ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ।

!!! ନବରଙ୍ଗପୁର ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ଏସ॰ଏନ॰ପଟ୍ଟନାୟକ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ନବରଙ୍ଗପୁର) – ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଅଶୋକ ମେହେଟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ବ୍ଲକ ସ୍ତରରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା। ବିଶେଷ କରି ନିର୍ମାଣଧୀନ ଥିବା ମିଶନ ଶକ୍ତି ଗୃହ ଅଙ୍ଗନବାଡ଼ି କେନ୍ଦ୍ର ଏନ॰ଆର॰ଏଚ॰ଏମ॰ଏସ  ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ସମ୍ପୃକ୍ତ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ। ଜିଲ୍ଲାର ନିର୍ମାଣଧୀନ ଥିବା ସମସ୍ତ ବିଦ୍ୟାଳୟ ରୂପାନ୍ତିକରଣ କାର୍ଯ୍ୟ ଆସନ୍ତା ସେପ୍ଟେମ୍ବର ପଚିଶ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ। ଚଳିତ ଖରିଫ ଚାଷ ନିମନ୍ତେ ଜିଲ୍ଲାର କୃଷକ ମାନଙ୍କ ନିର୍ଦ୍ଧାରିତ ସମୟ ମଧ୍ୟରେ ଅନଲାଇନ ପଞ୍ଜିକରଣ କରିବା ନିମନ୍ତେ ଏଥି ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଡଃ ମିଶ୍ର ନିର୍ଦ୍ଧେଶ ଦେଇଥିଲେ । ଏଥି ସହିତ ଜିଲ୍ଲାର କୃଷକ ମାନଙ୍କ ପାଇଁ ଆବଶ୍ୟକୀୟ ସାର ଯୋଗାଣ ସମ୍ପର୍କରେ ଆଲୋଚନା କରି ସଂପୃକ୍ତ ବିଭାଗୀୟ ଅଧିକାରୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ।

ଏହି ବୈଠକରେ ନୋଡାଲ ଅଧିକାରୀ, ପିଡି ଡିଆରଡିଏ , ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ, ଭାସ୍କର ରଇତ, ଉପ ଜିଲ୍ଲାପାଳ, ଅଗ୍ରୱାଲ ଅକ୍ଷୟ ସୁନିଲ, ସମନ୍ୱିତ ଆଦିବାସି ଉନ୍ନୟନ ପ୍ରକଳ୍ପ ପ୍ରଶାସକ, ଅଭୀମନ୍ୟୁ ମାଝୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଶିଶିର କୁମାର ପାଣି, ଜିଲ୍ଲା ଶ୍ରମ ଅଧିକାରୀ, ନରେନ୍ଦ୍ର କୁମାର ଗାଇପାଇ, ଉପ ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ, ଓଡ଼ିଆ ଗ୍ରାମୀଣ ଉନ୍ନତି ଓ ବିପଅଣ ସଂସ୍ଥା, ଉମା ମହେଶ, ଜିଲ୍ଲା ନିୟୋଜନ ଅଧିକାରୀ, ତତ୍ତ୍ୱମସି ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ, ସ୍ମୁତି ରଞ୍ଜନ ସାମନ୍ତରାୟ, ଅଧିକ୍ଷକ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ, ଅମରେନ୍ଦ୍ର ପାଢ଼ୀଙ୍କ ବ୍ୟତୀତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଚୌଧୁରୀ ଶୋଭାରାଣୀ ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ସ୍ବର୍ଣ୍ଣଲତା ବିଶ୍ୱାସ, ଜିଲ୍ଲା ଶିକ୍ଷା ଅଧିକାରୀ, ଚନ୍ଦ୍ରଶେଖର ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ, ଏସ. କେ. ପ୍ରଧାନ, ଜିଲ୍ଲା ଯୋଗାଣ ଅଧିକାରୀ, ସଂଜୀବ କୁମାର ସାହୁ, ନିର୍ବାହୀ ଯନ୍ତ୍ରୀ, ରାସ୍ତା ଓ ଗୃହ ନିର୍ମାଣ, ପ୍ରଫୁଲ୍ଲ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣ ବିଭାଗ,ସୁଦାମ ଚରଣ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ହଳଧର ନିହାଲ, ଜେନେରାଲ ମ୍ୟାନଜେର, ଜିଲ୍ଲା ଶିଳ୍ପ କେନ୍ଦ୍ର, ଏ ବାଣେଶ୍ୱର ରାଓ ସୁବୁଦ୍ଧି, ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, ସନ୍ତୋଷ କୁମାର ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁଧାଂଶୁ ପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଟଙ୍କଧର ସାହୁଙ୍କ ବ୍ୟତୀତ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

