ରାୟଗଡ ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି(ଭା.ପ୍ର.ସେ)ଙ୍କ ଯୋଗଦାନ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ)- ରାୟଗଡରେ ନୂତନ ଜିଲାପାଳ ଭାବେ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି(ଭା.ପ୍ର. ସେ)ଆଜି ପୂର୍ବାହ୍ନରେ ଯୋଗଦନ କରିଛନ୍ତି l ବିଦାୟୀ ଜିଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଭୁବନେଶ୍ୱରକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗକୁ ନିର୍ଦ୍ଧେଶକ ଭାବରେ ବଦଳି ହେବା ପରେ ଆଜି ନୂତନ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଥିଲେ l ଦାୟିତ୍ୱ ଗ୍ରହଣ କରିବାପରେ ନୂତନ ଜିଲ୍ଲାପାଳଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର,ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା, ଜିଲ୍ଲା କୋଷl ଅଧିକାରୀ ଶ୍ରୀମତୀ ମିତୁତ୍ସ୍ନା ରାଉତ ସମେତ କାର୍ଯ୍ୟାଳୟର ବିଭିନ୍ନ ସେକ୍ସନ ଅଫିସର ମାନେ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ,ଗଣମାଧ୍ୟମ ପ୍ରତିନିଧି ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ,ବିଭିନ୍ନ ସଂଘଠନର କର୍ମକର୍ତ୍ତା, କର୍ମଚାରୀ ସଂଘର କର୍ମକର୍ତ୍ତା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସ୍ୱାଗତ କରିଥିଲେ l

ନୂତନ ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ଏହାପୂର୍ବରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ମହାନଗର ନିଗମର କମିଶନର ତଥା ରାଉରକେଲା ସ୍ମାର୍ଟ ସିଟିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବରେ ଗତ ୧୦ ଜାନୁଆରୀ ୨୦୨୪ରୁ ୨୫ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଜିଲ୍ଲାରେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଥିଲେ l ଜିଲ୍ଲାପାଳ କାର୍ଯ୍ୟରେ ଯୋଗଦେଲାପରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କ ସହିତ ଚିନ୍ତନ କକ୍ଷରେ ବୈଠକ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l ଏହାପରେ ଅପରାହ୍ନ ୩. ୦୦ଘଟିକା ସମୟରେ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସମସ୍ତ ତହସିଲଦାର ମାନଙ୍କ ସହିତ ଆଲୋଚନା କରିଥିଲେ l ନିଜର ପ୍ରଥମ ବୈଠକରେ ସମସ୍ତ ଅଧିକାରୀ ମାନଙ୍କୁ କହିଲେ ଯେ ଆମେ ସମସ୍ତେ ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ସେବା କରିବା ପାଇଁ ଆସିଛୁ l ଜିଲ୍ଲାର ଭାବମୂର୍ତ୍ତି ଅବକ୍ଷ ନକରି ସଜାଡ଼ିବା ଆମ ସମସ୍ତଙ୍କର ଦାୟିତ୍ୱ l କାର୍ଯ୍ୟରେ ଖିଲାପି କରିବେ ନାହିଁ ବୋଲି କହିଥିଲେ l

