ମାଦକ ଦ୍ରବ୍ୟ ଚୋରାଚାଲାଣ ରୋକିବା ଉପରେ ଜିଲ୍ଲାସ୍ଥରୀୟ ବୈଠକ ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ରାୟଗଡ଼ ଜିଲ୍ଲାରେ ବ୍ୟାପକ ମାଦକ ଦ୍ରବ୍ୟ ଧରପଗଡ଼ ଓ ଚୋରାଚାଲାଣ ହେଉଥିବାରୁ ଏହାକୁ ରୋକିବା ନିମନ୍ତେ ଜିଲ୍ଲାପାଳ ରାୟଗଡ଼ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ଅଧ୍ୟକ୍ଷତlରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏହା ସଂଯୁକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା l ରାୟଗଡ଼ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ କୁମାର ଓ ବନଖଣ୍ଡ ଅଧିକାରୀ ଶ୍ରୀ ଆନ୍ନାସାହେବ ଓହଲେ, ଉପଜିଲ୍ଲାପାଳ ଗୁଣୁପୁର ଶ୍ରୀ ଦୁଧlଲ ଅଭିଶେଖ ଦିଲ୍ଲୀପ ଉପସ୍ଥିତରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା l ବିଶେଷ କରି ଜିଲ୍ଲାରେ ମାଦକ ନିଷଦ୍ରବ୍ୟ ଗଂଜେଇ ଅବାଧ ଚାଷକୁ ରୋକିବା, ନିଶା ଦ୍ରବ୍ୟ ଅବାଧ କାରବାର ଓ ଚୋରା ଚାଲାଣ ସମ୍ପର୍କରେ ଗୁପ୍ତ ତଥ୍ୟ ପ୍ରଦାନ,ବିଦ୍ୟାଳୟ, ମହାବିଦ୍ୟାଳୟ ମାନଙ୍କ ଠାରେ ନିବାରଣ ଉପରେ ସଚେତନତାକୁ ପ୍ରତ୍ସାହ୍ନ କରିବା, ମାଦକ ଦ୍ରବ୍ୟ କାରବାର ବହୁଳ ଅଂଚଳ ମାନଙ୍କରେ ନିଷlଦ୍ରବ୍ୟ କ୍ଷତିକାରକ ବିଷୟରେ ଜନସଚେତନତା ସୃଷ୍ଟି କରିବା l ଉନୟନ କାର୍ଯ୍ୟକ୍ରମ ଗୁଡିକ କାର୍ଯ୍ୟ କାରୀ କରିବା l ବିଶେଷ କରି ଓଡିଶା ଜୀବିକା ସରକାରଙ୍କ ତରଫରୁ କାର୍ଯ୍ୟକ୍ରମ ଜରିଆରେ ଏହି ଅଂଚଳର ଲୋକମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ଉପରେ ଆଲୋଚନା କରାଯାଇଥିଲା l କୃଷି ବିଭାଗ, ଉଦ୍ୟାନ ବିଭାଗ ତରଫରୁ ଗଂଜା ଚାଷ ବଦଳରେ ସେହି ଅଂଚଳର ଲୋକଙ୍କୁ ଫଳ, ମକା ଓ ଅନ୍ୟ ଅର୍ଥକାରୀ ଫସଲ ଚାଷ ପାଇଁ ମଞ୍ଜି ଯୋଗାଇବା ଉପରେ ଜିଲ୍ଲାପାଳ ଶ୍ରୀ କୁଲକାର୍ଣ୍ଣି ଗୁରୁତ୍ୱ ଦେଇଥିଲେ l ଅବକାରୀ ବିଭାଗକୁ ସକ୍ରୀୟ ରହି ନିଶାଦ୍ରବ୍ୟ କାରବାର ରୋକିବା ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ସାହୁ, ଜିଲ୍ଲା କୃଷି ଅଧିକାରୀଙ୍କ ପ୍ରତନିଧି, ଉପନିର୍ଦ୍ଧେଶକ ଉଦ୍ୟାନ ବିଭାଗ ଶ୍ରୀ ଦୟାନିଧି ରାଉତ,ଜିଲ୍ଲା ଦକ୍ଷ୍ୟତା ଓ କର୍ମ ନିୟୋଜନ ଅଧିକାରୀ ସୁଶ୍ରୀ ସ୍ୱର୍ଣ ଲତା ରାଉତ, ଓ ଅନ୍ୟାନ୍ୟ ଅଧିକାରୀ ମlନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀଙ୍କ ତିନିଦିନିଆ ରାୟଗଡ ଜିଲ୍ଲା ଗସ୍ତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ ସମୀକ୍ଷା…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ, ଆଇ,ଏ, ଏସଙ୍କ ତିନିଦିନିଆ ରାୟଗଡ଼ ଜିଲ୍ଲା ଗସ୍ତ ଓ ସମୀକ୍ଷା କରିଛନ୍ତି l ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଓ ଉପଜିଲ୍ଲାପାଳ ଗୁଣୁପୁର ଶ୍ରୀ ଦୁଧlଲ ଅଭିଷେକ ଦିଲ୍ଲୀପଙ୍କ ଉପସ୍ଥିତରେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ l ଏହି ସମୀକ୍ଷା ବୈଠକରେ ବିଶେଷ କରି ସ୍ୱାସ୍ଥ୍ୟ ବିଭାଗର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗ୍ରାମୀୟ ନିର୍ମାଣ ବିଭାଗ ଦ୍ୱାରା କରାଯାଉଥିବା ସେତୁବନ୍ଧୁ ଯୋଜନା,ମହିଳା ଓ ଶିଶୁ ବିକାଶ ବିଭାଗ ସୁଭଦ୍ରା ଯୋଜନା, ପୋଷଣ ଓ ସମନ୍ୱିତ ଶିଶୁ ବିକାଶ ଯୋଜନା,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପିଏମ ଶ୍ରୀ ବିଦ୍ୟାଳୟ,ଜିଲ୍ଲା ମଙ୍ଗଳ ବିଭାଗର ହଷ୍ଟେଲ ସମସ୍ୟା,ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ଜନଜାତିଙ୍କ ବିକାଶ ଯୋଜନା, ସାମାଜିକ ସୁରକ୍ଷା ଓ ଭିନକ୍ଷମ ଶାସକ୍ତିକରଣ ବିଭାଗର , ଶକ୍ତି ବିଭାଗର ଗ୍ରାମୀଣ ବିଦ୍ୟୁତ କରଣ, ଯୋଗାଣ ବିଭାଗର ଧାନ ସଂଗ୍ରହ ପାଇଁ ଲକ୍ଷ ଧର୍ଯ୍ୟ, ମତ୍ସ୍ଯ ଓ ପ୍ରାଣୀସମ୍ପଦ ବିଭାଗ, ପଂଚାୟତରାଜ ଓ ଗ୍ରାମୀୟ ଜଳଯୋଗାଣ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ଆଦିର ଅଗ୍ରଗତି ଓ ସମସ୍ୟା ଉପରେ ସମୀକ୍ଷା କରିଥିଲେ l

