ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) – ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ୨୦୨୫ ଶିକ୍ଷାବର୍ଷ +୩ କଳା , ବିଜ୍ଞାନ, ବାଣିଜ୍ୟ ବିଭାଗର ପ୍ରଥମ ବର୍ଷ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଦିଗ୍ ଦର୍ଶନ ତଥା ସ୍ବାଗତ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଅଛି। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼. ସରସ୍ଵତୀ ରାୟ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପି. ଅରୁଣ କୁମାର , ପରୀକ୍ଷା ନିୟନ୍ତ୍ରକ ୱାଇ. ଭି ସାଇ ମାଧବ, ପ୍ରଶାସନିକ ଅଧ୍ୟକ୍ଷ ଟି. ଜ୍ୟୋତି, ଲେଫ୍ଟନାଣ୍ଟ ଉଦୟ ନାଏକ, ଏକାଡେ଼ମିକ୍ ଅଧିକ୍ଷକ ଡ଼. ଅଜୟ ରଇତ, ରମେଶ ହୁଇକା ,କୋଷାଧ୍ୟକ୍ଷ ସୁବ୍ରତ କୁମାର ପ୍ରଧାନ , ଭାବେସ ମହାନ୍ତି, ଛାତ୍ରବୃତ୍ତି ଅଧିକାରୀ ତୁବଲ ଵେନିଆଙ୍କ ସହିତ ସମସ୍ତ ବିଭାଗର ବିଭାଗୀୟ ମୂଖ୍ୟ, ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦେଇଥିଲେ । ଅଧ୍ୟକ୍ଷା ମହୋଦୟା ଡ଼. ରାୟ ନବାଗତ ମାନଙ୍କୁ ଅଭିନନ୍ଦନ ଜଣାଇ ସ୍ୱାଗତ କରିବା ସହ ତାଙ୍କର ବକ୍ତବ୍ୟରେ, ଶିକ୍ଷା ସହିତ କୌଶଳ ଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା, କେବଳ ଭଲ ଛାତ୍ର ହେବାକୁ ନୁହେଁ ବରଂ ଭଲ ମଣିଷ, ଦାୟିତ୍ବବାନ ନାଗରିକ ଓ ଆଦର୍ଶ ସମାଜସେବୀ ହେବାକୁ ଚେଷ୍ଟା କରିବା ଉଚିତ୍ ବୋଲି କହିଥିଲେ ଏଵଂ ସମସ୍ତେ ମିଶି ଶିକ୍ଷା, ସେବା ଓ ସଂସ୍କାରର ଆଦର୍ଶକୁ ଅନୁସରଣ କରି ଏହି ମହାବିଦ୍ୟାଳୟକୁ ଆହୁରି ଗୌରବମୟ କରିବା ପାଇଁ ପ୍ରୟାସ କରିବା ଉଚିତ୍ ବୋଲି ମତପ୍ରକାଶ କରିଥିଲେ। ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପି. ଅରୁଣ କୁମାର ତାଙ୍କ ଅଭିଭାଷଣରେ ଗବେଷଣାମୂଳକ ଶିକ୍ଷାର ଗୁରୁତ୍ୱ ଉଲ୍ଲେଖ କରି, ଛାତ୍ରଛାତ୍ରୀ ମାନଙ୍କୁ ସମ୍ମିଳନୀ, କର୍ମଶାଳା ଓ ସାହିତ୍ୟିକ କାର୍ଯ୍ୟକଳାପରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ପ୍ରେରିତ କରିଥିଲେ ।

ପରୀକ୍ଷା ନିୟନ୍ତ୍ରକ ୱାଇ. ଭି ସାଇ ମାଧବ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟର ପରୀକ୍ଷା ପ୍ରଣାଳୀ, ଶିକ୍ଷାଗତ ନିୟମାବଳୀ ଓ ଅନ୍ତର୍ନିହିତ ମୂଲ୍ୟାୟନ ପ୍ରକ୍ରିୟା ବିଷୟରେ ଅବଗତ କରାଇଥିଲେ । ସେ, ନିୟମିତ ଶ୍ରେଣୀ ଉପସ୍ଥିତି ଜୋର ଦେଇଥିଲେ । ପ୍ରଶାସନିକ ଅଧ୍ୟକ୍ଷ ଟି. ଜ୍ୟୋତି ଏଵଂ ଲେଫ୍ଟନାଣ୍ଟ ଉଦୟ ନାଏକ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟର ସମସ୍ତ ନିୟମ କାନୁନ ପାଳନ କରି, ସ୍ୱଚ୍ଛ ଓ ଶୃଙ୍ଖଳାପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ପ୍ରେରିତ କରିଥିଲେ । ଏକାଡେ଼ମିକ୍ ଅଧିକ୍ଷକ ଡ଼. ଅଜୟ ରଇତଏଵଂ ରମେଶ ହୁଇକା ତାଙ୍କର ଉଦବୋଧନରେ ସମସ୍ତ ଛାତ୍ରଛାତ୍ରୀ ନିୟମିତ ଶ୍ରେଣୀରେ ଉପସ୍ଥିତି, ପରୀକ୍ଷାରେ ଶିଷ୍ଟାଚାର ପାଳନ , ପାଠ୍ୟକ୍ରମ ଅନୁସରଣ କରି ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପ୍ରେରଣା ପ୍ରଦାନ କରିବା ସହ ମହାବିଦ୍ୟାଳୟ କେବଳ ଡିଗ୍ରୀ ପାଇଁ ନୁହେଁ ବରଂ ଜ୍ଞାନ, ମୂଲ୍ୟବୋଧ ଓ ସୃଜନଶୀଳତାର କେନ୍ଦ୍ର ବୋଲି ମତପ୍ରକାଶ କରିଥିଲେ। ତେଣୁ, ଛାତ୍ରଛାତ୍ରୀ ମାନେ ସମସ୍ତେ ପାଠାଗାର, ସେମିନାର, କର୍ମଶାଳା ଓ ପ୍ରକଳ୍ପ କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରନ୍ତୁ ବୋଲି କହିଥିଲେ। ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ମଧ୍ୟ ନୂତନ ଛାତ୍ରଛାତ୍ରୀମାନଙ୍କୁ NSS, NCC, Youth Red Cross, Sports, ସାହିତ୍ୟ ଓ ସାଂସ୍କୃତିକ ସଭାରେ ଯୋଗଦେଇ ନିଜକୁ ଉତ୍ତମ ମଣିଷ ରୂପେ ଗଢ଼ି ତୋଳିବାକୁ ପ୍ରେରଣା ଦେଇଥିଲେ ।କାର୍ଯ୍ୟକ୍ରମର ଶେଷରେ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ରମେଶ ହୂଇକା ଧନ୍ୟବାଦ ପ୍ରଦାନ କରିଥିଲେ।

