ସହାୟତା ଯୋଗାଇଦେବା ଆଶା ରେ ତିନି ଅନାଥ ଶିଶୁ ; ସାହାଯ୍ୟର ହାତ ବଢାଇବାକୁ ଅନୁରୋଧ ।

!!!  କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବୀନ୍ଦ୍ର ଖମଣିଆଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ଯୋଡ଼ା)- ପାଞ୍ଚ ବର୍ଷ ହେଲା ମା ଚାଲି ଯାଇଥିଲେ ।ଏବେ ବାପା ମଧ୍ୟ ଏ ଦୁଇ ଝିଅ ଓ କୁନି ପୁଅ ଟିକୁ ସବୁଦିନ ପାଇଁ ଛାଡ଼ି ଚାଲିଗଲା ଆରପରିକୁ ! କୋହ ଭରା ଆଖି ଚାହିଁ ରହିଛି କିଛି ସହାୟତାର ଆଶାନେଇ ଝାଟିମାଟି କୁଡ଼ିଆ ଘରେ । ଯେତେ ଖବର ପ୍ରସାରଣ ହେଲା ପରେବି ସରକାରୀ ଘର ଖଣ୍ଡିଏ ମିଳି ପାରିଲା ନାହିଁ ଏହି ଅସହାୟ ପରିବାରକୁ । ଭଗବାନ ଭରସା ରେ ରହି ଆସୁଥିଲେ ତିନି ଛୁଆ ଓ ତାଙ୍କ ବାପା ! ହେଲେ ବର୍ତ୍ତମାନ ବେସାହାରା ତିନି ଭାଇ ଭଉଣୀ ତାଙ୍କ ବାପା ଙ୍କ ସୁଦ୍ଧକ୍ରିୟା କର୍ମ କେମିତି କରିବେ ତାଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ! ଏହି ଛାତିଥରା ପରିସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ର ଦବୁନା ସ୍ଥିତ ସ୍ବର୍ଗତ କାର୍ତ୍ତିକା ସେଠୀ ଙ୍କ ପରିବାର ଠାରେ । ହୃଦୟ ବାନ ସମାଜସେବୀ ଏମାନଙ୍କ ପାଇଁ କିଛି ସ୍ବଇଛାରେ ପାରୁପର୍ଯ୍ୟନ୍ତ ସାହାଯ୍ୟ କଲେ ତାଙ୍କ ବାପା ଙ୍କ ସୁଦ୍ଧକ୍ରିୟା କର୍ମ କରି ପାରନ୍ତେ ବୋଲି ଅନାଥ ଶିଶୁ ହାତ ପତେଇ ବସିଛନ୍ତି ! ଜିଲ୍ଲା ପ୍ରଶାସନ ଏ ତିନି ଭାଇ ଭଉଣୀ ଙ୍କୁ ଥଇଥାନ କରିବା ପାଇଁ ଶିଘ୍ର ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବୀ ହେଉଛି ।

ହାଣ୍ଡଭଙ୍ଗା ଗ୍ରାମବାସୀ ଙ୍କ ତରଫରୁ ନିଯୁକ୍ତି ଓ ପାରିପାର୍ଶ୍ବିକ ବିକାଶ ନିମନ୍ତେ ଦାବି ପତ୍ର ପ୍ରଦାନ କରିଛନ୍ତି ସିଲିଯୋଡା ଦେବବ୍ରତ ବେହେରା ଖଣି କମ୍ପାନୀ ଙ୍କୁ !

!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବୀନ୍ଦ୍ର ଖମଣିଆଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କେନ୍ଦୁଝର)- ସଂପ୍ରତି କରୋନା ମହାମାରୀ କାଳରେ ଏଠାକାର ସ୍ଥାନୀୟ ଅଞ୍ଚଳର ଅଧିବାସୀ ନୂତନ ଖଣି ସରକାର ଙ୍କ ଠାରୁ ଅନୁମତି ପାଇଥିବା ଖଣି ମାଲିକ ବର୍ତ୍ତମାନ ସୁଦ୍ଧା ଆଗ୍ରହ ଦେଖାଇ ନାହାନ୍ତି ଆଞ୍ଚଳିକ ବିକାଶ ପାଇଁ ! ପ୍ରକାଶ ଥାଉକି ପୂର୍ବରୁ ଉକ୍ତ ଆଇରନ ଓ ମାଙ୍ଗାନିଜ ଖଣି ରେ କାର୍ଯ୍ୟ କରି ଆସୁଥିବା ମାଙ୍ଗିଲାଲ ରୁଙ୍ଗଟା ଙ୍କ ବଦାନ୍ୟତା ସର୍ବ ଆଦୃତ ଅଟେ ! ଏବଂ ତାଙ୍କରି କାର୍ଯ୍ୟ କାଳରେ ଏଠାକାର ସ୍ଥାନୀୟ ଜନସାଧାରଣଙ୍କର କର୍ମ ନିଯୁକ୍ତି ତଥା ପାରିପାର୍ଶ୍ବିକ ବିକାଶ ଦିଗରେ ବିଶେଷ ପ୍ରାଥମିକତା ଦେଇଥିଲେ ! ଯାହା ବର୍ତ୍ତମାନ ସରକାର ଙ୍କ ଅନୁମୋଦିତ ଦେବବ୍ରତ ବେହେରା ଖଣି ଠାରୁ ଆବଶ୍ୟକ କର୍ମ ନିଯୁକ୍ତି ତଥା ପାରିପାର୍ଶ୍ବିକ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟ ଏଠାକାର ସ୍ଥାନୀୟ ଅଧିବାସୀ ଆଶା କରୁଛନ୍ତି ! ଏହି ପରିପ୍ରେକ୍ଷୀରେ ଉକ୍ତ ଖଣି କର୍ତ୍ତୃପକ୍ଷ ଙ୍କ ସହିତ ସୌଜନ୍ୟତା ମୂଳକ ସାକ୍ଷାତ ହୋଇ ସମସ୍ତ ବିଷୟ ରେ ଆଲୋଚନା ହୋଇ ସାରିଛି ! ଏବଂ ସେମାନେ ଆଶା କରୁଛନ୍ତି ଆଗାମୀ ଦିନରେ ଉକ୍ତ ଖଣି ମାଲିକ ଏଠାକାର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରାଥମିକତା ଦେବେ ବୋଲି ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି ! କିନ୍ତୁ ଖଣି କର୍ତ୍ତୃପକ୍ଷ ସ୍ଥାନୀୟ ଅବସ୍ଥା କୁ ଅଣଦେଖା କରି ସ୍ଥାନୀୟ ପ୍ରଭାବଶାଳୀ ନେତାଙ୍କୁ ପରିବହନ କାର୍ଯ୍ୟ ଟେକି ଦେଇଥିବାରୁ ତାଙ୍କର ଉଦ୍ଦେଶ୍ୟ ପ୍ରତି ଆଶଙ୍କା ମଧ୍ୟ ବ୍ୟକ୍ତ କରାଉଛି ! ତେଣୁ ଏଥିପ୍ରତି ଖଣି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଏଠାକାର ଖଣି କ୍ଷତିଗ୍ରସ୍ତ ଏବଂ ପ୍ରଭାବିତ ଜନ ସାଧାରଣ ଙ୍କ ଉନ୍ନତି ହୋଇ ପାରନ୍ତା ବୋଲି ଜନ ସାଧାରଣ ରେ ଦାବି ହେଉଛି !

