ସ୍ଥାୟୀ ପରିବା ବଜାର ନେଇ ବଢୁଛି ବିବାଦ ଓ ଅସନ୍ତୋଷ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ଫ୍ଲାଏଓଭର ମରାମତି ପାଇଁ ବନ୍ଦ ରହିଥିବା ପରିବା ଓ ଫଳ ବଜାର ର ସ୍ଥାନ ନିରୂପଣ ପାଇଁ ଦିନକୁ ଦିନ ଅସନ୍ତୋଷ ବଢିବା ସହ ବିବାଦ ବଢୁଛି I ପୌର ପ୍ରଶାସନ ବାରମ୍ବାର ତାଗିଦ ସତ୍ୱେ ପୁନର୍ବାର ପୁରୁଣା ସ୍ଥାନରେ ପରିବା ଦୋକାନ ଖୋଲିଛି। ପୌର ପରିଷଦ ପକ୍ଷରୁ ରାମକୃଷ୍ଣ ନଗର ଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ଯିବା ରାସ୍ତାରେ ଖୋଲାଯାଇଥିବା ନୂତନ ପରିବା ବଜାର ନେଇ ବିବାଦ ସୃଷ୍ଟି ହୋଇଛି। ଏକ ନିର୍ଦିଷ୍ଟ ସମ୍ପ୍ରଦାୟ ଲୋକ ଉକ୍ତ ସ୍ଥାନକୁ ସେମାନଙ୍କ ଶ୍ମଶାନ ବୋଲି ଦାବି କରିଛନ୍ତି। ଏହାକୁ ନେଇ ଆଜି ପୁଲିସ ଓ ପୌର ପରିଷଦ କର୍ମଚାରୀ ଉକ୍ତ ସ୍ଥାନକୁ ଯାଇ ଅନୁଧ୍ୟାନ କରିଥିଲେ। ହେଲେ ଶ୍ମଶାନ ଜମି ଛାଡ଼ିବାକୁ ସେମାନେ ନାରାଜ ଥିବା ପରିଲକ୍ଷିତ ହୋଇଥିଲା। ଏଭଳିକି ପରିବା ବିକ୍ରି ପାଇଁ ଆସୁଥିବା ବ୍ୟବସାୟୀଙ୍କୁ କିଛି ଅସାମାଜିକ ବ୍ୟକ୍ତିମାନେ ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଫଳରେ ପରିବା ଓ ଫଳ ବ୍ୟବସାୟୀ ନିଜର ପୁରୁଣା ସ୍ଥାନରେ ପୁନର୍ବାର ଦୋକାନ ଖୋଲିବାକୁ ବାଧ୍ୟ ହୋଇଛନ୍ତି। ତେବେ ପୌର ପରିଷଦର କୌଣସି ସଠିକ୍ ନିଷ୍ପତ୍ତି ନଥିବା କାରଣରୁ ବ୍ୟବସାୟୀ ଓ ଗ୍ରାହକ ହନ୍ତସନ୍ତ ହେଉଛନ୍ତି। ଏଣେ ଏଥିପାଇଁ ଫ୍ଲାଏଓଭର ମରାମତି କାର୍ଯ୍ୟ ମଧ୍ୟ ବିଳମ୍ବ ହେବାରେ ଲାଗିଛି। ଏନେଇ ପୌର ପରିଷଦର ନିର୍ବାହୀ ଅଧିକାରୀ କୁଲଦୀପ କୁମାର ଙ୍କୁ ପଚାରିବାରୁ ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ।

ହର୍ଷ ଉଲ୍ଲାସର ସହ ମାଙ୍କୁ ଦେଲେ ମେଲାଣି….!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼) – ରାୟଗଡ଼ ସହରରେ ଥିବା ପୁଲିସ୍ କଲୋନୀ ଦୁର୍ଗା ପୂଜା ମଣ୍ଡପ ଠାରେ ୨୮ତାରିଖ ସପ୍ତମୀ ଠାରୁ ଆରମ୍ଭ ହୋଇଥିଲା ଦୁର୍ଗା ପୂଜା। ନୀତି ନିୟମ ଅନୁସାରେ ମା ଦୁର୍ଗାଙ୍କ ସମସ୍ତ ସମ୍ପନ୍ନ ହୋଇଛି। ଆଜି ମା ଦୂର୍ଗା ଙ୍କ ମେଲାଣି ର ବେଳ। ଏହି ମେଲାଣି ସମୟରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ହର୍ଷ ଉଲ୍ଲାସର ସହିତ ବ୍ୟାଣ୍ଡ ବାଜା ସହିତ ଡିଜେର ତାଳେ ତାଳେ ନିଜକୁ ହଜାଇ ଦେଇଥିଲେ। ମା ଦୂର୍ଗା ଙ୍କ ଏହି ମେଲାଣି ସମୟରେ ଯେତିକି ଖୁସି ହୋଇଥିଲେ ମହିଳା ମାନେ ଅଧିକ ଦୁଃଖ ମଧ୍ୟ ହୋଇଥିଲେ। ଅଶ୍ରୁଭରା ନୟନରେ ମା ଦୂର୍ଗାଙ୍କ ବିଦାୟ ଦେବା ସମୟ ପାଖେଇ ଆସୁଥିବା ବେଳେ ନିଜ ଆଖିରୁ ଦୁଇଧାର ଅଶ୍ରୁ ଉପସ୍ଥିତ ସମସ୍ତ ମହିଳାଙ୍କ ଆଖିରେ ବୋହିବା ଦେଖିବାକୁ ମିଳିଥିଲା।

ମା ଦୂର୍ଗା ଶକ୍ତି ସ୍ୱରୁପିଣି ନାରୀ ରୂପରେ ଆସି ମହିଷାସୁର ବୋଧ କରିଥିଲେ। ଜଗତର ମଙ୍ଗଳ ଜଗତ ଜନନୀ ଦୁର୍ଗାଙ୍କ ଆବିର୍ଭାବ। ସେହିଭଳି ସୁସ୍ଥ ସମାଜ ଗଠନ ଓ ତାହାର ପରିଚାଳନା ନିମନ୍ତେ ନାରୀ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ପୁଲିସ୍ କଲୋନୀ ଠାରୁ ମା ଦୂର୍ଗା ଙ୍କ ଭସାଣି ଯାତ୍ରା ଆରମ୍ଭ ହୋଇ, ମୁଖ୍ୟ ବଜାର ଦେଇ ସାରଳା ଛକ, କୋରାପୁଟ ଛକ ଠାରୁ ହାଲୁଆ ନଦୀ ଅଭିମୁଖେ ଯାଇଥିଲେ। ହାଲୁଆ ନଦୀରେ ମୂର୍ତ୍ତି ବିସର୍ଜନ କରିବା ସହ ପୁଲିସ୍ ହାବିଲଦାର ଓ କନେଷ୍ଟବଳ ସଂଘ ସଭାପତି ମା ଦୁର୍ଗାଙ୍କ ଠାରେ ସମସ୍ତ ଙ୍କ ମଙ୍ଗଳ କାମନା କରିବା ସହ ଆୟୁ ଆରୋଗ୍ୟ କାମନା କରି ମା ଦୁର୍ଗା ଙ୍କ ଠାରେ ପ୍ରାର୍ଥନା କରିଛନ୍ତ।

