ଜ୍ଞାନ ପ୍ରକାଶ ଅନୁଷ୍ଠାନ ପକ୍ଷରୁ ରାୟଗଡ଼ାର ସ୍ଥାନୀୟ ବିବେକାନନ୍ଦ ବିଦ୍ୟାମନ୍ଦିର ଠାରେ ବର୍ଷା କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ …!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ରାଜ୍ୟ ସ୍ତରୀୟ ଅନୁଷ୍ଠାନ ଜ୍ଞାନ ପ୍ରକାଶ ତରଫରୁ, ଶିକ୍ଷା, ସମାଜ, ସଂସ୍କୃତି ଏବଂ ସାହିତ୍ୟର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେଳେ ରାୟଗଡ଼ାର ସ୍ଥାନୀୟ ବିବେକାନନ୍ଦ ବିଦ୍ୟାମନ୍ଦିର ଠାରେ , ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅନୁଷ୍ଠାନର ରାଜ୍ୟ ମୁଖ୍ୟ ଶ୍ରୀମତୀ ଅମ୍ବିକା ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ ଜ୍ଞାନଚାନ୍ଦ ଶତପଥି ଉଦଘାଟନ କରିଥିବାବେଳେ, ରାୟଗଡ ଉପଜିଲ୍ଲାପାଳ, ଶ୍ରୀ ରମେଶ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ମୁଖ୍ୟ ବକ୍ତା ରୂପେ ଶିକ୍ଷକ. ତାଲିମ. ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ମେହେର ଏବଂ ସମ୍ମାନିତ ଅତିଥି ରୂପେ କବି ତଥା ଅନୁବାଦକ, ସହକାରୀ ଜିଲ୍ଲାପାଳ ଶ୍ରୀ ଆଶୁତୋଷ ପାତ୍ର ମଞ୍ଚାସିନ ରହିଥିଲେ l ପ୍ରାରମ୍ଭରେ ବିବେକାନନ୍ଦ ବିଦ୍ୟାମନ୍ଦିର ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା, ଶିଶୁ କଳାକାରମାନଙ୍କ ଦ୍ୱାରା, ଢେମସା ନୃତ୍ୟ, ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ, ଗଜପତି, କନ୍ଧମାଳ ସହିତ ରାୟଗଡା ଜିଲ୍ଲାର ସମସ୍ତ ବ୍ଲକ ରୁ ସମସ୍ତ ସାହିତ୍ୟିକ ମାନେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜିକା ଶ୍ରମତି ସସ୍ମିତା ମିଶ୍ର ଏବଂ ଯୁବ ଆବାହକ କବି ଶ୍ରୀ ଶ୍ରୀଧର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ ।


ଜ୍ଞାନ ପ୍ରକାଶ ର କୋଷାଧକ୍ଷ ଶ୍ରୀ ମନୋରଞ୍ଜନ ମିଶ୍ର,, ଜିଲ୍ଲା ଉପ ସଂଯୋଜକ ଶ୍ରୀ ଇ ଗୌରୀ ଶଙ୍କର ରାଓ , ପରାମର୍ଶ ଦାତା ଶ୍ରୀ ଦାମୋଦର ହୋତା କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ l ଦ୍ଵିତୀୟ ଅଧିବେଶନରେ କବିତା ଆସରରେ ଅତିଥି ଭାବେ ଯୋଗଦାନ ଦେଇଥିଲେ ଶ୍ରୀମତୀ ସ୍ନିଗ୍ଧା ମିଶ୍ର, ଶ୍ରୀ ଅମୁଲ୍ୟ କୁମାର ଦାଶ, କନ୍ଧମାଳ ଜିଲ୍ଲା ପ୍ରମୁଖ, ଶ୍ରୀ ନୀଳମଣି ପାଟଯୋଶୀ, ଶ୍ରୀମତୀ ବେବିରାଣୀ ନନ୍ଦ, ଶ୍ରୀ ଅରୁଣ କୁମାର ଲେଙ୍କା ମଞ୍ଚାସିନ ଥିଲେ l ଶ୍ରୀ ବିମଳଚାନ୍ଦ ପଟ୍ଟନାୟକ, ଶ୍ରୀ ବିଜୟ ଚୌଧୁରୀ, ଶ୍ରୀମତୀ ପଦ୍ମିନୀ ମିଶ୍ର, ଡ଼କ୍ଟର ମାୟାଧର ସାହୁ ଶ୍ରୀ ସଦାଶିବ ରାଜଗୁରୁ, କଲ୍ୟାଣୀ ସାସମଲ, ଶ୍ରୀ ଜୟଦେବ ସିଠ, ଶ୍ରୀମତୀ ମହେଶ୍ୱତା ପାଣିଗ୍ରାହୀ, ଶ୍ରୀମତୀ ତ୍ରିବେଣୀ ମିଶ୍ର, ଶ୍ରୀ ନିରଞ୍ଜନ ନାୟକ, ଶ୍ରୀ. ଶିବ ସୁନ୍ଦର ପାଣିଗ୍ରାହୀ, ବବିତା ପୁରହିତ, ଡ଼ କଲ୍ୟାଣୀ ମିଶ୍ର, ଶ୍ରୀ ଦୁର୍ଗା ଶତପଥୀ, ତ୍ରିଲୋଚନ ପ୍ରଧାନ, ମିନତୀ ସେନାପତି, ଅହଲ୍ୟା ମହାରଣା, ଶ୍ରୀ ଜଗଦୀଶ ଚନ୍ଦ୍ର ଦୋରା, ଶିକ୍ଷକ ଶ୍ରୀ ନୀଳାଞ୍ଚଳ ମିଶ୍ର, ଶ୍ରୀ ଲାବନ୍ୟ ମୋହନ ପଟ୍ଟନାୟକ ଯୋଗଦାନ ଦେଇଥିଲେ । ଶିକ୍ଷା, ସମାଜ ଏବଂ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି, ଯୁବ ଆଊ ଶିଶୁ ପ୍ରତିଭା, ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଥିଲା । ସ୍ୱତନ୍ତ୍ର ପୁରସ୍କୃତ ହୋଇଥିଲେ ସମାଜସେବି ଶ୍ରୀ ରାଜେଶ ବିଶ୍ୱାଳ, ଶ୍ରୀମତୀ ପ୍ରଶାନ୍ତି ସାହୁ, ଲୋକକଳା କଳାକାର ଶ୍ରୀ ସନ୍ତୋଷ କୁମାର ବଛା ଓ ଅନ୍ୟମାନେ। କାର୍ଯ୍ୟକ୍ରମର ଶେଷରେ ଶ୍ରୀ ଅକ୍ଷୟ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