ତରଭୁଜ ଚାଷୀଙ୍କୁ କନ୍ଦେଇଲା ଲକଡାଉନ୍‌…!

!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବୀନ୍ଦ୍ର ଖମଣିଆଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(କେନ୍ଦୁଝର)- ଗତ ବର୍ଷ ପରିବା ଚାଷ ଉପରେ ପଡିଥିଲା କରୋନାର ପ୍ରଭାବ। ହେଲେ ତରଭୁଜ ଚାଷୀ ଭଲ ଦୁଇ ପଇସା ରୋଜଗାର କରିଥିଲେ । କିନ୍ତୁ ଏ ବର୍ଷ ତରଭୁଜ ଚାଷ କରି ଫସିଗଲେ ଚାଷୀ । ତୋଳିବା ମଜୁରୀ ବାହାରୁ ନ ଥିବାରୁ କ୍ଷେତରେ ଛାଡ଼ି ଦେଲେଣି ଗାଈ ଗୋରୁ । ତେବେ ଚାଷ ପାଇଁ କରିଥିବା ଋଣ କିପରି ସୁଝିବେ ସେନେଇ ଚିନ୍ତାରେ ଚାଷୀ। କେନ୍ଦୁଝର ସଦର ବ୍ଳକ ମଇଦାନକେଲ ପଞ୍ଚାୟତ ବାରଖଣ୍ଡା ଗାଁର ଚାଷୀ ଅମ୍ରିତ ମହାନ୍ତ ।  ୩ ଏକରରୁ ଊର୍ଦ୍ଧ୍ୱ ନିଜ ଚାଷ ଜମିରେ ଧାର କରଜ କରି କରିଥିଲେ ତରଭୁଜ ଚାଷ । କାରଣ ଗତ ବର୍ଷ ପରିବା ଚାଷ କରି କରୋନା ପାଇଁ କ୍ଷତି ସହିଥିଲେ ଅମ୍ରିତ । ଆଉ ଯେଉଁମାନେ ତରଭୁଜ ଚାଷ କରିଥିଲେ ସେମାନେ ଭଲ ଦୁଇ ପଇସା ଲାଭ କରିଥିଲେ । ଏଣୁ ଦୁଇ ପଇସା ଲାଭ ଆଶାରେ ଅନ୍ୟ ପନିପରିବା ସହ ଅଧିକ ଚାଷ କରିଥିଲେ ତରଭୁଜ । ତେବେ ଭଲ ଚାଷ ହୋଇଥିବାରୁ ଫଳ ଦେଖି ଅମ୍ରିତ ଓ ତାଙ୍କ ପରିବାରଙ୍କ ଖୁସି କହିଲେ ନସରେ। ଆଶା ଥିଲା ୧୫ ରୁ ୨୦ ଟନ ଫଳ ବାହାରିବ । ହେଲେ ତାଙ୍କର ଏହି ଖୁସିକୁ କରୋନା ଗ୍ରାସିଲା।  ବାହାରୁ ଆସି ତରଭୁଜ ନେଉଥିଲେ ବେପାରୀ। ହେଲେ  ଲକଡାଉନ ଲାଗିବା ଫଳରେ ବେପାରୀ ଆସିବା ବନ୍ଦ ହୋଇଗଲା । ତୋଳା ହୋଇଥିବା ତରଭୁଜ ବିଲରେ ଓ ଘରେ ପଚି ସଢିଲା। ଲକଡାଉନ ଭୟରେ କେନ୍ଦୁଝର ସହର କୁ ଆଣି ବିକ୍ରି କରିବାକୁ ସାହାସ ଜୁଟାଇ ପାରୁ ନାହାନ୍ତି ଅମ୍ରିତ । ଏବେ ହାତ ଉଦ୍ଧାରି ଓ ବ୍ୟାଙ୍କରୁ ଆଣିଥିବା ଋଣ କିପରି ସୁଝିବେ, ଘର ପରିବାର କିପରି ଚଳାଇବେ ତାକୁ ନେଇ ଚିନ୍ତାରେ ଅମ୍ରିତ । ବେପାରୀ ନ ଆସିବାରୁ ତରଭୁଜ ତୋଳା ବନ୍ଦ ହୋଇଗଲା । ଫଳରେ କ୍ଷେତରେ ଘାସ ମାଡି ଗଲାଣି । ଏଣୁ ବାଧ୍ୟ ହୋଇ ଗାଈ ଗୋରୁ ଚରିବାକୁ ଛାଡି ଦେଲେଣି । ଏ ପଟେ ତରଭୁଜ ବିକ୍ରି ହେଉ ନ ଥିବା ଫଳରେ ବିଲରେ କାମ କରିଥିବା ଶ୍ରମିକ ନିଜର ପାରିଶ୍ରମିକ ପାଇ ପାରି ନାହାଁନ୍ତି । ଆଶା ଅଛି ସ୍ଥିତି ସୁଧୁରିଲେ ତାଙ୍କ ମଜୁରି ମିଳିବ । 

