ରାୟଗଡାରେ ରାଷ୍ଟ୍ରୀୟ ଲୋକଅଦାଲତ ରେ ୩୬,୩୧୭ ଟି ମାମଲା ଫଇସଲା ହୋଇ ସେଟେଲମେଣ୍ଟ ବାବଦକୁ ୪୯,୩୯,୯୭୧ ଟଙ୍କା ଆଦାୟ ହୋଇଅଛି…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ) – ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତତ୍ତ୍ୱାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଅଛି l ଏହି ଲୋକ ଅଦାଲତରେ ରାୟଗଡା ଜିଲ୍ଲା ଅଦାଲତ ସମେତ ଗୁଣୁପୁର, ବିଷମକଟକ, କାଶିପୁର, ପଦ୍ମପୁର ଓ ମୁନିଗୁଡା ଅଦାଲତ ରେ ଦୀର୍ଘ ଦିନ ଧରି ପଡିରହିଥିବା ୨୭୮ ଟି ମାମଲାର ଫଇସଲା ହୋଇ, ସମୁଦାୟ ଟ. ୪୩,୩୧,୯୭୧/-(ତେୟାଳିସ ଲକ୍ଷ ଏକତିରିସ ହଜାର ନଅ ସହ ଏକସ୍ତରୀ) ଟଙ୍କା ର ସେଟେଲମେଣ୍ଟ କରାଯାଇଅଛି l ସେହିପରି ରାଜସ୍ୱ ସମ୍ବନ୍ଧିତ ୩୬,୦୩୦ ଟି ମାମଲା ଫଇସଲା ହୋଇଅଛି ଓ ପ୍ରିଲିଟିଗେସନ ସମ୍ବନ୍ଧିତ ୯ ଟି ମାମଲାର ଫଇସଲା ହୋଇ ସମୁଦାୟ ଟ.୬,୦୮,୦୦୦/-(ଛଅ ଲକ୍ଷ ଆଠ ହଜାର) ଟଙ୍କା ର ସେଟେଲମେଣ୍ଟ କରାଯାଇଅଛି l ଏହି ଲୋକ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ପରିଚାଳନା କରିଥିଲେ I

ଏଥିରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ସଞ୍ଜିତ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ଅଳ୍ପନା ସ୍ୱାଇଁ, ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ଅପର୍ନା ମହାପାତ୍ର, ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସସ୍ମିତା ମିଶ୍ର, ବରିଷ୍ଟ ଦେୱାନି ବିଚାରପତି ଶ୍ରୀ ଆଶିସ ପଟ୍ଟନାଏକ, ରେଜିଷ୍ଟ୍ରାର ଶ୍ରୀ ରାଣା ଘୋସ୍, ଉପଖଣ୍ଡୀୟ ବିଚାରବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ବର୍ଷା ଦାସ, ଗ୍ରାମ ନ୍ୟାୟଧିକାରୀ ତଥା ଜେ.ଏମ୍.ଏଫ୍.ସି ଏସ୍.ଆର ତୋସାଲି ଏବଂ ରାୟଗଡା ବାର ଆସୋସିଏସନର ଆଇନଜୀବି ଶ୍ରୀ ବିଷ୍ଣୁ ପ୍ରସାଦ ପଣ୍ଡା, ଶ୍ରୀ ନବ କୁମାର କାଣ୍ଟା, ଶ୍ରୀ ସୁରେନ୍ଦ୍ର କୁମାର ଶର୍ମା, ଶ୍ରୀ ମଙ୍ଗଳ ମୂର୍ତ୍ତୀ ବେଉରିଆ, ଶ୍ରୀ ଦେବରାଜ ନାଏକ, ଶ୍ରୀମତି ଭାରତି ତ୍ରିପାଠି ଓ ଶ୍ରୀ ରାଜେଶ ପାଢି ପ୍ରମୁଖ ବିଭିନ୍ନ ଅଦାଲତ ପରିସରରେ ଅନୁଷ୍ଠିତ ହେଇଥିବା ବେଞ୍ଛରେ ଯୋଗଦେଇଥିଲେ l ଏହି ଲୋକ ଅଦାଲତ ଟିକୁ ସଫଳ କରିଥିବାରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ଆଚାର୍ଯ୍ୟ ଜିଲ୍ଳାର ଜନସାଧାରଣ ତଥା ଆଇନଜୀବି ଓ ରାଜସ୍ୱ ବିଭାଗ ଓ ସରକାରୀ ଅଧିକାରୀ, ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l