ଏହା ପୂର୍ବରୁ ତା:୧୯-୦୮-୨୦୨୫ରିଖ ଦିନ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ, ଆଇ,ଏ, ଏସ୍, ପ୍ରଥମେ ରାୟଗଡ଼ା ଠାରେ ଥିବା ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରି ତାଲିମ ନେଉଥିବା ପିଲା ଙ୍କ ସହ କଥା ବାର୍ତ୍ତା କରିଥିଲେ ଏବଂ ଜିଲ୍ଲା ନିଯୁକ୍ତି ଅଧିକାରୀ ଙ୍କୁ ନିଯୁକ୍ତି ପାଇଲା ପରେ ପିଲା ଙ୍କ ତଥ୍ୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଜିଲ୍ଲାର ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ରାମନାଗୁଡା ଗୁଣୁପୁର ଓ ପଦ୍ମପୁର ବ୍ଲକର ବିଭିନ୍ନ ପ୍ରକଳ୍ପ ବିଶେଷ କରି ଗୁଣୁପୁର ଉପଖଣ୍ଡ ଚିକତ୍ସାଳୟ, ବିକଶିତ ଗ୍ରାମ ବିକଶିତ ଓଡିଶା ଯୋଜନାର ବିଭିନ୍ନ ପ୍ରକଳ୍ପ, ପ୍ରଧାନମନ୍ତ୍ରୀ ଜନମନ କାର୍ଯ୍ୟ, ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ତା,ମଧ୍ୟାହ୍ନ ଭୋଜନ, ହଷ୍ଟେଲ ସୁପରିଚାଳନା, ଅଙ୍ଗନବାଡି କେନ୍ଦ୍ରର ଶିଶୁ ପୋଷଣ,ଅମୃତ ସରବର, ଆକାଂକ୍ଷା ହାଟ,ପିସି କଲଚର ଓ ସୁଭଦ୍ରା ଯୋଜନା ଉପରେ ଅନୁଧ୍ୟାନ କରିଥିଲେ l ପ୍ରଥମେ ଚାଟିକଣା ଠାରେ ଥିବା ଡଙ୍ଗରିଆ ସାଲ୍ ତାଲିମ୍ କେନ୍ଦ୍ର ଯାଯାବର ପରିଦର୍ଶନ କରି ଡଙ୍ଗରିଆ କନ୍ଧ ମା ମାନଙ୍କ କଥା ବାର୍ତ୍ତା ହେବା ସହ ସେମାନଙ୍କ ବ୍ୟବସାୟ କେମିତି ଚାଲିଛି ପଚାରି ବୁଝିଥିଲେ । ତାପରେ ଓରମାସର ତେନ୍ତୁଳି ପ୍ରୋସେସିଂ ୟୁନିଟ ଓ ସପୁରି ପ୍ରସେସିଂ ୟୁନିଟ ପରିଦର୍ଶନ କରି ଏହାକୁ କିପରି ଅଧିକ ରୁ ଅଧିକା ୟୁନିଟ ଖୋଲା ଯିବା ତା ଉପରେ ଆଲୋକପାତ କରିଥିଲେ ଏବଂ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ । ଏହା ପରେ କୁଲି ପଞ୍ଚାୟତ ର ଖମ୍ବେଶି ଗ୍ରାମ କୁ ପରିଦର୍ଶନ କରି ନୂତନ ଭାବେ ନିର୍ମାଣ ଚାଲିଥିବା ପ୍ରଧାନମନ୍ତ୍ରୀ ଜନମ ଘର ଗୁଡ଼ିକୁ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ l ବିଷମକଟକ ବ୍ଲକର ଥୁଆପଡ଼ି ଠାରେ ଥିବା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ଏହା ପରେ ରାୟଗଡ଼ା ସଦର ବ୍ଲକ କୁ ଗସ୍ତ କରି କୁଲି ପଞ୍ଚାୟତରେ ଥିବା ଶିଶୁ ଉଦ୍ୟାନ ଏବଂ କଲ୍ୟାଣ ମଣ୍ଡପ ପରିଦର୍ଶନ କରିଥିଲେ l

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ…!

