କନ୍ଧମାଳ ର ଗର୍ବ ଓ ଗୌରବ କୁନି ଝିଅ ଟିକିଲି…!

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାଲିଗୁଡ଼ା) – ଛୋଟ ପିଲା ହେଉ କି ବଡ. କିଛି କରିଦେଖାଇବା ସଙ୍କଳ୍ପ ଥିଲେ ତାହା ହୋଇଯାଏ ।ଏହାର ଉଦାହରଣ ପାଲଟିଛି କୁନି ଝିଅ ସୁଧେସ୍ନା ପ୍ରଧାନ (ଟିକିଲି ) ତୃତୀୟ ଶ୍ରେଣୀ ର ଛାତ୍ରୀ । ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ରେ ଅନୁଷ୍ଠିତ ଗାନ୍ଧୀ ଦର୍ଶନ ବାସ୍ତବ ପ୍ରତିଫଳନ କାର୍ଯ୍ୟକ୍ରମରେ ଟିକିଲି ଙ୍କ ଭାଷଣ ସମସ୍ତ ଙ୍କୁ ଚକିତ କରି ଦେଇଥିଲା । ଏଭଳି କୁନି ଛୁଆ ଟି ସ୍ୱଚ୍ଛ ନିର୍ମଳ ସୁଦ୍ଧ ଭାଷଣ ଦେଇପାରେ ତାହା କେହି ଚିନ୍ତା ବି କରି ପାରିନଥିଲେ । ସାମାଜିକ ଗଣ ମାଧ୍ୟମରେ ଏହି କୁନି ଛୁଆ ର ଭିଡ଼ିଓ ଭାଇରାଲ ପରେ ଏବେ ଏହି ଛୁଆ ଟି ର ଭିଡ଼ିଓ ଟି ଏତେ ମାତ୍ରା ରେ ଭାଇରାଲ ହେଇଚି ବର୍ତମାନ ହଜାର ହଜାର ଲୋକ ସେର ବି କରିବାକୁ ବାକୁ ପଛେଇ ନାହାନ୍ତି ।ଏହି କୁନି ଛୁଆ ଟିକିଲି ଆଜି ଅବିସ୍ୱାସନିୟ ପ୍ରତିଭା ଦେଖାଇ କନ୍ଧମାଳ ଜିଲ୍ଲା କୁ ସାରା ଭାରତ ରେ ପରିଚୟ ଦେଇ ଥିବାରୁ ଏହି କୁନି ଛୁଆ ଙ୍କୁ ସାରା କନ୍ଧମାଳ ରୁ ଶୁଭେଚ୍ଛା ର ସୁଅ ଛୁଟି ଚାଲିଛି । ଅଞ୍ଚଳ ବାସୀ ଟିକିଲି ର ଉତ୍ତରୋତ୍ତର ଆଭିବୃଦ୍ଧି ର କାମନା କରିଛନ୍ତି ।

ଫୁଲବାଣୀ ଠାରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଟାଉନ ପୋଲିସ ସଫଳ…

!!! କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ଉପଖଣ୍ଡ ପ୍ରତିନିଧି ସୁକାନ୍ତ ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଫୁଲବାଣୀ) – କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଭାରପ୍ରାପ୍ତ ଅଧିକାରୀ ନରେଶ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ନନ୍ଦୀ ଖଣ୍ଡି ସାହି ରେ ରହିଥିବା ଅଜୟ ସିଂ ଙ୍କ ଘରେ ଚାଲୁଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ପୋଲିସ ୧୧ ଜଣ ଜୁଆଡି ଙ୍କୁ ଗିରଫ କରି ଥାନା କେସ ନମ୍ବର ୧୪୬/୧୯ କ୍ରମେ କେସ ଦାୟାର କରିଛି। ଜୁଆ ଆଡ୍ଡା ସ୍ଥଳରୁ ପୋଲିସ ନଗଦ ୬୩୪୦୦ ଟଙ୍କା, ୧ ଟି ବୋଲେରୋ, ୨ଟି କାର, ୧ ଟି ମୋଟର ସାଇକେଲ, ୫ ପ୍ୟାକେଟ୍ ତାସ୍ ମୁଠା, ୧ ଟି ଚାର୍ଜଇଂ ଲାଇଟ୍, ୧ ଟି ଦରି, ୭ ଗୋଟି ମୋବାଇଲ ଫୋନ ସହ ପ୍ରୋବେସିକା ଶୁଳ୍କ ବାବଦରେ ୪୪୦୦ ଟଙ୍କା ରହିଥିବା ଗୋଟିଏ ଷ୍ଟିଲ୍ ବାକ୍ସ ଜବତ୍ କରି ଓ.ପି.ଜି ଏକ୍ଟ ର ୩/୪ ର ଧାରା କ୍ରମେ କେସ ରୁଜୁ କରି ଅଭିଯୁକ୍ତ ଖେଳାଳି ଙ୍କୁ କୋର୍ଟ ଚାଲାଣ କରିଛି। ପୋଲିସ ର ଏଭଳି ବଡ଼ ଧରଣ ଚଢ଼ାଉ ର ସଫଳତା କୁ ସାଧାରଣ ରେ ଭୂୟସୀ ପ୍ରଶଂସା କରାଯାଇଛି।

କନ୍ଧମାଳ ଜିଲ୍ଲାରେ ଇସ୍ରୋର ମୋବାଇଲ ସାଇନ୍ସ ଭେଇକିଲ ।

!!! କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ଉପଖଣ୍ଡ ପ୍ରତିନିଧି ସୁକାନ୍ତ ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଫୁଲବାଣୀ) – କନ୍ଧମାଳ ଜିଲ୍ଲାକୁ ଆସିଛି ଇସ୍ରୋର ମୋବାଇଲ ସାଇନ୍ସ ଭେଇକିଲ । ମହାକାଶ ବିଜ୍ଞାନ ସମ୍ବନ୍ଧରେ ଏବଂ ଇସ୍ରୋର ଚନ୍ଦ୍ରଯାନ ଓ ମଙ୍ଗଳଯାନ ଅଭିଯାନ ପରି ଅନେକ ବିଷୟରେ ସଚେତନ କରୁଛି ଏହି ଭେଇକିଲ । ଏଥିରେ ଥିବା ମଡେଲ ସମସ୍ତେ ଦେଖି ଶିକ୍ଷା ଲାଭ କରୁଛନ୍ତି । ଫୁଲବାଣୀରେ ଆଜି(ବୁଧବାର) ଓ ଆସନ୍ତାକାଲି ଦୁଇ ଦିନ କରୋନେସନ ପଡିଆରେ ରହିବ ଏହି ଯାନ । ଜିଲ୍ଲାର ଅନ୍ୟ ସ୍ଥାନକୁ ମଧ୍ୟ ଯିବ। ନେଇ ସୂଚନା ରହିଛି । ଖଜୁରିପଡା ବ୍ଲକ ଅଧକ୍ଷ ବିରେନ୍ଦ୍ର କହଁର ଓ ଫୁଲବାଣୀର ସରକାରୀ ଓକିଲ ବିଜୟ ପଟ୍ଟନାୟକ ଉପସ୍ଥିତ ରହି ମହାକାଶ ସମ୍ବନ୍ଧୀୟ ତଥ୍ୟ ଲୋକଙ୍କୁ ବୁଝାଇଥିଲେ । ଖଜୁରୀପଡା ବ୍ଲକ ରଣପାଟୁଳି ଆଶ୍ରମ ବିଦ୍ୟାଳୟ ରୁ ଗୁରୁ ଶ୍ରୀ ଶୁକମୁନି ନାୟକ ଙ୍କ ପାଖରୁ ଶିକ୍ଷା ଆରମ୍ଭ କରିଥିବା ଶ୍ରୀହରି କୋଟା ର ବୈଜ୍ଞାନିକ ଛାତ୍ର ଶ୍ରୀ ଅଭିମନ୍ୟୁ ମଲ୍ଲିକ କନ୍ଧମାଳ ରେ ତାଙ୍କର ଚନ୍ଦ୍ରଯାନ ର ମିଶନ ବିଷୟରେ କର୍ନେସନ ପଡିଆ ରେ ପ୍ରଦର୍ଶନ କରୁଛନ୍ତି। ଏମିତି ଛାତ୍ର ଙ୍କ ପାଇଁ କନ୍ଧମାଳ ଗର୍ବିତ ବୋଲି ଗୁରୁ ଶ୍ରୀ ଶୁକମୁନି ନାୟକ କହିଛନ୍ତି ଏବଂ ସୁଯୋଗ ପାଇଲେ କନ୍ଧମାଳ ର ଛାତ୍ର ମାନେ ଦେଶ ପାଇଁ ଅନେକ ବଡ କାମ କରି ଦେଖେଇବେ ବୋଲି ବୁଦ୍ଧୀଜିବୀ ମାନେ ମତ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଏହି ପ୍ରୋଜେକଟ ଦେଖିବା ପାଇଁ ପ୍ରବଳ ଭିଡ ଜମୁଛି