ଜିଲ୍ଲା ସ୍ତରୀୟ ୭୫ ତମ ସ୍ଵାଧୀନତା ଦିବସ ପାଳନ ….l

!!! ନବରଙ୍ଗପୁର ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ଏସ॰ଏନ॰ପଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ନବରଙ୍ଗପୁର)- ନବରଙ୍ଗପୁର ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ପାଳିତ ହୋଇଯାଇଛି ।  ଆଗରୁ ଏହି ଅବସରେ ନବରଂଗପୁରରେ ଉଚ୍ଛାହ ଅନ୍ୟ ଧରଣର ଥିଲା, ପ୍ରାୟ ପାଞ୍ଚ ହଜାର ରୁ ଅଧିକ ଲୋକଙ୍କ ସମାବେଶ ଦେଖିବାକୁ ମିଳୁଥିଲା । ଏହି ଅବଶରରେ ଓଡିଶା ସରକାର ଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି l କରୋନା କଟକଣା ନବରଙ୍ଗପୁର ଭାଧକ ସାଜି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କରୋନା କଟକଣା କାରଣ ରୁ ଚଳିତ ବର୍ଷ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ପ୍ୟାରେଡ କାର୍ଯ୍ୟକ୍ରମ ରୁ ବାଦ ଦିଆଯାଇଥିବା ବେଳେ ପୋଲିସ ବିଭାଗକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ନିଜ ଅଭିଭାଷଣ ରେ ମନ୍ତ୍ରୀ ସ୍ଵାଧୀନତା ସଂଗ୍ରାମରେ ନବରଙ୍ଗପୁର ଜିଲ୍ଲା ଭୂମିକା ବିଷୟରେ ସ୍ମୃତି ଚାରଣ କରିବା ସହିତ ନବରଂଗପୁର ପାଇଁ ସର୍ବଛ ବଳିଦାନ ଦେଇଥିବା ମହାପୁରୁଷ ଓ ସେମାନଙ୍କ ବଳିଦାନ କୁ ପ୍ରଶଂସା କରିଥିଲେ । ଏହାସହ ସାମାଜିକ କ୍ଷେତ୍ରରେ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ଙ୍କୁ ମନ୍ତ୍ରୀ ପୁରସ୍କୃତ କରିଥିଲେ । ଏହାସହ କରନା ଯୋଦ୍ଧା ଙ୍କୁ ମଧ୍ୟ ଉଲ୍ଲେଖନିୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା । କରନା କଟକଣା ପାଇଁ କାର୍ଯ୍ୟକ୍ରମ କୁ ସୀମିତ ରଖାଯାଇଥିଲା । ଏଥିରେ ଜିଲ୍ଲପାଳ ଓ ନବରଂଗପୁର ଆରୋଖୀ ଅଧିକାରୀ, ଡାବୁଗାଁ ବିଧାୟକ ଯୋଗଦେଇ ଆଜିର ସ୍ୱାଧୀନତା ଦିବସ ରେ ଯୋଗଦେଇଥିଲେ l

ଶ୍ରାବଣ ମାସରେ ଧାନ ତୋଳି କାଦୁଅ ରାସ୍ତାରେ ରୋହିଲେ ଧାନ ତୋଳି ଗ୍ରାମବାସୀଙ୍କ ବିରୋଧ ପଦର୍ଶନ,ବଡ଼କୁମୁଲି ପଞ୍ଚାଆୟତ ଗ୍ରାମବାସୀ ।

!!! ନବରଙ୍ଗପୁର ରୁ ଜିଲ୍ଲା ପ୍ରତିନିଧି ଏସ॰ଏନ॰ପଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନବରଙ୍ଗପୁର)- ଶ୍ରାବଣ ମାସରେ ଧାନ ତୋଳି କାଦୁଅ ରାସ୍ତାରେ ରୋହିଲେ ଧାନ ତୋଳି ଗ୍ରାମବାସୀଙ୍କ ବିରୋଧ ପଦର୍ଶନ, ଡ଼କୁମୁଲି ପଞ୍ଚାଆୟତ ଗ୍ରାମବାସୀ ।କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ର ରାସ୍ତା ପାଇଁ ଉନ୍ମୋୟନ ରାସ୍ତା ପାଇଁ ଟଙ୍କା ଖର୍ଚ୍ଚ କରି,ଗ୍ରାମାଞ୍ଚଳର ବିକାଶ ପାଇଁ ଖର୍ଚ୍ଚ କରୁଥିବା ବେଳେ ନବରଙ୍ଗପୁର ଜିଲା ସଦର କୁ ଲାଗି ରହିଥିବା ବଡ଼କୁମୁଲି ପଂଚାୟତରେ ସ୍କୁଲ ପିଲାଙ୍କ ଠାରୁ ସାଧାରଣ ଲୋକେ କାଦୁଅ ପଚ ପଚ ରାସ୍ତାରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଏସ ପି ଅଫିସ ଠାରୁ ଟେଲିଗୁଡା ରାସ୍ତାପ୍ରାୟ ଅଢେଇ କିଲୋମିଟର ।

