ହୀନ ରାଜନୀତି ରେ ବଳି ପଡ଼ିବ କି ବିଦ୍ୟାର୍ଥୀ ଙ୍କ ଭବିଷ୍ୟତ …!

!!! ନୟାଗଡ଼ ରୁ ଜିଲ୍ଲା ପ୍ରତିନିଧି ଦିବ୍ୟରଞ୍ଜନ ନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ନୟାଗଡ଼/ନୂଆଗାଁ)- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡାଝୋଲା +୩ ମହାବିଦ୍ୟାଳୟ ର ପ୍ରିନ୍ସପାଲ ପଦବି ଓ ସଭାପତି ଚୟନ ପାଇଁ କୁଜିନେତା ଙ୍କ ରାଜନୀତି ଚରମ ସୀମା ରେ ପହଞ୍ଚିଥିବା ଚର୍ଚ୍ଚା ଜୋର୍ ଧରିଛି |ଦଶପଲ୍ଲା ବିଧାୟକ ଙ୍କ ନିର୍ଦେଶ ରେ ରାଜନୀତି ହେଉଥିବା ମଧ୍ୟ ଅଭିଯୋଗ ଉଠିଛି । ୨୦୧୨ ମସିହାରୁ କଲେଜ ର ପ୍ରିନ୍ସପାଲ ପଦବି ଓ ସଭାପତି ପଦବି ପାଇଁ ଉଚ୍ଚ ନ୍ୟାୟଳୟ ରେ ମକଦ୍ଦମା ବିଚାରଧୀନ ଥିବା ବେଳେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ବାହାଡାଝୋଲା ରେ ଆଞ୍ଚଳିକ ବିକାଶ ପରିଷଦ ନାଁ ନେଇ +୩ ମହାବିଦ୍ୟାଳୟ କୁ ବିନାଶ କରିବାକୁ ଷଡଯନ୍ତ୍ର କରୁଥିବା ମହାବିଦ୍ୟାଳୟ ର ଅଧକ୍ଷା ଶ୍ରୀମତୀ ପଣ୍ଡା ଅଭିଯୋଗ କରିଛନ୍ତି | ସେ ମଧ୍ୟ୍ୟ କହିଛନ୍ତି ବିଧାୟକ ଙ୍କ ଇଙ୍ଗିତ ରେ ଏଭଳି ମହାବିଦ୍ୟାଳୟ ରେ ରାଜନୀତି କରାଯାଉଥିବା କଥା କହିଛନ୍ତି | ମହାବିଦ୍ୟାଳୟ ରେ ପିଲା ପାଠ ପଢ଼ୁଥିବା ସମୟରେ କିଛି ଲୋକଙ୍କୁ ମେଳିକରି ମହାବିଦ୍ୟାଳୟ ର ନୋମିନେଟ ସଭାପତି କହି ପ୍ରହଲ୍ଲାଦ ସାହୁ ମହାବିଦ୍ୟାଳୟ ପରିସରରେ ହୋହାଲ୍ଲା କରିବା ସହ ବିଶୃଙ୍ଖଳା ମଧ୍ୟ୍ୟ କରୁଥିବା ଶ୍ରୀମତୀ ପଣ୍ଡା ଅଭିଯୋଗ କରିଛନ୍ତି | ୨୦୧୨ ମସିହା ରୁ ଅଧକ୍ଷା ଶ୍ରୀମତୀ ପଣ୍ଡା ଏବଂ ଅଧ୍ୟାପକ ଅଶୋକ ସାହୁ ଙ୍କ ମଧ୍ୟରେ ପ୍ରିନ୍ସପାଲ ପଦବି କୁ ନେଇ ଉଚ୍ଚ ନ୍ୟାୟଳୟ ରେ ମକଦମା ବିଚାରଧୀନ ଥିବା ବେଳେ ୨୦୨୨ ମସିହା ଏହାର ସମାଧାନ ହୋଇଥିଲା | ନୟାଗଡ଼ ଏଡିଏମ୍ ର ନିର୍ଦେଶନାମା ଅନୁସାରେ ମହାବିଦ୍ୟାଳୟ ର ଅଧ୍ୟାପକ ନଳିନୀ ରଞ୍ଜନ ଭୂୟାଁ କୁ ପ୍ରିନ୍ସପାଲ ଭାବେ ଯୋଗ ଦେବା ସହ ୩ ଦିନ ଭିତରେ ଚାର୍ଜ ନେବା ପାଇଁ ନିର୍ଦେଶ ଥିବା ବେଳେ ନୟାଗଡ଼ ଏଡିଏମ୍ ଙ୍କ ଚିଠି କୁ ଚ୍ୟଲେଞ୍ଜ କରି ପ୍ରହଲ୍ଲାଦ ସାହୁ ବିଧାୟକ ଙ୍କ ଇଙ୍ଗିତ ରେ ପୁଣି ମହାବିଦ୍ୟାଳୟର ସଭାପତି ପଦବି ପାଇଁ ରାଜନୀତି କରି ପୁଣି ଉଚ୍ଚ ନ୍ୟାୟଳୟ ରେ ମକଦମା ରୁଜୁ କରିଥିବା ଶ୍ରୀମତୀ ପଣ୍ଡା ଅଭିଯୋଗ କରିଛନ୍ତି | ବିଲେଇ କୁ ମାଛ ଜଗିବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି |ସେପଟେ ଆଞ୍ଚଳିକ ବିକାଶ ପରିଷଦ ଦ୍ୱାରା ମହାବିଦ୍ୟାଳୟ ର ୩୦ ଲକ୍ଷ ଟଙ୍କା ଶ୍ରୀମତୀ ପଣ୍ଡା ଙ୍କ ନାଁ ରେ ଆସିଥିବା ହଡ଼ପ ଅଭିଯୋଗ କୁ ଖଣ୍ଡନ କରିବା ସହ ତାଙ୍କୁ ମିଛ ରେ ବଦନାମ କରୁଥିବା କଥା କହିଛନ୍ତି | ସେ ମଧ୍ୟ୍ୟ କହିଛନ୍ତି ୩୦ ଲକ୍ଷ ଟଙ୍କା କେଉଁ ବାବଦରେ ରେ ମୁଁ ନେଇଛି ତାର ହିସାବ ମଧ୍ୟ୍ୟ କୋର୍ଟ ରେ ଦାଖଲ କରିବାକୁ ଶ୍ରୀମତୀ ପଣ୍ଡା କହିଛନ୍ତି | ଏପଟେ ଆସନ୍ତା ୩୧ ତାରିଖ ରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଫର୍ମ ପୂରଣ ର ଶେଷ ତାରିଖ ଥିବା ବେଳେ କୁଜିନେତା ଙ୍କ ରାଜନୀତି ର ଶିକାର ହେଉଛନ୍ତି ଛାତ୍ରଛାତ୍ରୀ |ଏ ଘଟଣା କୁ ମହାବିଦ୍ୟାଳୟ ର ପୂର୍ବତନ ଛାତ୍ର ବିରଞ୍ଚି ନାରାୟଣ ବେହେରା ଘୋର ନିନ୍ଦା କରିବା ସହ ଯଦି ପିଲାଙ୍କ ଭବିଷ୍ୟତ ଖରାପ ହୁଏ ତେବେ ଆଗାମୀ ଦିନରେ ମହାବିଦ୍ୟାଳୟ ର ପୁରାତନ ଛାତ୍ର ସଂଗଠନ ଆଇନି ଗତ କାର୍ଯ୍ୟାନୁଷ୍ଠାନ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛନ୍ତି |

ଛାତ୍ରଛାତ୍ରୀ ମହାବିଦ୍ୟାଳୟ ର ସାମୁହିକ ସମସ୍ୟା ରାସ୍ତା, କମନ ରୁମ୍, ମହାବିଦ୍ୟାଳୟ ର ଘର ଶ୍ରେଣୀ ଗୃହ ଅବ୍ୟବସ୍ଥା ଘେରରେ ଥିବା ନେଇ ନୂଆଗାଁ ବ୍ଲକ ପ୍ରଶାସନ କୁ ୨୦ ହଜାର ଟଙ୍କା କଲେଜ ତରଫରୁ କାମ ତିଆର ପାଇଁ ଦିଆଯାଇଥିବା ବେଳେ ତାହା ଉପରେ ବିକାଶ ପରିଷଦ କାମ ନକରି ବିଧାୟକ ଙ୍କ ପ୍ରରୋଚନା ରେ ହୀନ ରାଜନୀତି କରୁଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ବାହାଡାଝୋଲା ଗ୍ରାମପଞ୍ଚାୟତ ର ବରିଷ୍ଠ ସମାଜସେବୀ ଭବାନୀ ପ୍ରସାଦ ଦେଓ ଏ ଘଟଣା କୁ ଘୋର ନିନ୍ଦା କରିବା ସହ ପିଲା ଙ୍କ ଭବିଷ୍ୟତ କୁ ନେଇ ରାଜନୀତି କରଣକରିବା ଠିକ୍ ନୁହେଁ ବୋଲି କହିଛନ୍ତି । କଲେଜ ର ଏ ସମସ୍ୟା ଆଜିର ନୁହେଁ ୨୦୧୦ ମସିହା ରୁ ଲାଗିରହିଛି | ବିକାଶ ପରିଷଦ ନା କୁ ବର୍ତମାନ ବିନାଶ ପରିଷଦ ରେ ପରିଣତ କରିକୁଜି ରାଜନୀତି କରି ପିଲା ଙ୍କ ଭବିଷ୍ୟତ ସହ ଖେଳ ହେଲୁଛନ୍ତି ବୋଲି ପୁରାତନ ଛାତ୍ର ପ୍ରଶାନ୍ତ କୁମାର ଡାକୁଆ ଓ ମାଧବ ନାୟକ ମତବ୍ୟକ୍ତ କରିଛନ୍ତି ।