ମହାନଦୀ କୋଲଫିଲଡ ସହିତ ତିନୋଟି ବୁଝାମଣା ପତ୍ର ସ୍ଵାକ୍ଷର କରିଛି ଜିଲ୍ଲା ପ୍ରଶାସନ…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – ମହାନଦୀ କୋଳ ଫିଲଡ ସହିତ ତିନୋଟି ବୁଝାମଣା ପତ୍ର ସ୍ଵାକ୍ଷର କରିଛି ଜିଲ୍ଲା ପ୍ରଶାସନ l ଜିଲ୍ଲାପାଳ ରାୟଗଡ଼ ଶ୍ରୀମତୀ ପାରୁଲ ପାଟାୱରୀ ଓ ମହାନଦୀ କୋଲଫିଲଡର ପ୍ରବନ୍ଧକ ଶୁଭ୍ରଜ୍ୟୋତି ସାହୁଙ୍କ ମଧ୍ୟରେ ସାକ୍ଷାରିତ ହୋଇଛି l କମ୍ପାନୀରେ ସିଏସଆର ପାଣ୍ଠିରେ ବିଦ୍ୟାଞ୍ଜଳି ଯୋଜାନରେ ଜିଲ୍ଲାର ଜନଜାତି ବିଦ୍ୟାଳୟ ମାନଙ୍କରେ ଅନ୍ତେବାସୀ ମାନଙ୍କ ବିଭିନ୍ନ ସୁଜିଧା ଯଥା ଖଟ, ଗଦା ଓ ଆର (RO)ଯୋଗାଇଦେବା ନିମନ୍ତେ ୪କୋଟି ୫୦ଲକ୍ଷ ଟଙ୍କାର ଗୋଟିଏ ବୁଝାମଣା ପତ୍ର ସ୍ୱାକ୍ଷର ହୋଇହିଛି l ଏହି ଅର୍ଥ ଜିଲ୍ଲାପ୍ରଶlସନ ଜରିଆରେ ଖର୍ଚ୍ଚ କରାଯିବ l ସେହିପରି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଡାଏଲିସିସ ୟୁନିଟ କିବିବା ନିମନ୍ତେ ୫୮ଲକ୍ଷ ଟଙ୍କା କମ୍ପାନୀରେ ସିଏସ ଆର ପାଣ୍ଠିରୁ ଜିଲ୍ଲାପ୍ରଶାସନ ପ୍ରଦାନ କରାଯିବl ନିମନ୍ତେ ଚୁକ୍ତି ସ୍ଵାକ୍ଷରିତ ହୋଇଛି l ଯାହାଫଳରେ ସ୍ଥାନୀୟ ରୋଗୀମାନେ ଚିକିତ୍ସା ସୁବିଧା ନିକଟରେ ପାଇପାରିବେ lସେହିପରି ଅନ୍ୟଟି ଜିଲ୍ଲାର ଗର୍ବବତୀ ମହିଳା ଓ ଶିଶୁ ସ୍ୱାସ୍ଥ୍ୟ ଅବନତି ଏବଂ ଅପବ୍ୟୟକୁ ସମାଧାନ କରିବା ପାଇଁ, ଏକ ବହୁମୁଖୀ ପଦ୍ଧତି ଆବଶ୍ୟକ। ଗର୍ଭାବସ୍ଥା ପୂର୍ବରୁ ଏବଂ ଗର୍ଭାବସ୍ଥାରେ ମହିଳାମାନଙ୍କର ପୁଷ୍ଟିସାର ଉନ୍ନତି, ସ୍ତନ୍ୟପାନକୁ ସମର୍ଥନ କରିବା, ଛୋଟ ପିଲାମାନଙ୍କ ପାଇଁ ଖାଦ୍ୟର ଗୁଣବତ୍ତା ବୃଦ୍ଧି କରିବା ଏବଂ ସେମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ଉପରେ ଧ୍ୟାନ ଦେବା। ଏକକାଳୀନ, ଗୁରୁତର ଭାବରେ ଅପବ୍ୟୟ ହୋଇଥିବା ପିଲାମାନଙ୍କ ପାଇଁ ସମୟୋଚିତ ଏବଂ ଉପଯୁକ୍ତ ଯତ୍ନ ପ୍ରଦାନ କରିବା ସେମାନଙ୍କ ଜୀବନ ଏବଂ ବିକାଶକୁ ସୁରକ୍ଷିତ ରଖିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଜିଲ୍ଲାର କାଶୀପୁର, ପଦ୍ମପୁର ଓ ମୁନିଗୁଡା ବ୍ଲକରେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ଅପପୁଷ୍ଟିରେ ଉନ୍ନତି ଆଣିବା ନିମନ୍ତେ କାର୍ଯ୍ୟକ୍ରମକୁ କାର୍ଯ୍ୟ କରିବା ନିମନ୍ତେ ୩କୋଟି ୯୬ଲକ୍ଷ ୨୧ହଜାର ୨୪୫ଟଙ୍କାର କମ୍ପାନୀ ସହିତ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି l ଏହି ଚୁକ୍ତି ସ୍ଵାକ୍ଷର ବେଳେ ଜିଲ୍ଲାପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ଓ ମହାନଦୀ କଫିଲଡ ତରଫରୁ ରହିତ ସିଂହ ଉପସ୍ଥିତ ଥିଲେ l

