ପରଲୋକରେ ମଧୁସ୍ମିତା…!

ଏଥର ସମ୍ଭାଳ ବ୍ୟୁରୋ(ମାଲକାନଗିରି)- ଆଦର୍ଶ ଶିକ୍ଷୟିତ୍ରୀ, ଛାତ୍ର ବତ୍ସଳା ଜନନୀ, ସମାଜ ସେବୀ, ସୁଗୃହିଣୀ ବରିଷ୍ଠ କବି, କରୁଣାକର ମଲିକ ଙ୍କ ଧର୍ମପତ୍ନୀ ମଧୁସ୍ମିତା ମଲିକଙ୍କ ଗତ ୧୫ ତାରିଖରେ ଅକାଳ ବିୟୋଗରେ ସମଗ୍ର ଶିକ୍ଷକ ସମାଜରେ ଏକ ଶୋକରେଳ ଛାୟା ଖେଳିଯାଇଛି। ସୁଦୂର କେନ୍ଦ୍ରାପଡ଼ା ଜିଲ୍ଲାରୁ ସ୍ବାମୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଉପାନ୍ତ ମାଲକାନଗିରି ଜିଲ୍ଲାର ତାର୍ଲାକୋଟା ଭଳି ଆଦିବାସୀ ଗ୍ରାମରେ ରହି ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦୦୬ ମସିହାରୁ ପ୍ରଥମେ ଶିକ୍ଷାସହାୟିକା ଓ ପରବର୍ତ୍ତୀ ୨୦୧୭ ମସିହାରୁ ନିୟମିତ ସହକାରୀ ଶିକ୍ଷୟିତ୍ରୀ ଭାବେ ନିଷ୍ଠାପର ଭାବେ କାର୍ଯ୍ୟ କରିଆସୁଥିଲେ।ସେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ, ସୁଗୃହିଣୀ, ପତିବ୍ରତା ନାରୀ ଓ ଛାତ୍ର ବତ୍ସଳା ମାଆ ଥିଲେ। ଯାହାଙ୍କ ଉଦ୍ଦେଶ୍ୟରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ, ଖୋର୍ଦ୍ଧା, ଭୁବନେଶ୍ୱର, ବ୍ୟାସକବି ଫକୀରମୋହନ ସାହିତ୍ୟ ସଂସଦ, ବାଲେଶ୍ଵର,ତାର୍ଲାକୋଟା ପଞ୍ଚାୟତ ଶିକ୍ଷକ ସମୂହ ଶୋକସଭା ଆୟୋଜନ କରି ସାରିଛନ୍ତି।ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ତରଫରୁ ତାଙ୍କ ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି। ଯେଉଁ କାର୍ଯ୍ୟ କ୍ରମଗୁଡିକରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପ୍ରଫେସର ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ, ସ୍ତମ୍ଭକାର ରବି ଦାସ, ଚକ୍ରଧର ତ୍ରିପାଠୀ, ପଦ୍ମନାଭ ତ୍ରିପାଠୀ, ପ୍ରତିଷ୍ଠାତା ବଳରାମ ତରାଇ, ଡଃ ରଜନୀ ରଞ୍ଜନ ଦାଶ, ସମ୍ପାଦିକା ସରସ୍ବତୀ ନାୟକ ପ୍ରମୁଖ ଶତାଧିକ ଶୁଭାକାଙ୍କ୍ଷୀ ଯୋଗ ଦେଇ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ତାଙ୍କ ନିଜ ଗ୍ରାମ କେନ୍ଦ୍ରାପଡ଼ା ଜିଲ୍ଲାର ନରଣପୁର ରେ ଏକାଦଶ ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ତରଫରୁ ” ସ୍ମୃତିରେ ମଧୁସ୍ମିତା ” ନାମକ ଏକ ସ୍ମରଣିକା ଉନ୍ମୋଚନ ହୋଇଯାଇଛି। ଅନୁଷ୍ଠାନ ତରଫରୁ ଏକ ସ୍ମୃତି ସଭା ଆୟୋଜନ କରାଯାଇ ତାଙ୍କ ସ୍ମୃତି ଚାରଣ କରିବା ସହ ପରିବାର , ଜ୍ଞାତି କୁଟୁମ୍ବ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ସ୍ମୃତି ଚାରଣ ସଭାରେ ପ୍ରତିଷ୍ଠାନର ସଭାପତି ଚକ୍ରଧର ତ୍ରିପାଠୀ, ପଥପ୍ରଦର୍ଶକ ପଦ୍ମନାଭ ତ୍ରିପାଠୀ, ପ୍ରତିଷ୍ଠାତା ବଳରାମ ତରାଇ, ସମ୍ପାଦିକା ସରସ୍ବତୀ ନାୟକ, ଉପଦେଷ୍ଟା ନୀରୋଦ ଚନ୍ଦ୍ର ଜେନା, ପ୍ରମୋଦ କୁମାର ତ୍ରିପାଠୀ , ସନ୍ତୋଷ କୁମାର ବାରିକ ପ୍ରମୁଖ ଯୋଗ ଦେଇଥିଲେ।