!!! ରାୟଗଡ଼ ଜିଲ୍ଲା ଗୁଡ଼ାରି ବ୍ଲକ ପ୍ରତିନିଧି ନୀଳାଦ୍ରି ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଡାରୀ)- ଗୁଡ଼ାରି ଗାନ୍ଧୀଛକରୁ ପଦଯାତ୍ରା ରେ ବାହାରି ଗୋଷ୍ଠୀ ଶିକ୍ଷା ଅଧିକାରୀ ମିଶ୍ରାଣୀ କୁମ୍ଭାର ଙ୍କୁ ମିଳିତ ଶିକ୍ଷକ ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ ଓଡ଼ିଶା, ଜିଲ୍ଲା ଓ ଶିକ୍ଷା ଅଧିକାରୀଙ୍କୁ ରାୟଗଡ଼ା ଗୁଡାରି ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ବାରା ଦାବିପତ୍ର ପ୍ରଦାନ କରାଯାଇଛି l

ଗୁଡାରି ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମୌଳିକ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ୟୁନିଫାଇଡ ଅଟୋମେସନ ସିଷ୍ଟମକୁ ପ୍ରତ୍ୟାହାର କରାଯାଇଛି । ସ୍ଥାୟୀ ସଭାପତି ସୁଭାଷ ଚନ୍ଦ୍ର ଗୌଡ଼, ଏକ୍ସ କ୍ୟାଡର ସଭାପତି ମାନସ କୁମାର ନନ୍ଦ, ଉପଦେଷ୍ଟା କୃଷ୍ଣଚନ୍ଦ୍ର ସେନାପତି, ଦୁର୍ଗା ପ୍ରସାଦ ପାଣିଗ୍ରାହୀ ମିଳିତ ଶିକ୍ଷକ ମଞ୍ଚର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

ସରକାରଙ୍କ ଏନଏସି ଘୋଷଣା ନାମାରେ ମୁନିଗୁଡ଼ା ନଥିବାରୁ ଆନ୍ଦୋଳନ ପାଇଁ ନିଷ୍ପତି…!

ଏଥର ସମ୍ଭାଳ ବ୍ୟୁରୋ(ମୁନିଗୁଡା)- ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ,ରାଜ୍ୟ ସରକାର ମୁନିଗୁଡାକୁ ଏନଏସି ତାଲିକାରୁ ବାଦ ଦେବାକୁ ନେଇ ସୋମବାର ଅପରାହ୍ନରେ ସ୍ଥାନୀୟ କନିକା ପରମେଶ୍ୱରୀ ମନ୍ଦିର ପରିସରରେ ମୁନିଗୁଡା ପ୍ରଗତି ମଞ୍ଚ ତରଫରୁ ପ୍ରଗତି ମଞ୍ଚର ସଭାପତି ସିଏଚ. ଗଣେଶ୍ୱର ରାଓ ଓ ସମ୍ପାଦକ ସିମାଞ୍ଚଳ ପଣ୍ଡାଙ୍କ ମିଳିତ ସଂଯୋଜନାରେ ମୁନିଗୁଡାରସ୍ରମସ୍ତରାଜନୈତିକ,ଧାର୍ମିକ,ସାମାଜିକ ଅନୁଷ୍ଠାନ,କ୍ଳବ ଓ ବ୍ୟବସାୟୀ ସଙ୍ଘ,ବିଭିନ୍ନ ଯୁବଗୋଷ୍ଠୀ ଓ ଜନସାଧାରଣ ମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ବର୍ତମାନ ରାଜ୍ୟ ସରକାର ୧୨ଟି ନୂତନ ଏନଏସି ଘୋଷଣା କରିଛନ୍ତି। ଦୁଃଖ ପରିତାପର ବିଷୟ ପୂର୍ବରୁ ସରକାର ମୁନିଗୁଡାକୁ ଏନଏସି ଘୋଷଣା ତାଲିକାରେ ରଖିଥିବା ସତ୍ୱେ ବର୍ତମାନ ସେହି ତାଲିକାରୁ ମୁନିଗୁଡା ବାଦ ପଡିଛି। ତେଣୁ ମୁନିଗୁଡାର ସ୍ୱାଭିମାନ ରକ୍ଷା କରି ସମସ୍ତଙ୍କୁ ଆଗକୁ ଆସି ଆଗାମୀ ଦିନରେ କିଭଳି ପଦକ୍ଷପ ନିଆଯିବ ସେନେଇ ଆଲୋଚନା କରାଯାଇଥିଲା। ଯେପର୍ଯ୍ୟନ୍ତ ମୁନିଗୁଡାକୁ ଏନଏସି ଘୋଷଣା କରାନଯିବ ସେପର୍ଯ୍ୟନ୍ତ ସହରବାସୀଙ୍କ ତରଫରୁ ଆନ୍ଦୋଳନ ଜାରି ରହିବ ଏବଂ ବୁଧବାର ଦିନ ମୁନିଗୁଡାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସମେତ ସମସ୍ତ ଦୋକାନ ବଜାର ଓ ଅଖଚକ ୧୨ଘଣ୍ଟିଆ ବନ୍ଦ ରହିବା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସାହୁହିକ ଭାବେ ମତ ପ୍ରକାଶ ପାଇଥିଲା l