ଜିଲ୍ଲା କ୍ରୀଡା ସଂସଦର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) –ରାୟଗଡ଼ ଜିଲ୍ଲା ସଙ୍ଘର ସାଧାରଣ ପରିଷଦ ବୈଠକ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟ୍ଯାଳୟ ଚିନ୍ତନ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ତଥା ଅଧ୍ୟକ୍ଷ କ୍ରୀଡା ସଙ୍ଘ ରାୟଗଡ଼ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ନlୟକଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ହୋଇଥିଲା l ଦୀର୍ଘ ତିନି ବର୍ଷରୁ ଅଧିକ କ୍ରୀଡା ସାଂସଦ ଗଠନ ହୋଇନଥିବାରୁ ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ନିର୍ଦେଶରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ବୈଠକର ପରିଚାଳନା କରିଥିଲେ l

ଏହି ବୈଠକରେ ରାୟଗଡ଼ ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ବସନ୍ତ କୁମାର ପ୍ରଧାନ, ରାୟଗଡ଼,ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅlଲେନୁର, କ୍ରୀଡା ନିରୀକ୍ଷକ ହରିହରି ପାତ୍ର ପ୍ରମୁଖ ଯୋଗଦାନ କରି କ୍ରୀଡା ସଂସଦ ଗଠନ ସମ୍ପର୍କରେ ଆଲୋଚନା କରିଥିଲେ l ଜିଲ୍ଲା କ୍ରୀଡା ଅଧିକାରୀ ଅlଲେନୁର ସଙ୍ଘଠନ ନିର୍ବାଚନ ପାଇଁ ନିର୍ଦ୍ଧାରିତ ପ୍ରକ୍ରିୟା ସମ୍ବନ୍ଧରେ ବିସ୍ତୃତ ଭାବରେ ଉପସ୍ଥାପନା କରିଥିଲେ l ବିଶେଷ କରି ସଂଘର ସଦସ୍ୟ, କେଉଁ ମନେ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ପାରିବେ, କେଉଁ ମlନଙ୍କୁ ଆମନ୍ତ୍ରିତ ସଦସ୍ୟ ଭାବରେ ନିଆଯିବ ଆଦି ବିଷୟରେ ବୁଝାଇଥିଲେ l ଜିଲ୍ଲା କ୍ରୀଡା ସଂସଦରେ ୭୫ସଦସ୍ୟ, ସଦସ୍ୟା ଅଛନ୍ତି ଯେଉଁମାନେ କି ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ପାରିବେ l ପୂର୍ବରୁ ନିର୍ଦ୍ଧାରିତ ନିର୍ଦେଶlବଳୀ ଅନୁଯାୟୀ ନିର୍ବାଚନ କରାଯିବ ନିମନ୍ତେ ସ୍ଥିର କରାଯାଇଛି l ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଆସନ୍ତା ମାସ ଦିନ ଧlର୍ଯ୍ୟ କରାଯାଇ ସପ୍ତାହରେ ନିର୍ବାଚନ କାର୍ଯ୍ୟ ଆୟୋଜନ କରାଯିବା ନିମନ୍ତେ ସମସ୍ତେ ମାତାପୋଷଣ କରିଥିଲେ l ଜିଲ୍ଲାର ବହୁ ସଂଖ୍ୟାରେ ସଦସ୍ୟ ସଦସ୍ୟା ମlନେ ଯୋଗଦାନ କରି ନିଜ ନିଜର ମତାମତ ଦେଇଥିଲେ l

ଆଦି କର୍ମଯୋଗୀ ଅଭିଯାନ ସମ୍ବନ୍ଧରେ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡା) – ଆଦି କର୍ମଯୋଗୀ ଅଭିୟାନ ଅନ୍ତର୍ଗତ ୩-ଦିନିଆ ଆବାସିକ ପ୍ରଶିକ୍ଷଣ-କମ୍-ଡିଜାଇନ୍ ୱର୍କଶପ୍ ସିରିଗୁଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଆରମ୍ଭ ହୋଇଛି । ପ୍ରଶିକ୍ଷଣ ୧୩ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ଉଦ୍ଘାଟନ କଲେ ଜିଲ୍ଲା ପରିଷଦ ସିଡ଼ିଓ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ । ସେ କହିଲେ, ପ୍ରଶିକ୍ଷଣ ପ୍ରାୟୋଗିକ ହେବା ଆବଶ୍ୟକ ଓ ଗ୍ରାମ ସ୍ତରରେ ଲୋକଙ୍କ ପାଇଁ କାମକୁ ଆସିବା ଉଚିତ୍ । ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ ଏବଂ କାର୍ଯ୍ୟକ୍ରମର ନୋଡାଲ୍ ଅଫିସର୍ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ ଏହି ଅଭିୟାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କଥାହୋଇଥିଲେ । ସେ କହିଲେ, ଏହି ପ୍ରଶିକ୍ଷଣ ମାଧ୍ୟମରେ ଗ୍ରାମ ସ୍ତରରେ ସଚେତନତା, ଲୋକସହଭାଗୀତା ଓ ଉନ୍ନତିକୁ ଶକ୍ତିଶାଳୀ କରାଯିବ ।

ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ମାଷ୍ଟର ଟ୍ରେନର ଓ ବିଡିଓ ସହିତ ବିଭିନ୍ନ ବିଭାଗୀୟ କର୍ମଚାରୀ ବ୍ଲକ ସ୍ତରୀୟ ମାଷ୍ଟର ଟ୍ରେନର ମାନଙ୍କୁ ନିଜ୍ ଅଭିଜ୍ଞତା ଓ ପ୍ରଶିକ୍ଷଣ ଦେଉଛନ୍ତି । ପ୍ରଶିକ୍ଷିତ ବ୍ଲକ ସ୍ତରୀୟ ମାଷ୍ଟର ଟ୍ରେନର ପରେ ଗ୍ରାମ ସ୍ତରରେ ଯୋଜନା ପ୍ରସ୍ତୁତିରେ ସହାୟତା କରିବେ । ଏଥିପରିଣାମରେ ଗ୍ରାମବାସୀମାନେ ସରକାରୀ ଯୋଜନାରୁ ଅଧିକ ଲାଭ ନେଇପାରିବେ । ଅଧିକାରୀମାନେ କହିଛନ୍ତି, ଏହି ପ୍ରଶିକ୍ଷଣ ଦ୍ୱାରା ଗ୍ରାମରେ ଜୀବିକା, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସେବାଗୁଡ଼ିକ ଆଗକୁ ବଢ଼ିବ । ଏହା ସହିତ ଲୋକମାନଙ୍କର ସକ୍ରିୟ ଭାଗିଦାରି ବୃଦ୍ଧି ପାଇବାରେ ସରକାରୀ ଯୋଜନା ଅଧିକ ପ୍ରଭାବଶାଳୀ ହେବ ।

କୋଲନରାରେ ରାୟଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ (କୋଲନରା) – ଅଦ୍ୟ ତା ୦୮-୦୯-୨୦୨୫ରିଖ ଦିନ କୋଲନରା ବ୍ଲକ ସଭାଗୃହଠାରେ ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିର ରେ ଅତିରିକ୍ତ ଆରକ୍ଷୀ ଅଧିକରି ଅମୂଲ୍ୟ କୁମାର ଧର, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ରାୟଗଡ଼, ଶ୍ରୀ ରମେଶ କୁମାର ଜେନା,ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଭି ସରୋଜିନୀ ଦେବୀ ଯୋଗଦେଇ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ। ଆଜି ମୋଟ ୬୬ ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ୪୨ଟି ବ୍ୟକ୍ତିଗତ,୨୧ଟି ସାମୁହିକ ଦରଖାସ୍ତ ଓ ୦୩ଟି ମେଡିକାଲ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ରେଡ଼କ୍ରସ ପାଣ୍ଠିରୁ ୦୩ଜଣଙ୍କୁ ୪୦,୦୦୦ଟଙ୍କାର ଆର୍ଥିକ ସହାୟତା ଜିଲ୍ଲାପାଳ ପ୍ରଦାନ କରିଥିଲେ । ସମସ୍ତ ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିବା ପରେ ଅଭିଯୋଗ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କୁ ଦରଖାସ୍ତ ଗୁଡିକ ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।ଏହି ଅଭିଯୋଗ ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୌର ହରି ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ଯୋଗାଣ ଅଧିକାରୀ ଦଶରଥୀ ସୋରେନ, ଲିଡ଼ ବ୍ୟାଙ୍କ ଅଧିକାରୀ ଦେବେନ୍ଦ୍ର ବାଉରୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିନା ପ୍ରଧାନ ଶିବିର ପରିଚାଳନା କରିଥିଲେ ।