କୁମୁଲି ପଂଚାୟତର, ଟେଲିଗୁଡା,କଦଳୀ ଜବା,ମଙ୍ଗଳାଗୁଡା, ଟେପ୍ରାଗୁଡା,ନୂଆଗୁଡା, ସାନ କୁମୂଲି,ଗୁମାଗୁଡା, ବାଘସିୟୁନି, ପରି ପଞ୍ଚାୟତର ୮ ଟି ଗ୍ରାମର ଲୋକେ ଯାତାୟତ କରନ୍ତି ।ବର୍ଷା ଦିନ ହେଲେ ଏହିସବୁ ଗ୍ରାମର ଛାତ୍ରଛାତ୍ରୀ ମାନେ ନବରଙ୍ଗପୁର କୁ ପାଠ ପଢିବା ପାଇଁ ସ୍କୁଲକୁ ଆସିଥାନ୍ତି । ବର୍ଷା ଦିନ ହେଲେ ଛାତ୍ରଛାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ଦେଖିବାକୁ ମିଲଚି । ବାରମ୍ବାର ପ୍ରଶାସନକୁ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କୌଣସି ଫଳପ୍ରଦ ନ ହେବା ଯୋଗୁ ପଞ୍ଚାୟତର ସମସ୍ତ ପୁରୁଷ ଓ ମହିଳା ମିଶି ସେହି ପଚ ପଚ କାଦୁଅ ରାସ୍ତାରେ ଧାନ ଗଛ ରୁଆ କରିଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ଯଦି ପ୍ରଶାସନ କୌଣସି ପଦକ୍ଷେପ ନ ନିଏ ତାହା ହେଲେ ପଂଚାୟତ ବାସୀ ରାଜରାସ୍ତାକୁ ଓଳାହିବେ ବୋଲି ଚେତାବନୀ ଦେଇଛନ୍ତି ।

ନବରଙ୍ଗପୁର ଚାଷୀ ୟୁରିଆ ସାର ପାଇଁ କରିଲେ ରାସ୍ତା ରୋକ; ଶତାଧିକ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ …!

!!! ନବରଙ୍ଗପୁର ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ଏସ॰ଏନ॰ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନବରଙ୍ଗପୁର)- ୟୁରିଆ ସାର ଅଭାବ ବିକ୍ରି ଓ କଳା-ବଜାରୀକୁ କୁ ନେଇ ରାସ୍ତା ଅବୋରାଧ । ଚାଷ କାମ ଜୋରଧାର ଚାଲୁ ଥିବା ସମୟରେ ନବରଙ୍ଗପୁର ବ୍ଲକର ଚାଷୀ କୁଳ ଉରିୟା ସାର ନପାଇ ଚାଷୀ ମାନେ ଆଜି ନବରଙ୍ଗପୁର ମୁଖ୍ୟ ରାସ୍ତାର ଗାନ୍ଧୀ ଛକ ଠାରେ ରାସ୍ତା ଅବରୋଧ କରିଥିଲେ ।ଗାନ୍ଧୀ ଛକ ଠାରେ ଶତାଧିକ ଚାଷୀ ସରକାରଙ୍କ ଚାଷ ପାଇଁ ଯୋଗାଇଦିଆଯିବା ସାର ଚାଷୀମାରଣ ନୀତିକୁ ବିରୋଧ କରି ଚାଷୀଙ୍କୁ ତୁରନ୍ତ ୟୁରିୟା ସାର ଯୋଗାଇ ଦେବା ଦାବିରେ ରାସ୍ତା ଅବରଧ କରିବା ଯୋଗୁ ଯାତାୟତ ରେ ବାଧା ସୃଷ୍ଟି ହୋଇଥିଲା ।

