ଗୁଣପୁର ରେ କରଣ ସଂଘ ଗଠନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

!!! ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ନୂତନ ଭାବେ କରଣ ଜାତି ର ଉନ୍ନତି ପାଇଁ ଏକ ସଂଘ ଗଠନ କରିବା ପାଇଁ ଏକ ପ୍ରାକ ପ୍ରସ୍ତୁତି ବୈଠକ ଜଗନ୍ନାଥ ମନ୍ଦିର ରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ସହର ର ବିଭିନ୍ନ ସାହିରେ ରହୁଥିବା କରଣ ଜାତି ର ବନ୍ଧୁ ଙ୍କୁ ଆଜି ଚିହ୍ନଟ କରାଯାଇ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ସଂଘ ର ଆବାହକ ଭାବେ ଯୁବ ଓକିଲ ବାବୁ ପଟ୍ଟନାୟକ ,ଦିପୁ ପଟ୍ଟନାୟକ ମିହିର ପଟ୍ଟନାୟକ , ଚୁନୁ ପଟ୍ଟନାୟକ , ପ୍ରବୀଣ ପଟ୍ଟନାୟକ ରାମ ପଟ୍ଟନାୟକ ଓ ଅନ୍ୟ ଯୁବକ ମାନଙ୍କୁ ବିଭିନ୍ନ ସାହି ରେ ରହୁଥିବା କରଣ ଜାତି ର ପରିବାର ଙ୍କୁ ଭେଟି ତାଲିକା ରେ ସାମିଲ କରିବା ପାଇଁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ସଂଘ ଗଠନ କରି କରଣ ପରିବାର ର ବିଭିନ୍ନ ସମସ୍ୟା ର ସମାଧାନ କରିବାକୁ ଉଦ୍ୟମ କରିବା ସହ ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମ ରେ ସଙ୍ଘ କୁ ସାମିଲ କରିବା ମତ ପ୍ରକାଶ ପାଇଥିଲା ।

ସଂଘ ର ସଭ୍ୟ ତାଲିକା ସମ୍ପୂର୍ଣ୍ଣ ହେବା ପରେ ସଂଘ ର ବରିଷ୍ଟ ମାନଙ୍କୁ ନେଇ ସଂଘ ର ଆଗାମୀ ଦିନର କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ସଂଘ ର ଯୁବ ସମାଜ ଏହି କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବା କୁ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ ଦିଆଯିବା ସହ ପ୍ରତି ସପ୍ତାହ ରବିବାର ଦିନ ଏହି ଭଳି ବୈଠକ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଆଗାମୀ ବୈଠକ ରବିବାର ଦିନ ଅନୁଷ୍ଠିତ କରିବା କୁ ନିଷ୍ପତି ଗ୍ରହଣ କରାଯାଇଥିଲା। ଉକ୍ତ ବୈଠକରେ କୁନା ପଟ୍ଟନାୟକ, ରାମ ପଟ୍ଟନାୟକ, ରମେଶ ପଟ୍ଟନାୟକ, ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ, ଦୁର୍ଜ ପଟ୍ଟନାୟକ, ଜୟ ପଟ୍ଟନାୟକ, ବୁନୁ ପଟ୍ଟନାୟକ, ରାଜୀବ ପଟ୍ଟନାୟକ, କାଲି ପ୍ରସାଦ ପଟ୍ଟନାୟକ, ସନ୍ତୋଷ ପଟ୍ଟନାୟକ ଓ ଦେବ ଜ୍ୟୋତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ

ଅନ୍ବେଷା ହଷ୍ଟେଲ ରେ ଅନ୍ତେବାସୀ ଙ୍କ ଦୋରାତ୍ମ ; ମଙ୍ଗଳ ବିଭାଗର କାର୍ଯ୍ୟ ପ୍ରତି ସାଧାରଣରେ ଅସନ୍ତୋଷ