ସାସୁ ବହୁ ମାଳି ସୁରକ୍ଷା ସମିତି ର ପ୍ରସ୍ତୁତି ବୈଠକ…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – ରାୟଗଡ଼ ଜିଲ୍ଲା କାଶିପୁର ବ୍ଲକ ଅଧିନସ୍ଥ ସାସୁ ବହୁ ମାଳି ଚତୁଃପାର୍ଶ୍ଵରେ ଆଦିମ କାଳରୁ ବସବାସ କରି ଆସୁଥିବା ନିରିହ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବନବାସୀ ମାନେ ଜଳ ,ଜଙ୍ଗଲ,ଓ ମାଁ ମାଟିର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ି ଥିବା ଦେଖିବାକୁ ମିଳିଛି। ଏନେଇ ସାସୁବହୁ ମାଳି ସୁରକ୍ଷା ସମିତି ଆବାହକ ଶ୍ରୀ ରାମଚନ୍ଦ୍ର ମାଝି, କୁଞ୍ଜବନ ନାଏକ, କ୍ଷେତ୍ରମୋହନ ନାଏକ ଙ୍କ ଅଧ୍ୟକ୍ଷତାରେ ଆଜି ବିସ୍ଥାପିତ ଆଠଟି ଗ୍ରାମ ପଞ୍ଚାୟତ ର ପ୍ରାୟ ୨୦ଟି ଗ୍ରାମ ର ଗ୍ରାମ ବାସୀ ଏକ ତ୍ରୀତ ହୋଇ ବୈଠକ କରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ଜଣାପଡିଛି, ସୁଚନା ରୁ ପ୍ରକାଶ ଯେ କାଶିପୁର ବ୍ଲକ ରେ ଉତ୍କଳ ଆଲୁମିନା, ଅଦିତ୍ୟ ରିଫେନାରି, ବେଦାନ୍ତ ପରି, କମ୍ପାନୀ ରହି ମଧ୍ୟ ଲୋକେ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ମୃତ୍ୟୁ ବରଣ କଲେ ସବ ଆସୁବାକୁ ୫ ଦିନ ଲାଗୁଛି, ଏହା ଆମେ ଅନୁଭଵ କରୁଛୁ, ବର୍ତ୍ତମାନ ରାଜ୍ୟ ସରକାର ଓ କେନ୍ଦ୍ରସରକାର ଏବେ ଏହି ସାସୁବହୁ ମାଳି କୁ ପୁଣି ବିଦେଶୀ କମ୍ପାନୀକୁ ବିକ୍ରି କରି , ମାଗଣାରେ ଚାଉଳ, ମହିଳା ଙ୍କୁ ମାଗଣା ଟଙ୍କା, ଚାଷି ଙ୍କୁ ମାଗଣା ଟଙ୍କା ଦେଇ ସରକାର ମୁଁ ହଁ ବନ୍ଦ୍ କରିବାକୁ ଚେଷ୍ଟା ଚଳାଇଥିବାରୁ ଏହା କୁ ସାସୁବହୁ ମାଳି ସୁରକ୍ଷା ସମିତି କେବେ ହେଲେ ସଫଳ କରିବା କୁ ଦେବନାହିଁ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡିଛି, ଆଜିର ଏହି ପ୍ରସ୍ତୁତି ବୈଠକ କରେ ଜଳ, ଜଙ୍ଗଲ , ଓ ଜମି ର ସୁରକ୍ଷା ପାଇଁ ଆଠଟି ପଞ୍ଚାୟତ ର ସମସ୍ତ ଗ୍ରାମ ରେ ବୈଠକ କରି ସଚେତନ କରାଇବା ସ଼ହ ମାତୃଭୂମି ର ସନ୍ ମାନ କୁ କେବେହେଲେ ବିକ୍ରି କରି ବା କୁ ଦିଆଯିବ ନାହିଁ, ଏଣୁ, ସୁରକ୍ଷା ସମିତି ଜାଗ୍ରତ ପ୍ରହରି ଭାବେ କାର୍ଯ୍ୟକରି ଐତିହ ପ୍ରାକୃତିକ ଆମର ଏହି ଅସରନ୍ତି ସମ୍ପତି କୁ ବିଦେସି ହାତରେ ବନ୍ଧକ ରଖି ବୁ ନାହିଁ ବୋଲି ସୁରକ୍ଷା ସମିତି ଚେତାବନୀ ଦେଇଥିବା ଶୁଣିବାକୁ ମିଳିଛି । ଉକ୍ତ ପ୍ରସ୍ତୁତି ବୈଠକ କୁ କବି ନାଏକ, ସାବାନା ମାଝି, ଜଳ ମାଝି, ଗୈରି ନାଏକ ଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟ କର୍ତ୍ତା ସହଯୋଗ କରିଥିଲେ ।

ସାର ବିକ୍ରିରେ ଆସିଛି ସାମାନ୍ୟ ସୁଧାର…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – ସାର ର ଅଭାବି ବିକ୍ରି ରେ ସାମାନ୍ୟ ସୁଧାର ଆସିଛି। ଯେଉଁ ସାର ପାଇଁ ଚାଷୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ସହ ବାଧ୍ୟ ହୋଇ ଚଢ଼ା ଦରରେ କିଣୁଚୁ ବୋଲି ଚାଷୀମାନେ ଅଭିଯୋଗ କରିଥିଲେ। ବର୍ତ୍ତମାନ୍ ୧ହଜାର ଟନ୍ ମେଟ୍ରିକ୍ସ୍ ୟୁରିଆ ରାୟଗଡ଼ ଜିଲ୍ଲାରେ ପହଁଚିଛି। ଯାହାଦ୍ବାରା ଚାଷୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏହି କ୍ରମରେ ପଣ୍ଡା ଫର୍ଟିଲାଇଜୋର ନାମକ ସାର ବିକ୍ରୟ କେନ୍ଦ୍ର ରେ ଚାଷୀଙ୍କ ଚିନ୍ତା ଦୁର ହୋଇଛି ବୋଲି କିଛି ଚାଷି ସରକାର ଏବଂ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ୍ ଜଣାଇଛନ୍ତି। ଏହି ବିକ୍ରୟ କେନ୍ଦ୍ରରେ ଆଧାର କାର୍ଡ ଦେଖି ସାର ବସ୍ତା ପିଛା ମାତ୍ର ୨୭୦ଟଙ୍କା ନେଉଥିବା ଚାଷି ଖୁଶି ମନରେ କହିଛନ୍ତି।