ରାସନ୍ କାର୍ଡ ଅଛି କିନ୍ତୁ ମିଳୁନି ରାସନ୍ ! ବୃଦ୍ଧା ଜାମ୍ବି ସିଙ୍କୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ! ବାର ଦୁଆର ଶୁଣ୍ଢି ପିଣ୍ଡା ହୋଇ ପେଟ ପୋଷୁଛନ୍ତି ବୃଦ୍ଧା …!

!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ ବ୍ୟୁରୋ (ଯୋଡ଼ା) – ଖଣି ଅଞ୍ଚଳ ରେ ସରକାରଙ୍କ ଯୋଜନା କେଉଁଠି ବାଟବଣା ତ ଆଉ କେଉଁଠି ସବୁ ଥାଇ କିଛି ନାହିଁ ! ସବୁ ବେଳେ ସମସ୍ୟା ପରେ ସମସ୍ୟା ଦେଖିବାକୁ ମିଳୁଛି, ଏଠାରେ ପ୍ରଶାସନଙ୍କ ଦୃଷ୍ଟି ଠିକ୍ ସେ ପହଞ୍ଚି ପାରୁନାହିଁ ! ସରକାରଙ୍କ ତରଫରୁ ହୋଇଥିବା ମୋ ସରକାର,ଫାଇପ୍ ଟି ସରକାର ଏମିତି ଅନେକ ଭାଗରେ ବିଭକ୍ତ କରି ଘରେ ଘରେ ସବୁ ଯୋଜନା ମାନ ପହଞ୍ଚାଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ ଏହି ଖଣି ଅଞ୍ଚଳ କୁ ସବୁବେଳେ ଅଣଦେଖା କରୁଛନ୍ତି କାହିଁକି ତାକୁ ନେଇ ଅଞ୍ଚଳ ବାସୀ ଙ୍କ ପାଇଁ ଏକ ପରିତାପର ବିଷୟ ପାଲଟିଛି ! ବଡ଼ବିଲ ପୌରାଞ୍ଚଳ ୱାର୍ଡ ନମ୍ୱର୍-୧୫ ଅନ୍ତର୍ଗତ ସାଧୁସିଂ ହାଟିଂରେ ଏକ ଟିଣ ଘେରା ଛୋଟ ଘରେ ରୁହନ୍ତି ୫୫ ବର୍ଷୀୟ ଜାମ୍ବି ସିଙ୍କୁ। ଘର ଘର ବୁଲି କାମ କରି ଯାହା ରୋଜଗାର ହୁଏ ସେଥିରେ ତାଙ୍କର ଚୁଲି ଜଳେ। ଓଡ଼ିଶା ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ତାଙ୍କୁ ମିଳିଛି ରାସନ୍ କାର୍ଡ ଟିଏ। କିନ୍ତୁ ଅତି ଦୁଃଖର ବିଷୟ ଦୀର୍ଘ ଚାରିମାସରୁ ଉର୍ଦ୍ଧ୍ବ ହେବ ସେ ପାଇ ପାରୁ ନାହାନ୍ତି ମାତ୍ର ପାଞ୍ଚ କିଲୋଗ୍ରାମ ଚାଉଳ। ତାଙ୍କ କହିବା ଅନୁଯାୟୀ ସରକାରୀ ଖୁଚୁରା ଦୋକାନରେ ତାଙ୍କ ଆଖି ଓ ଆଙ୍ଗୁଠି ଚିହ୍ନ ନ ଆସିବାରୁ ସେ ତାଙ୍କ ରାସନ୍ ସାମଗ୍ରୀ ରୁ ବଞ୍ଚିତ ହୋଇଛନ୍ତି। ଆଉ ମଧ୍ୟ ସେ ଅଭିଯୋଗ କରିଛନ୍ତି ଯେ ସ୍ଥାନୀୟ ପୌର କାର୍ଯ୍ୟାଳୟକୁ ଅନେକ ଥର ଯାଇ ଜଣାଇଥିଲେ ହେଁ କୌଣସି ସାହାଯ୍ୟ ମିଳି ନ ଥିଲା। ତେଣୁ ସେ ହତାସ ହୋଇ ଉକ୍ତ କାର୍ଯ୍ୟାଳୟକୁ ଯିବା ବନ୍ଦ୍ କରିଦେଲେ। ବର୍ତ୍ତମାନ ଏହି ବୃଦ୍ଧାବସ୍ଥାରେ ସେ କରିବେ ବା କଣ ?