ପୁଣି ଥରାଇବ ଶୀତ ; ଆଜିଠୁ ଖସିବ ପାରଦ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଆଜିଠୁ ପୁଣି ବଢ଼ିବ ଶୀତ । ବର୍ଷାର ପରିମାଣ କମିବା ସହ ଶୀତ ବଢ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ପାରଦ । କିଛି ସ୍ଥାନରେ ସ୍ୱାଭାବିକ ଏବଂ କିଛି ସ୍ଥାନରେ ସ୍ୱାଭାବିକଠାରୁ କମ୍ ରହିପାରେ ତାପମାତ୍ରା । ରାଜଧାନୀ ଭୁବନେଶ୍ୱରରେ ଆଜି ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀକୁ ଖସିପାରେ  । ସେହିପରି ବାକି ସହରରେ ମଧ୍ୟ ପାରଦ ଖସିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର ଏବଂ ଗଂଜାମ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି  । ବାକି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହୋଇପାରେ ବର୍ଷା । ଆସନ୍ତାକାଲିଠୁ ଶୁଖିଲା ପାଗ ଥିବା ବେଳେ କୁହୁଡ଼ି ବଢ଼ିବ । ଆସନ୍ତାକାଲି ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ରହିପାରେ  । ୧୮ ଏବଂ ୧୯ ତାରିଖରେ ସକାଳେ ଘନ କୁହୁଡ଼ି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

 

ମାଲକାନଗିରିରେ ବାତିଲ ହେଲା ୪୮ ଖଣିର ଟେଣ୍ଡର…!

