ଲକ୍ଷ୍ମୀପୁର ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ଦ୍ଵାରା ସ୍ଵସ୍ଥତା ହିଁ ସେବା ଅନୁଷ୍ଠିତ ହୋଇଯାଇଛି…!

!!! କୋରାପୁଟ ଜିଲ୍ଲାରୁ ଶ୍ୟାମଖିଲ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଲକ୍ଷ୍ମୀପୁର)- ଲକ୍ଷ୍ମୀପୁର ସଦର ମହକୁମା ଠାରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ଦ୍ଵାରା ସ୍ଵସ୍ଥତା ହିଁ ସେବା ଅଭିଯାନ ଅନୁଷ୍ଠିତ ହୋଇଯାଇଥିଲା। ଏଥିରେ ଲକ୍ଷ୍ମୀପୁର ଶାଖା ପରିଚାଳକ ଏମ୍. ବାସୁଦେବଙ୍କ ନେତୃତ୍ବରେ ଜିତେନ୍ଦ୍ର କୁମାର ପ୍ରଧାନ, ଲକ୍ଷ୍ମୀପୁର ବ୍ୟାଙ୍କ କର୍ମଚାରୀ ମିଲୋନ ଦାସ, ପ୍ରଭାକର ମହାନନ୍ଦିଆ, ମନୋଜ କୁମାର ବିଶ୍ଵାଳ ପ୍ରମୁଖ ଉପସ୍ଥିତ ନୂତନ ଭାବେ କାକିରିଗୁମ୍ମା ଠାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଖୋଲିବାକୁ ଥିବା ଶାଖା ପରିଚାଳକ ବିଶ୍ବରଂଜନ କାଏସ୍ତ ଯୋଗଦେଇ ବ୍ୟାଙ୍କ୍ ଚାରି ପାର୍ଶ, ନିକଟରେ ଥିବା ଓ.ଏମ୍.ସି , ମେଡ଼ିକାଲ ଓ ବଜାର ଭୁଲି ରାସ୍ତା ଘାଟ ସଫା କରି ସ୍ଵସ୍ଥତା ଅଭିଯାନ ଜରିଆରେ ଲକ୍ଷ୍ମୀପୁର ଓ କାକିରିଗୁମ୍ମା ବ୍ୟାଙ୍କ୍ ପରିଚାଳକ ଲୋକଙ୍କୁ ନିଜ ନିଜର ଘର ଚାରିପାଖ ସଫା ରଖିବା ସହ ଅନ୍ୟ ମାନଙ୍କୁ ସଫାସୁତୁରା ରଖିବା ପାଇଁ ସଚେତନତା କରାଇଥିଲେ। ବ୍ୟାଙ୍କ୍ ମ୍ୟାନେଜରଙ୍କ ଏଭଳି କାର୍ଯ୍ୟକ୍ରମ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଛନ୍ତି।

ବଦଳିଲା ସରକାର ହେଲେ ବଦଳି ପାରିନି ମାଝିପୁଟ ବିଦ୍ୟାଳୟ ର ଅବସ୍ଥା ; ବାରଣ୍ଡାରେ ଚାଲିଛି ପାଠପଢା…!