ଏଥିସହ ଏକ ପ୍ରତିନିଧି ମଣ୍ଡଳ ଭୁବନେଶ୍ୱର ଯାଇ ସେଠାରେ ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ,ବିଜେପି ରାଜ୍ୟ ସଭାପତି ସହ ସମ୍ପୃକ୍ତ ବିଭାଗର ସଚିବଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବା ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି l ଉକ୍ତ ବୈଠକରେ ମୁନିଗୁଡା ପ୍ରଗତି ମଞ୍ଚର ସହ ସମ୍ପାଦକ ମନୋରଞ୍ଜନ ଦଳାଇ,ନନ୍ଦ କିଶୋର ପଟ୍ଟନାୟକ,ବଣିକ ସଙ୍ଘର ସଭାପତି ଚିନ୍ତାମଣି ସାହୁ,ବିକାଶ ପରିଷଦର ସଭାପତି ଘନଶ୍ୟାମ ମାର୍ଥା,ବିଜେପିର ଓବିଶି ମୋର୍ଚା ଉପ ସଭାପତି ରାମଚନ୍ଦ୍ର ବେହେରା,ବିଜେପି ବିଧାୟକ ପ୍ରାଥୀ ଜଗନ୍ନାଥ ନୁନ୍ଦ୍ରୁକା,ବିଜେଡି ବ୍ଲକ ସଭାପତି ରତନ ଲାଲ ଜୈନ,କଂଗ୍ରେସ ବ୍ଲକ ସଭାପତି ନୀଳାମ୍ବର ବିଭାର,ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ବ୍ରହ୍ମାନନ୍ଦ ଆଚାରୀ,ରାମକୃଷ୍ଣ ପଣ୍ଡା,ବୁଦ୍ଧିଜୀବୀ ତରଣୀ ଚୌଧୁରୀ,କେ. ସତ୍ୟନାରାୟଣ ରାଓ, ମୀନକେତନ ଷଡ଼ଙ୍ଗୀ,ମହମ୍ମଦ ଆୟୁବ,ଜାମି ମହେଶ,ବଳରାମ ନାୟକ,ବିଦ୍ୟାଧର ଦାସ,ଦେବେନ୍ଦ୍ର ବେହେରା,ପ୍ରଦୀପ ପତିଛା,ବାଲିଜୀ ପାତ୍ର,ସୁଦାମ ପଣ୍ଡା,ନରେଶ ପାତ୍ର ପ୍ରମୁଖ ଶତାଧିକ ବ୍ୟକ୍ତିଙ୍କ ସମେତ ମୁନିଗୁଡାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୈଠକରେ ବିଶେଷ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ନିଜ ନିଜର ମତ ପ୍ରକାଶ କରିଥିଲେ l

ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ସଚିବଙ୍କ ଗୁଣପୁର ଗସ୍ତ…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ଜଳ ଯୋଗାଣ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ, ଆଇ,ଏ,ଏସ ଗୁଣପୁର ଉପଖଣ୍ଡର ଗୁଣପୁର ଓ ପଦ୍ମପୁର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ । ସଚିବ ଶ୍ରୀ ଗିରିଶ ଗୁଣପୁର ପହଁଚି ପ୍ରଥମେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ପ୍ରିଦର୍ଶନ କରି ରୋଗୀଙ୍କ ସହ ସ୍ୱାସ୍ଥ୍ୟ ସେବା ବିଷୟରେ ପଚାରି ବୁଝିଥିଲେ । ଡାକ୍ତର ମାନଙ୍କ ସହ ଚିକିତ୍ସାଳୟର ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ପଚାରି ବୁଖିଥିଲେ । ନୂତନ ଭାବେ ନିର୍ମାଣ ଚାଲିଥିବା କୋଠା ତୁରନ୍ତ ସାରିବାକୁ ନିର୍ଦ୍ଧେଶ ଦେଇଥିଲେ । ପରେ ଗୁଣପୁର ବ୍ଲକ ସିନାସାରି ଓ କୁଲୁସିଂ ଗ୍ରାମକୁ ଯାଇ ସେଠାରେ ବିକଶିତ ଗ୍ରାମ ବିକଶିତ ଓଡିଶା ମାଧ୍ୟମରେ ଚାଲିଥିବା ଗୃହ ଗୁଡିକ ଦେଖିଥିଲେ ଓ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ।