!!! ଦକ୍ଷୀଣ ଓଡିଶା ବ୍ୟୁରୋ ହେଡ ହୃଷୀକେଶ ପାତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ମାଲକାନଗିରି)- ଲଘୁ ଖଣିଜ ଉତ୍ସ ନିଲାମ ପାଇଁ ଗତ ମାର୍ଚ୍ଚରେ ମାଲକାନଗିରି ଜିଲ୍ଲାରେ ୪୮ଟି ଖଣି ଲିଜ୍ ପାଇଁ ଟେଣ୍ଡର ଦିଆଯାଇଥିବା ବେଳେ ଏବେ ତାହାକୁ ବାତିଲ କରି ଦିଆଯାଇଛି। ଟେଣ୍ଡର ଅନିୟମିତତାରେ ପୂର୍ବତନ ଜିଲ୍ଲାପାଳଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିବା ବେଳେ ଏବେ  ସମସ୍ତ ୪୮ଟି ଲଘୁ ଖଣି ଲିଜ୍ ଟେଣ୍ଡର ବାତିଲ୍ କରି ଦିଆଯାଇଛି।   ଦକ୍ଷିଣାଞ୍ଚଳ ଆରଡିସିଙ୍କ ସୁପାରିସ୍ କ୍ରମେ ଜିଲ୍ଲାପାଳ ବିଶାଲ ସିଂ  ଏପରି ପଦକ୍ଷେପ ନେଇଛନ୍ତି । ଯାହାକି ଏବେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ,  ଟେଣ୍ଡର ଅନିୟମିତତାରେ ପୂର୍ବତନ  ଜିଲ୍ଲାପାଳ ଡ. ଓ୍ୱାଇ. ବିଜୟଙ୍କ ସମ୍ପୃକ୍ତି ଥିବା ନେଇ ସାଂଘାତିକ ଅଭିଯୋଗ ଆଣିଥିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ ।  ଟେଣ୍ଡର ତହସିଲରେ ହେବାର ନିୟମ ଥିଲେ ମଧ୍ୟ ଜିଲ୍ଲାପାଳ ନିଜେ ଟେଣ୍ଡର କାଗଜପତ୍ର ଘରକୁ ନେଇ ତାହାକୁ ବଦଳାଇଥିବା ଅଭିଯୋଗ ହୋଇଥିଲା।   ଏପରିକି କ୍ଷମତାର ଦୁରୁପଯୋଗ କରି ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଥିବା ସିଧାସଳଖ ଅଭିଯୋଗ ଆଣିଥିଲେ ପ୍ରଦୀପ ମାଝୀ। ଏହାପରେ ପୂର୍ବତନ ଜିଲ୍ଲାପାଳଙ୍କ ବଦଳି କରାଯିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଆରଡିସି । ପ୍ରାୟ ୬ ମାସ ପରେ ସମସ୍ତ ୪୮ ଖଣିର ଟେଣ୍ଡର ବାତିଲ କରାଯିବା ପରେ ଏହା ପଛରେ ଥିବା ସାଂଘାତିକ ଚଞ୍ଚକତା ପଦାରେ ପଡ଼ିଛି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୂର୍ବତନ ଜିଲ୍ଲାପାଳ ଡ. ଓ୍ୱାଇ. ବିଜୟଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା। ଖଣି ଟେଣ୍ଡର ଫିକ୍ସି ନେଇ ଗତ ମାର୍ଚ୍ଚରେ ମାଲକାନଗିରିରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ ମାଝି ବହୁ ସାଂଘାତିକ ତଥ୍ୟ ସାମନାକୁ ଆଣିଥିଲେ। ପ୍ରଦୀପଙ୍କ କହିବାନୁଯାୟୀ, ଜିଲ୍ଲାରେ ୭ଟି ଲଘୁ ଖଣିଜ ଉତ୍ସ ନିଲାମ ଲାଗି ଗତ ମାର୍ଚ୍ଚ ୨୦ ତାରିଖ ସନ୍ଧ୍ୟା ୫ଟାରେ ଟେଣ୍ଡର ସରିଥିଲା। ହେଲେ ଟେଣ୍ଡର ବକ୍ସ ଏହାର ଦୁଇ ଦିନ ପରେ ଅର୍ଥାତ ୨୩ ତାରିଖ ଦିନ ଗୋଟାଏ ୪୦ରେ ଟ୍ରେଜରୀ ଷ୍ଟ୍ରଙ୍ଗ ରୁମକୁ ଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠୁ ଟ୍ରେଜରି ଷ୍ଟ୍ରଙ୍ଗ୍ ରୁମ୍‌ ଦୂରତା ମାତ୍ର ଗୋଟିଏ କିଲୋମିଟର ହୋଇଥିବା ବେଳେ ଟେଣ୍ଡର ବକ୍ସ ପହଞ୍ଚିବାକୁ କଣ ପାଇଁ ୩ ଦିନ ଲାଗିଲା ବୋଲି ପ୍ରଦୀପ ପ୍ରଶ୍ନ କରିଥିଲେ। ପ୍ରଦୀପ ଆହୁରି କହିଥିଲେ, ନିଲାମ ପାଇଥିବା ସିଏଚ୍ ବେନୁଗୋପାଳ ଟେଣ୍ଡର ଆବେଦନ ପାଇଁ ଯେଉଁ ସଲଭେନ୍ସି ଦେଇଥିଲେ, ସେଥିରେ ଏପଟସେପଟ ହୋଇଛି। ସଲଭେନ୍ସିରେ ଦର୍ଶାଯାଇଥିବା ଘରର ମୂଲ୍ୟ ୪ କୋଟି ୯୮ ଲକ୍ଷ ଥିଲେ ମଧ୍ୟ ଏହାର ବାସ୍ତବ ମୂଲ୍ୟ ତା’ଠୁ ଯଥେଷ୍ଟ କମ୍। ସେହିଭଳି ଦୁଇଟି ଜମିର କିସମ ଅନୁସାରେ ଏହାର ମୂଲ୍ୟ ୧ ଲକ୍ଷ ୫୯ ହଜାର ଟଙ୍କା ହେଲା କିପରି ? ଏସବୁ ବାଦ ୭ଟି ପଥର ଖାଦାନର ମିନିମମ୍‌ ଗ୍ୟାରେଣ୍ଟି କ୍ୱାଣ୍ଟିଟି (MGQ) ୨ କୋଟି ୩୮ ଲକ୍ଷ ୯୩ ହଜାର ୨୦୦ ଟଙ୍କା ହୋଇଥିଲେ ବି ମାତ୍ର କୋଟିଏ ଟଙ୍କାର ସଲଭେନ୍ସି ସାର୍ଟିଫିକେଟରେ ଲିଜ୍ ମିଳିଲା କେମିତି? ଟେଣ୍ଡର ମିଳିବା ପରଦିନ ଅର୍ଥାତ ମାର୍ଚ୍ଚ ୩୧ରେ ପଞ୍ଜୀକରଣ ହୋଇଥିବା ଏକ ଦାମୀ ଗାଡ଼ି ଜିଲ୍ଲାପାଳ ବ୍ୟବହାର କରୁଛନ୍ତି। ସଂପୃକ୍ତ ଗାଡ଼ିଟି ଜଣେ ମହିଳାଙ୍କ ନାଁରେ କିଣାଯାଇଥିବାରୁ ଏହା ଜିଲ୍ଲାପାଳଙ୍କୁ ଟେଣ୍ଡର ପିକ୍ସିଂର ଭେଟି ବୋଲି ଅଭିଯୋଗ ଉଠାଇଥିଲେ ପ୍ରଦୀପ। ହେଲେ ପ୍ରଦୀପଙ୍କ ଅଭିଯୋଗ ଭିତ୍ତିହୀନ। ଟେଣ୍ଡର ପ୍ରକ୍ରିୟା ନିୟମ ଅନୁଯାୟୀ ହୋଇଥିବା କହିଥିଲେ ଜିଲ୍ଲାପାଳ ଡ. ଓ୍ୱାଇ. ବିଜୟ। ଏଥିସହ ଦାମୀ ଗାଡ଼ି ବ୍ୟବହାର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଜି ମୋ ଗାଡ଼ି ଖରାପ ହୋଇଯିବାରୁ ଭଡ଼ାରେ ଆଣି ଗାଡ଼ି ବ୍ୟବହାର କରିଥିଲି। କାର୍ଯ୍ୟାଳୟରେ ସିକ୍ୟୁରିଟି ପଏଣ୍ଟ ନଥିବାରୁ ଟେଣ୍ଡର ବକ୍ସ ବାସଭବନକୁ ନେଇଥିଲି। ଛୁଟିରେ ଯିବାର ଆବଶ୍ୟକତା ପଡ଼ିବାରୁ ଟେଣ୍ଡର ବକ୍ସ ଟ୍ରେଜେରୀରେ ରଖିଲି ବୋଲି ସେ କହିଥିଲେ। ଟେଣ୍ଡର ବାତିଲ ପରେ ଟେଣ୍ଡର ଫିକ୍ସିଂର ପର୍ଦ୍ଦାଫାସ ହୋଇଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝୀ ।  ଖଣି ଦୁର୍ନୀତିରେ ବହୁ ଉଚ୍ଚପଦସ୍ଥ ଅଫିସର ଓ ମାଫିଆ ସମ୍ପୃକ୍ତ ଥିବା ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି। ସତ୍ୟତା ପଦାକୁ ଆସିଛି  । ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ ।