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର) – ରାୟଗଡା ଜିଲ୍ଲା ଏକ ଆଦିବାସି ଅଧ୍ୟୁଷିତ ଅଞ୍ଚଳ। ଆଦିବାସୀ ପିଲାଙ୍କୁ ଉଚ୍ଚ ଶିକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଏହି ଜିଲ୍ଲା ଆଦିବାସୀ ବହୁଳ ହୋଇଥିବା କାରଣ ରୁ ରାଜ୍ୟ ସରକାରଙ୍କ ଫୋକ୍ସ ଥିବା ପରେ ଏବଂ ରାଜ୍ୟ ର ମନ୍ତ୍ରୀ ଙ୍କ ବାରମ୍ବାର ପରିଦର୍ଶନ ହେଉଥିଲେ ମଧ୍ୟ ମଙ୍ଗଳ ବିଭାଗ କାର୍ଯ୍ୟ ରେ ସୁଧାର ଆସି ପାରୁନାହିଁ l ବାରମ୍ବାର ଅନ୍ତେବାସୀ ଙ୍କ ବିଶୃଙ୍ଖଳା, ଅନ୍ତେବାସୀ ଙ୍କୁ ନିର୍ଯ୍ୟାତନା ଏଭଳି କି ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ଓ ଜିଲ୍ଲା ପାଳଙ୍କ ବିବାଦ ହାଟ ରେ ପଡି ଦାଣ୍ଡ ରେ ଗଡୁଥିବା ବେଳେ ଆଜି ଗୁଣପୁର ତହସିଲ୍ ଅଫିସ୍ ନିକଟ ରେ ଥିବା ୧୦୦ ଶର୍ଯ୍ୟା ବିଶିଷ୍ଟ ଅନ୍ବେଷା ହଷ୍ଟେଲ୍ ରେ ଅଧ୍ୟୟନରତ ଛାତ୍ରମାନେ ଅନ୍ୟ ତିନି ଜଣ ଛାତ୍ର କୁ ମରଣାନ୍ତକ ଆକ୍ରମଣ କରୁଥିବା ଭିଡିଓ ଭାଇରାଲ ହୋଇଛି। ଆକ୍ରମଣ ଶିକାର ହୋଇଥିବା ଛାତ୍ର ଅଭିଜିତ୍ ଶବର ନବମ ଶ୍ରେଣି, ଉଥାପା ଶବର ଅଷ୍ଟମ ଶ୍ରେଣି , ପବିତ୍ର ଶବର ଅଷ୍ଟମ ଶ୍ରେଣି ଛାତ୍ର। କିଛି ଛାତ୍ର ମରଣାନ୍ତକ ଆକ୍ରମଣ କରୁଥିବା ଭିଡିଓ ମୋବାଇଲ୍ କ୍ୟାମେରାରେ କଏଦ୍ କରି ଭାଇରଲ୍ କରିଛନ୍ତି। ଏହି ଭିଡିଓ ଟି ଦେଖିବା ମାତ୍ର ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ହଷ୍ଟେଲ୍ ରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଅନୁସୁଚିତ ଜାତି ଓ ଜନଜାତି ପିଲାଙ୍କୁ ସହରାଞ୍ଚଳର ଶିକ୍ଷା ଯୋଜନାରେ ଛାତ୍ର ମାନେ ରହି ବିଭିନ୍ନ ଇଂରାଜୀ ବିଦ୍ୟାଳୟ ଗୁଡିକରେ ଶିକ୍ଷା ଅର୍ଜନ କରିବା ବ୍ୟବସ୍ଥା କରିଛନ୍ତି ରାଜ୍ଯ ସରକାର। କିନ୍ତୁ ଏହି ଭିଡିଓ ଦେଖିଲେ ଛାତ୍ର ମାନେ କିଭଳି ଶିକ୍ଷା ଅର୍ଜନ କରୁଛନ୍ତି ତାହା ସ୍ପଷ୍ଟ ଅନୁମେୟ କରିହେଉଛି । ଛାତ୍ର ମାନେ ହଷ୍ଟେଲ୍ ରେ କେତେ ସୁରକ୍ଷିତ,ହଷ୍ଟେଲ ପରିଚାଳନା ଦାୟିତ୍ବ ରେ ଥିବା ଅଧିକାରି ମାନେ କିଭଳି ଛାତ୍ରମାନଙ୍କ ପ୍ରତି ଦାୟିତ୍ବର ସହ କାର୍ଯ୍ୟ ନିର୍ବାହ କରୁଛନ୍ତି ତାହା ଠିକ୍ ବୁଝିହେଉଥିବ। ଭିଡିଓ ଟି ସୋସିଆଲ ମିଡିଆ ରେ ଭାଇରଲ ହେବା ପରେ ଖବର ପାଇ ହଷ୍ଟେଲ୍ ପହଞ୍ଚି ତଦନ୍ତ କରୁଛନ୍ତି ମଙ୍ଗଳ ସଂମ୍ପ୍ରସାରଣ ଅଧିକାରି ଗଙ୍ଗାଧର ବେହେରା। ଆକ୍ରମଣରେ ଶିକାର ହୋଇଥିବା ଛାତ୍ର ମାନଙ୍କୁ ଗୁଣୁପୁର ମେଡିକାଲ୍ ରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଆହତ ଛାତ୍ର ମାନଙ୍କ ସ୍ବାସ୍ଥ୍ୟ ଠିକ୍ ଥିବା ସୁଚନା ଦେଇଛନ୍ତି ମଙ୍ଗଳ ସଂମ୍ପ୍ରସାରଣ ଅଧିକାରି। ତହସିଲ ଅଫିସ ଠାରୁ ମାତ୍ର ୧୦୦ ମିଟର ଦୂର ଏବଂ ଉପଜିଲ୍ଲାପାଳ ଙ୍କ ଆବାସ ଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଏହି ହଷ୍ଟେଲ ଛାତ୍ର ମାନଙ୍କ କୃତ୍ୟ ଆଚମ୍ବିତ କରୁଛି ଏବଂ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି l ଏହି ଭିଡିଓ ଟି ଦେଖିବା ମାତ୍ରେ ପିଲାଙ୍କ ଅଭିଭାବକ ଦାୟିତ୍ଵ ରେ ଥିବା ୱାର୍ଡେନ୍ ଙ୍କୁ ଏହି ବିଷୟରେ ବୁଝିବା ନିମନ୍ତେ କଲ କରିବାରୁ ସେ କଲ ଗ୍ରହଣ କରିଥିବା ଅଭିଯୋଗ କରିଛନ୍ତି। ଅଭିଭାବକ ମାନେ ଘଟଣା ବିଷୟରେ କୌଣସି ଖବର ନ ପାଇ ପାରି ହଷ୍ଟେଲ୍ ରେ ଆସି ପିଲା କୁ ସାକ୍ଷାତ୍ ନିମନ୍ତେ ପାଟି କରୁଥିବା ବେଳେ ମଙ୍ଗଳ ଅଧିକାରୀ ଙ୍କ ଠାରୁ ଖବର ପାଇ ସେଠାକୁ ଗୁଣପୁର ଆଦର୍ଶ ଥାନା ଏସ୍. ଆଇ ଅଶୋକ କୁମାର ପାଢ଼ୀ ପହଂଚି ଅଭିଭାବକ ମାନଙ୍କୁ ବୁଝାଇ ସମାଧାନ ନିମନ୍ତେ ପଦକ୍ଷେପ ନେଇ ପିଲାଙ୍କ ସହ ଭେଟାଇ ଥିଲେ। ସଦ୍ୟ ଘଟଣା କ୍ରମରେ ଆମ୍ଭ ପ୍ରତିନିଧି ଙ୍କ ଦ୍ଵାରା ତଦନ୍ତ କରିବା ପରେ ଜଣା ପଡିଛି ଏହି ଆପରାଧି ମାନସିକତା ର ଛାତ୍ର ମାନେ କିଛି ଦିନ ପୂର୍ବେ ହଷ୍ଟେଲ୍ ର ପଛ ପଟ ଦେଇ ଗ୍ରୀଲ ଭାଙ୍ଗି ବାହାରକୁ ଯାଇ ନିଶା ଦ୍ରବ୍ଯ ଆଣିବା ସୂଚନା ମିଳିଛି ତତ୍ ସଙ୍ଗେ ସଙ୍ଗେ ଏହି ହଷ୍ଟେଲ ନିକଟରେ ଥିବା ଦୋକାନରେ ଚୋରି ଘଟଣା ରେ ମଧ୍ୟ ସମ୍ପୃକ୍ତି ଅଛନ୍ତି l ଏହି ହଷ୍ଟେଲ ରେ ଏଭଳି ଘଟଣା ମାନ ହେଉଥିବା ବେଳେ ମଂଗଳ ବିଭାଗ ଅଧିକାରୀ ଙ୍କ ଅଧୀନରେ ରହି ଦାୟିତ୍ୱ ରେ ଥିବା କର୍ମଚାରୀ କେମିତି କାର୍ଯ୍ୟ ନିର୍ବାହ କରୁଛନ୍ତି ତାହା ସ୍ପଷ୍ଟ ବାରି ହେଉଛି। ଏହି ସବୁ ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରିଣୀ ଅସୀମା ରାଓ ହଷ୍ଟେଲ୍ ରେ ପହଂଚି ତଦନ୍ତ କରିବା ସହ କିପରି ଏହା ଯଥା ଶୀଘ୍ର କାର୍ଯ୍ୟନୁଷ୍ଠାନ ନେଇ ହେବ ସେ ସମ୍ପର୍କିତ କାର୍ଯ୍ୟ ଆରମ୍ଭ କରିବା ସହ ଏହାର ସମାଧାନ ସୋମବାର ଦିନ ସୁଦ୍ଧା ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜିଲ୍ଲା ପ୍ରଶାସନ ଓ ରାଜ୍ଯ ସରକାର ଏଥି ପ୍ରତି କଣ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତ ଙ୍କ ନଜର।