କୁଲୁସିଂ ଅଞ୍ଚଳରେ ଚାଲିଥିବା ପ୍ରଧାନମନ୍ତ୍ରୀ ଜନମନ କାର୍ଯ୍ୟର ତଦାରଖ କରିଥିଲେ । ଗ୍ରାମବାସୀଙ୍କ ସହ ଆଲୋଚନା ମାଧ୍ୟମରେ ସରକାରଙ୍କ ସମସ୍ତ ସୁବିଧା ପାଉଛନ୍ତି ନା ନାହିଁ ସେବିଷୟରେ ପଚାରି ବୁଝିଥିଲେ । ପୁଟାସିଂ ସରକାରୀ ଉଚ୍ଚ ବିଦ୍ୟାଳୟ (SSD) ଯାଇ ଛାତ୍ର ଛାତ୍ରୀଙ୍କ ସହ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟଶୈଳୀ ଓ ଶିକ୍ଷାଦାନ ଉପରେ ପଚାରି ବୁଝିଥିଲେ । ମଧ୍ୟାହ୍ନ ଭୋଜନ, ପରିବେଶ ଭିତ୍ତିକ ଶିକ୍ଷା, ହଷ୍ଟେଲ ସୁପରିଚାଳନା, ଆଦି ଉପରେ ଗୁରୁତ୍ୱ ଦେବାକୁ ଶିକ୍ଷକ ମାନଙ୍କୁ ତାଗିଦ କରିଥିଲେ । ରିଜିଙ୍ଗତାଳ ଗ୍ରାମକୁ ଯାଇ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ । ଶିଶୁ ମାନଙ୍କୁ ପୋଷଣ ଖାଦ୍ୟ ଦିଆଯାଉଛି ନା ନାହିଁ ପଚାରି ବୁଝିଥିଲେ । ଶିଶୁମାନଙ୍କ ଶିକ୍ଷା ଦାନ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ । ସଚିବଙ୍କ ଗସ୍ତ ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାର, ସହକାରୀ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା, ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ସେଠାରୁ ଫେରିବା ପରେ ପଦ୍ମପୁର ବ୍ଲକର ପଦ୍ମପୁର, ଖମପଦର, ଡିବିରିସିଂ, ଆଦି ଅଞ୍ଚଳ ଗସ୍ତ କରିଥିଲେ । ପଦ୍ମପୁର ଖମପଦରରେ ନିର୍ମାଣ ଚାଲିଥିବା ଅମୃତ ସରୋବର ପରିଦର୍ଶନ କରି ପାରିପାର୍ଶିକ ଉନ୍ନୟନ କାର୍ଯ୍ୟ ସାରିବାକୁ ପରାମର୍ଶ ଦେଇଥିଲେ । ପିସୁ କଲଚର ଚାଷ ଉପରେ ଗୁରୁତ୍ୱ ଦେବାକୁ ଗ୍ରାମବାସୀଙ୍କୁ ଉତ୍ସାହତ କରିଥିଲେ ।

ପଦ୍ମପୁରର ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ଆକାଂକ୍ଷା ହାଟ ପରିଦର୍ଶନ କରି ଖୁସିବ୍ୟକ୍ତ କରିଥିଲେ । ସେଠାରେ ମା ମାନଙ୍କ ସହ ସୁଭଦ୍ରା ଯୋଜନାରେ ଉପକୃତ ହେଉଥିବା ବିଷୟରେ ଆଲୋଚନା କରିଥିଲେ । ସେଠାରୁ ଡିବିରିସିଂ ଗ୍ରାମକୁ ଯାଇ ଅନ୍ତଦୋୟ ଘର ଯୋଜନାରେ ଘର ପାଇଥିବା ହିତଧକାରୀଙ୍କ ସହ ଆଲୋଚନା କରିଥିଲେ । ତୁରନ୍ତ ଘର କାର୍ଯ୍ୟ ସରିଲେ ସରକାରଙ୍କ ଦ୍ଵାରା ଅଧିକ ଆର୍ଥିକ ପ୍ରଦାନ କରାଯିବ ବୋଲି କହିଥିଲେ । ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶୁ ଜାନି ସଚିବଙ୍କ ସହ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋକପାତ କରିଥିଲେ ।

ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ….!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ)- ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଚନ୍ଦ୍ରପୁର ବ୍ଲକସଦର ମହକୁମାସ୍ଥିତ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରୋକ୍ଷୀ ଅଧିକ୍ଷକ ଏସ ସ୍ୱାତୀ କୁମାର, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ତ୍ୟ ଅଧିକାରୀ ଡାକ୍ତର ଵି ସରୋଜିନୀ ଦେବୀ, ଚନ୍ଦ୍ରପୁର ସମିତି ଅଧ୍ୟକ୍ଷ ଶ୍ରୀ କୟାନ କିମ୍ଵାକା,ଚନ୍ଦ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ,ସୌମ୍ୟ କାନ୍ତ ବାଙ୍ଗଳା, ତହସିଲଦାର ସୁନୀଲ କୁମାର ପ୍ରଧାନ ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ l