ମାଲକାନଗିରି ଠାରେ ୭୦ତମ ଭାରତୀୟ ସଂବିଧାନ ଦିବସ ପାଳିତ..!

!!! ମାଲକାନଗିରି ରୁ ଜିଲ୍ଲା ପ୍ରତିନିଧି ଉମା ଶଙ୍କର ମହାରଣା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ମାଲକାନଗିରି) – ମାଲକାନନଗିରି ଜିଲ୍ଲା ପରିଷଦ ସଭାଗୃହ ଠାରେ ୭୦ତମ ଭାରତୀୟ ସଂବିଧାନ ଦିବସ ସକ୍ରୀୟ ନାଗରିକ ମଂଚ ଆନୁକୂଲ୍ଯରେ ପାଳିତ ହୋଇ ଯାଇଛି। ଏହି କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି,ମୁଖ୍ଯ ବକ୍ତା ଭାବେ ଉତ୍କଳ ସାହିତ୍ଯ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଦଶରଥ ପଡିଆମୀ,ସମାଜ ସେବୀ ଘେନୁ ମୁଦୁଲି,ଜାରା ଶବର ମାଢି,ସୋନୁ ଅନୁଗ ଯୋଗ ଦେଇଥିବା ବେଳେ ସମାଜ ସେବୀ ତଥା ଆବାହକ ବ୍ରଜ ମାଝୀ ସଭାପତିତ୍ବ କରିଥିଲେ। ନିମନ୍ତ୍ରିତ ଅତିଥିମାନେ ସର୍ବ ପ୍ରଥମେ ନୂତନ ବସ ଷ୍ଟାଣ୍ଡରେ ଥିବା ଡ.ବାବା ସାହେବ ଭୀମ ରାଓ ଆମ୍ବେଦକରଂକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଉପରେ ପୁଷ୍ପ ମାଲ୍ଯ ଅର୍ପଣ କରବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ପରେ ଜିଲ୍ଲାପରିଷଦ ସଭାଗୃହଠାରେ ସଂବିଧାନ ଉପରେ ଆଲୋପାତ କରାଯାଇଥିଲା। ମୁଖ୍ଯ ବକ୍ତାକେଶବ ଚନ୍ଦ୍ର ନାୟକ ବାବା ସାହେବ ଆମ୍ବେଦକରଂକ ସଂଘର୍ଷମୟ ଜୀବନୀ ତଥା ବାବାସାହେବଂକ ଅବଦାନ ପାଇଁ ଆଜି ଭାରତରେ ଶୂଦ୍ରମାନେ ସମସ୍ତ ପ୍ରକାର ମୌଳିକ ଅଧିକାର ,ସରକାରୀ ସୁବିଧା ସୁଯୋଗ ପାଇ ପାରୁଛନ୍ତିବୋଲି ମତ ବିନ୍ଯାସ କରିଥିଲେ। ଆଜି ଏସସି,ଏସଟି,ଓବିସି ବର୍ଗ ହେଉ କି ମହିଳା ସମାଜ ହେଉ ସଂରକ୍ଷଣ ଯୋଗୁଁ ଶିକ୍ଷା,ସରକାରୀ ଚାକିରୀ ଏବଂ ରାଜନୈତିକ କ୍ଷେତ୍ରରେ ସେମାନଂକ ଅଂଶିଦାରକୁପ୍ରାପ୍ତ ଉନ୍ନତିନପଥରେ ଅଗ୍ରଗତି ହୋଇ ପାରୁଛନ୍ତି। ଡ.ଆମ୍ବେଦକର ଥିଲେ ଭାରତୀୟ ସଂବିଧାନ ନିର୍ମାଣର ଅଧ୍ଯକ୍ଷ। ସେ ହିଁ ଭାରତୀୟ ସଂବିଧାନର ଜନକ। ଏଣେ ମେଧୁମେହ ରୋଗରେ ଆକ୍ରାନ୍ତ। ତେଣେ ସଂବିଧାନ ପ୍ରଣୟନ କରବାର ଗୁରୁ ଦାୟିତ୍ବ ବହନ କରି ,କଠୋର ପରିଶ୍ର ବଳରେ ବିଶ୍ବର ସର୍ବ ବ୍ରୁହତ୍ତ ସଂବିଧାନ ନିର୍ମାଣ କଲେ। ଏଥି ପାଇଁ ଲାଗି ୨ ବର୍ଷ ୧୧ମାସ ୧୮ ଦିନ ଲାଗିଥିଲା। ସେଥିରେ ୩୯୫ ଅନୁଛେଦ,୮ଟି ଅନୁସୂଚି ଏବଂ ୨୨ଟି ଭାଗରେ ବିଭକ୍ତ କରାଯାଇଥିଲା। ଏହି ସଂବିଧାନଂକୁ ୧୯୪୯ ମସିହା ନଭେମ୍ବର ୨୬ ତାରଖ ଦିନ ସଂବିଧାନ ସଭାର ଅଧ୍ଯକ୍ଷ ଡ ରାଜେନ୍ଦ୍ର ପ୍ରସାଦଂକୁ ଅର୍ପଣ କରାଯାଇ ଅଂଗୀକାର କାରାଯାଇଥିବା ବେଳେ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତରେ ଲାଗୁକରାଯାଇଥିଲା। ୨୦୧୫ ମସିହାରୁ ଭାରତ ବର୍ଷରେ ସରକାରୀ ଭାବେ ପାଳନ କରାଯାଉଅଛି। ମୁଖ୍ଯ ଅତିଥି ସୋଡି କହିଲେ ଯେ ସଂରକ୍ଷଣ ଯୋଗୁଁ ଆଦିବାସୀମାନେ ପାଠ ପଢି ପାରିଲେ,ଚାକିରି କରିପାରିଲେ ବା ନେତା ହୋଇ ପାରିଲେ। ବାବାସାହେବ ଯଦି ସଂବିଧାନ ଲେଖି ନଥାନ୍ତେ କେବେ ମଧ୍ଯ ଏସସି,ଏସଟିମାନଂକୁଏ ସବୁ ସୁବିଧା ମିଳି ନଥାନ୍ତା। ଏଣୁ ସଂବିଧାନ ସୁରକ୍ଷା କରିବା ଆମର ଗୁରୁଦାୟିତ୍ବ ବୋଲି ସେ କହିଥିଲେ। କେତେକ ଲୋକ ସଂବିଧାନକୁବଦଳାଇ ସଂରକ୍ଷଣ ବିରୋଧି ଅଭିଜାନ ଚଳାଇଛନ୍ତି,ଏଥି ପାଇଁ ସମସ୍ତଆଦିବାସୀ,ଦଳିତ,ପଛୁଆ ବର୍ଗ ଏକ ହେୀଇ ସଂଗ୍ରାମ କରିବାକୁ ଆହ୍ବାନ ଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ଯକ୍ଷ ଦଶରଥ ପଡିଆମୀକହିଲେ ଯେ ଆଜି ସଂବିଧାନ ବଳରେ ମାଲକାନଗିରି ଜିଲ୍ଲାର ସରପଞ୍ଚ ଠାରୁ ବିଧାୟକ ପର୍ଯ୍ଯନ୍ତ ସବୁ ଚେୟାର ପରସନ୍ ଆଦିବାସୀଲୋକେ ହୋଇ ପାରିଛନ୍ତି। ଆମ୍ବେଦକରଂକ ପାଇଁ ସେ ଜିଲ୍ଲାପରିଷଦ ସଭାପତି ହୋଇଥିବା ଗର୍ବରେ କରିଛନ୍ତି। ସଂବିଧାନ ସୁରକ୍ଷା ଆମରପ୍ରଥମ କର୍ତ୍ତବ୍ଯ ଏବଂ ଆମ ଲୋକମାନଂକୁ ସଚେତନ କରବାକୁ ଆହ୍ବାନ ଦେଇଥିଲେ। ଶେଷରେ ବ୍ରଜ ମାଝୀ ମଂଚ ପରିଚାଳନା କରିବା ସହ ଧନ୍ଯବାଦ ଅର୍ପଣ କରିଥିଲେ।