ଡମ୍ବସରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ଯ ସମିତି ପକ୍ଷରୁ ଜାତୀୟ କନ୍ୟା ଦିବସ ପାଳିତ

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର) – ଡମ୍ବସରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ଯ ସମିତି ପକ୍ଷରୁ ଜାତୀୟ କନ୍ୟା ଦିବସ ପାଳିତ କରାଯାଇଅଛି। ଏଠାରେ ମୁଖ୍ୟ ଅତିଥି ଭାବେ ଡାଃ. ମମତା ସାହୁ, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ(ପରିବାର କଲ୍ଯାଣ) ଯୋଗଦାନ କରିଥିଲେ। ଏଥି ସହିତ ଜଗନ୍ନାଥପୁର୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାଃ. କାଳି ପ୍ରସାଦ ପଣ୍ଡା, ରାୟଗଡା ସ୍ଵାସ୍ଥ୍ଯ ବିଭାଗର ଆଇନ ପରାମର୍ଶଦାତା ଶ୍ରୀ ଅମ୍ବିକା ପ୍ରସାଦ ପତି, ଡମ୍ବସରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡାଃ. କେ ନାଭ୍ଯା, ଗୋଷ୍ଠୀ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ବନ ବିହାରୀ ନାୟକ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ମାନ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ନେଇ କନ୍ୟା ସନ୍ତାନ ର ପ୍ରାଧାନ୍ୟ, ଭୃଣହତ୍ୟା ନ କରିବା, କମ୍ ବୟସରେ ବିବାହ ନକରିବା ନେଇ ସଚେତନତା କରାଯାଇଥିଲା। “କନ୍ୟା ସନ୍ତାନ ଏକ ଅମୂଲ୍ୟ ଦାନ, ଖୁସିରେ ଗ୍ରହଣ କରି କର ସମ୍ମାନ” ଏହି ନାରା ରେ ସମସ୍ତଙ୍କୁ ସଚେତନ କରାଯାଇଥିଲା। ଏଥିରେ ଛାତ୍ରୀ ମାନଙ୍କୁ ବକ୍ତୃତା, ରଙ୍ଗୋଲି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରିବା ପାଇଁ ବାର୍ତ୍ତା ଦିଆଯାଇଥିଲା। ଶେଷରେ ଅୟୋଜିତ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

୧୯୮୯ ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁମିଳନ…!

!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍  !!!

ଏଥର ସମ୍ଭାଳ (ଗୁଣୁପୁର) – ରାୟଗଡା ଜିଲ୍ଲା ଗୁଣପୁର ସାନ ନଦୀ ଠାରେ ୧୯୮୯ ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ଯ ଦଶମ ଶ୍ରେଣୀର ଛାତ୍ର ଏକାଠି ହୋଇ ପିଲା ଦିନର ସ୍ମୁତି ସାଉଁଟି ଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ରାଜେଶ ପାତ୍ର, ବୁଲା ପ୍ରଧାନ, ରଞ୍ଜିତ ପାଢୀ, ଟୁନା ପାଢି, ପ୍ରଦୀପ ପାଢି, ଲୁନା ପାତ୍ର, ଲାଡି ତିରୁମୁଲା, ବାରିକ ଶବର ଙ୍କ ସମେତ ଅନ୍ୟ ୫୦ ରୁ ଉର୍ଦ୍ଧ ଛାତ୍ର ଉପସ୍ଥିତ ରହିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପୂର୍ବରୁ ସ୍ଵର୍ଗତ ବୃଷ କେତୁ ଲିମା ଙ୍କ ଉଦ୍ଦେଶ୍ୟ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା ।

ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡା)- ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ରାୟଗଡ଼ା ରେଳ ମଣ୍ଡଳ ଭବନର ଶିଳାନ୍ୟାସ କରିଛନ୍ତି। ଏହି ରେଳ ଡିଭିଜନର ଶିଳାନ୍ୟାସ ଫଳରେ ଓଡ଼ିଶାରେ ଭିତ୍ତିଭୂମି ଆହୁରି ମଜବୁତ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବହୁ ପ୍ରତୀକ୍ଷିତ ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି ରେଳ ମଣ୍ଡଳ ଭବନର ଶିଳାନ୍ୟାସ କରିଛନ୍ତି। ଏଥିସହ ନୂଆ ଜାମ୍ମୁ ରେଲୱେ ଡିଭିଜନ ଓ ତେଲେଙ୍ଗାନାର ଚାର୍ଲପାଲି ଟର୍ମିନାଲ ଷ୍ଟେସନ ଭଳି ଏକାଧିକ ରେଲୱେ ପ୍ରୋଜେକ୍ଟର ଉଦଘାଟନ କରିଛନ୍ତି ମୋଦି। ଏହି ଅବସରରେ ମୋଦି କହିଛନ୍ତି ଯେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରି ରହିଛି। ଦୀର୍ଘ କିଲୋମିଟର ବ୍ୟାପୀ ସମୁଦ୍ର କୂଳ ବି ରହିଛି। ଓଡ଼ିଶାରେ ଅନ୍ତର୍ଜାତୀୟ ବାଣିଜ୍ୟର ପ୍ରବଳ ସମ୍ଭାବନା ରହିଛି। ଓଡ଼ିଶାରେ ଅନେକ ରେଳ ପ୍ରକଳ୍ପ ଉପରେ କାମ ଚାଲିଛି। ଏଥିରେ ୭୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ହୋଇଛି। ରାଜ୍ୟରେ ୭ଟି ଗତିଶକ୍ତି କାର୍ଗୋ ଟର୍ମିନାଲର ଆରମ୍ଭ କରାଯାଇଛି। ଯାହା ବ୍ୟାପାର ଏବଂ ଉଦ୍ୟୋଗକୁ ଭରପୁର ସହାୟତା କରୁଛି। ଆଜି ରାୟଗଡ଼ା ରେଳ ଡିଭିଜନର ଶିଳାନ୍ୟାସ ଫଳରେ ଓଡ଼ିଶାରେ ଭିତ୍ତିଭୂମି ଆହୁରି ମଜବୁତ ହେବ। ଓଡ଼ିଶାରେ ପର୍ଯ୍ୟଟନ, ବାଣିଜ୍ୟ ଏବଂ ରୋଜଗାରର ସମ୍ଭାବନା ବୃଦ୍ଧି ପାଇବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଥିବା ଜନଜାତିଙ୍କୁ ଏହାର ଫାଇଦା ମିଳିବ ବୋଲି ମୋଦି କହିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ରାୟଗଡାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଉପସ୍ଥିତ ରହିଥିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଜ୍ୟପାଳ ଡକ୍ଟର କେ.ହରି ବାବୁ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ରହିଥିଲେ। ତେବେ ଗତ ୧୦ ବର୍ଷ ଭିତରେ ରେଲୱେରେ ବିକାଶ ସମ୍ଭବ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦୧୪ ବେଳକୁ ଦେଶରେ କେବଳ ୩୫% ବିଦ୍ୟୁତୀକରଣ ହୋଇଥିଲା। ବର୍ତ୍ତମାନ ଆମ ଦେଶରେ ୧୦୦% ବିଦ୍ୟୁତୀକରଣ ସମ୍ଭବ ହୋଇଛି ବୋଲି ମୋଦି କହିଛନ୍ତି। ୧୦ ବର୍ଷ ଭିତରେ ୩୦ ହଜାର କିମି ରେଲୱେ ଟ୍ରାକ୍‌ ନିର୍ମାଣ ହୋଇଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

