ଦାଦନ ଶ୍ରମିକ ଯିବା ପାଇଁ ସଜ ବାଜ ହେବା ପୂର୍ବରୁ ପୋଲିସ ର ଚଢ଼ାଉ ; ୧୬ ଜଣ ଦାଦନ ସର୍ଦ୍ଦାର ଗିରଫ୍…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା) – ମାନବ ଚାଲାଣ ରୋକିବା ପାଇଁ ଡି.ଜି.ପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ନୂଆପଡା ପୋଲିସ ଜିଲ୍ଲାର ବିଭିନ୍ନ ଜାଗାରେ ଚଢଉ କରି ୧୬ ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଯୋଗ୍ୟ ଯେ ରାଜ୍ୟ ଓ ରାଜ୍ୟ ବାହାରକୁ ମାନବ ଚାଲାଣ କରିବାରେ ସକ୍ରିୟ ଥିବା ଦଲାଲ ଓ ଦାଦନ ସର୍ଦ୍ଦାରଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଏକ ସ୍ପେସାଲ ଡ୍ରାଇଭ ଆରମ୍ଭ ହୋଇଛି । ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ସମସ୍ତ ଥାନା ଗୁଡିକୁ ଆଲର୍ଟ କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତ୍ରିରେ ନୂଆପଡା ଏସ୍.ପି ବିନିତ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ପୋଲିସ ଏକକାଳୀନ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚଢଉ କରି ୧୬ ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରିଛି । ଏଥିରେ ଜୋଙ୍କ ଥାନା ଅଞ୍ଚଳରୁ ୫ ଜଣ, କୋମନାରୁ ୨ ଜଣ, ଖଡିଆଳରୁ ୩ ଜଣ, ସିନାପାଲିରୁ ୨ ଜଣ, ଓ ବୋଡେନରୁ ଜଣେ ଦାଦନ ସର୍ଦ୍ଦାର ଙ୍କୁ ଗିରଫ କରିଥିବା ଏସ୍.ପି ଶ୍ରୀ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ନୂଆପଡ଼ା ଜିଲ୍ଲା ବୋଡ଼େନ ଖଡ଼ୁପାନୀ ଠାରେ ନବରାତ୍ର ପୂଜା ଅନୁଷ୍ଠିତ…

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା) – ନୂଆପଡ଼ା ଜିଲ୍ଲା ବୋଡ଼େନ ଖଡ଼ୁପାନୀ ଠାରେ 216 B CRPF ବେଟେଲିଆନ୍ ର ଆଶିଷ୍ଟାଣ୍ତ୍ କମାଣ୍ଡିଙ୍ଗ ଅଫିସର ମାନ ରାଜେଶ କେ ଙ୍କ ତତ୍ତ୍ଵାବଧାନରେ ନବ ରାତ୍ର ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ CRPF ଜବାନ ମାନଙ୍କ ଦ୍ଵାରା ସ୍ଥାନୀୟ ମନ୍ଦିର ରେ ୯ ଦିନ ଧରି ମା ଙ୍କ ପୂଜାର ଆୟୋଜନ କରାଯାଇଥିଲା। ଏହି ଅବସରରେ ଭଜନ କୀର୍ତ୍ତନ ସହ ମନୋରଞ୍ଜନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।
ଏହି ପରି ବୋଡ଼େନ ଥାନା ନିକଟରେ 216 F ର କମ୍ପାନୀ CRPF ର କମାଣ୍ଡିଙ୍ଗ ଅଫିସର ଆର୍. ସେତୁ ଙ୍କ ନେତୃତ୍ଵରେ ନବ ରାତ୍ରି ପୂଜା ର ଆୟୋଜନ କରାଯାଇ କୁଆଁରୀ କନ୍ୟା ଙ୍କୁ ମା ଆଦି ଶକ୍ତି ରୂପରେ ସଜାଇ ପୂଜା କରାଯାଇଥିଲା।

