ଶେଷ ହେଲା ଖରିଫ ଧାନ ପଞ୍ଜୀକରଣ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ) – ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି ।୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି । ଗତ ବର୍ଷ ୧୭ ଲକ୍ଷ ୫୦ ହଜାର ୪୬୨ ଚାଷୀ ପଞ୍ଜୀକରଣ କରିଥିଲେ । ତେବେ ଜୁଲାଇ ୧୯ ତାରିଖରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୨୫ ତାରିଖରେ ଏହା ଶେଷ ହୋଇଛି । ନଭେମ୍ବର ପହିଲାରୁ ଧାନ କିଣା ଆରମ୍ଭ ହେବ । ସୋମବାର ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ, ଚାଷୀ ପଞ୍ଜୀକରଣରେ ଓଡ଼ିଶା କଲା ସର୍ବକାଳୀନ ରେକର୍ଡ଼ । ସୋମବାର ସୁଦ୍ଧା ୧୮ ଲକ୍ଷ ୫୦ ହଜାର ୯୮୩ ଜଣ ଚାଷୀ ପଞ୍ଜୀକରଣ କରିଥିଲେ । ସୋମବାର ଥିବା ଚାଷୀ ପଞ୍ଜୀକରଣର ଶେଷ ଦିନ । ସେହିଭଳି ମନ୍ତ୍ରୀ ଆହୁରି କହିଥିଲେ ଯେ, ମିଡିଲ ମ୍ୟାନ ଫାଇଦା ନ ନେବାକୁ e-kyc ଲାଗୁ କଲୁ । କିନ୍ତୁ ପରେ କିଛି ସମସ୍ୟା ଉପୁଜିବାରୁ ସେଲ୍ଫ ଡିକ୍ଲାରେସନ ବ୍ୟବସ୍ଥା କଲୁ । ଯେଉଁଥି ପାଇଁ ଚାଷୀ ଅଧିକ ପଞ୍ଜୀକରଣ କରିଛନ୍ତି ବୋଲି ମନ୍ତ୍ରୀ କହିଥିଲେ।

ପରିବହନ ବିଭାଗ ତରଫରୁ ଗାଡି ତଲାସୀ ଓ ସଚେତନତା କାର୍ଯ୍ୟକ୍ରମ । ପିଲାଙ୍କୁ ଗାଡି ନଦେବାକୁ ଅପିଲ ପିଲା ଭୁଲ କଲେ ଅଭିଭାବକ ଗଣିବେ ତଣ୍ଡ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ) – ଅଦ୍ୟ ତା ୨୬-୦୮-୨୦୨୫ରିଖ ଦିନ ରାୟଗଡ ଜିଲ୍ଲା ପରିବହନ ବିଭାଗ ତରଫରୁ ଗୁଣପୁର ମହାବିଦ୍ୟାଳୟ, ବାଇପାସ ଛକଠାରେ ୧୮ବର୍ଷରୁ କମ ବୟସର ପିଲାମାନେ ଗାଡି ଚଳାଉଥିବା ସମୟରେ ଯାଞ୍ଚ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପିଲା ଅପେକ୍ଷା ବାପାମାଆ ସଚେତନ ହେବା ଆବଶ୍ୟକ । ପିଲାଙ୍କୁ ଗାଡି ଦେବା ପୂର୍ବରୁ ଜନ୍ମ ତାରିଖ ଯାଞ୍ଚ କରନ୍ତୁ । ସାବାଳକ ହୋଇ ନ ଥିଲେ ଗାଡି ଦିଅନ୍ତୁ ନାହିଁ । ଯଦି ଭାବପ୍ରବଣ ହୋଇ ପୁତ୍ର ମୋହରେ ଗାଡି ଚାବି ଦେଲେ ତେବେ ଯେକୌଣସି ମୁହୂର୍ତ୍ତରେ ଜରିମାନା ଭରିବେ। ବିଶେଷ କରି କଲେଜ ପଢୁଆ ଛାତ୍ରଛାତ୍ରୀ ଓ ନାବାଳକଙ୍କୁ ନେଇ ସାବଧାନ ଓ ସତର୍କ କରାଇଲା ପ୍ରଶାସନ | ବିନା ହେଲମେଟ , ଲାଇସେନ୍ସ, ଦ୍ରୁତ ଗତି ରେ ଗାଡି ଚଳାଇବା ଓ ତାହା ପୁଣି ଏକାଧିକଙ୍କୁ ଗାଡିରେ ବସାଇ ଚଳାଇବା ମହାଙ୍ଗା ସାବ୍ୟସ୍ତ ହୋଇଛି | ଗୁଣପୁର କଲେଜ ସମ୍ମୁଖ ରାସ୍ତା ରେ ଗାଡି ଯାଂଚ ସମୟରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଅବିଭାବକଙ୍କୁ ମଧ୍ଯ ଡକାଯାଇ ସଚେତନ କରାଯାଇଥିଲା | ଆଗକୁ ମଧ୍ଯ ଏଭଳି ଯାଂଚ କରାଯିବା ନେଇ ଜଣାପଡିଛି |

୨୮ଜଣଙ୍କ ନାମରେ ଚାଲାଣ କଟାଯାଇ ୧୬୩୦୦୦ଟଙ୍କାର ଜରିମାନା ଆଦାୟ କରାଯାଇଥିବା ରାୟଗଡା ଏମଭିଆଇ ପି. ଦୁର୍ଗାପ୍ରସାଦ ରାଓ ସୂଚନା ଦେଇଛନ୍ତି ଏବଂ ଦୁର୍ଘଟଣାକୁ ଏଡାଇବା ପାଇଁ ପରିବହନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ରାୟଗଡ ସଦର ଏମ ଭି ଆଇ, ସେମାନଙ୍କ କର୍ମଚାରୀ, ଗୁଣପୁର ଆଦର୍ଶ ଥାନା କର୍ମଚାରୀ ଉପସ୍ଥିତ ଥିଲେ ।

ମୁନିଗୁଡାରେ ରାୟଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ….!