ମାଲକାନଗିରି ଠାରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! ମାଲକାନଗିରି ରୁ ଜିଲ୍ଲା ପ୍ରତିନିଧି ଉମା ଶଙ୍କର ମହାରଣା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ମାଲକାନଗିରି) – ମାଲକାନଗିରି ପୋଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ନୂତନ ମୋଟରଯାନ ଆଇନ କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଜନ ସାଧାରଣ ଙ୍କୁ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ନେଇ ସଚେତନତା କରାଯାଇଥିଲା। ଗାଡ଼ି ଚାଳକ ମାନେ ହେଲମେଟ ବ୍ୟବହାର କରିବା ଓ ସିଟ୍ ବେଲ୍ଟ ଲଗାଇବା ପାଇଁ ଅନୁରୋଧ କରାଯାଇଥିଲା। ଯେଉଁ ଚାଳକ ମାନେ ନିୟମ କୁ ମାନି ହେଲମେଟ ଓ ସିଟ୍ ବେଲ୍ଟ ବ୍ୟବହାର କରୁଥିଲେ ସେମାନ ଙ୍କୁ ମାଲକାନଗିରି ଏସଡିପିଓ ଓ ଆଇଆଇସି ଙ୍କ ପକ୍ଷରୁ ଧନ୍ୟବାଦ୍ ଜଣାଇବା ସହ ଚକଲେଟ୍ ଏବଂ ଗୋଲାପ ଫୁଲ ପ୍ରଦାନ କରାଯାଇଥିଲା।ହେଲମେଟ ବ୍ୟବହାର ନକରି ଗାଡ଼ି ଚଳାଉଥିବା ବ୍ୟକ୍ତି ଙ୍କୁ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମାଗଣାରେ ହେଲମେଟ ପ୍ରଦାନ କରାଯାଇଥିଲା। ଜନ ସାଧାରଣ ଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ଜିଲ୍ଲା ରେ କାର୍ଯ୍ୟରତ ସ୍ଵେଚ୍ଛାସେବୀ ସଂଗଠନ ଟିମ୍ ଉଇକେନ ର ସଦସ୍ୟ ଙ୍କ ସହଯୋଗ କୁ ସାଧରଣରେ ଭୂୟସୀ ପ୍ରଶଂସା କରଯାଇଅଛି।

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଠାରେ ମିନି ମାରାଥନ ଅୟୋଜିତ…!

!!! ମାଲକାନଗିରି ଜିଲ୍ଲା ରୁ ଉମାଶଙ୍କର ମହାରଣା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ମାଲକାନଗିରି) – ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ କୋରୁକୋଣ୍ଡା ବ୍ଲକର ମିଳିତ ଉଦ୍ୟମ ରେ ଏକ ମିନି ମାରାଥନ ଆୟୋଜିତ ହୋଇଯାଇଛି। ଏହି ମାରାଥନକୁ କୋରୁକୋଣ୍ଡା ବ୍ଲକର ବି.ଡ଼ି.ଓ ଶ୍ରୀ ଦାଶରଥି ସରାବୁ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡା. ଦେବାଶିଷ ନାୟକ ଉଦଘାଟନ କରିଥିଲେ । ସର୍ବସାଧାରଣଙ୍କୁ ସ୍ୱାସ୍ଥ୍ୟ , ପରିବେଶର ସଫେଇ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଗତ ସତର୍କତା ଅବଗତ କରାଇବା ଏହି ମାରାଥନ ର ଲକ୍ଷ୍ୟ ଥିଲା । ଏହା ଛଡ଼ା ଉଭୟ ପକ୍ଷରୁ ରାସ୍ତା ଘାଟ ସଫେଇ କାର୍ଯ୍ୟ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗଦାନ କରିଥିଲେ l

