ବ୍ୟାଘ୍ର ଦେବୀ ଯୁବକ ସଂଘ ପକ୍ଷରୁ ସ୍ଵଚ୍ଛ ଭାରତ ଓ ପଲିଥିନ୍ ମୁକ୍ତ ଅଭିଯାନ ଅନୁଷ୍ଠିତ ।

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବିକାଶ ଦିଗାଲ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ଅନ୍ତର୍ଗତ ବାରୀକୁମ୍ଫ ଠାରେ ମା ବ୍ୟାଘ୍ରଦେବୀ ଯୁବକ ସଂଘ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଓ ପଲିଥିନ ମୁକ୍ତ ଅଭିଯାନ ଅନୁସ୍ଥିତବ ହୋଇଯାଇଛି । ସଂଘର ସଭାପତି ବିବାନ ଗଣ୍ଡା ବ,ଉପ ସଭାପତି ଆଲୋକ ଗଣ୍ଡା,ସମ୍ପାଦକ ରଜ କିଶୋର ବେହେରା,ଦୀନବନ୍ଧୁ ଗଣ୍ଡା ଏବଂ ପ୍ରଦୀପ ଗଣ୍ଡା ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ବାରୀକୁମ୍ପା ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ଃ,ନୀଳକଣ୍ଠ ବେହେରା, ଫାର୍ମାସିଷ୍ଟ ବିଭୁତି ଭୂଷଣ ସାହୁ ଙ୍କ ସମେତ ଚିକିତ୍ସା ଲୟର ଅନ୍ୟାନ୍ୟ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।

ବାଲିଗୁଡ଼ା ଏନ୍.ଏ.ସି ଅଫିସ ରେ ତାଲା ଠୁଙ୍କିଲେ କାଉନସିଲର…!

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ରୁ ପ୍ରତିନିଧି ସଂଜୀବ ଦିଗାଲ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାଲିଗୁଡ଼ା) – କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ ଏ ସି କାର୍ଯ୍ୟାଳୟରେ ସ୍ଥାନୀୟ ସାତଜଣ କାଉନସିଲର ତାଲା ପକାଇଛନ୍ତି ।କାର୍ଯ୍ୟଳୟ ର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମାନମୁଖୀ କାର୍ଯ୍ୟ ,ଅଫିସକୁ ବିଳମ୍ବରେ ଆସୁଥିବା,ମାସର ଅଧିକ ଦିନ ଅଫିସ ରେ ଅନୁପସ୍ଥିତ ରହୁଥିବା,ଜନସାଧାରଣ ଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରି କାଉନସିଲର ମାନେ ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି ।ଏହା ଛଡ଼ା ବିଭିନ୍ନ ସମୟରେ ଲୋକଙ୍କୁ ଅଫିସକୁ ଡାକି କାମ ନକରି ହଇରାଣ କରୁଥିବା ଓ ହରିଶ୍ଚନ୍ଦ୍ର ଯୋଜନା ଭଳି ଅନେକ ଯୋଜନା ଲୋକେ ପାଉନଥିବା ଅବିଯୋଗ ହେଉଛି । ଏଥିରେ ପ୍ରତିକ୍ରିୟା ପ୍ରକାଶ କରି କାଉନସିଲର ମାନେ ଏଭଳି ପଦକ୍ଷେପ ନେଇଥିବା ପ୍ରକାଶ କରିଛନ୍ତି ।ଆଗାମୀ ଦିନରେ ଏଠାରୁ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବଦଳୀ କରାନଗଲେ କାଉନସିଲର ମାନେ ରାଜରାସ୍ତାକୁ ଓଲ୍ହାଇ ବେ ବୋଲି ଚେତାବନୀ ଦେଇଛନ୍ତି ।

ଫୁଲବାଣୀ ସହର କୁମ୍ଭାରପଡା ଠାରେ ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି।