ଓଡିଶା ଆଦିବାସୀ ମଞ୍ଚ ତରଫରୁ ନିଆରା ଢଙ୍ଗରେ ପାଳିତ ହେଲା ବିଶ୍ଵ ଆଦିବାସୀ ଦିବସ …!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ)- ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଆଦିବାସୀ ସଂଗଠନ ମାନଙ୍କ ଦ୍ବାରା ବିଶ୍ବ ଆଦିବାସୀ ଦିବସ ବଡ଼ ଧୁମଧାମ୍ ରେ ପାଳିତ ହୋଇଯାଇଛି । ଗୁଣୁପୁର ଟାଉନ ହଲ ଠାରେ ଓଡିଶା ଆଦିବାସୀ ମଞ୍ଚ ତରଫରୁ ଆଦିବାସୀ ମହିଳା ନେତ୍ରୀ ବିଦୁଲତା ହୁଇକାଙ୍କ ନେତୃତ୍ୱରେ ବିଶ୍ଵ ଆଦିବାସୀ ଦିବସ ନିଆରା ଭାବେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମଞ୍ଚ ପ୍ରସ୍ତୁତ ହୋଇଥିଲା ସତ କିନ୍ତୁ ଅତିଥୀଙ୍କ ପାଇଁ ମଞ୍ଚର ବସିବାର ବ୍ୟବସ୍ଥା ନଥିଲା ଯାହାକି ସମସ୍ତଙ୍କୁ ଚକିତ କରିଥିଲା । କାରଣ ଆଦିବାସୀ ସମ୍ପ୍ରଦାୟରେ ଛୋଟ,ବଡ଼ ବାଛ ବିଚାର ନାଥାଏ । ପ୍ରତ୍ୟକ ଆଦିବାସୀ ଜଣେ ଜଣେ ଶ୍ରେଷ୍ଠ ବ୍ୟକ୍ତିତ୍ଵ । ଏଭଳି ମନୋଭାବ ରଖି ମଞ୍ଚ ତଳେ ସମସ୍ତ ଉପସ୍ଥିତ ଆଦିବାସୀ ଭାଇ ଭଉଣୀଙ୍କ ସହିତ ଅତିଥି ମାନଙ୍କ ପାଇଁ ଆସନର ବ୍ୟବସ୍ଥା ହୋଇଥିଲା । ବିଶ୍ୱ ଆଦିବାସୀ ଦିବସ ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ସମାଜକୁ ଦେଇ ଥିବାରୁ ବିଭିନ୍ନ ମହଲରୁ ମଞ୍ଚକୁ ପ୍ରଶଂସା କରାଯାଇଛି । ଜିଲ୍ଲାର ସମସ୍ତ ୧୧ଟି ବ୍ଲକର ପାଳନ ହେଉଛି ବିଶ୍ୱ ଆଦିବାସୀ ଦିବସ। ଗୁଣୁପୁର ସ୍ଥିତ ପୌର ପରିଷଦ ଟାଉନ ହଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ନେତୃତ୍ୱ ନେଉଥିବା ଆଦିବାସୀ ମହିଳା ନେତ୍ରୀ ତଥା ସମାଜସେବୀ ଶ୍ରୀମତୀ ବିଦୁଲତା ହୁଇକା ଆଦିବାସୀଙ୍କ ସାମାଜିକ ଓ ଶିକ୍ଷା କ୍ଷେତ୍ରର ଉନ୍ନତି ସକାଶେ ତାଙ୍କରି ଅବଦାନ ଅନନ୍ୟ ବୋଲି କହିଥିଲେ । ଏହି ଅବସରରେ ସେ ଆଦିବାସୀଙ୍କ ଜୀବନଯାପନ ଶୈଳୀ ଉପରେ ଆଲୋକପାତ କରିବା ସହ ସେମାନଙ୍କର ବିଲୁପ୍ତ ହେବାକୁ ଥିବା ପରମ୍ପରା ଓ ସଂସ୍କୃତି କୁ ବଞ୍ଚାଇ ରଖିବାକୁ ପ୍ରୟାସ କରିବାକୁ ତାଙ୍କର ବକ୍ତବ୍ୟ ବାଢ଼ିଥିଲେ । ଏହି ଅବସରରେ ଶ୍ରୀମତୀ ହୁଇକା ଆଦିବାସୀକୁଳ ସମାଜରେ ବସବାସ କରୁଥିବା ସମସ୍ତ ଧର୍ମ ତଥା ସମ୍ପ୍ରଦାୟକୁ ସମ୍ମାନ ଦେବା ସହ ନିଜର ବିନମ୍ର ଓ ସରଳ ଭାବମୂର୍ତ୍ତି ଏବଂ ସାମାଜିକ ସଂହତି ପାଇଁ ସର୍ବଦା ପରିଚିତ ବୋଲି ପ୍ରକାଶ କରିଥିଲେ । ବର୍ତ୍ତମାନ ସମାଜରେ ଆଦିବାସୀ ସଂପ୍ରଦାୟର ଜନଜାତି ଆଜି ସମାଜରେ ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବାରେ ସକ୍ଷମ ହୋଇଛନ୍ତି । ଏହି ଅବସରରେ ଜିଲ୍ଲାର ପ୍ରତିଟି ବ୍ଳକର ବହୁ ଆଦିବାସୀ ନେତା ତଥା ବୁଦ୍ଧିଜିବୀ ଓ ସମାଜସେବୀ ଯୋଗ ଦେଇ ନିଜ ନିଜ ଅଞ୍ଚଳର ସମସ୍ୟା ସହ ସଫଳତା ବିଷୟକୁ ନେଇ ଉପସ୍ଥାପନ କରିଥିଲେ । ଏହା ସହ ଆଦିବାସୀ ପରମ୍ପରା ଓ ସଂସ୍କୃତିର ନୃତ୍ୟ, ଗୀତ ପରିବେଷଣ କରି ମନୋରଞ୍ଜନ କରିଥିଲେ।

ବହୁ ବୁଦ୍ଧିଜୀବୀ ଓ ସମାଜସେବୀ ଙ୍କୁ ଉକ୍ତ ମଞ୍ଚରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଡ ବାଦଲ ତା, ଆଦିବାସି ମହିଳା ନେତ୍ରୀ ତଥା ସମିତି ସଭ୍ୟା ସେଲେନି ଶବର , ଓଡ଼ିଶା ବିକଳାଙ୍ଗ ମଞ୍ଚ ସଭାପତି ରାକେଶ ହିମରିକା, ଲୋକନେତା ଇସମାଇଲ ଶବର, ପାରା ସ୍ପୋର୍ଟସ ଏସୋସିଏସନ୍ ସଭାପତି ଜଳନ୍ଧର ବାଛେଲି , ଉତ୍କଳମଣି ଗୋପବନ୍ଧୁଙ୍କୁ ଭାରତ ରତ୍ନ ଅଭିଯାନର ଜିଲ୍ଲା ସଭାପତି ବିଜୟ ଦାସ, ପ୍ରେସ୍ କ୍ଲବ୍ ର ସଭାପତି ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଯୋଗେଶ ଦାସ, ରାୟଗଡ଼ା ନାଗରିକ ମଞ୍ଚର ଜିଲ୍ଲା ଆବାହକ ଅଜୟ ରଥ, ଜିସିଡି ୱାକର୍ସ୍ କ୍ଲବ୍ ଓ ରାୟଗଡ଼ା ସାମ୍ବାଦିକ ମହାସଂଘର ର ସଭାପତି ଦୀପକ ପୃଷ୍ଟି, ଗୁଣୁପୁର ଓକିଲ ସଂଘର ସଭାପତି ଗୌରୀ ଶଙ୍କର ଦାସ, କନ୍ଧକୁଳ ସମାଜର ଉପସଭାପତି, ବରିଷ୍ଠ ସାମ୍ବାଦିକ ପ୍ରମୋଦ ସାହୁ, ଉପଦେଷ୍ଟା ପ୍ରଦୀପ ଦାସ, ଜନଜାଗରଣ ମଞ୍ଚର ଶିବରାମ ନାୟକ ଓ ସୁଧୀର ଗମାଙ୍ଗ ଓ ମଞ୍ଚର ବ୍ଲକ୍ ସ୍ତରୀୟ ଆବାହକମାନେ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ଜେମସ ଶବର ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ମଞ୍ଚର ଜିଲ୍ଲା ସଭାପତି ଦିବାକର ଶବର । ଏହି ଅବସରରେ ଓଡ଼ିଶା ଆଦିବାସୀ ମଞ୍ଚ ତରଫରୁ ଗୁଣୁପୁର ଉପଜିଲ୍ଲାପାଳ ଅଭିଷେକ ଡୁଢାଲଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଆଦିବାସୀଙ୍କ ସୁରକ୍ଷା ତଥା ସାମାଜିକ ଓ ଅର୍ଥନୈତିକ ସ୍ଥିତି ସୁଦୃଢ଼ କରିବା ନିମନ୍ତେ ଏକ ୧୨ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା ।

କଳିଙ୍ଗ ସାହିତ୍ୟ ଘର ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ…!

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପଟ୍ଟୋଜୋଶୀ ଙ୍କ ରିପୋର୍ଟର !!!

ଏଥର ସମ୍ଭାଳ(ଗୁଣପୁର)- ଅଦ୍ୟ ତା ୦୯-୦୮-୨୦୨୫ରିଖ ଶନିବାର ଦିନ ଗୁଣପୁର କଳିଙ୍ଗ ସାହିତ୍ୟ ଘର ତରଫରୁ ସ୍ଵଭାଵ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇ ଯାଇଛି । ଆବାହକ ଶକ୍ତି ଦାଶ ଙ୍କ ନିମନ୍ତ୍ରଣକ୍ରମେ ସ୍ଥାନୀୟ ଭେଙ୍କେଟଶ୍ୱର କଲ୍ୟାଣ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ସାହିତ୍ୟ ଘର ସଭାପତି ସୁରେନ୍ଦ୍ର କୁମାର ମଲ୍ଲିକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ରୂପେ ଗୁଣପୁର ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଜଗନ୍ନାଥ ଦୀପ, ମୁଖ୍ୟ ବକ୍ତା ଭାବେ ଶତାୟୁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମାନନ୍ଦ ବରିହା ଯୋଗ ଦେଇଥିଲେ । ସାହିତ୍ୟ ଘର ସମ୍ପାଦକ ଅନନ୍ତ ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଦୀପ ନିଜ ଅଭିଭାଷଣରେ ଗଙ୍ଗାଧରଙ୍କ ଜୀବନୀ, କୃତି, ସାଧନା ଉପରେ ବ୍ୟକ୍ତବ ରଖିବା ସହ, କାବ୍ୟ ସାହିତ୍ୟରେ ବିରାଟ ପରିବର୍ତ୍ତନର ବ୍ୟକ୍ତିତ୍ୱ ଗଙ୍ଗାଧର ଥିଲେ ବୋଲି ଅଭିହିତ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀ ବରିହା ଗଙ୍ଗାଧରଙ୍କ ଅବଦାନ, ଚାଷ, ଚାଷୀ ଓ କୃଷି ପ୍ରତି ଗଙ୍ଗାଧରଙ୍କ କୃତି ସବୁକୁ ମନେ ପକେଇଥିଲେ । କବୟିତ୍ରୀ ରଜନୀ ରାଣୀ ମିଶ୍ର କବିତାରେ ଗଙ୍ଗାଧରଙ୍କ ସ୍ମୃତି ଚାରଣ କରିଥିବା ବେଳେ କ୍ରିଷ୍ଣ ପ୍ରସାଦ ଦାସ ଜର୍ମାନରେ ଗଙ୍ଗାଧରଙ୍କ କୃତି କିପରି ଅଛି ତାହା ଉପସ୍ଥାପନା କରିଥିଲେ । ସଭାପତି ଶ୍ରୀ ମଲ୍ଲିକ ଗଙ୍ଗାଧରଙ୍କ ଜୀବନୀ, ସାହିତ୍ୟରେ ସମାଜ ପ୍ରତି ଭଲ ପାଇବା ଉପସ୍ଥାପନ କରିଥିଲେ ।

