ପୁଲିସ୍-ମାଓବାଦୀ ଗୁଳିବିନିମୟ ଘଟଣା, କନ୍ଧମାଳ ଏସ୍.ପିଙ୍କ ସାମ୍ବାଦିକ ସମ୍ମିଳନୀ।

!!! କନ୍ଧମାଳ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ସୀମାନ୍ତ ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ଼ ପଂଚାୟତର ବାଇବାଲି ଜଙ୍ଗଳରେ ମାଓବାଦୀମାନେ ଚଳପ୍ରଚଳ କରୁଥିବା ନେଇ ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଜଙ୍ଗଲରେ କମ୍ବିଂ ଅପସରେସନ କରିବା ଘଟଣାକୁ ନେଇ ସୋମବାର କନ୍ଧମାଳ ଏସ୍.ପି ଭିନିତ୍ ଅଗ୍ରୱଲା ଏକ ସାମ୍ବାଦିକ ସମ୍ମଳନୀ କରିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନାରୁ ପ୍ରକାଶ ଯେ, ଗତ ୨୮ ତାରିଖ ଦିନ ଏସ୍.ଓ.ଜି ଟିମ୍ କମ୍ବିଂ ଆରମ୍ଭ କରିଥିବା ବେଳେ ୩୦ ତାରିଖ ସକାଳୁ ଅଚାନକ ଭାବେ ସୁରକ୍ଷା କର୍ମୀଙ୍କ ଉପରୁ ଗୁଳିଚାଳନା କରାଯାଇଥିଲା। ଏହାର ଜବାବରେ ସୁରକ୍ଷା କର୍ମୀମାନେ ମଧ୍ୟ ଗୁଳି ଚଳାଇଥିବା ବେଳେ ପ୍ରାୟ ୩୦ ମିନିଟ୍ ଧରି ଗୁଳିବିନିମୟ ଚାଲିଥିବାର ସେ ପ୍ରକାଶ କରିଛନ୍ତି। ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ତାହା ଓଡ଼ିଶା ଷ୍ଟେଟ୍ କମିଟିରର ସଦସ୍ୟ ମାନେ ବୋଲି ସନ୍ଦେହ କରାଯାଉଛି।

ଉକ୍ତ ଦଳରେ ପ୍ରାୟ ୨୦ ରୁ ୨୫ ଜଣ ମାଓବାଦୀ ଥିବା ନେଇ ମଧ୍ୟ ଏସ୍.ପି ସୂଚନା ଦେଇଛନ୍ତି। ଉକ୍ତ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ କମ୍ବିଂ ଅପରେସନ ଚାଲିଥିବା ବେଳେ ସୁରକ୍ଷା ଟିମ୍ ଜଙ୍ଗଲରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ଗୋଟିଏ ୮ ଏମ.ଏମ୍ ଗୁଳି ଓ ଏକ ବ୍ୟାଟେରି ସହିତ କିଛି ମାଓ ପୁସ୍ତିକା ଓ ଅନ୍ୟ ସାମଗ୍ରୀ ଜବତ କରିଥିବା ଏସ୍.ପି ପ୍ରକାଶ କରିଛନ୍ତି। ତେବେ ଦୀର୍ଘଦିନ ପରେ ସଂପୃକ୍ତ ଅଞ୍ଚଳରେ ମାଓ ଚଳପ୍ରଚଳ ଚାଲିଥିବା ପୁଲିସ୍ ଖବର ପାଇବା ପରେ ସଂପୃକ୍ତ ଅଞ୍ଚଳ ମାନଙ୍କରେ କମ୍ବିଂ ଅପରେସନ ଜୋରଦାର କରାଯିବା ସହିତ କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ପଦକ୍ଷେପ ନିଆଯାଇଥିବା ମଧ୍ୟ ଏସ୍.ପି ପ୍ରକାଶ କରିଛନ୍ତି। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ପ୍ରେବେସନାଲ୍ ଆଇ.ପି.ଏସ୍ ନିତେଶ ଆଧୱାନି ଉପସ୍ଥିତ ଥିଲେ।ସୂଚନା ଯୋଗ୍ୟ ଯେ, ରାଇକିଆ ଥାନା ଅନ୍ତର୍ଗତ ଘାଟିତଳେ ଥିବା ୪ଟି ପଂଚାୟତ ଇନ୍ଦ୍ରଗଡ଼ , ରଣବା , କରଡ଼ା ଓ ବଡ଼ ବାରବା ଆଦି ଅଞ୍ଚଳରେ ଦୀର୍ଘବର୍ଷ ତଳେ ମାଓ ବାଦୀଙ୍କ କବଜାରେ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୁଲିସର ତୁହାକୁ ତୁହା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗତ ୧୧ ବର୍ଷ ହେଲା ସଂପୃକ୍ତ ଅଞ୍ଚଳରେ କୌଣସି ପ୍ରକାର ମାଓ ଚଳପ୍ରଚଳନ କିମ୍ବା ଗୁଳି ଫୁଟିନଥିଲା। ତେବେ ଦୀର୍ଘ ୧୧ ବର୍ଷ ପରେ ପୁଣିଥରେ ଉକ୍ତ ଅଞ୍ଚଳରେ ଗୁଳିଫୁଟିବା ଯୋଗୁଁ ସଂପୃକ୍ତ ପଂଚାୟତ ଗୁଡ଼ିକରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ବହୁ ବର୍ଷ ପରେ ଗୁଳି ଫୁଟିଥିଲେ ମଧ୍ୟ ସୁରକ୍ଷା କର୍ମୀ ମାନଙ୍କୁ ସେହିଭଳି ସଫଳତା ମଧ୍ୟ ମଳିନଥିବା ବେଳେ ଏକ ପ୍ରକାର ବିଛିନ୍ନ ପଂଚାୟତ ଭାବେ ପରିଚିତ ଉକ୍ତ ପଂଚାୟତ ଗୁଡ଼ିକରେ ଭିନ୍ନ ବାତାବରଣ ସୃଷ୍ଟି ହୋଇଥିବା ପ୍ରକାଶ। ଗତ ୨୦୦୮ ମସିହା କନ୍ଧମାଳ ହିଂସାକାଣ୍ଡ ସମୟରେ ସଂପୃକ୍ତ ପଂଚାୟତ ମାନଙ୍କରେ ମାଓବାଦୀଙ୍କ ଚଳପ୍ରଚଳ ଦେଖିବାକୁ ମିଳିଥିବା ବେଳେ ୨୦୦୯ ମସିହାରେ ମାଓବାଦୀ ମାନେ ବଡ଼ବାରବା ସ୍ଥିତ ଫରେଷ୍ଟ ରେଞ୍ଜ କାର୍ଯ୍ୟଳୟ ଉପରେ ଆକ୍ରମଣ କରିବା ସହିତ ନିଆଁ ଲଗାଇ ଦେଇଥିଲେ। ଏହା ପରେ ପରେ ଅନେକ ଥର ସଂପୃକ୍ତ ଅଞ୍ଚଳରେ ଗୁଳିବିନିମୟ ହୋଇଥିଲେ ମଧ୍ୟ ଗତ ୧୧ ବର୍ଷ ହେଲା ଆଉ କୌଣସି ପ୍ରକାର ଗୁଳିଶଦ୍ଧ ଶୁଭିନଥିଲା।