!!! କୋରାପୁଟ ଜିଲ୍ଲାରୁ ଶ୳୲ମଖିଲଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(କୋରାପୁଟ) – ଆଜିକୁ ୨୪ ବର୍ଷ ଧରି ଗୋଟିଏ ଦଳ ଶାସନ ରେ ହନ୍ତ ସନ୍ତ ହୋଇ ନିଜର ଜୀବନ୍ କାଟୁଥିଲେ ନିରୀହ ଲୋକେ ସେମାନଙ୍କୁ ମିଳୁଥିଲା ଖାଲି ମିଛ ପ୍ରତିଶୃତି ହେଲେ ୨୪ ବର୍ଷ ପରେ ବଦଳିଛି ରାଜ୍ୟ ର ପଟ୍ଟଚିତ୍ର ବଦଳିଛି ସରକାର ହେଲେ ଦୂର ହୋଇ ପାରିନାହିଁ ଲୋକଙ୍କ ଦୁଃଖ ଆଉ ସମସ୍ୟା। ସମସ୍ୟା ଘେରରେ ଭରି ହୋଇ ରହିଥିବା ଏଭଳି ଏକ ଗ୍ରାମ ହେଉଛି କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଗୁଣ୍ଟାପୁଟ ପଞ୍ଚାୟତର ମାଝିପୁଟ ଗ୍ରାମ । ମାଝିପୁଟ ଠାରେ ଥିବା ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ 1972 ମସିହାରେ ସ୍ଥାପିତ ହୋଇଥିଲା। ହେଲେ ଆଜିକୁ ୫୦ ବର୍ଷ ପରେ ମଧ୍ୟ ସୁଧୁରି ପାରିନି ସେହି ସ୍କୁଲ ର ମୌଳିକ ସମସ୍ୟା। ସ୍କୁଲ ରେ ନାହିଁ ଯଥେଷ୍ଟ ଶିକ୍ଷା ଗୃହ ଯାହା ଅଭାବରେ ପିଲାମାନେ ବାରଣ୍ଡାରେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉ ଥିବା ଦେଖିବାକୁ ମିଳିଛି। ଏହି ଘଟଣା ନେଇ ଅଭିଭାବକ ଏବଂ ଅଞ୍ଚଳ ବାସୀମାନେ ବିଦ୍ୟାଳୟରେ ଗଦାମ ଘର, ରୋଷେଇ ଘର, କ୍ଲାସ ରୁମ୍ ଗୁଡିକ୍ ର ମୂଳ ଆବଶ୍ୟକ ଥିବା ବେଳେ ଏଠି କିନ୍ତୁ ଏହାର୍ ଅଭାବ ନେଇ ଦୀର୍ଘ ଦିନ ଧରି ବ୍ଲକ, ଜିଲ୍ଲା ଓ ରାଜ୍ୟ ପ୍ରଶାସନଙ୍କୁ ବହୁବାର ଅନୁରୋଧ କରାଗଲେ ମଧ୍ୟ ଏହାର ସମାଧାନ ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି ।ଯଦ୍ୱାରା ପିଲାଙ୍କ ଶିକ୍ଷାର ଉନ୍ନତି ଦିଗରେ ଏହା ପ୍ରଭାବିତ ହେଉଅଛି । କେବେ ସରକାର ଏହି ସମସ୍ୟା ଦିଗରେ ଦୃଷ୍ଟି ଦେବେ ବୋଲି ସାଧାରଣରେ ପ୍ରଶ୍ନ ବାଚୀ ସ୍ରୁଷ୍ଟି ହୋଇଛି । ତେବେ ଦେଖିବାକୁ ବାକି ରହିଲା କେବେ ଛାତ୍ରଛାତ୍ରୀ ଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସ୍ଥାନୀୟ ପ୍ରଶାସନ ଓ ସରକାର ନୂଆ କ୍ଲାସ୍‌ରୁମ ସହ ବିଦ୍ୟାଳୟ ର ମୌଳିକ ସୁବିଧା ନିମନ୍ତେ ଗୁରୁତ୍ଵ ଦେଉଛନ୍ତି।

କୋରାପୁଟ ଜିଲ୍ଲା କୁ ବେହାଲ କରିଛି ବର୍ଷା

!!!କୋରାପୁଟ ଜିଲ୍ଲାରୁ ଶ୳୲ମଖିଲଙ୍କ ରିଫୋଟ !!!

ଏଥର ସମ୍ଭାଳ (କୋରାପୁଟ) – ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡା ପଞ୍ଚାୟତ ଅଡ଼ପୁର ଗ୍ରାମର ତିନି ଗୋଟି ଓ ମାଝୀଗୁଡା ଗ୍ରାମର ଗୋଟିଏ ଘୋର ଭୁଷୁଳି ପଡିଛି।ଲଗାଣ ବର୍ଷା ଯୋଗୁଁ ପାଣି କାନ୍ଥ ଉପରେ ପୋଡି କାନ୍ଥ ଭୁଶୁଡି ପଡିଯାଇଛି।ସ୍ଥାନୀୟ ସରପଞ୍ଚ ଓ ରାଜସ୍ୱ ନିରୀକ୍ଷକ ସେହି ଗ୍ରାମରେ ପହଞ୍ଚି ଗୋଟିଏ ପରିବାର ଲୋକଙ୍କୁ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ର ରସେଇ ଘରେ ରହିବା ବ୍ୟବସ୍ତା କରିଛନ୍ତି।ପ୍ରକୃତରେ କୋରାପୁଟ ଜିଲ୍ଲାରେ ଆଉ କିଛି ଦିନ ଧରି ବର୍ଷା ଲାଗି ରହିବ ତେବେ ଅନେକ ଘୋର ଭାଙ୍ଗିଯିବା ସମ୍ଭାବନା ରହିଛି।ଏତେ ମାତ୍ରାରେ ବର୍ଷା ହେଉଛି କି ଚାଷୀ ଚାଷ କାମ କରିବା ମଧ୍ୟ।ମୁସ୍କିଲ ହୋଇପଡିଛି।

“ଗାରିମା’ ଯୋଜନା ଅନ୍ତର୍ଗତ ପ୍ରମୁଖ ପରିମଳ କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ ଶିବିର ।

!!! ଜୟପୁର ରୁ ପ୍ରବୀର ପାତ୍ର ଙ୍କ ରିପୋର୍ଟ୍  !!!