ବାଲି ସାଗର ଜଳାଶୟ ପୁନଃ ଉଦ୍ଧାର ନିମନ୍ତେ ଦାବୀ !

!!! ମାଲକାନଗିରି ରୁ ଜିଲ୍ଲା ପ୍ରତିନିଧି ଉମା ଶଙ୍କର ମହାରଣା ଙ୍କ ରିପୋର୍ଟ !!!

(ଏଥର ସମ୍ଭାଳ) – ମାଲକାନଗିରି ଅଞ୍ଚଳ ରେ ହେଉଥିବା ମନ୍ମୟୀ ପୂଜା ମୂର୍ତ୍ତି ଏବଂ ଏହାର ବର୍ଯ୍ୟ ବସ୍ତୁ ଗୁଡିକ ସ୍ଥାନୀୟ ବାଲି ସାଗର ଜଳାଶୟରେ ଭସାଇ ଦିଆ ଯାଉଥିବା ହେତୁ ଏହି ଜଳାଶୟ ଟି ଦିନକୁ ଦିନ ପ୍ରଦୁଷିତ ହେବାସହ ପୋତି ହେବାକୁ ଯାଉଛି । ଏହି ଜଳାଶୟ ଉପରେ ନିର୍ଭର କରୁଥିବା ପ୍ରାଣୀ ସମେତ ସ୍ଥାନୀୟ ଅଧିବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଜିଲ୍ଲାର କିଛି ସମାଜ ସେବୀ ଓ ସ୍ଥାନୀୟ ଲୋକେ ଏହାକୁ ସଫା କରି ପ୍ରଦୁଷିତ ମୁକ୍ତ କରିବା ପ୍ରଚେଷ୍ଟା କରୁଥିଲେବି ଏହା ପର୍ଯ୍ୟାପ୍ତ ନୁହଁ ।ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ପୁନଃ ଉଦ୍ଧାର ଓ ସଫେଇ ର ବ୍ୟବସ୍ଥା କରିବା ନିମନ୍ତେ ସାଧାରଣରେ ଦାବୀ ହେଉଛି ।

ଟିମ ଉଇକାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! ମାଲାକାନଗିରି ରୁ ଜିଲ୍ଲା ପ୍ରତିନିଧି ଉମା ଶଙ୍କର ମହାରଣା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ମାଲକାନଗିରି) ମାଲକାନଗିରି ଜିଲ୍ଲା ର ସେରପାଲୀ ବ୍ଲକ, କଦଳୀପତର ଏବଂ ଟାଙ୍ଗଣୀଟଙ୍ଗ ଗ୍ରାମରୁ କୁସଂସ୍କାର ସାମାଜିକ ଏବଂ ମାନସିକ ଚିନ୍ତା ଧାରାକୁ ବଦଳେଇବା ପାଇଁ ସମାଜସେଵୀ ଅନୁଷ୍ଠାନ ଟିମ “ଉଇକାନ” ର ସଦସ୍ୟ ମାନଙ୍କ ଦ୍ୱାରା ଏକ ସଭା ଆୟୋଜିତ ହୋଇଥିଲା l ସଦସ୍ୟ ମାନଙ୍କ ଦ୍ୱାରା ସମାଜରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସ ଜାରି ରହିଛି l ଏହି ଗ୍ରାମରେ ସଭା ଟିଏ ଆୟୋଜନ କରି ଅନ୍ଧବିଶ୍ୱାସ କୁ ଦୂର କରିବା, ଶିକ୍ଷାର ମହତ୍ୱ କୁ ବୁଝେଇ ପିଲାମାନଙ୍କୁ ଶିକ୍ଷିତ କରାଇବାକୁ ଉପଦେଶ ଦେଇଥିଲେ l ବାଲ୍ୟ ବିବାହ କୁ ବନ୍ଦ କରିବା, ଏବଂ ପୁଷ୍ଟିକର ଖାଦ୍ୟ ଖାଇ ନିଜକୁ ସ୍ୱାସ୍ଥ୍ୟ ରଖିବାକୁ ସଚେତନ କରାଇଛନ୍ତି l ନିଜ ମାନବିକତା ଏବଂ ଉଦାର ହୃଦୟର ପରିଚୟ ଦେବାକୁ ଯାଇ ସେମାନେ ଗରିବ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସଦସ୍ୟ ରାମକୃଷ୍ଣ ଭଞ୍ଜ, ସୁନୀଲ ସମନୀ, ସନ୍ତୋଷ ମିଶ୍ର, ସୁଜିତ ପାଣିଗ୍ରାହୀ, ଅମରେନ୍ଦ୍ର ଦାସ, ତନ୍ମୟ ସାମଲ, ଅମରେଶ କୁମାର ମହନ୍ତ ଏବଂ ମାନସ ସୁନା ଯୋଗ ଦେଇ ପରିଚାଳନା କରିଥିଲେ l