ଚକାପାଦ ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! ଚକାପାଦ ରୁ ପ୍ରତିନିଧି ସୁନୀଲ ଦିଗାଲ୍ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଚକାପାଦ) –  କନ୍ଧମାଳ ଜିଲ୍ଲା ଚକାପାଦ ବସ୍ତିଙ୍ଗିଆ ଠାରେ ଓଡିଶା ମୋ ପରିବାର ତରଫରୁ. ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଚକାପାଦ ବିଜେଡି ସଭାପତି ରାଜେଶ କୁମାର ଡିଗାଲ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିର ରେ ମୋଟ 30ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବାବେଳେ ଏଥିରେ ବୋହୁଯୁବକ ସାମିଲ ଥିଲେ. ଜିଲ୍ଲା ବିଜେଡି ସଭାପତି ଶ୍ରୀ ସରୋଜ କର୍ଣ୍ଣ. ଚକାପାଦ ବ୍ଲକ ଅଧକ୍ଷ ଶ୍ରୀ ପ୍ରଭଞ୍ଜନ କହ୍ନର. ସାଂସଦ ପ୍ରତିନିଧି ଉମା ଚରଣ ମଲ୍ଲିକ. ଖଜୁରୀପଡ଼ା ବ୍ଲକ ଅଧକ୍ଷ ଶ୍ରୀ ବିରେନ୍ଦ୍ର କହଁର ସମେତ ବିଧାୟକ ପ୍ରତିନିଧି ଓ ଅନ୍ୟମାନେ ଉପସ୍ଥିତ ଥିଲେ.

ରାସ୍ତା ପାଲଟିଛି ମରଣ ଯନ୍ତା…..!

!!! ଫୁଲବାଣୀ ରୁ ପ୍ରତିନିଧି ଜଳନ୍ଧର ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଫୁଲବାଣୀ) – କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନରେ ଥିବା ଖୁଟଲାଦର ଗ୍ରାମର ଏବେବି ଅବସ୍ଥା ଶୋଚନୀୟ ସାଧାରଣ ରେ ଆଜି ଯାଇଁ ପହଂଚି ପାରିନାହୁଁ ରାସ୍ତା ଖଣ୍ଡେ. ଗ୍ରାମବାସୀ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି. ନା ଗାଁ କୁ ଯାଇଛି ରାସ୍ତା ଦୁଇଟି ଛୋଟ ନାଳ ପାରି ହୋଇଯାଉଛନ୍ତି ଗାଁ ଲୋକେ. ଖଲି ବେରନା ଗ୍ରାମର ପକା ସଡ଼କ ଠାରୁ ଦେଢ଼ କିଲୋମିଟର ଦୂରରେ ରହିଛି ଖୁଟଲାଦର ଗ୍ରାମ ଏଠାରେ ୧୫ ରୁ ୨୦ ପରିବାର ବାସକରନ୍ତି. ଗର୍ଭବତୀ ଙ୍କ ଅବସ୍ଥା ଅତି ଶୋଚନୀୟ.