ଏଥର ସମ୍ଭାଳ (ଜୟପୁର) – କୋରାପୁଟ ଜିଲ୍ଲା ଜୟପୁର ପୌରପାଳିକା ପକ୍ଷରୁ ଜୟପୁର ସ୍ଥିତ ସ୍ଥାନୀୟ ଟାଉନହଲ ଠାରେ ରାଜ୍ୟ ସରକାରଙ୍କ ‘ଗାରିମା’ ଯୋଜନା ଅନ୍ତର୍ଗତ ପ୍ରମୁଖ ପରିମଳ କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗତ କିଛି ଦିନ ତଳେ ଘଟି ଥିବା ବାଲେଶ୍ୱର ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା । ପୌର ନିର୍ବାହୀ ଅଧିକାରୀ ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହରାଞ୍ଚଳକୁ ସ୍ବଚ୍ଛ ରଖିବାରେ ସଫେଇ କର୍ମଚାରୀଙ୍କ ଭୂମିକା ଉପରେ ଗୁରୁତ୍ବାରୋପ କରିବା ସହ ‘ଗାରିମା’ ଯୋଜନା ମାଧ୍ୟମରେ ସଫେଇ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବାକୁ ଥିବା ବିଭିନ୍ନ ସୁବିଧା ଓ ସୁଯୋଗ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଯୋଗ ଦେଇ ସ୍ଵେଛା କର୍ମୀଙ୍କ ମନବଳକୁ ବଢ଼ାଇ ଥିଲେ । ଅନ୍ୟାନ୍ୟ ଅତିଥି ମଧ୍ୟରୁ ପୌର ଉପାଧ୍ୟକ୍ଷା ବି. ସୁନିତା ମଞ୍ଚାସିନ ଥିଲେ । ପୌରପାଳିକାର ଆର୍‌ଆଇ ଅଶ୍ବିନୀ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ପୌରପାଳିକା ପକ୍ଷରୁ ଚିହ୍ନଟ କରାଯାଇଥିବା ୮୦ ଜଣ ସଫେଇ କର୍ମଚାରୀଙ୍କୁ ପରିଚୟ ପତ୍ର ସହ ଉପଢ଼ୌକୋନ , ପ୍ରମାଣ ପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏଥିସହ ପୌରପାଳିକା ପକ୍ଷରୁ ଚିହ୍ନଟ ହୋଇଥିବା ୬ ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ୱାର୍ଡ କାଉନସିଲର ଏବଂ ପୌର କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ଇଭାଞ୍ଜଲିକାଲ୍ ଲୁଥରାନ୍ ଚର୍ଚ୍ଚରେ ଟ୍ରେନ ଦୁର୍ଘଟଣା ଗ୍ରସ୍ତଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ସହ ପ୍ରାର୍ଥନା ସଭାର ଆୟୋଜନ।

!!! ଜୟପୁର ରୁ ପ୍ରବୀର ପାତ୍ର ଙ୍କ ରିପୋର୍ଟ୍  !!!

ଏଥର ସମ୍ଭାଳ (ଜୟପୁର) – କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ସ୍ଥାନୀୟ ଐତିହ୍ୟ ଜୟପୁର ଇଭାଞ୍ଜଲିକାଲ୍ ଲୁଥରାନ୍ ଚର୍ଚ୍ଚରେ ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ଏବଂ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀମାନଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ଏବଂ ପ୍ରାର୍ଥନା ସଭା ପରେ ସମସ୍ତ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ମାନେ କ୍ୟାଣ୍ଡେଲ୍ ଜାଳି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ପ୍ରାର୍ଥନା ସଭାକୁ ଜୟପୁର ଲୁଥରାନ ମଣ୍ଡଳୀର ଡିନ୍ ରେଭ୍ ହିମାଂଶୁ ଚାନ୍ଦ୍ ପରିଚାଳନା କରିଥିବା ବେଳେ ରେଭ୍ ନିର୍ମଳା ଖୋସଲା ସହଯୋଗ କରିଥିଲେ। ଏହି ପ୍ରାର୍ଥନା ସଭାରେ ଜୟପୁର ମଣ୍ଡଳୀର ପଞ୍ଚାୟତ ସଭାପତି ସୁଧାଂଶୁ ସିତାରାମ, ଉପସଭାପତି ତଥା ୫ ନମ୍ବର ୱାର୍ଡର କାଉନସିଲର ପ୍ରଣବ କିଶୋର ନାୟକ,ମଳୟ ଛିଞ୍ଚାଣି, ବରିଷ୍ଠ ନାଗରିକ, ଯୁବକ ସଭାପତି ସିଦ୍ଧାର୍ଥ ନାୟକ,ମିଖାଏଲ୍ ଟାକ୍ରୀ ଶ୍ରୀମତୀ ଅନିତା ନାୟକ, ସଞ୍ଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।

ଜୟପୁର ଠାରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ।

!!! ଜୟପୁର ରୁ ପ୍ରବୀର ପାତ୍ର ଙ୍କ ରିପୋର୍ଟ୍  !!!

