।

ମକର: ବନ୍ଧୁ ସହଯୋଗ ମିଳିବ। କଷ୍ଟସାଧ୍ୟ ହେବ। ମନରେ ନୈରାଶ୍ୟ ଭାବ ଜାତ ହୋଇପାରେ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଲୋକପ୍ରିୟତା ବୃଦ୍ଧି ହୋଇପାରେ। ଦୂରଯାତ୍ରା ଆପଣଙ୍କ ପାଇଁ ଶୁଭଦାୟକ ହୋଇପାରେ।

କୁମ୍ଭ: ପୈତୃକ ସମ୍ପତ୍ତି ପାଇଁ ବ୍ୟସ୍ତ ହୋଇପାରନ୍ତି। ବିବାଦର ସମାଧାନ ପାଇଁ ସୁପରାମର୍ଶ ନେବାକୁ ପଡ଼ିବ। ସଫଳତା ମିଳିବା ଆଶାକରାଯାଏ। ମାନସିକ ଶାନ୍ତି ମିଳିବ। ସୁଖପ୍ରାପ୍ତ ହେବ। ତେଜୀୟାନ ହେବେ। ସମସ୍ତ କଳାରେ ଦକ୍ଷ ହେବେ।

ମୀନ: ପରିବେଶ ସୁଖବୋଧ ହେବ। ଦ୍ରବ୍ୟ ନଷ୍ଟ ହୋଇପାରେ। କଟୁବାକ୍ୟ ପ୍ରୟୋଗ ଦ୍ୱାରା ସମୟ ଉପୁଜି ପାରେ। ସଙ୍ଗୀତ ପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ୱୀ ଓ ଧନଶାଳୀ ହେବେ। ସରକାରୀ ଅର୍ଥ ମିଳିପାରେ। ସୁବିଦ୍ୟାଯୁକ୍ତ ହେବେ।

ଆଜିର ରାଶିଫଳ ୧୯.୦୧.୨୦୧୯ ଶନିବାର

ମେଷ: ମନରେ ଦ୍ୱନ୍ଦ୍ୱ ରହିବ। ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ଯାତ୍ରା କରିପାରନ୍ତି।

ବୃଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଜି କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ, କାରଣ ସଫଳତା ମିଳିବ ନାହିଁ।

ମିଥୁନ: ଦିନଟି ଭଲରେ କଟିବ। ବନ୍ଧୁଙ୍କ ସହ ଆନନ୍ଦରେ ଦିନଟି କାଟିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। କାଉକୁ ରୁଟି ଦିଅନ୍ତୁ।

କର୍କଟ: ଆୟଠାରୁ ବ୍ୟୟ ଅଧିକ ହେବ। ଚାକିରି କ୍ଷେତ୍ରରେ କୌଣସି କଥାକୁ ନେଇ ଅଶାନ୍ତି ଦେଖା ଦେଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆଜି ଦିନରେ କୌଣସି ନୂଆ କାର୍ଯ୍ୟ ଆରମ୍ଭ କଲେ ଶୁଭଫଳ ମିଳିବ। ପିଲାମାନେ ଖେଳକୁଦରେ ମନ ବଳାଇବେ।

କନ୍ୟା: ପରିବାର ସଦସ୍ୟଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ। ଗଣେଶଙ୍କୁ ପୂଜା କରନ୍ତୁ। ଯାତ୍ରା କରନ୍ତୁ ନାହିଁ।

ତୁଳା: ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ପିଲାମାନେ ପଢ଼ାରେ ଭଲ ପ୍ରଦର୍ଶନ କରିବେ। ଗହଣା କିଣିପାରନ୍ତି।

ବିଚ୍ଛା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ। ଆଖିରେ ଯନ୍ତ୍ରଣା ଅନୁଭବ କରିବେ।

ଧନୁ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଚାକିରିକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। କୌଣସି ଖୁସି ଖବର ଶୁଣିପାରନ୍ତି।

ମକର: ମାଲିମକଦ୍ଦମାରେ ବିଜୟୀ ହେବେ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କୁମ୍ଭ: ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତି। ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ।

ମୀନ: ଜୀବନସାଥିଙ୍କ ସହଯୋଗ ମିଳିବ। ଉପହାର ମିଳିପାରେ। ଉତ୍ତମ ଭୋଜନ କରିବେ।

ଆଜିର ରାଶିଫଳ ୧୮.୦୧.୨୦୧୯ ଶୁକ୍ରବାର ।

ମେଷ: ହସଖୁସିରେ ସମୟ ବିତାଇବେ। ଉପହାର ମିଳିବ। ଖର୍ଚ୍ଚ ବଢ଼ିବ।

ବୃଷ:  ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ପରିବାରରେ ହସଖୁସିର ପରିବେଶ ରହିବ।