ଘଣ୍ଟା ଘଣ୍ଟା ଧରି ଚାଷି ମାନେ ଖରାରେ ଠିଆ ହୋଇ ରହୁଥିବା ହେତୁ ପାନୀୟ ଜଳର ବ୍ୟବସ୍ଥା ଏବଂ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଛି। ଆନ୍ଧ୍ର ରୁ କିଛି ଚାଷି ଆସି କପା ଚାଷ ନିମନ୍ତେ ଚଢା ଦରରେ ସାର କିଣି ନେଉଥିବା ହେତୁ ରାୟଗଡ଼ ଜିଲ୍ଲାରେ ସାର ଅଭାବି ବିକ୍ରି ଦେଖା ଦେଇଛି ବୋଲି କିଛି ଚାଷୀ ମାନେ କହିଛନ୍ତି। ଆଗାମି ଦିନରେ ସାର ସଙ୍କଟ ସମ୍ପୂର୍ଣ୍ଣ ଭାବେ ଦୁର ହୋଇଯିବ ବୋଲି ବିକ୍ରୟ କେନ୍ଦ୍ର ମାଲିକ କହିଛନ୍ତି।

ଉଦଘାଟିତ ହେଲା ସୁନୀଲ ମେମୋରିଆଲ ଡିୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ…!

!!! ରାୟଗଡ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭଳ(ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ମିନି ଷ୍ଟାଡିୟମ ଠାରେ ସକାଳ ୯:୩୦ ମିନିଟ୍ ସମୟରେ ରେ ସୁନୀଲ ମେମୋରିଆଲ ଚାରିଟେବୁଲ ଫାଉଣ୍ଡେସନ, ଭୁବନେଶ୍ବର ପକ୍ଷରୁ ଶିକ୍ଷକ ନେତା ତଥା ସାମ୍ବାଦିକ ଙ୍କ ପିତାମହ ତଥା କ୍ରୀଡ଼ା ପ୍ରେମୀ ସ୍ଵର୍ଗତ. ସୁନୀଲ କୁମାର ଦାଶ ଙ୍କ ସ୍ମୃତି ରେ ଏକ ଡ୍ୟୁଜ୍ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏହା ଆଜିଠାରୁ ଆରମ୍ଭ ହୋଇ ଆଗାମୀ ୧୭ ତାରିଖ ରେ ସମାପ୍ତ ହେବା ବୋଲି ସୁନୀଲ ମେମୋରିଆଲ ଚାରିଟେବୁଲ ଫାଉଣ୍ଡେସନ ର ନିର୍ଦ୍ଦେଶକ ଶ୍ରୀ ଶକ୍ତି ଦାଶ ସୂଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଣପୁର ପୌର ପରିଷଦ ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ ଓରଫ୍ ସାନ ଗୌଡ, ସମ୍ମାନିତ ଅତିଥି ଭାବେ ଓକିଲ ସଂଘ ସଭାପତି ଶ୍ରୀ ଗୌରୀ ଶଙ୍କର ଦାଶ, ମହର୍ଷି ଗୁରୁକୁଳ ର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ଗୁରୁ ଓ ସମ୍ପାଦକ ଶ୍ରୀ ରାଜେଶ କୁମାର ପଣ୍ଡା, କ୍ରୀଡାବିତ୍ ରବିନ୍ଦ୍ର କୁମାର ପଣ୍ଡା, ସାମାଜ ସେବୀ କୃଷ୍ଣ ମାଧବ ଦାଶ, କଳିଙ୍ଗ ସାମ୍ବାଦିକ ସଙ୍ଘ ର ଉପ ସଭାପତି ଶ୍ରୀ ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ପ୍ରଥମ ଦିନ ମ୍ୟାଚ୍ ଟି ପାରଳାଖେମୁଣ୍ଡି ଓ ଗୁଣପୁର ଜି.ଆଇ.ଇ. ଟି ବିଶ୍ୱ ବିଦ୍ୟାଳୟ ମଧ୍ୟ ରେ ହୋଇଥିଲା ।ଏଥିରେ ପ୍ରଥମେ ଜି.ଆଇ.ଇ. ଟି ବିଶ୍ୱ ବିଦ୍ୟାଳୟ ଟଚ ଜିତି ବ୍ୟାଟିଂ କରିବା ନିଷ୍ପତ୍ତି ନେଇ ସମୁଦାୟ ୨୫ ଓଭର ଖେଳି ୯ ଗୋଟି ୱିକେଟ ହରାଇ ୧୩୭ ରନ୍ କରିଥିବା ବେଳେ ପାରଳାଖେମୁଣ୍ଡି ଦ୍ଵିତୀୟ ପର୍ଯ୍ୟାୟ ରେ ୨୪ ଓଭର ୩ ଟି ବଲ ଖେଳି ୩ ୱିକେଟ ରେ ବିଜୟୀ ହୋଇଛି। ଜି.ଆଇ.ଇ. ଟି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପ୍ରୀତମ ପ୍ରଧାନ ସର୍ବାଧିକ ୪୧ ରନ୍ କରିଥବା ବେଳେ ପାରଳାଖେମୁଣ୍ଡି ପକ୍ଷରୁ ସୁନିତ ବେହେରା ସର୍ବାଧିକ ୪୭ ରନ୍ କରି ମେନ ଅଫ୍ ଦି ମ୍ୟାଚ୍ ଲାଭ କରିଛନ୍ତି ଏବଂ ପାରଳାଖେମୁଣ୍ଡି ପକ୍ଷରୁ ସର୍ବାଧିକ ଭାବେ ପି ସତୀଶ ୩ ଗୋଟି ଓ ଶୁଭମ୍ ରାଉତ ୩ ଗୋଟି ୱିକେଟ ନେଇଥିଲେ।