ଦାଦନ ଶ୍ରମିକ ଉପରେ ଦଲାଲ ଙ୍କ ଅତ୍ୟାଚାର..!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା) – ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଟିକିରପଡା ଗ୍ରାମର ଚାମରୁ ପାହରିଅ ନାମକ ଜଣେ ଦାଦନ ଶ୍ରମିକ ପ୍ରତି ଦାଦନ ଦଲାଲ ମାନଙ୍କ ଅମାନୁଷିକ ଅତ୍ୟାଚାର। ନିର୍ମମ ଭାବରେ ଗୋଡ ଓ ହାତ ର ଆଙ୍ଗୁଠି କାଟି ଦେଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ଏହି ପରି ଘଟଣା ବାରମ୍ବାର ଘଟି ଯାଉଥିବା ବେଳେ ରାଜ୍ୟ ସରକାର ଚୁପଚାପ ନଜାଣିଲା ଭଳି ଆଖି ବୁଜି ଦେଉଥିବା ଅଭିଯୋଗ ହେଉଛି । ଏହି ଘଟଣା କୁ ନେଇ କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରମିକ ମାନଙ୍କୁ କାମ ଯୋଗାଇବା ସାଙ୍ଗକୁ ଏହି ଅପରାଧିକ ଘଟଣା ଘଟାଇ ଥିବା ଦାଦନ ଦଲାଲ ମାନଙ୍କ ବିରୁଦ୍ଧରେ ରାଜ୍ୟସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ନିମନ୍ତେ ଶ୍ରୀ ପଣ୍ଡା ଦାବୀ ଉପସ୍ଥାପନ କରିଛନ୍ତି।

ସିନାପାଲି ଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…!

!!! ନୁଆପଡ଼ା ଜିଲ୍ଲା ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡା) – ନୂଆପଡା ଜିଲ୍ଲା ସିନାପାଲି ତହସିଲ କାର୍ଯ୍ୟାଳୟ ଠାରେ ସିନାପାଲି ଵନବିଭାଗ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି ।ଏହି ଅବସରରେ ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି ।ସହରକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କରିବା ପାଇଁ ସଚେତନ ବାର୍ତ୍ତା ପହଞ୍ଚାଇବା ସହ ସ୍ଥାନୀୟ ଦୈନିକ ବଜାରରେ କପଡା ତିଆରି ବ୍ୟାଗ ବଣ୍ଟନ କରାଯାଇଥିଲା। ଏହି ଉତ୍ସବ ରେ ସିନାପାଲି ଅତିରିକ୍ତ ତହସିଲଦାର ଲଖାନ ମାଝି ,ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼ ,ବନଝଣ୍ଡ ଅଧିକାରୀ ମୁରଲୀ ପଣ୍ଡାଙ୍କ ସମେତ ବନବିଭାଗ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

ଚାଷୀ ଙ୍କ ପ୍ରତି ତହସିଲଦାର ଙ୍କ ଦୁର୍ବ୍ୟବହାର ; କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବୀ…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା) – ଜନ ସାଧାରଣ ହେଉଛନ୍ତି ପ୍ରକୃତ ସରକାର। ମୋ ସରକାର ହେଉଛି ସେମାନଙ୍କ ସରକାର। ସେମାନଙ୍କ ଅର୍ଥ ରେ ପ୍ରସାଶନ ଚାଲୁଛି। କୌଣସି ସେବା ପାଇଁ ସରକାର ଙ୍କ ପଛରେ ଜନ ସାଧାରଣ ଗୋଡାଇବେ ନାହିଁ। ବରଂ ସରକାର ସେମାନଙ୍କ କଥା ବୁଝିବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଥିବା ବେଳେ ଏହାକୁ ପାଳନ କରିବା ରେ ବିଫଳ ହୋଇଛନ୍ତି କୋମନା ତହସିଲଦାର ଶ୍ରୀ ଶ୍ୟାମଲାଲ୍ ରାୟ। ଗତ ବର୍ଷ ମରୁଡି ପରିସ୍ଥିତି ର ସହାୟତା ପାଇଁ ସରକାର ଘୋଷଣା କରିଥିବା ଇନପୁଟ୍ ସବସିଡି ନିମନ୍ତେ କୋମନା ବ୍ଲକ ପଏର୍ ଗ୍ରାମ ପଞ୍ଚାୟତ ର ଚାଷୀ ମାନେ କୋମନା ତହସିଲଦାର ଙ୍କ ନିକଟକୁ ପଚାରି ବୁଝିବା ପାଇଁ ଆସିଥିଲେ। ସ୍ଥାନୀୟ ତହସିଲଦାର ମରୁଡ଼ି ସହାୟତା ନେଇ ଚାଷୀ ଙ୍କୁ ବୁଝାଇବା ବଦଳରେ ଖରାପ ବ୍ଯବହାର କରି ଅଫିସ ରୁ ବାହାର କରିଦେଇ ଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି। ଏନେଇ ଚାଷୀ ମାନେ ଜିଲ୍ଲାପାଳ ଙ୍କ ସହିତ ଫୋନ୍ ରେ ଯୋଗାଯୋଗ କରିବା ପରେ ନୂଆପଡ଼ା ଯାଇ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏଥିରେ ସେମାନେ ତୁରନ୍ତ ତହସିଲଦାର ଶ୍ରୀ ଶ୍ୟାମଲାଲ୍ ରାୟ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି।

ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା ସପ୍ତାହ ର ଶୁଭାରମ୍ଭ ।

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ସିନାପାଲି) – ଗଣ୍ଡାବାହଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସିନାପାଲି ମଣ୍ଡଳ ତରଫରୁ ଲୋକ ପ୍ରିୟ ପ୍ରଧାନ ମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ସେବା ସପ୍ତାହ ର ଶୁଭାରମ୍ଭ କରାଯାଇଛି । ମୋଦି ଜୀ ଙ୍କ ଜନ୍ମ ତିଥି ସେପ୍ଟେମ୍ବର ୧୪ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ଦିବସକୁ ସେବା ସପ୍ତାହ ଭାବେ ପାଳନ କରିବାକୁ ସ୍ଥିର କରାଯାଇଛି । ଏହି ଅବସରରେ ଚିକିତ୍ସାଳୟ,ବୃଦ୍ଧାଶ୍ରମ,ଅନଥାଶ୍ରମ କୁ ଯାଇ ଲୋକଙ୍କୁ ଫଳ ବଣ୍ଟନ କରିବାର ସହ ରକ୍ତଦାନ ଶିବୀର ଓ ପରିବେଶ ପରିମଳ କରିବା ଭଳି ସେବା କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଯୋଜନା କରାଯାଇଛି । ସେହିପରି ବିଦ୍ୟାର୍ଥୀ ଙ୍କ ମଧ୍ୟରେ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା କରାଯିବା ସହ ପଲିଥିନ ବର୍ଜନ ଏବଂ ବୃକ୍ଷ ରୋପଣ ନିମନ୍ତେ ସଚେତନତା କରାଯିବ ବୋଲି ମଣ୍ଡଳ କମିଟି ପକ୍ଷରୁ ସୂଚନା ଦିଆଯାଇଛି।ଗତ ୧୬ ତାରିଖ ଦିନ ନିକଟସ୍ଥ ବିଭିନ୍ନ ଗ୍ରାମରୁ ଆସିଥିବା ଚକ୍ଷୁ ରୋଗୀଙ୍କ ଆଖି ପରୀକ୍ଷା କରାଯାଇ ୫୬ ଜଣ ରୋଗୀଙ୍କ ଅସ୍ତ୍ରୋପଚାର କରାଯିବା ନିମନ୍ତେ ସ୍ଥିର କରାଯାଇଛି। ଏମାନଙ୍କୁ ବିନା ମୂଲ୍ୟରେ ଭବାନୀପାଟଣା ସ୍ଥିତ ଜଗନ୍ନାଥ ନେତ୍ରାଳୟରେ ଅସ୍ତ୍ରୋପଚାର କରାଯିବା ଯୋଜନା କରାଯାଇଛି । ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ସ୍ଥାନୀୟ ପୂର୍ବତନ ସରପଞ୍ଚ ଚିତ୍ରସେନ ମଝି,ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତୀ , ଡ଼ଃ ଅରିଗଞ୍ଜନ ଯୋଶୀ ଙ୍କ ସମେତ ସୁବ୍ରତ ଠାକୁର ସ ଏବଂ ମହାବୀର ମିଶ୍ର ଉପସ୍ଥିତ ଥିଲେ ।

ଖଡିଆଳ ପୋଲିସ ଦ୍ୱାରା ସଡକ ସୁରକ୍ଷା ସପ୍ତାହ ପାଳନ…!

ଭିଜିଲାନ୍ସ ଜାଲରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ଡାକ୍ଟର ସୁକାନ୍ତି ପଣ୍ଡା..!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା) – ନୂଆପଡ଼ା ଜିଲ୍ଲା ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସୁଇପର ଭାବେ କାର୍ଯ୍ୟରତ ମହେଶ୍ କୁମାର ସହିସ ଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସ୍ଵାସ୍ଥ୍ଯ କେନ୍ଦ୍ର ଇନଚାର୍ଜ ଡ଼ଃ ସୁକାନ୍ତି ପଣ୍ଡା। ଖବର ନେବାରୁ ଜଣାପଡ଼ିଛି ଗତ ୨୦୦୦ ମସିହାରେ ଶ୍ରୀ ମହେଶ୍ କୁମାର ସହିସ ଦେହ ଅସୁସ୍ଥତା ନେଇ ୩ ମାସ ଛୁଟି ରେ ରହିଥିବା ଯୋଗୁଁ ତାଙ୍କ ସେହି ସମୟର ଦରମା ହୋଇପାରିନଥିଲା। ଏପରିକି ତାଙ୍କରି ଜୀ. ଏ. ସି ବାବଦକୁ କିଛି ଅର୍ଥ ପାଇବାରେ ବକେୟା ରହିଛି। ଏହାକୁ କରିଦେବା ପାଇଁ ଡ଼ଃ ସୁକାନ୍ତି ପଣ୍ଡା ମହେଶ୍ କୁମାର ସହିସ ଙ୍କ ଠାରୁ ୭୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ମହେଶ ସହିସ ଙ୍କ ଅଭିଯୋଗ କ୍ରମେ ଏବଂ କୋରାପୁଟ ଭିଜିଲାନ୍ସ ଏସ୍. ପି ଙ୍କ ନିର୍ଦ୍ଦେଶ ରେ ଏକ ପ୍ରତିନିଧି ଦଳ ସିନାପାଲି ସ୍ଥିତ ସୁକାନ୍ତି ପଣ୍ଡା ଙ୍କ ବାସ ଭବନ ଉପରେ ଚଢାଉ କରି ଟଙ୍କା ନେଉଥିବା ସମୟରେ ଗିରଫ୍ କରିଛି। ତତ୍ ସଙ୍ଗେ ସଙ୍ଗେ ସୁକାନ୍ତି ପଣ୍ଡା ଙ୍କ ମ.ରାମପୁର ଠାରେ ଥିବା ବାସ ଭବନ ଉପରେ ଚଢାଉ କରି ତଦନ୍ତ ଚଳାଇଛି। ଏହି ତଦନ୍ତ କାରୀ ଦଳରେ ନୂଆପଡ଼ା ଡି. ଏସ୍. ପି ସତ୍ୟାବାନ ମହାନନ୍ଦ, ଇନ୍ସିପେକ୍ଟର କଳାବତୀ ବାଗ, ନବରଙ୍ଗପୁର ଇନ୍ସପେକ୍ଟର ଦୀନବନ୍ଧୁ ବେହେରା ଙ୍କ ସମେତ ଅଜୟ କୁମାର ସିଂ, ସନ୍ତୋଷ ମହାନ୍ତି ଶିବ ପ୍ରଧାନ,ଗୁଣନିଧି ସାହୁ ପ୍ରମୁଖ ସାମିଲ ରହିଛନ୍ତି।

ଝାଡା ବାନ୍ତି ରେ ୨ ମୃତ୍ୟୁ !

ନୂଆପଡ଼ା ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ ଏଥର ସମ୍ଭାଳ live ।

ଏଥର ସମ୍ଭାଳ ବ୍ୟୁରୋ (ନୂଆପଡ଼ା) – ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଭୁଲିଆଭଟାଗାଁ ରେ ଝାଡା ବାନ୍ତି ରେ ଦୁଇଜଣ ଙ୍କ ମୄତୁ ଘଟିଛି ।

ସେମାନେ ଙ୍କ ମଧ୍ୟରୁ ଦୁସିଳା ତାଣ୍ଡି ବୟସ ୬ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ଦୁତିକା ଜଗତ ଙ୍କ ବୟସ ୬୬ ବର୍ଷ ବୋଲି ଜଣାପଡ଼ିଛି ।

କିନ୍ତୁ ପ୍ରଶାସନ ପାଖରେ ଏ ନେଇ ଖବର ନଥିବା ଅଭିଯୋଗ ହେଉଛି ।ଦୁଇଜଣ ଙ୍କ ମୄତୁ ର ଖବର ପାଇବା ପରେ ସିନାପାଲି ସ୍ଵାସ୍ଥ କେନ୍ଦ୍ର ର ସ୍ବାସ୍ଥ୍ୟ କର୍ମୀ ଏହି ଅଞ୍ଚଳ କୁ ଯାଇ ଔଷଧ ବିତରଣ କରିଛନ୍ତି ।

ସମ୍ପୃକ୍ତ ବିଭାଗୀୟ କତୃପକ୍ଷ ଙ୍କ ଏତାଦୃଶ କାର୍ଯ୍ୟ କୁ ସାଧାରଣ ରେ ନିନ୍ଦା ପ୍ରକଟ କରାଯାଇଛି ।