ଏଥର ସମ୍ଭାଳ ବ୍ୟୁରୋ(ମୁନିଗୁଡା)- ଅଦ୍ୟ ତା: ୨୫-୦୮-୨୦୨୫ରିଖ ଦିନ ମୁନିଗୁଡା ବ୍ଲକ ସଦଭାବନା ସଭାଗୃହରେ ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିର ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ୱାଥି ଏସ କୁମାର, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଳ ଅଭିଷେକ ଦିଲୀପ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଭି ସରୋଜିନୀ ଦେବୀ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ମନୀଷା ଦାଶ ଯୋଗଦେଇ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ। ଆଜି ମୋଟ ୧୦୯ ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ୯୧ଟି ବ୍ୟକ୍ତିଗତ, ୧୮ଟି ସାମୁହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ଆଜି ଏହି ଅଭିଯୋଗ ଶୁଣାଣି ଶିବିରରେ ଆଠ ଜଣଙ୍କୁ ଏକଲକ୍ଷ ଦଶହଜାର ଟଙ୍କାର ଆର୍ଥିକ ସାହାଯ୍ୟ ଜିଲ୍ଲାପାଳ ପ୍ରଦାନ କରିଥିଲେ ।

ସମସ୍ତ ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିବା ପରେ ଅଭିଯୋଗ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କୁ ଦରଖାସ୍ତ ଗୁଡିକ ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ର ପ୍ରତିମା ରାଣୀ ଦାସ, ଜିଲ୍ଲା ଯୋଗାଣ ଅଧିକାରୀ ଦଶରଥୀ ସୋରେନ, ଲିଡ଼ ବ୍ୟାଙ୍କ ଅଧିକାରୀ ଦେବେନ୍ଦ୍ର ବାଉରୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ମୁନିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତି ଶିବିର ପରିଚାଳନା କରିଥିବା ବେଳେ ମୁନିଗୁଡା ଥାନା ଅଧିକାରୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

ଜାତୀୟ ଵିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପରିଦର୍ଶନ ସମୟରେ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କିତ ବୈଠକ….!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ଜାତୀୟ ଵିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପରିଦର୍ଶନ ସମୟରେ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କିତ ବୈଠକ ଗତ ୨୧/୮/୨୫ରିଖରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲା ମଜିଷ୍ଟ୍ରେଟ୍ ଶ୍ରୀ ନବୀନ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ବିପଦ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ପାଇଁ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) ପକ୍ଷରୁ ଡ଼ା. ଏସ୍.କେ. ଜେନା (ଯୁଗ୍ମ ପରାମର୍ଶଦାତା), ଶ୍ରୀ ସୁବାଶ ଚାନ୍ଦ (ଅନୁ ସଚିବ), ଶ୍ରୀ ସୁବାଶ ଚନ୍ଦ୍ର ମହାନ୍ତି (ଲିଡ୍ କନସଲ୍ଟାଣ୍ଟ) ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ପକ୍ଷରୁ ପ୍ରମୁଖ ସାଧାରଣ ପ୍ରବନ୍ଧକ ଶ୍ରୀ ସୁବୋଧ ଆଚାର୍ଯ୍ୟ ସହିତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ, ଏବଂ ମାଲକାନାଗିରି ଓ କୋରାପୁଟର ଜିଲ୍ଲା ଜରୁରୀକାଳୀନ ଅଧିକାରୀମାନେ ଯୋଗଦେଇଥିଲେ। ପରିଦର୍ଶନର ମୂଳ ଉଦ୍ଦେଶ୍ୟ ହେଲା – ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ବିଭିନ୍ନ ଯୋଜନା, ସ୍ଟାଣ୍ଡାର୍ଡ ଓପେରେଟିଂ ପ୍ରୋସିଜର୍ (SOP), ନିର୍ଦ୍ଦେଶିକା ବିଷୟରେ ସାମାନ୍ୟୀକରଣ ଓ ଅଂଶୀଦାରିତା କରିବା, ରାଜ୍ୟ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (SDMA/DDMA) ର କାର୍ଯ୍ୟକ୍ଷମତାର ମୂଲ୍ୟାଙ୍କନ, ବିପର୍ଯ୍ୟୟ ପରିଚାଳନା ପ୍ରଣାଳୀର ସମୀକ୍ଷା କରିବା ଓ ସମ୍ପର୍କିତ ଦଳିଲ ପତ୍ର ସହିତ IEC ସାମଗ୍ରୀ ସଂଗ୍ରହ କରିବା ଥିଲା ।


NDMA ଅଧିକାରୀମାନେ ବିପର୍ଯ୍ୟୟ ପରିଚାଳନା ଆଇନ୍-2005 ର ବିଭିନ୍ନ ଧାରାଅନୁଯାୟୀ ନିୟମ, ପ୍ରକ୍ରିୟା, ଅନୁମୋଦନ ଓ କାର୍ଯ୍ୟାନ୍ବୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେଥିସହ ପ୍ରଧାନମନ୍ତ୍ରୀଙ୍କ 10-ସୂତ୍ରୀୟ ଏଜେଣ୍ଡା (Prime Minister’s 10 Point Agenda on DRR) ଓ ଜାତୀୟ ବିପର୍ଯ୍ୟୟ ନିର୍ଦ୍ଦେଶିକା ଅନୁଯାୟୀ Minimum Standard Relief ବିଷୟରେ ବିବୃତି ପ୍ରଦାନ କରିଥିଲେ।
OSDMA ପକ୍ଷରୁ ଶ୍ରୀ ସୁବୋଧ ଆଚାର୍ଯ୍ୟ NDMA ଠାରୁ DDMA ପର୍ଯ୍ୟନ୍ତ ଭର୍ଟିକାଲ୍ କାର୍ଯ୍ୟକ୍ରମ ବିଷୟରେ ବ୍ୟାଖ୍ୟା କରିଥିଲେ ଏବଂ ପ୍ରାଥମିକ ବିଦ୍ୟାଳୟ ଓ ସ୍ୱାସ୍ଥ୍ୟ ସେବା କେନ୍ଦ୍ରର ଗଠନ ସମ୍ବନ୍ଧୀୟ ନିରୀକ୍ଷଣ ନଭେମ୍ବର୍ ଠାରୁ ଏପ୍ରିଲ୍ (ବର୍ଷା ପୂର୍ବରୁ) ସମୟରେ କରିବାର ଆବଶ୍ୟକତା ଉପରେ ଜୋର୍ ଦେଇଥିଲେ। ଏହା ପରେ ମାଲକାନାଗିରି ଓ କୋରାପୁଟର ଜିଲ୍ଲା ଜରୁରୀକାଳୀନ ଅଧିକାରୀମାନେ ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରତିକ୍ରିୟା ଓ ପୁନରୁଦ୍ଧାର ପ୍ରଣାଳୀ ଉପସ୍ଥାପନା କରିଥିଲେ। ଶେଷରେ ରାୟଗଡାର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ମନୋଜ କୁମାର ନାହାକ ଜିଲ୍ଲାର ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରତିକ୍ରିୟା ଓ ପୁନରୁଦ୍ଧାର ପ୍ରଣାଳୀ ସହିତ ଚାଲୁଥିବା ବିଭିନ୍ନ ଦକ୍ଷତାବୃଦ୍ଧି କାର୍ଯ୍ୟକ୍ରମ ବିଷୟରେ ଉପସ୍ଥାପନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ନିଜର ମତାମତ ମଧ୍ୟ NDMA ଅଧିକାରୀମାନଙ୍କୁ ବିସ୍ତୃତ ଭାବରେ ଦେଇଥିଲେ ।

ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ମାନ୍ୟବର ପ୍ରଧାନମନ୍ତ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ)- ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରର୍ସ ଆସୋସିଏସନର ରାଜ୍ୟ ନିଷ୍ପତ୍ତି କ୍ରମେ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ , ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବିକୁ ନେଇ ଦାବି ପତ୍ର ପ୍ରଦାନ କରାଯାଇଛି ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ପଦ୍ମାଳୟା ସାହୁ ଏବଂ ସମ୍ପାଦିକା ଉଷାରାଣୀ ଦାଶଙ୍କ ନେତୃତ୍ବରେ ରାୟଗଡ଼ା କାଳୀ ପୂଜା ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ପଦଯାତ୍ରା ରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ, ଧାରଣା ଦେବା ସହ ଜିଲ୍ଲାପାଳଙ୍କ ପକ୍ଷରୁ ଡେପୁଟି କଲେକ୍ଟର ନାରାୟଣ ମିଶ୍ର ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମୀନତି ଦେଓଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ୱର ଦାସ , ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ , ସଭାପତି ମୋହନ ରାଓ ମାଝି , ସକ୍ଷମ ର ପ୍ରାନ୍ତ ସଚିବ ଶ୍ୟାମ ଦାଶ , ଧର୍ମ ସିଂ ନାଗ୍ , ଦୁର୍ଗା ମାଧବ ଘୋଷ ଯୋଗ ଦେଇ ସରକାରଙ୍କ ଯୋଜନାକୁ ସଫଳ କରିବାରେ ମୂଖ୍ୟ ଭୂମିକା ନେଉଥିବା ସହ ଶିଶୁ ମୃତ୍ୟୁ ହାର ମା ମୃତ୍ୟୁ ହାର କମାଇବାରେ ଏବଂ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଯୋଜନା କୁ ସଫଳ କରିବା ରେ ମୂଖ୍ୟ ଭୂମିକା ନେଉଥିବା ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକା ମାନଙ୍କ ଦୀର୍ଘ ଦିନର ବିଭିନ୍ନ ଦାବି ଏବଂ ସେମାନଙ୍କୁ ପାଇଁ ଥିବା ସମସ୍ତ ସୁବିଧା ଯୋଗାଇଦେବା ।

ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅବହେଳା ଏବଂ ଅଣଦେଖା କୁ ବିରୋଧ କରିବା ସହ ଆସନ୍ତା ଦିନରେ ସରକାର ଏବଂ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସମାଧାନ ନକରନ୍ତି ତାହା ହେଲେ ଆସନ୍ତା ଦିନରେ ଭାରତୀୟ ମଜଦୁର ସଂଘ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଶ୍ରମିକ ନେତା ଶ୍ରୀ ଯୋଗେଶ୍ଵର ଦାସ ଚେତାବନୀ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ମମତା କୁମାରୀ ବିରିଦଳାଇ, ମୋହିନୀ ପାଲାକା, ବିଷ୍ଠୁ ପ୍ରିୟା ଦଳେଇ, ସଂଯୁକ୍ତା ରଥ, ମୁଞ୍ଜୁଳା ମଣ୍ଡଳ, ଯୋତ୍ସନା ସାହୁ, ଶାନ୍ତି କାଡରକା, ହେମଲତା ଚୌଧୁରୀ, ବାସନ୍ତୀ ଜିଲାକାରା, ସଞ୍ଜୁକ୍ତା ହରପାଲ, ରୀତା ରାଣୀ ପଣ୍ଡା ପରିଚାଳନା କରିଥିଲେ।

ଦାବି ଗୁଡିକ ମଧ୍ୟରେ

୧ – ପୋଷଣ ଟ୍ରାକରରେ FRS ସମୟରେ ହେଉଥିବା (କ) Network Problem (ଖ୍) Highscale Verson କାର୍ଯ୍ୟ କରିବାକୁ ଉନ୍ନତମାନର ମୋବାଇଲ ଅଭାବ (ଗ) ଆଧାର ସହିତ ମୋବାଇଲ ଲିଙ୍କ ନଥିବା (ଘ) Network problem ଯୋଗୁଁ ହିତାଧିକାରୀ ମକନ୍ଦ୍ରରୁବାରମ୍ୱାର ଫେରିବା (ଙ) Photo Mismatch ହେବା ଇତ୍ୟାଦି | ଏଣୁ ଉନ୍ନତମାନର mobile ସହିତ

ଉନ୍ନତମାନର Network ଏବଂ Wifi ର ବ୍ୟସ୍ଥା କରିବା, ତିନିମାସମର Recharge ବାବଦକୁ ନଅ ଶହ ଟଙ୍କା ଯୋଗାଇବା

ସହିତ ଛଅ ମାସକୁ ଥରେ Face Capture କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେବାକୁ ଅନୁମରାଧ।

୨- ମୋବାଇଲ ଦ୍ବାରା ଅନଲାଇନ କରାଯାଉଥିବା କାର୍ଯ୍ୟକୁ ପୁଣି ଥରେ ଅପଲାଇନରେ ଭିନ୍ନ ଭିନ୍ନ ରେକଡ୍ ରେଜିଷ୍ଟର ପୂରଣ କରିବା ଯୋଗୁଁ ଅଙ୍ଗନୱାଡି କର୍ମୀଙ୍କୁ ଅଯଥା ଦୁଇ ଗଣିତ କାର୍ଯ୍ୟରେ ଚାପଗ୍ରସ୍ଥ ହେବାକୁ ପଡୁଛି ।ଏଣୁ ଅନଲାଇନରେ ହେଉଥିବା କାର୍ଯ୍ୟକୁ ପୁନର୍ବାର ଅପଲାଇନରେ କରିବା ବନ୍ଦ କରାଯାଉ।

୩ – ପ୍ରତି ଶନିବାର କିଶୋରୀ ବାଳିକା ମାନଙ୍କ ନିମନ୍ତେ MSPY ଯୋଜନାରେ ଦୁଇଟି ସିଝା ଅଣ୍ଡା ଓ ଦୁଇଟି କଞ୍ଚା ଅଣ୍ଡା ବଣ୍ଟନ କରିବା ଅତ୍ୟନ୍ତ ସ୍ବାଗତଯୋଗ୍ୟ କିନ୍ତୁ ଏହି ଯୋଜନାରେ ଆସୁଥିବା ଅର୍ଥରାଶି Joint A/C ରେ ପୂର୍ବରୁ ଜମା କରାଯାଉ ।ସିଝା ଅଣ୍ଡା ନିମନ୍ତେ ଜାଳେଣି କେଉଁ ଅର୍ଥ ରୁ ଖର୍ଚ ହେବ ତାହା ସ୍ପଷ୍ଟ କରିବା ପାଇଁ ବିଭାଗ କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ

୪ . ପ୍ତତି ବ୍ଳକ ଏବଂ ଜିଲାରେ ଅଭିଯୋଗ ନିବାରଣ କମିଟି ଗଠନ କରି ସ୍ଥାନୀୟ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ

୫. ହିତାଧିକାରୀଙ୍କ ନିମନ୍ତେ ଉଦ୍ଧିଷ୍ଟ ଖାଦ୍ୟ ସାମଗ୍ରୀ ଉନ୍ନତ ମାନର ଯୋଗାଇ ଦେବାକୁ ଅନୁରୋଧ

୬. ଅଙ୍ଗନୱାଡି ନିଜସ୍ଵ ଗୃହ ନିର୍ମାଣ ରେ ପୂର୍ବଭଳି ନିର୍ମାଣ ନକରି ଉନ୍ନତ ମାନର କେନ୍ଦ୍ର ତିଆରି କରିବା ସହିତ ପ୍ରତି କେନ୍ଦ୍ରକୁ ଜଳ ଯୋଗାଣ ନିମନ୍ତେ ପଦକ୍ଷେପ ନିଆଯାଉ।

୭. କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କରୁଥିବା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ ସହିତ ପରିବାରର ଜଣଙ୍କୁ ଯୋଗ୍ୟତା ଭିତ୍ତିରେ ସେହି ସ୍ଥାନରେ ନିଯୁକ୍ତି ସୂଯୋଗ ଦିଆଯାଉ

8. ଅବସରପ୍ରାପ୍ତ ଅଙ୍ଗନୱାଡ଼ି କର୍ମଚାରୀଙ୍କ ନିମନ୍ତେ Disengage Word କୁ ଉଛେଦ କରି Retirement Word ବ୍ୟବହାର କରାଯାଉ ଏବଂ ଅବସରକାଳୀନ ସହାୟତା ରାଶି ୨ ମାସ ମଧ୍ୟରେ ପ୍ରଦାନ କରାଯାଉ

9. ନିର୍ବାଚନ ଇସ୍ତାହାରକୁ ତୁରନ୍ତ ଲାଗୁ କରି କର୍ମୀ ଓ ସହାୟିକାଙ୍କ ମନୋବଳ ବଢ଼ାଇବା ସହିତ କାର୍ଯ୍ୟ ଦକ୍ଷତା ବୃଦ୍ଧି କରାଯାଉ ତଥା New Education Policy ରେ ଯୋଗ୍ୟତା ଭିତ୍ତିରେ ଅଙ୍ଗନୱାଡି କର୍ମୀଙ୍କୁ ସୂଯୋଗ ଦେବାକୁ ଅନୁରୋଧ

ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ‘ମାଆ ପାଇଁ ଗଛ ଟିଏ’ ବୃକ୍ଷରୋପଣ ଅଭିଯାନ…!

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟ ପରିସରରେ ସାମାଜିକ ଓ ପରିବେଶ ସଚେତନତାର ବାର୍ତା ‘ମାଆ ପାଇଁ ଗଛ ଟିଏ’ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପ୍ରିନ୍ସିପାଲ ଡଃ କାହ୍ନୁଚରଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏବଂ ଆମ ଓଡିଶା ସଂଗଠନର ସହଭାଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସ୍ଵସ୍ତିକ ଜମାଦାର ଯୋଗଦେଇଥିଲେ । ଏଥିସହ ସମ୍ମାନିତ ଅତିଥି ଭାବେ ନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ହରେକୃଷ୍ଣ ପଣ୍ଡା ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଉଦଘାଟନ କରିବାସହ ଛାତ୍ର ଛାତ୍ରୀଙ୍କୁ ବୃକ୍ଷର ଯତ୍ନ ନେବା ପାଇଁ ପ୍ରବାର୍ତ୍ତାଇଥିଲେ , ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀଯୁକ୍ତ ଅକ୍ଷୟ ଦାଶ ଯୋଗଦେଇ ପୁନଶ ପୃଥିବୀ ପାଇଁ ବ୍ୟାପକ ବୃକ୍ଷରୋପଣ ର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ l ସମ୍ବାଦ ପ୍ରତିନିଧି ଶ୍ରୀ ଦେବୀ ପ୍ରସାଦ ମିଶ୍ର ମଧ୍ୟ ଉପସ୍ଥିତ ରହି ଉଚ୍ଚlହିତ କରିଥିଲେ

ବି.ଫାର୍ମାସି, ଡି.ଫାର୍ମାସି, ନର୍ସିଂ ଓ ଡି.ଏମ.ଏଲ.ଟି ବିଭାଗର ଛାତ୍ରଛାତ୍ରୀମାନଙ୍କ ସକ୍ରିୟ ସହଭାଗିତାରେ ବଉଳ, କରଞ୍ଜ, ଲିମ୍ବ, ଅର୍ଜୁନ ବିଭିହ୍ନ ପ୍ରକାରର ଚାରାଗଛ କଲେଜ ପରିସରରେ ରୋପିତ କରିଥିଲେ । ପ୍ରଶାସନିକ ଅଧିକାରୀ ପି.ଭି. କୋଟେଶ୍ୱର ରାଓଙ୍କ ସହିତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ମଧ୍ୟ ବୃକ୍ଷରୋପଣରେ ସକ୍ରିୟ ଭାବରେ ଯୋଗଦେଲେ । ସମଗ୍ର କାର୍ଯ୍ୟକ୍ରମର ପରିଚାଳନା ଶ୍ରୀ ରାଜୀବ ପଣ୍ଡା କରିଥିଲେ ।ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ଏହି ମାନବୀୟ ପ୍ରୟାସକୁ ସ୍ୱାଗତ କରି ସମସ୍ତଙ୍କୁ ବୃକ୍ଷରୋପଣ ଦ୍ୱାରା ପରିବେଶ ସୁରକ୍ଷାରେ ଅଗ୍ରଗାମୀ ହେବାକୁ ଆହ୍ୱାନ ଜଣାଇଥିଲେ ।