ମନ ଜିତୁଛି ମନ୍ କି ବାତ୍…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) – ରାୟଗଡ଼ା ନିର୍ବାଚନ ମଣ୍ଡଳୀ କୁମ୍ଭିକୋଟା ମଣ୍ଡଳ ଅର୍ନ୍ତଗତ ତାଡ଼ାମା (ବୁଥ୍ ନମ୍ବର ୧୯୫) ଗ୍ରାମଠାରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷକ ଭାବେ ରାୟଗଡ଼ା ଯୁବ ନେତା ତଥା ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର୍ ଙ୍କ ସହ ମଣ୍ଡଳ ସଭାପତି ଶ୍ରୀ ମାଧବ ସାମଲ,ପୁରୁଷୋତ୍ତମ ଡ଼ଙ୍ଗରୀ, ମଣ୍ଡଳ ଉପ ସଭାପତି ରଇଦାସ୍ ବାତ୍ରୀୟା ଙ୍କ ସମେତ ଅଞ୍ଚଳ ର ଭାରତୀୟ ଜନତା ପାର୍ଟି ର ଦେବଦୂର୍ଲବ୍ କାର୍ଯ୍ୟକର୍ତ୍ତା ଙ୍କ ସହିତ ମନ କି ବାତ୍ କା୍ଯ୍ୟକ୍ରମ ରେ ଏହି ବିଶେଷ ମୁହୂର୍ତ୍ତ l ମୋଦୀ ଜୀ ଆମ ଦେଶର ଯୁବବର୍ଗଙ୍କୁ ପ୍ରେରଣା ଦେବାଭଳି ପ୍ରସଙ୍ଗ ଯେପରିକି ମହାକାଶରୁ ଫେରିଥିବା ବାୟୁସେନା ଗ୍ରୁପ୍‌ କ୍ୟାପଟେନ୍‌ ଶ୍ରୁଭ୍ରାଂଶୁ ଶୁକ୍ଳାଙ୍କ କଥା ଏବଂ ଚନ୍ଦ୍ରଯାନ-୩ ଆଦି ବିଷୟରେ ଆଲୋକପାତ କରିଥିଲେ। ଓଡ଼ିଶାର କେଉଁଝର ଜିଲ୍ଲାରେ ଲୋକକଳା ମାଧ୍ୟମରେ ବନାଗ୍ନି ବାବଦରେ ସଚେତନ କରୁଥିବା କୀର୍ତ୍ତନ ଦଳ ବାବଦରେ ଏବଂ ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳୀ ଶାଢ଼ୀ ବିଷୟରେ ଉଲ୍ଲେଖ କରିଥିବାରୁ ରାୟଗଡ଼ା ଯୁବ ମୋର୍ଚ୍ଚା ତରଫରୁ ମାନ୍ୟବର ପ୍ରଧାନ ମନ୍ତ୍ରୀ ଜୀଙ୍କୁ ଧନ୍ୟବାଦ ଜଣାଉଛୁ। ରାଷ୍ଟ୍ର ଗଠନ ଉପରେ ଦେଶର ନାଗରିକଙ୍କ ପାଖରେ ନିଜର ତଥା ସରକାରଙ୍କ ମତ ରଖିବା ପାଇଁ କରାଯାଉଥିବା ମନ କି ବାତ କାର୍ଯ୍ୟକ୍ରମ ଏକ ପସନ୍ଦ ଓ ଆଦରର ମାଧ୍ୟମ ପାଲଟିଛି I

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଏହି ମାସିକ ରେଡିଓ କାର୍ଯ୍ୟକ୍ରମ ଏହି ଅଞ୍ଚଳ ର ବୁଦ୍ଧିଜୀବି ,ଯୁବପିଢ଼ି,ସମାଜ ର ଆତ୍ମାକୁ ସମୃଦ୍ଧ କରୁଛି ଏବଂ ବ୍ୟାପକ ଅଂଶଗ୍ରହଣକୁ ଉତ୍ସାହିତ କରିବା ସହିତ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରେରିତ ହୋଇ ଏହି ଅଞ୍ଚଳ ର କାର୍ଯ୍ୟକର୍ତ୍ତା ମାନେ ଆଦରଣୀୟ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି l ପରିଶେଷରେ ସମସ୍ତ କାର୍ଯ୍ୟ କର୍ତ୍ତା ଙ୍କୁ ଯୁବ ନେତା ପ୍ରିତମ କୁମାର୍ ବିସ୍କୁଟ ଏଵଂ ଚକ୍ଲେଟ୍ ଦେଈ ଧନ୍ୟବାଦ୍ ଦେଇଛନ୍ତି…….ll

ରାୟଗଡ଼ ଜିଲ୍ଲାପାଳଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ) – ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟାୱରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି l ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିନ୍ତନ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କାହଁରଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଅନୁବିଭାଗୀୟ ଅଧିକାରୀ ସମ୍ବର୍ଦ୍ଧନା ଦେଇଥିଲେ l ସେହିପରି ସ୍ଥାନୀୟ ପ୍ରଦକ୍ଷିଣ ଗୃହ ସମିଳନୀ କକ୍ଷରେ ରାଜସ୍ବ ଅଧିକାରୀ ମାନଙ୍କ ତରଫରୁ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ଅଧ୍ୟକ୍ଷତlରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଶ୍ରୀ ରମେଶ କୁମାର ଜେନା,ଉପଜିଲ୍ଲାପାଳ ରାୟଗଡ,ଶ୍ରୀ ଚନ୍ଦ୍ର କାନ୍ତ ମାଝୀ,ପିଏ ଆଇଟିଡ଼ିଏ ରାୟଗଡ଼, ଜିଲ୍ଲାର ସମସ୍ତ ତହସିଲଦାର ଏବଂ ଅତିରକ୍ତ ତହସିଲଦାର, ଅନ୍ୟାନ୍ୟ ରାଜସ୍ୱ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l ଜିଲ୍ଲାପାଳଙ୍କ ରାୟଗଡ ଜିଲାରୁ ବଦଳି ହୋଇ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନକ୍ଷମ ଶଶକ୍ତି କରଣ ବିଭାଗର ନିର୍ଦେଶକ ହୋଇ ଯାଉଛନ୍ତି ଏବଂ ଶ୍ରୀମତୀ ପଟାୱରୀଙ୍କ ଜିଲ୍ଲାରେ ସ୍ୱଳ୍ପକାଳୀନ ସମୟ ଭିତରେ ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେଉଥିଲେ l

ତାଙ୍କ କାର୍ଯ୍ୟକାଳ ସମୟରେ ଜିଲ୍ଲା ମଣ୍ଡଳ ଶୁଭାରମ୍ଭ , ସ୍ୱାମୀତ୍ୱ ଯୋଜନାରେ ସହାୟତା ବଣ୍ଟନ କାର୍ଯ୍ୟକ୍ରମ କୁ ସୁପରିଚାଳନା, ଆକାଂକ୍ଷା ଜିଲ୍ଲା ସର୍ବକୃଷ୍ଟ ସ୍ଥାନ ପାଇଁ ପୁରସ୍କୃତ ହେଇ ପାରିଥିଲl, ଆଦିମ ଜନଜାତି ଅଧ୍ୟୁଷିତ ସକଟା ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ମାନ୍ୟତା ମିଳିପାରିଛି l ଜିଲ୍ଲାପାଳ ଜିଲ୍ଲାରେ କମ ସମୟ କାର୍ଯ୍ୟ କାଳରେ ତାଙ୍କ କାର୍ଯ୍ୟ ଶୈଳୀ,କାର୍ଯ୍ୟ ପରିଚାଳନା ଓ ଦିଗଦର୍ଶନ ଉପରେ ସମସ୍ତ କର୍ମଚାରୀ ଆଲୋକପlତ କରିଥିଲେ l ଜିଲ୍ଲାପାଳଙ୍କ ପରବର୍ତ୍ତୀ ଜୀବନ ଉତ୍ତରତ୍ତର ଉନ୍ନତି କାମନା କରିଥିଲେ l