 ଏଥର ସମ୍ଭାଳ (ଜୟପୁର) – କୋରାପୁଟ ଜିଲ୍ଲା ଜୟପୁର ପୌରପାଳିକା ଏବଂ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ଼ ଙ୍କ ଦ୍ୱାରା ମିଳିତ ଆନୁକୂଲ୍ୟରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଜୟପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଜୟପୁର ସହର ସ୍ଥିତ ପଞ୍ଚାନନ ମନ୍ଦିର ନିକଟରେ କୋରାପୁଟ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ର ସଦସ୍ୟ ଓ ଜୟପୁର ପୌରପାଳିକା ର ସମସ୍ତ ଅଧିକାରୀ ଏବଂ ସ୍ୱଚ୍ଛ ସାଥି ମାନେ ଏକତ୍ରିତ ହୋଇ ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଥମେ ଶପଥ ପାଠ ଗ୍ରହଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପୌର ନିର୍ବାହୀ ଅଧିକାରୀ ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷ ଶ୍ରୀ ନରେନ୍ଦ୍ର କୁମାର ମହାନ୍ତି,ପୌର ଉପାଧ୍ୟାକ୍ଷା ବି ସୁନିତା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅରୁଣ ପାଢ଼ୀ,ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଅଧିକାରୀ ଶ୍ରୀ ଦିତେଶ ବିଶ୍ୱାଳ ଏବଂ ଜୟପୁର ପୌରପାକିକାର ସମସ୍ତ ୱାର୍ଡ କାଉନସିଲର ଏବଂ ସମସ୍ତ କର୍ମଚାରୀଙ୍କ ସମେତ ସମସ୍ତ ସ୍ୱଚ୍ଛ ସାଥି ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଅଧିକାରୀ ଶ୍ରୀ ଦିତେଶ ବିଶ୍ୱାଳ ଉପସ୍ଥିତ ଥିବା ସମସ୍ତ ଜୟପୁର ପୌରପାଳିକା ସଦସ୍ୟ ମାନଙ୍କୁ କହିଥିଲେ ଯେ ଭାରତର ଲୋକ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ମିଶନ୍ ଲାଇଫ୍ ୨୦୨୨ ରୁ ୨୦୨୭ ମଧ୍ୟରେ ପରିବେଶର ସୁରକ୍ଷା ତଥା ସଂରକ୍ଷଣ ପାଇଁ ବ୍ୟକ୍ତିଗତ ତଥା ସାମୂହିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତି କମରେ ଏକ ବିଲିୟନ ଭାରତୀୟ ଏବଂ ଅନ୍ୟ ବିଶ୍ୱର ନାଗରିକଙ୍କୁ ଏକତ୍ରିତ କରିବାର ଉଦ୍ଦେଶ୍ୟ ସହିତ ଡିଜାଇନ୍ କରାଯାଇଛି। ଭାରତ ବର୍ଷରେ ସମସ୍ତ ଗ୍ରାମ ଏବଂ ସହରାଞ୍ଚଳର ଅତି କମରେ ୮୦ ପ୍ରତିଶତ ଲୋକମାନଙ୍କୁ ୨୦୨୮ସୁଦ୍ଧା ପରିବେଶ ଅନୁକୂଳ ହେବାକୁ ଲକ୍ଷ୍ୟ ରଖିଛନ୍ତି, ଏହା ଭାରତ ଏବଂ ଜାତିସଙ୍ଘର ମିଳିତ ଭାବେ ବିଶ୍ୱର କଲ୍ୟାଣ ନିମନ୍ତେ ଡିଜାଇନ କରାଯାଇଛି । ପରିବେଶ ସୁରକ୍ଷା ହିଁ ଜୀବନ ରକ୍ଷା ଏହି ମନ୍ତ୍ର ମାଧ୍ୟମରେ ସାରା ଭାରତ ଏବଂ ବିଶ୍ୱବାସୀଙ୍କୁ ଆହ୍ୱାନ ଦିଆଯାଇଛି । ବିଶ୍ୱର କଲ୍ୟାଣ ର ଏକମାତ୍ର ଉପାୟ ହେଉଛି ପରିବେଶର ସୁରକ୍ଷା ଏବଂ ପ୍ରକୃତିର ରକ୍ଷା ଏହାକୁ ଆଧାର କରି ପ୍ରଧାନମନ୍ତ୍ରୀ ମୋଦି ଙ୍କ ଏହା ବିଶ୍ୱବାସୀଙ୍କୁ ଏକ ସଚେତନର ବାର୍ତ୍ତା ଯାହା ନିଜେ ନିୟୋଜିତ ହେବା ସହ ନିଜ ମିତ୍ର ଏବଂ ବନ୍ଧୁ ବର୍ଗଙ୍କୁ ସାମିଲ କରାଇ ବିଶ୍ୱ କଲ୍ୟାଣ ମିଶନ ଲାଇଫ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ସନ୍ଦେଶ । ଏହା ଆଧାରରେ ଆଜି ଜୟପୁର ପଞ୍ଚାନନ ମନ୍ଦିର ନିକଟରେ ଥିବା ଚିକିଟି ନାଳ ରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ଜୟପୁର ପୌର ନିର୍ବାହୀ ଅଧିକାରୀ , ଅନୁପ୍ରାଣିତ ହୋଇ ନିଜେ ପ୍ଲାଷ୍ଟିକ ବ୍ୟର୍ଯ୍ୟବସ୍ତୁ ନାଳରୁ ବାହାର କରିବା ସହ ଓ ଅନ୍ୟାନ୍ୟ ପୌର କର୍ମଚାରୀ ମାନେ ମଧ୍ୟ ନିୟୋଜିତ ହୋଇଥିଲେ ।