ଚର୍ଚ୍ଚାରେ କାଶୀପୁରର କରିତ କର୍ମା ବିଡିଓ ମହୋଦୟ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡା)- ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଚର୍ଚ୍ଚିତ ବିଡିଓ ମହୋଦୟ ଙ୍କ ବିରୁଦ୍ଧରେ କୋଟି କୋଟି ଟଙ୍କା ର ମନରେଗା ଦୁର୍ନୀତି ବିରୁଦ୍ଧରେ ରାୟଗଡ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ସମୟରେ ହଠାତ୍ ବିଡ଼ିଓ ଡ. ଅମୃତ ରାଉଳଙ୍କ ବଦଳି ସମସ୍ତଙ୍କୁ ଆଶ୍ଚର୍ଯ୍ଯ ଚକିତ କରିଦେଇଛି। ସୂଚନା ମୁତାବକ ଡ. ରାଉଳ ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖରେ କାଶୀପୁର ପଞ୍ଚାୟତ ସମିତିରେ କାର୍ଯ୍ୟରେ ଯୋଗ ଦେଇଥିଲେ। କିନ୍ତୁ ଡ. ରାଉଳ କାର୍ଯ୍ୟରେ ଯୋଗ ଦେବାର ମାତ୍ର ୩ମାସ ଭିତରେ କୋଟି କୋଟି ଟଙ୍କାର ମନରେଗା କାର୍ଯ୍ୟ ରେ ବ୍ଲକର ସବୁ ପଞ୍ଚାୟତ ରେ ଦୁର୍ନୀତି କରିବା କଥା ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଏହି ଦୁର୍ନୀତିକୁ ନେଇ ନୂଆଁ କଥା ପଦାକୁ ଆସିଥିଲା ଯାହାକି ଗୋଟିଏ ବସ୍ତା ସିମେଣ୍ଟ ୧ ଲକ୍ଷ ୮୦ ହଜାର ଟଙ୍କା ରେ କ୍ରୟ ହୋଇଥିବା ଜଣା ପଡ଼ିଥିଲା ସେଇଭଳି ଅନେକ ବିଲରେ ବେନିୟମ ଭାବେ ଦର ପକାଇ ସରକାରୀ ଅର୍ଥ ହଡପ କରିଥିବା ଜଣା ପଡିଥିଲା। ହେଲେ ଏହାକୁ ନେଇ ଜିଲ୍ଲାପାଳ ମହାଶୟ ଙ୍କ ତଦନ୍ତ ନିର୍ଦ୍ଦେଶ ପୂର୍ବରୁ କାଶୀପୁର ବିଡ଼ିଓଙ୍କ ବଦଳିକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଚିଠି ନମ୍ବର ୨୨୨୩୨/ପି ଆର୍/ ଡି ଡବ୍ଲୁ ୨୬ ସେପ୍ଟେମ୍ବର ୨୦୨୪ ରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବିଡ଼ିଓଙ୍କ ବଦଳି ତାଲିକାରେ କାଶୀପୁର ବିଡିଓ ଡ. ରାଉଳଙ୍କ ବଦଳି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ରେ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ତା ପରଦିନ ଅର୍ଥାତ୍ ୨୭ତାରିଖରେ ତଦନ୍ତକାରି ଦଳ କାଶୀପୁର ପଞ୍ଚାୟତ ସମିତି କାର୍ଯ୍ୟଳୟରେ ପହଞ୍ଚି ଥିଲେ। ଯାହାକି ବର୍ତ୍ତମାନ୍ ବ୍ଳକ ବାସୀଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି। ଏହି ବଦଳି ପଛରେ କିଛି ରହସ୍ୟ ଲୁଚି ରହିଛି କି ? ଏଭଳି ସୂଚନା ମୁତାବକ ତାଙ୍କର କାର୍ଯ୍ୟକାଳ ସମୟରେ ଏହି ଦୁର୍ନୀତି ହୋଇଥିବା ବେଳେ ତାଙ୍କର ଭୂମିକା କଣ ଥିଲା ? ନା ଏହି ଦୁର୍ନୀତି ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଏହି ବଦଳି ପ୍ରୟାସ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଚାଲିଛି। ଅପର ପକ୍ଷରେ ଏହି ଦୁର୍ନୀତି ସମ୍ପର୍କରେ ସୂଚନା ପାଇ ରାୟଗଡା ଜିଲ୍ଲା ଉତ୍କଳ ସୂଚନା ଅଧିକାର ମଞ୍ଚ ପକ୍ଷରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ କୁ ୦୩/୦୯/୨୦୨୪ ରିଖ ଦିନ ସୂଚନା ଅଧିକାର ଆଇନ ର ଆବେଦନ ଫର୍ମ ରେ ମନରେଗା କାର୍ଯ୍ୟ ହୋଇଥିବା ସମୂହ ନଥି ପତ୍ର ଯଥା ବିଲ, ଅର୍ଡର ଓ କାର୍ଯ୍ୟ ଆରମ୍ଭ ହୋଇଥିବା ତାରିଖ ଓ ଶେଷ ହୋଇଥିବା ତାରିଖ ସମୂହ ପ୍ରଦାନ ନିମନ୍ତେ ଆବେଦନ କରାଯାଇଥିଲା। କିନ୍ତୁ ବିଡିଓ ବାବୁ ଏହାକୁ ନାଲି ଫିତା ତଳେ ବାନ୍ଧି ରଖିଥିବା ଏବେ ସ୍ଵଷ୍ଟ ବାରି ହେଉଛି l ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଯାଏଁ ବିଡିଓ ଶ୍ରୀ ରାଉଳ ଙ୍କ ବଦଳି ସ୍ଥଗିତ ରଖାଯାଉ ବୋଲି ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ର ରାୟଗଡା ଜିଲ୍ଲା ଆବାହକ ଶ୍ରୀ ଶକ୍ତି ଦାଶ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତରାଜ ମନ୍ତ୍ରୀ ଙ୍କୁ ଅନୁରୋଧ ପୂର୍ବକ ପତ୍ର ପ୍ରଦାନ କରିଛନ୍ତି l