ଆଜି ମୋଟ ୩୯ଟି ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିଥିଲେ l ସେଥି ମଧ୍ୟରୁ୨୧ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୮ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ବିଶେଷ କରି ଆବାସ ଯୋଜନାରେ ଘର, ସ୍ବାସ୍ଥ୍ୟଗତ ସମସ୍ୟା, ଜମାଜମା, ପାରିବାରିକ ସମସ୍ୟା ,ଜଳସେଚନ, ଭତ୍ତା, ରାସ୍ତା ନିର୍ମାଣ, ଅଙ୍ଗନବାଡି ଗୃହ ନିର୍ମାଣ ସହ ଅନ୍ୟାନ୍ୟ ସମସ୍ୟା ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଏହି ଅଭିଯୋଗ ଶିବିରରେ ୫ଜଣକୁ ୫୧ହଜାର ଟଙ୍କା ରେଡ଼କ୍ରସରୁ ଜିଲ୍ଲାପାଳ ସହାୟତା ପ୍ରଦାନ କରିଥିଲେ l, ଏହି ଶିବିରରେ ଜିଲ୍ଲା ସ୍ତରିୟ ଓ ବ୍ଲକସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ଫଇସଲା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଓଡିଶା ଜୀବିକା ମିଶନ ମହିଳା ମାନଙ୍କ ନିମନ୍ତେ ମୁଢି ମିଲ ଉଧଘାଟନ କରିଥିବା ବେଳେ ଉଦ୍ୟାନ ବିଭାଗ ତରଫରୁ ଚାରା ବଣ୍ଟନ କରିଥିଲେ l

ଜେ॰କେ॰କାଗଜ କଳ ରାୟଗଡା ର ପାରିପାର୍ଶ୍ଵିକ ଉନ୍ନୟନ କାର୍ଯ୍ୟକ୍ରମ ତରଫରୁ ଜେକେପୁର ବଜାର ରେ ଏକ ନୂତନ ଶୌଚାଳୟ ଲୋକାର୍ପିତ

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ସ୍ୱଚ୍ଛ ଭାରତ ପଦକ୍ଷେପ ଅନ୍ତର୍ଗତ ପରିଛନତା ର ବିକାଶରେ ଜେ କେ କାଗଜକଳ ତରଫରୁ ଜେକେପୁର ମାର୍କେଟ ରେ ଏକ ଶୌଚାଳୟ ପରିସର ର ନିର୍ମାଣ କରାଯିବା ସହ ଏହାକୁ ୧୫ ଅଗଷ୍ଟ ୨୦୨୫ରେ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରି ଜନସାଧାରଣ ଙ୍କ ନିମନ୍ତେ ଲୋକାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜେ କେ କାଗଜକଳ ର ଶ୍ରୀଯୁକ୍ତ ଜି.ଏସ୍. ପଟ୍ଟନାୟକ (ଜିଏମ -କ୍ୱାଲିଟି କଣ୍ଟ୍ରୋଲ) ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଶ୍ରୀମତୀ ସ୍ମୃତିରେଖା କର, (ପରିଚାଳିକା ପିଆର ଏବଂ ସିଏସଆର) ଏବଂ ଶ୍ରୀଯୁକ୍ତ ରାମୁଲୁ ପେଦେନ୍ତି, (ସରପଞ୍ଚ ଚାନ୍ଦିଲି ଗ୍ରାମପଂଚାୟତ) ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଉଦଘାଟନୀ ଉତ୍ସବରେ ସ୍ଥାନୀୟ ମାର୍କେଟ ପରିସର ବ୍ୟବସାୟୀ ଏବଂ ଜେକେପୁର ର ଜନସାଧାରଣଙ୍କ ସମେତ କାଗଜକଳ ର ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।

ସାଧାରଣ ଲୋକଙ୍କ ପାଇଁ ଦୈନନ୍ଦିନ ବ୍ୟବହାର ପାଇଁ ଶୌଚାଳୟ ନଥିବାରୁ ଏବଂ ଶୌଚାଳୟ ସୁବିଧାର ଅଭାବ ଯୋଗୁଁ ଲୋକମାନେ ଖୋଲାରେ ମଳମୂତ୍ର କରୁଥିବାରୁ ସ୍ଥାନୀୟ ଦୋକାନୀ ସମ୍ପ୍ରଦାୟ, ବ୍ୟବସାୟୀ ଏବଂ ବରିଷ୍ଠ ନାଗରିକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେଣୁ ସ୍ଥାନୀୟ ଜନସାଧାରଣ ଙ୍କ ସୁବିଧା ଏବଂ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଜେକେ କାଗଜକଳ ତରଫରୁ ଏହି ଶୌଚାଳୟ ର ନିର୍ମାଣ କରାଯାଇଥିଲା । ବଜାର ସଂଘର କର୍ମକର୍ତା , ବ୍ୟବସାୟୀ ଗଣ, , ଗଣମାଧ୍ୟମ ପ୍ରତିନିଧି , ବରିଷ୍ଠ ନାଗରିକ ଏବଂ ସ୍ଥାନୀୟ ଜନସାଧାରଣ ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ଏବଂ ଜେକେ ପେପର ମିଲ୍ସର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହି ପ୍ରକଳ୍ପକୁ ବାସ୍ତବରେ ପରିଣତ କରିବାରେ ସାମିଲ ଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