ଜୟପୁର ଠାରେ ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ।

!!! ଜୟପୁର ରୁ ପ୍ରବୀର ପାତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଜୟପୁର)- କୋରାପୁଟ ଜିଲ୍ଲା ଜୟପୁର ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଜି ୨୯୫୭ ମାମଲାର ଫୈସଲା କରାଯାଇଛି।ଆଜି କୋରାପୁଟ, କୋଟପାଡ଼, ବୋରିଗୁମ୍ମା, ଲକ୍ଷ୍ମୀପୁର, ଦଶମନ୍ତପୁର, ସେମିଲିଗୁଡା, ଲମତାପୁଟର ବିଭିନ୍ନ ଅଦାଲତରେ ପଡିରହିଥିବା ଭିନ୍ନ ଭିନ୍ନ ଜିଲ୍ଲାର ଅନ୍ୟାନ୍ୟ ବିଚାରାଳୟ ପରିସରରେ ୨୦୨୩ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ (ସାଲିସ୍ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇଥିଲା ଏଥିସହ ପ୍ରାକ୍ ମକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ବ୍ୟାଙ୍କ ଋଣ ବିବାଦ, ଶ୍ରମବାଦ, ପାରିବାରିକ ବିବାଦ ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇଥିଲା । ଜୟପୁରର ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଜିଲ୍ଲା ଦୌରାଜଜ୍ ଶ୍ରୀ ସତ୍ୟନାରାୟଣ ମିଶ୍ର, ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ଶ୍ରୀ ରାଜେଶ୍ ଏକ୍କା, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀ ଇ.ବିଶ୍ଳେଶ୍ବର ରାଓ, ପରିବାର ଅଦାଲତର ବିଚାରପତି ଡଃ ପବିତ୍ର ମୋହନ ସାମଲ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସ ଅଦାଲତ ଶ୍ରୀ ସି.ଏଚ୍. ବାସୁଦେବ ପାତ୍ର, ବରିଷ୍ଠ ଦେୱାନୀ ବିଚାରପତି, ସି.ଜେ.ଏମ୍. ଶ୍ରୀ ଦିଲ୍ଲୀପ କୁମାର ସାହୁ ରେଜିଷ୍ଟ୍ରାର ସିଭିଲକୋର୍ଟ ଶ୍ରୀ ବି.ପ୍ରସାଦ ଦେବତା, ଶ୍ରୀମତୀ ରେଖାରାଣୀ ପଣ୍ଡା, ବରିଷ୍ଠ ଦେୱନୀ ବିଚାରପତି ତଥା ସହାୟକ ଦୌରା ଜଜ୍ ଶ୍ରୀମତୀ ଅଞ୍ଜଳୀ ମାଛଖଣ୍ଡ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଚିବ ଶ୍ରୀ ସୁମନ ଜେନା ଏସ୍.ଡି.ଜେ.ଏମ୍. ଶ୍ରୀ ସଞ୍ଜୟ କୁମାର ବାରିକ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ, ଦଣ୍ଡାଧିକାରୀ କୁମାର ବେହେରା ଉପସ୍ଥିତ ରହି ମକଦ୍ଦମା ସମାଧାନ କରିଥିଲେ । ଏହା ବ୍ୟତୀତ ଜୟପୁର ଓକିଲ ସଂଘର ବରିଷ୍ଠ ଆଇନ ଜୀବୀ ଶ୍ରୀ ଶଶାନନ୍ଦ ମିଶ୍ର, ଶ୍ରୀ ପି.ଇଶ୍ବର ରାଓ, ଶ୍ରୀ ଆନନ୍ଦ ରଥ, ଶ୍ରୀ ସୁଧିର କୁମାର ପାଢୀ, ଶ୍ରୀ ଗୋପବନ୍ଧୁ ସାନ୍ତା, ଶ୍ରୀ ସୁନିଲ କୁମାର ମହାନ୍ତି, ଶ୍ରୀ ଜ୍ୟୋତିରଞ୍ଜନ ପୁଜାରୀ, ଶ୍ରୀ ଗିରିଧର ଖୋରା, ଏସ.ଏମ. ଦିନବନ୍ଧୁ ଶ୍ରୀ ନିର୍ଭିକ ସାମନ୍ତରାଏ, ପ୍ରମୁଖ ଉପସ୍ଥିତ ରହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ କେଶ ଗୁଡିକର ସମାଧାନ କରିବାରେ ସହଯୋଗ କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମୁଦାୟ ମୋଟ ୭୯ କ୍ରିମିନାଲ କମ୍ପାଉଣ୍ଡବେଲ୍ ମଧ୍ୟରୁ ୦୫ ଟି ଫେସଲା ହୋଇଥିଲା, ଏନ.ଆଇ.ଆ ୭୩ ଟି ମଧ୍ୟରୁ ୨୫ ଟି ଫେସଲା ହୋଇ ୧୦୪୬୮୪୮୩ ଟଙ୍କା ଧାର୍ଯ୍ୟ ହୋଇଥିଲା, ବ୍ୟାଙ୍କ ମାମଲା ୯୮ ଟି ମଧ୍ୟରୁ ୦୯ ଫେସଲା ହୋଇ ୬୬୨୭୫୯ ଟଙ୍କା ଧାର୍ଯ୍ୟ ହୋଇଥିଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୁରଣ ୧୮୪ ଟି ମଧ୍ୟରୁ ୨୩ ଟି ଫେସଲା ହୋଇ ୧୨୧୩୦୦୦୦ ଟଙ୍କା ଧାର୍ଯ୍ୟ ହୋଇଥିଲା, ଶ୍ରମବିବାଦ, ପାରିବାରିକ ବୈବାହିକ ମାମଲା ୧୯ ମଧ୍ୟରୁ ୧୩ ଟି ଫେସିଲା ହୋଇ ୧୫୩୪୦୦ ଟଙ୍କା ଧାର୍ଯ୍ୟ ହୋଇଥିଲା, ସେହିପରି ଅନ୍ୟାନ୍ୟ ସିଭିଲ୍ କେଶ୍ ୩୮ଟି ମଧ୍ୟରୁ୧୮ଟି ଫେସଲା କରାଯାଇ ୫୦୦୦୦୦ ଟଙ୍କା ଧାର୍ଯ୍ୟକରାଯାଇଥିଲା। ଗ୍ରାହକ ବିବାଦ ୧୦ ମଧ୍ୟରୁ ୦୧ ଫେସଲା କରାଯାଇଥିଲା, ଅନ୍ୟାନ୍ୟ କ୍ରିମିନାଲ ବିବାଦ ମଧ୍ୟରେ ୧୮୧ ମଧ୍ୟରୁ ୬୧ଟି ଫେସଲା କରାଯାଇଥିଲା । ସେହିପରି ଜିଲ୍ଲାର ବିଭିନ୍ନ ତହସିଲ ଓ ରାଜସ୍ବ ବିଭାଗ ଦ୍ବାରା ୨୬୪୧ ମାମଲା ମଧ୍ୟରୁ ୨୫୬୮ ଫୈସଲା କରାଯାଇ ୨୯୭୪୪୮ ଟଙ୍କା ଆଦାୟ ହୋଇଥିଲା, 1. ଏବଂ ପ୍ରାକ୍-ମକଦ୍ଦମା ସ୍ତରୀୟ (କଚେରୀ ଦାୟର ହୋଇନଥିବା) କେଶ୍ ମଧ୍ୟରେ ବ୍ୟାଙ୍କ ବିବାଦ ଓ ଅନ୍ୟ ମକଦ୍ଦମା ବିବାଦ ୧୭୭୫ ମାମଲା ମଧ୍ୟରୁ ୨୩୪ ଟି ସମାଧାନ କରାଯାଇ ୭୭୨୨୫୮୧ – ଟଙ୍କା ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି।