ରାୟଗଡ଼ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ବାର୍ଷିକ ସମ୍ମିଳନୀ ଏବଂ ସାଧାରଣ ନିର୍ବାଚନ

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – ରାୟଗଡ଼ ସହର ବିଜୁ ପଟ୍ଟନାୟକ ଓଡ଼ିଟରୀୟମ ଠାରେ ଓଡ଼ିଶା ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ରାୟଗଡ଼ ଶାଖାର ବାର୍ଷିକ ସମ୍ମିଳନୀ ଏବଂ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜସ୍ଵ କ୍ଷେତ୍ର ଅଧିକାରୀ ସଂଘ ରାଜ୍ୟ ସଭାପତି ସୁଚନ୍ଦ୍ର ମହାନ୍ତି ଉପ ସଭାପତି ଏନ ପ୍ରଭାକର, ଷ୍ଟ୍ରିଁଙ୍ଗ କମିଟି ଅଧ୍ୟକ୍ଷ ଦୁର୍ଯ୍ୟଧନ ନାୟକ, ଗଜପତି ସଭାପତି ନିରଞ୍ଜନ ସ୍ୱାଇଁ, କଟକରୁ ଆସିଥିବା ସଂପାଦକ ଅରୁଣ ବିଶ୍ଵାଳ, ଅଶ୍ଵିନୀ ପଣ୍ଡା, ଅରୁଣ କୁମାର ଦାସ, ଉପଦେଷ୍ଟା ତଥା ନିର୍ବାଚନ ନିରୀକ୍ଷକ ଶରତ ଚନ୍ଦ୍ର ଆନନ୍ଦ, ରାୟଗଡ଼ ଜିଲ୍ଲା ନିର୍ବାଚନ ଅଧିକାରୀ ସୁଧୀର କୁମାର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। ଉପସ୍ଥିତ ଅଧିକାରୀ ମାନେ ସଂଘ ପରିଚାଳନା ଏବଂ ସମସ୍ୟା ଗୁଡ଼ିକର ସମାଧାନ ଉପରେ ଆଲୋଚନା କରିଥିଲେ। ଏହି ପରିପେକ୍ଷୀରେ ରାୟଗଡ଼ ରାଜସ୍ଵ କ୍ଷେତ୍ରର ନୂତନ କର୍ମକର୍ତ୍ତା ମଧ୍ୟ ଚୟନ ହୋଇଥିଲେ। ବେଲେଟ ପେପର ମାଧ୍ୟମରେ ଭୋଟିଂ ହୋଇଥିଲା। ଆର ଆଇ ଅଫିସ, ନେଟ ସମସ୍ୟା, ମୋବାଇଲ ବିଲ୍, ଲାପଟପ୍ ପ୍ରଦାନ କରାଯାଉ, ଗ୍ରେଡ୍ ପେ, ପଦ ଉନ୍ନତି ଭଳି ବିଷୟ ଗୁଡ଼ିକୁ ଆଖି ଆଗରେ ରଖି ନୂତନ କର୍ମକର୍ତ୍ତା ଚୟନ କରିଥିଲେ।

