ନୂଆପଡ଼ା ଠାରେ ସମନ୍ଵିତ ବୃଷ୍ଟି ପୁଷ୍ଟ କୃଷି ପଦ୍ଧତି ଯୋଜନାର ଶୁଭ ଉନ୍ମୋଚନ ।

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନୂଆପଡ଼ା) – ଜାତୀୟ ବୃଷ୍ଟି ପୁଷ୍ଟ ଅଞ୍ଚଳ ପ୍ରାଧିକରଣ, ସଂଯୁକ୍ତ ରାଷ୍ଟ୍ର ଖାଦ୍ୟ ଓ କୃଷି ସଂଗଠନ ଏବଂ ଭାରତ ସରକାରଙ୍କ ମିଳିତ ଚେଷ୍ଟା ରେ ନୂଆପଡ଼ା ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଖାଦ୍ଯ ସୁରକ୍ଷା ଓ ଅଧିକ ରୋଜଗାର ପାଇଁ ଏକାଭିମୁଖୀ ଯୋଜନା ରୂପାୟନ ମାଧ୍ୟମରେ ଭୂଦୃଶ୍ୟ ଆଧାରିତ ସମନ୍ଵିତ ବୃଷ୍ଟି ପୁଷ୍ଟ କୃଷି ପଦ୍ଧତି ଯୋଜନାର ଶୁଭ ଉନ୍ମୋଚନ କରାଯାଇଛି। ଏହି ଯୋଜନା କୋମନା ବ୍ଲକ ର ଦୁଇଟି ଆଦିବାସୀ ଗ୍ରାମରେ କାର୍ଯ୍ୟକାରୀ ହେବ। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସରକାରଙ୍କ ବହୁ ଉଚ୍ଚ ପଦସ୍ଥ ପଦାଧିକାରୀମାନେ ଯୋଗଦେଇ ଏହି ଯୋଜନା ମାଧ୍ୟମରେ କିଭଳି ଆର୍ଥିକ ଅଭିବୃଦ୍ଧି ହୋଇପାରିବ ତା ଉପରେ ଗୁରୁତ୍ଵ ଆରୋପ କରିଥିଲେ। ଜିଲ୍ଲାପାଳ ମହୋଦୟ ଏହି ଯୋଜନାର ସଫଳ ରୂପାୟନ କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ଓ ଲିଙ୍ଗଗତ ସମସ୍ୟା ସମ୍ବନ୍ଧିୟ କର୍ମଶାଳା

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନୂଆପଡ଼ା) – ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଆଶା ଓଡିଶା, ସେଭ ଦି ଚିଲଡ୍ରେନ୍ସ, ମହିଳା ଓ ଶିଶୁ ସହାୟତା କେନ୍ଦ୍ର, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ,ପୁଲିସ ପ୍ରଶାସନ ଓ ଶିଶୁ ମଙ୍ଗଳ କମିଟିର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ଓ ଲିଙ୍ଗଗତ ସମସ୍ୟା ସମ୍ବନ୍ଧିୟ କର୍ମଶାଲା ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବଳଦେବ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ ମୁଖ୍ୟ ଅତିଥି, ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଦସ୍ୟ କୁମୁଦ ହୋତା, ଅଶ୍ୱିନୀ ପାତ୍ର, ଆଶା ଓଡିଶା ସଭାପତି ସରସ୍ୱତୀ ମହନ୍ତ, ମହିଳା ଓ ଶିଶୁ ଡେକ୍ସ ଏସଜେ ମଣି ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଆଶା ଓଡିଶା ପ୍ରକଳ୍ପ ସଂଯୋଜକ ସଂଜୀନ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରି ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲାରେ ହେଉଥିବା ପ୍ରତ୍ୟେକ ବାଲ୍ୟ ବିବାହକୁ କିପରି ରିପୋର୍ଟ କରାଯିବ ଓ ବାଲ୍ୟ ବିବାହକୁ ବନ୍ଦ କରିବା ସହ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଗଢି ତୋଳିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । ଏସଡିପିଓ ଶ୍ରୀ ପଟ୍ଟନାୟକ ଶିଶୁ ସୁରକ୍ଷା ଓ ଶିଶୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ଶୋଷଣକୁ ରୋକିବାକୁ ଆମେ ସମସ୍ତେ ସଚେତନ ହେବାକୁ ପଡିବ ବୋଲି ଆହ୍ୱାନ କରିଥିଲେ । ଡିସିସପିଓ ଶ୍ରୀ ରଥ ବାଲ୍ୟ ବିବାହ ନିଷେଧ ଉପରେ ରିପୋଟିଂ ପ୍ରକ୍ରିୟାକୁ ବୁଝାଇଥିବା ବେଳେ ସିଡବ୍ଲୁସି ସଦସ୍ୟ ଶ୍ରୀ ହୋତା ବାଲ୍ୟ ବିବାହ ନିଷେଧ ଆଇନ ୨୦୧୬ ଓ ବାଲ୍ୟ ବିବାହର କୁପରିଣାମ ଉପରେ ନିଜ ମତ ଦେଇଥିଲେ । ସେହିପରି ପ୍ରକାଶ ସେନାପତି ଜେଜେବି ଆକ୍ଟ ଓ ୧୧୨ ସେକ୍ସନ ଉପରେ ଦିଗଦର୍ଶନ ଦେଇଥିଲେ । ନୂଆପଡ଼ାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବାକୁ ସଂକଳ୍ପ ନେଇଥିଲେ । ଆଶା ଓଡିଶା ସଭାନେତ୍ରୀ ସରସ୍ୱତୀ ମହନ୍ତ ସମସ୍ତ ଆଇନ ପ୍ରବର୍ତ୍ତନ ଅଧିକାରୀ ଙ୍କୁ ବାଲ୍ୟ ବିବାହ ଓ ଶିଶୁ ନିର୍ଯ୍ୟାତନା ନିଷେଧ ଉପରେ ସପଥ ପାଠ କରି ଧନ୍ୟବାଦ ଅର୍ପଣ କରିଥିଲେ । କୋମନା, ଲଖନା, ବେଲଟୁକୁରୀ, ଖରିଆର, ନୂଆପଡ଼ା ଥାନାର ଏସଜେପିୟୁ ପୁଲିସ ଅଧିକାରୀ, ୧୦ଟି ପଞ୍ଚାୟତର ସରପଞ୍ଚ, ପରା ଲିଗାଲ ସ୍ୱେଚ୍ଛାସେବୀ ଓ ଆଶା ଓଡିଶାର କର୍ମୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଠାରେ ୫୧ ଜଣ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଆଶା ଓଡିଶାର କର୍ମଚାରୀ ଉପସ୍ଥିତ ଥିଲେ ।