ବସଷ୍ଟାଣ୍ଡ କାର୍ଯ୍ୟ ତୁରନ୍ତ ସାରିବାକୁ ରାଜ୍ୟପାଳ ଉଦ୍ଧେଶ୍ୟରେ ଦାବିପତ୍ର…!

!!! ଜୟପୁର ରୁ ପ୍ରବୀର ପାତ୍ର ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ଜୟପୁର)- ଜୟପୁରରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଥିବା ଓଏସଆରଟି ବସଷ୍ଟାଣ୍ଡ ତୁରନ୍ତ ନିର୍ମାଣ ନେଇ ଆଜି କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଜୟପୁର ଜନ କଲ୍ୟାଣ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପତ୍ରରେ ଦର୍ଶାଯାଇଛି ଯେ, ଜୟପୁର ସହର ହେଉଛି ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାଣକେନ୍ଦ୍ର । ସେହିପରି ଏହି ସହରରେ ରହିଥିବା ବସଷ୍ଟାଣ୍ଡକୁ ମଧ୍ୟ ଓଡ଼ିଶା ସହ ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ର ବହୁ ଅଂଚଳ ବାସିନ୍ଦା ନିର୍ଭର କରନ୍ତି । ଏଠାରୁ ବିଭିନ୍ନ ରାଜ୍ୟର ରାଜଧାନୀ ବିଶେଷ କରି ରାୟପୁର, ହାଇଦ୍ରାବାଦ, ଭୁବନେଶ୍ୱର ସହ ବିଜୟୱାଡା, ବିଶାଖାପାଟଣା ଭଳି ସହରକୁ ଯାତ୍ରୀବାହି ବସ ଚଳାଚଳ କରେ । ପ୍ରତ୍ୟେହ ଶହ ଶହ ବସର ହଜାର ହଜାର ଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏଠାରେ ଏକ ବିଶ୍ୱସ୍ତରୀୟ ବସ ଟର୍ମିନାଲ ପ୍ରତିଷ୍ଠା ନିଷ୍ପତ୍ତି ନେଇଥିଲେ । ଏପରିକି ୧୨ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରି ରାଜ୍ୟ ପରିବହନ ନିଗମ ଅଧୀନରେ ରହିଥିବା ଜମି ମଧ୍ୟ ଯୋଗାଇ ଦେଇଥିଲେ । ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୩-୧୨-୨୦୧୬ ମସିହାରେ ଜୟପୁର ଆସି ଏହାର ଶୁଭ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟ ୭ ବର୍ଷ ବିତିଯାଇଥିଲେ ମଧ୍ୟ ଲୋକଙ୍କୁ ଏହି ବସଷ୍ଟାଣ୍ଡର ସୁବିଧା ମିଳୁ ନାହିଁ । ଫଳରେ ପ୍ରତିଦିନ ବସଯାତ୍ରୀ ମାନେ ନାନା ଦୁର୍ଦ୍ଦଶାର ସମ୍ମୁଖିନ ହୋଇଚାଲିଛନ୍ତି । ଯାହାକି ଭାରତ ଭଳି ଏକ ଜନମଙ୍ଗଳ ରାଷ୍ଟ୍ର ପାଇଁ ଶୋଭନୀୟ ନୁହେଁ । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ନିଜେ ଶୁଭ ଦେଇଥିବା ଏହି କାର୍ଯ୍ୟକୁ ବିଳମ୍ବ କରୁଥିବାରୁ ଏହା ମୁଖ୍ୟମନ୍ତ୍ରୀଙ୍କ ଆଦେଶ ପ୍ରତି ଅପମାନ, ତେଣୁ କାର୍ଯ୍ୟ ନିର୍ବାହୀ ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଦାବି କରିଛି ଆଜି ମଞ୍ଚ । ଏହି ପତ୍ର ପ୍ରଦାନ ବେଳେ ରାଜେନ୍ଦ୍ର କୁମାର ଗୌଡ଼, ବାଲା ରାୟ, ଚନ୍ଦ୍ରକାନ୍ତ ସୁତାର, ଟି ଗୌରି ଶଙ୍କର, ପ୍ରଦୀପ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସେମିଲିଗୁଡା ନୁଆଁ ହାଟପଦା ଠାରେ ବିଭିନ୍ନ ସଙ୍ଗଠନର ବୁଦ୍ଧିଜୀବୀ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ…!