ଟିକିରି କୁ ବ୍ଲକ ଘୋଷଣା ଦାବିରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ଅଞ୍ଚଳବାସୀ…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – କାଶୀପୁର ବ୍ଲକର ଟିକିରି ଅଞ୍ଚଳକୁ ବ୍ଲକ ମାନ୍ୟତା ଦାବିରେ ୧୬ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବ୍ଲକ ପୁନର୍ଗଠନ ବେଳେଏହାକୁ ଅଗ୍ରାଧିକାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି। ପୂର୍ବତନ ବିଧାୟକ ବିଭୀଷଣ ମାଝୀଙ୍କ ନେତୃତ୍ବରେ ସର୍ବଦଳୀୟ ପ୍ରତିନିଧିମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ବେଳେ କୋରାପୁଟ ବିଧାୟକ ରଘୁରାମ ମାଛ ସହାୟତା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ଦଳ କାଶୀପୁର ବ୍ଲକରେ ୨୪ ପଞ୍ଚାୟତରେ ପ୍ରାୟ ଦେଢ଼ ଲକ୍ଷ ଜନସଂଖ୍ୟା ରହିଛି। ବ୍ଳକର ଅଧିକାଂଶ ପଞ୍ଚାୟତ ଦୁର୍ଗମ ଅଞ୍ଚଳରେ ରହିଥିବା ବେଳେ ଗ୍ରାମପଞ୍ଚାୟତ ଠାରୁ ୨୫ରୁ ୪୦କିଲୋମିଟର ଦୂରରେ ରହିଛି ବ୍ଳକ ସଦର ମହକୁମା।ପ୍ରଶାସନିକ ସୁବିଧା ଦୃଷ୍ଟିରୁ କାଶୀପୁର ବ୍ଲକକୁ ବିଭାଜନ କରି ଟିକିରିରେ ନୂତନ ବ୍ଲକ ଗଠନ ପାଇଁ ଅଞ୍ଚଳବାସୀ ଦାବି କରିଆସୁଛନ୍ତି। ଟିକିରି ପଞ୍ଚାୟତ ସହିତ କୋଡ଼ିପାରି, ଡଙ୍ଗାସିଲ, କୁଚେଇପଦର,ହାଡ଼ିଗୁଡ଼ା, ପୋଡ଼ାପାଡ଼ି, ବାଙ୍କୀମ୍ବ, ନକଟିଗୁଡ଼ା,ଶଙ୍କରଡ଼ା, ହୁଡୁକାବାହାଲ ଏବଂ ଗୋରଖପୁର ପଞ୍ଚାୟତର କିଛି ଅଂଶକୁ ମିଶାଇ ଟିକିରିରେ ବ୍ଲକ ଗଠନ ପାଇଁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ସହିତ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଶିଳ୍ପାଞ୍ଚଳରେ ରହିଥିବା ଟିକିରିରେ ଚାରୋଟି ସରକାରୀ ଓ ବେସରକାରୀ ହାଇସ୍କୁଲ, ଯୁକ୍ତ ଦୁଇ କଲେଜ, ପୁଲିସ ଥାନା, ଫରେଷ୍ଟ ରେଞ୍ଜ ଅଫିସ, ରେଳ ଷ୍ଟେସନ, ତିନିରୁ ଅଧିକ ରାଷ୍ଟ୍ରାୟତ ବ୍ୟାଙ୍କ ସହିତ ଅନ୍ୟ କାର୍ଯ୍ୟାଳୟ ରହିଛି। ରାୟଗଡ଼ା ଜିଲ୍ଲା ପୁନର୍ଗଠନ ସମୟରେ ତତ୍କାଳୀନ ସରକାର ଟିକିରି ପଞ୍ଚାୟତକୁ ବ୍ଲକ ମାନ୍ୟତା ଦେବା ନେଇ ୧୯୯୩ ମସିହାରେ ତତ୍କାଳୀନ ତହସିଲଦାର ତ୍ରିନାଥ ନାହାକଙ୍କ ତତ୍ତ୍ବାବଧାନରେ ପ୍ରସ୍ତାବିତ ଟିକିରି ବ୍ଲକର ଏକ ନକ୍ସା ପ୍ରସ୍ତୁତ କରାଯାଇଥିଲା। ଏହିସବୁ ଦୃଷ୍ଟିକୋଣରୁ ଟିକିରି ପଞ୍ଚାୟତକୁ ବ୍ଲକ ମାନ୍ୟତା ନେଇ ଦାବି କରିବା ଯଥାର୍ଥ ବୋଲି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନିକଟରେ ଦାବି କରିଥିଲେ।

ଟିକିରିରେ ପ୍ରସ୍ତାବିତ ନୂତନ ବ୍ଲକ ଗଠନ ହେଲେ ଅଞ୍ଚଳର ବିକାଶ ହୋଇପାରିବ ବୋଲି ଅଞ୍ଚଳବାସୀ କହିଛନ୍ତି। ଏହି ସମୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିନୋଦ ନାଏକ, ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ, ପୂର୍ବତନ ସରପଞ୍ଚ ସାନ୍ଧୁଚରଣ ମାଝୀ, ପାତଡ଼ି ମାଝୀ, ଗଣେଶ ସାଉନ୍ତା, ଆଇନଜୀବୀ ଉପେନ୍ଦ୍ର ମାଝୀ, ଆଦିବାସୀ ସମାଜର ବ୍ଲକ ସଭାପତି ଶିବ ମାଝୀ, ରାମନାଥ ମାଝୀ ଉପସ୍ଥିତ ଥିଲେ।