ଜଳ,ପରିମଳ ,ପରିଷ୍କାର ପରିଚ୍ଛନ୍ନତା ତଥା ଫ୍ଲୋରାଇଡ ପାଣି କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନୂଆପଡ଼ା) – ନୂଆପଡା ଜିଲ୍ଲା ବୋଡେନ ବ୍ଲକ ର ଜାମବାହାଲି ଗାଁ ଠାରେ ଅନୁଷ୍ଠିତ ଏକ ଦିନିକିଆ କର୍ମଶାଳାରେ ;ଆଗାମୀ ଦିନରେ ହେବାକୁଥିବା ଜଳ ସମସ୍ୟା ପ୍ରତି ସଚେତନ ନହେଲେ ହୁଏତ ଵିପଦରେ ପଡିପାର ଵୋଲି ଲୋକଙ୍କୁ ସଚେତନା କରିଛନ୍ତି । ଆର ସି ଡି ସି ଅନୁଷ୍ଠାନ ଏଵଂ ଚଲୋ ସଂସ୍ଥା । ଆର ସି ଡି ସି ର ବରିଷ୍ଠ କର୍ମୀ ହେମନ୍ତ କୁମାର ନାୟକ,ଵୋଡେନ ଵ୍ଲକର ଚୋଲୋ ପ୍ରକଲ୍ପର କର୍ମୀ ଲେଖାରାମ କର୍ଣ୍ନ ଏଵଂ ପଦ୍ମନ ଦଣ୍ତସେନା ଏହି ସଭା କୁ ପରିଚାଳନା କରିଥିଲେ।
ଏହି ଦିନିକିଆ କର୍ମଶାଲା ରେ ଉପସ୍ଥିତ ରହିି ଵୋଡେନ ସି ଏଚ ସି ର ମୁଖ୍ଯ ଚିକିତ୍ସା ଅଧିକାରୀ ଆଶୁତୋଷ ପଟ୍ଟନାୟକ ପାନୀୟ ଜଳ ର ଉପଯୋଗୀ ଓ ସ୍ଵାସ୍ଥ୍ଯ ସଚେତନତା ଉପରେ ଵୁଝାଇଥିଲେ । B.P.N CHC ଵୋଡେନ ର ଅକ୍ଷୟ ମିଶ୍ର,ଗାଁ କଲ୍ଯାଣ ସମିତି କାର୍ଯ୍ଯ ଉପରେ ସମସ୍ତ ଙ୍କୁ ଅଵଗତ କରାଇଥିଲେ । ଵୋଡେନ ଵ୍ଲକର CDPO ସଵିତା ଲର୍କା, ଶିଶୁ ସ୍ଵାସ୍ଥ୍ଯ ଗର୍ଭଵତୀ ମାଁ ମାନଙ୍କ ସେଵା ତଥା ମାଁ ଓ ଶିଶୁ ଙ୍କ ପ୍ରତି ଦାୟିତ୍ଵ ନେଇ ବୁଝାଇ ଥିଲେ। ରାହୁଲ କୁମାର ସୁମନ୍ତ,RCDC ର Program officer ହେମନ୍ତ କୁମାାର ନାୟକ ତାଙ୍କ ଵକ୍ତଵ୍ଯରେ ଆଗାମି ଦିନରେ ହେଉଥିଵା ଜଳ ସମସ୍ଯା ଓ ଵିସୁଦ୍ଧ ଜଳ ଉପରେ ଵୁଝାଇଥିଲେ । ଶେଷରେ ପଦ୍ମନ ଦଣ୍ତସେନା ୫ ଟି ଗ୍ରାମରୁ ଆସିଥିଵା ଜଳ ଵନ୍ଧୁ କମିଟିର ସଦସ୍ୟ ଓ ଶିକ୍ଷକ ମାନଙ୍କୁ ଧନ୍ଯଵାଦ ଦେଇଥିଲେ।

ନୂଆପଡ଼ା ଠାରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଉଦଯାପିତ ହୋଇଯାଇଛି।

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନୂଆପଡ଼ା) – ସଦର ବ୍ଲକ ଡୁମେରପାଣି ଉନ୍ନତୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଉଦ୍ୟାପିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ପଂଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ସମ୍ମାନିତ ଅତିଥି ପଂଚାୟତ ସମିତି ଉପାଧ୍ୟକ୍ଷ ଚିନିଲାଲ ସାହୁ, ଏବିଇଓ ଚୈତରାମ ନାଏକ, ଡୁମେରପାଣି ସରପଂଚ ହେମିନ ବିନାୟକ, ମନ୍ନୁଲାଲ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ଚେୟାରମ୍ୟାନ ଟିକେଶ୍ୱର ସାହୁ, ବ୍ଲକ ବିଜ୍ଞାନ ସଂଯୋଜକ ରାଧେଶ୍ୟାମ ସାହା ଯୋଗ ଦେଇଥିଲେ । ଉଦଯାପନୀ ଉତ୍ସବରେ ଡିଇଓ ଲକ୍ଷ୍ମଣ ଭୋଇ,ବିଇଓ ରେଶମଲାଲ ନାଏକ,ସିଆରସିସି ଅମିୟ ଜ୍ୟୋତି ପାଢୀ, ବ୍ଲକ ବିଜ୍ଞାନ ସଂଯୋଜକ ରାଧେଶ୍ୟାମ ସାହା,ଲାଲରାମ ସାହୁ, ଟେକରାମ ସାହୁ, ସିଏମସି ସଦସ୍ୟ ଟିକେଶ୍ୱର ସାହୁ, ଅତିଥି ଭାବେ ଯୋଗ ଦେଇଥିଲେ । ଏହି ବିଜ୍ଞାନ ମେଳାରେ ୧୩୯ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲେ । ଏଥିରୁ ୧୨ଟି ପ୍ରକଳ୍ପ ଜିଲ୍ଲାସ୍ତର ପାଇଁ ମନୋନୀତ ହୋଇଥିଲା । ବରିଷ୍ଟ ବର୍ଗରେ ଅଭିଷେକ ଦେବାଙ୍ଗନ, ଯୁଧିଷ୍ଠିର ପାଣ୍ଡେ, ନିଶା ସୋନି, ଅଜୁରାମ ବଳିଆର ସିଂ, ଟିକେଶ୍ୱର ସାହୁ ଓ କ୍ଷତୀସ ପ୍ରଧାନ ଓ କନିଷ୍ଠ ବର୍ଗରେ ଭୂମିକା ପଟେଲ, ସୀମା ମାଝି, ଗୀତାଜ୍ଞଳି ସାହୁ, ଭାରତୀ ସାହୁ, ନିଭିରାଜ ସାହୁ, ମହେଶ୍ୱର ସାହୁ କୃତିତ୍ୱ ହାସଲ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମନୋହର ସାହୁ, ଗିରିଧାରୀ ସା, ସୁଶାନ୍ତ ଯୋଷୀ କସ୍ତୁଭ ସାହୁ, ଶରତ ପଣ୍ଡା, ଜିତେନ୍ଦ୍ର ଖମାରୀ, ସୁନିତା ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ । ଶିକ୍ଷକ କିଶୋର କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

ନୂଆପଡ଼ା ଠାରେ ପୁଣି ୭ ଜଣ ଦାଦନ ଶ୍ରମିକ ଉଦ୍ଧାର…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନୂଆପଡା)- ଆଜି ସକାଳେ ପାଟ୍ରୋଲିଂ ସମୟରେ ୭ ଜଣ ଦାଦନ ଶ୍ରମିକଙ୍କୁ ନୂଆପଡା ପୋଲିସ ଉଦ୍ଧାର କରିଛି । ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଅଦିତ୍ୟ ମହାକୁଡଙ୍କ ସୂଚନା ଅନୁସାରେ ପୋଲିସ ପାଟ୍ରୋଲିଂ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଟକ ସମ୍ମୁଖରେ ୭ ଜଣ ଲୋକ ବସିଥିବାର ଦେଖିଥିଲେ । ସେମାନଙ୍କ ମଧ୍ୟରେ ୧ ଜଣ ମହିଳା ଓ ୬ ଜଣ ପୁରୁଷ ଥିଲେ । ସନେ୍ଦହ କରି ପୋଲିସ ତାଙ୍କୁ ପଚାରିବାରୁ ବସ୍କୁ ଅପେକ୍ଷା କରିଛୁ ବୋଲି କହିଥିଲେ । ବସ୍ ରେ ରାୟପୁର ଯିବୁ ଓ କାମ କରିବାକୁ ଯାଉଛୁ ବୋଲି ସେମାନେ ପୋଲିସ କୁ କହିଥିଲେ । ଦାଦନ ଶ୍ରମିକ ଚାଲାଣ ସନ୍ଦେହରେ ପୋଲିସ ସେମାନଙ୍କୁ ଥାନାକୁ ଆଣିଥିଲେ । ସେମାନେ ଏକ ବୋଲେରୋ ଓ.ଆର-୨୬ ୪୭୬୪ ଯୋଗେ ନୂଆପଡାକୁ ଆସିଥିବାର ଜାଣି ପାରି ସମ୍ପୃକ୍ତ ଗାଡି ଓ ଗାଡି ଚାଳକକୁ ଥାନାରେ ଅଟକ ରଖି ପୋଲିସ ପଚରା ଉଚରା କରିଲା ପରେ ଶେମେଲପାଲିର ସାକିଲ ଖାଁ ନାମକ ଦାଦନ ସରର୍ଦାର ଏମାନଙ୍କୁ ବାହାର ରାଜ୍ୟକୁ ଚାଲାନ କରୁଥିବା ଜଣା ପଡିଛି । ପୋଲିସ ପଚରା ଉଚରା ଜାରି ରଖିଛି ।