ଦୁର୍ଦ୍ଦାନ୍ତ ଡକାୟତ ଦଳ କୁ ଗିରଫ କରିବା ସଫଳ ହୋଇଛି ବାଲିଗୁଡ଼ା ପୋଲିସ୍…!

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାଲିଗୁଡ଼ା) – କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳର ଲାଲଗଡ଼ କୁହଯାଉଥିବା କଞ୍ଜାଲଗୁ ଘାଟିରୁ ଏକ ଡକାୟତ ଗେଙ୍ଗ କୁ ଗିରଫ୍ କରିବାରେ ସଫଳ ହୋଇଛି। କିଛି ବ୍ୟକ୍ତି ଗତ ୬ ମାସ ଧରି ଉକ୍ତ ଘାଟିରେ ଆତଙ୍କରାଜ ଚଳାଇ ସେହି ରାସ୍ତା ରେ ଯାତାୟତ କରୁଥିବା ଯାତ୍ରୀଙ୍କ ଠାରୁ ମଟର ସାଇକେଲ, ଟଙ୍କା, ସୁନା ଛଡାଇ ନେଇ ମାରପିଟ କରୁଥିବା ଘଟଣା ନେଇ ବାଲିଗୁଡ଼ା ଥାନା ରେ ଅଭିଯୋଗ ହୋଇ ଆସୁଥିଲା। ଲୋକେ ଭୟରେ ଏହି ରାସ୍ତା ଦେଇ ଯାତାୟତ କରିବା ବନ୍ଦ କରିଦେଇଥିଲେ। ଏହି ଡକାୟତ ଦଳ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଥିଲେ। ବାଲିଗୁଡ଼ା ପୋଲିସ କନ୍ଧମାଳ ଜିଲ୍ଲା ବାହାର ର ୬ ଜଣ ବ୍ୟକ୍ତି ଙ୍କୁ ଏହି ଘଟଣା ରେ ସମ୍ପୃକ୍ତ ଥିବା ସନ୍ଦେହ କରି ଗିରଫ କରିଛି। ଚଳିତ ମାସ ୬ ତାରିଖ ଦିନ ଖମନଖୋଲ ଅ଼ଞ୍ଚଳର ମାନସ କୁମାର ଦିଗାଲ, ତାଙ୍କ ବାପା ଓ ଶଶୁରଙ୍କ ନେଇ ଏକ ବାଇକ ରେ ଯାଉଥିବା ସମୟରେ ଉକ୍ତ କଞ୍ଜାଲଗୁ ଘାଟି ରେ କିଛି ବ୍ୟକ୍ତି ବାଇକ କୁ ଅଟକାଇ ଭୁଜାଲି, ବାଡ଼ି, ଠେଙ୍ଗା ଦେଖାଇ ଏମାନଙ୍କ ଠାରୁ ମଟର ସାଇକେଲ, ଟଙ୍କା ଓ ମୋବାଇଲ୍ ଛଡାଇ ନେଇ ଯାଇଥିଲେ। ଏନେଇ ମାନସ ବାଲିଗୁଡ଼ା ଥାନା ରେ ଅଭିଯୋଗ ଦେଇଥିଲେ। ଖମନାଖୋଲ ଗ୍ରାମବାସୀ କେତେ ଜଣ ଅଜଣା ଯୁବକଙ୍କୁ ଅଟକାଇ ରଖି ବାଲିଗୁଡ଼ା ଥାନା ରେ ଜଣାଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଅଜଣା ବ୍ଯକ୍ତି ଙ୍କୁ ପଚାରି ବୁଝିବା ପରେ ବୌଦ୍ଧ, ସୋନପୁର, ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ ଜଣଙ୍କୁ ବାଲିଗୁଡ଼ା ପୋଲିସ ଗିରଫ କରିଛି। ଏମାନଙ୍କ ଠାରୁ ବିଭିନ୍ନ କମ୍ପାନୀ ର ୮ ବାଇକ ଯବତ୍ କରିବା ସହ ୧ ଗୋଟିଏ ଭୁଜାଲି, ୨ ଟି ଛୁରୀ, ୨ ଟି ଠେଙ୍ଗା ଓ ୪ ଟି ମୋବଇଲ୍ ଯବତ୍ କରି ଥାନା କେସ ନମ୍ବର ୧୩୨/୧୯ କ୍ରମେ କେସ ନାମୋଦ କରି ଦଫା – ୩୯୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି।