ଉଠା ଦୋକାନୀଙ୍କ କବଜାରେ ପାର୍କିଂ ସ୍ଥଳ;ପୁଲିସ୍ ଓ ପୌର ପରିଷଦ ସାଜିଛନ୍ତି ନିରବ ଦ୍ରଷ୍ଟା …!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ରାୟଗଡ଼ ବ୍ୟବସାୟର ର ପେଣ୍ଠସ୍ଥଳ ହେଉଚି ମୁଖ୍ୟ ବଜାର। ରାୟଗଡ଼ ଜିଲ୍ଲାର ୧୧ଗୋଟି ବ୍ଲକ ଏବଂ ଆଖପାଖ ଅଞ୍ଚଳର ଜନସାଧାରଣ ନିର୍ଭର କରନ୍ତି ଏହି ମୁଖ୍ୟ ବଜାର ଉପରେ। କିନ୍ତୁ, ବିଡମ୍ବନାର ବିଷୟ ଏହା ଯେ, ପାର୍କିଁସ୍ଥଳ ଅବରୋଧ କରି ବସିଛନ୍ତି ଉଠା ଦୋକାନୀ । ବ୍ୟବସାୟୀ ମାନେ ରାସ୍ତା ଅବରୋଧ କରି ବସୁଥିବା ବେଳେ, ପୌର ପରିଷଦ ନିର୍ଦ୍ଧିଷ୍ଟ ବଜାର କିମ୍ୱା ଭେଣ୍ଡିଙ୍ଗ ଜୋନ ର ବ୍ୟବସ୍ଥା କରି ପାରୁ ନାହାଁନ୍ତି। ଅନ୍ୟପଟେ ବଜାରକୁ ଆସୁଥିବାର ଲୋକ ନିଜ ନିଜର ଆବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ବଜାରକୁ ଆସିଲେ ନିଜର ଦୁଇ ଚକିଆ ଯାନ ଓ ଚାରି ଚକିଆ ଯାନ ରଖିବାକୁ ନିର୍ଦ୍ଧିଷ୍ଟ ସ୍ଥାନ ନାହିଁ। ପ୍ରତ୍ୟେକ ମୂହୁର୍ତ୍ତ ରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲେ ମଧ୍ୟ ସ୍ଥାନୀୟ ପୁଲିସ ଚୁପ୍ ହୋଇ ବସି ରହିଛନ୍ତି ବୋଲି କିଛି ବ୍ୟବସାୟୀ ଅଭିଯୋଗ କରିଛନ୍ତି। ବଜାର ମଝିରେ ରାସ୍ତା ଉପରେ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର କରି ବିକ୍ରି କରୁଥିବା ଦେଖିବାକୁ ମିଳୁଛି।

ଯଦି କୌଣସି ଅପତ୍ରିକର ଘଟଣା ଘଟେ ଏଥିପାଇଁ କିଏ ଦାୟୀ ରହିବେ ବୋଲି ବଜାରକୁ ଆସୁଥିବା କିଛି ଗ୍ରାହକ ଆସନ୍ତଶ ବ୍ୟକ୍ତ କରିଛନ୍ତି। ରଥ ଯାତ୍ରା ସମୟରେ ଲୋକ ଦେଖାଣିଆ ପଲିଥିନ୍ ଧରିବା, ଘୋରଇ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିବା ବ୍ୟବସାୟୀ ଙ୍କୁ ଫାଇନ ପକାଇ ବର୍ତମନ୍ ହାତ ବାନ୍ଧି ବସିଛି ପୌର ପାରିଷଦ ଓ ସ୍ଥାନୀୟ ପୁଲିସ। ଏହି ବଜାର ମଧ୍ୟ ଅଣ୍ଡର ଗ୍ରାଉଣ୍ଡ ରାସ୍ତା ସଂଯୋଗ କରୁଥିବା ହେତୁ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଏବଂ ଦୈନନ୍ଦିନ କାର୍ଯ୍ୟରେ ନୁଆ ଟାଉନ୍ କୁ ଯାଉଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏପରିକି ରାସ୍ତା ଉପରେ ସ୍ଥାୟୀ ଭାବରେ ନିଜ ନିଜର ଷ୍ଟଲ୍ ଓ ଠେଲା ଗୁଡ଼ିକ ରଖି ଭଡ଼ାରେ ମଧ୍ୟ ଦେଉଥିବା ଅଭିଯୋଗ ହୋଇଛି। ଅତିଶୀଘ୍ର ଏହିଭଳି ଗମ୍ଭୀର ସମସ୍ୟାର ସମାଧାନ ପୁଲିସ ଓ ପୌର୍ ପରିଷଡ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନ କରିଲେ ଏହି ଦୈନିକ ବଜାର ଆସିବା ପାଇଁ ଲୋକେ ମୁହଁ ମୋଡ଼ିବେ ଯାହା ରାୟଗଡ଼ ବଜାରର ବ୍ୟବସାୟୀ ମାନେ ଅଧିକ କ୍ଷତି ସହିବେ ବୋଲି ବ୍ୟବସାୟୀକ ମହଲରେ ଚର୍ଚ୍ଚା ଜୋର ଧରିଛି।