!!! କୋରାପୁଟ ରୁ ପ୍ରବୀର୍ ପତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ସେମିଳିଗୁଡା)- ଆଜି କୋରାପୁଟ ଜିଲ୍ଲା ସେମିଲିଗୁଡା ନୁଆଁ ହାଟପଦା ଠାରେ ଭିବିନ୍ନ ସଙ୍ଗଠନର ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ବୈଠକ ହୋଇଥିଲା ଏହି ବୈଠକରେ କେମିତି ଆମର ଜଳ, ଜମି, ଓ ଜଙ୍ଗଲ ବଞ୍ଚି ରହିବ ଆମର କୋରାପୁଟିଆ ମୂଳନୀବାସୀ କେମିତି ନିଜର ହକ ଅଧିକାର ପାଇପାରିବେ ବୈଠକରେ ଆଲୋଚନା କରାଗଲା l ସୁନାବେଡ଼ା HAL ବିସ୍ଥାପିତର ଚୁଲାପାଡ଼ି ଗ୍ରାମର ଲୋକ କିଭଳି ନିଜ ହକର ବଳକା ଜମି ଚାଷ କରି ନିଜର ପରିବାର ଗୁଜୁରାଣ ମେଣ୍ଟାଈ ପାରିବେ ସେ ଉପରେ ଆଲୋଚନା କରିଥିଲେ ଏହି ବୈଠକରେ ବିଭିନ୍ନ ସଙ୍ଗଟନରୁ ବୁଦ୍ଧିଜୀବୀ ଆସିଥିବା ବେଳେ HAL ବିସ୍ଥାପିତ ସଭାପତି ତ୍ରିଲଚନ ମୁଦୁଲି, ମାଳିପର୍ବତ ସଭାପତି ବିଜୟ ଖିଲ, ସମାଜ ସେବୀ ଚୈତନ୍ୟ ନନ୍ଦିବାଲି, KJSS ସଭାପତି ଦାସୀ ନନ୍ଦିବାଲି, ସେମିଲିଗୁଡା ଡମ ସମାଜ ସଭାପତି ନିରଞ୍ଜନ ଖିଲ,କମୁଲୁ ପାଙ୍ଗି, ଗୋବର୍ଧନ ଖିଲ, ଅନେକ ସଂଘଠନର ବୁଦ୍ଧିଜୀବୀ ଜଗଦେଇଥିଲେ ।