ସାଧାରଣ ରେ ଦୁଇ ଚକିଆ ଜାନ ମଧ୍ୟ ଯିବା ଅସମ୍ଭବ. କିନ୍ତୁ ଆଜି ଯାଇଁ ପ୍ରଶାସନ ଙ୍କ ଦୃଷ୍ଟି ପଡି ନାହିଁ ଏହି ଗ୍ରାମ ଉପରେ. ଆଜି ରାସ୍ତା ପାଇଁ ସ୍ବପ୍ନ ପାଲଟିଛି ଖୁଟଲାଦର ଗ୍ରାମ ବାସିଙ୍କ ମନରେ ପଥର ଖାଲ ଖୁଣ୍ଟ ଆଉ ପଥୁରିଆ ମାଟି ଗୁଡ଼ି ରେ ପଡି ରହିଛି ଏହି ଗ୍ରାମ ର ରାସ୍ତା

ପ୍ରଶାସନ କୁ ବିରୋଧ କଲେ ଗ୍ରାମବାସୀ ….!

!!! ଚକାପାଦ ରୁ ପ୍ରତିନିଧି ସୁନୀଲ ଦିଗାଲ୍ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଚକାପାଦ) –  ଟିକାବାଲି ଅଂଚଳ ର ଜଣେ 65 ବର୍ଷୀୟ ବୃଦ୍ଧାଙ୍କ ଟିକାବାଲି covid ସେଣ୍ଟର ରେ ମୃତ୍ୟୁ ହୋଇଯାଇଥିଲା. ସେହି ମୃତ ଶରୀର କୁ ଚକାପାଦ ବ୍ଲକ ବେଡାସୁଗା ଗ୍ରାମର ମା ପିତ୍ତାବାଲି ମନ୍ଦିର ପାଖରେ ଥିବା ପଡିଆ ରେ ଟିକାବାଲି ବ୍ଲକ ଉର୍ଣ୍ଣୟନ ଅଧିକାରୀ ଓ ତହସିଲଦାର ଙ୍କ ଉପସ୍ଥିତି ରେ ଶବଦାହ କରିବାକୁ ପ୍ରସ୍ତୁତି କରିବା ସମୟରେ ବେଡାସୁଗା ଗ୍ରାମର ଜନସାଧାରଣ ବିରୋଧ କରିଥିବା ଦେଖିବାକୁ ମିଳିଛି. କରନା ମହାମାରୀ ର ଭୟ ରେ ଜନସାଧାରଣ ଭୟଭୀତ ଥିବାବେଳେ ପ୍ରଶାସନ ଙ୍କ ଏଭଳି ଅବହେଲା ଦୃଶ୍ୟ ଆଜି ଦେଖିବାକୁ ମିଳିଛି. ଜନସାଧାରଣ ବିରୋଧ କରିବାରୁ ବେଡାସୁଗା ମୃତ ଶରୀର ଆଣି କୂଚଳା ଗଡ଼ ପୋଲ ପାଖରେ ଶବଦାହ କରାଯାଇଛି. ସେହି ଅଂଚଳରେ ସମସ୍ତ ଜନସାଧାରଣ ମନରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।

ଡାକ୍ତର ଙ୍କ ଚିକିତ୍ସା ଅବହେଳା କୁ ନେଇ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ !

!!! ବାଲିଗୁଡା ରୁ ସାମଲ ଦିଗାଲ୍ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡା) – କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡା ଉପଖଣ୍ଡ ଚିକିତ୍ସାଲୟ ରେ ଡାକ୍ତର ଙ୍କ ଚିକିତ୍ସା ଅବହେଳା କୁ ନେଇ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ l ସମ୍ପୃକ୍ତ ଡାକ୍ତର ଙ୍କ ବହିଷ୍କାର ଦାବି ସହ ଉଚ୍ଚ ସ୍ତରୀୟ ତଦନ୍ତ ଦାବି ରେ ରାଜରାସ୍ତା ଅବରୋଧ l ବ୍ରହ୍ମପୁର – ବାଲିଗୁଡା – ରାୟପୁର NH 59 ରାସ୍ତାରେ ସ୍ଥାନୀୟ ବାସିନ୍ଦା ଙ୍କ ପ୍ରତିବାଦ l ସୂଚନା ଅନୁଯାୟୀ ଗତକାଲି ବାଲିଗୁଡା ନୁଆସାହି ର ବିଜୟ କୁମାର ସାହୁ ବୟସ ପ୍ରାୟ 38 , ନାମକ ବ୍ୟକ୍ତି ଙ୍କ ସ୍ୱାସ୍ଥ୍ୟ ଖରାପ ନେଇ ବାଲିଗୁଡା ମେଡିକାଲ କୁ ଆସିଥିଲେ l