ଗୁଣପୁର ଠାରେ ୭୯ ତମ ସ୍ଵାଧୀନତା ଦିବସ ମହା ଆଡମ୍ବର ସହକାରେ ପାଳନ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର)- ଗୁଣପୁର ଉପଖଣ୍ଡ ସଦର ମହକୁମା ଠାରେ ୭୯ ତମ ସ୍ବାଧୀନତା ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆୟୋଜିତ ସମ୍ମିଳିତ ପ୍ୟାରେଡ଼ରେ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଶ୍ରୀ ଦୁଧାଳ ଅଭିଷେକ ଦିଲୀପ ମୁଖ୍ୟ ଅତିଥ୍‌ ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରି ଅମୃତ ଭାରତ ଗଠନ ନିମନ୍ତେ ଶିକ୍ଷା,ସମୃଦ୍ଧି ଉନ୍ନତମାନର ହେବା ଆବଶ୍ୟକ ଏବଂ ଆମ ଦେଶ ପାଇଁ ସ୍ଵାଧୀନତା ଆଣିଥିବା ସଂଗ୍ରାମୀ ମାନଙ୍କୁ ହୃଦୟରେ ରଖିବା ସହ ସେମାନଙ୍କୁ ସଲାମି ଦେବା କଥା ବୋଲି ନିଜ ଅଭିଭାଷଣରେ ରେ କହିଥିଲେ। ସମ୍ମାନିତ ଅତିଥି ଓ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ଗୁଣପୁର ଭାରତୀୟ ସଂରକ୍ଷିତ ବାହିନୀ କମାଣ୍ଡାଣ୍ଡ ଶ୍ରୀ ବ୍ରଜ ମୋହନ ନାୟକ , ଡେପୁଟି କମାଣ୍ଡାଣ୍ଡ ଶ୍ରୀ ରମେଶ ଚନ୍ଦ୍ର ମହାଲିକ , ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ଗୁଣପୁର ଆଦର୍ଶ ଥାନା ଅଧିକାରୀ କେ. କେ. ବି. କେ. କହଁର , ବନଖଣ୍ଡ ଅଧିକାରୀ ଶ୍ରୀ ଗଙ୍ଗାଧର ମିଶ୍ର , ଅତିରିକ୍ତ ତହସିଲଦାର ଶ୍ରୀ ଗଙ୍ଗାଧର ବେହେରା , ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ , ଅଗ୍ନିଶମ ବିଭାଗ ର କେନ୍ଦ୍ରାଧିକାରି ଶ୍ରୀ ରଜନୀ କାନ୍ତ ଗୌଡ ପ୍ରମୁଖ ମଞ୍ଚାସୀନ ଥିଲେ।

ପ୍ୟାରେଡ଼ରେ ସମୁଦାୟ ୨୬ ଗୋଟି ପ୍ଲାଟୁନ୍ ଅଂଶ ଗ୍ରହଣ କରିଥିଲେ। ଏଥି ମଧ୍ୟରେ ବେଷ୍ଟ ଏନ୍. ସି. ସି ସିନିଅର ପ୍ୟାରେଡ୍ ରେ କମନ୍ ଏନ୍ ସି ସି ଗାନ୍ଧୀ ବିଶ୍ଵ ବିଦ୍ୟାଳୟ ପ୍ରଥମ , ଗୁଣପୁର ମହା ବିଦ୍ୟାଳୟ ଦ୍ଵିତୀୟ, ଜୁନିଅର ଏନ୍ ସି ସି ରେ ଜୁନିଅର ରେଡ୍ କ୍ରସ୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ, ବାଳକ ଏନ୍ ସି ସି ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଣପୁର ଦ୍ଵିତୀୟ ଓ ସିଭିଲିଆନରେ ଏକଲବ୍ୟ ଗର୍ଲସ୍ ସିଭିଲନ୍ ପ୍ରଥମ, ଗର୍ଲସ୍ ସିଭିଲିଅନ୍ ବିଦ୍ୟାନିକେତନ ପବ୍ଲିକ ସ୍କୁଲ ଦ୍ଵିତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ପ୍ରଶାସନ ପକ୍ଷରୁ ଅୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ ବିଜେତା ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହ ମାଁ ପାଇଁ ଗଛ ଟିଏ ଏ ଚିନ୍ତା ଧାରା କୁ ଉଚ୍ଚତର କରିବା ପାଇଁ ବୃକ୍ଷରୋପଣ ନିମନ୍ତେ ଗୋଟିଏ ଲେଖାଏଁ ଚାରା ମଧ୍ୟ ପ୍ରଦାନ କରାଯାଇଥିଲା । ସ୍ବାଧୀନତା ଦିବସ ନିମନ୍ତେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଭୋର ୫ଟାରୁ ରାମଧୁନ ପ୍ରଚାର, ୫:୩୦ ରୁ ପ୍ରଭାତଫେରି ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥ୍ ଗୁଣପୁର ଉପଜିଲ୍ଲାପାଳ , ଗୁଣପୁର ପୌର ପରିଷଦ ଅଧ୍ଯକ୍ଷା, ଉପାଧ୍ଯକ୍ଷ ପ୍ରମୁଖ ସକାଳ ୭ଘଟିକାରେ ସହରରେ ସ୍ଥାପିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉପଖଣ୍ଡସୂଚନା ଓ ଲୋକ ସମ୍ପର୍କ ଅଧୂକାରୀ ଧନଞ୍ଜୟ ବେହେରା, ଅନନ୍ତ ପାତ୍ର, ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ ଓ କନିଷ୍ଠ ସହାୟକ ଅନନ୍ତ କୁମାର ପାତ୍ର ଓ ସୋମନାଥ ଗମାଙ୍ଗ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।