ମଣିଷ ଭିତରେ ଭଲ ମଣିଷ ଟେ ନାଜୁର ସାହେବ…!

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!! ଏଥର ସମ୍ଭାଳ (ଘୁ ଉଦୟଗିରି) – ଆଜିବି ଭଲ ମଣିଷ ଅଛନ୍ତି। ଯାହାଙ୍କୁ କୌଣସି ଲୋଭ ଗ୍ରାସ କରିପାରିନି। ଏହି ଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଘୁ ଉଦୟଗିରି ସହର ୱାର୍ଡ ନମ୍ବର ୫ ଅନ୍ତର୍ଗତ କ୍ଲବ ସାହିର ବାସିନ୍ଦା ଏମ୍. ଡି ନାଜୁର ସାହେବ । ସ୍ଥାନୀୟ ଅଞ୍ଚଳ ରେ ସାହେବ ନାମରେ ସେ ବେଶ୍ ପରିଚିତ। ବୟସ ୮୦ ଛୁଇଁ ଲାଣି। ନିଜର ରହିଥିବା ସାଇକେଲ ମରାମତି ଦୋକାନ ରେ ନିଜେ ପରିଶ୍ରମ ଆଦାୟ ଅର୍ଥ ରେ ନିଜ ଦୈନିକ ଗୁଜୁରାଣ ମେଣ୍ଟାଇଥାନ୍ତି।ଅଭାବ ଲାଗିଥିଲେ ମଧ୍ଯ ତାଙ୍କୁ ଲୋଭ ଗ୍ରାସ କରି ପାରିନି। ଗତ ୨ ଦିନ ତଳେ ସ୍ଥାନୀୟ ଆହାର କେନ୍ଦ୍ର ସମ୍ମୁଖରୁ ଶ୍ରୀ ସାହେବ ଏକ ମନୀପର୍ସ ପାଇଥିଲେ । ଯେଉଁ ଥିରେ ୩ହଜାର ଟଙ୍କା, ଏ ଟି ଏମ ଓ କିଛି ଜରୁରୀ କାଗଜପତ୍ର ଥିଲା । ସେ ପାଇଥିବା ସରହି ମନୀପର୍ସ ଟି କଚେରୀ ସାହିର ଜଣେ ବରିଷ୍ଠ ନାଗରିକ ଶତ୍ରୁଘ୍ନ ବେହେରାଙ୍କ ବୋଲି ଜାଣିବା ସଙ୍ଗେ ସଙ୍ଗେ ସେ ତାଙ୍କ ଘରକୁ ଯାଇ ମନୀପର୍ସ ଟି ଫେରାଇ ଦେଇଥିଲେ । ଆଜିର ସମାଜରେ ଟଙ୍କା ପାଇଁ ମଣିଷ ଭୁଲ କାମ କରିବାକୁ ପଛାଉ ନଥିବା ବେଳେ,ଶ୍ରୀ ସାହେବଙ୍କ ଏଭଳି ମହନୀୟ କାର୍ଯ୍ୟ ସମାଜ ପାଇଁ ଏକ ଉଦାହରଣ ବୋଲି ସ୍ଥସନୀୟ ବୁଦ୍ଧିଜୀବୀ ମତପ୍ରକାଶ କରିବା ସହ ଶ୍ରୀ ସାହେବଙ୍କୁ ପ୍ରଶଂସା କରିଛନ୍ତି ।

ଘୁ ଉଦୟଗିରି ସହରରେ ଆରାଧ୍ୟ ଦେବୀ ମା ବଡ଼ ରାଉଳ ଙ୍କ ପୂଜା ଅର୍ଚ୍ଚନା ଆରମ୍ଭ…!

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଘୁ ଉଦୟଗିରି) – କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ସହରରେ ଷଷ୍ଠି ତିଥି ରୁ ଆରାଧ୍ୟ ଦେବୀ ମା ବଡ଼ରାଉଳ ଙ୍କ ପୂଜା ଅର୍ଚନା ଆରମ୍ଭ ହୋଇଛି। ଏହି ଦିନରେ ମା ଙ୍କ ସ୍ଥାୟୀ ମନ୍ଦିର ରେ ପୂଜା ଅର୍ଚ୍ଚନା ସାରି ମା ଙ୍କୁ ଆବହନ କରି ଅସ୍ଥାୟୀ ମଣ୍ଡପ ରେ ମା ଙ୍କ ପୂଜା ଆରମ୍ଭ କରାଯାଇଛି। ମହା ସପ୍ତମୀ ଠାରୁ ପୁରୋହିତ ଚଣ୍ଡି ପାଠ କରି ହୋମ ଯଜ୍ଞ ଆରମ୍ଭ କରିଛନ୍ତି। ଏହାକୁ ନେଇ ସାରା ସହରରେ ଏକ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି ହୋଇଛି। ମୁଖ୍ୟ ପୂଜା ମଣ୍ଡପ ରେ ଏକ ସୁଉଚ୍ଚ ତୋରଣ ଶୋଭା ପାଉଥିବା ବେଳେ ମୁଖ୍ୟ ସଡ଼କ ପାର୍ଶ୍ୱ ରେ ୩ ଟି ଅତି ସୁନ୍ଦର ଆଲୋକ ସଜ୍ଜା ର ତୋରଣ ସାରା ସହରକୁ ଆଲୋକିତ କରିବା ସହ ଲୋକଙ୍କୁ ଆକୃଷ୍ଟ କରିପାରିଛି।

ରାସ୍ତା ର ଅବସ୍ଥା ଅତି ଶୋଚନୀୟ ; ଅଘଟଣ ର ଆଶଙ୍କା…!

!!! କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ଉପଖଣ୍ଡ ପ୍ରତିନିଧି ସୁକାନ୍ତ ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଫୁଲବାଣୀ) – ଫୁଲବାଣୀ ସହର ବାଇପାସ୍ ରୋଡ ହନୁମାନ ମନ୍ଦିର ସାମ୍ନା ଏବଂ ପୋଲିଟେକନିକ କଲେଜ ସାମ୍ନା ରାସ୍ତା ରେ ଖାଲ ସୃଷ୍ଟି ହୋଇଥିବାରୁ ଯାତାୟାତ ରେ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ଫେବୃୟାରୀ ମାସରେ କାର୍ଯ୍ୟ ଆରମ୍ଭ ହୋଇ ଏକ ବର୍ଷ ନ ପୂରୁଣୁ ରାସ୍ତା ର ପରିସ୍ଥିତ ଏପରି । ପୂର୍ତ୍ତ ବିଭାଗ ର ତତ୍ତ୍ଵାବଧାନରେ ହୋଇଥିବା ଏପରି କାର୍ଯ୍ୟ କୁ ନେଇ ସାଧାରଣ ରେ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି। ନିମ୍ନ ମାନର କାର୍ଯ୍ୟ ହୋଇଥିବା ଯୋଗୁଁରାସ୍ତା ର ଏଭଳି ପରିସ୍ଥିତି ହୋଇଥିବା ଅଭିଯୋଗ ହୋଇଛି। ରାସ୍ତା ର ଏଭଳି ଶୋଚନୀୟ ଅବସ୍ତା ପ୍ରତି ପ୍ରଶାସନ ର ଦୃଷ୍ଟି ପଡୁନଥିବା ସାଧାରଣ ରେ ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି। ଯଥା ଶୀଘ୍ର ଏହାର ମରାମତି କରାନଗଲେ ଆଗକୁ ହେବାକୁ ଥିବା ଅଘଟଣ ର ଆଶଙ୍କା କୁ ଦୁରେଇ ଦିଆଯାଇ ନପାରେ।

ଯୁବତୀ ଙ୍କୁ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ ; ଅଭିଯୁକ୍ତ ଙ୍କୁ ୬ ମାସ କାରାଦଣ୍ଡାଦେଶ ଓ ଜରିମାନା …!

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାଲିଗୁଡ଼ା) – ମଜୁରିଆ ଯୁବତୀ ଙ୍କୁ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ର ବିଚାର କରି ବାଲିଗୁଡ଼ା ଏସ୍.ଡି.ଜେ.ଏମ୍ ସୌମ୍ଯ ସ୍ଵରୂପ ସାହୁ ଅଭିଯୁକ୍ତ ବିରୂପାକ୍ଷ ଦଣ୍ଡିଆ ଙ୍କୁ ୬ ମାସ କାରାଦଣ୍ଡାଦେଶ ସହ ୨୦୦୦/- ଟଙ୍କା ଜରିମାନା ରେ ଦଣ୍ଡିତ କରିଛନ୍ତି। ୨୦୦୩ ମସିହାରେ ସାରଙ୍ଗଗଡ଼ ଥାନା ଗୁଟିଙ୍ଗିଆ ଗ୍ରାମ ର ବିରୁପାକ୍ଷ ଦଣ୍ଡିଆ ଉକ୍ତ ଗ୍ରାମ ର ଜଣେ ଦିନ ମଜୁରିଆ ଯୁବତୀ ଙ୍କୁ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିବା ନେଇ ପରିବାର ପକ୍ଷରୁ ଏତଲା ପାଇବା ପରେ ସରାଙ୍ଗଗଡ଼ ଥାନା କେସ ନମ୍ବର ୧୮୯/୨୦୦୩ କ୍ରମେ କେସ ରୁଜୁ କରାଯାଇଥିଲା। ଏହି ମାମଲାର ବିଚାର କରି କୋର୍ଟ ଏଭଳି ରାୟ ଦେଇଥିବା ଜଣା ପଡିଛି। ସରକାର ଙ୍କ ତରଫରୁ ଓକିଲ ଅବନୀ କୁମାର ପଟ୍ଟନାୟକ ଏହି ମାମଲା କୁ ପରିଚାଳନା କରିଥିଲେ।

ମହିଳା ଙ୍କୁ କମେଣ୍ଟ ମାରି କନେଷ୍ଟବଳ ଗିରଫ…!

!!! କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ଉପଖଣ୍ଡ ପ୍ରତିନିଧି ସୁକାନ୍ତ ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଫୁଲବାଣୀ) – ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ମୋ ସରକାର କାର୍ଯ୍ୟକ୍ରମ ଉଦଘାଟନ ହେବାର ୨୪ ଘଣ୍ଟା ନ ପୁରୁଣୁ କନ୍ଧମାଳ ଜିଲ୍ଲା ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳର ଜଣେ କନଷ୍ଟେବଲ ମହିଳା ଙ୍କୁ କମେଣ୍ଟ ମାରି ଛେଚା ଖାଇବା ପରେ ଗିରଫ ହୋଇଛନ୍ତି। କଳାହାଣ୍ଡି ର ୯ ଆଇ. ଆର ବାଟାଲିଆନ୍ ର କନେଷ୍ଟବଳ – ୩୮୨ ସନାତନ ବେହେରା କନ୍ଧମାଳ ରେ କାର୍ଯ୍ୟକରୁଛନ୍ତି। ସେ ଆଧିକାଂଶ ସମୟ ସଦର ଥାନା ର ଆଲାମୀ ଅଞ୍ଚଳ କୁ ଯାଇ ମହିଳା ଓ ଝିଅ ଙ୍କୁ କମେଣ୍ଟ ମାରୁଥିବା ଅଭିଯୋଗ ହୋଇ ଆସୁଥିଲା। ଶ୍ରୀ ବେହେରା ଙ୍କ ଏତାଦୃଶ୍ୟ କାର୍ଯ୍ୟ ରେ ଅତିଷ୍ଟ ହୋଇ ଏହି ଅଞ୍ଚଳର ମହିଳା ଏକଜୁଟ ଭାବେ ତାଙ୍କୁ କାବୁକରି ମାଡ଼ ମାରି ଫୁଲବାଣୀ ଟାଉନ ଥାନା କୁ ଆଣିଥିଲେ। କିନ୍ତୁ ଘଟଣା ଟି ସଦର ଥାନା ଅଞ୍ଚଳ ରେ ଘଟି ଥିବାରୁ ଅଭିଯୋଗକାରୀ ମହିଳା ଙ୍କ ସହ ଅଭିଯୁକ୍ତ ଙ୍କୁ ଟାଉନ୍ ପୋଲିସ୍ ସଦର ଥାନା କୁ ପଠାଇ ଦେଇଥିଲେ। ମହିଳା ଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ କନେଷ୍ଟବଳ ଙ୍କ ବିରୁଦ୍ଧରେ ଥାନା ପକ୍ଷରୁ ମାମଲା ରୁଜୁ କରି ଗିରଫ କରିଛି।

୩ ଦଫା ଦାବୀ ନେଇ ଦିନିକିଆ ଗଣଧାରଣ ; ସାମିଲ ହେଲେ ଜିଲ୍ଲା ର ସମସ୍ତ ସଙ୍ଗଠନ, ରାଜନୈତିକ ଦଳ ଓ ଜନ ସାଧାରଣ…!

!!! କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ଉପଖଣ୍ଡ ପ୍ରତିନିଧି ସୁକାନ୍ତ ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଫୁଲବାଣୀ) – କନ୍ଧମାଳ ଜିଲ୍ଲା ରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା, ଜିଲ୍ଲା କୁ ରେଳ ସଂଯୋଗ ଓ ଜିଲ୍ଲା ବାସୀ ଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ ଦାବି ଭଳି ୩ ଦଫା ଦାବି ନେଇ ଗାନ୍ଧୀ ଛକ ଠାରେ କନ୍ଧମାଳ ପିପୁଲ୍ସ ଫୋର୍ମ ପକ୍ଷରୁ ଦିନିକିଆ ଶାନ୍ତି ପୂର୍ଣ୍ଣ ଗଣ ଧାରଣା ଅନୁଷ୍ଠିତ ହୋଇଯାଇଛି। ଫୋର୍ମ ର ଆବାହାକ ସୁନୀଲ ପଟ୍ଟନାୟକ ଓ ସଭାପତି ରାଧା ମୋହନ ମହାପାତ୍ର ଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଗଣ ଧାରଣା ରେ ଯୋଗଦେଇଥିବା ଜିଲ୍ଲା ର ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ମାନେ ଉକ୍ତ ୩ ଗୋଟି ଦାବି କନ୍ଧମାଳ ଜିଲ୍ଲା ର ନ୍ୟାର୍ଯ୍ୟ ଦାବି ବୋଲି ମତବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ ଏହି ଗଣ ଧାରଣା ସରକାର ଙ୍କ ଉପରେ କି ପ୍ରଭାବ ପକାଇବ ତାହା ଦେଖିବାକୁ ରହିଲା।