କୋଭିଡ 19 ପାଇଁ ଡାକ୍ତର ସୁନୀଲ କୁମାର ବେହେରା ଯୁବକ ଙ୍କୁ ବିନା ସ୍ପର୍ଶ ରେ ଚିକିତ୍ସା କରିଥିଲେ l ଥଣ୍ଡା ଖାସ ହେଉଥିବା କହିବା ସତ୍ୱେ କେବଳ ଡାକ୍ତର ଥଣ୍ଡା ମେଡ଼ିସିନ ଦେଇ ଫେରେଇ ଦେଇଥିଲେ l ଉକ୍ତ ଯୁବକ ଙ୍କୁ କୋଭିଡ ଟେଷ୍ଟ ପାଇଁ ମଧ୍ୟ ପଠାଇନଥିଲେ l ଆଜି ସକାଳୁ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ବାଳିଗୁଡ଼ା ଉପଖଣ୍ଡ ଚିକିତ୍ସାଲୟ ଅଣାଯାଇଥିଲା l ସେଠାରେ ଡାକ୍ତର ଏସ. ଡି. ନାୟକ ମୃତ୍ୟୁ ଘୋଷଣା କରିବା ପରେ ପରିବାର ଓ ସ୍ଥାନୀୟ ବାସିନ୍ଦା ଙ୍କ ଉତେଜନା ଦେଖା ଯାଇଥିଲା ଓ ଡାକ୍ତର ସୁନୀଲ କୁମାର ବେହେରାକୁଂ ବହିଷ୍କାର ଓ ମୃତକ ଙ୍କ ପରିବାରକୁ ଉପଯୁକ୍ତ ଖେତି ପୂରଣ ଦାବି ସହ ଡାକ୍ତର ସୁନୀଲ କୁମାର ବେହେରା ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି ରେ ଉତ୍ୟକ୍ତ ଲୋକେ ରାଜରାସ୍ତା କୁ ଅବରୋଧ କରିଛନ୍ତି l ଘଟଣା ସ୍ଥଳରେ ବାଲିଗୁଡା ଉପଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ଆଲୋଚନା ବିଫଳ ହୋଇଛି l

ପାଣି ଖାଲ ରେ ପଡ଼ି ଜଣେ ମୃତ , ପୋଲିସ ବିଭାଗ ଦ୍ୱାରା ଅପମୃତ୍ୟୁ ମାମଲା ଦାୟାର !

!!! ଫୁଲବାଣୀ ଉପଖଣ୍ଡ ପ୍ରତିନିଧି ଜଳନ୍ଧର ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଫୁଲବାଣୀ) – କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅନ୍ତର୍ଗତ ଡ଼ଙ୍ଗୀସାହି ଗ୍ରାମରେ ଏକ ପାଣି ଖାଲରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ଶୋଭାଜନ ମଳିକ(୫୦) ଗ୍ରାମ ବପଲମେଣ୍ଡି (ଏଲ) ଥାନା ଟିକାବାଲି ବୋଲି ଜଣା ପଡ଼ିଛି। ସାନଭାଇ ଖଜୁରିପଡା ଡାକ୍ତର ଖାନାରେ ଚିକିଶ୍ଚିତ ହେଉଥିବାରୁ ତାଙ୍କୁ ଦେଖିବାକୁ ଶୋଭାଜନ ଆସିଥିଲେ। ସାନଭାଇଙ୍କୁ ଭେଟିବା ପରେ କୌଣସି ଏକ କାର୍ଯ୍ୟରୁ ଖଜୁରିପଡା ସ୍ଥିତ ଡ଼ଙ୍ଗୀସାହିକୁ ଯାଇଥିଲେ ।ଡ଼ଙ୍ଗୀସାହି ଠାରେ ଏକ ଖାଲରେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଖଜୁରିପଡା ପୋଲିସ ଅହଞ୍ଚି ସବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀ କୁ ପଠେଇଥିବା କହିଛନ୍ତି ଏସ ଆଇ ଉଦ୍ଧବ କୁମାର ଯାନି। ଏନେଇ ଖଜୁରିପଡା ଥାନାରେ ଏକ ଅପମୃତ୍ୟୁ ମାମଲା ୧୭/୨୦୨୦ରୁଜୁ ହୋଇ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ତଦନ୍ତ ଅଧିକାରୀ ଶ୍ରୀଯୁକ୍ତ ଯାନୀ।

ତହସିଲ୍ କାର୍ଯ୍ୟାଳୟରେ ଦଲାଲ୍ ସକ୍ରିୟ ଜାତିଗତ ପ୍ରମାଣପତ୍ର ପାଇଁ ଚାଳିଶ ହଜାର ଟଙ୍କା ଠକେଇ, ଥାନାରେ ଏତଲା !