ଘର ଘର ତ୍ରିରଙ୍ଗା ଉପଲକ୍ଷେ ଗଣଦୌଡ଼ ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼ା)-  ରାୟଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଆଜ ଗୁରୁବାର ଘରେ ଘରେ ତ୍ରିରଙ୍ଗା ଅଭିଯାନ ଉପଲକ୍ଷେ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏଥି ନିମନ୍ତେ ସ୍ଥାନୀୟ ରିଳା୍ୟାନ୍ସ ପେଟ୍ରୋଲ ପମ୍ପ ଠାରୁ ବାହାରି କାଟିଲାଗୁଡା ତରଣୀ ମନ୍ଦିର ପର୍ଯ୍ୟନ୍ତ ଗଣଦୌଡ଼କୁ ମାନ୍ୟବର ରାୟଗଡ଼ ବିଧାୟକ ଶ୍ରୀଯୁକ୍ତ ଅlପ୍ପlଲ ସ୍ୱାମୀ କାଡ୍ରାକା, ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା ପ୍ରମୁଖ ଯୋଗଦେଇ ଶୁଭାରମ୍ଭ କରିଥିଲେ l ପ୍ରତ୍ୟକ ନାଗରିକଙ୍କ ମଧ୍ୟରେ ଦେଶ ପ୍ରେମ ଜାଗ୍ରତ କରିବା ମୂଳ ଲକ୍ଷ ବୋଲି ମାନ୍ୟବର ବିଧାୟକ ଶ୍ରୀ କାଡ୍ରlକା କହିଥିବା ବେଳେ ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି କହିଲେ ଯେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ହେଉଛି ସ୍ଥିର ଦେଶପ୍ରେମ ଜାଗ୍ରତ କରିବା, ନାଗରିକ ଗର୍ବକୁ ପ୍ରୋତ୍ସାହିତ କରିବା ଏବଂ ଆମର ଗଣତନ୍ତ୍ର ଏବଂ ସ୍ୱାଧୀନତାର ଏକ ଜୀବନ୍ତ ପ୍ରତୀକ ଭାବରେ ତିରଙ୍ଗାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା l

ଏହି କାର୍ଯ୍ୟକ୍ରମ କ୍ରମରେ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ବର୍ଗର ଅଂଶଗ୍ରହଣ କରି ରିଳା୍ୟାନ୍ସ ପେଟ୍ରୋଲ ପମ୍ପ ଠାରୁ କଟଲାଗୁଡା ତାରିଣୀ ମନ୍ଦିର ପର୍ଯ୍ୟନ୍ତ ୪କିଲୋମିଟର ଦୂର ଦୌଡ଼ିଥିଲେ l ପୁରୁଷ ବର୍ଗର ଓ ମହିଳା ବର୍ଗର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବ୍ୟକ୍ତିଙ୍କୁ ଆସନ୍ତା ସ୍ୱାଧୀନତା ଦିବସ ଦିନ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ l ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅlଲେନୁର, ଜିଲ୍ଲାସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଖେଳ ଶିକ୍ଷକ ପ୍ରଶାନ୍ତ ନାୟକ, ରୀତାରାଣୀ ମିଶ୍ର, ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକ ମାନେ ପରିଚାଳନା କରିଥିଲେ l

ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼ା)- ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଅଭିଯାନ ଉପଲକ୍ଷେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼, ସରସ୍ଵତୀ ରାୟ ଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭଯାତ୍ରା ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଏନ୍. ସି.ସି, ରେଡ୍ କ୍ରସ୍ ଓ ଏନ୍. ଏସ୍. ଏସ ର ତତ୍ତ୍ଵାବଧନରେ ବିଭିନ୍ନ ଦେଶାତ୍ମକ ସ୍ଲୋଗାନ ସହ ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ପି.ଅରୁଣ କୁମାର , ଟି.ଜ୍ୟୋତି, ସୁବ୍ରତ ପ୍ରଧାନ, ଲେଫ୍ଟନାଣ୍ଟ ଉଦୟ ନାଏକ ,ରମେଶ ହୁଇକା, କେ.କେ ଯାନି, ଭବେସ ମହାନ୍ତି, ପ୍ରିୟଦର୍ଶିନୀ ବଳ , ଟିକେଶ୍ୱର ମାଝୀ, ଶଙ୍କର ପେଦୁରୁ, ମୋନାଲିସା ପାଣିଗ୍ରାହୀ ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀ, ତଥା ଏକ ହଜାର ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଜାତୀୟ ପତାକା ଧରି ସାମିଲ ହୋଇଥିଲେ ।

କାର୍ଯ୍ୟକ୍ରମ ରେ ୧୦୦ ମିଟର ର ଏକ ଜାତୀୟ ପତାକା ସାମିଲ କରାଯାଇଥିଲା । ଏହି ଶୋଭାଯାତ୍ରା ମହାବିଦ୍ୟାଳୟର ମୂଖ୍ୟ ଫାଟକ ରୁ ବାହାରି ରିଙ୍ଗ ରୋଡ, ୟୁ. ଜି, ଏମ. ଆଇ.ଟି, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଚାଲିଥିଲା । ଏହା ପୂର୍ବରୁ ମହାବିଦ୍ୟାଳୟ ପରିସରରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ସୁସ୍ଥ ସମାଜ ଓ ନିଶା ମୁକ୍ତ ଭାରତ ଗଠନ ଉଦ୍ଧେଶ୍ୟରେ ନିଶା ନିବାରଣ ପାଇଁ ଶପଥ ପାଠ କରିଥିଲେ ।