ଏହି ଅଵସରରେ ଘଟଣା ସ୍ତଲରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରାଇତ,ତହସିଲଦାର ରବୀନ୍ଦ୍ର ରାଉତ ପହଂଚି ଚାଷୀଙ୍କୁ ବୁଝାସୁଝା କରି । ଅଗଷ୍ଟ ୧୫ ତାରିଖରେ ପତ୍ୟକ ଚାଷଙ୍କୁ ୨ ପକେଟ ୟୁରିୟା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଚାଷୀମାନେ ରାସ୍ତାରୁ ହଟି ଥିଲେ ।ଯଦି ୧୫ ତାରିଖରେ ଚାଷୀଙ୍କୁ ୟୁରିୟା ନ ମିଳେ ତାହାହେଲେ ଚାଷୀ ମାନେ ରାଜ ରାସ୍ତାକୁ ଓଳାହିବେ ବୋଲି ଚେତାବନୀ ଦେଇଛନ୍ତି ।ମୋଦି ଜିଙ୍କ ସ୍ୱଚ୍ଛତା ମଧ୍ୟ୍ୟ ବିଜେପିର କିଛି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଦେଖିବାକୁ ମିଳିଥିଲା l

ଇନ୍ଦ୍ରାବତୀ ରୁ ଉଠିଯିବ ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀ ତଥା ବେସିନ ମ୍ୟାନେଜର କାର୍ଯ୍ୟାଳୟ ତେନ୍ତୁଳିଖୁଣ୍ଟି…!