!!! କ ନୂଆଗାଁ ପ୍ରତିନିଧି ଭବାନୀ ଶଙ୍କର ଜେନା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡା) – କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ କ ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି ପଞ୍ଚାୟତ ନୂଆସାହି ଗ୍ରାମର ଅଧିବାସୀ ଏଭିନନ୍ଦନ ପ୍ରଧାନ ଝିଅ ଅନୁସୟl ପ୍ରଧାନ କୁ ରାଇକିଆ ବ୍ଲକ ବରେଡ଼lକିଆ ସେବାଶ୍ରମ ରେ ନାମ ଲେଖାଇବା ପାଇଁ ଜାତିଗତ ପ୍ରମାଣପତ୍ର ଆବଶ୍ୟକ ପଡୁଥିବା ଯୋଗୁ ସେ ଆବଶ୍ୟକ ଜମି ପଟl ଜନ ସେବା କେନ୍ଦ୍ର ଜରିଆରେ କ ନୂଆଗାଁ ତହସିଲ କାର୍ଯ୍ଯାଳୟ ପ୍ରଦାନ କରିଥିଲେ l ଏହାପରେ ଗୁଞ୍ଜିବାଡ଼ି ଆର୍ ଆଇ ଆବଶ୍ୟକ କାଗଜ ପତ୍ର ନଥିବା ଦର୍ଶାଇ ଜାତିଗତ ପ୍ରମାଣପତ୍ର ଅଭିନନ୍ଦନ ପ୍ରଧାନକୁ ଦେଇନଥିଲେ l

ପୂର୍ବରୁ ଏହି କାଗଜ ପତ୍ର ରେ ଜାତି ଗତ ପ୍ରମାଣ ପତ୍ର ମିଳୁଥିବା କହି ଥିଲେବି ଆର ଆଇ ଶୁଣିନ ଥିଲେ l ଏହା ପରେ ଏକ ଦଲାଲ୍ ସୁଶାନ୍ତ ଦିଗାଲ ତହସିଲ୍ କାର୍ଯ୍ୟାଳୟରେ ମୋର ଚିହ୍ନl ପରିଛ ଅଛି ଟଙ୍କା ଖର୍ଚ୍ଚ କଲେ ଜାତିଗତ ପ୍ରମାଣପତ୍ର ମିଳିବ ତାହା ପରେ ତୁମ ଝିଅକୁ ହଷ୍ଟେଲ୍ ରେ ପଢାଇ ପାରିବ କହି ସମୁଦାୟ 40 ହଜାର ଟଙ୍କା ମାଗି ନେଇଥିଲେ l କିନ୍ତୁ ପରବର୍ତ୍ତୀ ସମୟରେ ଦଲାଲ୍ ଜଣଙ୍କ ଜାତି ଗତ ପ୍ରମାଣ ପତ୍ର ଦେଇ ନଥିଲେ କିମ୍ବା ଚାଳିଶ ହଜାର ଟଙ୍କା ଫେରେଇ ନଥିଲେ l ଏଭଳି ଠକାମୀର ଶିକାର ହୋଇଥିବା ନେଇ କ ନୂଆଗାଁ ଥାନାରେ ଏଭି ନନ୍ଦନ ପ୍ରଧାନ ଲିଖିତ ଅଭିଯୋଗ କରିଛନ୍ତି l ବର୍ତ୍ତମାନ ଝିଅ ରାଇକିଆ ଚୂନୁ କୁଲି ସାହିରେ ଥିବା ସମ୍ପର୍କୀୟ ଘରେ ରହି ବରେଡ଼lକିଆ ଆଶ୍ରମ ସ୍କୁଲ ରେ ଦ୍ଵିତୀୟ ଶ୍ରେଣୀ ପଢୁ ଅଛି l ତହସିଲ ପକ୍ଷରୁ ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଗଲେ ବରେଡ଼lକିଆ ସେବାଶ୍ରମରେ ରହି ସରକାରଙ୍କ ସମସ୍ତ ସହାୟତା ପାଇ ପଢ଼ିପାରିବ l ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଶିଶୁଟି ର ଶିକ୍ଷାଦାନ ପାଇଁ ଆବଶ୍ୟକ ଜାତିଗତ ପ୍ରମାଣପତ୍ର ଦେବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି l

ବିଦ୍ୟୁତ ସେବାରେ ଘୋଟାଲା ; ଗ୍ରାମବାସୀ ସେବା ବଦଳ ରେ ପାଉଛନ୍ତି ମିଛ ଆସ୍ବାଶନା !