କାର୍ଯ୍ୟକ୍ରମକୁ କଳିଙ୍ଗ ସାହିତ୍ୟ ଘରର ଉପସଭାପତି ଇନ୍ଦ୍ରକ୍ଷୀ ଦାସ ସଂଯୋଜନା କରିବା ସହ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଳିଙ୍ଗ ସାହିତ୍ୟ ଘରର ସଂଗଠନ ସମ୍ପାଦକ ପ୍ରମୋଦ ଚନ୍ଦ୍ର ପଣ୍ଡା, ସଦସ୍ୟ ସୂର୍ଯ୍ୟ ପଟ୍ଟନାୟକ, ରଞ୍ଜିତ ପାଢ଼ୀ ଓରଫ୍ ଟୁଟୁ ପାଢୀ , ସନ୍ତୋଷ କୁମ୍ଭାର, ସୀମାଞ୍ଚଳ ଗୌଡ, ରାମ କୁମ୍ଭାର, ସମାଜ ସେବୀ ଉମା ଶଙ୍କର ଦାଶ,ଆମରାପୁ ବିଶ୍ଵନାଥ ସେଠୀ ଓ ରାମଚନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ଅନୀଲ ସାହୁକାର ଓ ଦେବୀ ପ୍ରସାଦ ମିଶ୍ର , ଯୁବ ସାମ୍ବାଦିକ ସନ୍ତୋଷ କୁମାର ଗୁରୁ, ଶିକ୍ଷକ ଦୁର୍ଗା ପ୍ରସାଦ ମହାପାତ୍ର, ରମେଶ ମିଶ୍ର, ଅଶ୍ବିନୀ ତ୍ରିପାଠୀ ଙ୍କ ସମେତ ବହୁ କବି କବୟିତ୍ରୀ ଯୋଗ ଦେଇଥିଲେ । ସଭା ଶେଷରେ ଅତିଥି ବୃନ୍ଦ ଙ୍କୁ ସମ୍ମାନିତ କରିବା ସହ ଏଥି ନିମନ୍ତେ ହୋଇଥିବା ବକ୍ତୃତା ପ୍ରତିଯୋଗୀତା ରେ କୃତିତ୍ଵ ଅର୍ଜନ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ରାୟଗଡ଼ରେ ଘର ଘର ତ୍ରିରଙ୍ଗା, ଘର ଘର ସ୍ଵଚ୍ଛତା ଯାତ୍ରା

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ରାୟଗଡ଼ ଜିଲ୍ଲା ପ୍ରଶାସନ ତଥା ରାୟଗଡ଼ ବ୍ଳକ ତରଫରୁ ଶୁକ୍ରବାର ଘରେ ଘରେ ତ୍ରିରଙ୍ଗା , ଘରେ ଘରେ ସ୍ଵଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି। ଏଥି ନିମନ୍ତେ ଏକ ଶୋଭାଯାତ୍ରା ଜିଲ୍ଲା ପରିଷଦ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତା, ଗାନ୍ଧୀନଗର ବନଖଣ୍ଡ ଅଧିକାରୀଙ୍କ ବାସଭବନ, ଆରକ୍ଷୀ ଅଧିକ୍ଷକଙ୍କ ବାସଭବନ ରାସ୍ତା ଦେଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ପହଞ୍ଚିଥିଲା। ବ୍ୟାନର, ତ୍ରିରଙ୍ଗା, ପ୍ଲାକାର୍ଡ ଓ ସ୍ଲୋଗାନରେ ମୁଖରିତ ଶୋଭାଯାତ୍ରା ସ୍ଵଚ୍ଛତାର ବାର୍ତ୍ତା ବହନ କରି ଜନସଚେତନତା ସୃଷ୍ଟି କରିଥିଲା । ସମସ୍ତ ଅଂଶଗ୍ରହଣକାରୀଙ୍କୁ ନେଇ ପଞ୍ଚାୟତ ସମିତି ସଦଭାବନା ଗୃହରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୀବନରେ ଓ ସମାଜରେ ସ୍ଵାଧୀନତା ଓ ସ୍ଵଚ୍ଛତାର ଆବଶ୍ୟକତା ବିଷୟରେ ସଚେତନ କରିଥିଲେ। ବରେଣ୍ୟ ଅତିଥି ଭାବେ ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ମନିଷା ଦାସ, ବିଜୟ କୁମାର ନାୟକ, ରଶ୍ମି ରଞ୍ଜନ ପରିଡା , ପ୍ରଭାତ ଲେଙ୍କା, ନିହାର ରଞ୍ଜନ ତ୍ରିପାଠୀ, ଲକ୍ଷ୍ମୀନାରାୟଣ ଦୋରା, ରାୟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ।


ବୈଠକ ପ୍ରାରମ୍ଭରେ ଛାତ୍ରୀଙ୍କ ଦ୍ଵାରା ସ୍ଵଚ୍ଛତା ସମ୍ପର୍କିତ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ଛାତ୍ର ଛାତ୍ରୀ ଘରେ ଘରେ ତ୍ରିରଙ୍ଗା ଓ ସ୍ଵଚ୍ଛତା ବିଷୟରେ ବକ୍ତୃତା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ସ୍ଵଚ୍ଛତା ଶପଥପାଠ କରାଇଥିଲେ। ଅତିଥି ବୃନ୍ଦ ନିଜ ଶରୀର ସହ ଘର, ଗାଁ ଓ ପରିବେଶକୁ ସ୍ବଚ୍ଛ ରଖିବାର ଆବଶ୍ୟକତା କିପରି ଦେଶର ବିକାଶରେ ସହାୟକ ହୋଇଥାଏ, ଘରେ ଘରେ ତ୍ରିରଙ୍ଗାର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ଆଠ ତାରିଖ ଠାରୁ ସ୍ବାଧୀନତା ଦିବସ ପର୍ଯ୍ଯନ୍ତ ପ୍ରତ୍ୟେକ ସ୍ଥାନରେ ପାଳନ କରାଯିବ ବୋଲି ବିଡିଓ ସୁଜିତ କୁମାର ମିଶ୍ର କହିଛନ୍ତି । ଉଭୟ ରାୟଗଡ ବ୍ଲକ ଓ ଜିଲ୍ଲା ପରିଷଦର କର୍ମକର୍ତ୍ତା, ବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ଏଥିରେ ଯୋଗ ଦେଇଥିଲେ ।