ରକ୍ତ ଦାନ ମହତ ଦାନ – ଶିବ ପ୍ରସାଦ ଦୋରା

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼)ରକ୍ତଦାନ ମହତ ଦାନ ଏହି ମୂଳ ମନ୍ତ୍ରକୁ ଆପଣେଇଛନ୍ତି ରାୟଗଡ଼ ଜିଲ୍ଲା “ସମ୍ବାଦ” ଖବର କାଗଜ ଜିଲ୍ଲା ପ୍ରତିନିଧି ଶିବ ପ୍ରସାଦ ଦୋରା। ପିଲାବେଳୁ ଅନ୍ୟର ଦୁଃଖ କଷ୍ଟକୁ ଦେଖି ସମ୍ଭାଳି ପାରନ୍ତି ନାହିଁ ଶ୍ରୀ ଦୋରା। ସମ୍ବାଦ ଦୈନିକ ଖବର କାଗଜରେ ରାୟଗଡ଼ ଜିଲ୍ଲାର ଜିଲ୍ଲା ପ୍ରତିନିଧି ଭାବରେ କାର୍ଯ୍ୟରତ ଅଛନ୍ତି ଶିବ ପ୍ରସାଦ ଦୋରା। ଶ୍ରୀ ଦୋରାଙ୍କ ସଙ୍ଘର୍ଷମୟ ଜୀବନର ସେବା ଉଦ୍ଧେଶ୍ୟରେ ରକ୍ତ ଦାନ ମହତ ଦାନ ମନେ କରି, ଯେଉଁଠି ମଧ୍ୟ ରକ୍ତଦାନ ଶିବିର ଆୟୋଜନ ହେଇଥାଏ, ନିଜ ସ୍ଵଇଚ୍ଛାରେ ରକ୍ତଦାନ ଶିବିରରେ ପହଞ୍ଚି ଯାଆନ୍ତି ରକ୍ତ ଦାନ କରିବା ପାଇଁ। ତାଙ୍କର ଏହିଭଳି ମହତ୍ ପଣିଆ ପଛରେ ତାଙ୍କ ନିର୍ମଳ ଭାବମୂର୍ତ୍ତି ଦେଖିବାକୁ ମିଳେ ବୋଲି କହିଛନ୍ତି ଆତ୍ମୀୟ ସ୍ୱଜ୍ଜନ ଏବଂ ସାମ୍ବାଦିକ ବନ୍ଧୁ ମାନେ। ଆଜକୁ ପାଖାପାଖି ୧୦୦ଥରରୁ ଉର୍ଦ୍ଧ ଥର ରକ୍ତ ଦାନ ଶିବିର ଏବଂ ଆବଶ୍ୟକ ସ୍ଥଳେ ରୋଗୀଙ୍କୁ ରକ୍ତ ଦାନ କରନ୍ତି। ଖାଲି ଏତିକି ନୁହେଁ, ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ନିଜ ଅଞ୍ଚଳର ସମସ୍ୟା ଓ ତାହାର ସମାଧାନ ଏବଂ ଅଞ୍ଚଳର ବିକାସ ଦିଗରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଥାଆନ୍ତି ଶ୍ରୀ ଦୋରା। ଅସହାୟଙ୍କୁ ସହାୟ ହୋଇ ଜିଲ୍ଲା ପ୍ରଶାସନ ଓ ସମାଜକୁ ମାଧ୍ୟମ ହୋଇ ଅଭିଯୋଗ ଶୁଣାଣି ଗୁଡ଼ିକରେ ଦୁଃଖିହାରିଙ୍କୁ ସହଯୋଗ କରନ୍ତି। ନିରାଡମ୍ୱର ଜୀବନ ଓ ନିଃସ୍ଵାର୍ଥପର ସେବାରେ ନିଜକୁ ସାମିଲ କରି ବେଶ୍ ଆନନ୍ଦ ଲାଗେ ବୋଲି କହିଛନ୍ତି ଶ୍ରୀ ଦୋରା।

ଏହିଭଳି ବ୍ୟକ୍ତି ବିଶେଷଙ୍କୁ ନିଜ ଗହଣରେ ପାଇ ଜିଲ୍ଳାର ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ବହୁତ୍ ପ୍ରଶଂସା କରିବା ଦେଖିବାକୁ ମିଳୁଛି। ରାଜ୍ୟର ପ୍ରମୁଖ ଖବର କାଗଜ “ସମ୍ବାଦ” ଜିଲ୍ଲା ପ୍ରତିନିଧି ଭାବରେ ବେଶ୍ ଜଣାଶୁଣା ଶ୍ରୀ ଦୋରାଙ୍କ ଅନ୍ୟନାମ ‘ବୁବୁ’ ଦୋରା ନାମରେ ସମସ୍ତେ ଜାଣନ୍ତି। ସରକାରି କାର୍ଯକ୍ରମର ପ୍ରଚାର୍ ପ୍ରସାର ଏବଂ ରାୟଗଡ଼ ଜିଲ୍ଲାର ସମସ୍ତ ଖବର ଆମ ନଜରକୁ ଆଣି ଉତ୍ତମ କାର୍ଯ୍ଯ ଦକ୍ଷତା ସମ୍ପାଦନ କରନ୍ତି ବୋଲି କହିଛନ୍ତି ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଭୂରି ଭୂରି ପ୍ରଶଂସା କରିବା ସହ ଧନ୍ୟବାଦ୍ ଜଣାଇଛନ୍ତି। ସେହିଭଳି ଗ୍ରନ୍ଥାକର ଡମ୍ବରୁଧର ପଣ୍ଡା କହିଛନ୍ତି ଯେ, ସାମ୍ବାଦିକତା ଏକ ପ୍ରକାର ସେବା ଭାବରେ ଆପଣେଇଵା ହିଁ ପ୍ରକୃତ ସେବା। ଆଗକୁ ଏହିଭଳି ସେବା ମନବୃତ୍ତି ଜାରି ରହୁ ଏହି ସେବା ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଶ୍ରୋତ ହେଉ ବୋଲି କହିଛନ୍ତି ଶ୍ରୀ ପଣ୍ଡା।

ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳିତ

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ  !!!