ଏପଟେ କରୋନା ମହାମାରୀ ଦିତୀୟ କରାଳ ରୂପ ଦେଖାଇଛି ଘରୁ ବାହାରକୁ ଯିବାକୁ ଭୟ ! ଏଭଳି ବିକଳ ଚିତ୍ର ଦେଖିବା ପରେ ମଧ୍ୟ ରାସନ୍ ଦେଉଥିବା ଡିଲର ଙ୍କୁ ତିଳେ ହେଲେ ଦୟା ନାହିଁ, ଧନ୍ୟ ସେ ଡିଲର ଙ୍କୁ,ଏଠି ହଜିଯାଇଛି ମାନବିକତା, ଆଉ କେତେ ଦିନ ବା ବଞ୍ଚିବେ ବୃଦ୍ଧା ଜଣକ ଦେଖିଲେ ଦୁଃଖ ଲାଗିବ ଧନ୍ୟ ସେ ଡିଲର ପଣିଆକୁ ଧନ୍ୟ ଆମ ଜିଲ୍ଲା ପ୍ରଶାସନ ଙ୍କୁ ! ଗୋଟିଏ ଦାୟିତ୍ଵସମ୍ପନ୍ନ ଗଣମାଧ୍ୟମ ହିସାବରେ ଆମ୍ଭେ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରୁଛୁ କି ଯଥାଶୀଘ୍ର ଜାମ୍ବି ସିଙ୍କୁଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ତାଙ୍କୁ ତାଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ଯୋଗାଇ ଦିଆଯାଉ।

କେବେ ସୁଧୁରିବ ଟ୍ରାଫିକ ଜାମ ସମସ୍ୟା ? ପ୍ରଶାସନ ଙ୍କ ବୈଠକ ପରେ ବୈଠକ ଧୂଆଁ ବାଣ ରେ ପରିଣତ ହେଲା କି ?

!!!  କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ   !!!

ଏଥର ସମ୍ଭାଳ (ଯୋଡ଼ା) – ଦିନ କୁ ଦିନ ବଢି ଚାଲିଛି ଖଣି ଅଞ୍ଚଳ ରେ ଟ୍ରାଫିକ ଜାମ ସମସ୍ୟା, ପ୍ରଶାସନ ପକ୍ଷରୁ ବୈଠକ ପରେ ବୈଠକ କରି ଚାଲିଛନ୍ତି କିନ୍ତୁ ସେସବୁ ମାତ୍ର ଖାତା କଲମ ରେ ସୀମିତ ! ପ୍ରଶାସନ ତରଫରୁ ନିଆ ଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କାହିଁକି ହେଉନାହିଁ ତାକୁ ନେଇ ଅଞ୍ଚଳ ବାସୀ ଙ୍କ ବଡ଼ ପ୍ରଶ୍ନ ? ଅନେକ ଥର ବୈଠକ କରି ଯେଉଁ ଖଣି କମ୍ପାନୀ କିମ୍ବା ଶିଳ୍ପ ସଂସ୍ଥା ଟ୍ରାଫିକ ଜାମ ସମସ୍ୟା ସୃଷ୍ଟି କରେ ତେବେ ତାଙ୍କୁ ଫାଇନ ଦେବାକୁ ପଡ଼ିବ ବୋଲି ଏକ ନିୟମ କରିଥିଲେ କିନ୍ତୁ ପ୍ରତ୍ୟେକ ଦିନ ଟ୍ରାଫିକ ଜାମ ସମସ୍ୟା ସୃଷ୍ଟି କରୁଥିଲେ ସୁଦ୍ଧା କୈାଣସି ସମସ୍ୟା ର ସମାଧାନ କରୁ ନାହାନ୍ତି କାହିଁକି ବୋଲି ଚର୍ଚ୍ଚା ହେଉଛି ଅଞ୍ଚଳ ରେ !

ଏମିତି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ର କାଳିମାଟି ଛକ ଠାରୁ ହାତୀମରା ଛକ ପର୍ଯ୍ୟନ୍ତ ଚାରି ଲାଇନ୍ କରି ରାସ୍ତା ପୁରା ପୁରି ଜାମ ହୋଇଥିବା ଦେଖିବାକୁ ମିଳିଛି ! ତେବେ ଏଠାରେ ଖଣି କମ୍ପାନୀ ଓ ଶିଳ୍ପ ସଂସ୍ଥା ପରିବହନ କାର୍ଯ୍ୟ କରି ମୁନାଫା ଟଙ୍କା କମାଇବା ପାଇଁ ବ୍ୟସ୍ତ ଥିବା ବେଳେ ଚାରି ଚକିଆ ଯାନ ଠାରୁ ଆରମ୍ଭ କରି ବାଇକ ଚାଳକ ମାନେ ନାହିଁ ନ ଥିବା ହିନସ୍ଥା ହେଉଛନ୍ତି ! ଏଥିପ୍ରତି ଦୃଷ୍ଟି ଦେଇ ପ୍ରଶାସନ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ,ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଜନ ସାଧାରଣ !