!!! ବାଲିଗୁଡା ବ୍ଲକ ପ୍ରତିନିଧି ସାମଲ ଦିଗାଲ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡା) – କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଗାବାଙ୍ଗପଦର ଗ୍ରାମର ଯାଂଜେସପଙ୍ଗା ସାହିରେ । ଫେଲ ମାରିଛି ବିଦ୍ୟୁତ ଯୋଜନା କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟୁତ ସେବା ଦେଉଥିଲେ ମଧ୍ୟ। ଆଜିବି ପହଞ୍ଚି ପାରୁନି South.co କନ୍ଧମାଳ ଜିଲ୍ଲାର ଅନେକ ସ୍ଥାନରେ ଯୋଜନା । 2009ମସିହାରେ ଡବିଦ୍ୟୁତ ସଂଯୁଗ ହେଇଥିଲେ ମଧ୍ୟ କାର୍ଯ୍ୟ କାରୀ ସୁନ। ଏପର୍ଯ୍ୟନ୍ତ କାମବି2009ମସିହାରେ ସମ୍ପର୍ଣ୍ଣ କରାଯାଇଥିଲା । ହେଲେ କାର୍ଯ୍ୟକ୍ଷମ କରିବାକୁ ଭୁଲିଯାଇଛନ୍ତି ରାଜ୍ୟ ସରକାର। କାମ କରିବାର 10 ବର୍ଷରୁ ଅଧିକ ସମୟ ବିତିଲାଣି । ହେଲେ କାର୍ଯ୍ୟକ୍ଷମ ହୋଇପାରୁନାହିଁ ।

ସେପଟେ ଗ୍ରାମରେ ବିଦ୍ୟୁତ ତାର ସଂଯୁଗ ହେଇଛି କିନ୍ତୁ କାହା ଘରେ ବିଜୁଳି ଆଲୁଅ ର ଦେଖା ନାହିଁ। ସଂଯୁଗ ହେବା ପରେ ମାତ୍ର6ମାସ ଯାଏ ଗାଁକୁ ଆସିଲା ଆଲୁଅ 6ମାସ ପରେ ବିଜୁଳି ମାରିବା ପରଦିନ ଠାରୁ ଆଜି ପର୍ଯ୍ୟନ୍ତ ଅନ୍ଧାର ଭିତରେ ଯାଂଜେସପାଙ୍ଗା ଗାଁ ଲୋକେ ।ଆଶା କରିଥିଲେ ଗାଁ କୁ ଆଲୁକ ଆସିଲା ପିଲାମାନେ ଭଲ ପାଠ ପଢି ପାରିବେ କିନ୍ତୁ ସବୁ ଗାଁ ଲୋକଙ୍କ ପାଇଁ ସପ୍ନ ନା ସଂଯୋଗ ହୋଇପାରୁଛି ବିଦ୍ୟୁତ। ଭଲକରି ନଜର ପକାନ୍ତୁ ଏ ଦୃଶ୍ୟ ଉପରେ କେମିତି କେମିତି ସ୍ୱାଧୀନତା ର74ବର୍ଷ ବିତିଯାଇଥିଲେ ମଧ୍ୟ ଅସୁବିଧା ର ଶିକାର ହେଉଛନ୍ତି ନିରୀହ ଆଦିବାସୀ ମାନେ ।ବିଦ୍ୟୁତ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଗ୍ରାମପଞ୍ଚାୟତର ଗାବାଙ୍ଗ ପଦର (ଯାଂଜେସ ପଙ୍ଗା) ଦୀର୍ଘ ବର୍ଷ ହେବ କାର୍ଯ୍ୟକାରୀ ହେଉନାହିଁ । ଦୀର୍ଘ ବର୍ଷ ପରେ 2020 ମସିହାରେ1100ରୁ ଉର୍ଦ୍ଧ୍ବ ଟଙ୍କା ର ବିଲ ଆସି ଥିବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି । ଏପଟେ ବିଦ୍ୟୁତ ସମସ୍ୟା ଲାଗିରହିଛି। ସେପଟେ ସାମାନ୍ୟ ବର୍ଷା ହେଲେ ଲୋକମାନେ ଅନ୍ଧାରରେ ଦିନକାଟୁଛି। ଖୋଦ ସ୍ଥାନୀୟ ଲୋକେ ଏପରି ଅଭିଯୋଗ ଆଣିଛନ୍ତି। ଯାହା ଫଳରେ ବାଧ୍ୟ ହୋଇ ବର୍ଷ ବର୍ଷ ଧରି ଅନ୍ଧାରରେ ରହିବାକୁ ପଡୁଛି ଲୋକଙ୍କୁ। ପିଲାଙ୍କ ପାଠ ପଢା ଠାରୁ ଆରମ୍ଭ କରି ଚାଷ କାର୍ଯ୍ୟ ପର୍ଯ୍ୟନ୍ତ ସବୁକିଛି ଏହା ଦ୍ଵାରା ପ୍ରଭାବିତ ହେଉଛି। ସେଥିପାଇଁ ବାରମ୍ବାର ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଅଞ୍ଚଳବାସୀ। ଆମେ ଏହି ବିଷୟ ନେଇ ପଚାରି ବୁଝିବାରୁ SDO ଫୋନ ରେ କହୁଛନ୍ତି ଆମେ ଦେଖିବୁ। ତେବେ କେବେ କାର୍ଯ୍ୟକାରୀ ହେବ ବିଦ୍ୟୁତ ସମସ୍ୟା ଓ କାହିଁକି କାର୍ଯ୍ୟକ୍ଷମ ହୋଇପାରୁନାହିଁ ବିଦ୍ୟୁତ ସମସ୍ୟା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ଏହା ବିଭାଗୀୟ ଅଧିକାରୀ ଙ୍କୁ ନଜରକୁ ଆସୁନାହିଁ କିପରି। କେବେ କାର୍ଯ୍ୟକ୍ଷମ ହେବ ଆଉ କେବେ ଦୂର ହେବ ଅଞ୍ଚଳବାସୀଙ୍କ ସମସ୍ୟା ଦେଖିବାକୁ ବାକିରହିଲା ।