ସିସି ରାସ୍ତା ଉପରେ କୁଢ କୁଢ଼ ଅଳିଆ ଆବର୍ଜନା ; ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡା/ମୁନିଗୁଡା) – ରାୟଗଡା ଜିଲ୍ଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଅନ୍ତର୍ଗତ ମୁନିଗୁଡା ପଞ୍ଚାୟତ ସଦର ମହକୁମା ସ୍ଥିତ ୧ ନମ୍ବର ୱାର୍ଡ, ଇନ୍ଦିରାପଡା ସାହିର ଜନସାଧାରଣଙ୍କ ଯାତାୟାତ ସୁବିଧା ନିମନ୍ତେ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ପ୍ରକାରରେ ପଞ୍ଚାୟତ ସମିତି ତରଫରୁ ସିସି ରାସ୍ତା ତିଆରି କରାଯାଇଛି। ଉକ୍ତ ସାହି ରେ ରହୁଥିବା ଲୋକମାନେ ସିସି ରାସ୍ତା ଉପରେ ଅଳିଆ ଆବର୍ଜନା ପକାଇ ରାସ୍ତାକୁ ଏକ ପରିତ୍ୟକ୍ତ ସ୍ଥାନ ଓ ଅପରିଷ୍କାର ଭାବରେ କୁଡ଼ କୁଡ଼ ଅଳିଆ ଆବର୍ଜ୍ଜନା ଗଦା ହୋଇଥିବା ଦେଖିବାକୁ ମିଳୁଛି। ଏହା ଆମେ କହୁନାହୁଁ, କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ିଥିବା ଚିତ୍ରପଟ କଥା କହୁଛି। ଫଳରେ ଉକ୍ତ ରାସ୍ତା Ramamani college Nursing ଦେଇ ଯାତାୟାତ କରୁଥିବା ସାହି ବାସିନ୍ଦା ଓ ଜନସାଧାରଣ ମାନେ ପଚା ଗନ୍ଧରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୁଢ଼ କୁଢ଼ ପଚା ଅଳିଆ ଅବର୍ଜନା ଜମା ହୋଇଥିବାରୁ ଉକ୍ତ ସ୍ଥଳରେ ମୂଷା, ମଶା, ମାଛି, ଡାଁସର ବଂଶ ବୃଦ୍ଧି ପାଇ ବିଭିନ୍ନ ପ୍ରକାରର ରୋଗ ସହିତ ଡେଙ୍ଗୁ, ମ୍ୟାଲେରିଆ ଜ୍ଵର, ବାତ ଜ୍ଵର ମାନ ହେଉଛି ବୋଲି ସ୍ଥାନୀୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି । ଏତିପ୍ରତି ସଦର ବ୍ଳକ ପ୍ରଶାସନ ଓ ପଞ୍ଚାୟତ ସ୍ତରୀୟ ଅଧିକାରୀ ମାନ ଧ୍ୟାନ ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସାଧାରଣରେ ଦାବୀ ହୋଇଛି। ଏଥି ସହିତ ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଗୁଡା ଗ୍ରାମପଞ୍ଚାୟତ ସଦର ମହକୁମା ସ୍ଥିତ ଇନ୍ଦ୍ରିରାପଡା ୧ ନମ୍ବର ୱାର୍ଡରେ ରହି ଆସୁଥିଲେ ହେଁ, ଆଜି ପର୍ଯ୍ୟନ୍ତ ପ୍ରଶାସନ କୋୖଣସି ଦୃଷ୍ଟି ଆକର୍ଷଣ ନ କରିବା ବୁଦ୍ଧିଜୀବୀ ମହାଲରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ତେଣୁ ସ୍ଥାନୀୟ ସାହି ବାସିନ୍ଦା ତରଫରୁ ପ୍ରଶାସନକୁ ଅନୁରୋଧ ଅଳିଆ ଆବର୍ଜ୍ଜନା ହଟାଇ ରୋଗ ମୁକ୍ତ କରାଯାଉ ବୋଲି ଦାବୀ ହୋଇଛି । ଖବର ପ୍ରସାରଣ ପରେ ପ୍ରଶାସନ କେବେ ଦୃଷ୍ଟି ଦେଇ ରୋଗ ନିରାକରଣ ନିମନ୍ତେ ଚିନ୍ତା କରିବେ ତାହା ଦେଖିବାକୁ ବାକି ରହିଲା ।

ବହୁ ବାଦ୍ ବିବାଦ ପରେ ସମାପ୍ତ ହେଲା ବିଜେଡ଼ି ର ରାୟଗଡ଼ ଜିଲ୍ଲା ସଭାପତି ଚୟନ…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – ବହୁ ବାଦ ବିବାଦ ମଧ୍ୟରେ ଶେଷ ହୋଇଛି ରାୟଗଡ଼ା ଜିଲ୍ଲାରେ ବିଜେଡ଼ିର ସଭାପତି ଚୟନ ପ୍ରକ୍ରିୟା । ଅନେକ ଦିନ ହେଲା ରାୟଗଡ଼ା ଜିଲ୍ଲାରେ ଭାସ୍କର ଓ ସୁଧୀର ଗୋଷ୍ଠୀକୁ ନେଇ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖିଥିଲେ ଦଳର ମୁଖୁଆ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏଥି ମଧ୍ୟରେ ଗୁରୁବାର ଦିନ ଜିଲ୍ଲା ସଭାପତି ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଚୟନ କରିଛନ୍ତି ବିଜେଡ଼ି ଦଳ ମୁଖିଆ | ଏହି ପରିପେକ୍ଷୀରେ ରାୟଗଡ଼ା ଜିଲ୍ଲାରେ ଏବେ ସୁଧୀରଙ୍କ ଗୋଷ୍ଠୀ ବାଜି ମାରିଥିବା ସାଧାରଣ ରେ ଚର୍ଚ୍ଚା ଜୋର୍ ଧରିଛି | ତେବେ ରାୟଗଡ଼ା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳିରୁ ବିଧାୟକ ଭାବେ ବାଜି ମାରି ବିଜେଡ଼ି ସରକାର ଶାସନ ସମୟରେ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ବିକାଶ ତଥା ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳି ଥିବା ଜଗନ୍ନାଥ ସାରାକାଙ୍କୁ ରାୟଗଡ଼ା ଜିଲ୍ଲାର ସଭାପତି ଭାର ନ୍ୟସ୍ତ କରାଯାଇ ଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ରଞ୍ଜିତ କୁମାର ପାଣିଗ୍ରାହୀ ଓ ଗୟାଧର ପୁଆଳ ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି |

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁରଙ୍କ ଚନ୍ଦ୍ରପୁର ତହସିଲ ପରିଦର୍ଶନ ଓ ରାଜସ୍ୱ କାର୍ଯ୍ୟକ୍ରମ ସମୀକ୍ଷା…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁରଙ୍କ ଚନ୍ଦ୍ରପୁର ତହସିଲ ପରିଦର୍ଶନ ଓ ରାଜସ୍ୱ କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି l ଡ଼lଙ୍ଗସରଡା ରାଜସ୍ବ ସର୍କଲ ଅନ୍ତର୍ଗତ ସାରିକମl ଗ୍ରାମ ଓ ଚନ୍ଦ୍ରପୁର ତହସିଲ କାର୍ଯାଳୟର ରାଜସ୍ୱ କାର୍ଯ୍ୟକ୍ରମ ଅନୁଧ୍ୟାନ କରିଥିଲେ l ଏହାପରେ ତହସିଲଦାରଙ୍କ କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକ କରି ରାଜସ୍ୱ କାର୍ଯ୍ୟକ୍ରମ ଉପରେ ବିଶେଷ କରି ରାଜସ୍ୱ ଆଦାୟ, ବସୁନ୍ଧରା ଯୋଜନା ଓ ସରକାରୀ ଜମିର ସମୀକ୍ଷା କରିଥିଲେ l

ଏହା ସହିତ ପଟ୍ଟlର ଖାନା ଦୁଇ ସଂଶୋଧନ, ଜମିଜମା କମ୍ପୁଟରୀକରଣ,ଜଙ୍ଗଲଜମି ଅଧିକାର ଆଇନରେ ସଫଳ ପରିଚାଳନା, ବିଦ୍ୟାଳୟ ମହାବିଦ୍ୟାଳୟ ନାମରେ ପଟ୍ଟl ସଂଶୋଧନ, ଜାତୀୟ ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର, ରାଜସ୍ବ ଡକା ବଙ୍ଗଳା ନିର୍ମାଣ,ଜମିଜମା କ୍ରୟ ବିକ୍ରୟର ଫୁଙ୍ଖାନୁପୁଙ୍ଖ ସମୀକ୍ଷା ତଥା ତ୍ବରିତ ପଦକ୍ଷେପ ନେବା ନିମନ୍ତେ ସମସ୍ତ ରାଜସ୍ୱ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ ଓ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ତୁରନିତ କରିବା ନିମନ୍ତେ ସାରିକାମ ଗ୍ରାମକୁ ଯାଇ କ୍ଷେତ୍ର ପରିଦର୍ଶନ କରିଥିଲେ l

ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ତହସିଲଦାର ଚନ୍ଦ୍ରପୁର ଶ୍ରୀ ସୁନୀଲ କୁମାର ପ୍ରଧାନ, ସ୍ଥାନୀୟ ସରପଞ୍ଚ, ପ୍ରଦାନ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ର କର୍ମଚାରୀ,ରାଜସ୍ବ ନିରୀକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିଲେ l

ରାୟଗଡ ଜିଲ୍ଲାପାଳଙ୍କ ରାମନାଗୁଡ଼ା ବ୍ଲକ ପରିଦର୍ଶନ ; ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ଏଥର ସମ୍ଭାଳ ବ୍ୟୁରୋ (ରାମନାଗୁଡ଼ା) – ଅଦ୍ୟ ତା ୦୩-୦୯-୨୦୨୫ରିଖ ଦିନ ରାୟଗଡ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ଆଜି ଦିନିକିଆ ରାମନାଗୁଡ଼ା ବ୍ଲକ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ପ୍ରଥମେ କରଡା ଗ୍ରାମ କୁ ଯାଇ ସ୍ଵଂୟ ସହାୟକ ଗୋଷ୍ଠୀ ଙ୍କ ତେନ୍ତୁଳି ପ୍ରକ୍ରିୟାକରଣ ୟୁନିଟ ବୁଲିଦେଖିଥିଲେ। ପରେ ଖାମ୍ବାଗୁଡ଼ା ରେ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଙ୍କ ଦ୍ଵାରା ଗୋଲାପ ବଗିଚା , ରାମନାଗୁଡ଼ା ଇ ଲାଇବ୍ରେରୀ, ଗୋସାଇଁ ଗୁଲୁମୁଣ୍ଡା ରେ ଇଣ୍ଡଷ୍ଟ୍ରିଆଲ ପାର୍କ, ନିଳକଣ୍ଠପୁର ରେ ସ୍ଵଂୟ ସହାୟିକ ସଦସ୍ୟା ଙ୍କ ଦ୍ଵାରା ମଲ୍ଲି ଫୁଲ ବଗିଚା, ଗଦଗଦା ଶୈବ ପୀଠ ତଥା ଜଳ ପ୍ରପାତ , କୁଜେନ୍ଦ୍ରି ଗ୍ରାମାଞ୍ଚଳ ପାର୍କ, କୁଜେନ୍ଦ୍ରୀ ଉଚ୍ଚ ବିଦ୍ୟାଳୟ, ଓମଡିଂ ରେ ନିର୍ମାଣଧିନ ପୋଲ ଆଦି ପ୍ରକଳ୍ପ ବୁଲି ଦେଖିଥିଲେ। ଗୋଗୁପଡୁ ଅଞ୍ଚଳରେ ଚାଲିଥିବା ଡ୍ର।ଗନ ଫଳ ହେଉଥିବା ବୁଲି ଦେଖିଥିଲେ ।

ବ୍ଲକ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଦେଖି ଖୁସି ବ୍ୟକ୍ତ କରିବା ସହ ଗୋଲାପ ଚାଷ କରୁଥିବା ସଦସ୍ୟା ଙ୍କୁ ଦେଶୀ ଗୋଲାପ ଚାଷ କରି ସେଥିରୁ ଗୋଲାପ ଜଳ ପ୍ରକ୍ରିୟା କରଣ ୟୁନିଟ କାର୍ଯ୍ୟକାରୀ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କହିଥିଲେ । ଜିଲ୍ଲାପାଳ ଙ୍କ ଏହି ଗସ୍ତ ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଳ ଅଭିଷେକ ଦିଲିପ , ରାୟଗଡ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ, ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ, ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁସ୍ମିତା ରଥ, ସହକାରୀ ଯନ୍ତ୍ରୀ ପ୍ରତାପ ମିଶ୍ର, ବିପିସି ସନ୍ତୋଷ ରତ୍ନାଲୁ ଉଦ୍ୟାନ ବିଭାଗ ର ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଖୋଲ ଗ୍ରାମ ପଞ୍ଚାଯତର ଅତ୍ୟନ୍ତ ଦୁର୍ଗମ ଅଞ୍ଚଳକୁ ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ ଗ୍ରସ୍ତ…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – ଆଜି ଛୁଟିଦିନ ତଥା ପ୍ରତିକୂଳ ପାଗ ଥିବା ସ୍ଵତେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ମହୋଦୟ ପ୍ରଥମେ ମୁନିଗୁଡା ବ୍ଲକ ସ୍ଥିତ ମୁନିଖୋଲ ଗ୍ରାମ ପଞ୍ଚାଯତ ଅଫିସକୁ ପହଞ୍ଚିଥିଲେ I ସେଠାରେ ଉପସ୍ଥିତ ଥିବା ପଞ୍ଚାଯତର ସରପଞ୍ଚ, ପିଇଓ, ଜିଆରଏସ ଏବ୦ ପିଏମ ଜନମନ ହିତାଧିକାରୀଙ୍କ ପାଇଁ କାର୍ଯ୍ୟ କରୁଥିବା ସମସ୍ତ ମିସ୍ତ୍ରୀ , ପଞ୍ଚାଯତ ପ୍ରତିନିଧିଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି କିଭଳି ପି.ଏମ୍ ଜନମନ ଘର ଆଗାମି ଏକ ମାସ ମଧ୍ୟରେ ଅର୍ଥାତ ସେପ୍ଟେମ୍ବର ୩୦ ସୁଧା କାର୍ଯ୍ୟ ସମାପନ କରାଯିବ ତାହାର ଏକ ବିସ୍ତୃତ ଖସଡା ପ୍ରସ୍ତୁତ କରିଥିଲେ I

ଏହାପରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବ୍ଲକର କିଛି ପଦାଧିକାରୀଙ୍କ ସହ ବଡ ଡେଙ୍ଗୁଣି ଗ୍ରାମ ଅଭିମୁଖେ ବାହାରିଥିଲେ ଅଧା ବାଟରେ ଗାଡି ରଖି କିଛି ବାଟ ମୋଟରସାଇକେଲ ଏବ୦ କିଛିବାଟ ଚାଲି ଚାଲି ଯାଇ ବଡ ଡେଙ୍ଗୁଣି ,ସାନ ଡେଙ୍ଗୁଣି ଏବ୦ ଶକଟା ଗ୍ରାମର ପରିସ୍ଥିତି ପରଖିଥିଲେ, ବିଶେଷଭାବରେ ସରକାରଙ୍କ ଦ୍ଵାରା ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ପିଭିଟିଜି ଲୋକଙ୍କ ପାଖରେ ପହଞ୍ଚୁଛି କି ନାହି ତାର ସବିଶେଷ ତଥ୍ୟ ଗ୍ରାଉଣ୍ଡ ଜିରୋ ରୁ ନେଇଥିଲେ, ବର୍ଷାଦିନ ପାଇଁ ରାସ୍ତା ଏକ ପ୍ରମୁଖ ଅସୁବିଧା ହେଉଥିବା ଯୋଙ୍ଗୁ ପିଏମ୍ ଜନମନ ରେ ତିଆରି ହେଉଥିବା ଘର ଗୁଡିକର ଅଗ୍ରଗତି ଧିମା ପଡ଼ିଥିବା ମୁଖ୍ୟ ଉନ୍ନୟନ ଅଧିକାରୀ ଉପଳ୍ବଧି କଲେ I ହିତାଧିକାରୀ ମାନେ କିଭଳି ଭାବରେ ଠିକ ସମୟରେ ଘର ସରିପାରିବେ ଏବ୦ ତାହା ପାଇଁ ସମସ୍ତ ଅନୁସଙ୍ଗିକ ସୁବିଧା ସୁଯୋଗପ୍ରଦାନ କରିବା ପାଇଁ ବ୍ଲକ କତୃପକ୍ଷଙ୍କୁ ନିର୍ଦ୍ଧେଶ ଦେଲେ , ଗ୍ରାମରେ ବିଜୁଳି ଓ ପିଇବା ପାଣିର ବ୍ୟବସ୍ତା ଥିବା ଦେଖି ଖୁସି ପ୍ରକଟ କରିବା ସହ କିଭଳି ଭାବରେ ଏମ୍. ଜି. ଏନ୍. ଆର୍. ଈ. ଜି. ଏସ୍ ମାଧ୍ୟମରେ ପିଭିଟିଜି ହିତାଧିକାରୀ ମାନେ ନିଜର ଛେଳି ,ଘୁଷୁରି,କୁକୁଡା ପାଳନ କରି ନିଜେ ଅର୍ଥନୀତି ଦୁଷ୍ଟିକୋଣରୁ ସ୍ଵାବଲମ୍ବୀ ହଇପାରିବେ ତାହା ଉପରେ ଗୁରୁତ୍ଵରୋପ କଲେ I

ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସହ ସ୍ଥାନୀୟ ସରପଞ୍ଚ ଶ୍ରୀ ପାଇକ ଜାକୋକା ,ଏପିଡ଼ି ଆର. ଏଚ୍ ଶ୍ରୀ ପ୍ରଭାତ କୁମାର ଲେଙ୍କା,ପିଇଓ ଶ୍ରୀ ଦିନେଶ କୁମାର ଶବର, ଜିଆରଏସ ଅଜିତ ନାଗ ଏହି ଅଞ୍ଚଳକୁ ମୋଟର ସାଇକେଲ ଓ ଚାଲି ଚାଲି ନେବାରେ ସହଯୋଗ କରିବା ସହ ଲୋକ ଙ୍କ ମୌଳିକ ସମସ୍ୟା କୁ ଉନ୍ନୟନ ଅଧିକାରୀଙ୍କ ସମୁଖରେ ଉପସ୍ଥାପନ କରିଥିଲେ I ତତପରେ ବ୍ଲକ ମୁଖ୍ୟ କାର୍ଯ୍ୟIଳୟ ମୁନିଗୁଡ଼ା ଠାରେ ଏକ ସମୀକ୍ଷା ବୌଠକ ଅନୁଷ୍ଟିତ ହଇଥିଲା I

ମାଁ ମଝିଘରିଆଣୀଙ୍କ ମନ୍ଦିର ନବୀକରଣ ପାଇଁ ଭୂମିପୂଜା…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) – ରାୟଗଡା ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିର ର ଉନ୍ନତି କରଣ ପାଇଁ ତତ୍କାକିନ ବିଜେଡି ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୬ କୋଟି ଟଙ୍କା ମଞ୍ଜୁରୀ କରିଥିଲେ। ଆଜି ତାର ଶିଳାନ୍ୟାସ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୬ କୋଟି ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗର ତତ୍ତ୍ୱାବଧାନରେ କାଶୀକଞ୍ଚନ ପ୍ରାଇଭେଟ ଲିମିଟେଡ଼ କନଷ୍ଟ୍ରସନ ଦ୍ୱାରା ଆଜି ଶିଳାନ୍ୟସ କରାଯାଇଛି।