ଏଥର ସମ୍ଭାଳ (ନବରଙ୍ଗପୁର)- ଅଶି ଦଶକ ରେ ଶାସକ ଙ୍କ ଏକ ନିଷ୍ପତି ନବରଙ୍ଗପୁର ଜିଲ୍ଲା ର ଇନ୍ଦ୍ରାବତୀ ନଦୀର ତଳ ମୁଣ୍ଡ ତେନ୍ତୁଳିଖୁଣ୍ଟି ବ୍ଲକ,ନନ୍ଦ।ହାଣ୍ଡି ଓ କୋଷ।ଗୁମୁଡ଼ା ବ୍ଲକ ଆଦି ଅଞ୍ଚଳରେ ଇନ୍ଦ୍ରାବତୀ ନଦୀ ପାଣିରୁ ବଂଚିତ କରିଥିଲେ ଓ ବିସ୍ଥାପିତ ମଧ୍ୟ କରିଥିଲେ ଡ୍ୟାମ ନିର୍ମାଣ ପାଇଁ । ଏବେ ସେହିଭଳି ଯନ୍ତ୍ରୀ କ୍ୟାଡର ର ପୁନରବିନ୍ୟସ ପାଇଁ 1980 ରେ ନିର୍ମିତ ହୋଇଥିବା ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟ କାର୍ଯ୍ୟାଳୟ ଘୁଂଚି ଯିବ କୋରାପୁଟ ଜିଲ୍ଲା ଜୟପୁର କୁ। ତଳ ମୁଣ୍ଡକୁ ଜଳସେଚନ ବ୍ୟବସ୍ଥା ପାଇଁ 2013 ମସିହାରେ ମୁଖ୍ୟମନ୍ତ୍ରୀ ଇନ୍ଦ୍ରାବତୀ ଠାରେ ଶୁଭ ଦେଇଥିଲେ । ତାହା ତ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନି। ଉକ୍ତ କେନାଲ ଵ୍ୟଵସ୍ଥା ପ୍ରକଳ୍ପ ର କାର୍ଯ୍ୟାଳୟ ନବରଙ୍ଗପୁର ଠାରେ ନିର୍ବାହୀଯନ୍ତ୍ରୀକାର୍ଯ୍ୟାଳୟ ନାମରେ ଖୋଲା ଗଲା। ତାହା ର ନିଜସ୍ୱ କୋଠା ସାତ ବର୍ଷ ପରେ ମଧ୍ୟ ନିର୍ମିତ ହୋଇନାହିଁ। ତାହାବି ଏକ ଷଡଯନ୍ତ୍ର ଥିଲା। ଆହୁରି ଏକ ଷଡଯନ୍ତ୍ର ଥିଲା ଇନ୍ଦ୍ରାବତୀ ରେ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ମୁଖ୍ୟ ଥିବା ମୁଖ୍ୟ ଯନ୍ତ୍ରୀ ଙ୍କ ଠାରୁ ୱାର୍କ କ୍ଷମତା କାଢି କେବଳ ପ୍ରଶାସନ କ୍ଷମତା ରେ ସୀମିତ ରଖି ଦିଆଗଲା। ମୁଖ୍ୟଯନ୍ତ୍ରୀ ପାହ୍ୟାରୁ କମ ପାହ୍ୟା ମୁଖୀଗୁଡା ର ଅଧିକ୍ଷଣ ଯନ୍ତ୍ରୀ ଙ୍କ ନାମକରଣ ପରିବର୍ତ୍ତନ କରି ମୁଖ୍ୟ ନିର୍ମାଣଯନ୍ତ୍ରୀ କରି ତାଙ୍କୁ ୱାର୍କ କ୍ଷମତା ପ୍ରଦାନ କରିଥିଲେ ଚାରିବର୍ଷ ତଳେ। ପରବର୍ତ୍ତୀ ସମୟରେ ମୁଖ୍ୟ ଯନ୍ତ୍ରୀ , ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ର ନାମ ପରିବର୍ତ୍ତନ କରି ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର ,ଇନ୍ଦ୍ରାବତୀ ଓ କୋଲାବ ବେସିନ କରି ଦିଆଗଲା।ବିନା ୱାର୍କ କ୍ଷମତାରେ ଏହି କାର୍ଯ୍ୟାଳୟ କୁ ପଙ୍ଗୁ କରିଦିଅଗଲା।କ୍ଷମତା ଶୂନ୍ୟ କରିବାପରେ କ୍ୟାଡର ପୁନର୍ବିନ୍ୟାସ ନାମରେ ଏବେ ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ ମୁଖ୍ୟ କାର୍ଯ୍ୟାଳୟ ସମ୍ପୁର୍ଣ୍ଣ ଇନ୍ଦ୍ରାବତୀ ରୁ ଉଠାଇ ନିଆଯାଉଛି। କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଡ୍ୟାମ ରକ୍ଷଣାବେକ୍ଷଣ ଦାୟିତ୍ୱ ଥିବା ମୁଖ୍ୟ ନିର୍ମାଣଯନ୍ତ୍ରୀ,ଖାତିଗୁଡା ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟାଳୟହିଁ ଇନ୍ଦ୍ରାବତୀ ରେ ରହିବ। ଯାହାକି ଏକ ପଙ୍ଗୁ କାର୍ଯ୍ୟାଳୟ। ଏହାର କ୍ଷମତକେନ୍ଦ୍ର ଓଡିଶା ଜଳବିଦ୍ୟୁତ ନିଗମ ଭୁବନେଶ୍ୱର ଓ ସାଧାରଣ ପରିଚାଳକ,ମୁଖୀଗୁଡା କଳାହାଣ୍ଡିରେ। ଡ୍ୟାମ ର ରକ୍ଷଣା ବେକ୍ଷଣ ଠିକ ରୂପେ ହେଉନି କି ଡ୍ୟାମ ର ଜଳଭଣ୍ଡାର ପୋତି ହୋଇଯିବାକୁ ବସିଲାଣି ତା ପ୍ରତିନିଘା ନାହିଁ। ଡ୍ୟାମ ରାସ୍ତା ପ୍ରତି ମଧ୍ୟ ନିଘା ନାହିଁ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କ। ଏଥିପାଇଁ ବିଗତ ବର୍ଷ ଜଳ ଭଣ୍ଡାର ର ଜଳପରିଚାଳନା ପାଇଁ ଥିବା ଗେଟ ଗୁଡିକର ମରାମତି ଦାୟିତ୍ୱ ଜଳ ବିଦ୍ୟୁତ ପ୍ରକଳ୍ପ ଠାରୁ ନେଇ ଓଡିଶା ନିର୍ମାଣ ନିଗମ କୁ ଦିଆଯାଇଥିଲା। ଏଭଳି ସ୍ଥିତି ରେ ଏଗାର ଶହ କ୍ୱାଟର ତଥା