ସୋଚନୀୟ ହୋଇପଡ଼ିଛି ଗୋରଖପୁର ହାଟପଦା ଠାରୁ ଚାରଯୋଡି ରାସ୍ତା ର ଅବସ୍ଥା …!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ ହାଟପଦା ଠାରୁ ଚାରଯୋଡି ପଞ୍ଚାୟତ ରାସ୍ତା ନିର୍ମାଣ ପାଇଁ ଗୋରଖପୁର ଗ୍ରାମ ବାସୀ ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ସରକାରୀ ଅଫିସ ଲିଖିତ ଆକାରରେ ଅଭିଯୋଗ କରିଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇପାରୁ ନାହିଁ । ଗ୍ରାମ ବାସୀ କହିବା ଅନୁସାରେ ୨୦୨୩ ମସିହାରେ ରାୟଗଡ଼ା ଉପଜିଲ୍ଲାପାଳ ଙ୍କୁ ଲିଖିତ ଦେଇଥିଲେ! ତାପରେ ୨୦୨୪ ମସିହାରେ ପ୍ରଥମେ କାଶିପୁର ବ୍ଲକ ବିଡିଓ, ଏହା ପରେ ଆଇଟିଡିଏ ଅଫିସ ,ଆରଡ଼ି ଅଫିସ ଗୁଡ଼ିକ କୁ ଡାକଘର ମାଧ୍ୟମରେ ଲିଖିତ ଆକାରରେ ଜଣାଇଥିଲେ ଓ ଏହା ପରେ ୨୯-୦୨-୨୦୨୪ ମଧ୍ୟ ରାୟଗଡ଼ା ଜିଲ୍ଲା ପାଳ ନିକଟକୁ ମଧ୍ୟ ଡାକଘର ମାଧ୍ୟମରେ ଲିଖିତ ଆକାରରେ ଜଣାଇଥିଲେ ।

ଗୋରଖପୁର ଗ୍ରାମ ବାସୀ କହିବା ଅନୁଯାୟୀ ଓଡ଼ିଶାର ସରକାର ଦ୍ଵାରା ବିଭିନ୍ନ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରା ଯାଉଛି କିନ୍ତୁ ଆଜି ଯାଇ ଗୋରଖପୁର ଗ୍ରାମ ହାଟପଦା ଠାରୁ ଚାରଯୋଡି ରାସ୍ତା କାହିଁକି ନିର୍ମାଣ ହୋଇପାରୁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଏହି ଗ୍ରାମରେ ବର୍ଷା ହେଲେ ବହୁତ ଅସୁବିଧାର ସମ୍ମୁଖିନ ହୋଇ ଯାତାୟତ କରନ୍ତି! ଛାତ୍ର ଛାତ୍ରୀ ଓ ସାଧାରଣ ଲୋକ ଏହା ସହ ରାସ୍ତା ଦୁଇ ପାର୍ଶ୍ଵରେ ଡ୍ରେନ୍ ଗୁଡ଼ିକ କ ମାଟିରେ ପତି ହୋଇ ଯାଇଛି ଯାହା ଫଳରେ ରାସ୍ତା ଉପରେ ପାଣି ଜମି ରହୁଛି। ଏହା ସହ ପାଣି ଜମି ରହିବା ସହ ମଛା ମାଛି ମଧ୍ୟ ଜମି ରହୁଛି ଯାହା ଫଳରେ ରୋଗ ରେ ମଧ୍ୟ ଆକ୍ରାନ୍ତ ହେଉଥିବା ଗ୍ରାମବାସୀମାନେ କହିଛନ୍ତି । ତେଣୁ ଗ୍ରାମବାସୀ ଗଣମାଧ୍ୟମ ଦ୍ୱାରା ଗୃହାରୀ କରି କହିଛନ୍ତି । ତୁରନ୍ତ ଗୋରଖପୁର ହାଟପଦା ଠାରୁ ଚାରଯୋଡି ରାସ୍ତା ନିର୍ମାଣ ଅନୁରାଧା କରିଛନ୍ତି।

କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଙ୍କ ବ୍ଲକ ସମ୍ମୁଖରେ ଧାରଣା…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – କମ୍ୟୁନିଟି ସପୋର୍ଟ ଷ୍ଟାଫ ଙ୍କ incensetive based ଦରମା ପରିବର୍ତ୍ତେ ସ୍ଥାୟୀ ଦରମା ଦାବିରେ ଆଜିଠାରୁ ୩ଦିନ ଧରି ଗଣ ଧାରଣାରେ ବସିବେ ବୋଲି କହିଛନ୍ତି। ମିଳିଥିବା ସୁଚନା ପ୍ରକାରେ ରାୟଗଡ଼ ବ୍ଳକ୍ ର ୨୮ଗୋଟି ପଞ୍ଚାୟତର ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ ଆଜି ରାୟଗଡ଼ ବ୍ଲକ କାର୍ଯ୍ୟଳୟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏମାନଙ୍କ କହିବା କଥା ଆମ ଦାବି ନ ଶୁଣିବା ପର୍ୟ୍ୟନ୍ତ ଆମ୍ଭେମାନେ ସକାଳ ଠାରୁ ସଂଧ୍ୟା ପର୍ୟ୍ୟନ୍ତ ଏହିଭଳି ବସି ରହିବୁ। ଆଜକୁ ୬ମାସ ହେଲା ପୂର୍ବରୁ ପାଉଥିବା ସ୍ଥାୟୀ ଦରମା ନ ପାଇ ବାରମ୍ବାର ବିଭାଗୀୟ ପ୍ରଶାସନକୁ ଜଣାଇଲେ ମଧ୍ୟ ତାହାର କୌଣସି ସମାଧାନ ର ବାଟ କରାଗଲା ନାହିଁ। ରାୟଗଡ଼ ଜିଲ୍ଳାର ଆସୋସିଏସନ୍ ତରଫରୁ ନିଷ୍ପତ୍ତି ନେଇଛନ୍ତି ଯେ, ଯେଉଁ ପର୍ୟ୍ୟନ୍ତ ସ୍ଥାୟୀ ଦରମାର ସ୍ଥାୟୀ ସମାଧାନ ନ ହେବା ପର୍ୟ୍ୟନ୍ତ ବ୍ଲକର ଓଡ଼ିଶା ଜୀବିକା ମିଶନ ଅଫିସକୁ ତାଲା ପକାଇ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ତା ୨୨-୯-୨୫ ରିଖ ଠାରୁ ଗଣ ଧାରଣାରେ ବସିବା ପାଇଁ ସଂଘ ନିଷ୍ପତ୍ତି ନେଇଛି ବୋଲି ସୁମିତ୍ରା ତୁରୁକ୍, କସ୍ତୁରୀ କିଲ୍ଲାକା, ରିତା ପେଡେଣ୍ଟି, ସ୍ୱୋପ୍ନା କାଡ୍ରାକା, ପାର୍ବତୀ ମାଣ୍ଡାଙ୍ଗି, ମାଧୁରୀ ବେଣିଆ ପ୍ରମୁଖ ଉପସ୍ଥିତ ରହି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ୍ କୁମାର ମିଶ୍ର ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ମୋବାଇଲ ନେଟଓ୍ବାର୍କ ବାଧାପ୍ରାପ୍ତ….!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ରାୟଗଡା ଜିଲ୍ଲା କାଶିପୁରବ୍ଲକ ସୁଙ୍ଗେର ପଞ୍ଚାୟତ ସଦର ମହକୁମା ରେ ମୋବାଇଲ ସେବା ବହୁଦିନ ଧରି ନାହିଁ ବନ୍ଦ ପଡି ରହିଛି।ଗ୍ରାମରେ ପ୍ରାୟ ୩ ହଜାର ରୁ ଉର୍ଦ୍ଧ ଜନ ସଂଖ୍ୟା ରହିଥିବା ବେଳେ ।ଏଠାରେ ରହିଛି ଦୁଇ ଦୁଇଟି ମୋବାଇଲ ନେଟଓ୍ବାର୍କ ଗୋଟିଏ ଚାଲୁଥିବା ବେଳେ ଅନ୍ୟ ଟି ଅକାମୀ ହୋଇ ପଡି ରହିଛି ସୁଙ୍ଗେର ଗ୍ରାମ ବାସୀ ଗୋଟିଏ ନେଟୱର୍କ ଉପରେ ନିର୍ଭର କରନ୍ତି ତାହା ପୁଣୀ BSNL ନେତୱାର୍କ କେତେ ବେଳେ ନେଟୱର୍କ କରୁଛି ତୋ ଆଉ କେତେ ବେଳେ ରହୁନାହିଁ ବୋଲି ଅଂଚଳ ବସି କହୁଥିବା ଜଣାପଡୁଛି।ବାରମ୍ବାରଅଂଚଳ ବସି ଅଭିଯୋଗ କଲା ପରେ ମଧ୍ୟକିଛି ସୁଫଳ ମିଳିବାର ନା ନେଉନାହିଁ। ଏହା ସହ ସବୁ ସମୟ ରେ ଛାତ୍ର ଛାତ୍ରୀ ମାନେ ଯେତେବେଳେ ଅନଲାଇନ ପଢ଼ିବା ପାଇଁ ଚାହୁଁଥିଲେ ମଧ୍ୟ ବାଧାପ୍ରାପ୍ତ ହେଉଥିବା ସୁଙ୍ଗେର ଗ୍ରାମ ଛାତ୍ର ଛାତ୍ରୀ ମାନେ କହିଛନ୍ତି । ଏହା ସହ ସେଠାରେ ଦୁଇଟି ବିଦ୍ୟାଳୟ ରହିଥିବା ବେଳେ SBI ବ୍ୟାଙ୍କ ଓ ପଞ୍ଚାୟତ କାର୍ଯ୍ୟାଳୟ ଭଳି ଅନେକ ବିଭାଗ ରହିଛି ଯେଉଁ ସବୁ ଅନଲାଇନ ସରକାରୀ କାର୍ଯ୍ୟ ହୁଏ ସେହି ଗୋଟିଏ BSNLଉପରେ ହିଁ ନିର୍ଭର କରନ୍ତି ସବୁ ସମୟରେ ଅସୁବିଧା ହେଉ ଗ୍ରାମ ବାସୀ କହିଛନ୍ତି। ତେଣୁ ଏହି ସୁଙ୍ଗେର ଗ୍ରାମ ର ଏହି ସମସ୍ୟାର ସମାଧାନ କେବେ ହେବ ଦେଖିବାକୁ ବାକି ରହିଲା

ସ୍ଵଛ ଉତ୍ସବ ପାଳନ ଅବସରରେ ସ୍ବଚ୍ଛତା ହିଁ ସେବା ପକ୍ଷ କାର୍ଯ୍ୟକ୍ରମ ପାଳିତ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼) – ସ୍ଵଛ ଉତ୍ସବ ପାଳନ ଅବସରରେ ସ୍ବଚ୍ଛତା ହିଁ ସେବା ପକ୍ଷ ପାଳନ କାର୍ଯ୍ୟକ୍ରମ ପାଳିତ। ଅୟୋଜିତ ଏହି ଶୋଭାଯାତ୍ରା ରେ ପି ଏମ୍ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଲା ଉଚ୍ଚ ବିଦ୍ୟାଳୟ ରାୟଗଡ଼ ର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।

ବିଭିନ୍ନ ସ୍ଲୋଗାନ ଦେଇ ଲୋକ ମାନଙ୍କୁ ସତେଜନ କରା‌ଯିଵା ସହିତ , ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଉଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାୟଗଡ଼ା ଜିଲ୍ଲାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାମଚନ୍ଦ୍ର ନାହକ ଯୋଗଦାନ ପୂର୍ବକ ପରିସରରେ ଦୁଇ ଗୋଟି ବୃକ୍ଷ ରୋପଣ କରିଥିଲେ, ତାଙ୍କ ସହିତ ମିଶି ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରିଥିଲେ । ପ୍ରଧାନଶିକ୍ଷକ ଶୁଶ୍ରୀ ନମିତା ପଧାନ ମାର୍ଗ ଦର୍ଶନ କରାଇଥିଲେ। ।‌ତତ୍ ସହିତ ବୃକ୍ଷ ର ଯତ୍ନ ନେବା ସକାଶେ ଛାତ୍ରଛାତ୍ରୀ ମାନଙ୍କୁ ଶପଥଗ୍ରହଣ କରାଯାଉଛି। ।ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ, ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ ।।

କାଶୀପୁର ବନମଣ୍ଡଳ ରେଞ୍ଜର ଅନ୍ତର୍ଯାମୀ ସାହୁଙ୍କ ୯ଟି ସ୍ଥାନରେ ଭିଜିଲାନ୍ସ ର ଚଢ଼ାଓ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ)- ଆଜି ୧୯.୦୯.୨୦୨୫ ଶୁକ୍ରବାର, ରାୟଗଡ଼ା ଜିଲ୍ଲାର କାଶୀପୁର ବନମଣ୍ଡଳ ଅଧୀନ ବନରେଞ୍ଜର ଶ୍ରୀ ଅନ୍ତର୍ଯାମୀ ସାହୁଙ୍କ ବିରୋଧରେ ଜଣାଶୁଣା ଆୟର ସହିତ ଅସମ ପ୍ରୋପର୍ଟି (Disproportionate Assets) ରଖିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବିଶାଳ ଚଢ଼ାଓ ଆରମ୍ଭ ହୋଇଛି। ୭ ଜଣ DSP, ୭ ଜଣ ଇନ୍ସପେକ୍ଟର, ୯ ଜଣ ASI ସହିତ ଅନ୍ୟାନ୍ୟ କର୍ମଚାରୀଙ୍କ ଦଳ, ଜେୟପୁର, କୋରାପୁଟ ସ୍ଥିତ ଶ୍ରଦ୍ଧେୟ ବିଶେଷ ବିଚାରପତି, ଭିଜିଲାନ୍ସଙ୍କ ଜାରିକୃତ ସର୍ଚ୍ଚ ୱାରେଣ୍ଟ ଆଧାରରେ ୯ଟି ସ୍ଥାନରେ ସମାନାନ୍ତରୀ ତଲାଶି ଅଭିଯାନ କରୁଛନ୍ତି।