ସପନ ଉଜାଡିଦେଲା ଚକଡା ପୋକ ; ରୁଣଭାର ହଜେଇ ଦେଇଛି ଚାଷୀ ଆଖିରୁ ନିଦ…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନୂଆପଡ଼ା) – ସଦର ବ୍ଲକ ଅନ୍ତର୍ଗତ ଲାଞିମାର ଗ୍ରାମରେ ଚକଡା ପୋକ ପ୍ରଭାବରେ ୩୦ ରୁ ୪୦ ଏକର ଚାଷ ଜମି ଫସଲହିନ ହୋଇପଡିଛି । ସବୁବର୍ଷ ଭଳି ଏବର୍ଷ ମଧ୍ୟ ଧାନ ଚାଷ ଭଲ ହୋଇଥିଲା ଧାନକେଣ୍ଡାକୁ ଦେଖି କେତେ କଣ ସ୍ୱପ୍ନ ଦେଖିଥିଲେ ଚାଷୀ । କିନ୍ତୁ ହଠାତ ସବୁ କିଛି ନଷ୍ଟ ହୋଇଗଲା କେଣ୍ଡା କେଣ୍ଡା ଧାନ ଫସଲରେ ହସି ଉଠୁଥିବା ଚାଷଜମି ଫସଲହୀନ ହୋଇଗଲା । ଏକଥା ଅତି ଦୁଃଖ ର ସହିତ କହିଛନ୍ତି ଲାଞିମାରର ଜଣେ ଚାଷି ତେଜ କୁମାର ଦଣ୍ଡସେନା । ସେ ୬ ଏକର ୪୦ ଡିସମିଲ ଚାଷଜମିରେ ଧାନଫସଲ କରିଥିଲେ ଫସଲ ବି ସୁନ୍ଦର ହୋଇଥିଲା । ହଠାତ ଜମିରେ ଚକଡା ପୋକ ଲାଗି ଯାଇଥିବା ଜାଣି କୃଷି ବିଭାଗୀୟ କର୍ମଚାରୀଙ୍କ ସହିତ ପରାମର୍ଶ କରିଥିଲେ । ଭଲ ଔଷଧ ନ ଥିବାରୁ ପଡୋଶୀ ବରଗଡ ଜିଲ୍ଲାର ଭଟଲିରୁ ଔଷଧ ମଗାଇଥିଲେ । ବିଭାଗୀୟ କର୍ମଚାରୀuଙ୍କ ପରାମର୍ଶ ଅନୁଶାରେ ଔଷଧ ସିଞ୍ଚନ କରିଥିଲେ । ଥରେ ନୁହଁ ଚାରି ଚାରି ଥର ପ୍ରୟୋଗ ପରେ ମଧ୍ୟ ଔଷଧ କାଟୁ କରି ନ ଥିଲା । ପ୍ରାୟ ୫ ଏକର ରୁ ଅଧିକ ଫସଲ ଆଖି ଆଗରେ ନଷ୍ଟ ହୋଇଯାଇଥିଲା । ଛୁଆମାନେ ବାହାର ହଷ୍ଟେଲ ରହି ପାଠ ପଢୁଛନ୍ତି । ହଷ୍ଟେଲ ଖର୍ଚ୍ଚ ଘର ଖର୍ଚ୍ଚ ଋଣ ଭାର ଆଦି ସମସ୍ୟା ତାଙ୍କ ଆଖିରୁ ନିଦ ହଜାଇ ଦେଇଛି । ଏହି ପରି ଗ୍ରାମର ରିଖିରାମ ଦେବାଙ୍ଗନ, ଭରତଲାଲ ୟାଦବ, ପିହୁଲାଲ ୟାଦବ, ଗେନ୍ଦରାମ ୟାଦବ ଆଦି ଚାଷୀଙ୍କର ମଧ୍ୟ ବହୁତ କ୍ଷତି ହୋଇଛି । କ୍ଷୟକ୍ଷତିର ଆକଳନ କରି ଉଚିତ କ୍ଷତିପୂରଣ ଦେବା ପାଇଁ ସମସ୍ତେ ସରକାରଙ୍କ ଠାରେ ନିବେଦନ କରିଛନ୍ତି ।