ଜନଜାତି ସେବା ଜଗତ ପାଖରେ ଓରମାସ ରାଖି ଦୋକାନ ଉଦଘାଟିତ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ରକ୍ଷା ବନ୍ଧନର ପବିତ୍ର ଅବସରରେ, ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ଓରମାସ), ରାୟଗଡ ତରଫରୁ ଜିଲ୍ଲାପରିଷଦ ରାୟଗଡ଼ ସହଯୋଗରେ ଟ୍ରାଇବାଲ୍ ୱାର୍ଲ୍ଡ, ଆଇ ଟି ଡିଏ, ରାୟଗଡା ସମ୍ମୁଖରେ ୫ରୁ ୯ ଅଗଷ୍ଟ ୨୦୨୫ପର୍ଯ୍ୟନ୍ତ ଏକ “ରାଖୀ ମହୋତ୍ସବ” ଆୟୋଜନ କରୁଛି। ଏହି ମହୋତ୍ସବ ଗ୍ରାମୀଣ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ ସ୍ୱୟଂ ସହାୟକ ଗୋଷ୍ଠୀଏବଂ ଉତ୍ପାଦକ ଗୋଷ୍ଠୀ ମାନଙ୍କ ହସ୍ତନିର୍ମିତ ରାଖୀ, ପରିବେଶ ଅନୁକୂଳ ଉତ୍ପାଦ, ପାରମ୍ପରିକ ହସ୍ତଶିଳ୍ପ ଏବଂ ସ୍ୱଦେଶୀ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ ଏବଂ ବିକ୍ରୟ କରିବା ପାଇଁ ଏକ ସକ୍ରିୟ ପ୍ଲାଟଫର୍ମ ପ୍ରଦାନ କରିବା ପାଇଁ ଏକ ପ୍ରୟାସ। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଗ୍ରାମୀଣ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା, ମହିଳା କାରିଗରମାନଙ୍କୁ ସଶକ୍ତ କରିବା ଏବଂ ଗ୍ରାହକମାନଙ୍କ ସହିତ ସିଧାସଳଖ ଯୋଡ଼ି ସ୍ଥାୟୀ ଜୀବିକାକୁ ସମର୍ଥନ କରିବା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ରାୟଗଡ଼ା, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଉଦଘାଟନ କରିଥିଲେ l

 

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା, ରାୟଗଡ଼ାର ପ୍ରକଳ୍ପ ପ୍ରଶାସକ, ITDA, ଶ୍ରୀ ଚନ୍ଦ୍ର କାନ୍ତ ମାଝୀ, ତାସିଲିଂଦାର, ଶ୍ରୀମତୀ ପ୍ରିୟଦର୍ଶିନୀ ସ୍ୱାଇଁ,ରାୟଗଡ଼ାର ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ, ଏବଂ ଜିଲ୍ଲା ପ୍ରକଳ୍ପ ପରିଚାଳକ,ଓଡିଶା ଜୀବିକା ମିଶନ , ରାୟଗଡ଼ା ଏବଂ ସିନିୟର ଲେଖାପାଳ ଓରମାସ, ରାୟଗଡ଼ା ଏବଂ FPOS ର ଓରମାସ ଟିମ୍ ଏବଂ ସିଇଓଙ୍କ ଉପସ୍ଥିତ ଥିଲେ l ଜିଲ୍ଲା ସାରା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ପିଜି ଦ୍ୱାରା ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ବାଉଁଶ ରାଖୀ, ଜୈବିକ ଉତ୍ପାଦ, ବାଜରା ଆଧାରିତ ଖାଦ୍ୟ, ଔଷଧୀୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ହସ୍ତଶିଳ୍ପ ପ୍ରଦର୍ଶନ ଏବଂ ବିକ୍ରୟ କରାଯାଉଛି। ଏହି ଉତ୍ସବ କେବଳ ରକ୍ଷା ବନ୍ଧନର ସାଂସ୍କୃତିକ ମହତ୍ତ୍ୱକୁ ପାଳନ କରେ ନାହିଁ ବରଂ ପରିବେଶ ଅନୁକୂଳ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ କରେ ଏବଂ ସ୍ଥାନୀୟ କାରିଗରମାନଙ୍କୁ ସମର୍ଥନ କରିବାକୁ ଜନସାଧାରଣଙ୍କୁ ଉତ୍ସାହିତ କରେ। ଓରମାସ ଏବଂ ଜିଲ୍ଲା ପ୍ରଶାସନ ରାୟଗଡ଼ାର ନାଗରିକମାନଙ୍କୁ ମହୋତ୍ସବ ପରିଦର୍ଶନ କରିବାକୁ ଏବଂ ଗ୍ରାମୀଣ ଉତ୍ପାଦକମାନଙ୍କ ଉତ୍ପାଦ କ୍ରୟ କରି ସେମାନଙ୍କ ସଶକ୍ତିକରଣରେ ଯୋଗଦାନ ଦେବାକୁ ଅନୁରୋଧ କରୁଛନ୍ତି।

ରାୟଗଡ ପୌର ପରିଷଦ“ବେଆଇନ ହୋର୍ଡିଂ ଉଚ୍ଛେଦ , ପଲିଥିନ ଜବତ ତଥା ନିର୍ମାଣ ଏବଂ ଭଗ୍ନାବଶେଷ” …!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ରାୟଗଡ଼ ପୌରାଞ୍ଚଳରେ ବହୁଳ ପରିମାଣରେ ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ବେଳେ ପୁରୁଣା ଗୃହକୁ ଭଙ୍ଗାଯିବା ସମୟରେ ସେଥିରୁ ବାହାରୁଥିବା ଭଗ୍ନାବଶେଷ ଏବଂ ନୂତନ ଗୃହ କାର୍ଯ୍ୟ ପାଇଁ ଆବଶ୍ୟକ ବାଲି ଗୋଡି ସିମେଣ୍ଟ ଇତ୍ୟାଦି ବହୁଳ ପରିମାଣରେ ପୌର ପରିଷଦ ପରିସୀମା ଅନ୍ତର୍ଭୁକ୍ତ ରାସ୍ତା ଉପରେ ପଡି ରହୁଥିବାର ଦେଖିବାକୁ ମିଳୁଛି । ଏହାର ସୁପରିଚାଳନା ପାଇଁ ପୌର ପରିଷଦ ତରଫରୁ ଜନସାଧାରଣଙ୍କୁ ସଚେତନ କରାଯିବା ସହ ଏହାକୁ ଦୃଢ ଭାବେ କାର୍ଯ୍ୟକାରୀ କରିବାପାଇଁ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିର୍ଦେଶକ୍ରମେ ଏକ ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢଉ ଜାରିରହିବା ସହିତ ମାଲିକ ମାନଙ୍କ ଦ୍ଵାରା ଗଚ୍ଛିତ ସାମଗ୍ରୀ ଉଠାଯାଇ ଆଠ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଅଛି । ସେହିଭଳି ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବେଆଇନ ହୋର୍ଡିଂକୁ ମଧ୍ୟ ଏନଫୋର୍ସମେଣ୍ଟ ଟିମ ଦ୍ଵାରା ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଏଥିସହିତ ୧୦ କିଲୋଗ୍ରାମ ଏକକ ବ୍ୟବହୃତ ଜରି ବା ପଲିଥିନକୁ ଜବତ କରାଯାଇ ଦଶ ହଜାର ପାଞ୍ଚଶହ ଟଙ୍କା ଜରିମାନା ଆଦାୟ କରାଯାଇଅଛି ।