କୋଟଗଡ ସରକାରୀ କାର୍ଯ୍ୟକ୍ରମ ରେ ଗଣମାଧ୍ୟମ କୁ ଅଣଦେଖା

!!! କନ୍ଧମାଳ ଜିଲ୍ଲା କୋଟଗଡ଼ ରୁ କିରଣ ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋଟଗଡ) -କୋଟଗଡ ପଂଚାୟତ ସମିତି ରେ ରାଜ୍ୟ ସରକାରଙ୍କ ବହୁବିଧ ଯୋଜନା ର ସଫଳ ରୂପାୟନ ପାଇଁ ସରକାରୀ ପାଣ୍ଠି ର ବ୍ୟୟ କରି କରାଯାଉଛି ସଭା ସମିତି |ହେଲେ ଗଣମାଧ୍ୟମ କୁ ବେଖାତିର କରି କରାଯାଉଥିବାରୁ ସ୍ଥାନୀୟ ସାମ୍ବାଦିକ ମାନଙ୍କ ମନରେ କ୍ଷୋଭ ଦେଖାଦେଇଛି |ହେଲେ ସରକାରୀ କାର୍ଯ୍ୟକ୍ରମକୁ ଲୋକଲୋଚନ କୁ ଆଣିବା ରେ ପ୍ରମୁଖ ଭୂମିକା ବହନ କରିଥାଏ ଗଣମାଧ୍ୟମ ଏବଂ ସରକାରୀ ବାବୁ ମାନେ ସଠିକ ଭାବେ ସରକାରୀ ନିୟମ କୁ ପାଳନ କରୁଛନ୍ତି କି ନା ସର୍ବସାଧାରଣ ରେ ମଧ୍ୟ ଜାଣିବାର ଆବଶ୍ୟକ ରହିଛି ଓ ଏହାକୁ ସର୍ବ ସମ୍ମୁଖକୁ ଆଣିବାରେ ଗଣମାଧ୍ୟମ ଏକମାତ୍ର ପନ୍ଥା କିନ୍ତୁ କେଉଁ କାରଣ ରୁ କୋଟଗଡ ବ୍ଲକ ରେ ଗଣମାଧ୍ୟମ ବିନା ଓ ବିନା ପ୍ରଚାର ପ୍ରସାର ରେ ତାଲିମ ଶିବିର, ସଭା ସମିତି ଆୟୋଜିତ ହେଉଛି ତାହା ପ୍ରଶ୍ନବାଚୀ |ସେହିପରି ଗତକାଲି ଠାରୁ MGNREGA ଯୋଜନାରେ ସମସ୍ତ ପଂଚାୟତ ର GRS,ଗ୍ରାମ ମିତ୍ର, ପ୍ରାଣୀ ମିତ୍ର, OLM, ORMAS ର କାର୍ଯ୍ୟକର୍ତା ମାନଙ୍କୁ 4ଦିନିଆଁ ‘ବୃକ୍ଷ ଲତା କିପରି ସାଧାରଣ ଜୀବନ ରେ ଗୁରୁତ୍ୱ ବହନ କରେ ତାକୁ ନେଇ ତାଲିମ କାର୍ଯ୍ୟକ୍ରମ ଚାଲୁରହିଛି କିନ୍ତୁ ଲୁଚି ଛପି ପରିଚାଳନା ପଛରେ ଏପିଓ ସୂର୍ଯ୍ୟ ସେନାପତି ଙ୍କ କି ଉଦେଶ୍ୟ ଏବଂ ଏହି କାର୍ଯ୍ୟକ୍ରମ ରେ ଖୁଦ ବିଡିଓ କୈଳାଶ ଚନ୍ଦ୍ର ମୁର୍ମୁ ଉପସ୍ଥିତ ଥାଇ କିଭଳି ଏ ପ୍ରସଙ୍ଗ ରେ ସମ୍ପୃକ୍ତ ବାବୁଙ୍କୁ ଅବଗତ କରାଇନାହାନ୍ତି |ତେଣୁ ସଭା ସମିତି ତାଲିମ ମାଧ୍ୟମରେ ସରକାରୀ ଅର୍ଥ କୁ ନିଜ ପକେଟ କୁ ନେବାକୁ ଗଣମାଧ୍ୟମ ଆଢୁଆଳ ରେ ଚେଷ୍ଟା କରୁ ନାହାନ୍ତି ତ?