ଉଦ୍ୟାନ କୃଷି କାର୍ଯ୍ୟାଳୟ ର ମୁଖ୍ୟ କରାଣୀ ଶ୍ରୀ ସୂର୍ଯ୍ୟ ପ୍ରକାଶ ସାବତ ଙ୍କ ୭୧ ବର୍ଷ ରେ ପରଲୋକ

!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ସହରର ଯୁବ ସାମ୍ବାଦିକ ସୁନିଲ୍ କୁମାର ସାବତଙ୍କ ବାପା ସୁର୍ଯ୍ୟ ପ୍ରକାଶ ସାବତ ଙ୍କ ୭୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଉଦ୍ୟାନ କୃଷି କାର୍ଯ୍ୟଳୟର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ରହିଥିଲେ । ସ୍ଥାନୀୟ ବଳରାମ ନଗର ର ନୀଳକଣ୍ଠେଶ୍ଵର ଲେନ୍ – ୧ ଥିବା ନିଜ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ଯୁ ବେଳେ ତାଙ୍କ ତିନି ପୁଅ, ସ୍ତ୍ରୀ ଉପସ୍ଥିତ ରହିଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୁରୀ ସ୍ବର୍ଗ ଦ୍ବାରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ସହର ର ସାମ୍ବାଦିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ଜି.ଆଇ.ସି.ଏମ୍.ଏସ୍. ମହାବିଦ୍ୟାଳୟରେ ବାର୍ଷିକକ୍ରୀଡା ଉଦଘାଟିତ….!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣପୁର ସ୍ଥିତ ଗାୟତ୍ରୀ କମ୍ପ୍ୟୁଟର ଓ ମାନେଜମେଣ୍ଟ ମହାବିଦ୍ୟାଳୟରେ (ଜି.ଆଇ.ସି.ଏମ୍.ଏସ୍.) ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦଘାଟିତ ହୋଇଯାଇଅଛି । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ ଦାସ ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞୟ ସାହୁ ତଥା ସମାଜସେବୀ ଶ୍ରୀମତୀ ରଞ୍ଜିତା ସାହୁ ଯୋଗଦେଇ କ୍ରୀଡ଼ା ଉତ୍ସବକୁ ଉଦଘାଟନ କରିଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ପ୍ରିନ୍ସିପାଲ ସମରଜିତ କର,ପ୍ରଫେସର ଧବଳେଶ୍ଵର ପଟ୍ଟନାୟକ, ମାନେଜମେଣ୍ଟ ବିଭାଗର ଏଚ୍.ଓ.ଡି ପ୍ରଫେସର ମାନସ ରଞ୍ଜନ ସାମଲ,ପ୍ରଫେସର ଲକ୍ଷ୍ମୀନାରାୟଣ ସାହୁ, ପ୍ରଶାସନିକ ଅଧିକାରୀ ପି.ଭି. କୋଟେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