କଲୋନୀ ରାସ୍ତା ,ଜଳଯୋଗାଣ ବ୍ୟବସ୍ଥା ଭୁଶୁଡିଯିବ। ଏଠାରୁ ଜଳସେଚନବିଭାଗ ବିଭାଗର ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର କାର୍ଯ୍ୟାଳୟ ଉଠିଗଲେ କ୍ୱାଟର ଗୁଡିକର ସ୍ଥିତି କଣ ହେବ? ଏହି କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ବିସ୍ଥାପିତ ତଥା ଗରିବ ଶ୍ରେଣୀର ଚତୁର୍ଥ ଶ୍ରେଣୀ କର୍ମଚାରୀ ଜଗୁଆଳି ତଥା କଣ୍ଟିଜେଣ୍ଟ ଖଳାସୀ ଙ୍କ ପରିବାର ଜୟପୁର ରେ ଯାଇ କ୍ୱାଟର ପାଇ ସୀମିତ ଦରମାରେ ସହରରେ ଚାଲି ପାରିବେ ତ? ବୃହତ୍ତର ସ୍ୱାର୍ଥ ତଥା ଅବହେଳିତ ନବରଙ୍ଗପୁର ଜିଲ୍ଲାରୁ ଏହି କାର୍ଯ୍ୟାଳୟ ନ ଉଠାଇ ସରକାର ତାଙ୍କ ଇଂଜିନିୟରିଂ କ୍ୟାଡର ପୁନର୍ବିନ୍ୟାସ କରିବାକୁ ଦାବି ହେଉଛି। ସାରା ରାଜ୍ୟରେ ଅନ୍ୟ ଜଳ ବିଦ୍ୟୁତ ପ୍ରକଳ୍ପ ର ଡ୍ୟାମ ଓ ଜଳ ଭଣ୍ଡାର ଜଳ ପରି ଚାଳନା ଜଳ ସେଚନ ବିଭାଗ ଅଧିନ ରେ ରହିଛି। କେବଳ ଇନ୍ଦ୍ରାବତୀ ରେ ଏହାର ବ୍ୟତିକ୍ରମ ହୋଇଛି। ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଉକ୍ତ କାର୍ଯ୍ୟ ଠିକ ରୂପେ ନିର୍ବାହ କରୁନାହିଁ। ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ରେ ମଧ୍ୟ ବର୍ତ୍ତମାନ ବୈଷୟିକ ଅଧିକାରୀ ଓ କର୍ମଚାରୀ ସଙ୍କଟ ଜାରୀ ରହିଛି। ସମ୍ପୂର୍ଣ୍ଣ ଜଳବିଦ୍ୟୁତ ପ୍ରକଳ୍ପ ରେ ଚାରୋଟି ବନ୍ଧ ଓ ଜଳ ପରିଚାଳନା ପାଇଁ ମାତ୍ର ଜଣେ ନିର୍ବାହୀ ଯନ୍ତ୍ରୀ,ଛ ଅ ଜଣ ସହକାରୀ ଯନ୍ତ୍ରୀ ଓ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ମାତ୍ର ଜଣେ କନିଷ୍ଠ ଯନ୍ତ୍ରୀ ରହିଛନ୍ତି। ଚାରୋଟି ଡିଭିଜନ ରେ ଚାରିଜଣ ନିର୍ବାହୀ ଯନ୍ତ୍ରୀ ରହିବା କଥା ସେହି ଅନୁପାତରେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ରହିବା କଥା। ୨୦୦୯ରେ ଓଡିଶା ଜଳ ବିଦ୍ୟୁତ ନିଗମ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ର ସିଭିଲ ବିଭାଗ କୁ ଜଳ ସେଚନ ବିଭାଗ କୁ ହସ୍ତାନ୍ତର କରି କେବଳ ପାୱାର ଉତ୍ପାଦନ ବିଭାଗ ନିଜ ଅଧୀନରେ ରଖିବା ନିଷ୍ପତି ନେଇଥିଲା। ଏଠାକାର କିଛି କର୍ମଚାରୀ ତାକୁ କାର୍ଯ୍ୟ।ନ୍ଵୟନ କରାଇ ଦେଇ ନାହାଁନ୍ତି। ସେହି କତିପୟ କର୍ମଚାରୀ ଆସନ୍ତା ଗୋଟିଏ ବର୍ଷ ମଧ୍ୟରେ ଅବସର ନେଇଯିବେ। ସେମାନଙ୍କ ଅବସର ପରେ ଶକ୍ତି ବିଭାଗରୁ ସିଭିଲ ବିଙ୍ଗ ଜଳସେଚନ ବିଭାଗ କୁ ଆସିଲେ ଇନ୍ଦ୍ରାବତୀ ରେ ଜଳସେଚନ କାର୍ଯ୍ୟାଳୟ ରହିବ ତ? ଉକ୍ତ ସ୍ଥିତିରେ ଖାତିଗୁଡ଼ାରେ କାର୍ଯ୍ୟ।ଲୟ କାମ ଜୟପୁର ରୁ କାର୍ଯ୍ୟ କରିବ କିପରି? ଲେଡି ଗୁଡ଼ କହୁଣୀ କୁ ଯିବା ପୂର୍ବରୁ ଅବହେଳିତ ନବରଙ୍ଗପୁର କୁ ନ୍ୟାୟ ଦେବା ପାଇଁ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇନ୍ଦ୍ରାବତୀ ଓ କୋଲାବ ବେସିନ କାର୍ଯ୍ୟାଳୟ ନାମରେ ଜୟପୁର କୁ ନ ଉଠାଇବାକୁ ଇନ୍ଦ୍ରାବତୀ ସୁଖାଞ୍ଚଳ ସଂଘ,ବୁଡି ଅଂଚଳ ଗଣ ପରିଷଦ,ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପ ଦାବୀ କରିଛନ୍ତି।। ରାଜନୈତିକ ଦଳ କୋବିଡ଼ ସମୟରେ ଆନ୍ଦୋଳନ କରିବେନି ବୋଲି ରାତି ଅଧିଆ ଇନ୍ଦ୍ରାବତୀରୁ ଜୟପୁର ସ୍ଥାନାନ୍ତର ଅନ୍ୟାୟ। ଜଳ, ଜମି ଜୀବିକା ଛାଡ଼ିନେବା ପରେ କର୍ପୁର ଉଡିଯିବା ପରେ କପଡା ଖଣ୍ଡିକୁ ନେଇ ଯେଉଁ ଗର୍ଵଥିଲା ତାକୁ ନେଇ ଗଲେ ଚୁପ ବସିବେନି ଜନତା ଓ ନେତା।