ସହରକୁ ସଫା ଏବଂ ସୁନ୍ଦର ରଖିବାର ପ୍ରୟାସ ପରିଷଦ ପକ୍ଷରୁ ଜାରି ରହିଥିବାବେଳେ ଉପରୋକ୍ତ କୌଣସି ନିୟମକୁ ଉଲଂଘନ କରାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିଷଦର ଅଧ୍ୟକ୍ଷ ଶ୍ରୀ ପି ମହେଶ ପଟନାୟକ ଦୃଢୋକ୍ତି ରଖିଛନ୍ତି । ସେହିଭଳି ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର ସମସ୍ତ ଅଧିବାସୀ ତଥା ବ୍ୟବସାୟୀ ମାନକୁ ସଚେତନ ରହିବା ସହିତ ସରକାରଙ୍କ ଦ୍ଵାରା ପ୍ରଦତ୍ତ ନିୟମକୁ ଠିକ ଭାବେ ପାଳନ କରିବା ତଥା ସହରର ବିକାଶ ଏବଂ ସୌନ୍ଦର୍ଜ୍ୟ କରଣରେ ପରିଷଦକୁ ସହଯୋଗ କରିବା ପାଇଁ ସାଧାରଣ ଜନତାଙ୍କୁ ଅପିଲ କରିଛନ୍ତି ।

ଟ୍ରକ ସଂଘ ର ପୂର୍ବତନ ସଭାପତି ନାକିଟି ଭାସ୍କର ରାଓ ଓରଫ ଭାସ୍କର ଆନ୍ନା ଙ୍କ ସମସ୍ତ ଦୁର୍ନୀତିର ଗୁମର ଖୋଲିବେ ବର୍ତ୍ତମାନ୍ ର ସଭାପତି ୟାଲା କୋଣ୍ଡା ବାବୁ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ବରିଷ୍ଠ ବିଜେଡ଼ି ନେତା ତଥା ଟ୍ରକ ମାଲିକ ସଙ୍ଘ ର ପୂର୍ବତନ ସଭାପତି ଏନ ଭାସ୍କର ରାଓ ଓରଫ ଭାସ୍କର ଆନ୍ନା ଙ୍କ ବିରୋଧ ରେ ୬୦ କୋଟି ଟଙ୍କା ହେରଫେର କରିଥିବା ଅଭିଯୋଗ ଆଣି ରାୟଗଡା ଜିଲ୍ଲା ଟ୍ରକ ମାଲିକ ସଙ୍ଘ ପକ୍ଷରୁ ସ୍ଥାନୀୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ବର୍ତ୍ତମାନ ସଙ୍ଘ ର ସଭାପତି ୟାଲା କୋଣ୍ଡା ବାବୁ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଟ୍ରକ୍ ମାଲିକ ସଂଘର ସଭାପତି ନାକେଟି ଭାସ୍କର ରାଓଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ଦୀର୍ଘକାଳୀନ ଆର୍ଥିକ ଅନିୟମିତତା ଏବଂ ପାଣ୍ଠିର ଅପବ୍ୟବହାରର ପ୍ରମାଣ ସହ ଆଲୋକପାତ କରାଯାଇଥିଲା । ଟ୍ରକ୍ ମାଲିକ ସଂଘର ନୂତନ ସଭାପତି ଶ୍ରୀ ୟେଲା କୋଣ୍ଡା ବାବୁ କହିବା ଅନୁଯାୟୀ ପ୍ରାୟ ୩୭ ବର୍ଷ ଧରି ୧୯୮୩ ରୁ ୨୦୨୦ ପର୍ଯ୍ୟନ୍ତ ଭାସ୍କର ଆନ୍ନା ଟ୍ରକ୍ ମାଲିକ ସଂଘର ସଭାପତି ଭାବେ ଥିବା ବେଳେ ଏକଛାତ୍ରବାଦ ଶାସନ ଚଳାଇଥିଲେ। ସଂଘର ସମ୍ପତ୍ତି କୁ ପୁର୍ବତନ ସଭାପତି ନିଜ ସ୍ବାର୍ଥ ଦୃଷ୍ଟିରେ ରଖି ବେନାମୀ ସମ୍ପତ୍ତି ଓ ବାହୁବଳ ପ୍ରୟାଗ କରି ଭୁ କବଜା ଓ ଅନାଧିକୃତ ପାଣ୍ଠି ସଂଗ୍ରହ କରିଥିଲେ। ଟ୍ରକ୍ ମାଲିକ ସଂଘ କୁ ଉପଯୁକ୍ତ ପଞ୍ଜିକରଣ ବିନା ୩୭ ବର୍ଷ ସଂଘକୁ ପରିଚାଳନା କରି ସଂଘ ର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି,। ୨୦୦୩ ମସିହାରେ ଯେତେବେଳେ ରାୟଗଡ଼ା ଉପରିସ୍ଥ ଅଞ୍ଚଳରେ ନକ୍ସଲ କାର୍ଯ୍ୟକଳାପ ଶୀର୍ଷରେ ଥିଲା ସେ ସମୟରେ ଭାସ୍କର ରାଓ କହିଥିଲେ ଯେ ନକ୍ସଲବାଦୀମାନେ ସଂଘଠାରୁ ଟଙ୍କା ମାଗୁଛନ୍ତି । ସେମିତି କହି ଟ୍ରକ୍ ମାଲିକମାନଙ୍କ ଠାରୁ ପ୍ରତି ଟ୍ରକ୍ ପାଇଁ ୫,୦୦୦ ଟଙ୍କା ଆଦାୟ କରି ବେଆଇନ ଭାବରେ ନକ୍ସଲ ମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ । ତତତ୍କାଳୀନ ସଭାପତି ୪୦ ବର୍ଷ ଟ୍ରକ୍ ମାଲିକ ସଂଘ ରୁ ୬୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ର ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ୍ ଦେଖିବାକୁ ରହିଲା କେଉଁ ପାଣି କେଉଁ ଆଡ଼େ ଗତି କରୁଛି ଆଉ ମାଲିକ ସଂଘ ପକ୍ଷରୁ ଆଗାମୀ କାର୍ଯ୍ୟକାରୀ ପନ୍ଥା କଣ ରହୁଛି। ଆନ୍ନା ବେଳ ଥାଉ ଥାଉ ସବୁ ସମାଧାନ କରିନିଅ ଏବଂ ସୁଧୁରି ଯାଅ ନହେଲେ ଲୋକେ ନିଜ ନିଜ ନାକରେ ଆଙ୍ଗୁଠି  ମାରି କହିବେ ହୋଇ’ହୋ ବାବୁ “ଏଥର ସମ୍ଭାଳ”