ସଂଘରେ ଥିବା ସମସ୍ତ ସଦସ୍ୟ ରାୟଗଡ଼ ଶାଖା ପାଇଁ ସଭାପତି ଭାବରେ ମନୋଜ କୁମାର ଶବର, ଉପ ସଭାପତି ଭାବରେ ଧରଣି ରଞ୍ଜନ ବେହେରାଙ୍କୁ ଗୁଣୁପୁର ଜୋନ ପାଇଁ ଏବଂ କୃଷ୍ଣ ଶବରଙ୍କୁ ରାୟଗଡ଼ ଜୋନ ପାଇଁ ନିର୍ବାଚିତ ହୋଇଛନ୍ତି। ସେହିଭଳି ସଂପାଦକ ଭାବେ ବାଳକୃଷ୍ଣ ବେହେରା, କୋଷାଧ୍ୟକ୍ଷ ସୁଧିର କୁମାର ସେଠୀ, ଯୁଗ୍ମ ସମ୍ପାଦକ ମିନାକ୍ଷୀ ପାଣିଗ୍ରାହୀ, ପରିଚାଳନା ସମ୍ପାଦକ ଭାବରେ ଦେବଦତ୍ତ ପଣ୍ଡା, ଆନନ୍ଦ ବମ୍ମାନା, କେ. ମଣିକାଣ୍ଟା ଚୟନ ହେଇଛନ୍ତି। ସଂଘ ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବେ ମାର୍ଗ ଦର୍ଶକ ଓ ଉପଦେଷ୍ଟା ଭାବରେ ଶିବାନନ୍ଦ ଦାସ, ବାପୁନ ବେହେରା, ବାଳକୃଷ୍ଣ ରଥ, ଅଶୋକ ଦାସ, ନମିତା ଗମାଙ୍ଗ, ଦେବି ପ୍ରସାଦ ମଲ୍ଲିକ ଓ ପ୍ରଦିପ କୁମାର ପାଣିଗ୍ରାହୀ ପ୍ରମୁଖ ରହିଛନ୍ତି।

ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ପାଳିତ

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ) – ରାୟଗଡ଼ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଜିଲ୍ଳାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଯୋଗ ଦେଇ ଶ୍ରୀଜଗନ୍ନାଥ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ । ବରେଣ୍ଯ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ, ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହାକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବିଷମକଟକର ଅଧ୍ୟକ୍ଷ ଜଗନ୍ନାଥ ମେହେର ଓ ଏଡିଇଓ ଭଜନଲାଲ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ ।

ରାୟଗଡ ଭଳି ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକ ବିକାଶର ଆବଶ୍ୟକତା ରହିଛି । ମୌଳିକ ଭାଷା ଓ ସଂଖ୍ୟାଜ୍ଞାନର ବିକାଶ ଶିଶୁଙ୍କ ଜ୍ଞାନର ଭିତ୍ତିଭୂମିକୁ ସୁଦୃଢ କରିପାରିବ। ଶିକ୍ଷକ ଶିକ୍ଷା ସହିତ ଶିଶୁଙ୍କ ଶୃଙ୍ଖଳା, ଚରିତ୍ର ଗଠନ ସହ ସାମାଜିକ ଚଳଣି ଆଦିର ପରିବର୍ତ୍ତନରେ ସହାୟକ ହୋଇଥାନ୍ତି । ଅବସର ପ୍ରାପ୍ତ ଶିକ୍ଷକ ଅନୁଭୂତିସମ୍ପର୍ଣ ଅଟନ୍ତି। ଜିଲ୍ଲାରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ମୁଖ୍ଯ ସ୍ରୋତକୁ ଆଣିବାରେ ସେମାନଙ୍କ ସହଯୋଗ କାମନା କରିଥିଲେ ।ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନାହାକ ମୁଖ୍ଯମନ୍ତ୍ରୀ ଶିକ୍ଷା ଯୋଜନାର ଆଭିମୁଖ୍ଯ ଓ ବିବରଣୀ ଉପସ୍ଥାପନ କରିଥିଲେ ।

ଏହି ଅବସରରେ ଚଉଦ ଜଣ ଉଚ୍ଚ ବିଦ୍ୟାଳୟ, ଦଶଜଣ ପ୍ରାଥମିକ ଓ ଜଣେ ସି ଆର ସି ସି ଙ୍କୁ ପୁରସ୍କୃତ କରାଯାଇଥିଲା । ଦ୍ବିତୀୟ ଅଧିବେଶନରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ରାୟଗଡ ଜିଲ୍ଲାରୁ ଆସିଥିବା ଅଠେଇଶି ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ , ଉପଢୌକନ ଓ ମାନପତ୍ର ମାଧ୍ୟମରେ ସମ୍ମାନିତ କରାଯାଇଥିଲା । ଅବସରପ୍ରାପ୍ତ ଶିକ୍ଷକଙ୍କ ଆଦର୍ଶ ଓ କର୍ମଠତାରୁ ଶିକ୍ଷା ମିଳିଥାଏ , ନୂତନ ପିଢି ଉପରେ ଏହାର ସୁପ୍ରଭାବ ରହିଥିବା ଜିଲ୍ଲା ସଂପାଦକ ନୀଳାଞ୍ଚଳ ମିଶ୍ର କହିଛନ୍ତି ।