ଚଢ଼ାଓ ହୋଇଥିବା ସ୍ଥାନଗୁଡ଼ିକ:

1. ବାଲିଗୁଡା (କନ୍ଧମାଳ) ରେ ସ୍ତ୍ରୀଙ୍କ ନାମରେ ଥିବା ଘର।

2. ବାଲିଗୁଡା (କନ୍ଧମାଳ) ରେ ସାହୁଙ୍କ ଅନ୍ୟୋପରି ଘର।

3. ନୟାଗଡ଼ ଜିଲ୍ଲାର ଗଣିଆ ଥାନା ସୀମାରେ କରଡପଡ଼ା ଗ୍ରାମରେ ଶ୍ୱଶୁରଙ୍କ ଘର।

4. ସ୍ରାଣିକେତ, ଦାରିଙ୍ଗବାଡ଼ି (କନ୍ଧମାଳ) ରେ ସାହୁଙ୍କ ଘର।

5. ଦାରିଙ୍ଗବାଡ଼ି (କନ୍ଧମାଳ) ରେ ସାହୁଙ୍କ ଘର।

6. କୁକୁଡ଼ାଖଣ୍ଡି ତହସିଲ ଅଧୀନ ଯୋଗିଆପଲ୍ଲୀ, ଗଞ୍ଜାମରେ ସାହୁଙ୍କ ଘର।

7. ଡୋମୁହାଣି, ଭଞ୍ଜନଗର (ଗଞ୍ଜାମ) ରେ ଜଣେ ଦୂର ସମ୍ପର୍କୀୟଙ୍କ ଘର।

8. କାଶୀପୁର ବନମଣ୍ଡଳ କାର୍ଯ୍ୟାଳୟରେ ସାହୁଙ୍କ ଅଫିସ ରୁମ।

9. କାଶୀପୁର ବନମଣ୍ଡଳ କାର୍ଯ୍ୟାଳୟ ପାଖରେ ସାହୁଙ୍କ ସରକାରୀ କ୍ୱାର୍ଟର।

ସମ୍ପୂର୍ଣ୍ଣ ତଲାଶି କାର୍ଯ୍ୟାନୁଷ୍ଠାନ ଚାଲିଥିବାବେଳେ, ଭିଜିଲାନ୍ସର ପରବର୍ତ୍ତୀ ଅନୁଷ୍ଠାନୀୟ ଖବର ପରେ ଜାରି କରାଯିବ।

ତିନିଦିନିଆ ଆଦି କର୍ମଯୋଗୀ ଅଭିଯାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡା) – ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ତିନି ଦିନିଆ ଆବାସିକ ପ୍ରଶିକ୍ଷଣ-ତଥା -ଡିଜାଇନ୍ କର୍ମଶାଳା ସିରିଗୁଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଗତ ୧୩/୦୯/୨୦୨୫ରିଖରୁ ଆରମ୍ଭ ହୋଇ ଆଜି ତା ୧୫/୦୯/୨୦୨୫ରିଖରେ ଉଦଯାପିତ ହୋଇଛି । ଉଦଯାପାନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ.। ସେ କହିଲେ, ପ୍ରଶିକ୍ଷଣ ପ୍ରାୟୋଗିକ ହେବା ଆବଶ୍ୟକ ଓ ଗ୍ରାମ ସ୍ତରରେ ଲୋକଙ୍କ ପାଇଁ କାମକୁ ଆସିବା ଉଚିତ୍ । ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ ଏବଂ କାର୍ଯ୍ୟକ୍ରମର ନୋଡାଲ୍ ଅଫିସର୍ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଏହି ପ୍ରଶିକ୍ଷଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କିପରି କ୍ଷେତ୍ର ସ୍ଥରରେ ସୁଚାରୁରୂପେ କାର୍ଯ୍ୟ କରି ହେବ ସେବିଷୟରେ ସମସ୍ତ ନିଷ୍ଠାପର ଭାବରେ କାର୍ଯ୍ୟ କରିବାକୁ କହିଥିଲେ ।

ସେ କହିଲେ, ଏହି ପ୍ରଶିକ୍ଷଣ ମାଧ୍ୟମରେ ଗ୍ରାମ ସ୍ତରରେ ସଚେତନତା, ଲୋକସହଭାଗୀତା ଓ ଉନ୍ନତିକୁ ଶକ୍ତିଶାଳୀ କରାଯିବ । ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ମାଷ୍ଟର ଟ୍ରେନର ଓ ବିଡିଓ ସହିତ ବିଭିନ୍ନ ବିଭାଗୀୟ କର୍ମଚାରୀ ବ୍ଲକ ସ୍ତରୀୟ ମାଷ୍ଟର ଟ୍ରେନର ମାନଙ୍କୁ ନିଜ୍ ଅଭିଜ୍ଞତା ଓ ପ୍ରଶିକ୍ଷଣ ଦେଇଛନ୍ତି । ପ୍ରଶିକ୍ଷିତ ବ୍ଲକ ସ୍ତରୀୟ ମାଷ୍ଟର ଟ୍ରେନର ଗ୍ରାମ ସ୍ତରରେ ଯୋଜନା ପ୍ରସ୍ତୁତିରେ ସହାୟତା କରିବେ । ଅଧିକରୁ ଅଧିକ ପରିଣାମରେ ଗ୍ରାମବାସୀମାନେ ସରକାରୀ ଯୋଜନାରୁ ଅଧିକ ଲାଭ ନେଇପାରିବେ । ଅଧିକାରୀମାନେ କହିଛନ୍ତି, ଏହି ପ୍ରଶିକ୍ଷଣ ଦ୍ୱାରା ଗ୍ରାମରେ ଜୀବିକା, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସେବାଗୁଡ଼ିକ ଆଗକୁ ବଢ଼ିବ । ଏହା ସହିତ ଲୋକମାନଙ୍କର ସକ୍ରିୟ ଭାଗିଦାରି ବୃଦ୍ଧି ପାଇବାରେ ସରକାରୀ ଯୋଜନା ଅଧିକ ପ୍ରଭାବଶାଳୀ ହୋଇପାରିବ ।