ସିନାପାଲି କୁ ଏନ୍.ଏ.ଏସି ମାନ୍ୟତା ଦାବି ରେ ବନ୍ଦ ଡାକରା…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ସିନାପାଲି) – ନୂଆପଡା ଜିଲ୍ଲା ସିନାପାଲି ସହରକୁ NAC ମାନ୍ୟତା ଦାବି ପାଇଁ ଆଜି ସମ୍ପୂର୍ଣ ବନ୍ଦ ଡାକରା ଦିଆ ଯାଇଛି !ଆଜି ଆନ୍ଦୋଳନ କୁ ଜୋରଦାର ଏବଂ ସମ୍ପୂର୍ଣ ସଫଳ କରିବା ପାଇଁ ନାଗରିକ କମିଟି ଆହ୍ୱାନ ରେ ଗୁରୁବାର ସନ୍ଧ୍ୟା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ଥିଲା !ଏଥିରେ କମିଟି ସଭାପତି ଡମ୍ବରୁ ଧର ମେହେର ସଭାପତିତ୍ୱ କରିଥିବା ବେଳେ ନାରାୟଣ ପାତ୍ର, ପୁରୁଷୋତ୍ତମ ମେହେର, ପ୍ରିୟଃରଂଜନ ମେହେର, ଲିଙ୍ଗରାଜ ଘିବେଲା, ଟେନୋ ମେହେର, ଡୋଳାମାଣି ସା, ପିୟୁଷ ପଟେଲ, ମଧୁ ମାଝୀ, ପୁସ୍ତମ ମାଝୀ, ପ୍ରଶାନ୍ତ ନାୟକ, ରାଜେଶ ସା, ପ୍ରମୁଖ ଉପସ୍ଥିତ ଥିଲେ!ସିନାପାଲି ନାଗରିକ କମିଟି ଆହ୍ୱାନ ରେ ଏ ସଂକ୍ରାନ୍ତ ରେ ଏକ ଏକସନ କମିଟି ଗଠନ କରାଯାଇଛି !ଏଥିରେ ସିନାପାଲି ସହର ସମସ୍ତ ଯୁବ ସଙ୍ଗ, ରାଜନୈତିକ ନେତୃ ବୃନ୍ଦ, ସାମାଜିକ କର୍ମୀ ସମସ୍ତେ ସାମିଲ ଅଛନ୍ତି !ଆଜି ସକାଳ 6ଟା ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସିନାପାଲି ସହର ବନ୍ଦ ରହିଥିଲା !ଦୋକାନ ବଜାର ସହିତ ସମସ୍ତ ସରକାରୀ ଓ ବେ ସରକାରୀ ଅନୁଷ୍ଠାନ ବନ୍ଦ ହେବ ସହିତ ଚକ ଅଖ ବନ୍ଦ କରିବା ପାଇଁ ନିଆ ଯାଇଥିଲା !ଗୁରୁବାର ସନ୍ଧ୍ୟା ସିନାପାଲି ବନ୍ଦ ପାଇଁ ବାଜାବାଜି ଯନ୍ତ୍ର ଦ୍ୱାରା ସମସ୍ତ ଦୋକାନୀ ଓ ସର୍ବ ସାଧାରଣ ଙ୍କୁ ଅବଗତ କରାଯାଇଛି !ସୂଚନା ଯୋଗ୍ୟ ଯେ ସିନାପାଲି ଗ୍ରାପ ଅନ୍ତର୍ଗତ ସିନାପାଲି କାପ୍ସି,ଯୁଗେନପଦର ସମେତ ଏହା ଗୋଟି ଦୁଇଟା ଗାଁ କୁ ନେଇ NAC ମାନ୍ୟତା ପ୍ରଦାନ କରିବା ପାଇଁ ବାରମ୍ବାର ଦାବି ହୋଇଆସୁଛି !ଏଠାରେ ଦଶ ହଜାର ରୁ ଉର୍ଧ୍ଵ ଲୋକ ବାସ କରୁଥିବା ବେଳେ 2004-05 ରୁ ସହରାଂଚଳ ର ମାନ୍ୟତା ପାଇଥିବା ଜଣା ପଡିଛି !ଏହା ସହିତ ଅନ୍ୟାନ୍ୟ ସମସ୍ତ ଯୋଗ୍ୟତା ଥିଲେ ମଧ୍ୟ ସିନାପାଲି କୁ NAC କରାଯାଇ ନ ଥିବା ଯୋଗୁ ଅଂଚଳ ରେ ଅସନ୍ତୋଷ ବୃଦ୍ଧି ପାଇଛି,!ଗତ ଦିନ ରେ ରାଜ୍ୟ ସରକାର କେତେକ ସହର କୁ NAC ଘୋଷଣା କରିବା ପାଇଁ ପ୍ରସ୍ତାବ ରଖି ଥିଲେ ମଧ୍ୟ ସିନାପାଲି କୁ ଏଥିରୁ ବାଦ ଦିଆଯାଇଛି !ଏ ସଂକ୍ରାନ୍ତ ରେ ଗତ ଦିନ ରେ ବିଧାନ ସଭା ରେ ଆଲୋଚନା ହୋଇଛି ସାରିଛି !ବର୍ତମାନ ସିନାପାଲି କୁ NAC ମାନ୍ୟତା ପାଇଁ ଆନ୍ଦୋଳନ ଜୋର ଧରିଛି !