ଗଚ୍ଛିତ ଲୁହାପଥର ଚୋରା ଚାଲାଣ ବେଳେ ପୁଲିସର ଚଢାଉ; ଟ୍ରକ ଓ ଜେସିବି ଜବତ ।

!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଯୋଡ଼ା) – ଯୋଡାଥାନା ଅନ୍ତର୍ଗତ ବିଲେଇପଦା ଫାଣ୍ଡି ଅଧିନସ୍ଥ ସିଆଳିଯୋଡା ଖେଳ ପଡିଆଠାରେ ପୁର୍ବରୁ ଗଚ୍ଛିତଥିବା ଲୁହାପଥର ଗୁଣ୍ଡକୁ କିଛି ମାଫିଆ ଜେସିବି ଲଗାଇ ମଙ୍ଗଳବାର ବିଳମ୍ବିତ ରାତିରେ ଟ୍ରକରେ ବୋଝେଇକରି ପଡୋଶୀ ଝାଡଖଣ୍ଡ ରାଜ୍ୟ ଏବଂ ଅନ୍ୟରାଜ୍ୟକୁ ଚୋରା ଚାଲାଣ କରୁଥିବାବେଳେ ପୁଲିସ ସେଠାରେ ଚଢାଉକରି ଲୁହା ପଥରଗୁଣ୍ଡ ବୋଝେଇ ହୋଇଥିବା ଗୋଟିଏ ୧୦ ଚକିଆ (ଜେଏଚ୍୦୧ଜେଡ୍୩୩୯୪) ଟ୍ରକକୁ ଜବତ କରିବା ସହ ଏହି ଟ୍ରକ ବୋଝେଇରେ ନିୟୋଜିତ ଏକ ଜେସିବି (ଜେଏଚ୍ ୦୫ ବିଏଲ୍ ୫୮୦୦)କୁ ମଧ୍ୟ ଜବତ କରିଥିବା ଜଣାପଡିଛି । ତେବେ ପୁଲିସ ଗାଡି ଦେଖି ମାଫିଆମାନେ ଅନ୍ଧାରର ସୁଯୋଗରେ ସେଠାରୁ ଖସି ପଳାଇଯାଇଛନ୍ତି ।

ସୂଚନା ଥାଉକି ପୁର୍ବରୁ ଦେଓଝର ରେଳ ସାଇଡିଂରୁ ବିଭିନ୍ନ ବନ୍ଦର ମାଧ୍ୟମରେ ବିଦେଶକୁ ଲୁହାପଥର ରପ୍ତାନୀ କରୁଥିବା କିଛି ସଂସ୍ଥା ଦେଓଝର ପଞ୍ଚାୟତର ବିଭିନ୍ନ ସ୍ଥାନ ମାନଙ୍କରେ ଖଣି ଗୁଡିକରୁ ଲୁହାପଥର ଆଣି, ଲକ୍ଷ ଲକ୍ଷ ଟନ୍ ପରିମାଣର ଗଚ୍ଛିତ ରଖି ସେଠାରୁ ରପ୍ତାନୀ ନିମନ୍ତେ ରେଳ ସାଇଡିଂକୁ ପରିବହନ କରୁଥିଲେ । ସେମାନଙ୍କ ରପ୍ତାନୀ ନିମନ୍ତେ ଅନୁମତି ରଦ୍ଦ ହୋଇ ଯିବାଫଳରେ ଗଚ୍ଛିତ ଲୁହାପଥରକୁ ନେଇ ନପାରି ବର୍ଷ ବର୍ଷ ଧରି ସେଠାରେ ପଡିରହିଛି । ଆନ୍ତର୍ଜାତିକ ବଜାରରେ ଲୁହା ପଥର ଚାହିଦା ଅହେତୁକଭାବେ ବୃଦ୍ଧି ପାଇବା ଫଳରେ ଏହାରି ସୁଯୋଗରେ ମାଫିଆମାନେ କ୍ରମାଗତଭାବେ ଉକ୍ତ ସ୍ଥାନରୁ ଜେସିବି ଓ ଟ୍ରକ ଲଗାଇ ହଜାର ହଜାର ଟନ୍ ପରିମାଣର ଲୁହାପଥର ଲୁଟି ନେଇଛନ୍ତି । କୋଟି କୋଟି ଟଙ୍କାର ମୁଲ୍ୟବାନ ଲୁହାପଥର ଲୁଟ୍ ହୋଇଥିଲେ ମଧ୍ୟ ଖଣି ବିଭାଗ କି ପୁଲିସ ବିଭାଗ ଏହାର ଟେର ପାଇପାରିନଥିଲେ । ଏବେ ପୁଲିସର ଚେତା ପଶିଛି । ଏହାର ଦାବିଦାର ନଥିବା ବିପୁଳ ପରିମାଣର ଗଚ୍ଛିତ ଲୁହାପଥରକୁ ଖଣି ବିଭାଗ ନିଜ ଅକ୍ତିଆରକୁ ନନେଇ ଯେମିତି ଚୋରଙ୍କ ପାଇଁ ମୁକୁଳା ଛାଡି ଦେଇଛନ୍ତି ।

ସରକାର ଙ୍କ ବସୁନ୍ଧରା ଯୋଜନା ଏକ ପ୍ରହସନ! ଭିନ୍ନକ୍ଷମ ଙ୍କୁ ମୁଣ୍ଡ ଗୁଞ୍ଜିବାକୁ ନାହିଁ ବାସସ୍ଥାନ ! ଭଙ୍ଗା ଦଦରା କୁଡିଆ ରେ ତିନି ପ୍ରାଣୀ କୁଟୁମ୍ବ !