ଲଘୁଚାପ ଜନିତ ଲଗାଣ ବର୍ଷାରେ ସହର ମଧ୍ୟରେ କୃତ୍ରିମ ନଦୀ ।

!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କେନ୍ଦୁଝର) – ରାଜ୍ୟରେ ଲଘୁଚାପ ଜନିତ ବର୍ଷାଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଥିବା ଦେଖିବାକୁ ମିଳିଛି । ଏଥିରୁ ବାଦ ପଡିନି ଉପାନ୍ତ ଅଂଚଳ ଯୋଡ଼ା ସହର । ଗତ ୨୫ ତାରିଖରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଫଳରେ ସହର ମଧ୍ୟଦେଇ ଯାଇଥିବା ଯୋଡ଼ାର ଲାଇଫ ଲାଇନ କୁହାଯାଉଥିବା ସୁନା ନଦୀ ମଧ୍ୟ ଫୁଲିବାରେ ଲାଗିଛି । ତଳିଆ ଅଂଚଳ ଜଳମଗ୍ନ ହେଇଥିବା ବେଳେ ସହର ମଧ୍ୟରେ ଜଳ ନିଷ୍କାସନ ପାଇଁ ଡ୍ରେନର ସୁବିଧା ନଥିବା ହେତୁ ଅନେକ ସ୍ଥାନରେ ତିନିଦିନ ହେଲା ରାସ୍ତା ଉପରେ ପାଣି ଲହଡି ଭାଙ୍ଗୁଥିବାର ଦେଖିବାକୁ ମିଳିଛି । କୁନ୍ଦୁରନାଲା , କେମ୍ପ ହାଟିଙ୍ଗ , ସର୍ବସାଧାରଣ ଲାଇବ୍ରେରୀ ସାମ୍ନା , ଭୂତ ବଙ୍ଗଳା , ବାଂଶପାଣି , କୁମାରଯୋଡ଼ା ଇତ୍ୟାଦି ସ୍ଥାନରେ ଲୋକମାନେ ଯିବା ଆସିବା ପାଇଁ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ମୁସଳଧାରାରେ ବର୍ଷଅଯୋଗୁଁ ବାଂଶପାଣି ବସ୍ଥିରେ ଅନେକ ଘରେ ପାଣି ପଶି ଘରର ସମସ୍ତ ଆସବାହାପତ୍ର ନଷ୍ଟ ହେବା ସହିତ ଗମା ନାଏକ , ମାଳତୀ ନାଏକ , କୁମୁଦିନି ନାଏକ , ମମତା ନାଏକଙ୍କର ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଗତ ଅଗଷ୍ଟ ୨୧ତାରିଖରେ ଯୋଡ଼ା ପୌରପାଳିକା ରାଜ୍ୟର ଏକନମ୍ବର ପୌରପାଳିକାର ମାନ୍ୟତା ପାଇଛି । ଯୋଡ଼ା ପୌରପାଳିକା କହିଲେ ମାତ୍ର ୪ ରୁ ୫ କିଲୋମିଟର ମଧ୍ୟରେ ସୀମିତ । ହେଲେ ଏହାକୁ ସ୍ଵଛ , ନିର୍ମଳ ରଖିବାରେ ବହୁତ ପଛରେ । ଅଳ୍ପ କିଛି ବର୍ଷାରେ ସହରର ଅବସ୍ଥା ଯଦି ଏଭଳି ହେଇପାରେ ତେବେ ଏହା କିଭଳି ଏକନମ୍ବର ସ୍ଥାନ ଗ୍ରହଣ ଯୋଗ୍ୟ ତାହା ସାଧାରଣରେ ଆଲୋଚନାର ଖୋରାକ ଯୋଗାଇଛି । ବାଂଶପାଣି ଅଂଚଳରେ କୃତ୍ରିମ ନଦୀ ଯୋଗୁଁ ଅନେକ ଘର ଭାଙ୍ଗିଯାଇଥିଲେ ମଧ୍ୟ ଏଯାବତ କୌଣସି ପ୍ରଶାସନିକ ଅଧିକାରୀ ତଥା ପୌରପାଳିକା ସେମାନଙ୍କୁ ସାହାଯ୍ୟର ହାତ ବଢ଼ାଇ ନଥିବା ଜଣା ପଡ଼ିଛି । ଦେଖିବାକୁ ରହିଲା ଆଗାମୀ ଦିନରେ ଜଳ ନିଷ୍କାସନ ପାଇଁ ପୌରପାଳିକା କିପ୍ରକାର ପଦକ୍ଷେପ ଗ୍ରହଣ କରୁଛି ।