ମିଥୁନ: ନୂତନ କାର୍ଯ୍ୟରେ ଯୋଗ ଦିଅନ୍ତୁ ନାହିଁ। ଅଧିକ ପରିଶ୍ରମ କରିବେ। ଅଳସୁଆ ଅନୁଭବ କରିବେ।

କର୍କଟ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନୈତିକ କାର୍ଯ୍ୟଠାରୁ ଦୂରେଇ ରୁହନ୍ତୁ।

ସିଂହ: ବିବାହ ସ୍ଥିର ହୋଇପାରେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। କୋର୍ଟ କଚେରୀ କାର୍ଯ୍ୟରେ ସଫଳତା ମିଳିବ।

କନ୍ୟା: ଶରୀର ଫୂର୍ତ୍ତି ରହିବ। ଶୁଭ ଖବର ଶୁଣି ପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।

ତୁଳା: ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ବିଚ୍ଛା: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ଦୂରସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଭାଗ୍ୟ ବୃଦ୍ଧି ହେବ। ମାନ-ସମ୍ମାନ ମିଳିବ।

ମକର: ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଆଖିରେ ଯନ୍ତ୍ରଣା ଅନୁଭବ କରିବେ।

କୁମ୍ଭ: ଦିନଟି ଭଲରେ କଟିବ। ମନ ପ୍ରସନ୍ନ ରହିବ। ଆଧ୍ୟାତ୍ମିକ ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି।

ମୀନ: ଆର୍ଥିକ ସ୍ଥିତି ଭଲ ରହିବ। ମନରେ ଏକାଗ୍ରତା ରହିବ ନାହିଁ। ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହୋଇପାରେ।

ଆଜି ର ରାଶିଫଳ ୧୭.୦୧.୨୦୧୯ ଗୁରୁବାର ।

ମେଷ: ପିଲାଙ୍କ ପାଠପଢ଼ା ନେଇ ଚିନ୍ତିତ ରହିବେ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଛାତ୍ରଛାତ୍ରୀମାନେ ମନଦେଇ ପାଠପଢ଼ନ୍ତୁ।

ବୃଷ: ପରିବାରରେ ହସଖୁସିର ପରିବେଶ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପଦୋନ୍ନତିର ଯୋଗ ରହିଛି। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ।

ମିଥୁନ: ବ୍ୟବସାୟରେ ଆଶା ମୁତବାକ ଲାଭ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ଶୁଭ ଖବର ଶୁଣି ପାରନ୍ତି।

କର୍କଟ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ସହକର୍ମୀଙ୍କ ସହ ମତାନ୍ତର ହୋଇପାରେ।

ସିଂହ: ନୂତନ ପୋଷାକ କିଣିପାରନ୍ତି। ହସଖୁସିରେ ସମୟ ବିତାଇବେ। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି।

କନ୍ୟା: ଚିନ୍ତିତ ରହିବେ। ବ୍ୟସ୍ତତା ଭିତରେ ଦିନଟି କଟିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ଳା: ଆଜି ନୂଆ କାମ ଆରମ୍ଭ କରିପାରନ୍ତି। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବିଚ୍ଛା: ଦିନଟି ଭଲରେ କଟିବ। ସାହିତ୍ୟ ଓ କଳା ପ୍ରତି ରୁଚି ବଢ଼ିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଗହଣା କିଣିପାରନ୍ତି।

ଧନୁ: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମକର: ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରନ୍ତୁ ନାହିଁ। ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ବ୍ରାହ୍ମଣଙ୍କୁ ହଳଦିଆ ବସ୍ତ୍ର ଦାନ କରନ୍ତୁ।

କୁମ୍ଭ: ଅଟିକି ରହିଥିବା କାର୍ଯ୍ୟ ଆଜି ସଂପୂର୍ଣ୍ଣ ହେବ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ଭାଗ୍ୟ ବୃଦ୍ଧି ହେବ।

ମୀନ: ଜୀବନସାଥୀଙ୍କ ସହଯୋଗ ମିଳିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ମାନ-ସମ୍ମାନ ବଢ଼ିବ। ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

 

ଆଜିର ରାଶିଫଳ ୧୬.୦୧.୨୦୧୯ ବୁଧବାର ।

ମେଷ: ଭାଗ୍ୟଶାଳୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ସମ୍ମାନନୀୟ ବ୍ୟକ୍ତି ବିଶେଷ ଭାବେ ମର୍ଯାଦା ପ୍ରାପ୍ତ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ବିଦ୍ୟାପ୍ରେମୀ ହେବେ।

ବୃଷ: ଚାକିରି କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ବ୍ୟୟ ଅପେକ୍ଷା ଆୟ ଅଧିକତର ହୋଇପାରେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ମିଳିବ।