ଏଥର ସମ୍ଭାଳ(ଗୁଣପୁର)- ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟ ପରିସରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ପ୍ରିନ୍ସିପାଲ ଡଃ. କାହ୍ନୁଚରଣ ଚରଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଯାଇଛି । ଗୁଣପୁର ବନ ବିଭାଗ ଆନୁକୂଲ୍ଯରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀଯୁକ୍ତ ଅକ୍ଷୟ ଦାସ ଓ ଗୁଣପୁର ବନ ବିଭାଗର ରେଞ୍ଜର ଯୋଗ ଦେଇ ଛାତ୍ରଛାତ୍ରୀ ବୃକ୍ଷ ରୋପଣ କରିବାପାଇଁ ଉଚ୍ଚାଇତ କରିଥିଲେ । ଅନୁଷ୍ଠାନର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଯଥା ବି.ଫାର୍ମାସି, ଡି.ଫାର୍ମାସି,ନର୍ସିଂ ଓ ଡି.ଏମ.ଏଲ.ଟି ଆଦି ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ବାର ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ପି.ଭି.କୋଟେଶ୍ୱର ରାଓଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ରାଜୀବ ପଣ୍ଡା ପରିଚାଳନା କରିଥିଲେ । ଏହିପରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବାରୁ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ଅଭିନନ୍ଦନ ଜଣାଇଥିଲେ ଓ ସମସ୍ତଙ୍କୁ ବୃକ୍ଷ ରୋପଣ କରିବା ଆବଶ୍ୟକ ବୋଲି ନିଜ ବାର୍ତ୍ତା ମାଧ୍ୟମରେ କହିଥିଲେ ।

 

ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ଉତ୍କଳ ଆଲୁମିନାର ପ୍ରୟାସ;ସ୍ଵଜଳ ଧାରା ଓ ୫ ସୌରାଚାଳିତ ନଳକୂଅ ର ଶୁଭାରମ୍ଭ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡା)- ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ ସହଯୋଗୀ କମ୍ପାନୀ ପକ୍ଷରୁ ଦୁଇଗୋଟି ସ୍ଵଜଳ ପ୍ରକଳ୍ପ ଓ ପାଞ୍ଚଗୋଟି ସୌରାଚାଳିତ ନଳକୂପ ଉଦ୍ଘାଟିତ ହୋଉଯାଇଛି । ଉତ୍କଳ ଆଲୁମିନା ଖଣି ମୁଖ୍ୟ ବିଜୟ ଚୌହାନ ସମେତ କାରଖାନା ସିଏସଆର ବିଭାଗ କର୍ମକର୍ତା କାଶୀପୁର ବ୍ଲକ କୋଡ଼ିପାରି ପଂଚାୟତ କାଳିଆ ଚାଁଚେରା ଓ ରୟାଲଘାଟି ଗାଁରେ ଉପସ୍ଥିତ ରହି ଜଳ ଯୋଗାଣ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଦୀର୍ଘ ଦଶନ୍ଧିରୁ ଗ୍ରାମବାସୀ ଶୁଦ୍ଧ ପାନୀୟ ଜଳ ନପାଇ ସ୍ଥାନୀୟ ଝରଣା ଓ ନାଳ ପାଣି ଉପରେ ନିର୍ଭରଶୀଳ ଥିଲେ । ପାନୀୟ ଜଳ ନମିଳିବାରୁ ଦୂଷିତ ପାଣି ପିଇ ଲୋକେ ବିଭିନ୍ନ ସମୟରେ ଝାଡ଼ାବାନ୍ତି ଓ ଅନ୍ୟାନ୍ୟ ଜଳ ବାହକ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଳୟରେ ଭର୍ତି ହୋଇ ମର୍ତ୍ୟୁ ସହ ସଂଗ୍ରାମ କରିଥାନ୍ତି । ସମ୍ପ୍ରତି ସମସ୍ୟା ଦୀର୍ଘଦିନରୁ ଚାଲିଥିବା ବେଳେ ଉତ୍କଳ ଆଲୁମିନା ତରଫରୁ ଗ୍ରାମବାସୀଙ୍କ ଏହି ସମସ୍ୟା ସମାଧାନ ନିମନ୍ତେ ଆଗକୁ ଆସି ସୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପ୍ରୟାସ କରାଯାଇଛି । ଏହି ପରିପ୍ରେକ୍ଷୀରେ ଉକ୍ତ ଦୁଇଟି ଗ୍ରାମରେ ଲୋକଙ୍କୁ ହାତପାହାନ୍ତାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସକାଶେ ଦୁଇଗୋଟି ସ୍ଵଜଳ ଧାରା କାର୍ଯ୍ୟକ୍ଷମ କରାଯଇଛି ।