ଧର୍ମଗଡ଼ ଠାରେ କେରିୟର ଗାଇଡେନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ଇଂରାଜୀ ଭାଷାର ବୃଦ୍ଧି ଘଟିଲେ ଆଜିର ଯୁବ ପିଢ଼ି ସାମୁହିକ ବିକାଶରେ ନିଜକୁ ବସାମିଲ କରିବା ସହ ଅନ୍ତରାଷ୍ଟ୍ରୀୟ ଚାଲେଞ୍ଜ କୁ ଗ୍ରହଣ କରି ପାରିବେ ।ଏହି ପରିପେକ୍ଷୀରେ ଗ୍ରାମାଞ୍ଚଳ ମାନଙ୍କରେ ରହୁଥିବା ଯୁବପିଢ଼ି ମାନଙ୍କମଧ୍ୟରେ ଇଂରାଜୀ ଭାଷାର ଅଭିବୃଦ୍ଧି ପାଇଁ ଜୁନାଗଡ଼ ସହରରେ ପ୍ରଥମ ଥର ପାଇଁ ଏକ ମାଗଣା ଦୁଇ ଦିନିଆଁ ଇଂରାଜୀ ତାଲିମ ଶିବିର ସୋମବାର ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି ।ଇଂଲିଶ ସପୋର୍ଟ ର ପ୍ରତିଷ୍ଠାତା ଧୀମାନ ପଞ୍ଚାନନ ଦୁରିଆଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି। ଇଂରାଜୀ ଦକ୍ଷତା ବୃଦ୍ଧି କରିବା ସହିତ, ସ୍ପୋକେନ ଇଂଲିଶ, career guidance ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟବୋଲି ପଞ୍ଚାନନ ଦୁରିଆ କହିଛନ୍ତି ।ଏହି କାର୍ଯ୍ୟକ୍ରମରେ ସଭାପତି ରୂପେ ଶ୍ରୀ ଭକ୍ତ ଚରଣ ଭୋଇ ସମ୍ପାଦକରମାକାନ୍ତ ନାଏକ ମୁଖ୍ୟ ସଂଯୋଜକ ଶ୍ରୀ ପଦ୍ମମୁଖ ଚଲାନ ଉପସ୍ଥିତ ଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ପ୍ରତିଷ୍ଠାନ ର ଶିକ୍ଷକ ମୂର୍ତ୍ତି କୁମାର ମୁଖ୍ୟ ବକ୍ତା ଭାବରେ ଚକ୍ରଧର ପ୍ରଧାନ, ସମ୍ମାନିତ ଅତିଥି ଭାବରେ ସମୀର କୁମାର ସାହୁ, ସୁଶ୍ରୀ ୟସସ୍ବିନୀ ପଟ୍ଟନାୟକ, ଖଗପତି ନାଏକ, ଢଗ ନାଏକ, କମଳା କାନ୍ତ ବିହାରୀ ଯୋଗ ଦେଇ ଥିଲେ । ପଦ୍ମମୁଖ ଚଲାନ ସଭା ପରିଚାଳନା କରିଥିବା ବେଳେ ଟିକେଶ୍ୱର ନାଏକ କରିଥିଲେ ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା 8 ତାରିଖ ରେ ପ୍ରଥମ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଶେଷ ହେବ । ପର୍ଯ୍ୟାୟକ୍ରମେ ଏହି ଭଳି ତାଲିମ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଧର୍ମଗଡ ବ୍ଲକ ଇଂଲିଶ ସପୋର୍ଟ ସଂଯୋଜକ ଢଗ ନାଏକ କହିଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମରେ ପ୍ରାୟ 100 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଛନ୍ତି।