ପାଇଖାନା ପାଇଁ ଦୁଇ ବିଡିଓ ନିଲମ୍ୱିତ …!

 ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପାଇଖାନା ଦୁର୍ନୀତି ଅଭିଯୋଗରେ ଦୁଇ ବିଡିଓ ଓ ଜଣେ ନିଲମ୍ୱିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ୩ ଅଧିକାରୀଙ୍କୁ ନିଲମ୍ୱିତ କରିଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଧରୁଆ ଓ ଯନ୍ତ୍ରୀ ସୁନୀଲ ସାମଲଙ୍କ ନାଁରେ ପାଇଖାନା ଦୁର୍ନୀତି ଅଭିଯୋଗ ହୋଇଥିଲା। ଶୌଚାଳୟ ନିର୍ମାଣରେ ଅନିୟମିତତା ନେଇ ବିଡିଓ ଦେବେନ୍ଦ୍ର ବାହାଦୂର ସିଂଙ୍କ ବିରୋଧରେ ଶତାଧିକ ହିତାଧୀକାରୀ ଥାନାରେ ଏତଲା ଦେଇଥିଲେ। ଝରିଗାଁ ବ୍ଲକ୍‌ରେ ୨୬ ହଜାର ୩୫୫ ଟି ଶୌଚାଳୟ ନିର୍ମାଣ ବାବଦକୁ କୋଟି କୋଟି ଟଙ୍କା ବାଟମାରଣା ହୋଇଥିବା ବେଳେ ପିସି ବାବଦକୁ ବିଡିଓ ୫ କୋଟିରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ନବରଙ୍ଗପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପିଡି-ଡିଆରଡିଏ ଗାଁକୁ ଯାଇ ତଦନ୍ତ କରିବା ପରେ ଉଭୟଙ୍କୁ ନିଲମ୍ବିତ କରାଯାଇଛି। ସେପଟେ ସମାନଭାବେ ପାଇଖାନା ଦୁର୍ନୀତି ଅଭିଯୋଗରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲ୍‌ ନିଲମ୍ବିତ ହୋଇଛନ୍ତି। ବ୍ଲକରେ ଶୌଚାଳୟ ନିର୍ମାଣରେ ଅନିୟମିତତା ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ତାଙ୍କୁ ନିଲମ୍ବିତ କରିଛି। ଏହାସହ ପିଡି-ଡିଆରଡିଏଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡି ନଯିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

ନବୀନଙ୍କ ଫୋକସରେ ଦକ୍ଷିଣ ଓଡ଼ିଶା ! କୋରାପୁଟ ଓ ନବରଙ୍ଗପୁର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ, ଦଳୀୟ ସମାବେଶରେ କେନ୍ଦ୍ର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ।

ଏଥର ସମ୍ଭାଳ ବ୍ୟୁରୋ (ନବରଙ୍ଗପୁର) – ନବରଙ୍ଗପୁର ଉମରକୋଟ ବିକାଶ ସମାବେଶରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଉପରେ ବର୍ଷିଛନ୍ତି । କହିଛନ୍ତି, ରାଜ୍ୟର ବିକାଶକୁ କେହି ରୋକିପାରିବେ ନାହିଁ । ନବରଙ୍ଗପୁରରେ ନବୀନ ୧୦୯୭ କୋଟି ଟଙ୍କା ବ୍ୟୟରେ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହ କୋରାପୁଟରେ ନବୀନ ସମାବେଶରେ ଯୋଗ ଦେଇ ୩ଟି ବୃହତର ସେତୁ ନିର୍ମାଣ ପାଇଁ ଘୋଷଣା କରିଛନ୍ତି । ଦୀର୍ଘଦିନର ତେଲେଙ୍ଗିର ପ୍ରକଳ୍ପ ଉଦଘାଟନ କରିଛନ୍ତି ନବୀନ । କୋରାପୁଟ ଯୁବ ସମାବେଶରେ ନୂଆ ଓଡିଶା ଗଢ଼ିବାକୁ ଯୁବପିଢ଼ିଙ୍କୁ ସଫଳତାର ୫ଟି ‘ନି’ ମନ୍ତ୍ର ଦେଇଛନ୍ତି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ।

ନବରଂଗପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୯୭ କୋଟି ଟଙ୍କା ବ୍ୟୟରେ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପ ସହ ୧୬ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିପରି ୧୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ଉମରକୋଟ ସମାବେଶରେ କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ । କହିଛନ୍ତି, ରାଜ୍ୟର ବିକାଶକୁ କେହି ରୋକିପାରିବେ ନାହିଁ । କେନ୍ଦ୍ରୀୟ ଅବହେଳାକୁ ମଧ୍ୟ ସମାଲୋଚନା କରିଛନ୍ତି । କେନ୍ଦ୍ର ସରକାର କେବିକେ ଅନୁଦାନ ବନ୍ଦ କରିଛନ୍ତି । ଆମେ ବିକାଶ ଅନୁଦାନ ବନ୍ଦ କରିବୁ ନାହିଁ । ବିଜୁ କେବିକେ ଯୋଜନା ଜାରି ରହିବ ବୋଲି କହିଛନ୍ତି ନବୀନ ।

ସେପଟେ ଆଜି କୋରାପୁଟ ଜୟପୁରରେ ବିଜେଡ଼ିର ଯୁବ ସମାବେଶରେ ନବୀନ ୩ଟି ବୃହତର ସେତୁର ନିର୍ମାଣ ପାଇଁ ଘୋଷଣା କରିଛନ୍ତି । ମୁରାନ ନଦୀରେ ଗିରିଲଗୁମା-ଦୁଆରସୁନି ରାସ୍ତା ଉପରେ, କୋଲାବ ଜଳଭଣ୍ଡାର ନିକଟରେ ନନ୍ଦପୁର-ଲମତାପସ୍ୱଙ୍କ-ବନମାଳୀପୁଟ ରାସ୍ତାରେ ଏବଂ କୋଲାବ ଜଳଭଣ୍ଡାରରେ କୋରାପୁଟ-ସୁକୁ ରାସ୍ତା ଉପରେ ଏହି ୩ଟି ବୃହତ ସେତୁ ନିର୍ମାଣ କରାଯିବ । ୧୧୩୬.୪୧କୋଟି ଟଙ୍କା ମୂଲ୍ୟରେ ୩୧ଟି ଜନହିତକାରୀ ପ୍ରକଳ୍ପ ଉଦଘାଟନ କରିଥିଲେ ନବୀନ ।

ଏହା ମଧ୍ୟରେ ରହିଛି ବହୁ ପ୍ରତିକ୍ଷିତ ୯୫୨କୋଟି ୮୫ ଲକ୍ଷର ତେଲେଙ୍ଗିରି ମଧ୍ୟମ ଜଳସେଚନ ପ୍ରକଳ୍ପ । ଏଥିସହ ନବୀନ ୭୪୯ କୋଟି ଟଙ୍କାର ୯୪ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ସମାବେଶରେ ଯୋଗଦେଇ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ସଫଳତାର ୫ଟି ସୁତ୍ର ଦେଇଛନ୍ତି ଜନତାଙ୍କୁ । ଏହି ୫ଟି ସୁତ୍ର ହେଉଛି ୫ଟି ନି ଅର୍ଥାତ ନିରୋଗ, ନିଡର, ନିରହଙ୍କାର, ନିସ୍ୱାର୍ଥପର ଏବଂ ନିଶାକୁ ନା । ଏହି ୫ଟି ସୁତ୍ରକୁ ମାନି ବିଜ୍ଞାନ ଓ କାରିଗରି କୌଶଳର ପ୍ରୟୋଗରେ ଅସମ୍ଭବକୁ ସମ୍ଭବ କରିହେବ ବୋଲି କହିଛନ୍ତି ସୌମ୍ୟରଂଜନ । ମୁଖ୍ୟମନ୍ତ୍ରୀଙ୍କ ସମାବେଶକୁ ଦୃଷ୍ଟିରେ ଏହି ମାଓ ଉପଦ୍ରୁତ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ସୁରକ୍ଷା ଦୃଷ୍ଟି କୋଣରୁ ୧୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ।