ଗଣମାଧ୍ୟମକୁ ଦୁର୍ବ୍ୟବହାର କରିଥିବା ପ୍ରତିବାଦରେ ଆଜି ଗଣମାଧ୍ୟମ ସଂଘ କନ୍ଧମାଳ ପକ୍ଷରୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଘୁ.ଉଦୟଗିରି ଙ୍କ ଜରିଆରେ ଆରକ୍ଷୀ ଅଧିକ୍ଷକ କନ୍ଧମାଳ ଙ୍କୁ ଦାବିପତ୍ର…!

!!! କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ରୁ ପ୍ରତନିଧି ତପସ୍ୱିନୀ ମଲିକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଜି.ଉଦୟଗିରି)- ଗତ ୧୮/୦୫/୨୦୨୧ ତାରିଖ କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଏସଆଇ ଦୀପକ ସାମନ୍ତ ସିଂହାର ଗଣମାଧ୍ୟମକୁ ଦୁର୍ବ୍ୟବହାର କରିଥିବା ପ୍ରତିବାଦରେ ଆଜି ଗଣମାଧ୍ୟମ ସଂଘ କନ୍ଧମାଳ ପକ୍ଷରୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଘୁ.ଉଦୟଗିରିଙ୍କ ଜରିଆରେ ଆରକ୍ଷୀ ଅଧିକ୍ଷକ କନ୍ଧମାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଗଣମାଧ୍ୟମ ସଂଘର ଉପ-ସଭାପତି ଗଗନ କୁମାର ପ୍ରଧାନ, ଉପ-ସଭାପତି ଫିଲିପ ଦିଗାଲ, ସୀମାଞ୍ଚଳ ସାହୁ, ଇସ୍ମାଇଲ ନାୟକ, ଇମ୍ମାନୁୟେଲ ନାୟକ, ସାମନ୍ତ ଶେଖର ନାୟକ, ତପସ୍ୱୀନୀ ନାୟକ, ଅନୀଲ କୁମାର ଦଳବେହେରା, ପତିତପାବନ ସାହୁ, ଚନ୍ଦ୍ରକାନ୍ତ ନାୟକ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ସୂଚନା ଥାଉ କି କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଗତ ୧୮ ତାରିଖ ମଧ୍ୟାନ ରାତ୍ରିରେ ଜଣେ କାର୍ଯ୍ୟରତ ସାମ୍ବାଦିକ, ଜିଲ୍ଲାପାଳ, ଆରଖି ଅଧିକ୍ଷକ, ଉପଖଣ୍ଡ ଆରଖି ଅଧିକ୍ଷକ, ଡିଆଇଜି ଏବଂ ଡିଜି ମୋର କିଛି କରିପାରିବେ ନାହିଁ ବୋଲି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଏସଆଇ ସାମନ୍ତ ସିଂହାରଙ୍କ ଅଡିଓ ଭାଇରାଲ ହୋଇଥିଲା । ଯାହାକି ସାମ୍ବାଦିକ ସମାଜ ପାଇଁ ସ୍ୱାଭିମାନ ହାନୀର କାରଣ ହୋଇଥିବା ଗଣମାଧ୍ୟମ ସଂଘ କନ୍ଧମାଳ ଅନୁଭଵ ହୋଇଛି । ଯଦି ପ୍ରଶାସନ ଏଥିପ୍ରତି କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତା ହେଲେ ଆଗାମୀ ଦିନରେ ପ୍ରତ୍ୟେକ ବ୍ଲକ ଏବଂ ଥାନା ଅଞ୍ଚଳରେ ଆନ୍ଦୋଳନ କରାଯିବା ବୋଲି ଉପ-ସଭାପତି ଗଗନ କୁମାର ପ୍ରଧାନ କହିଛନ୍ତି । ଏହା ଆତ୍ୟନ୍ତ ଦୁଃଖର ଘଟଣା ଆଶ୍ଲିଳ ଭାଷା ବ୍ୟବହାର କରି ଥିବା ପୁଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ଉପ-ସଭାପତି ଫିଲିପ ଦିଗାଲ Iଯଦି ପ୍ରଶାସନ ସାମ୍ବାଦିକଙ୍କ ସୁରକ୍ଷା ଏବଂ ସ୍ୱାଭିମାନ ସୁରକ୍ଷା କ୍ଷେତ୍ରରେ ଯତ୍ନବାନ ନ ହୁଅନ୍ତି ତା ହେଲେ ଆଗାମୀ ଦିନରେ ସମଗ୍ର ଜିଲ୍ଲାରେ ଆନ୍ଦୋଳନ କରାଯିବ ବୋଲି କନ୍ଧମାଳ ଗଣମାଧ୍ୟମ ସଂଘ ର ସଭାପତି ମିଲନ କହଁର ଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଫୁଲବାଣୀ ସହର ସରକାର ବୃଦ୍ଧ ବୃଦ୍ଧା ,ଭିନ୍ନକ୍ଷମ ,ବିଧଭା ମହିଳା ମାନଙ୍କ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଭତା ପ୍ରଦାନ ପାଇଁ ମଞ୍ଜୁର…!

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଲନ୍ଧର ବେହେରାଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (କନ୍ଧମାଳ)- କନ୍ଧମାଳ, ଜିଲ୍ଲା ଫୁଲବାଣୀ ସହର ସରକାର ବୃଦ୍ଧ ବୃଦ୍ଧା ,ଭିନ୍ନକ୍ଷମ ,ବିଧଭା ମହିଳା ମାନଙ୍କ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଭତା ପ୍ରଦାନ ପାଇଁ ମଞ୍ଜୁର କରିଥାନ୍ତି । ସେହି ହିତାଧିକାରୀ ଙ୍କୁ ପ୍ରତ୍ୟେକ ମାସର ୧୫ ତାରିଖରେ ୮୦ ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧା ୬୦ ପ୍ରତିଶତ ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ମାନଙ୍କୁ ୭୦୦ ଏବଂ ଅନ୍ୟ ହିତାଧିକାରୀ ଙ୍କୁ ୫୦୦ ଟଙ୍କା ଭତା ଦିଆଯାଉଛି । ଗତକାଲି ଫୁଲବାଣୀ ପୌରପରିଷଦ ର ୧୩ ଗୋଟି ୱାର୍ଡ ର ଭତା କେନ୍ଦ୍ର ରେ ଭତା ବଣ୍ଟନ କାଯାଇଥିବା ଦେଖିବା କୁ ମିଳିଥିଲା । ସେହି ଭତା ବଣ୍ଟନ କେନ୍ଦ୍ର ରୁ ହିତାଧିକାରୀ ମାନେ ଭତାପ୍ରଦାନ କାରୀ ଙ୍କ ଠାରୁ କେତେକ ହିତାଧିକାରୀ ୭୦୦ ଓ ୫୦୦ ଟଙ୍କା ଗ୍ରହଣ କରିଥିବା ବେଳେ ସେହି ଭଳି ଆଉ କେତେକ ବୃଦ୍ଧ ବୃଦ୍ଧା ଭିନ୍ନକ୍ଷମ ଙ୍କୁ ଭତା ଟଙ୍କା ମିଳି ନ ଥିଲା । ଟଙ୍କା ନଦେଇ ଭତା ପ୍ରଦାନକାରୀ ତୁମେ ଏଠାରେ ଟଙ୍କା ପାଇବ ନାହିଁ ତୁମ ପାସ ବୁକ ଯେଉଁ ବ୍ୟାଙ୍କରେ ଖୋଲିଛ ସେହି ବ୍ୟାଙ୍କରୁ ଟଙ୍କା ପାଇ ପାରିବ ବୋଲି କହିବାରୁ ବୃଦ୍ଧ ବୃଦ୍ଧା ଭିନ୍ନକ୍ଷମ ରୋଗୀ ହିତାଧିକାରୀ ମାନେ ଟଙ୍କା ନପାଇ ହତାଶ ହୋଇ ଫେରି ଯାଇଥିଲେ । ଯାହା ଫଳରେ ବୃଦ୍ଧ ବୃଦ୍ଧା ଭିନ୍ନକ୍ଷମ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।ବର୍ତ୍ତମାନ କୋରନା ସଂକ୍ରମଣ ସମୟରେ ଏହି ଭଳି ହିତାଧିକାରୀ ମାନେ ବ୍ୟାଙ୍କ ମାନଙ୍କରେ ଧାଡି ବାନ୍ଧି ଛିଡା ହୋଇ କୋଭିଡ ନିୟମ ପାଳନ କରି ସାମାଜିକ ଦୂରତା ରକ୍ଷା କରି ଭତା ଟଙ୍କା ଆଣିବା ସମ୍ଭବ ନୁହେଁ । ଏଭଳି ବ୍ୟକ୍ତି ମାନଙ୍କୁ ଗ୍ରାମାଞ୍ଚଳରେ ଘର କୁ ଘର ଯାଇ ସରକାର ଭତା ବଣ୍ଟନ କରିବା ପାଇଁ ବ୍ୟବସ୍ଥା କରିଥିବା ବେଳେ ସହରାଞ୍ଚଳରେ ବ୍ୟାଙ୍କ ଖାତାରେ ଭତା ଟଙ୍କା ପାଇବା ଅତି ପରିତାପର ବିଷୟ ଅଟେ। ସୂଚନାଯୋଗ୍ୟ ଫୁଲବାଣୀ ସହର ସ୍ଥିତ କାଚରା ସାହି ର ଜୟ ନାୟକ ୭୦ ବର୍ଷ ଜଣେ ପକ୍ଷଘାତ ଭିନ୍ନକ୍ଷମ ବ୍ୟକ୍ତି ଅଟନ୍ତି । ସେହି ବ୍ୟକ୍ତି ଠିକ ଭାବରେ କଥା କହି ପାରନ୍ତି ନାହିଁ କି ଠିକ ଭାବରେ ବାଟରେ ଚାଲିପାରନ୍ତି ନାହିଁ ସେହି ଭଳି ଲୋକଙ୍କୁ ବ୍ୟାଙ୍କ କୁ ଯାଇ ଟଙ୍କା ଉଠାଇବା ନିମନ୍ତେ କହିବାରୁ ହତାଶ ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ଫୁଲବାଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ପରାମର୍ଶ କରିବାରୁ ଭତା ପ୍ରଦାନରେ ସ୍ଵଛତା ଆସିବା ନିମନ୍ତେ ହିତାଧିକାରୀ ମାନଙ୍କୁ ବ୍ୟାଙ୍କ ଖାତା ମାଧ୍ୟମରେ ଭତା ପ୍ରଦାନ କରାଯିବା ନିମନ୍ତେ ସରକାର ଙ୍କର ନିର୍ଦେଶନାମା ରହିଛି ସେହି ନିର୍ଦେଶ ଅନୁସାରେ ସମସ୍ତ ହିତାଧିକାରୀ ଙ୍କୁ ବ୍ୟାଙ୍କ ଖାତାରେ ଭତା ଟଙ୍କା ପ୍ରଦାନ କରାଯିବ । ବର୍ତ୍ତମାନ ଫୁଲବାଣୀ ସହର ର ୨୧୦୦ ଶହ ହିତାଧିକାରୀଙ୍କ ଟଙ୍କା ବ୍ୟାଙ୍କ ଖାତା କୁ ପଠାଇ ଦିଆଯାଇଛି । ବୋଲି ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରା ସୂଚନା ଦେଇଥିଲେ । ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି କି ଭତା ପ୍ରଦାନରେ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ ଅଲଗା ଅଲଗା ନିୟମ ରଖିଛନ୍ତି । ଆଗରୁ ଯେପରି ହାତରେ ଭତା ଟଙ୍କା ଦିଆଯାଉଥିଲା ସେହି ବ୍ୟବସ୍ଥା ଆମ ମାନଙ୍କ ପାଇଁ ଠିକ ଥିଲା ବୋଲି ହିତାଧିକାରୀ ୮୦ ବର୍ଷ ବୃଦ୍ଧ ସୁକୁରୁ ନାୟକ ଗଣମାଧ୍ୟମ କୁ କହିଥିବା ବେଳେ । ବ୍ୟାଙ୍କ ଜରିଆରେ ଭତା ଟଙ୍କା ନଦେଇ ପୂର୍ବପରି ଭତା ପ୍ରଦାନ କରିବା ନିମନ୍ତେ ବୃଦ୍ଧ ବୃଦ୍ଧା ଭିନ୍ନକ୍ଷମ ରୋଗୀଣା ହିତାଧିକାରୀ ଙ୍କର ସରକାର ଙ୍କର ନିକଟରେ ଦାବୀ ହେଉଛି । ଏହା କୁ ଜିଲ୍ଲା ପ୍ରଶାସନ କେବେ ନଜର ଦେଉଛନ୍ତି ତାହା ଦେଖିବାର ବାକି ରହିଲା ।

କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ସରକାରଙ୍କ ଲକ ଡାଉନ ନିୟମକୁ ଖୋଲାଖୋଲି ଉଲଙ୍ଘନ…!

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଲନ୍ଧର ବେହେରାଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (କନ୍ଧମାଳ)- କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ସରକାରଙ୍କ ଲକ ଡାଉନ ନିୟମକୁ ଖୋଲାଖୋଲି ଉଲଙ୍ଘନ କରି ବ୍ୟବସାୟ ଚଳାଇବା ସହ ଗାଁକୁ ଗାଁ ବୁଲି ଏହି ବେସର କାରିଫାଇନାନସ କଂପାନୀରଣ ଟଙ୍କା ଲୋ କଙ୍କଠାରୁ ଯୋର ଜୁଲମ କରି ଆଦାୟ କରିବା ଅଭିଯୋଗ ହୋଇଥିଲା ।.ତାହା ସହ ସାମାଜିକ ଦୁରତ।ମଧ୍ୟ ନରଖି ବ୍ୟବସାୟୀକ କ।ରବାର ଚଳାଇ ଆସୁଥିଲ। । ଏ ସଂପର୍କରେ ଅଭିଯୋଗ ହେବା ପରେ ରାଇକିଆରଅତିରିକ୍ତ ତହସିଲଦାର ଅକ୍ଷୟ ଟୁଡ଼ୁ, ବିଡିଓ ପ୍ରବୀଣ କୁମାର ବାଣୁଆ ଓ ଥାନା ଅଧିକାରି ତରୁଣ ତପନ ବେହେରା ପ୍ରମୁଖ କାର୍ଯ୍ୟାଳୟକୁ ୧୫ ଦିନ ପାଇଁ ସିଲ କରିଦେଇଛନ୍ତି । ଫଳରେ କରୋନା ମହାମାରୀସମୟରେ ଋଣ ଟଙ୍କା ପରିଶୋଧ କରିବାକୁ ନେଇ ଚିନ୍ତାରେ ଥିବା ରାଇକିଆ ବ୍ଳକର ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟଯେ, କରେ । ନା ମହାମାରୀ ସମୟରେ ସରକାର ଲକ ଡାଉନ ସଟ ଡ଼ାଉନ ଘୋଷଣା କରିଥିବାବେଳେ ଲୋକଙ୍କ ଜୀବନ ଜିବିକା ପ୍ରଭାବୀତ ହୋଇଛି । ଲୋକେ କାମ ଧନ୍ଦା ନକରି ସରକାରଙ୍କ ନିୟମ ମାନି ଘରେ ରହୁଥିବାବେଳେ ଏହି ସଂସ୍ଥାର କର୍ମଚାରୀମାନେ ଦଳ ଦଳ ହୋଇ ରାଇକିଆ, ଟିକାବାଲି, ଚକାପାଦ ସାରଙ୍ଗଗଡ଼, ପାବୁରିଆ ଅଞ୍ଚଳ ରୁ ଘରକୁ ଘର ବୁଲିରଣ ଟଙ୍କା ଶୁଝିବାଲାଗି ଯୋର ଜବରଦସ୍ତ କରିବା ସହ କୁ ଆଡେ ଧମକ ମଧ୍ୟ ଦେଉଥିବା ଅର୍ଭିଯୋଗ ହୋଇଥିଲା । ଫଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଚଢାଉ କରିସିଲ କରିଛନ୍ତି ସୂଚନା ଯେ ଆଉ ଏମିତି ବହୁତ ଫାଇନାନ୍ସ କମ୍ପାନୀ ଗୁଡିକ ମଧ୍ୟ ଜିଲ୍ଲା ବାସୀଙ୍କୁ ହନ୍ତସନ୍ତ କରୁ ଛନ୍ତି ଏହି ମହା ମାରୀ ସମୟ ରେ ସେମାନଙ୍କ ଉପରେ ବି କଡା ନଜର ରହିଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ ।

କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ପସରାରେ ସରକାର ଙ୍କ ଯୋଜନା ଫୁ…!

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଲନ୍ଧର ବେହେରାଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (କନ୍ଧମାଳ)- ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ହାତ ପାଆନ୍ତାରେ ସ୍ୱଛ ପାନୀୟ ଜଳ ଯୋଗାଇ ଦେବାପାଇଁ ବସୁଧା ଯୋଜନା ପ୍ରଣୟନ କରିଛନ୍ତି । ଏଥିପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଅନୁଦାନ ମଧ୍ୟ ଯୋଗାଇ ଦେଉଛନ୍ତି । ହେଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଅବହେଳା, ଦାୟିତ୍ଵହୀନତା,ଯୋଗୁଁ ବର୍ଷ ବର୍ଷ ଧରି ବସୂଧା ଯୋଜନା ପ୍ରକଳ୍ପ ଅଧାପନୁରିଆ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳଥିବାବେଳେ ଆଉ କେଉଁଠି ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପ ଅଚଳ ହୋଇପଡିଥିବା ଦେଖିବାକୁ ମିଳୁଛି । ଅଭିଯୋଗ କଲେ ନାଁ ଦାୟୀତ୍ଵରେ ଥିବା ଯନ୍ତ୍ରୀ, ନା ବିଡିଓ ନା ସର ପଞ୍ଚ। ଏପରି ସ୍ଥଳେ ଗ୍ରାମ। ଞ୍ଚଳର ଲେକେ ଯୋଜନାର ସୁଫଳ ପାଇପାରୁ ନାହ।ନ୍ତି। ଏଭଳି ଏକ ଅର୍ଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ପସରା ପଞ୍ଚାୟତର ବରପଲ୍ଲି ଗ୍ରାମରୁ । ଗ୍ରାମରେ ପାନୀୟ ଜଳ ସମସ୍ୟା ଦୁର ପାଇଁ ଗ୍ରାମବାସୀଙ୍କ ବାରମ୍ଵାର ଦାବୀ ଫଳରେ ପ୍ରଶାସନ ପକ୍ଷରୁ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟରେ ବସୁ ଧା ଯୋଜନାରେ ଏକ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଥିଲା ବରପଲ୍ଲୀ ଗ୍ରାମରେ।

ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ଦେଖି ଗ୍ରାମବାସୀ ବେଶ ଖୁସି ହୋଇଥିଲେ। ପ୍ରକଳ୍ପ ହେବ ପାଣି ସମସ୍ୟା ଦୁର ହେବ। ହାତ ପାଆନ୍ତା ରେ ପାନୀୟ ଜଳ ମିଳିବ ବୋଲି କେତେ କଣ ଭାବି ଥିଲେ। ହେଲେ କାମ ଆରମ୍ଭ ହେବାର ମାସ କେଇଟା ହେଉଛି କି ନାହିଁ ଠିକାଦାର ଅଧା ପନ୍ତୁରିଆ ଅବସ୍ଥାରେ କାମ ବନ୍ଦକରିଦେବା ଫଳରେ ଅସପୂର୍ଣ୍ଣ ଅବସ୍ଥାରେ ପଡିଛି ପ୍ରକଳ୍ପ କାର୍ଯ୍ୟ, I ପ୍ରକଳ୍ପ କାର୍ଯ୍ୟ ସ।ରିବା ନେଇ ପ୍ରଶାସନ ଚିନ୍ତା କରୁ ନ ଥିବା ଅଭିଯୋଗ ହେଉଛି । ସହକ।ରି ଯନ୍ତ୍ରୀ ଓ ଠିକାଦାର ଙ୍କ ମଧ୍ୟରେ ବିବାଦ ଯୋଗୁଁ କାମବନ୍ଦ ଥିବା କୁହାଯାଉଥିବାବେଳେ ନିମ୍ନମାନର କାର୍ଯ୍ୟ ଯୋଗୁ କାମବନ୍ଦ ଥିବା କେହି କେହି କହୁଛନ୍ତି । ତେବେ ସରକାରଙ୍କ ଯୋଜନାଗୁଡିକ ଗ୍ରାମାଞ୍ଚଳରେ କିଭଳି କାର୍ଯ୍ୟକାରୀ ହେଉଛି ଓ ଲୋକେ କିଭଳି ସୁଫଳ ପାଉଛନ୍ତି ତାହା ବରପଲ୍ଲିରଏହି ପ୍ରକଳ୍ପକୁ ଦେଖିଲେ ଜାଣିହେବ । କେବଳ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିବା ସାର ହେଉଛି । କେବଳ ଏହି ଗୋଟିଏ ପାନୀୟ ଜଳ ପ୍ରକଳ୍ପ ନୁହେଁ ଜିଲ୍ଲାର ଅନେକ ସ୍ଥାନରେ ଏଭଳି ଅଧାପନୁରିଆ ଅବସ୍ଥାରେ ପ୍ରାନୀୟ ଜଳ ପ୍ରକଳ୍ପଗୁଡିକ ପଡିରହିଥିବା ଜଣାପଡିଛି । ଫଳରେ ସରକାରଙ୍କ ଲକ୍ଷ୍ୟ ସାଧିତ ହୋଇପାରୁନି ।

ଟାୱାର ଅଛି ହେଲେ କାମ ଦଉନି; ଖାଲି ସ୍ୱପ୍ନ ଦେଖାଉଛି କମ୍ପାନୀ …!

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଳନ୍ଧର ବେହେରା ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ଫିରିଙ୍ଗିଆ)- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବୂକ୍ ଅନ୍ତର୍ଗତ କେଳାପଡା ପଂଚାୟତ ବୈରିକୂମା ଠାରେ ଦିର୍ଘ ପାଞ୍ଚ ବର୍ଷ ରୁ ଜିଓ ଟାୱାର ଅବସ୍ଥାପିତ କରି ଅଞ୍ଚଳ ବାସୀଙ୍କୁ ଜିଓ କତୃପକ୍ଷ ସପନ୍ ଦେଖାଇ ଚୁପ୍ ରହିଛି ଦିନେ ନୁହେଁ ମାସେ ନୁହେଁ ବର୍ଷ ବର୍ଷ ଠପ୍ ହୋଇ ରହିଛି | ଫଳରେ ଜନସାଧାରଣ ନେଟୱର୍କ ସମସ୍ଯା କୁ ନେଇ ବହୁ ଅସୁବିଧା ସମୁଖିନ ହେବାକୁ ପଡୁଥିବା ଅଭିଯୋଗ ହୋଇଛି ଯାହା ଦ୍ବାରା ଟାଉଆର୍ ସଠିକ୍ ନେଟୱର୍କ ମିଳୁନଥିବାରୁ ଛାତ୍ରଛାତ୍ରୀମାନେ ଅନଲାଇନ ପାଠ ପଢ଼ିବାକୁ ସମସ୍ଯା ସମ୍ମୁଖୀନ ହେବାକୁ ପଡ଼ୁଥିବା କହିଛନ୍ତି ନେଟୱର୍କ ସଠିକ୍ ପହଞ୍ଚିପାରୁ ନଥିବାରୁ ଅପହଞ୍ଚ ଇଲାକାର ପାଇଁ ଏକ ସମସ୍ୟା ଘେରରେ ରହିଛି | ଜରୁରୀକାଳୀନ ପରିସ୍ଥିତି ସମୟରେ ଆମ୍ବୁଲାନ୍ସ କିମ୍ବା ଦମକଳ ବାହିନୀ ସହ ଯୋଗାଯୋଗ କରିବା ଅସମ୍ଭବ ବୋଲି କହିଛନ୍ତି | ଜନସାଧାରଣ ନେଟୱର୍କ ଆରମ୍ଭ କରିବାର ବହୁଦିନ ବିତିଯାଇଥିଲେ ମଧ୍ଯ ଏପର୍ଯନ୍ତ ନେଟୱର୍କ ତିଆରି ସରିନଥିବା ଗ୍ରାମ ବାସୀ କେଳାପଡ଼ା , ଭୃଙ୍ଗିଯୋଡି ପଂଚାୟତ ଗ୍ରାମବାସୀ ତୁରନ୍ତ ଜିଓ ନେଟୱାର୍କ ତିଆରି ପାଇଁ ଜିଓ କତୃପକ୍ଷ ଙ୍କୁ ସାଧାରଣ ରେ ଦାବି କରିଛନ୍ତି |

ଜଙ୍ଗଲ ଜମି ରେ ବେଆଇନ ଭାବେ ପାରମ୍ପରିକ ପୋଡ଼ୁ ଚାଷ ନା ରେ କୋଟି କୋଟି ଟଙ୍କା ମୂଲ୍ୟର ବହୁ ବଡ ବଡ ମୂଲ୍ୟବାନ ଗଛ ଧ୍ୱଂସ…!

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଳନ୍ଧର ବେହେରା ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ବାଲିଗୁଡ଼ା)- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ରେଞ୍ଜ ରେ ଶହ ଶହ ଏକର ଜଙ୍ଗଲ ଜମି ରେ ବେଆଇନ ଭାବେ ପାରମ୍ପରିକ ପୋଡ଼ୁ ଚାଷ ନା ରେ କୋଟି କୋଟି ଟଙ୍କା ମୂଲ୍ୟର ବହୁ ବଡ ବଡ ମୂଲ୍ୟବାନ ଶାଳ ପିଆଶାଳ ଶାଗୁଆନ ଗଛ ଗୁଡିକୁ କାଟି ଜଙ୍ଗଲ କୁ ପୋଡି ଦେଇ ପୋଡୁ ଚାଷ କରୁଛନ୍ତି ଅଞ୍ଚଳବାସୀ । ବନ ବିଭାଗ ପକ୍ଷରୁ ଚାରା ଓ ବୃକ୍ଷ ରୋପଣ , ଉଜୁଡା ଜଙ୍ଗଲ ର ପୁନଃ ଉଦ୍ଧାର , ନୂତନ ଜଙ୍ଗଲ ସୃଷ୍ଟି , ବନ୍ୟ ସୁରକ୍ଷା , ବନ୍ୟ ଉନ୍ନତି କାମ୍ପା ଯୋଜନା ଭଳି ବିଭିନ୍ନ ଯୋଜନା ମାଧ୍ୟମରେ ସରକାର କୋଟି ଟଙ୍କା ବ୍ୟୟ ବରାଦ କରିଥାନ୍ତି । ସରକାର ଯେଉଁ ମହତ ଉଦେଶ୍ୟ ରେ ଏହି ଯୋଜନା ପ୍ରଣୟନ କରିଛନ୍ତି ଯୋଜନା ସଫଳ ହେବା ପରିବର୍ତେ ବନଖଣ୍ଡ ଅଧିକାରୀ ଙ୍କର ଲାଭଖୋର ମନଭାବ ଏବଂ ଅପାରଗତା ଯୋଗୁଁ ଯୋଜନା ବିଫଳ ହେଉଛି । ଯାହାର ଜ୍ୱଳନ୍ତ ଉଦାହରଣ ରହିଛି ବାଲିଗୁଡା ବନଖଣ୍ଡ ଅଧିନସ୍ଥ ବନାଞ୍ଚଳ ରେଞ୍ଜ ଗୁଡିକର ଶହ ଶହ ଏକର ଜମିରେ ପୋଡ଼ୁ ଚାଷ ନିମିତ୍ତ ଜଙ୍ଗଲ ନଷ୍ଟର ପ୍ରକୃତ ଚିତ୍ର । ବାଲିଗୁଡା ବନଖଣ୍ଡ ଅଧିକାରୀ ଜଙ୍ଗଲ ଧ୍ୱଂସ ପ୍ରତି ଗୁରୁତ୍ୱ ନ ଦେଇ ନୂତନ ଜଙ୍ଗଲ ସୃଷ୍ଟି ନିମନ୍ତେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପ୍ରତି ଅଧିକ ଗୁରୁତ୍ୱ ଦେଉଥିବା ଜଣାପଡିଛି । ଦିନ ଦ୍ବୀ ପ୍ରହରରେ ମୂଲ୍ୟବାନ ଗଛ ଗୁଡିକ ଜଙ୍ଗଲ ରୁ ନଷ୍ଟ ହୋଇ ଯାଉଥିବା ବେଳେ ବନ ବିଭାଗ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି l ବାଲିଗୁଡା ବନଖଣ୍ଡ ଅଧିକାରୀ ଜଙ୍ଗଲ ସୁରକ୍ଷା ପ୍ରତି ଗୁରୁତ୍ୱ ନଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରୁ ଅଧିକ ପିସି ପାଇବା ନିମନ୍ତେ ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ ଏବଂ ପାରା ଷ୍ଟାଫ ମାନଙ୍କୁ ବୃକ୍ଷ ରୋପଣ କାର୍ଯ୍ୟରେ ଲଗାଇ ସର୍ବଦା ବ୍ୟସ୍ତ ରହୁଥିବା ଦେଖିବା କୁ ମିଳିଛି । ଗାଁ ଗାଁ ରେ ବନ୍ୟ ସରଂକ୍ଷଣ ସମିତି ଗୁଡିକ ଗଠନ କରାଯାଇଛି ହେଲେ ସେହି ଅଞ୍ଚଳ ଉନ୍ନତି କରଣ ଏବଂ ବୃକ୍ଷ ରୋପଣ ନାଁ ରେ କୋଟି କୋଟି ଟଙ୍କା ହଡପ ହେଉଥିବା ଅଭିଯୋଗ ହେଉଛି । ବନଖଣ୍ଡ ଅଧିକାରୀ ଙ୍କର ଏତାଦୃଶ କାର୍ଯ୍ୟ ଦେଖି ବାଲିଗୁଡା ବନଖଣ୍ଡ ରେ ଗୋଦରା କୋଡେ ଯେତେ ମାଡେ ସେତେ ନ୍ୟାୟ ରେ ଚାଲିଛି ବୋଲି ଆଲୋଚନା ଜୋର ଧରିଛି । ବାଲିଗୁଡା ବନଖଣ୍ଡ ଅଧିକାରୀ ବନପାଳ ମାନଙ୍କୁ ୩୫ ପ୍ରତିଶତ ଠାରୁ ଅଧିକା ପିସି ମାଗୁଥିବା ଅଭିଯୋଗ ହେଉଛି । ଯେଉଁ ବନପାଳ ବନଖଣ୍ଡ ଅଧିକାରୀ ଙ୍କର ଚାହିଦା ମୁତାବକ ପିସି ଦେଉ ନାହାନ୍ତି ସେହି ଅଭିଜ୍ଞ ତାଲିମ ପ୍ରାପ୍ତ ସିନିଅର ବନପାଳ ହରିଶ ପ୍ରଧାନ, ଗିରିଶ ସାହୁ,ଦେବାଶିଷ ଚୌଧୁରୀ, ଜ୍ୟୋତିରାଜ ମଲ୍ଲିକ, ପ୍ରତିମା ନାୟକ , କୈଳାସ ସାହୁ, ପ୍ରିୟଙ୍କା ପ୍ରଧାନ, ଟିକେଶ୍ୱର ବେହେରା, ଶିବାଜୀ ବେହେରା, ଡେ଼ପୁଟି ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁ , ଙ୍କୁ କୁଆଡେ ଡିଭିଜନ କାର୍ଯ୍ୟାଳୟ ଏବଂ ରେଞ୍ଜ କାର୍ଯ୍ୟାଳୟ ରେ ଆଟାଜମେଣ୍ଟ କରିଥିବା ଜଣାପଡ଼ିଛି । ବନଖଣ୍ଡ ଅଧିକାରୀ ଙ୍କୁ ଯେଉଁ ବନ କର୍ମଚାରୀ ସନ୍ତୁଷ୍ଟ କରିପାରୁଛନ୍ତି ସେହି ଅନଭିଜ୍ଞ ବନରଖି ମାନଙ୍କୁ ବିଭିନ୍ନ ସେକ୍ସନ ଦାୟିତ୍ବ ଦିଆଯାଇଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଅଫିସ କର୍ମଚାରୀ ଓ ବନ ବିଭାଗ କର୍ମଚାରୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେହିଭଳି ବଡ଼ ବଡ଼ ଗଛ ଲଗାଇବା ନିମନ୍ତେ ଦଣ୍ଡପଦର ଠାରୁ ଦାରିଙ୍ଗବାଡି ୫୯ ନଂ ଜାତୀୟ ରାଜପଥ କଡ଼ରେ ଟ୍ରାନ୍ସ ଲୋକେସନ ସ୍ଥାନାନ୍ତର ଯୋଜନା ରେ ଦୁର୍ନୀତି କରି ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ବନଖଣ୍ଡ ଅଧିକାରୀ ଙ୍କ ନାମରେ ସଙ୍ଗୀନ ଅଭିଯୋଗ ରହିଛି । ବାଲିଗୁଡା ବନଖଣ୍ଡ ଅଧିକାରୀ ଙ୍କ ମାନସିକ ନିର୍ଯ୍ୟାତନା ଅପମାନ ସହ୍ୟ କରି ନପାରି ପୁଷ୍ପିତା ନାୟକ, ଇନ୍ଦିରା ନାୟକ ଏବଂ ନବୀନ ଚନ୍ଦ୍ର ମଲ୍ଲିକ ନାମକ ୩ ଜଣ ବନପାଳ ଚାକିରୀ ର କାର୍ଯ୍ୟକାଳ ସମୟ ଥାଇ ମଧ୍ୟ ବାଧ୍ୟ ହୋଇ ଅବସର ନେଇଥିବା ଜଣାପଡିଛି ।ତତ୍ ସହିତ ଜଣେ ବନପାଳ ପ୍ରତି ଆକ୍ରୋଶ ମୂଳକ ପଦକ୍ଷେପ ନେଇ ସରକାରୀ ସମ୍ପତି ହେରଫେର ଅଭିଯୋଗ ରେ ମିଥ୍ୟା ଆରୋପ ଲଗାଇ କାର୍ଯ୍ୟ ରୁ ନିଲମ୍ବିତ କରିଥିବା ଜଣାପଡିଛି । ହେଲେ ଥାନାରେ ବନପାଳ ଙ୍କ ନାମରେ କୌଣସି ମାମଲା ରୁଜୁ ହୋଇ ନାହିଁ । କେଉଁ କାରଣରୁ ବନପାଳ ଙ୍କୁ ନିଲମ୍ବନ କରାଗଲା ତାହା ସ୍ପଷ୍ଟ କରୁନି ବନ ବିଭାଗ । ବନଖଣ୍ଡ ଅଧିକାରୀ ଙ୍କର ମନମୁଖୀ କାର୍ଯ୍ୟକଳାପ ଓ କାର୍ଯ୍ୟାନୁଷ୍ଠାନ ଭୟରେ ଅନେକ କର୍ମଚାରୀ ଛୁଟି ରେ ରହିବାକୁ ଶ୍ରେୟ ମଣୁଛନ୍ତି ।ସେକ୍ସନ ଗୁଡିକ ରେ ଅନଭିଜ୍ଞ ବନରଖି ମାନଙ୍କୁ ଦାୟିତ୍ୱ ଦିଆଗଲେ ଆମ ଜଙ୍ଗଲ କେତେ ସୁରକ୍ଷିତ ତାହା ସହଜେ ଅନୁମେୟ ।ଜଙ୍ଗଲ ରୁ କାଠ ଖଣ୍ଡିଏ ହାଣିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ହେଲେ ଶହ ଶହ ଜଙ୍ଗଲ ପୋଢ଼ି ନଷ୍ଟ କରାଯାଉଥିଲେ ହେଁ କାହା ସ୍ୱାର୍ଥ ରେ ବିଭଗିୟା କାର୍ଯ୍ୟନୁଷ୍ଠାନ ଗ୍ରହଣ କାଯାଉନାହିଁ । ବନବିଭାଗ ରେ ହୋଇଥିବା ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ କେବେ କରିବ ତାହା ଦେଖି ବାର ବାକି ରହିଲା

ବିଦେଶୀ ମଦ ଦୋକାନରେ ହୋଇ ଥିବା ଡକାୟତୀ ଘଟଣାର ପର୍ଦ୍ଧାଫାସ କରିଛି ତୁମୁଡ଼ିବନ୍ଧ ପୁଲିସ…!

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଳନ୍ଧର ବେହେରା ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ତୁମୁଡିବନ୍ଧ)- ଗତ ତା ୧୨.୦୫, ୨୦୨୧ ତାରିଖ ଦିନ ତୁମୁଡିବନ୍ଧସ୍ଥିତ ଥାନା ଅଧିନସ୍ଥ ଆମ୍ବେଦକର ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନରେ ହୋଇ ଥିବା ଡକାୟତୀ ଘଟଣାର ପର୍ଦ୍ଧାଫାସ କରିଛି ତୁମୁଡ଼ିବନ୍ଧ ପୁଲିସ । ଏହି ଘଟଣାର ତଦନ୍ତ କରି ଡକାୟତଙ୍କ ପାଖରେ ପହଞ୍ଚି ୯ ଜଣ ଡକାୟଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ଅଭିଯୋଗ ଅନୁସାରେ ବିଦେଶୀ ମଦ ଦୋକାନର ମାଲିକ ଋତୁ କିଶୋର ସାହୁ ତୁମୁଡିବନ୍ଧ ଥାନାରେ ତାଙ୍କ ବିଦେଶୀ ମଦ ଦୋକାନରୁ ଗତ ୧୧,୦୫.୨୦୨୧ ରିଖ ରାତ୍ର ୧୧.୦୦ ଘଣ୍ଟିକା ସମୟରେ କିଛି ଅଜଣା ବ୍ୟକ୍ତି ଦୋକାନକୁ ବଳ ପୂର୍ବକ ପଶି ତାଙ୍କର ଜଣେ କର୍ମଚାରୀ ଓ ଜଣେ ସହଯୋଗୀଙ୍କୁ ବାନ୍ଧି ମାଡମାରି ପାଖା ପାଖ ୬ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକାରର ସାମଗ୍ରୀ ତଥା ବିଦେଶୀ ମଦ, ଗୋଟିଏ ସ୍କୁଟି ସିସିଟିଭି ହାର୍ଡ ଡିସ୍କ, ଇଭର୍ଟର ମେସିନ ଚୋରି କରି ଥିବାର ଅଭିଯୋଗ କରିଥିଲେ । ଏହାକୁ ନେଇ ଚୁମୁଡିବନ୍ଧ ଥାନା ପୁଲିସ କେସ ନମ୍ବର ୨୯/୨୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ।

ଘଟଣାରକୁ ଗୁରୁତ୍ବର ସହ ନେଇ କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦେଶ କ୍ରମେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ବାଲିଗୁଡ଼ା ମନୋଟ୍ଟ କୁମାର ପୁଝାହାରିଙ୍କ ନେତୃତ୍ବରେ ଥାନା ଅଧିକାରୀ ବାବା ଶଙ୍କର ସରାଫ ଓ ଅନ୍ୟ ପୁଲିସ ଅଧିକାରୀ ଏକ ସ୍ବତନ୍ତ୍ର ଟିମ ଡକାୟତୀ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ଟିମ ଘଟଣାରେ ସମ୍ପୃକ୍ତ ଥିବା ନଅ ଜଣ ଡକାୟତଙ୍କୁ ଧରି ପଚରା ଉଚୁରା କରି ଥିଲା । ଜେରା ବେଳେ କେ. ନୂଆଗାଁ ଥାନା ଅଞ୍ଚଳରୁ ଲୁଟ ହୋଇଥିବା ବିଦେଶୀ ମଦ ଜବତ କରିଥିଲା ।ଏହି ଘଟଣାରେ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀଙ୍କ ସହଯୋଗୀ ଏଥିରେ ସମ୍ପୃକ୍ତ ଥିବାର ଜଣା ପଡିଛି । ତଦନ୍ତ ସମୟରେ ଜଣା ପଡିଲା ଯେ, ଲୁଟରେ ସମ୍ପୃକ୍ତ ଥିବା ଏହି ଗ୍ୟାଙ୍ଗ ଏକାଧିକ ହାଇୱେ ଲୁଟରେ ମଧ୍ୟ ସମ୍ପୃକ୍ତ ଅଛନ୍ତି ଏବଂ ହାଇୱେ ଲୁଟରେ ଅନଲାଇନ ସପିଙ୍ଗ କମ୍ପାନୀର ବିପୁଳ ପରିମାଣର ବିଭିନ୍ନ ପ୍ରକାରର ସାମଗ୍ରୀ ମଧ୍ୟ ଜବତ କରାଯାଇଅଛି ଏବଂ ଏ ସଙ୍କ୍ରାନ୍ତରେ ପଡୋଶୀ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତାଧୀନ ଅଛି । ଏହା ସହିତ ଆସାମୀ ମାନଙ୍କ ଠାରୁ ଏକ ଧାରୁଆ ଛୁରି ଏକ ଖେଳଣା ପିସ୍ତଲ ଏବଂ ଲୁଟ ହୋଇଥିବା ସ୍କୁଟି ସିସିଟିଭି ହାର୍ଡଡିସ୍କ ଇନଭର୍ଟର ମେସିନ ଏବଂ ଗୋଟିଏ ମୋବାଇଲ ଜବତ କରାଯାଇଅଛି । ଏହି ଅସାମାଜିକ ବ୍ୟକ୍ତି ମାନେ ତୁମୁଡିବନ୍ଧ ଅଞ୍ଚଳରେ ବିଭିନ୍ନ ଅସାମାଳିକ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି । ଘଟଣାରେ ସମ୍ପୃକ୍ତ ଥିବା ୯ ଜଣ ଆସାମୀ ଗିରଫ ହୋଇଥିବା ବେଳେ ଜଣେ ଆସାମୀ ଫେରାର ହୋଇ ଥିବା ବୋଲି ଏସଡିପିଓ ମନୋଜ ପୂଜାହାରି ସୂଚନା ଦେଇଛନ୍ତି ।

ଟିକାବାଲି ଏ ଏମ ସି ଏସ ମହାବିଦ୍ୟାଳୟ ତରଫରୁ ଜିଲ୍ଲାସ୍ତରୀୟ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! କନ୍ଧମାଳ ଜିଲ୍ଲା ଟୀକାବାଲି ରୁ ସନୁଜ କୁମାର ବେହେରା ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ଟିକାବାଲି)- କନ୍ଧମାଳ ଜିଲ୍ଲା ଟିକାବାଲି ଏ ଏମ ସି ଏସ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ତରଫରୁ ଜିଲ୍ଲାସ୍ତରୀୟ କରୋନା ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀଧର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଦୀନବନ୍ଧୁ ମହାନ୍ତି ଅତିଥିଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ସେବା ଜାତୀୟ ଯୋଜନା ଅଧିକାରୀ ତଥା ଉପ ଶାସନ ସଚିବ ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ସରକାର ଡ଼ଃ ରମେଶ ଚନ୍ଦ୍ର ବେହେରା ଏବଂ ବ୍ରହ୍ମପୁର ଉଚ୍ଚ ଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ଡ଼ଃ ଲକ୍ଷ୍ମୀକାନ୍ତ ତ୍ରିପାଠୀ ଯୋଗଦେଇ କରୋନା ମୁକାବିଲାରେ ପ୍ରୋଗ୍ରାମ ଅଫିସର ଓ ସ୍ୱେଚ୍ଛାସେବୀଙ୍କ ଭୂମିକା କିପରି ରହିବ ଏବଂ ନିଜେ ସଚେତନ ହୋଇ ନିଜର ସୁରକ୍ଷା କରିବା ସହିତ ଅନ୍ୟ ଜୀବନକୁ କିପରି ସୁରକ୍ଷା ନିଆଯାଇପାରିବ ସେନେଇ ଆଲୋଚନା କରିଥିଲେ । ଏଥି ସହିତ ମୁଖ୍ୟବକ୍ତା ଭାବରେ ଡାକ୍ତର ସନ୍ତୋଷ କୁମାର ପଟ୍ଟନାୟକ ଯୋଗଦେଇ କରୋନାର ଭୟାବହତା ଓ ନିରାକରଣ ଉପରେ ଆଲୋଚନା କରିଥିଲେ । ଭୁବନେଶ୍ୱରସ୍ଥିତ ଓୟୁଏଟି ସହକାରୀ ସଂଯୋଜକ ନିରୋଦ ଚରଣ ଖୁଣ୍ଟିଆ ଯୋଗଦେଇ ଏହି ସମୟରେ ସ୍ୱେଚ୍ଛାସେବୀଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ । ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର କୋଡ଼ିନେଟର ଡ଼. ଧ୍ରୁବଚରଣ ପଣ୍ଡା ଏବଂ କୋରାପୁଟ ଜିଲ୍ଲାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ କିଶୋରଚନ୍ଦ୍ର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପ୍ରୋଗ୍ରାମ ଅଫିସର ବିରୁପାକ୍ଷ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ କେନ୍ଦ୍ର ସରକାର ଓ ଓଡ଼ିଶା ସରକାର କରୋନାର ଦ୍ୱିତୀୟ ଲହରକୁ ମୁକାବିଲା କରୁଥିବା ବେଳେ କନ୍ଧମାଳ ଜିଲ୍ଲାର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ଏଥିରେ ସାମିଲ ହୋଇ କରୋନାକୁ କିପରି ପ୍ରତିହତ କରିପାରିବେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା । ଏଥିରେ ୬ଜଣ ଅଧ୍ୟକ୍ଷ ୨୪ଜଣ ପ୍ରୋଗ୍ରାମ ଅଫିସର ୫୮ ଜଣ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ ।

ସଂସଦୀୟ କ୍ଷେତ୍ରର କୋଭିଡ୍‍ ସମୀକ୍ଷା କଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ..!

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଳନ୍ଧର ବେହେରା ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ଜିଲ୍ଲାରେ କୋଭିଡ୍‍ ପରିଚାଳନା ନେଇ ସାଂସଦ ଅଚ୍ୟୁତ ସାମନ୍ତ ନିୟମିତ ସମୀକ୍ଷା ଜାରି ରଖିଛନ୍ତି। ପ୍ରତି ସପ୍ତାହରେ ସଂସଦୀୟ କ୍ଷେତ୍ରର ବିଭିନ୍ନ ଜିଲ୍ଲାପାଳଙ୍କ ସହ କୋଭିଡ୍‍ ପରିଚାଳନା ନେଇ ଆଲୋଚନା କରିଆସୁଛନ୍ତି। ଚଳିତ ସପ୍ତାହରେ ସାଂସଦ ଶ୍ରୀ ସାମନ୍ତ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାପାଳଙ୍କ ସହ ଟେଲିଫୋନ ଯୋଗେ ଉଭୟ ଜିଲ୍ଲାର ସ୍ଥିତି ସମୀକ୍ଷା କରିଥିଲେ। ଇତି ମଧ୍ୟରେ ବୌଦ୍ଧ ଓ କନ୍ଧମାଳ ଜିଲ୍ଳାକୁ ମଧ୍ୟ କରୋନା ବ୍ୟାପିଥିବା ବେଳେ କୋଭିଡ୍‍ ପରିଚାଳନା କ୍ଷେତ୍ରରେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀମାନେ ପୂର୍ଣ୍ଣମାତ୍ରାରେ ଲାଗି ପଡ଼ିଛନ୍ତି। ଯାହା ଦ୍ୱାରା ସଂକ୍ରମଣ ନିୟନ୍ତ୍ରଣରେ ସଫଳତା ମିଳିପାରିଛି। ବୌଦ୍ଧ ଜିଲ୍ଲାରେ ୧୨୦ ଶଯ୍ୟା ଓ ଭେଣ୍ଟିଲେଟର୍‍ ସହ ୬ ଆଇସିୟୁ ଥିବା ବେଳେ କୋଭିଡ୍‍ କେୟାର କେନ୍ଦ୍ରରେ ୨୦୦ ଶଯ୍ୟା ଉପଲବ୍‍ଧ ରହିଛି। ରବିବାର ସୁଦ୍ଧା ୬୦ଜଣ କରୋନା ସଂକ୍ରମିତ ରୋଗୀ ଚିକିତ୍ସାଧୀନ ରହିଥିବା ସାଂସଦ ଜାଣିବାକୁ ପାଇଛନ୍ତି। ସଂପ୍ରତି ଦେଶର ବିଭିନ୍ନ ସ୍ଥାନରେ ଅମ୍ଳଜାନ ପ୍ଲାଣ୍ଟ ଖୋଲିବା ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ପରେ ଏବେ ବୌଦ୍ଧ ଜିଲ୍ଳାକୁ ଏକ ପ୍ଲାଣ୍ଟ ମିଳିଛି। ବୌଦ୍ଧ ଏନ୍‍ଏଚ୍‍ଆଇ ଏହାର ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ପ୍ଲାଣ୍ଟର ବୈଷୟିକ କାର୍ଯ୍ୟ ଡିଆର୍‍ଡିଏ ହାତକୁ ନେଇଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇ ଅମ୍ଳଜାନ ଯୋଗାଣ କାର୍ଯ୍ୟ ଆରମ୍ଭ ହେବ। ସେହିପରି କନ୍ଧମାଳ ଜିଲ୍ଲାକୁ ମଧ୍ୟ ଏକ ଅମ୍ଳଜାନ ପ୍ଲାଣ୍ଟ ମିଳିଥିବା ବେଳେ ଖୁବ୍‍ ଶୀଘ୍ର ଏଠାରେ କାମ ଆରମ୍ଭ ହେବାକୁ ଯାଉଛି। ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଅମ୍ଳଜାନ ପ୍ଲାଣ୍ଟ ନିର୍ମାଣ ହେବାକୁ ଯାଉଥିବାରୁ ସାଂସଦ ସନ୍ତୋଷ ପ୍ରକାଶ କରି ଭାରତ ସରକାର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ସେହିପରି କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ଓଡ଼ିଶା କୋଭିଡ୍‍ ହସ୍‍ପିଟାଲ୍‍ ଚାଲୁ ରହିଥିବା ବେଳେ ଏହାର ପରିଚାଳନା ଦାୟିତ୍ୱ କିମ୍‍ସକୁ ଦିଆଯାଇଛି। ଏଥିରେ ୮୦ ସାଧାରଣ ଶଯ୍ୟା, ୨୦ ଏଚଡିୟୁ ଶଯ୍ୟା ଏବଂ ୨୦ ଆସିୟୁ ଶଯ୍ୟା ରହିଥିବା ବେଳେ ଏବେ ୫୨ଜଣ ରୋଗୀ ରହିଛନ୍ତି ବୋଲି ସମୀକ୍ଷା ସମୟରେ ସାଂସଦ ଶ୍ରୀ ସାମନ୍ତ ଜାଣିବାକୁ ପାଇଛନ୍ତି। ଏଥିସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭ଟି କୋଭିଡ୍‍ କେୟାର ସେଣ୍ଟର ରହିଥିବା ବେଳେ ଏଥିରେ ମୋଟ୍‍ ୧୨୯୫ ଶଯ୍ୟା ରହିଛି। କନ୍ଧମାଳ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ମଧ୍ୟ କୋଭିଡ୍‍ ପରିଚାଳନା ପାଇଁ ଯଥେଷ୍ଟ ପ୍ରୟାସ ଜାରି ରଖିଛନ୍ତି। ସାଂସଦ ଶ୍ରୀ ସାମନ୍ତଙ୍କ ଦ୍ୱାରା ତାଲାବନ୍ଦ ସମୟରେ ଓଡ଼ିଶାର ୧୫ ଜିଲ୍ଲାରେ ଆରମ୍ଭ କରାଯାଇଥିବା ମଧ୍ୟାହ୍ନ ଭୋଜନ ବଣ୍ଟନ କାର୍ଯ୍ୟକ୍ରମରେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାକୁ ମଧ୍ୟ ସାମିଲ କରଯାଇଛି। ସେହିପରି ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କ ସହ କୋଭିଡ୍‍ ପରିଚାଳନା ନେଇ ସାଂସଦ ଅଲୋଚନା କରିଥିବା ବେଳେ ଭଞ୍ଜନଗରରେ କୋଭିଡ୍‍ ପରିଚାଳନା ନେଇ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସହ ଆଲୋଚନା କରିଥିଲେ। କନ୍ଧମାଳ ସଂସଦୀୟ କ୍ଷେତ୍ର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସାଂସଦ ଶ୍ରୀ ସାମନ୍ତ ସୂଚନା ଦେଇ କହିଛନ୍ତି ସଂସଦୀୟ କ୍ଷେତ୍ରରେ କୋଭିଡ୍‍ ନେଇ ଯେତେବେଳେ ଯାହା ଆବଶ୍ୟକ ହେବ ସେ ତୁରନ୍ତ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି। ଶ୍ରୀ ସାମନ୍ତ ଭୁବନେଶ୍ୱର ରହୁଥିବାରୁ ସଂସଦୀୟ କ୍ଷେତ୍ରରୁ ଭୁବନେଶ୍ୱରକୁ ଆସୁଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା ସଂପର୍କରେ ପଚାରି ବୁଝୁଛନ୍ତି।

ଆମେ ତ ପୋଲିସ ବାବୁ ଆମକୁ କିଏ କଣ କରିବ…!

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଳନ୍ଧର ବେହେରାଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ଜିଲାରେ ଏକ ବାଇକ ର ଗାଡି ନମ୍ବର ରେ ଚାଲୁଚି ରାଇକିଆ ଥାନାର ବୋଲେରୋ ଗାଡି |ଏହି ବୋଲେରୋ ଗାଡି ଧରି ରାଇକିଆ ଥାନାର ଆଇ.ଆଇ.ସି ତରୁଣ ତପନ ବେହେରା ଏବଂ ତାଙ୍କ ଟିମ ସହ ଜାଣି ସୁଣି ବୁଲୁଥିବା ଦେଖିବାକୁ ମିଳୁଛି |୨୦୨୧ ମସିହା ରୁ ସଡ଼କ ସୁରକ୍ଷା ନିୟମ କିଛି ମାତ୍ରାରେ ବଦଳିଯିବା ପରେ ଜଣେ ବ୍ୟକ୍ତି ଯଦି ହେଲମେଟ ଭି ପିନ୍ଧିନ ଥାଏ ତେବେ ଏକ ହଜାର ଟଙ୍କାର ଫାଇନ ଦେବାକୁ ପଡୁଛି |ଯଦି ସରକାରୀ କର୍ମ ଚାରି ହୋଇ ଏଭଳି ଜାଣି ସୁଣି ଭୁଲ କାମ କରାନ୍ତି ତେବେ ଆଇନ ଏମାନଙ୍କ ପ୍ରତି କେତେ ଫାଇନ ଆଦାୟ କରିବା ଉଚିତ ?.. ଲୋକଙ୍କୁ ଧରି ଫାଇନ ହଜାର ହଜାର ଟଙ୍କା ଯିଏ ଆଦାୟ କରୁଛନ୍ତି ଆଜି ନିଜେହିଁ ଜାଣି ସୁଣି ଭୁଲ କରିଛନ୍ତି | ଏଥି ପାଇଁ ଦାଈ ହେବ କିଏ ସରକାର ନା ରାଇକିଆ ଥାନାର ଆଇ.ଆଇ.ସି ବାବୁ |ପ୍ରକୃତରେ ଏମାନଙ୍କୁ କେତେ ଫାଇନ ହେବା ଦରକାର ??.. ଯଦି ସରକାରୀ କର୍ମ ଚାରି ହୋଇ ଏଭଳି କାର୍ଯ୍ୟ କରାନ୍ତି ତେବେ ଏମାନଙ୍କୁ କାର୍ଯ୍ୟରୁ ନିହାତି ବହିରସ୍କୃତ କରିବା ଆବଶ୍ୟକ ଅଟେ |

କେଡେ ଦୁଃଖର ବିଷୟ ଏହିକି ଯେ ଜଣେ ସରକାରୀ କର୍ମଚାରୀ ହୋଇ ସଚେତନ ଦେବା ଆଶାରେ ଆଜି ନିଜରହି ସଚେତନ ନାହିଁ |ଏଭଳି ନିୟମ କୁ ଉଲଘଂନ କରୁଥିବା ସରକାରୀ କର୍ମଚାରୀଙ୍କୁ ନିହାତି କଠିଣରୁ କଠିନ ଦଣ୍ଡ ମିଳିବା ଦରକାର |ନିରୀହ ଗରିବ ଲୋକୋମାନାକୁ ସରକାର ରାସ୍ତା ଘାଟରେ ସବୁବେଳେ ହଇରାଣ କରୁଛନ୍ତି | କିନ୍ତୁ ଏଠି ଦେଖନ୍ତୁ ପୋଲିସ ବାବୁ ମାନେ ନିୟମକୁ ଉଲଙ୍ଘନ କରି ଚାଲିଛନ୍ତି |ଏମାନଙ୍କୁ କଣ ନିୟମ ନାହିଁକି ନା ସରକାର ଏମାନଙ୍କୁ ଜାଣି ସୁଣି ଖେମା ଦେଇଦେଉଛନ୍ତି ?? ଯଦି ସରକାରଙ୍କର ଏବଂ ପୋଲିସ ବାବୁ ମାନଙ୍କର ମଧୁଚନ୍ଦ୍ରିକା ଏମିତି ହିଁ ବଢି ଚାଲେ ତେବେ ସରକାରଙ୍କ ଉପରେ ଲୋକଙ୍କର ବିଶ୍ୱାସ ତୁଟି ଯିବା ସ୍ୱଭାବିକ |