ମନ୍ଦିରର ଚତୁଃପାର୍ଶ୍ବରେ ଉନ୍ନତିକରଣ କରାଯିବା ସହ ତିନି ଦ୍ବାର ପାଇଁ ପକ୍କା ରାସ୍ତା,ଅତିଥି ଭବନ,ମନ୍ଦିର କାର୍ଯ୍ଯାଳୟ, ମୁଣ୍ଡନ କକ୍ଷ, ପାର୍କ, ଶୈଚାଳୟ, ବିଶ୍ରାମଗାର ଓ ଯାନବାହନ ରଖିବା ପାଇଁ ପାର୍କିଂର ବ୍ଯବସ୍ଥା କରାଯିବ। ଆସନ୍ତା ୨୪ ମାସ ମଧ୍ଯରେ ସମସ୍ତ କାର୍ଯ ଶେଷ କରିବା ପାଇଁ ଉକ୍ତ ଠିକା ସଂସ୍ଥା ଲକ୍ଷ ଧାର୍ଯ୍ୟ ରଖିଛି। ମନ୍ଦିରକୁ ରାଜ୍ଯ ତଥା ବାହାର ରାଜ୍ଯର ଶ୍ରଦ୍ଧାଳୁ ମାନେ ଆସି ଯେପରି ମାଙ୍କର ଶୃଙ୍ଖଳିତ ଦର୍ଶନ କରି ଫେରିବେ ସେ ପ୍ରକାର ବ୍ଯବସ୍ଥା କରାଯିବ। କହିବାକୁ ଗଲେ ସଂପୂର୍ଣ୍ଣ ଭାବେ ମଝୀଘରିଆଣୀ ପୀଠର ରୂପରେଖ ବଦଳି ଏକ ନୂତନ ପାରିପାର୍ଶ୍ବିକ ପରିବେଶ ସୃଷ୍ଟି ହେବା ନେଇ ଜିଲ୍ଲା ବାସୀଙ୍କର ଉତ୍କଣ୍ଠା ଦେଖାଦେଇଛି । ଯାହାକୁ ନେଇ ଶ୍ରଦ୍ଧାଳୁ ମାନେ ମଧ୍ଯ ବେଶ୍ ଖୁସି ଅନୁଭବ କରିବା ସହ ମନ୍ଦିର ପରିଚାଳନା କମିଟି ସରକାରଙ୍କୁ ଧନ୍ଯବାଦ ଜ୍ଞାପନ କରିଛନ୍ତି।

ରାୟଗଡ଼ା ଭାରତୀୟ ମଜଦୁର ସଂଘର ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳନ …!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼) – ଭାରତୀୟ ମଜଦୁର ସଂଘର ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ୨୮ ତାରିଖ ଦିନ ଅମୃତା ଦେବୀ ବଳୀଦାନ ଦିବସକୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ରୂପେ ପାଳନ କରିଆସୁଛି। ଏହି ଅବସରରେ ରାୟଗଡ଼ା ଜିଲ୍ଲାର ସମସ୍ତ ବ୍ଳକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ବ୍ଳକ ଅନ୍ତର୍ଗତ ଅମଲାଭଟା ଛକ ସ୍ଥିତ ଶ୍ରୀକ୍ଷେତ୍ର ଟାଉନସିପ୍ ଲକ୍ଷ୍ମୀ ନୃସିଂହ ମନ୍ଦିର ପରିସର ସହ ନିକଟ ସ୍ମଶାନ ଚାରି ପାଶ୍ୱର୍ରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘର ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ପ୍ରାୟ ୨୫୦ ରୁ ଉର୍ଦ୍ଧ ଔଷଧୀୟ ଏବଂ ଫଳ ଗଛର ଚାରା ରୋପଣ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ସକ୍ଷମ ଓଡ଼ିଶା ପଶ୍ଚିମ ପ୍ରାନ୍ତର ସଂରକ୍ଷକ ତଥା ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଡକ୍ଟର ବାଦଲ କୁମାର ତା , ସମାଜସେବୀ ତଥା ଓଡ଼ିଶା ଆଦିବାସୀ ମଞ୍ଚର ରାଜ୍ୟ ଆବାହିକା ଶ୍ରୀମତୀ ବିଦୁଲତା ହୁଇକା , ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ରାୟଗଡ଼ା ନଗର କାର୍ଯ୍ୟବାହ ଶ୍ରୀ ବିଦ୍ୟାଭୂଷଣ ପଣ୍ଡା , କୋଲନରା ଖଣ୍ଡ କାର୍ଯ୍ୟବାହ ରାଧାମୋହନ ଦୋରା , ଜିଲ୍ଲା ପର୍ଯ୍ୟାବରଣ ସଂଯୋଜକ ମନୋଜ ଗଉଡ ଏବଂ ମୂଖ୍ୟ ବକ୍ତା ଭାବେ ଭାରତୀୟ ମଂଜୁର ସଂଘ ର ରାଜ୍ଯ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ ଯୋଗ ଦେଇ ବୃକ୍ଷ ଚାରା ରୋପଣ କରିଥିଲେ।