ଏହି ତିନି ଦିଆନିଆ ତାଲିମ କାର୍ଯ୍ୟକ୍ରମକୁ ମାଷ୍ଟର ଟ୍ରେନର ଶ୍ରୀମତୀ ରୀନା ପ୍ରଧାନ,ବିଡ଼ିଓ, କୋଳନରl, ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ, ବିଡ଼ିଓ, ଵିଷମ କଟକ, ଶ୍ରୀ କୁରେଶୁ ଯାନୀ, ବିଡିଓ ପଦ୍ମପୁର, ଶ୍ରୀ କାଳୁ ଚରଣ ନାୟକ,ଅତିରିକ୍ତ ବିଡ଼ିଓ, ରାୟଗଡ,ଚନ୍ଦନ ଗମାଙ୍ଗ, ବନାଞ୍ଚଳ ଅଧିକାରୀ, , ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରୀମତୀ ଅସିମ ରାଓ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, କାଶୀପୁର,ଆଦି ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଜିଲ୍ଲାର ୧୧ଗୋଟି ବ୍ଲକରୁ ମଙ୍ଗଳ ସାମ୍ପ୍ରସlରଣ ଅଧିକାରୀ, ଯୋଗାଣ ନିରୀକ୍ଷକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ବିପିଏଏମ, ଏନଏଚ ଏମ, ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅଙ୍ଗନବାଡି ସୁପରଭାଇଜର ଆଦି ଯୋଗଦାନ କରିଥିଲେ l