ବିଦ୍ୟାର୍ଥୀଙ୍କ ଭବିଷ୍ୟତ ସହ ଖେଳା ଯାଉଥିବା ଖେଳକୁ ଏବେ ବନ୍ଦ କରାଯାଉ । ଆମ୍ଭ ପରୀକ୍ଷା ରେ କିଛି ବି ଅସୁବିଧା ହୁଏ ତେବେ ଆମେ ରାଜରାସ୍ତା ରୋକ ସହ ଅନିର୍ଦ୍ଧିଷ୍ଟ କାଳ ପାଇଁ କଲେଜ ବନ୍ଦ କରିଦେବୁ ବୋଲି ଛାତ୍ରୀ ପ୍ରିୟଦର୍ଶିନୀ ସାହୁ କହିଛନ୍ତି । ଏଠାରେ ଚାଲିଥିବା ହୀନ ରାଜନୀତିକୁ ବନ୍ଦ କରାଯାଉ ନଚେତ ଆମେ ଆନ୍ଦୋଳନାତ୍ମକ କାର୍ଯ୍ୟ ପନ୍ଥା ଗ୍ରହଣ କରିବୁ ,ଏଥିରେ ଯାହା ଅଘଟଣ ଘଟିବ ସେଥିପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ବିଦ୍ୟାର୍ଥୀ,ଗ୍ରାମବାସୀ ଓ ବୁଦ୍ଧିଜୀବି ମାନେ ଚେତାବନୀ ଦେଇଛନ୍ତି ।

ମନରେଗାରେ ମହାଦୁର୍ନୀତି ; ପୋଖରୀ ନଖୋଳି କରିନେଲେ ୨୦ ଲକ୍ଷ ଟଙ୍କାର ବିଲ , ସ୍ଥାନୀୟ ପ୍ରଶାସନ ଜାଣିବି କାହିଁକି ନୀରବ ଦ୍ରଷ୍ଟା ….?

!!! ଭୁବନେଶ୍ଵର ରାଜ୍ୟ ପ୍ରତିନିଧି ସୂର୍ଯ୍ୟ ପ୍ରକାଶ ପଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) ମନରେଗାରେ ମହାଦୁର୍ନୀତି । ସ୍ଥାନୀୟ ପ୍ରଶାସନ ଜାଣିବି ନୀରବ ଦ୍ରଷ୍ଟା ତାହାକୁ ନେଇ ସାଧାରଣ ରେ ପ୍ରଶ୍ନ । ଶ୍ରମିକ ପରିବର୍ତ୍ତେ ଜେସିବିରେ ୨୦ ଟ୍ରିପ୍‌ ମାଟି ପକାଇ ୨୦ ଲକ୍ଷ ଟଙ୍କାର ବିଲ ହଡପ କରାଯାଇଥିବା ଅଭିଯୋଗ ହୋଇଛି। ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଛନ୍ତି। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି  ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରୁ ।  ନୟାଗଡ଼ ଜିଲ୍ଲା ଭାପୁର  ବ୍ଲକ ଚକ୍ରଧରପ୍ରସାଦ ଗାଁର ନୂଆ ପୋଖରୀ । ଗାଁର ଏଇ ପୁରାତନ ପୋଖରୀ ପ୍ରକଳ୍ପ ନାଁରେ ବିଲ ଉଠିଛି ୨୦ ଲକ୍ଷ ଟଙ୍କା। ଏଠି ପୋଖରୀ କାମ ହିଁ ବୟାନ କରୁଛି ଭାପୁର ବ୍ଲକର ମହାଦୁର୍ନୀତିର ଗୋଟିଏ ଫର୍ଦ୍ଦ। ମନରେଗା ଦୁର୍ନୀତିରେ ଭୂସ୍ୱର୍ଗ ପାଲଟିଛି ଭାପୁର ବ୍ଲକ। ଚକ୍ରଧରପ୍ରସାଦ ଗ୍ରାମରେ ଥିବା ପୁରୁଣା ପୋଖରୀରେ ଜଳ ସଂରକ୍ଷଣ କାମ ପାଇଁ ମନରେଗାରୁ ପ୍ରାୟ ୨୦ଲକ୍ଷ ଟଙ୍କା ଆସିଥିଲା l ହେଲେ ଏହାକୁ ମିଲିଭଗତରେ ଚଳୁ କରିଦିଆଯାଇଛି l ମାତ୍ର ୨୦ ଟ୍ରିପ୍‌ ମାଟି ପକାଇ ୨୦ ଲକ୍ଷର ବିଲ କରାଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି l ଏହା ଗୋଟିଏ ପୋଖରୀ ହୋଇଥିବା ବେଳେ ଏହାକୁ ୨ଟି ପୋଖରୀ ଦର୍ଶାଇ ଗୋଟିଏ ପୋଖରୀ ପିଛା ପ୍ରାୟ ୧୦  ଲକ୍ଷ ଟଙ୍କା ଲେଖାଁଏ ଚଳୁ କରାଯାଇଛି l ସେପଟେ କାମ ସରୁ ସରୁ ଫାଟି ଆଁ କଲାଣି  ଗାର୍ଡ ୱାଲ l ଖାଲି ସେତିକି ନୁହେଁ ମନରେଗାରେ ଶ୍ରମିକ କାମ କରିବା ପରିବର୍ତ୍ତେ ଜେସିବିରେ କାମ କରାଯାଇଛି l କେବଳ ପୋଖରୀ ହୁଡ଼ାରେ ମାଟି ପକାଇ ପୋଖରୀ ଖୋଳା ହେବାର ଭ୍ରମ ସୃଷ୍ଟି କରିଛନ୍ତି ପଞ୍ଚାୟତ କର୍ତ୍ତୃପକ୍ଷ । ଏ ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପ୍ରଶାସନ l ଏହାର ଯଦି ଏକ ଉଚ୍ଚ ସ୍ତରୀୟ ତଦନ୍ତ ନ ହୁଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।  ଏପଟେ ଭାପୁର ବ୍ଲକରେ ନୂତନ ଭାବେ ଯୋଗଦେଇଥିବା ବିଡ଼ିଓ ଆଶିଷ କୁମାର ତ୍ରିପାଠୀ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି l

ଦଶପଲ୍ଲାରେ ପ୍ରଶାସନ ପକ୍ଷରୁ ରାତ୍ରି କାଳୀନ ପ୍ରହରା ଚାଲିଛି।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ୧୭ତାରିଖ ଠାରୁ ନୟାଗଡ ଜିଲ୍ଲା ଦଶପଲା ସହରରେ ରାତ୍ରି କାଳୀନ କର୍ଫ୍ୟୁ ଏବଂ ୧୪୪ଧାରା ଲାଗୁ କରା ଯାଇଛି ।ବିଳମ୍ବିତ ରାତ୍ରିରେ ଦଶପଲା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ନେତୃତ୍ଵରେ ଥାନା ଅଧିକାରୀ କିରଣ ହେମ୍ଭ୍ରମ, ସେକେଣ୍ଡ ଅଫିସର ଚକ୍ରଧର ସିଂ ଙ୍କ ସମେତ କେତେକ ସିପାହୀ ଓ ଗ୍ରାମରକ୍ଷୀ ମିଶି ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ସାହି ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ପହରା ଦେଉଥିବା ଦେଖାଯାଉଛି । ପୂର୍ବରୁ ଏନ୍ଏସି, ଏବଂ ବଣିକ ମହାସଂଘ ପକ୍ଷରୁ ମଧ୍ୟ ଡାକବାଜି ଯନ୍ତ୍ର ଯୋଗେ ରାତି ୮ଟା୩୦ମିନିଟ ସୁଦ୍ଧା ଦୋକାନ ବଜାର ବନ୍ଦ କରିବାକୁ ଜଣାଇ ଦିଆଯାଇଥିଲା ।ଫଳରେ ରାତିରେ ଚଳପ୍ରଚଳ ବନ୍ଦ ହେବା ସହ ସଂକ୍ରମଣ କମିବାର ସଂଭାବନା ସୃଷ୍ଟି ହୋଇଛି ।