ଜଳ ବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ କାଶିପୁର ଗସ୍ତ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ରାଜ୍ୟ ମୂତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ତା,ଭା.ପ୍ର.ସେ. ରାୟଗଡ ଜିଲ୍ଲାର କାଶିପୁର ବ୍ଲକର ତଳଝିରୀ ଗ୍ରାମ ପଞ୍ଚାୟତ ଗସ୍ତ କରିଥିଲେ । ନିର୍ଦେଶକ ଶ୍ରୀ ପଣ୍ଡା ସହିତ ରାୟଗଡ ଜଳବିଭାଜିକା ମିଶାନର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଦାମୋଦର ପାଣିଗ୍ରାହୀ ଉପର ପାଡିଖାଲ ଗ୍ରାମର ଦିତାଧିକାରୀ ଶ୍ରୀ ବିରି ମାଝିଙ୍କ ନିଜସ୍ୱ ହେବାକୁ ଥିବା ସିଲଭର ଓକ ଚାରା ରୋପଣ କରିଥିଲେ । ସେଠାରେ ସେ ଶ୍ରୀ ବିରି ମାଝିଙ୍କର ଏକ ଏକର ଜମିରେ ସିଲଭର ଓକ ଚାରା ରୋପଣ କରି ତାର ଯତ୍ନ ଏବଂ ତଦାରଖ କରିବାକୁ ଉପଦେଶ ଦେଇଥିଲେ ଏବଂ ଏହା ଦ୍ୱାରା କଫି ଚାଷ କରି ଲାଭବାନ ହେବେ ବୋଲି ବୁଝାଇଥିଲେ । ଉପର ପାଡିଖାଲ ସ୍ଥିତ ସିଲଭର ଓକ ନର୍ସରି ପରିଦର୍ଶନ କରିବା ସହ ହିତାଧିକାରୀ ଯଥା ଶ୍ରୀ ବିର ସିଂ ମାଝୀ,ଶ୍ରୀ ସାନି ମାଝୀ ଏବଂ ଅନ୍ୟ ହିତାଧିକାରୀ ମାନଙ୍କୁ ସିଲଭର ଓକ ଚାରା ବଣ୍ଟନ କରିଥିଲେ । ହିତାଧିକାରୀ ଏବଂ ଉପସ୍ଥିତ ତଳଝିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ସୀତାରାମ ମାଝି ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କରି ସନ୍ତୋଷ ପ୍ରକାଶ କରିଥିଲେ । ସିଲଭର ଓକ ଚାରା ରୋପଣର ତିନି ବର୍ଷ ପରେ ତାର ଛାୟା ତଳେ କଫି ଚାଷ ଏବଂ ଗୋଲ ମରିଚ ଚାଷ କରି ଚାଷୀ ଅଧିକ ଲାଭବାନ ହୋଇ ପାରିବ ବୋଲି ବୁଝାଇଥିଲେ । ଛାୟା ବୃକ୍ଷ ରୋପଣ ନିମନ୍ତେ ସମସ୍ତ ଚାରା ଜଳ ବିଭାଜିକା ଯୋଗାଇ ଦେବା ସହ ତାର ରକ୍ଷଣା ବେକ୍ଷଣ ନିମନ୍ତେ ହେଉଥିବା ସମସ୍ତ ଅର୍ଥ ପ୍ରକଳ୍ପ ନିର୍ତ୍ତେଶକ ଜଳ ବିଭାଜିକା,ରାୟଗଡ ତରଫରୁ ପ୍ରଦାନ କରାଯିବ ବୋଲି କହିଥିଲେ । ତତ୍ ପରେ ସେ ଉପର ପାଡି ଖାଲ ଗ୍ରାମରେ ଉଦ୍ୟାନ କୃଷି ବିଭାଗ କରାଯାଇଥିବା ଆଳୁ କ୍ଷେତର ପରିଦର୍ଶନ କରିଥିଲେ ଏବଂ ହିତାଧିକାରୀ ଶ୍ରୀ ଆନନ୍ଦ ରାଓ ମାଝୀଙ୍କ ସହ ଆଲୋଚନା କରିବା ସହ ତାଙ୍କ ବଗିଚାରେ ଆଳୁ ରୋପଣ କରିଥିଲେ । ଏହି କ୍ରମରେ କାଶିପୁର ବ୍ଲକର ସିଲାଗୁମା ପଦର ଗ୍ରାମ ସ୍ଥିତ ପୂର୍ବ ୨୦୨୪-୨୫ ବର୍ଷର ରୋପଣ କରାଯଇଥିବା ଛାୟା ବୃକ୍ଷ ବଗିଚା ପରିଦର୍ଶନ କରିଥିଲେ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା ମାଧ୍ୟମରେ ଏହି ବଗିଚାର ସୁଫଳ ବିଷୟରେ ବୁଝାଇଥିଲେ ।


ଅପରାହ୍ନରେ ନିର୍ଦ୍ଦେଶକ ମୋହଦୟ କୋଲନରା ବ୍ଲକର କିଛି ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ପରିଦର୍ଶନ କରିଥିଲେ । ରେଖା ପଦର ଗ୍ରାମ ପଞ୍ଚାୟତ ଅଧିନସ୍ଥ ତୁମ୍ୱାଗୁଡା ଗ୍ରାମରେ ସର୍ବସାଧାରଣଙ୍କ ବ୍ୟବହାର ନିମିତ୍ତ ପ୍ରଧାନ ମନ୍ତ୍ରୀ କୃଷି ସଂଞ୍ଚାଲ ଯୋଜନା ୨.୦ ଅର୍ନ୍ତଭୁକ୍ତ ଜଳବିଭାଜିକା କାର୍ଯ୍ୟକ୍ରମ ମାଧ୍ୟମରେ କରାଯାଇ ଥିବା ଜଳ ଅମଳ ପ୍ରକଳ୍ପ ଓ ଗ୍ରାଭିଟିଫ୍ଲୋ ଷ୍ରକଟର ପରିଦର୍ଶନ କରିଥିଲେ । ଉତ୍ପାଦକ ପ୍ରଣାଳୀ ଏବଂ ଲଘୁ ଉଦ୍ୟାଗ ଅଂଶରେ ସହାୟତା । ଏହି ପରେ ସେ ତୁମ୍ୱାଗୁଡା ଗ୍ରାମର ହିତାଧିକାରୀ ଶ୍ରୀ ଏ.ଭେଙ୍କେଟି ହାରକାଙ୍କର ପମ୍ପସେଟ ଏବଂ ପ୍ରିଣ୍ଟ୍ରର ଓ ଜେରକ୍ସ ମେସିନ ୟୁନିଟ୍ ଟିକୁ ପରିଦର୍ଶନ କରିଥିଲେ । ଯାହାକି ତାଙ୍କୁଉତ୍ପାଦନ ପ୍ରଣାଳୀ ଏବଂ ଲଘୁ ଉଦ୍ୟଗ ଅଂଶରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ପୁନଶ୍ଚ ମା ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀର ଫ୍ଲୋର ମିଲ ଏବଂ ମା ତାରାତାରୀଣୀ ସ୍ୱୟଂ ସହାୟକ ଗୋଷ୍ଠୀର କୃଷି ଯନ୍ତ୍ର ପାତି ଯଥା-ୱିଡର ଓ ସ୍ପ୍ରେର ମେସିନ ଦେଖିଥିଲେ । ଯାହାର ଆର୍ଥିକ ସହାୟତା ତାଙ୍କୁ ଜୀବିକା ଅଂଶରେ ପ୍ରଦାନ କରାଯାଇଥିଲା । ଏହି କ୍ରମରେ ସେ ରେଖାପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁରୁଜୁ ଗୁଡା ଗ୍ରାମରେ ଗୋଟିଏ ଚେକ ଡେମ ଏବଂ ଗୋଟିଏ କ୍ଷେତ୍ର କେନାଲ ପରିଦର୍ଶନ କରିଥିଲେ । ତତ୍ ସଂଙ୍ଗେ ସଂଙ୍ଗେ ହିତାଧିକାରୀ ଶ୍ରୀ ଜୟକୃଷ୍ଣ ହାରକାଙ୍କ କୁକୁଡା ଫାର୍ମ ୟୁନିଟ ପରିଦର୍ଶନ କରିଥିଲେ । ଯାହାକି ତାଙ୍କୁ ଉତ୍ପାଦନ ପ୍ରଣାଳୀ ଏବଂ ଲଘୁ ଉଦ୍ୟଗ ଅଂଶରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଉପରୋକ୍ତ କାର୍ଯ୍ୟ ଗୁଡିକ ପ୍ରଦର୍ଶନ କରି ନିଜର ସନ୍ତୋଷ ବ୍ୟକ୍ତ କରିଥିଲେ ।