ସଂଘର ଏପରି ଚିନ୍ତା ଧାରାକୁ ସାରା ଜିଲ୍ଲାରେ ପ୍ରଶଂସା କରିବା ସହ ଦେଶ ଗଠନରେ ଆଗରେ ରହି ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାକୁ ସମାଧାନ କରିବା ସହ ସମାଜ କାମକୁ ଆଗରେ ରହି ଯେଉଁ ସବୁ କାର୍ଯ୍ୟକ୍ରମ କରି ଆସୁଛନ୍ତି ତାହା ଏକ ଚିର ସ୍ମରଣୀୟ ବୋଲି ଉପସ୍ଥିତ ଅତିଥିମାନେ ପ୍ରକାଶ କରିଥିଲେ। ମୂଖ୍ୟ ବକ୍ତା ଶ୍ରୀ ଯୋଗେଶ୍ଵର ଦାସ କହିଥିଲେ ଅମୃତା ଦେବୀ ବଳୀଦାନ ଦିବସକୁ ଏକ ସାର୍ବଜନିନ ପର୍ବ ଭାବେ ପର୍ଯ୍ୟାବରଣ ଦିବସ ଭାବେ ପାଳନ କରିବା ଓ ପରିବେଶ ସଂକ୍ରାନ୍ତରେ ଜନ ସଚେତନା ସୃଷ୍ଟି କରିବା ଭାରତୀୟ ମଜଦୁର ସଂଘ ର ଏକ ମାତ୍ର ଲକ୍ଷ ଓ ଉଦ୍ଦେଶ୍ୟ ଏବଂ ସ୍ଵଚ୍ଛ, ନିର୍ମଳ ଓ ପ୍ରଦ୍ୟୁଷଣ ମୁକ୍ତ ବାତାବରଣ , ପୃଥିବୀରେ ବାସ କରୁଥିବା ସମସ୍ତ ଜନ ସମାଜ ପାଇଁ ମୌଳିକ ଅଧିକାର ଓ ଆବଶ୍ୟକତା ରହିଥିବା ବେଳେ ମନୁଷ୍ୟ ତାର ଅନାବଶ୍ୟକ ତାକୁ ପୂରଣ କରିବା ପାଇଁ ପରିବେଷକୁ ଶୋଷଣ କରୁଛି , ଆଧୁନିକ ସଭ୍ୟତାର ଆବଶ୍ୟକତା ପାଇଁ ଶିଳ୍ପାୟନ ବୃଦ୍ଧି ଓ ଲୋକଙ୍କର ଆବଶ୍ୟକ ସାମଗ୍ରୀ ନିର୍ମାଣ ପାଇଁ କଳ କାରଖାନା ରୁ ନିର୍ଗତ ଧୁଆଁ, ଯାତାୟାତ ବ୍ୟବହୃତ ଯାନବାହାନ ର ପ୍ରଦ୍ୟୁଷଣ , ଶୀତତାପ ନିୟନ୍ତ୍ରିତ ଯନ୍ତ୍ରପାତି ଇତ୍ୟାଦିରୁ ନିର୍ଗତ ବିଷାକ୍ତ କ୍ଳୋରଫ୍ଲୋର କାର୍ବନ ପାଇଁ ପ୍ରତ୍ୟେକ ବର୍ଷ ତାପମାତ୍ରା ବୃଦ୍ଧି ପାଇଛି। ପରିବେଶ ବିନା ମଣିଷ ସମାଜର କଲ୍ୟାଣ ଅସମ୍ବବ ପରିବେଶ ନ ରହିଲେ ଜିବସତା ରହିବ ନାହିଁ। ଭାରତୀୟ ମଜଦୁର ସଂଘ ଶ୍ରମିକ ସମାଜର କଲ୍ୟାଣ ପାଇଁ ଯେତିକି ଚିନ୍ତିତ ସେତିକି ସମାଜ ଓ ପରିବେଶ ପାଇଁ ମଧ୍ୟ ଚିନ୍ତିତ , ପରିବେଶ ସଂରକ୍ଷଣ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଶ୍ରୀ ଯୋଗେଶ୍ୱର ଦାସ ପ୍ରକାଶ କରିଥିଲେ । ଭାରତୀୟ ମଜଦୁର ସଂଘର କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ , ଜିଲ୍ଲା ସଂପାଦକ ଗଣେଶ କୁମାର ସାହୁ ଏବଂ ପର୍ଯ୍ୟାବରଣ ମଞ୍ଚର ଜିଲ୍ଲା ସଂଯୋଜକ ଶ୍ରୀ ଦୂର୍ଗା ମାଧବ ଘୋଷଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମକୁ ସଂଘର ମୋହନ ରାଓ ମାଝି , ଅରୁଣ ଲେଙ୍କା, ଶ୍ରୀମତୀ ଉଷାରାଣୀ ଦାଶ , ଶ୍ରୀମତୀ ନେହା ସିଂ , ସୁନ୍ଦର ରାଓ କାଡରାକା , କେ ରାମ ବାବୁ , ଆନନ୍ଦ ରାଉଳ , ପରିଚାଳନା କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ବନ ବିଭାଗ ର ବନ୍ୟାଳ ପ୍ରଶାଦ ବେହେରା ସହ ବନରକ୍ଷୀ ମାନଙ୍କ ସହ ଭାରତୀୟ ମଜଦୁର ସଂଘର , ପର୍ଯ୍ୟାବରଣ ମଞ୍ଚ , ବିଶ୍ଵକର୍ମା ମଜଦୁର ସଂଘ, ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାରକର୍ସ ଆସୋସିଏସନ୍ , ବ୍ୟବସାୟ ମଜଦୁର ସଂଘ , ଆଶା କର୍ମୀ ସଂଘ , ସଫେଇ ମଜଦୁର ସଂଘ , ଜେ କେ ପେପର ମଜଦୂର ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଗଣେଷ ପୂଜା ପାଳିତ ….!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼) – ଚଳିତ ବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ଚତ୍ରୁର୍ଥି ତିଥି ୨୭ତାରିଖ ବୁଧୁବାର ଦିନ ଆରମ୍ଭ ହୋଇଯାଇଛି ବିଘ୍ନରାଜ୍, ପ୍ରଥମ ପୂଜ୍ୟ, ଲମ୍ବଧର ମୁସିକ ବାହନ ଶ୍ରୀ ଗଣେଷଙ୍କ ପୁଜା। ଏହି ପରିପେକ୍ଷୀରେ ରାୟଗଡ଼ ସଦର ୩ନମ୍ବର ୱାର୍ଡ଼ ସୁଣ୍ଡି ସାହିରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଦିର୍ଘ ୩୦ବର୍ଷରୁ ଉର୍ଦ୍ଧ ସମୟ ଧରି ଗଣେଷ ପୂଜା ପାଳିତ ହୋଇ ଆସୁଛି। ବରିଷ୍ଠ ଆଇନଯିବି ମୋନଜ କୁମାର ଗନ୍ତାୟତ(ନୀଳ) ଏବଂ ବିଶିଷ୍ଠ ବ୍ୟବସାୟୀ ରଜନୀକାନ୍ତ ନାୟକ(ଯୋଟି) ଙ୍କ ନେତୃତ୍ୱରେ ଶୃଙ୍ଖଳିତ ଭାବେ ଓ ମହାଆଡ଼ମ୍ବରରେ ପାଳିତ ହୋଇଛି ଗଣେଶ ପୂଜା। ପାଞ୍ଚ ଦିନ ଧରି ସ୍ଥାନୀୟ ଅଞ୍ଚଳ ଆନନ୍ଦ ଉତ୍ସବରେ ମୁଖରିତ ହେଇଥିବା ବେଳେ, ନାନା ପ୍ରକାର ଆଲୋକିତ ତରଣ ସୁସଜ୍ଜିତ ମଣ୍ଡପକୁ ନକ୍ଷତ୍ର ମଣ୍ଡଳ ଭଳି ଶଭାୟମାନ ହେଇଚି। ପ୍ରତ୍ୟେକ ଦିନ ହୋମ,ମନ୍ତ୍ର ପୁଜା ଓ ଆଳତି ର ଉକ୍ତ ଅଞ୍ଚଳ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି।