ଆୟୋଜନରେ ଜିଲ୍ଲାଶିକ୍ଷାଧୀଶଙ୍କ କାର୍ଯ୍ଯାଳୟ, ବାଳିକା ଉଚ୍ଚ ବିଦ୍ୟାଳୟର କର୍ମକର୍ତ୍ତାଗଣ, ଜିଲ୍ଲା ଶିକ୍ଷକ ସଂଘର ସଂଗଠକ ସାନନ୍ଦ ବେନିଆ, କୋଷାଧ୍ୟକ୍ଷ ନୀଳାଚଳ ପଣ୍ଡା, ସଂଗଠନ ସମ୍ପାଦକ ମହେନ୍ଦ୍ର ବାଗ, ରାଜ୍ୟ ଉପସଭାପତି ନରେଶ ସିଂ, ରାଜ୍ୟ ଆଞ୍ଚଳିକ ସମ୍ପାଦକ ଦୀପକ ରାଉତ, ରାୟଗଡ଼ ବ୍ଳକ ସଭାପତି ସଦାନନ୍ଦ ନାୟକ, ସୁରେଶ ପଟ୍ଟନାୟକ, ପୁରନ୍ଦର ପାଣି, ସରୋଜ କୁମାର ପତ୍ରି, ବିଜୟ କୁମାର ପଣ୍ଡା, ପ୍ରଦୀପ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।

“ଏକ ପେଡ ମା କେ ନାମ ” କାର୍ଯ୍ୟକ୍ରମ ଅନୁ୍ଷ୍ଠିତ

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ସ୍ଥିତ କାଶୀପୁର ବନ ବିଭାଗ କାର୍ଯ୍ୟାଳୟ ସିପିଯୋଡି ଠାରେ “ଏକ ପେଡ ମା କେ ନାମ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। କାଶୀପୁର ବନ ବିଭାଗ ଆନୁକୂଲ୍ୟରେ କାଶୀପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ “ଏକ ପେଡ ମା କେ ନାମ ” କାର୍ଯ୍ୟକ୍ରମ ର ଶୁଭାରମ୍ଭ ହେତୁ ପ୍ରାୟ ୫୦୦ (ପାଞ୍ଚ ସହ) ବୃକ୍ଷ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ କୁ ବନ ବିଭାଗ ଦ୍ଵାରା ଯୋଗାଇ ଦିଆ ଯାଇଛି । “ଏକ ପେଡ ମା କେ ନାମ ” କାର୍ଯ୍ୟକ୍ରମ ର ମୂଳ ଉଦେଶ୍ୟରେ ଏକ ଭ୍ରମ୍ୟମାଣ ଚାରା ବିତରଣ ଜାନ ଯୋଗେ କାଶୀପୁର ସହରାଞ୍ଚଳରେ ପ୍ରଚାର ପ୍ରସାର ହେତୁ ବନ ବିଭାଗ ଦ୍ଵାରା ପ୍ରଥମେ ପୂଜାର୍ଚନା କରାଯାଇଥିଲା ଏହି ପରିପେକ୍ଷୀ ରେ ଢୋଳ, ମର୍ଦଳ ବାଜି ଏକ ସଂକୀର୍ତନ ର ମଧ୍ୟ ଆୟୋଜନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷ ଶ୍ରୀ କଣ୍ଟେଶ୍ୱର ମାଝିଙ୍କ ଉପସ୍ଥିତରେ ବ୍ଲକ ଅଧିକାରୀ ଶ୍ରୀ ବିଜୟ କୁମାର ସଏଙ୍କ କରକୋମଳ ରେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା।

କାର୍ଯ୍ୟକ୍ରମଟି ର ପରିଚାଳନା କାଶୀପୁର ବନ ବିଭାଗ ଅଧିକାରୀ ଶ୍ରୀ ଅନ୍ତର୍ଯ୍ୟାମୀ ସାହୁ ତୁଲାଇ ଥିଲେ। କାଶୀପୁର ବନାଞ୍ଚଳ ର ସମସ୍ତ ବନରଖି, ବନପାଳ, ପାରା ସ୍କୁଆର୍ଡ ଓ ଅନ୍ୟ କର୍ମଚାରୀଙ୍କ ସମେତ ବ୍ଲକ ବଜେପି ଦଳର କର୍ମକର୍ତା ମାନେ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ପରିଲକ୍ଷିତ ହୋଇଛି।