ସେହିପରି ଗ୍ରାମବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାଞ୍ଚ ଗୋଟି ସୌରାଚାଳିତ ନଳକୂଅ କାର୍ଯ୍ୟକ୍ଷମ କରାଯାଇଛି । ଉତ୍କଳ ଆଲୁମିନା ତରଫରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି । କମ୍ପାନୀର ଏଭଳି ଲୋକାଭିମୁଖୀ କାର୍ଯ୍ୟ ଯୋଗୁଁ ଗାଁ ଲୋକେ ପ୍ରଶଂସା କରୁଥିବାବେଳେ ସ୍ଥାନୀୟ ବାସିନ୍ଦା ମାଳିଆ ମାଝୀ କହିଛନ୍ତି, ଗାଁରେ ଲୋକେ ଶୁଦ୍ଧ ପାନୀୟ ଜଳ ପିଇବା ପାଇଁ ନାହିଁନଥିବା କଷ୍ଟ ସ୍ୱୀକାର କରୁଥିଲେ । ବର୍ଷ ଦିନେ ପ୍ରାକୃତିକ ଜଳ ଉତ୍ସ ଦୂଷିତ ହୋଇଥିବାରୁ ବିଶୁଦ୍ଧ ପାନୀୟ ଜଳ ପାଇଁ ଗାଁ ଲୋକେ ସମସ୍ୟାରେ ଜର୍ଜରିତ ହୋଇଥିଲେ । ଉତ୍କଳ ଆଲୁମିନା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରିଥିବାରୁ ଗାଁ ଲୋକେ ପ୍ରଥମ ଥର ସୁଦ୍ଧ ପାନୀୟ ଜଳ ବ୍ୟବହାର କରିବେ ବୋଲି ଶ୍ରୀ ମାଝି ପ୍ରକାଶ କରିବା ସହ ଉତ୍କଳ ଆଲୁମିନା କତୃପକ୍ଷ ଙ୍କୁ ଧନ୍ୟବାଦ ଜଣେଇ ଥିବା ଶୁଣିବାକୁ ମିଳିଛି ।

ଗୁଡାରି ରୁ ଭୁବନେଶ୍ୱର ଏକ ସରକାରୀ ବସ ଚଳାଚଳ ନିମନ୍ତେ “ୟୁଥ ଫର ଚେଞ୍ଜ” ଦରଖାସ୍ତ ପ୍ରଦାନ …!

!!! ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ ପ୍ରତିନିଧି ନୀଳାଦ୍ରି ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଡାରୀ)- ଗୁଡାରି ରୁ ଭୁବନେଶ୍ୱର ଏକ ସରକାରୀ ବସ ଚଳାଚଳ ନିମନ୍ତେ ମାନ୍ୟବର ସାଂସଦ, ବିଧାୟକ, ତତ୍କାଳୀନ ଜିଲ୍ଲାପାଳ ଙ୍କୁ ଗୁଡାରି ଗସ୍ତ ଅବସରରେ “ୟୁଥ ଫର ଚେଞ୍ଜ” ପକ୍ଷରୁ ଦରଖାସ୍ତ ପ୍ରଦାନ କରାଯାଇଛି। ଏହାଛଡା ଏନଏସି ସମ୍ମୁଖରେ ଧାରଣା ଦିଆଯାଇଥିଲା, ଏକ ଦସ୍ତଖତ ଅଭିଯାନ କରାଯାଇଥିଲା ଯେଉଁଥିରେ ତତ୍କାଳୀନ ତହସିଲଦାର ଗୁଡାରି ଭାରତୀ ଦେବୀ ମାଡାମ ମଧ୍ୟ ଦାବୀ ଯୁକ୍ତିଯୁକ୍ତ କହିବା ଦସ୍ତଖତ କରିଥିଲେ। ପରେ ତତ୍କାଳୀନ ଗୁଡାରି ବିଡ଼ିଓ ଙ୍କ ଜରିଆରେ ଏହି ଦସ୍ତଖତ ଫ୍ଲେକ୍ସି ତତ୍କାଳୀନ ବିଡ଼ିଓ ଙ୍କ ଜରିଆରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କୁ ପଠାଯାଇଥିଲା। ବର୍ତ୍ତମାନ ସ୍ଥାନୀୟ ପ୍ରଶାସନ ଏହି ବିଷୟକୁ ଗୁରୁତର ସହ ନେଇ ଗୁଡାରି ଅଞ୍ଚଳବାସୀଙ୍କ ସ୍ୱପ୍ନ ପୂରଣ କରିବେ ବୋଲି ଅନୁରୋଧ।