!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଯୋଡ଼ା) – ଭାରତ ସରକାର ଙ୍କ ଠାରୁ ଆରମ୍ଭ କରି ଓଡ଼ିଶା ସରକାର ପର୍ଯ୍ୟନ୍ତ ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରି ଲୋକଙ୍କୁ ସଚେତନ କରିବା ପାଇଁ ଦୁରଦର୍ଶନ ଏବଂ ବଡ଼ ବଡ଼ ହୁଡିଙ୍ଗ କରି ରାଜନେତାଙ୍କ ର ବୟାନ କିଛି କମ୍ ନୁହେଁ ! କିନ୍ତୁ ହେବ କ’ଣ ଯିଏ ଯେଉଁଠି ଅଛନ୍ତି ସେହି ଭଳି ଅବସ୍ଥା ରେ ଦିନ କାଟୁଛନ୍ତି ! ଫଳ ସ୍ୱରୂପ ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ଅନ୍ତର୍ଗତ ଦବୁନା ଗ୍ରାମ ର ଚମ୍ପା ସନ୍ଦା ଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ! ଉକ୍ତ ଅଞ୍ଚଳରେ କଳାକୃଷ୍ଣ ପାତ୍ର ନାମକ ଜଣେ ବ୍ୟକ୍ତି ଏଭଳି ପରିସ୍ଥିତିରେ ସମୁଖୀନ ହୋଇ ଆସୁଛନ୍ତି ! ପୂର୍ବ ପୁରୁଷ ର ଭିଟା ମାଟି କହିଲେ ସଂରକ୍ଷିତ ଜଙ୍ଗଲ ଜମି ଉପରେ ଛେଳି ଗାଇ ଜଗୁଆଳି ରୁ ଉପାର୍ଜିତ ସ୍ବଳ୍ପ ଅର୍ଥ ରେ ମୁଣ୍ଡ ଗୁଞ୍ଜିଛନ୍ତି ତିନି ପ୍ରାଣୀ ! ଛପର କହିଲେ ପତଳା କେଇଖଣ୍ଡ ଟିଣ ମାଟିରେ ଆବଦ୍ଧ ଥିବା ଏକ ଛୋଟ ଘର ଯେଉଁଠି ଆଜି ପର୍ଯ୍ୟନ୍ତ ବିଜୁଳି ସେବା ମଧ୍ୟ ପହଞ୍ଚି ପାରି ନାହିଁ ଫଳରେ ପ୍ରତ୍ୟେକ ଦିନ ହାତୀ ଜଗୁଆଳି ସାଜିଛି ! ଏହି ପରିସ୍ଥିତିରେ ଆତଙ୍କିତ ଅବସ୍ଥାରେ ଭଗବାନ ଙ୍କୁ ଭରସା କରି ତିନି ପ୍ରାଣୀ କାଳ କାଟୁଛନ୍ତି ! ବର୍ତମାନ ଜଙ୍ଗଲ ରୁ ଜାଳକାଠ ଏବଂ ପତ୍ର ବିକ୍ରି କରି ଦୈନନ୍ଦିନ ଗୁଜୁରାଣ ମେଣ୍ଟାଉଛନ୍ତି ! ଏହି ପରିପ୍ରେକ୍ଷୀରେ କିଏ ତାହାର ସାହା ଭରଷା ଜିଲ୍ଲା ପ୍ରଶାସନ ଏହାର ଜବାବ ନିଶ୍ଚିତ କରନ୍ତୁ ! ପ୍ରହସନ ଅପେକ୍ଷା ପ୍ରଶ୍ଚାହନ ଦେଲେ ଏଠାକାର ଗରିବ ପ୍ରଜାମାନେ ଉପକୃତ ହେବେ ! ବିଶେଷ ଭାବେ ପ୍ରକାଶ ଥାଉକି ଉକ୍ତ ଅଭିଯୋଗକାରୀ ଙ୍କ ସ୍ତ୍ରୀ ଚାନ୍ଦ ପାତ୍ର ଦୀର୍ଘ ଦିନ ଧରି ଅର୍ଥାଭାବ ଏବଂ ସଚେତନତା ଅଭାବ ରୁ ଯକ୍ଷ୍ମା ରୋଗ ରେ ପିଡୀତ ଥିବା ସ୍ଥଳେ ସ୍ବାମୀ ଜନ୍ମ ରୁ ଭିନ୍ନକ୍ଷମ, ଯାହାକି ଏକ ବାମ ହାତ ଏବଂ ବାମ ଗୋଡ କାମ କରୁ ନାହିଁ ଯାହା ରାଜ୍ୟ ସ୍ବାସ୍ଥ୍ୟ ସେବା ପ୍ରଣାଳୀ ଅପାରଗ କାର୍ଯ୍ୟ କୁ ଇଙ୍ଗୀତ କରୁଛି, ଉକ୍ତ ରୋଗାଗ୍ରସ୍ତ ମହିଳା ଅତ୍ୟନ୍ତ ଦୁର୍ବଳ ହୋଇ ପଡିବାରୁ ତାଙ୍କ ସ୍ବାମୀ ଏବଂ ଛୋଟ ପୁଅ ଖଗେ ପାତ୍ର ର ମଧ୍ୟ ଯତ୍ନ ନେଇ ପାରୁନାହାନ୍ତି, ଫଳରେ ଉକ୍ତ ଶିଶୁ ର ଭବିଷ୍ୟତ ଏକ ନିଶ୍ଚିତ ଅନ୍ଧାର ଗଳି ଦେଇ ଗତି କରୁଥିବା ର ଏକ କରୁଣ ପରିସ୍ଥିତି ସୃଷ୍ଟି କରିଛି ! ଆଗରୁ ମିଳିଥିବା ରାସନ୍ କାର୍ଡ ଟି ମଧ୍ୟ କଟା ଯାଇଥିବା ଅଭିଯୋଗ କରିଛନ୍ତି, ଏଣୁ ଏଥିପ୍ରତି ପ୍ରଶାସନ ଯଥାଶୀଘ୍ର ସମ୍ଭବ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ !

କେବେ ସୁଧୁରିବ ଟ୍ରାଫିକ ଜାମ ସମସ୍ୟା ; ପ୍ରଶାସନ ଙ୍କ ବୈଠକ ଧୂଆଁ ବାଣ …!