ମହିଳା ସଂଗଠନ ଓ ସ୍ଵବଲମ୍ବି ପାଇଁ ପ୍ରୟାସ…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋମନା) – ନୂଆପଡ଼ ଜିଲ୍ଲା କୋମନା ବ୍ଲକ କୁରେସ୍ୱର ଗ୍ରାମ ରେ ଶ୍ରୀମତି ଜସୋବନ୍ତି ମେହେର ଙ୍କ ନେତୃତ୍ଵରେ ଶତାଧିକ ମହିଳା ଏକ ଯୁଟ ହୋଇ ଓଡିଶା ସରକାରଙ୍କ ଠୁ ଅନୁମୋଦନ ପ୍ରାତ ମହିଳା ସଂଗଠନ କୁରେସ୍ଵର ଗାଁ ରେ ଏକ ଅଫିସ ଗୃହ ଉଦଘାଟନ କରିଥିଲେ । ଏହି ଉଦ୍ଘାଟନ ଦିବସରେ ମୂଖ୍ୟ ଅତିଥି ଭାବେ ନୂଆପଡ଼ା ବିଧାୟକ ଶ୍ରୀ ରାଜେନ୍ଦ୍ର ଢ଼ୋଲକିଆ, ସମ୍ମାନୀୟ ଅତିଥି ଭାବରେ ମନୋଜ କୁମାର ସାହୁ, ଭଇରଵ ସାହୁ ,କୁରେସ୍ୱର ଗ୍ରାମ ପଞ୍ଚାୟତ ସରପଞ୍ଚ ଅନନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀମତୀ ମେହେର ଙ୍କ ଏହି ଭଳି ପ୍ରୟାସ କୁ ଅଞ୍ଚଳରେ ମହିଳା ଓ ବୁଦ୍ଧି ଯିବି ମାନେ ସମର୍ଥନ ଜଣାଇ ବା ସହିତ ଭୁରି ଭୁରି ପ୍ରସଂଶା କରିଛନ୍ତି ।

ନୂଆପଡା ଠାରେ ରେ ଜିଲସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ।

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା) – ଜିଲ୍ଲା ସଦରମହକୁମାସ୍ଥିତ ସଦଭାବନା ସଭାଗୃହଠାରେ ଜିଲାପାଳ ଙ୍କ ଅଭିଯୋଗ ଶୁଣାଣୀ ସମ୍ପନ୍ନ ହୋଇଯାଇଛି । ଦଶହରା ଅବକାସ ପରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣୀ ଶିବିରରେ ସବୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ମଧୁସ୍ମିତା ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନିଲ କୁମାର ଆଚାର୍ଯ୍ୟ, ଉପଜିଲ୍ଲାପାଳ ତରଣିସେନ ନାଏକ, ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ଅର୍ଥ) ମଧୁଛନ୍ଦା ସାହୁ,ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଜ୍ୟୋସ୍ନାରାଣୀ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଆଜି ର ଏହି ଅଭିଯୋଗ ଶୁଣାଣୀ ଶିବିର କୁ କିନ୍ତୁ ଅନ୍ୟଦିନ ତୁଳନାରେ ବହୁତ କମ ଲୋକ ଅଭିଯୋଗ କରିବାକୁ ଆସିଥିଲେ । ନୂଆପଡା ସହର ମଧ୍ୟଦେଇ ଯାଇ ଥିବା ଜାତୀୟ ରାଜ ପଥ ୩୫୩ ନିମିତ୍ତ ରାସ୍ତା ଚଉଡା କରିବା ପାଇଁ ନୂଆପଡା ମୁଖ୍ୟ ଡାକ ଘର ଠାରେ ଯେଉଁ ଦୋକାନୀ ମାନଙ୍କୁ ଉଚ୍ଛେଦ କରାଯାଇଥିଲା ବର୍ଷାଧିକାଳ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ଥଇଥାନ କରାଯାଇନଥିବାରୁ ସେହି ଦୋକାନୀମାନେ ଓ ତାଙ୍କର ପରିବାର ବର୍ଗ ଆଜି ଜିଲ୍ଲାପାଳ ଙ୍କୁ ଭେଟି ନିଜର ଅଭିଯୋଗ ପ୍ରଦାନ କରିଥିଲେ । ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନୂତନ ଦୋକାନ ଗୃହ ନିର୍ମାଣ କରାଯାଇଥିଲେ ମଧ୍ୟ ଏଯାବତ ହସ୍ତାନ୍ତର କାରାନଜିବା ସମ୍ପର୍କରେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୯ଜଣ ଦୋକାନୀ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ୬ଟି ଦୋକାନ ଗୃହ ନିର୍ମାଣ ହୋଇଥିବାରୁ ବର୍ତ୍ତମାନ ସମୟରେ ଲଟେରୀ ମାଧ୍ୟମରେ ୬ଜଣ ଙ୍କୁ ଦୋକାନ ଗୃହ ଆବଣ୍ଟନ କରାଯିବ କିମ୍ବା ଆଉ ୩ଟି ଦୋକାନ ଗୃହ ନିର୍ମାଣ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଜିଲ୍ଲାପାଳ କହିଥିଲେ । ବର୍ଷ ବର୍ଷ ବିତିଯିବାପରେ ମଧ୍ୟ ଜିଲ୍ଲାପ୍ରଶାସନର ଏପରି ଟାଳଟୁଳ ନିତି କୁ କିନ୍ତୁ କ୍ଷତିଗ୍ରସ୍ତ ଦୋକାନୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ଫଳରେ ଦୋକାନୀ ମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଶିଘ୍ର ଏହାର ପ୍ରତିକାର ନହେଲେ ଏହି ପୁଞ୍ଜିଭୁତ ଅସନ୍ତୋଷ ଉଗ୍ରରୁପ ନେଇପାରେବୋଲି ଚର୍ଚ୍ଚା ହେଉଛି ।

ଅଭୟାରନ୍ୟ ରେ ସୁନାଦି ମା ଙ୍କ ଛତର ଯାତ୍ରା ପାଳନ…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା) – ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ ତଥା ମାଓବାଦୀ ଗଡ଼ କହୁଥିବା ସୁନାବେଡ଼ା ରେ ମାଁ ସୁନାଦି ଙ୍କ ଛତରଯାତ୍ରା ରାଜା ରାଜୁଡା କାଳ ରୁ ଚଳି ଆସିଥିବା ବେଳେ ଆଜି ମଧ୍ୟ ୫୨ ଟି ଗାଁର ଚୁକୁଟିଆ ଓ ଭୁଁଜିଆ ସମସ୍ତେ ଏକତ୍ରିତ ହୋଇ ମାଙ୍କ ଯାତ୍ରା କୁ ପାଳନ କରିଛନ୍ତି। ଅଭୟାରନ୍ୟ ର ପ୍ରାକ୍ରୁତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ସୁସଜ୍ଜିତ ଆଲୋକ ମାଳା ଯୋଗୁଁ ଏହା ଯାତ୍ରା ପରିସର କୁ ଆହୁରି ଦୁଇଗୁଣିତ କରିଦେଇଛି।ଏହି ମନୋରମ ଦ୍ରୄଶ୍ୟ କୁ ଉପଭୋଗ କରିବା ସହିତ ମାଙ୍କ ଆଶିଷ ପାଇବା ଆସା ରେ ଅଂକା ବଙ୍କା ପାହାଡ଼ି଼ଆ ରାସ୍ତା କୁ ଖାତିର ନକରି ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତ ମା ଙ୍କ ଦର୍ଶନ ପାଇଁ ମନ୍ଦିରକୁ ଆସିଥାନ୍ତି। ଯେଉଁ ଭକ୍ତ ଙ୍କ ମନସ୍କାମନା ପୂରଣ ହୋଇ ଥାଏ ସେମାନେ ମା ଙ୍କ ପାଖରେ ବୋଦା ବଳି ଦେଇଥାନ୍ତି। ମାଁ ଙ୍କ ନିକଟକୁ ଯିଏ ଆସିଛି ତାହାର୍ ମନୋସ୍କାମନା ନିଶ୍ଚୟ ପୂରଣ ହୋଇଥାଏ ବୋଲି ଏଠାକାର ଲୋକେ କୁହନ୍ତି।