“ଏକତ୍ର ଉଦ୍ୟମର ସମ୍ମାନ” ସମ୍ପୂର୍ଣ୍ଣତା ଅଭିୟାନ ସମ୍ମାନ ସମାରୋହ ରାୟଗଡାରେ ଆୟୋଜିତ …!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ଜିଲ୍ଲାରେ ତିନି ମାସ ଧରି ଚାଲିଥିବା ସମ୍ପୂର୍ଣ୍ଣତା ଅଭିୟାନର ସଫଳତାରେ ଅଗ୍ରଗାମୀ ଭୂମିକା ନିବାହ କରିଥିବା ଜିଲ୍ଲା ଅଧିକାରୀ, ବ୍ଲକ୍ ଟିମ୍, ଅଗ୍ରଭାଗର କର୍ମଚାରୀ ଓ ବିଭିନ ଦାବିଦାର ମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ବିଶେଷ “ସମ୍ମାନ ସମାରୋହ” ଆୟୋଜିତ ହୋଇଥିଲା, ଯାହା ଜିଲ୍ଲା ପରିଷଦ ସଭାକକ୍ଷରେ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ଆରମ୍ଭରେ “ଆକାଂକ୍ଷା ହାଟ” ର ଉଦ୍‌ଘାଟନ କରାଯାଇଥିଲା, ଯାହା ଗ୍ରାମୀଣ ପଦାର୍ଥ ଓ ସମୁଦାୟ ଆଧାରିତ ନବୀନତାକୁ ପ୍ରଦର୍ଶିତ କରିଥିଲା। ଏହି ହାଟ ୭ ଦିନ ଅବଧି ପର୍ଯ୍ୟନ୍ତ ଖୋଲା ରହିବ। ଏହା ସହିତ “ସେଲ୍‌ଫି ପଏଣ୍ଟ” ଓ “ହୁନର କି ଛାପ୍” ଅଭିଯାନର ଆରମ୍ଭ ମଧ୍ୟ ହୋଇଥିଲା, ଯାହା ସମୁଦାୟ ଅଧିକାର ଓ ଗର୍ବକୁ ବଢାଇଥାଏ।

ଶିକ୍ଷା ଓ ପୋଷଣ ବିଭାଗର ଅଧିକାରୀମାନଙ୍କୁ ତାଙ୍କ ଅଂଶରେ ୧୦୦% ପରିପୂର୍ଣତ ଓ ଲକ୍ଷ୍ୟ ପ୍ରାପ୍ତି ପାଇଁ ସମ୍ମାନିତ କରାଯାଇଥିଲା। ବିଶେଷ କରି ପଦ୍ମପୁର ଓ ମୁନିଗୁଡା ବ୍ଲକ୍ ମାନଙ୍କୁ ସ୍ୱାସ୍ଥ୍ୟ, ପୋଷଣ, କୃଷି, ମୌଳିକ ଭିତ୍ତିଭୂମି ଓ ସାମାଜିକ ବିକାଶରେ ୧୦୦% ଲକ୍ଷ୍ୟ ପୂରଣ କରିବା ପାଇଁ ବିଶେଷ ସମ୍ମାନ ଦିଆଯାଇଥିଲା। ଏହି ସଫଳତା ସମନ୍ୱୟ ଓ ଏକତ୍ର କାର୍ଯ୍ୟର ଅନୁପମ ଦୃଷ୍ଟାନ୍ତ। ଏହି କାର୍ଯ୍ୟକ୍ରରେ ମାନ୍ୟବର ବିଧାୟକ ରାୟଗଡା, ଶ୍ରୀ ଆପଲ ସ୍ୱାମୀ କାଡ୍ରlକl, ଅଧ୍ୟକ୍ଷ। ଜିଲ୍ଲା ପରିଷଦ,ରୟାଗଡ଼, ସୁଶ୍ରୀ ସରସ୍ବତୀ ମାଝୀ, ଖଣ୍ଡିୟ ବନ ଅଧିକାରୀ,ଶ୍ରୀ ସଚିନ ଅହ୍ନା ସାହେବ ଓହଲେ,ଅତିରିକ୍ତ ଜିଲ୍ଲାପାଳ,ଶ୍ରୀ ନବୀନ ଚନ୍ଦ୍ର ନାୟକ,ମୁଖ୍ୟ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ,ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ସମସ୍ତ ବିଡିଓ, ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ସମସ୍ତଙ୍କର ଉପସ୍ଥିତି ଓ ଉତ୍ସାହବର୍ଦ୍ଧନ ସ୍ଥାନୀୟ ସ୍ତରରେ ଉଲ୍ଲେଖନୀୟ ଅଭିଯାନଗୁଡିକୁ ସ୍ୱୀକୃତି ଦେବାର ଗୁରୁତ୍ୱକୁ ଉଜାଗର କଲା।

ସମସ୍ତ ବିଭାଗ, ଅଧିକାରୀ, ଅଗ୍ରଭାଗର କର୍ମଚାରୀ, ଆକାଂକ୍ଷୀ ବ୍ଲକ୍ କର୍ମଚାରୀ ଓ ପିରାମଲ ଫାଉଣ୍ଡେସନ୍ ଟିମ୍ ମାନଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନ ଅନ୍ତେ, ବିଭାଗ ଓ ବ୍ୟକ୍ତିଗତ ଭାବେ ଅବଦାନ ରଖିଥିବା ଲୋକଙ୍କୁ ପୁରସ୍କାର ଓ ସମ୍ମାନପତ୍ର ବଣ୍ଟନ କରାଯାଇଥିଲା। ଏହି ଅନୁଷ୍ଠାନ ଏକତ୍ର ଦୃଢ ଇଚ୍ଛାଶକ୍ତି, ଯୁକ୍ତ ନେତୃତ୍ୱ ଓ ସଂଘବଦ୍ଧ କାର୍ଯ୍ୟଦକ୍ଷତା ଦ୍ୱାରା ସାର୍ଥକ ଓ ସ୍ଥାୟୀ ବିକାଶ ଆଣିବା ଦୃଢ ସଂକଳ୍ପ କୁ ପୁନର୍ବ୍ୟକ୍ତ କଲା।

