ଦୂର ହେଲା ଜଳକଷ୍ଟ,ପୂରଣ ହେଲା ଦୀର୍ଘ ଦିନର ଦାବୀ;ସମସ୍ତ ଅଧିକାରୀ ଙ୍କୁ ସାଧୁବାଦ ଜଣାଇଛନ୍ତି ଗ୍ରାମବାସୀ …!
ଏଥର ସମ୍ଭାଳ ବ୍ୟୁରୋ(ରାଉରକେଲା)- ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଚାନ୍ଦିପୋଷ ପଞ୍ଚାୟତ ର ଆଦିବାସୀ ବହୁଳ ରୁମକୁବେର୍ଣ୍ଣା ଗ୍ରାମ ରେ ଲାଗିରହିଥିବା ବହୁ ଦିନର ଜଳ କଷ୍ଟ ଏବେ ଦୂର ହୋଇଛି । ବ୍ଲକ କାର୍ଯ୍ୟଳୟ ଠାରୁ ୭୦ କି ମି ଦୂରରେ ଅବସ୍ଥିତ ଏହି ଆଦିବାସୀ ଗ୍ରାମ ରେ ରହିଥିବା ୪୩ ଗୋଟି ଆଦିବାସୀ ପରିବାର ପ୍ରତି ଗ୍ରୀଷ୍ମ ଋତୁରେ ଜଳ କଷ୍ଟ ଭଗୁଥିଲେ । ପାନୀୟ ଜଳ ନିମନ୍ତେ ଉପଯୋଗୀ ଗୋଟିଏ ମାତ୍ର୍ ନଳକୂପ ରହିଅଛି । ଏହା ଏହି ରୁତୁ ରେ ଏଠାର ସମସ୍ତ ପରିବାର କୁ ଜଳ ଯୋଗାଇ ପାରୁନଥିବା ଅଭିଯୋଗ ନେଇ ସମସ୍ତ ସମ୍ପୃକ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ଜଣା କରିଥିଲେ ବି ଗ୍ରାମବାସୀ ଙ୍କ ଜଳ କଷ୍ଟ ଦୂର ହୋଇ ପାରୁନଥିଲା ।ଓ.ଟି.ଏଲ୍.ପି ପ୍ଲସ୍ ସହଯୋଗ ରେ ଆଇଟିଡିଏ ପାନପୋଷ ତରଫରୁ ୩ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟ ଅଟକଳ ରେ ଏଠାରେ ବର୍ତ୍ତମାନ ଏକ୍ ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଛି । ଏହି ପ୍ରକଳ୍ପ ଚାଲୁ ହେବା ପରେ ଏହି ଅଞ୍ଚଳରୁ ଜଳ କଷ୍ଟ ଦୂର ହୋଇ ଅଞ୍ଚଳବାସୀ ସୁବିଧାରେ ପାଣି ପାଇ ପାରୁଛନ୍ତି । ଏଥି ପାଇଁ ଅଞ୍ଚଳ ବାସୀ ଙ୍କ ପକ୍ଷରୁ ଆଇଟିଡିଏ ର ପ୍ରକଳ୍ପ ପ୍ରଶାସକ ଦୌଲତ ଚନ୍ଦ୍ରାକର, ଜଳଛାୟା ଉନ୍ନୟନ ଅଧିକାରୀ ଶ୍ରୀ ସୁମନ୍ତ ଧୁରୁଆ ଓ ଦକ୍ଷତା ବୃଦ୍ଧି ଅଧିକାରୀ ଶ୍ରୀ ଶଶାଙ୍କର ପଣ୍ଡା ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସାଧୁବାଦ ଜଣାଇଛନ୍ତି ।