ଜୟପୁର ଠାରେ ଭାରତ ଯୋଡ ଯାତ୍ରା।

!!! ଜୟପୁର ରୁ ପ୍ରବୀର କୁମାର ପାତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଜୟପୁର) – କୋରାପୁଟ ଜିଲ୍ଲା ଜୟପୁର ଠାରେ ଭାରତ ଯୋଡ ଯାତ୍ରା ଆରମ୍ଭ ହୋଇଥିଲା। ହଜାର ହଜାର ଲୋକ ଏହି ଭାରତ ଯୋଡ ପଦ ଯାତ୍ରାରେ ସାମିଲ ହୋଇଥିଲେ। କୋରାପୁଟିଆ ବଜା ସହିତ ଢେମସା ନାଚ ଏବଂ ଲୋକଙ୍କ ସମାଗମରେ ଦୁଲୁକିଲା ଜୟପୁର ସହର।ଯୁବକ, ଯୁବତୀଙ୍କ ଠାରୁ ନେଇ ବୃଦ୍ଧା ପର୍ଯ୍ୟନ୍ତ ଏହି ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଥିଲେ। ଜୟପୁର ବ୍ଲକ ଏବଂ ଜୟପୁର ପୈାର ଅଞ୍ଚଳରୁ ଶହ ଶହ ଲୋକ ଏହି ଭାରତ ଯୋଡ ଯାତ୍ରାରେ ଯୋଗ ଦେଇଥିଲେ। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ଏବଂ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜୟପୁର ଠାରେ ଭାରତ ଯୋଡ ଯାତ୍ରା ସଫଳ ମଣ୍ଡିତ ହୋଇଛି। ଏହି ଭାରତ ଯୋଡ ଯାତ୍ରାରେ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରଥମେ ନବରଙ୍ଗପୁର, ଏବଂ ବୋରିଗୁମ୍ମା ଠାରେ ଭାରତ ଯୋଡ ଯାତ୍ରାରେ ସାମିଲ ହୋଇ ଜୟପୁର ଠାରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ସାଂସଦ ସପ୍ତଗିରି ଉଲାକା, କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମୀନାକ୍ଷୀ ବାହିନୀପତି, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଜୟପୁର ପୈାର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପସ୍ଥିତ ରହିଥିଲେ। ଏହି ପଦଯାତ୍ରା ଜୟପୁର କାଳିଆ ପେଟ୍ରୋଲ ପମ୍ପ ନିକଟରୁ ବିଶାଳ ପଦଯାତ୍ରାରେ ବାହାରି ଜୟପୁର ମୂଖ୍ୟ ସହର ଦେଇ ରାଜ ନଗର ଠାରେ ପହଞ୍ଚିଥିଲା। ରାଜ୍ୟରେ ୨୨ ଶହ କି.ମି ପର୍ଯ୍ୟନ୍ତ ଭାରତ ଯୋଡ ପଦ ଯାତ୍ରା କରିବା ନେଇ ପିସିସି ସଭାପତି ବାହାରିଥିବା କହିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା କହିଥିଲେ। ଭାରତରେ ବିଜେପି ସରକାର ସାମ୍ପ୍ରଦାୟିକ ହିଂସା, ଦରଦାମ ବୃଦ୍ଧି, ଚାଷୀଙ୍କୁ ଅଣଦେଖା, ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଚାକିରି ନ ଦେବା ଦେଶକୁ ହରିଲୁଟ କରି ଶାସନ କରୁଥିବା ଭାରତ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠାଇ ରାହୁଲ ଗାନ୍ଧୀ କନ୍ୟାକୁମାରୀ ଠାରୁ ନେଇ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ ଯାତ୍ରାରେ ୩୫୭୦ କିମି ପଦଯାତ୍ରା କରିଆସୁଛନ୍ତି ବୋଲି ପିସିସି ସଭାପତି ତାଙ୍କ ଭାଷଣରେ କହିଥିଲେ। ଏବଂ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ବର୍ଷୀୟ ଥିଲେ। ଯଦି ରାଜ୍ୟରେ କଂଗ୍ରେସ ଦଳ ସରକାର କରିଲେ ୨୦୦ ୟୂନିଟ୍ ବିଜୁଳି ମାଗଣା ଦିଆଯିବ ବୋଲି ତାଙ୍କ ଭାଷଣରେ କହିଥିଲେ। ଏବଂ ଯେଉଁ ଭଳି ଭାବରେ ଲୋକଙ୍କ ସମାଗମ ଏବଂ ଭାରତ ଯୋଡ ଯାତ୍ରାର ଆୟୋଜନ କରାଯାଇଥିଲା ସେଥିପାଇଁ ପିସିସି ସଭାପତି ଜୟପୁର ବିଧାୟକ, କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ଏବଂ ଚେୟାରମେନ, କାଉନସିଲର ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ରାଜ୍ୟ ସରକାର ଯେଉଁ ଭଳି ଭାବେ ଦୁର୍ନୀତି, ଭ୍ରଷ୍ଟାଚାର,ଗରିବ ଲୋକଙ୍କ ପାଇଁ ଦିନକୁଦିନ କରି ଚାଲିଛି ତାହାକୁ ବର୍ଦ୍ଧାସ୍ କରାଯିବ ନାହିଁ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି। ଯେତେ ଦିନ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲା ଶିକ୍ଷିତ ଯୁବକ, ଯୁବତୀ ମାନଙ୍କୁ ଚାକିରି ଖଣ୍ଡେ ରାଜ୍ୟ ସରକାର ଦେବେ ନାହିଁ , ଏଥିପାଇଁ ବିଧାନ ସଭାରେ ମୋର ଲଢେଇ ଜାରି ରହିବ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ତାଙ୍କ ଭାଷଣରେ କହିଛନ୍ତି। ଆଜିର ଏହି ଜୟପୁର ପଦଯାତ୍ରା ସାରି ଜୟପୁର ଠାରେ ପିସିସି ସଭାପତିଙ୍କ ରାତ୍ରୀଯାପନ କରିବା ନେଇ ସୂଚନା ଦେଇଛି ଜିଲ୍ଲା କଂଗ୍ରେସ କମିଟି।