ନିର୍ଦେଶକଙ୍କ ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଲା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପାଣିଗ୍ରାହୀ,ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସମ୍ପଦ ସ୍ୱରୂପ ସାମଲ,ଅଭରସର ଶ୍ରୀ ମଧୁ ହନ୍ତାଲ, ଅଭରସର ଶ୍ରୀ ହାଡ଼ିବନ୍ଧୁ ଶବର, ମୃତ୍ତିକା ସଂରକ୍ଷଣ କ୍ଷେତ୍ର କର୍ମଚାରୀ ଶ୍ରୀ ଚିନ୍ନୟ ନାୟକ,ଶ୍ରୀ ରାଜେଶ ଗୌଡ,ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଶ୍ରୀ ରାକେଶ ମିଶ୍ର ଏବଂ ଉଦ୍ୟାନ କ୍ଷେତ୍ର କର୍ମଚାରୀ ଶ୍ରୀ ପ୍ରତୀକ ସେନାପତି,ସ୍ୱଚ୍ଛାସେବୀ ଶ୍ରୀ ଅଂଗଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବଙ୍କ ବିଷମକଟକ ଗସ୍ତ …!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ଅଦ୍ୟ ତା:୧୯-୦୮-୨୦୨୫ରିଖ ଦିନ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ, ଆଇ,ଏ,ଏସ ଗୁଣପୁର ଉପଖଣ୍ଡର ବିଷମକଟକ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ । ସଚିବ ଶ୍ରୀ ଗିରିଶ ବିଷମକଟକ ପହଁଚି ପ୍ରଥମେ ଚାଟିକଣା ଠାରେ ଥିବା ଡଙ୍ଗରିଆ ସାଲ୍ ତାଲିମ୍ କେନ୍ଦ୍ର ଯାଯାବର ପରିଦର୍ଶନ କରି ଡଙ୍ଗରିଆ କନ୍ଧ ମା ମାନଙ୍କ କଥା ବାର୍ତ୍ତା ହେବା ସହ ସେମାନଙ୍କ ବ୍ୟବସାୟ କେମିତି ଚାଲିଛି ପଚାରି ବୁଝିଥିଲେ । ତାପରେ ଓରମାସର ତେନ୍ତୁଳି ପ୍ରୋସେସିଂ ୟୁନିଟ ଓ ସପୁରି ପ୍ରସେସିଂ ୟୁନିଟ ପରିଦର୍ଶନ କରି ଏହାକୁ କିପରି ଅଧିକ ରୁ ଅଧିକା ୟୁନିଟ ଖୋଲା ଯିବା ତା ଉପରେ ଆଲୋକପାତ କରିଥିଲେ ଏବଂ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ ।

ଏହା ପରେ କୁଲି ପଞ୍ଚାୟତ ର ଖମ୍ବେଶି ଗ୍ରାମ କୁ ପରିଦର୍ଶନ କରି ନୂତନ ଭାବେ ନିର୍ମାଣ ଚାଲିଥିବା PM-JANMAN ଘର ଗୁଡ଼ି କୁ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ତୁରନ୍ତ ମିସ୍ତ୍ରୀ ସମସ୍ୟା ଦୂର କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ବିଷମକଟକ ବ୍ଲକର ଥୁଆପଡ଼ି ଠାରେ ଥିବା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଦର୍ଶନ କରି ବକେୟା କାମ ସବୁ ଶୀଘ୍ର ସାରିବା ପାଇଁ ନିର୍ବାହୀ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଶେଷ ରେ ରାୟଗଡ଼ା ସଦର ବ୍ଲକ କୁ ଗସ୍ତ କରି କୁଲି ପଞ୍ଚାୟତରେ ଥିବା ଶିଶୁ ଉଦ୍ୟାନ (ପାର୍କ) ଏବଂ କଲ୍ୟାଣ ମଣ୍ଡପ ପରିଦର୍ଶନ କରି ଫେରିଥିଲେ। ସଚିବଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ରାୟଗଡ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଦୁଧାଲ ଅଭିଷେକ ଦିଲିପ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ, ରାୟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଜିତ କୁମାର ମିଶ୍ର ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ମୁନିଗୁଡାକୁ ଏନଏସି ଘୋଷଣା ଦାବିକୁ ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ମୁନିଗୁଡ଼ା ରାୟଗଡ଼ା ଜିଲ୍ଲା ମୁନିଗୁଡାକୁ ଏନଏସି ଘୋଷଣା ଦାବିକୁ ନେଇ ଏନଏସି ମିଳିତ କ୍ରିୟାନୁଷ୍ଠାନ କମିଟିର ଆୟୋଜନ ଓ ମୁନିଗୁଡା ପ୍ରଗତି ମଞ୍ଚର ସୌଜନ୍ୟରେ ମୁନିଗୁଡାର ସ୍ରମସ୍ତ ରାଜନୈତିକ,ଧାର୍ମିକ,ସାମାଜିକ ଅନୁଷ୍ଠାନ, କ୍ଳବ ଓ ବ୍ୟବସାୟୀ ସଙ୍ଘ,ବିଭିନ୍ନ ଯୁବଗୋଷ୍ଠୀ ଓ ଜନସାଧାରଣଙ୍କ ମିଳିତରେ 12 ଘଣ୍ଟିଆ ବନ୍ଦ ଡାକରା ସଫଳ ହୋଇଥିବା ଦେଖାଯାଇଥିଲା l ଏହି ବନ୍ଦ ଡାକରାରେ ଜରୁରୀ କାଳୀନ ସେବା ଓ ଅତ୍ୟାବଶ୍ୟକ ଔଷଧ ଦୋକାନ ଖୋଲା ରହିଥିବା ବେଳେ ମୁନିଗୁଡାର ସମସ୍ତ ଦୋକାନ ବଜାର, ହୋଟେଲ,ଚାଦୋକାନ ବନ୍ଦ ରହିଥିବା ସହ ସରକାରୀ ଓ ବେସରକାରୀ ଅନୁଷ୍ଠାନ,ବ୍ୟାଙ୍କ,ବିଦ୍ୟାଳୟ,ମହାବିଦ୍ୟାଳୟ ମଧ୍ୟ ବନ୍ଦ ରହିଥିଲା ଏଥିସହ ମୁନିଗୁଡାର ଗୋବର୍ଦ୍ଧନ ଛକ,ତିନିକୋଣିଆ ଛକ ଓ ମୁନିଖୋଲ ଛକ ସମେତ ଅନ୍ୟ ଛକ ମାନଙ୍କରେ ପ୍ରତିବାଦ କରିବା ସହ ସମସ୍ତ ଅଖଚକ ମଧ୍ୟ ବନ୍ଦ କରାଯାଇଥିଲା l ଫଳରେ ମୁନିଗୁଡାର ଉଭୟ ପାର୍ଶ୍ୱରେ ଶତାଧିକ ଟ୍ରକ ଗୁଡିକ ଅଟକି ରହିଥିବା ବେଳେ ମୁନିଗୁଡାରୁ ସଂଯୋଗ କରୁଥିବା ପଡୋଶୀ ରାଜ୍ୟ ଛତିଶଗଡ ଓ ଆନ୍ଦ୍ରାପ୍ରଦେଶ ଏବଂ ପଡୋଶୀ କନ୍ଧମାଳ, କଳାହାଣ୍ଡି,ଗଜପତି ଜିଲ୍ଲାକୁ ସମ୍ପୂର୍ଣ ଭାବେ ଗାଡି ଚଳାଚଳ ବନ୍ଦ ରହିଥିଲା l ଏନେଇ ବସଷ୍ଟେଣ୍ଡରେ ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ଯାତ୍ରୀ ମାନେ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଥିଲା l ଏହି ଅବସରରେ ମୁନିଗୁଡା ସହରବାସୀ ଏକତ୍ରିତ ହୋଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ରାଜ୍ୟ ସରକାର 12ଟି ନୂତନ ଏନଏସି ଘୋଷଣା କରିଛନ୍ତି। ଦୁଃଖ ପରିତାପର ବିଷୟ ପୂର୍ବରୁ ସରକାର ମୁନିଗୁଡାକୁ ଏନଏସି ଘୋଷଣା ତାଲିକାରେ ରଖିଥିବା ସତ୍ୱେ ବର୍ତମାନ ସେହି ତାଲିକାରୁ ମୁନିଗୁଡା ବାଦ ଦେବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏନେଇ ମୁନିଗୁଡାକୁ ଏନଏସି ତାଲିକାରୁ କାହିଁକି ବାଦ ଦିଆଗଲା ବୋଲି ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତା ମାନେ ପ୍ରଶ୍ନ ଉଠାଇଥିଲେ l ଏଥିସହ ଯେପର୍ଯ୍ୟନ୍ତ ମୁନିଗୁଡାକୁ ଏନଏସି ଘୋଷଣା କରାନଯିବ ସେପର୍ଯ୍ୟନ୍ତ ସହରବାସୀଙ୍କ ତରଫରୁ ଆନ୍ଦୋଳନକୁ ଜୋରଜାର କରାଯିବ ବୋଲି ଆନ୍ଦୋଳନକାରୀ ମାନେ ସାହୁହିକ ଭାବେ ମତ ପ୍ରକାଶ କରିଥିଲେ l