ମିଥୁନ: ଆକସ୍ମିକ ଭାବେ ଧନପ୍ରାପ୍ତ ହେବ। ବ୍ୟୟ ପରିମାଣ ବୃଦ୍ଧି ପାଇପାରେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ମଧୁରଭାଷୀ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ଓ ଜ୍ଞାନୀ ହେବେ।

କର୍କଟ: ସୁଖ, ସନ୍ତୋଷ ଲାଭ କରିବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରି ପାରନ୍ତି। ଯଶସ୍ୱୀ ହେବେ। ଲୋକ ପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀସ୍ତରରୁ ଅର୍ଥ ପ୍ରାପ୍ତି ସହ ସମ୍ମାନିତ ହେବେ।

ସିଂହ: ମନକୁ ଘାରୁ ଥିବା ଆଶଙ୍କା ଦୂରେଇ ଯିବ। ଭ୍ରମଣ ଯୋଗ ଅଛି। ନିଜ ପରିବାରର ମୁଖ୍ୟ ଭୂମିକା ଗ୍ରହଣ କରିବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।

କନ୍ୟା: ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଭାଗ୍ୟଶାଳୀ ହେବେ। ବିଳାସପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ସୁଖ ସମୃଦ୍ଧିର ସମୟ ଉପସ୍ଥିତ। ଧର୍ମାତ୍ମା ପ୍ରବାସ ପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍‍ ହେବେ।

ତୁଳା: ଚିନ୍ତିତ ହୋଇପାରନ୍ତି। ବନ୍ଧୁ ମିଳନ ଘଟିବାର ସମ୍ଭାବନା ଅଛି। ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି। ଭାଗୁଆଳି ବ୍ୟବସାୟ ଲାଭଜନକ ହୋଇପାରେ। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ।

ବିଛା: ଦୂରବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବର ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ମନରେ ଅହଂଭାବ ଆସିପାରେ। ପତ୍ନୀଙ୍କ ଇଙ୍ଗିତରେ ଚଳିବେ।

ଧନୁ: ଐତିହ୍ୟ ଓ ପରମ୍ପରା କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ପରିସ୍ଥିତିକୁ ଅନୁଧ୍ୟାନ କରି କେତେକ କ୍ଷେତ୍ରରେ ନୀରବ ଦର୍ଶକ ସାଜି ପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଚକ୍ଷୁ ଯନ୍ତ୍ରଣା ଅନୁଭବ କରିବେ। ଶତ୍ରୁହନ୍ତା ହୋଇପାରନ୍ତି।

ମକର: ଲୋକ ସଂପର୍କ ବୃଦ୍ଧି ପାଇପାରେ। ବାଦ-ବିବାଦରେ ବିଜୟୀ ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ହଠାତ୍‍ କିଛିଧନ ମିଳିପାରେ। ବ୍ୟବସାୟରେ ପ୍ରଚୁର ଧନଲାଭ ହୋଇପାରେ। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱଯୁକ୍ତ ହେବେ।

କୁମ୍ଭ: ଅଳ୍ପକେ ରକ୍ଷା ପାଇଯିବେ। ପରିଶ୍ରମର ମୂଲ୍ୟାଙ୍କନ ହେବ। ଉଦାର ସ୍ୱଭାବର ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମରେ ଧ୍ୟାନ ଦେବେ।

ମୀନ: ସଞ୍ଚୟାଭିମୁଖୀ ହୋଇପାରନ୍ତି। ମନରେ ଦ୍ୱିଧାଭାବ ଜାତ ହୋଇପାରେ। ମନ ପ୍ରସନ୍ନ ରହିବ। ଆସ୍ତିକ ଓ ମଧୁରଭାଷୀ ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କ ଠାରୁ ଆଦର, ସମ୍ମାନ ପାଇ ଖୁସି ହେବେ।

ଆଜିର ରାଶିଫଳ – ୧୪/୦୧/୨୦୧୯ ସୋମବାର ।

ମେଷ:ଆଜି ନିଜ ପରିବାରରେ ପରସ୍ପର ମଧ୍ୟରେ ବିବାଦ ମନକୁ ବେଶି ବିରସ କରିପାରେ। ବନ୍ଧୁଙ୍କୁ ଆର୍ଥିକ ସହାୟତାକୁ କେନ୍ଦ୍ରକରି କିଛି ସମସ୍ୟା ଦେଖାଦେଇପାରେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶାନୁସାରେ ହଠାତ୍‌ ଯାତ୍ରା କରିବାକୁ ପଡିପାରେ।

ବୃଷ:ଆଜି ବିଭିନ୍ନ ପ୍ରକାର ଘରୋଇ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇ ଏକପ୍ରକାର ବ୍ୟତିବ୍ୟସ୍ତ ହୋଇ ପାରନ୍ତି। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରିବେ। ବିବାଦ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।