ୟୁ॰ଏ॰ଏସ୍ ଲାଗୁ ପ୍ରତିବାଦରେ ଶିକ୍ଷକଙ୍କ ବିରୋଧ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ରାୟଗଡ ଜିଲ୍ଲା ମିଳିତ ଶିକ୍ଷକ ସଂଘ ତରଫରୁ ୟୁନିଫାଏଡ ଅଟୋମେସନ ସିଷ୍ଟମକୁ ବିରୋଧ କରି ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଗୁରବାର ଦାବିପତ୍ର ପ୍ରଦାନ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା, ମାନ୍ୟବର ଶିକ୍ଷାମନ୍ତ୍ରୀ ଓ ଶିକ୍ଷା ଶଚିବଙ୍କ ଉଦ୍ଦେଶ୍ଯରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସ୍ତରରେ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନିହାର ରଞ୍ଜନ କହଁର ଓ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ରାମଚନ୍ଦ୍ର ନାହକ ଏହି ଦାବିପତ୍ର ଗ୍ରହଣ କରିଥିଲେ ।


ବିଦ୍ୟାଳୟର ମୌଳିକ ଆବଶ୍ୟକତା ଓ ଦାବି ପୂରଣ ନହେବା ଯାଏଁ ୟୁ ଏ ଏସ୍ କୁ ପ୍ରତ୍ୟାଖ୍ୟାନ କରିଥିବା ଦାବିପତ୍ରରେ ଉଲ୍ଲେଖ ଅଛି । ଶ୍ରେଣୀ ୱାରୀ ଶ୍ରେଣୀଗୃହ ଓ ଶିକ୍ଷକ ନିଯୁକ୍ତି, ପ୍ରତି ବିଦ୍ୟାଳୟକୁ କମ୍ପୁଟର ଯୋଗାଣ, ଡାଟା ନେଟୱାର୍କ ନିମନ୍ତେ ଅନୁଦାନ, ଗଣପୋଷାକ ଭତ୍ତା,ବିଭିନ୍ନ ବର୍ଗର ଶିକ୍ଷକଙ୍କ ଦରମାରେ ଥିବା ତାରତମ୍ୟ ଦୂରୀକରଣ, ପ୍ରତି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନିଯୁକ୍ତି ଆଦି ମୌଳିକ ଦାବି ଦିଗରେ ପଦକ୍ଷେପ ନେବା ନିମନ୍ତେ ଅନୁରୋଧ କରାଯାଇଛି ।

ଏଥିରେ ଏୟୁପିଟିଏଫ, ନୂତନ ପେନସନ, ଏକ୍ସ କ୍ୟାଡର, କନିଷ୍ଠ ଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକ ଓ ଏମ ଏଲ ଇ ଶିକ୍ଷକ ସଂଘ ଆଦି ସମସ୍ତ ବର୍ଗର ଶିକ୍ଷକ ସଂଘ ସାମିଲ ଥିଲେ । ଗତ ମଙ୍ଗଳବାର ଦିନ ରାୟଗଡ ଜିଲ୍ଲାର ସମସ୍ତ ବ୍ଲକ ସ୍ତରରେ ସଂପୃକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ସରକାର ବିହିତ ପଦକ୍ଷେପ ନନେଲେ ଏହା ରାଜ୍ୟ ସ୍ତରରେ ବିରାଟ ଆନ୍ଦୋଳନର ରୂପ ନେବ ବୋଲି ସମସ୍ତ ଶିକ୍ଷକ ସଂଘ ନେତୃବୃନ୍ଦ ପ୍ରକାଶ କରିଛନ୍ତି ।

ସମ୍ପୂର୍ଣ୍ଣତା ପାଇଁ ପଦ୍ମପୁର ଓ ମୁନିଗୁଡା ବ୍ଲକକୁ ସମ୍ମାନିତ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ଆକାଂକ୍ଷା ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱର ଲୋକସେବା ଭବନରେ ସମ୍ପୂର୍ଣ୍ଣତା ସମାରୋହ କାର୍ଯ୍ୟକ୍ରମରେ ଗତ ତା ୨୯/୦୭/୨୫ରିଖରେ ରାୟଗଡ଼ ଜିଲ୍ଲାର ପଦ୍ମପୁର ଓ ମୁନିଗୁଡା ବ୍ଲକକୁ ସମ୍ମାନିତ କରିଛନ୍ତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ l

ଆକାଂକ୍ଷା ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୬ଟି ସୂଚକାଙ୍କ ମଧ୍ୟରୁ ପଦ୍ମପୁର ବ୍ଲକ ୫ଟି ସୂଚକାଙ୍କରେ ଯଥା ଗର୍ଭବତୀଙ୍କ ମହିଳାଙ୍କ ପଞ୍ଜିକରଣ, ମଧୁମେହ ସ୍କ୍ରିନଂ, ଉଚ୍ଚ ରକ୍ତଚାପ, ମୃତିକା ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ, ବିଦ୍ୟାଳୟ ରେ ପୁସ୍ତକ ବଣ୍ଟନ ଆଦିରେ ସମ୍ପୂର୍ଣ୍ଣତା କରିଥିବାରୁ ଏବଂ ମୁନିଗୁଡା ବ୍ଲକ ୬ ଗୋଟି ସୂଚକଙ୍କରୁ ତିନୋଟିରେ ଯଥା ମଧୁମେହ ସ୍କ୍ରିନିଂ, ମୃତିକା କାର୍ଡ ବଣ୍ଟନ ଓ ବିଦ୍ୟାଳୟରେ ବହି ବଣ୍ଟନ କାର୍ଯ୍ୟ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଉପସ୍ଥିତିରେ ପଦ୍ମପୁର ବିଡ଼ିଓ ଶ୍ରୀ କୁରେଶ କୁମାର ଜାନିଙ୍କୁ ରୌପ୍ୟ ପଦକ ଏବଂ ମୁନିଗୁଡ଼ା ବିଡ଼ିଓ ଶ୍ରୀ କୃଷ୍ଣ ଚନ୍ଦ୍ର ଦଳପତିଙ୍କୁ ତାମ୍ର ପଦକରେ ସମ୍ମାନିତ କରିଥିଲେ l