କ୍ରୀଡାର ଆବଶ୍ୟକତା ସୁସ୍ଥ ସ୍ବାସ୍ଥ୍ୟ ଗଠନରେ କେତେ ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତ ଅତିଥିମାନେ ନିଜ ବକ୍ତବ୍ଯରେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଭିଷେକ ପଟ୍ଟନାୟକ, ଦୀପାଳି ପାଢି, ଚୈତନ୍ୟ ପ୍ରଧାନୀ,ପ୍ରିୟଙ୍କା ସାହୁ, ସିତାଞଳି ସାହୁ,ରଶ୍ମିତା ରଥ,ଚନ୍ଦନ ସାହୁ, ପ୍ରିତିକେଶ ସାହୁ,ରାଜିବ ପଣ୍ଡା,ଜୟରାମ ପାତ୍ର, ଅଭିମନ୍ୟୁ ବେହେରା, ସୁଦର୍ଶନ ପଣ୍ଡୁ ସାହୁ, ରମେଶ ବେହେରା ପ୍ରମୁଖ ସହଯୋଗ କରିଥିଲେ।

୧୨ତମ ରାଜ୍ୟ ସ୍ତରୀୟ ବଂଶଧାରା କପ୍ ଓ ଜନଜାତି ଉତ୍ସବ ଉଦ୍ଘାଟିତ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡା ଜିଲ୍ଲା ଗୁଣପୁର ଠାରେ ଅନୁଷ୍ଠିତ ହବାକୁ ଥିବା ଦ୍ବାଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ଅବସରରେ ଆଜି ସକାଳୁ ସ୍ଥାନୀୟ ଗୁଣପୁର କଲେଜ ଠାରୁ ମିନି ମାରାଥନ ବାହାରି ଉତ୍ସବ ପଡିଆକୁ ପହଞ୍ଚିଥିଲା। ଏହାପରେ ଆରମ୍ଭ ହୋଇଥିଲା ବଳରାମ ପଣ୍ଡା ସ୍ମାରକୀ ଆନ୍ତରାଜ୍ଯ ଲେଦର ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଏହି ଦୁଇଟି କାର୍ଯ୍ୟକ୍ରମକୁ ମୁଖ୍ଯ ଅତିଥି ଭାବେ ଇଣ୍ଡିଆ କ୍ରିକେଟ୍ ଟିମ୍ ମ୍ଯାନେଜର (ସାଉତ ଆଫ୍ରିକା ଟୁର୍) ସତବିର ସିଂ ରିହାର ଯୋଗଦେଇ ଉଦଘାଟନ କରିଥିଲେ। ଆଜି ପ୍ରଥମ ଦିନରେ ନବରଙ୍ଗପୁର ସହ ଗୁଣପୁର ଟିମ୍ ର ରୋମାଞ୍ଚକର ମ୍ଯାଚ୍ ଅନୁଷ୍ଠିତ ହୋଇଥିଲା। ଅନ୍ଯପକ୍ଷେ ଆଜି ସନ୍ଧ୍ଯାରେ ଜନଜାତି ଉତ୍ସବ ର ଉଦଘାଟନ ହୋଇଛି। ଏଥି ପୁର୍ବରୁ ଉତ୍ସବ ର ଆଜ୍ଞାମାଳ ଆଜି ମରିଚଗୁଡା ସ୍ଥିତ ଅକ୍ଷରବ୍ରହ୍ମ ପିଠରୁ ପୂଜାର୍ଚ୍ଚନା କରି ବାହାରିଛି। ପିତାମଗୁଡା ପାହାଡ ଉପରେ ମଧ୍ୟ ପୂଜା କରାଯାଇ ଥିଲା। ବହୁ ସଂଖ୍ୟାରେ ଜନଜାତି ମହିଳା ପୁରୁଷ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା ରେ ଉତ୍ସବ ପଡିଆରେ ପହଞ୍ଚିଥିଲେ। ବଂଶଧାରା ନଦୀ କୂଳରୁ ଆଜି ନାମ ସଂକୀର୍ତ୍ତନ ସହ ଗଙ୍ଗା ଆବାହନ କରାଯାଇଥିଲା। ଜନଜାତି ଙ୍କ ମଧ୍ୟରେ ରାମ ପ୍ରଶାଦ ଗମାଙ୍ଗ, ଚକ୍ରପାଣି ଶବର, ଫାଲଗୁନି ଶବର, ଜୁଏଲ ଶବର, ମୋହନ ଶବର, ଲମ୍ବୋଧର ଶଡର, ତାଇଗିରି ଶବର ପ୍ରମୁଖଙ୍କ ପରିଚାଳନା କ୍ରମେ ଏହି ଜନଜାତି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହିସବୁ କାର୍ଯ୍ୟକ୍ରମ ରେ ଉତ୍ସବ ପରିଚାଳନା କମିଟି ପକ୍ଷରୁ ସଭାପତି ଅକ୍ଷୟ ଦାସ, କାର୍ଯ୍ଯକାରି ସଭାପତି ଏସ. ବାବା ପ୍ରଶାଦ, ଉପ ସଭାପତି ଉମା ଶଙ୍କର ଦାସ, ସମ୍ପାଦକ ମିଲି ପାଢି, ବରିଷ୍ଠ ଆଇନଜୀବୀ ଉମା ଚରଣ ପଟ୍ଟନାୟକ ଙ୍କ ସମେତ ସହ ସମ୍ପାଦକ ରାମ ପଣ୍ଡା, ଶକ୍ତି ଦାଶ, ଲକ୍ଷ୍ମୀ ମହାଙ୍କୁଡ, ହାଡିଆ ଶବର, ପ୍ରମୋଦ ଦାସ, ରମେଶ ଲିମା, ଗଜା ପାଳ, ଦେବ ପ୍ରଶାଦ ପାଢିଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ଯକର୍ତ୍ତା ମାନେ ଯୋଗ ଦେଇଥିଲେ।