!!!  କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (କେନ୍ଦୁଝର)- ଦିନ କୁ ଦିନ ବଢି ଚାଲିଛି ଖଣି ଅଞ୍ଚଳ ରେ ଟ୍ରାଫିକ ଜାମ ସମସ୍ୟା, ପ୍ରଶାସନ ପକ୍ଷରୁ ବୈଠକ ପରେ ବୈଠକ କରି ଚାଲିଛନ୍ତି କିନ୍ତୁ ସେସବୁ ମାତ୍ର ଖାତା କଲମ ରେ ସୀମିତ ! ପ୍ରଶାସନ ତରଫରୁ ନିଆ ଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କାହିଁକି ହେଉନାହିଁ ତାକୁ ନେଇ ଅଞ୍ଚଳ ବାସୀ ଙ୍କ ବଡ଼ ପ୍ରଶ୍ନ ? ଅନେକ ଥର ବୈଠକ କରି ଯେଉଁ ଖଣି କମ୍ପାନୀ କିମ୍ବା ଶିଳ୍ପ ସଂସ୍ଥା ଟ୍ରାଫିକ ଜାମ ସମସ୍ୟା ସୃଷ୍ଟି କରେ ତେବେ ତାଙ୍କୁ ଫାଇନ ଦେବାକୁ ପଡ଼ିବ ବୋଲି ଏକ ନିୟମ କରିଥିଲେ କିନ୍ତୁ ପ୍ରତ୍ୟେକ ଦିନ ଟ୍ରାଫିକ ଜାମ ସମସ୍ୟା ସୃଷ୍ଟି କରୁଥିଲେ ସୁଦ୍ଧା କୈାଣସି ସମସ୍ୟା ର ସମାଧାନ କରୁ ନାହାନ୍ତି କାହିଁକି ବୋଲି ଚର୍ଚ୍ଚା ହେଉଛି ଅଞ୍ଚଳ ରେ !

ଏମିତି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ର କାଳିମାଟି ଛକ ଠାରୁ ହାତୀମରା ଛକ ପର୍ଯ୍ୟନ୍ତ ଚାରି ଲାଇନ୍ କରି ରାସ୍ତା ପୁରା ପୁରି ଜାମ ହୋଇଥିବା ଦେଖିବାକୁ ମିଳିଛି ! ତେବେ ଏଠାରେ ଖଣି କମ୍ପାନୀ ଓ ଶିଳ୍ପ ସଂସ୍ଥା ପରିବହନ କାର୍ଯ୍ୟ କରି ମୁନାଫା ଟଙ୍କା କମାଇବା ପାଇଁ ବ୍ୟସ୍ତ ଥିବା ବେଳେ ଚାରି ଚକିଆ ଯାନ ଠାରୁ ଆରମ୍ଭ କରି ବାଇକ ଚାଳକ ମାନେ ନାହିଁ ନ ଥିବା ହିନସ୍ଥା ହେଉଛନ୍ତି ! ଏଥିପ୍ରତି ଦୃଷ୍ଟି ଦେଇ ପ୍ରଶାସନ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ,ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଜନ ସାଧାରଣ !

ପିଢୋପୋଖରୀ ସାଗୁଆନ ଜଙ୍ଗଲରେ ଦନ୍ତାହାତୀର ଉପଦ୍ରବ ; ଗ୍ରାମବାସୀ ଆତଙ୍କିତ ।

!!!  କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ଯୋଡ଼ା)- ଖଣି ଖନନ ଓ ଖଣିଜ ପରିବହନ ଫଳରେ ଧୀରେ ଧୀରେ ପ୍ରକୃତି ଓ ପ୍ରାକୃତିକ ସମ୍ପଦ ତଥା ଜଙ୍ଗଲ ଧ୍ୱଂସାଭିମୁଖୀ । ଜଙ୍ଗଲ ସଂଗରକ୍ଷଣ ଦେବା ବଦଳରେ ଗଛ ଗୁଡିକୁ କାଟି ସଫା କରିବାରେ ବ୍ୟସ୍ତ ବଡ଼ ବଡ଼ ଖଣି କମ୍ପାନୀ । ଫଳରେ ବନ୍ୟ ଜୀବଜନ୍ତୁ ଜୀବନ ବିକଳରେ ଗାଁ ମୁହାଁ ହେଉଛନ୍ତି ! ପ୍ରକାଶ ଥାଉକି କିଛି ଦିନ ତଳେ ବଡ଼ କାଳିମାଟି ପଞ୍ଚାୟତର ଜାମୁ ପାଣି ଗାଁର ଡବ ଚାମ୍ପିଆ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ପରେ ବନ ଅଧିକାରୀ ତାଙ୍କୁ କେନ୍ଦୁଝର ବଡ଼ ଡ଼ାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ । କିନ୍ତୁ ଜୀବନ ଯୁଦ୍ଧରେ ହାରି ଯାଇଥିଲା ଡବ ! ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଦୁଇଟି ଦନ୍ତାହାତୀ ଘୁରି ବୁଲୁଛନ୍ତି ଓ ଏମ୍ ସି ଖଣି ନିକଟରେ ଥିବା ପିଢୋପଖରୀ ରାସ୍ତାର ସାଗୁଆନ ଜଙ୍ଗଲରେ ! ସବୁ ବେଳେ ରାସ୍ତାରେ ଘୁରି ବୁଲୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ! ଗତ କାଲି ଦୁଇ ଜଣ ଯୁବକ ବାଇକ ଯୋଗେ ପିଢୋପଖରୀରୁ ବଡ଼ କାଳିମାଟିକୁ ଡ୍ୟୁଟି କରିବା ପାଇଁ ଆସୁଥିବା ବେଳେ ରାସ୍ତାରେ ଏକ ଦନ୍ତାହାତୀକୁ ଦେଖିଥିଲେ ଫଳରେ ଭୟଭୀତ ହୋଇ ବାଇକ ଛାଡ଼ି ଜୀବନ ବିକଳରେ ଦୈାଡି ଦନ୍ତାହାତୀ କବଳରୁ ନିଜକୁ ବଞ୍ଚେଇ ଥିଲେ ! ଏବେ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଦନ୍ତା ହାତୀ ଘୁରିବୁଲିବା ଫଳରେ ସ୍ଥାନୀୟ ବାସିନ୍ଦା ଉକ୍ତ ରାସ୍ତାଦେଇ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ସମ୍ଭବ ହୋଇପାରୁନାହିଁ । ଏଥିପ୍ରତି ବନ ଅଧିକାରୀ ଦୃଷ୍ଟି ଦେଇ ହାତୀ ମାନଙ୍କୁ ଘଉଡ଼ାଇବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ !

ଟାଟା ଷ୍ଟିଲ କମ୍ପାନୀ ର ସ୍ଥାନୀୟ ନିର୍ବାହୀ ଅଧିକାରୀ ଙ୍କ ଯୋଡ଼ା ଅଞ୍ଚଳ ପ୍ରତି ଅବହେଳା ପ୍ରଦର୍ଶନ !

!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଯୋଡ଼ା) – ଏକ ଶତାବ୍ଦୀ ଧରି ଟାଟା ଷ୍ଟିଲ କମ୍ପାନୀ ଯୋଡ଼ା ଖଣି ଅଞ୍ଚଳ ରେ କାୟା ବିସ୍ତାର କରି ଆସୁଅଛି। ଏହି କମ୍ପାନୀ ଉକ୍ତ ଅଞ୍ଚଳର ପ୍ରତ୍ୟେକ ସମସ୍ୟା ର ନିଦାନ ଏବଂ ତା’ର ଉପଚାର କରିବା କଥା। ଏପରି ସ୍ଥଳେ କର୍ତ୍ତୃପକ୍ଷ ଙ୍କ ଦ୍ଵାରା ଅବହେଳା ପ୍ରଦର୍ଶନ କରିବା ଅତି ଅଶୋଭନୀୟ। ଏହା ଟାଟା ଷ୍ଟିଲ କମ୍ପାନୀ ପ୍ରତି ମର୍ଜଦା କ୍ଷୂର୍ଣ୍ଣ କରିବା ସହିତ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ସୁନା ନଦୀ ହେଉଛି ଯୋଡ଼ା ର ଜୀବନ। ତା’ର ଜଳ କୁ ସଂରକ୍ଷିତ କରିବା ଏବଂ ତା’ର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ କୁ ସୁରକ୍ଷା ପ୍ରଦାନ କରିବା ସହିତ ସ୍ବଚ୍ଛତା ର ଆବଶ୍ୟକତା ଥିବା ସ୍ଥଳେ ଏଥି ପ୍ରତି କମ୍ପାନୀ ପକ୍ଷରୁ ଗୁରୁତ୍ୱାରୋପ କରାଯାଉନାହିଁ। ପ୍ରତି ବଦଳରେ ଟାଟା ଷ୍ଟିଲ କମ୍ପାନୀ ଏହାର ଜଳକୁ ନିଜ ପାଇଁ ଉପଯୋଗ କରୁଛି। ଏହାକୁ ନେଇ ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ। ପୂର୍ବେ ଟାଟାଷ୍ଟିଲ ର ବୈଧାନିକ ନିୟମ ଏବଂ କମ୍ପାନୀ ର ନିଜସ୍ଵ ବିଚାର ଦ୍ଵାରା ଏକ ସୁନ୍ଦର ଅନୁଭୁତି ନିଯୁକ୍ତି କ୍ଷେତ୍ରରେ ପରିଲକ୍ଷିତ ହେଉଥିଲା । ବର୍ତମାନ କମ୍ପାନୀ ର ଯୋଜନା ରେ ସମସ୍ତ କାର୍ଯ୍ୟ ସ୍ଥାନୀୟ ଅଧିବାସୀ ଙ୍କୁ ଅଣଦେଖା କରି ଠିକାଦାର ମାନଙ୍କୁ ଟେକି ଦେଇଥିବା ହେତୁ କମ୍ପାନୀ ସ୍ଥାନୀୟ ଅଞ୍ଚଳରେ ନିଜର ଆସ୍ତା ଓ ବିଚାର କୁ ହରାଉଥିବା କୁହାଯାଉଛି। ଏହି ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀ ମାନେ ରୋଜଗାର ହିନ ଏବଂ ନିଯୁକ୍ତି ପାଇଁ ଡହଳବିକଳ ହେଉ ଥିବା ବେଳେ ଏଥିପ୍ରତି ଖଣି ସଂସ୍ଥାନ ର ଦୃଷ୍ଟି ଦେଉନଥିବା ଏବଂ ଚିକିତ୍ସା କ୍ଷେତ୍ରରେ ଦେଖାଦେଉଥିବା ଟାଣଟୁଣ ନିତି ନିୟମ ସ୍ଥାନୀୟ ଅଞ୍ଚଳର ଅଧିବାସୀ ଙ୍କ ମନରେ କ୍ଷୋଭ ପ୍ରକାଶ କରିଛି । ଏହି ସମସ୍ୟା ଗୁଡିକ ପ୍ରତି ଯଥା ଶୀଘ୍ର କମ୍ପାନୀ କର୍ତ୍ତୃପକ୍ଷ ଙ୍କ ଦ୍ଵାରା ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ। ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁଜନ ସାଧାରଣ ମେଳି ବାନ୍ଧିବା ସୂଚନା ମିଳିଛି।