ପ୍ରାଣୀ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ (ଓଡ଼ଗାଁ) – ପୃଥିବୀ ପୃଷ୍ଠା ରେ ଜିବଜଗତର ପ୍ରତ୍ୟେକ ପ୍ରାଣୀ ସୁରକ୍ଷିତ ଭାବେ ବଂଚି ରହିବାର ଅଧିକାର ରହିଛି । ଜୈବ୍ୟ ବିବନ୍ଧନ ଯୋଗୁଁ ତାହା ନିୟନ୍ତ୍ରିତ ହୋଇଥାଏ । ଖାଦ୍ୟ ଏବଂ ଖାଦକ ସନ୍ତୁଳନରେ ବାଧା ଉପୁଜିଲେ ସମସ୍ୟା ସୃଷ୍ଟିହୁଏ । ସମ୍ପ୍ରତିକ ସମୟରେ ପୃଥିବିରେ ଦେଖାଦେଉଥିବା ଅସନ୍ତୁଳିତ ପରିବେଶ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ଦୃତ ପରିବର୍ତନର ଆଭାସ ଦେଖାଦେଉଛିା । ତାହା ଆଜି ବିଶ୍ୱ ନେତୃତ୍ୱ ପାଇଁ ମୁଣ୍ଡବିନ୍ଧାର ପ୍ରମୁଖ କାରଣ ହୋଇଛି । ପରିବେଶକୁ ସନ୍ତୁଳିତ ରଖିବା ପାଇଁ ସମସ୍ତେ ବର୍ତମାନ ସମୟରେ ଆଗେଇ ଆସିବା ପାଇଁ ଆବଶ୍ୟକତା ରହିଛି ବୋଲି କୁରାଳ ଜଗୁନାରାୟଣ ପ୍ରାଥମିକ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମରେ ଗଛ ସାରଭାବେ ପରିଚିତ କଂଟିଲୋର ରବୀନ୍ଦ୍ର ପଟ୍ଟନାୟକ ଯୋଗଦେଇ ବୃକ୍ଷରୋପଣ, ପଶୁପକ୍ଷୀଙ୍କୁ ଜଳଦାନ କରି କିପରି ସେମାନଙ୍କର ସୁରକ୍ଷା କରିପାରିବା ଏନେଇ ବିଭିନ୍ନ ପରାମର୍ଶ ଦେଇଥିଲେ । ମନୁଷ୍ୟ ନିଜର ସ୍ୱାର୍ଥ ସାଧନ ପାଇଁ ଗଛକାଟିବା ଏବଂ ଜଳର ଅପବ୍ୟବହାର ରୋକିବା ସହିତ ନିଜର ପାରିପାର୍ଶିକ ସ୍ଥାନ ଗୁଡିକରେ ରହୁଥିବା ପଶୁପକ୍ଷୀଙ୍କର ଜୀବନ ବଂଚାଇବା ପାଇଁ ଉଦ୍ୟମ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏପରିକି ମାଟି ପାତ୍ରରେ ବଳକା ଖାଦ୍ୟ ଓ ପାଣିକୁ ଛାତଉପରେ ରଖିଲେ ତାହା ଯେ ଅନ୍ୟପ୍ରାଣୀମାନଙ୍କର ବଂଚିବାରେ ସହାୟକ ହୋଇପାରିବ । ଏଥି ସହିତ ଗଛରୁ ସମସ୍ତ ଫୁଲ ନତୋଳିବାକୁ ପରାମର୍ଶ ଦେଇଥିଲେ । ପ୍ରଜାପତି, ମହୁମାଛି ଆଦିଙ୍କର ଫୁଲ ହେଉଛି ଖାଦ୍ୟ । ଖାଦ୍ୟ, ବସ୍ତ୍ର, ବାସଗୃହ, ଔଷଧ, ଛାୟା, ଜାଳେଣୀ, ପାଣି, ପବନ, ମାଟି ଆଦିର ଆଧାର ହେଉଛି ବୃକ୍ଷ । ତେଣୁ ସମସ୍ତେ ଅନ୍ୟୁନ ଗୋଟିଏ ଲେଖାଏଁ ଗଛ ଲଗାଇ ଯତ୍ନ ନେବାକୁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ସଂକଳ୍ପ ନେଇଥିଲେ ।