ବିଶ୍ଵ ଆଦିବାସୀ ଅଧିକାର ଦିବସ ୨୦୨୫ ପାଳନ ହୋଇଯାଇଛି…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼ା) – ରାୟଗଡ଼ା ଆଦିବାସୀ ମହାସଂଘ (ଆମୋ) ଓ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ(ସୋମ୍)ର ମିଳିତ ଆନୁକୁଲ୍ୟରେ ବିଶ୍ବ ଆଦିବାସୀ ଅଧିକାର ଦିବସ ୨୦୨୫ ପାଳନ ହୋଇଯାଇଛି । ରାୟଗଡ଼ା ସଦରମହକୁମା ସ୍ଥିତ ଉମା ଶଙ୍କର ସିନେମା ହୋଲ୍ ରୋଡ଼ରେ ଥିବା ହୋଟେଲ୍ ଅଶୋକ ଠାରେ ନିରାଡ଼ମ୍ବର ଭାବେ ବିଶ୍ଵ ଆଦିବାସୀ ଅଧିକାର ଦିବସ ୨୦୨୫ ପାଳନ କରାଯାଇଥିଲା । ୧୧ଟି ବ୍ଲକରୁ ପ୍ରାୟ ୧୩୦ ଜଣ ଆଦିବାସୀ ସମାଜସେବୀ, କର୍ମଜୀବି ଓ ବୁଦ୍ଧିଜୀବି ଯୋଗ ଦେଇ ଆଦିବାସୀଙ୍କ ଏକତା ଓ ଉନ୍ନତି ପାଇଁ ମାନେ ସଂକଳ୍ପ ନେଇଥିଲେ । କାର୍ଯ୍ୟକ୍ରମ ପରେ ଅପରାହ୍ନ ୫ଘଟିକା ସମୟରେ ରାୟଗଡ଼ା ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦାବୀପତ୍ର ଦିଆଯାଇଥିଲା । ପ୍ରକାଶ ଥାଉ କି, ୨୦୦୭ ମସିହା ସେପ୍ଟେମ୍ବର ୧୩ ତାରିଖ ଦିନ ଆମେରିକା ସ୍ଥିତ ଜାତି ସଙ୍ଘର ବୈଠରେ ଘୋଷଣା କରାଯାଇଲା କି ମୋଟ ୪୬ଟି ଧାରା ବିଶ୍ବର ପ୍ରାୟ ୪୭ କୋଟି ସ୍ୱଦେଶୀ ତଥା ଆଦିବାସୀଙ୍କ ପାଇଁ ଲାଗୁ କରିବା ନିମନ୍ତେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ମୁଖ୍ୟ ମାନଙ୍କୁ ନେଇ ଜାତି ସଙ୍ଘର ମୁଖ୍ୟ କାର୍ଯ୍ୟାଳୟ ଆମେରିକାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଆଦିବାସୀଙ୍କ ଅଧିକାର ଉପରେ ଜାତିସଂଘର ଘୋଷଣାନାମାକୁ ବୁଝାଏ, ଏହା ୨୦୦୭ ମସିହାରେ ଗୃହୀତ ଏକ ଅଣ-ଆଇନଗତ ଭାବରେ ବାଧ୍ୟତାମୂଳକ ଆନ୍ତର୍ଜାତୀୟ ପ୍ରସ୍ତାବ ଯାହା ଆଦିବାସୀଙ୍କ ମାନବାଧିକାର ସୁରକ୍ଷା ପାଇଁ ବିଶ୍ୱ ମାନଦଣ୍ଡ ସ୍ଥାପନ କରେ, ଯେଉଁଥିରେ ଆତ୍ମନିର୍ଣ୍ଣୟ, ସଂସ୍କୃତି, ଭାଷା ଏବଂ ଭୂମିର ଅଧିକାର ଓ ବିଭିନ୍ନ ଅଧିକାର ଅନ୍ତର୍ଭୁକ୍ତ । ଏହା କାନାଡା, ଅଷ୍ଟ୍ରେଲିଆ ଏବଂ ଯୁକ୍ତରାଷ୍ଟ୍ର ଭଳି କିଛି ଦେଶରୁ ପ୍ରାରମ୍ଭିକ ବିରୋଧ ସତ୍ତ୍ୱେ, ବିଶ୍ୱବ୍ୟାପୀ ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ, ମର୍ଯ୍ୟାଦା ଏବଂ ବଞ୍ଚିବା ପାଇଁ ଏକ ଢାଞ୍ଚା ଭାବରେ କାର୍ଯ୍ୟ କରିଥାଏ ।ଆଦିବାସୀ ଲୋକମାନେ ଅନନ୍ୟ ସଂସ୍କୃତି, ଲୋକ ଏବଂ ପରିବେଶ ସହିତ ସମ୍ପର୍କ ରଖିବା ଉପାୟର ଉତ୍ତରାଧିକାରୀ ଏବଂ ଅଭ୍ୟାସକାରୀ ଅଟନ୍ତି । ସେମାନେ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଏବଂ ରାଜନୈତିକ ବୈଶିଷ୍ଟ୍ୟଗୁଡ଼ିକୁ ବଜାୟ ରଖିଛନ୍ତି ଯାହା ସେମାନେ ବାସ କରୁଥିବା ପ୍ରଭାବଶାଳୀ ସମାଜଠାରୁ ଭିନ୍ନ ଅଟେ । ବିଶ୍ୱର ଆଦିବାସୀ ଲୋକମାନେ ବର୍ଷ ବର୍ଷ ଧରି ସେମାନଙ୍କର ପରିଚୟ, ଜୀବନଶୈଳୀ, ପାରମ୍ପରିକ ଭୂମି, ଅଞ୍ଚଳ ଏବଂ ପ୍ରାକୃତିକ ସମ୍ପଦ ଉପରେ ସେମାନଙ୍କର ଅଧିକାରକୁ ସ୍ୱୀକୃତି ଦେବାକୁ ଚେଷ୍ଟା କରିଛନ୍ତି, ତଥାପି ଇତିହାସରେ, ସେମାନଙ୍କର ଅଧିକାର ସର୍ବଦା ଉଲ୍ଲଂଘନ ହୋଇଛି । ଆଦିବାସୀ ଲୋକମାନେ ଆଜି ବିଶ୍ୱର ସବୁଠାରୁ ଅସୁବିଧାଗ୍ରସ୍ତ ଏବଂ ଦୁର୍ବଳ ଗୋଷ୍ଠୀ ମଧ୍ୟରେ ଅଛନ୍ତି । ଅନ୍ତର୍ଜାତୀୟ ସମ୍ପ୍ରଦାୟ ଏବେ ସ୍ୱୀକାର କରୁଛି ଯେ, ସେମାନଙ୍କର ଅଧିକାରକୁ ସୁରକ୍ଷା ଦେବା ଏବଂ ସେମାନଙ୍କର ସ୍ୱତନ୍ତ୍ର ସଂସ୍କୃତି ସହିତ ଜୀବନଶୈଳୀକୁ ବଜାୟ ରଖିବା ପାଇଁ ବିଶେଷ ପଦକ୍ଷେପ ଆବଶ୍ୟକ । ୨୦୦୭ ମସିହାରେ ଜାତିସଂଘର ଆଦିବାସୀଙ୍କ ଅଧିକାର ଘୋଷଣାନାମା ୧୪୪ଟି ଦେଶ ଦ୍ୱାରା ଗ୍ରହଣ କରାଯାଇଥିଲା, ଯଦିଓ ପ୍ରାରମ୍ଭରେ ୪ଟି ଦେଶ ଏହା ବିରୁଦ୍ଧରେ ଭୋଟ ଦେଇଥିଲେ । ସେବେଠାରୁ, ସମସ୍ତ ୪ଟି ମୂଳ ଆପତ୍ତିକାରୀ ଯଥା- ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲ୍ୟାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ସଦୟ ସେମାନଙ୍କର ମତ ବଦଳାଇଛନ୍ତି ଏବଂ ବର୍ତ୍ତମାନ ଘୋଷଣାନାମାକୁ ସମର୍ଥନ କରିଛନ୍ତି । ପ୍ରାରମ୍ଭିକ ଗ୍ରହଣ ଏଭଳି ହୋଇଥିଲା ତେଣୁ, ସପକ୍ଷରେ ଭୋଟ ୧୪୪ଟି,