ମିଥୁନ:ଆଜି ଆପଣ ଆକସ୍ମିକ ଯାତ୍ରା କରିପାରନ୍ତି । ଅସୁବିଧାବଶତଃ ଅତ୍ୟାବଶ୍ୟକ କାମଗୁଡିକ ଅଟକି ରହିଥିବା କାରଣରୁ ସେହିକଥା ଭାବି ଭାବି ଅନ୍ୟମନସ୍କ ରହିପାରନ୍ତି। ଜମିଜମା କର୍ମରେ ସମସ୍ୟା ଲାଗି ରହିବ।

କର୍କଟ:ଆଜି କର୍ମକ୍ଷେତ୍ରରେ ଅପେକ୍ଷାକୃତ ଅସୁବିଧା ଭୋଗିବେ ଏବଂ କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। ଯାନ୍ତ୍ରିକ ଜିନିଷର ମରାମତି ପାଇଁ ବ୍ୟଗ୍ରତା ପ୍ରକାଶ କରିପାରନ୍ତି।

ସିଂହ:ଆଜି ବ୍ୟବସାୟ, ଯାତ୍ରାରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ । ପରିବାର ଭିତରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି। କୌଣସି ସାଙ୍ଗଠନିକ କାମ, ରାଜନୈତିକ କ୍ଷେତ୍ର ପାଇଁ ଦିନଟି ବହୁତ ଭଲ।

କନ୍ୟା:ଆଜି ଆପଣଙ୍କ ସହିତ ଅତି ଭଲ ସମ୍ପର୍କ ଥିବା ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। କାର୍ଯ୍ୟକ୍ଷେତ୍ରରେ ଟେନସନ୍‌ ଦୂର ହେବ। ଗୃହ, ମାଲିମକଦ୍ଦମା ସମ୍ପର୍କିତ ଆଲୋଚନା ବିଗିଡ଼ି ଯାଇପାରେ।

ତୁଳା:ଆଜି ନିଜର ଉଦ୍ଦେଶ୍ୟ ପୂରଣ ପାଇଁ ବିଭିନ୍ନ ପ୍ରକାରର ଉପାୟ ଚିନ୍ତା କରାଇପାରନ୍ତି ତଥାପି ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ବ୍ୟବସାୟ କ୍ଷେତ୍ରରେ ଶୁଭଫଳ ପାଇବେ।

ବିଛା:ଆଜି ଆପଣ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ, ସେଥିରେ ମଧ୍ୟ କିଛି ସତ୍ୟତା ରହିଛି ବୋଲି ବୁଝତ୍ବାକୁ ହେବ। ଅବଶ୍ୟ ଆଜି ଘରକୁ ଫେରିବା ସମୟରେ କିଛି ମୂଲ୍ୟବାନ ଜିନିଷ ଆଣିପାରନ୍ତି।

ଧନୁ:ଆଜି ନିଜ ଘର ଅପେକ୍ଷା ବାହାର ଲୋକମାନେ ଆପଣଙ୍କ ପକ୍ଷ ସମର୍ଥନ କରିବେ । ବ୍ୟବସାୟରେ ସାଧାରଣ ସମସ୍ୟା ପାଇଁ ବିଶେଷ ଅସୁବିଧା ହେବନାହିଁ। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।

ମକର:ଆଜି ସୁଯୋଗର ସଦ୍‌ବ୍ୟବହାର କରିପାରିଲେ ଆଶା ପୂରଣ ହେବାରେ କୌଣସି ଅସୁବିଧା ରହିବ ନାହିଁ। ସେବା ଓ ସାହାଯ୍ୟ ମାଧ୍ୟମରେ ନିଜ ପାଇଁ ନୂତନ ସୁଯୋଗ ସକାଶେ ରାସ୍ତା ଉନ୍ମୋଚନ କରିବେ।

କୁମ୍ଭ:ଗତକାଲିଠାରୁ ଆପଣ ଯାହା ଚିନ୍ତା କରୁଛନ୍ତି ତାହା ସହଜରେ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବନାହିଁ। ବ୍ୟବସାୟରେ ସମସ୍ୟାକୁ ସୁଧାରି ନେବେ ଓ ନୂତନ ବାଣିଜ୍ୟ ଯୋଡିବା ପାଇଁ ଚିନ୍ତାକରିବେ ।

ମୀନ:ଆଜି ପାରିବାରିକ କ୍ଷେତ୍ରରେ କୌଣସି ନୂତନ ଯୋଜନାର ଅଗ୍ରଗତି ମନକୁ ଉଚ୍ଚାଟ କରିବ। ପୂର୍ବ ଭାଦ୍ରପଦର ସମସ୍ୟା ବଢିବା କାରଣରୁ ବ୍ୟବସାୟରେ ଆଖିଦୃଶିଆ ସଫଳତା ହାସଲ କରିପାରିବେ ନାହିଁ।