କଲ୍ୟାଣସିଂହପୁର ରେ ମହୁମାଛି ଆକ୍ରମଣ ଦ୍ଵାରା ସ୍ୱାମୀ ସ୍ତ୍ରୀ ଗୁରୁତର

ଏଥର ସମ୍ଭାଳ ବ୍ୟୁରୋ (କଲ୍ଯାଣ ସିଂପୁର୍) – ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ସଦର ୧ ନମ୍ବର ୱାର୍ଡ ବଡଦ୍ୱାର ସାହି କଲ୍ୟାଣୀ ନଦୀ ବ୍ରିଜ ପରିସରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା ମହୁମାଛି ଆକ୍ରମଣ ରେ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି।ଆଜି ଅପରାହ୍ନ ସମୟରେ ପାର୍ସାଲି ପଞ୍ଚାୟତ କାଡ଼ଙ୍ଗେଲି ଗ୍ରାମର କାଡ୍ରାକା ମିଣି ବୟସ ପ୍ରାୟ ( ୬୫ )  ସ୍ତ୍ରୀ କାଡ୍ରାକା କୁମରାଡ଼ି ବୟସ ( ୬୦ ) ଦୁହେଁ କଲ୍ୟାଣ ସିଂହପୁର ବ୍ୟାଙ୍କ କୁ ( KYC ) ଓ ପୁରୁଣା ପାସ୍ ଵୁକ୍ ଦେଇ ନୂତନ ପାସ୍ ଵୁକ୍ ବଦଳି କରିବାକୁ ଯାଇ ନିଜ ଘରକୁ ଫେରୁଥିବା ସମୟରେ ବଡଦ୍ୱାର ସାହି କଲ୍ୟାଣୀ ନଦୀ ବ୍ରିଜ ଠାରେ ମହୁମାଛି ଆକ୍ରମଣ କରିଥିବା ଦେଖିବାକୁ ମିଳିଛି। ଉକ୍ତ ବ୍ରିଜ ଦେଇ ନିୟମଗିରି, ଜଗନ୍ନାଥ ପୁର, ପୋଲମା,ଥେରୁବାଲି ଦେଇ ଅଞ୍ଚଳର ଲୋକେ ରାୟଗଡା ପ୍ରତିଦିନ ଯିବାଆସିବା କରୁଥିବା ବେଳେ ବ୍ରିଜ ତଳଭାଗରେ ୩ଟି ମହୁଫେଣା ବସା ବାନ୍ଧି ରହିଛି , ଏହି ମହୁମାଛି ସମୟ ସମୟରେ ତାଣ୍ଡବ କରୁଥିବା ସକାଶେ ଲୋକେ ଭୟଭୀତ ହେଉଛନ୍ତି।

ଠିକ୍ ସେହିପରି ଆଜି ମଧ୍ୟ ମହୁମାଛି ର ତାଣ୍ଡବ ଦିନ ଦିଇ ପହରରେ ଦେଖିବାକୁ ମିଳିଛି , ଏହି ସମୟରେ ପାର୍ସାଲି ପଂଚାୟତ କାଡ଼ଙ୍ଗେଲି ଗ୍ରାମର ବୃଦ୍ଧ ସ୍ୱାମୀ ସ୍ତ୍ରୀ ମହୁମାଛି ର ହାବୁଡ଼ରେ ପଡିଥିଲେ।ଉଭୟ ସ୍ୱାମୀ ସ୍ତ୍ରୀ ବୃଦ୍ଧଥିବାରୁ ଦୌଡ଼ି ପାରିନଥିଲେ ଫଳରେ ମହୁମାଛି ର ଶିକାର ହୋଇଥିଲେ। ଦୁହି ସ୍ୱାମୀ ସ୍ତ୍ରୀ କୁ ଗୋଟେ ନୁହଁକି ଦୁଇଟି ନୁହଁ ଶହ ଶହ ମହୁମାଛି ଆକ୍ରମଣ କରିଥିଲା। ସେହି ସମୟରେ ପାଖରେ ଥିବା ଇଣ୍ଡିଆନ ପେଟ୍ରୋଲିୟମ ପାର୍ଶ୍ଵରେ ଲୋକେ କିଛି ସମୟ ଭୟ ଭିତରେ ଦୁଇ ପାର୍ଶରେ ଅଟକି ରହିଥିବା ଦେଖିବାକୁ ମିଳିଛି ।ଗରୁତର ସ୍ୱାମୀ ସ୍ତ୍ରୀ ଙ୍କୁ ଦେଖଣା ହାରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରିଛନ୍ତି। ଡାକ୍ତର ଗୁରୁତର ସ୍ୱାମୀ ସ୍ତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଉଭୟ ଙ୍କ ଦେହ ସୁସ୍ଥ ଥିବା ଶୁଣିବାକୁ ମିଳୁଛି।