ବିପକ୍ଷରେ ୪ଟି ଦେଶ ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲ୍ୟାଣ୍ଡ ଏବଂ ଯୁକ୍ତରାଷ୍ଟ୍ରଭୋଟ ଦେଇଥିଲେ । ଡର୍ବାନ ସମୀକ୍ଷା ସମ୍ମିଳନୀର ୨୦୦୯ ଫଳାଫଳ ଦଲିଲ ଦ୍ୱାରା ଦର୍ଶାଯାଇଥିବା ଘୋଷଣାନାମାକୁ ଏକ ବ୍ୟାପକ ଆନ୍ତର୍ଜାତୀୟ ସହମତି ଦ୍ୱାରା ସମର୍ଥନ କରାଯାଇଛି କି, ଯେଉଁଠାରେ ୧୮୨ଟି ରାଷ୍ଟ୍ର ଜାତି ସଂଘର ନିଷ୍ପତିକୁ ଗ୍ରହଣ ଓ ସ୍ୱାଗତ କରିଥିଲେ । ଜାତି ସଙ୍ଘ ଏକ ପ୍ରମୁଖ ମାନବାଧିକାର ଅନୁଷ୍ଠାନ ଯାହା ବିଶ୍ୱବ୍ୟାପୀ ଆଦିବାସୀଙ୍କ ଅଧିକାରକୁ ସୁରକ୍ଷା ଏବଂ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛି । ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ଆଲୋଚନା ପରେ ଏହାକୁ ୨୦୦୭ ମସିହାରେ ଗୃହୀତ କରାଯାଇଥିଲା । ଭାରତ ବିଶ୍ୱ ସ୍ତରରେ ଆଦିବାସୀଙ୍କ ଅଧିକାର ସୁରକ୍ଷା ନୀତିକୁ ସମର୍ଥନ କରେ ତଥାପି, ଏହା ବଜାୟ ରଖେ ଯେ ନିର୍ଦ୍ଦିଷ୍ଟ ଧାରଣା ଏବଂ ଘୋଷଣା ଭାରତର ପରିପ୍ରେକ୍ଷୀରେ ପ୍ରଯୁଜ୍ୟ ନୁହେଁ, ଯେଉଁଠାରେ ସମସ୍ତ ନାଗରିକଙ୍କୁ ଭୂମିର ଆଦିବାସୀ ବୋଲି ବିବେଚନା କରାଯାଏ, ଯାହା ଘରୋଇ ଏବଂ ଅନ୍ତର୍ଜାତୀୟ ସ୍ତରରେ ଆଦିବାସୀ ଅଧିକାର ପ୍ରତି ଏକ ଅନନ୍ୟ ଏବଂ କିଛିଟା ବିରୋଧାଭାସୀ ଦୃଷ୍ଟିକୋଣ ଆଡ଼କୁ ନେଇଯାଏ । ୨୦୦୭ ମସିହା ସେପ୍ଟେମ୍ବର ୧୪ ତାରିଖ ଦିନ ଆମେରିକା ସ୍ଥିତ ଜାତି ସଙ୍ଘର ବୈଠରେ ଘୋଷଣା କରାଯାଇଲା ଏବଂ ମୋଟ ୪୬ଟି ଧାରା ବିଶ୍ବର ପ୍ରାୟ ୪୭ କୋଟି ସ୍ୱଦେଶୀ ତଥା ଆଦିବାସୀଙ୍କ ପାଇଁ ଲାଗୁ କରିବା ପାଇଁ ବିଶ୍ୱ ବିଭିନ୍ନ ରାଷ୍ଟ୍ର ସଦସ୍ୟ ମାନେ ବୈଠକ କରିଥିଲେ । ଜାତି ସଙ୍ଘର ମୁଖ୍ୟ କାର୍ଯ୍ୟାଳୟ ଆମେରିକାରେ ଅବସ୍ଥିତ ଥିବା ବେଳେ ଜାତି ସଙ୍ଘର ଘୋଷଣା ଆଦିବାସୀଙ୍କ ଅଧିକାର ଉପରେ ଜାତିସଂଘର ଘୋଷଣାନାମାକୁ ବୁଝାଏ, ଏହା ୨୦୦୭ମସିହାରେ ଗୃହୀତ ଏକ ଅଣ-ଆଇନଗତ ଭାବରେ ବାଧ୍ୟତାମୂଳକ ଆନ୍ତର୍ଜାତୀୟ ପ୍ରସ୍ତାବ ଯାହା ଆଦିବାସୀଙ୍କ ମାନବାଧିକାର ସୁରକ୍ଷା ପାଇଁ ବିଶ୍ୱ ମାନଦଣ୍ଡ ସ୍ଥାପନ କରେ, ଯେଉଁଥିରେ ଆତ୍ମନିର୍ଣ୍ଣୟ, ସଂସ୍କୃତି, ଭାଷା ଏବଂ ଭୂମିର ଅଧିକାର ଅନ୍ତର୍ଭୁକ୍ତ। ଏହା କାନାଡା, ଅଷ୍ଟ୍ରେଲିଆ ଏବଂ ଯୁକ୍ତରାଷ୍ଟ୍ର ଭଳି କିଛି ଦେଶରୁ ପ୍ରାରମ୍ଭିକ ବିରୋଧ ସତ୍ତ୍ୱେ, ବିଶ୍ୱବ୍ୟାପୀ ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ, ମର୍ଯ୍ୟାଦା ଏବଂ ବଞ୍ଚିବା ପାଇଁ ଏକ ଢାଞ୍ଚା ଭାବରେ କାର୍ଯ୍ୟ କର । ଏହି ଜିଲ୍ଲା ସ୍ତରୀୟ ବିଶ୍ବ ଆଦିବାସୀ ଅଧିକାର ଦିବସ ୨୦୨୫ କାର୍ଯ୍ୟକ୍ରରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ (ସୋମ୍)ର ସଭାପତି ଶ୍ରୀ ଗଙ୍ଗାଧର ମାଝୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଦେଇଥିବା ବେଳେ ଆଦିବାସୀ ମହାସଂଘ ଓଡ଼ିଶା ଶାଖା ରାୟଗଡ଼ ଜିଲ୍ଲାର ସଭାପତି ଶ୍ରୀ ବସନ୍ତ କୁମାର ପେଦେଣ୍ଟି, ଆଦିବାସୀ ସମାଜ କାଶୀପୁର ବ୍ଲକର ସଭାପତି ଶ୍ରୀ ଶିବ ମାଝୀ, ଆଦିବାସୀ ସମାଜ ବିଷମକଟକ ବ୍ଲକର ସଭାପତି ଶ୍ରୀ ସୁଶାନ୍ତ ତୁଇକା, ମାନବ ଅଧିକାର କର୍ମୀ ଶ୍ରୀ ସଦନ ମାଝୀ, ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ରାୟଗଡ଼ା ଜିଲ୍ଲା ସଂଯୋଜକ ଶ୍ରୀ ଦୀନବନ୍ଧୁ ହୁଇକା, ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ରାୟଗଡ଼ା ଉପ ସଭାପତି ଶ୍ରୀ ବନମାଳୀ ମାଝୀ ଏବଂ ଆଦିବାସୀ ମହାସଂଘ ଓଡ଼ିଶା ଶାଖା ରାୟଗଡ଼ା ଜିଲ୍ଲାର ଉପ ସଭାପତି ଶ୍ରୀ ଭଗବାନ ମାଝୀ ସଦୟ ଆଦିବାସୀ ଅଧିକାର ଉପରେ ବକ୍ତବ୍ୟ ରଖିଥିଲେ । ୧୧ଟି ବ୍ଳକର ଆଦିବାସୀ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ, ସୁନ୍ଦର ଏବଂ ଫଳପ୍ରଦ କରିବା ପାଇଁ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ସଧାରଣ ସମ୍ପାଦକ ଶ୍ରୀ ଟିବୁ ସାରାକା ଓ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ମହିଳା ମୋର୍ଚ୍ଚା ମୁଖ୍ୟା ତଥା ନାରୀନେତ୍ରୀ ଶ୍ରୀମତୀ ଲକ୍ଷ୍ମୀ ପ୍ରାସ୍କା ବିଭିନ୍ନ ଦାୟିତ୍ଵ ନିର୍ବାହ କରିଥିବା ବେଳେ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ସୂଚନା ବିଭାଗ ମୁଖ୍ୟ ଶ୍ରୀ ବିଜୟ କୁମାର ମେଲାକା ମଞ୍ଚ ପରିଚାଳନା କରିବା ସହିତ ଜାତି ସଙ୍ଘ ଦ୍ଵାରା ଘୋଷଣା ହୋଇଥିବା ୪୬ଟି ଧାରାକୁ ସରଳ ଭାବେ ବୁଝାଇ ଥିଲେ । ବିଶ୍ଵ ଆଦିବାସୀ ଦିବସ ଅପେକ୍ଷା ବିଶ୍ଵ ଆଦିବାସୀ ଅଧିକାର ଦିବସ ଅଧିକ ଗୁରୁତ୍ଵପୂର୍ଣ୍ଣ ଅଟେ ତେଣୁ, ସମସ୍ତଙ୍କ ସହମତିରେ ପରେ ନିଷ୍ପତ୍ତି ନିଆଗଲା କି l, ଆଗାମୀ ବର୍ଷ ୨୦୨୬ ମସିହାରେ ଅଧିକ ସଂଖ୍ୟାରେ ଲୋକଙ୍କୁ କାର୍ଯ୍ୟକ୍ରମରେ ସାମିଲ କରିବା ଏବଂ ଆଦିବାସୀଙ୍କୁ ସଚେତନ ଓ ଏକତା କରି ଉନ୍ନତିର ପହାଚକୁ ନେବା ।