ଆଜି ପୁଜା କମିଟିର ସମସ୍ତ ସଦସ୍ୟ ମିଶି ପ୍ରାୟ ୧୫୦୦ଲୋକଙ୍କ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ। ଏହି ସେବାରେ ମହିଳା ମାନେ ଯୋଗ ଦେଇ ଅନ୍ନ ପ୍ରସାଦ ବିତରଣ କରୁଥିବାର ଦୃଶ୍ୟ ଅନ୍ୟ ମାନଙ୍କୁ ସେବା ମନବୃତ୍ତିର ପ୍ରେରଣା ଦେଇଛି। ରବିବାର ଦିନ ଶ୍ରୀ ଗଣେଷଙ୍କ ଭସାଣି ଯାତ୍ରା ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। କମିଟି ସଦସ୍ୟ ପ୍ରଶାନ୍ତ ନାୟକ, ଗୌରୀ ଶଙ୍କର ପଟନାୟକ, କୃଷ୍ନ ଚନ୍ଦ୍ର ବେହେରା, ଅମର ପାତ୍ର, କାଳୁ ଗୌଡ଼ , ପୂର୍ଣ୍ଣ ବିଡ଼ିକା, ସୈକ ସଞ୍ଜୟ ବକ୍ସ ପ୍ରମୁଖ ସ୍ଵତଃ ପ୍ରବୃତ୍ତ ଭାବେ ସହଯୋଗ କରି ଗଣେଶ ପୂଜା ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ପୂଜା କମିଟି ଉପଦେଷ୍ଟା ମୋନୋଜ କୁମାର ରଥ(ଜିତୁ ରଥ) କହିଛନ୍ତି।

ଅଚାନକ ବିଷମକଟକ ଗସ୍ତ ରେ ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲିକ୍

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ) – ଆଜି ସନ୍ଧ୍ୟା ସମୟ ରେ ମତ୍ସ ‌‌‌ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲିକ୍ ଅଚାନକ ବିଷମକଟକ ଗସ୍ତ କରି ସ୍ଥାନୀୟ ନେତୃ ବୃନ୍ଦ ଙ୍କ ସହ ଦେଖା କରି ଅଞ୍ଚଳ ର ବିଶେଷ ସମସ୍ୟା ଗୁଡିକ ଉପରେ ଆଲୋଚନା କରିଥିଲେ।