ଏହି ଧାରଣା ବେଳେ ବିଜେପିର ଓବିଶି ମୋର୍ଚା ଉପ ସଭାପତି ରାମଚନ୍ଦ୍ର ବେହେରା,ବିଜେପି ବିଧାୟକ ପ୍ରାଥୀ ଜଗନ୍ନାଥ ନୁନ୍ଦ୍ରୁକା,ବିଜେପି ମଣ୍ଡଳ ସଭାପତି ସୁବାସ ଗୌଡ଼,ବିଜେଡି ବ୍ଲକ ସଭାପତି ରତନ ଲାଲ ଜୈନ,ପୂର୍ଣଚନ୍ଦ୍ର ଗୌଡ଼,କଂଗ୍ରେସ ବ୍ଲକ ସଭାପତି ନୀଳାମ୍ବର ବିଭାର,ମାନସ ରଞ୍ଜନ ବେହେରା,ଭାଗ୍ୟରଥୀ ନାଗ,ସରପଞ୍ଚ ସରସ୍ବତୀ ଶବର,ପଦ୍ମନାଭ ବେହେରା,ଅନଙ୍ଗ ନାଗ, ବିଏସପି ଜିଲ୍ଲା ସଭାପତି ଜିତୁ ଯାକକା,ପାଇକା ଯାକକା, ଶକୁନ୍ତଳା ନୁନ୍ଦ୍ରୁକା,ଅମ୍ବିକା ନାୟକ,ଲାବଣ୍ୟ ପାଣିଗ୍ରାହୀ,ମୁନିଗୁଡା ପ୍ରଗତି ମଞ୍ଚର ସଭାପତି ସିଏଚ ଗଣେଶ୍ୱର ରାଓ,ସମ୍ପାଦକ ସିମାଞ୍ଚଳ ପଣ୍ଡା,ନନ୍ଦ କିଶୋର ପଟ୍ଟନାୟକ,ବିକାଶ ପରିଷଦର ସଭାପତି ଘନଶ୍ୟାମ ମାର୍ଥା,ବଣିକ ସଙ୍ଘର ସଭାପତି ଚିନ୍ତାମଣି ସାହୁ,ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ବ୍ରହ୍ମାନନ୍ଦ ଆଚାରୀ,ରାଧାପ୍ରାସାଦ ସାହୁ, ନିରଞ୍ଜନ ଶତପଥୀ,ଭଗବାନ ପଣ୍ଡା,ବୁଦ୍ଧିଜୀବୀ ତରଣୀ ଚୌଧୁରୀ,କେ.ସତ୍ୟନାରାୟଣ ରାଓ,ଜାମି ମହେଶ, ବଳରାମ ନାୟକ,ବିଦ୍ୟାଧର ଦାସ,ଦେବେନ୍ଦ୍ର ବେହେରା ପ୍ରମୁଖଙ୍କ ସମେତ ମୁନିଗୁଡାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଜନସାଧାରଣ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ନିଜ ନିଜର ମତ ପ୍ରକାଶ କରିଥିଲେ l ପରେ ମୁନିଗୁଡା ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ସ୍ମାରପତ୍ର ପ୍ରଦାନ କରାଗଲା l ଶେଷରେ ମୁନିଗୁଡାର ଏନଏସି ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳ ଭୁବନେଶ୍ୱର ଯାଇ ସେଠାରେ ମୁଖ୍ୟମନ୍ତ୍ରୀ,ନଗର ଉର୍ଣ୍ଣୟନ ମନ୍ତ୍ରୀ,ବିଜେପି ରାଜ୍ୟ ସଭାପତି ସହ ସମ୍ପୃକ୍ତ ବିଭାଗର ସଚିବଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବା ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।