ସଶକ୍ତ ଓଡିଶା ସାଥୀ ଶିବିର ଗୁଣପୁର ଠାରେ ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣପୁର ବ୍ଲକ୍ ପ୍ରାଙ୍ଗଣରେ ଆଜି ତା ୮.୦୨.୨୦୨୪ ଗୁରବାର ସକାଳ ୧୧ଘଟିକା ସମୟରେ ପଞ୍ଚାୟତ ସମିତି ଗୁଣପୁର ତରଫରୁ ସଶକ୍ତ ଓଡ଼ିଶା ସାଥୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଶ୍ରୀମତି ଅନୁସୟା ମାଝୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମୁଖ୍ୟ ବକ୍ତା ରୂପେ ଶ୍ରୀମତି ଶାନ୍ତିପ୍ରଭା ପ୍ରଧାନ ପ୍ରକଳ୍ପ ପ୍ରଶାସିକା (ସମନ୍ନିତ ଜନଜାତି ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ, ଗୁଣପୁର) ସଭାପତି ରୂପେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁଣପୁର, ସମ୍ମାନୀୟ ଅତିଥି ରୂପେ ଶ୍ରୀଯୁକ୍ତ ଅଂଶୁମାନ ପରିଡ଼ା ଅତିରିକ୍ତ ତହସିଲଦାର ଗୁଣପୁର ,ଆମନ୍ତ୍ରିତ ଅତିଥି ରୂପେ ପଞ୍ଚାୟତ ସମିତି ଅଧ୍ୟକ୍ଷ୍ୟା ଶ୍ରୀମତି ଝିଲ୍ଲୀ ଶବର ମଞ୍ଚାସୀନ ଥିଲେ । ସଭାରେ ପଞ୍ଚାୟତ ସମିତିର ସମସ୍ତ ଜନ ପ୍ରତିନିଧି ,ସରପଞ୍ଚ, ସମିତି ସଭ୍ୟ/ସଭ୍ୟା , ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି,ବୃଦ୍ଧିଜିବୀ ବିଶିଷ୍ଟ ସାମ୍ବାଦିକ ବୃନ୍ଦ ଉପସ୍ଥିତ ଥିଲେ।ମଞ୍ଚାସୀନ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗୁଣପୁର ପଞ୍ଚାୟତ ସମିତିର ଗ୍ରାମ ମୁଖିଆ,ଜାନୀ,ଡିସାରୀ,ଦେଶୀ ଔଷଧ ସେବାକାରୀ, ସଂଗୀତଜ୍ଞ, ବାଦ୍ୟକାର,ନୃତ୍ୟକାର ଏଭଳି ୨୫ ଜଣଙ୍କୁ ଉପଢ଼ୌକନ ଟ୍ରଫି ଓ ପ୍ରଶଂସା ପତ୍ର ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା। ଉପସ୍ଥିତ ବୁଦ୍ଧିଜୀବୀ ମାନଙ୍କୁ କିଛି ପ୍ରଶ୍ନୋତ୍ତର ପତ୍ରିକା ଦିଆଯାଇଥିଲା।ଉଚ୍ଚ ବିଦ୍ୟାଳୟ ଭାରସିଂ ଓ ଡମ୍ୱସରା ତଥା ଆଲିଙ୍ଗଗୁଡ଼ାର ନୃତ୍ୟ ଦଳ ନୃତ୍ୟ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମକୁ ଆଶ୍ରମ ବିଦ୍ୟାଳୟ,କେନ୍ଦୁଗୁଡ଼ାର ପ୍ରଧାନ ଶିକ୍ଷକ ଶ୍ରୀ ଦିଲୀପ କୁମାର ଚ଼ୌଧୁରୀ ସଂଯୋଜନା କରିଥିଲେ I ପରିଶେଷରେ ଆବାହକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶ୍ରୀ ଗଙ୍ଗାଧର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ଓ ସଭାପତି ସଭା ସାଙ୍ଗ କରିଥିଲେ।