!!! କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ଉପଖଣ୍ଡ ପ୍ରତିନିଧି ସୁକାନ୍ତ ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଫୁଲବାଣୀ) – କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର କୁମ୍ଭାରପଡା ରେ ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ପାଳିତ ହେଇଯାଇଛି। ଉକ୍ତ ପୂଜା ଉପଲକ୍ଷେ ଏକ ସାଂସ୍କୃତିକ କାର୍ଯ୍ୟ କ୍ରମ “ସୀତା ଚୋରି” ୧୩ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବାସିନ୍ଦା ତଥା ସିନେମା କଳାକାର ଶ୍ରୀ ଜଳନ୍ଧର ବେହେରା ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଏଥିସହିତ ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ମିନାବଜ଼ାର ଏବଂ ଛୋଟ ପିଲାଙ୍କ ନିମନ୍ତେ ବିଭିନ୍ନ ଖେଳ ସମାଗ୍ରୀ ଆସିଅଛି।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ପଞ୍ଚାୟତ ରେ ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ମହା ଆଡମ୍ବର ରେ ପାଳିତ ହୋଇ ଯାଇଛି।

!!! କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ଉପଖଣ୍ଡ ପ୍ରତିନିଧି ସୁକାନ୍ତ ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଫୁଲବାଣୀ) – କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ପଞ୍ଚାୟତ ରେ ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ମହା ଆଡମ୍ବର ରେ ପାଳିତ ହୋଇ ଯାଇଛି। ଏହି ପୂଜା ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମା ଅନ୍ଧାର ବାଉଁତି ଅଟୋ ଚାଳକ ସଂଘ ତରଫରୁ ଆୟୋଜନ କରାଯାଇଛି। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀ ଅଙ୍ଗଦ କହଁର ଏବଂ ସମ୍ମାନିତ ଅତିଥି ଭାବେ ଖଜୁରୀପଡା ବ୍ଲକ ଅଧକ୍ଷ ଶ୍ରୀ ବୀରେନ୍ଦ୍ର କହଁର , ଗୋଛାପଡା ସମିତି ସଭ୍ୟା କାମନା କହଁର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସୁଜାତା କହଁର ଏବଂ ବିଷ୍ଣୁ ଚରଣ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ଧାର ବଉଁତି ଅଟୋ ଚାଳକ ସଂଘ ସଭାପତି ଶ୍ରୀ ମେହେକା ଦିଗଲ ସମେତ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଆଖପାଖ ଓ ଦୂରଦୂରାନ୍ତର ରୁ ଆସିଥିବା ପ୍ରବଳ ଜନ ସମାଗମ ର ଭିଡ ଦେଖିବାକୁ ମିଳିଥିଲା।

ଟିକାବାଲି ଠାରେ ବହୁ ଆଡ଼ମ୍ବର ସହକାରେ ମାଁ ଗଜଲକ୍ଷ୍ମୀ ପୂଜା ଉତ୍ସବ ପାଳନ କରାଯାଇଅଛି।

!!! କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ରୁ ପ୍ରତିନିଧି ସୁରେଶ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଟିକାବାଲି) – କନ୍ଧମାଳ ଜିଲ୍ଲା ଟିକାବାଲି ସହରରେ ବୋହୁ ଆଡମ୍ବର ସହକାରେ ମା ଗଜଲଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଅଛି। ବହୁ ବର୍ଷ ଆଗରୁ ବଜ଼ାର କମିଟି ଓ ଅଞ୍ଚଳବାସୀଙ୍କ ମିଳିତ ସହଯୋଗ ରେ ଏଠାରେ ମାଁ ଗଜଲକ୍ଷ୍ମୀ ପୂଜା ଉତ୍ସବ ପାଳନ କରାଯାଉଅଛି। ଏହି ଅବସରରେ ଆଜି ସନ୍ଧ୍ୟା ବେଳେ ଭୋଜନ କୀର୍ତ୍ତନ ର ଅୟୋଜନ କରାଯାଇଥିଲା। ଏଠାରେ ଟିକାବାଲି ଥାନା ଅଧିକାରି ରେବତୀ ଶବର ପହଞ୍ଚି ପୂଜାକମିଟି ଏବଂ ଅଞ୍ଚଳବାସୀ ଙ୍କ ସହିତ ଆଲୋଚନା କରି ଶୃଙ୍ଖଳିତ ଭାବରେ ପୂଜା ସମାପନ କରିବାକୁ ପରାମର୍ଶ ଦେଇଥିଲେ। ଥାନା ଅଧିକାରୀ ଆସି ପୂଜା ରେ ଉପସ୍ଥିତ ରହିବା ଓ ସହଯୋଗ କରି ଶାନ୍ତି ଶୃଙ୍ଖଳା ବଜାୟ ରଖିବା କାର୍ଯ୍ୟ କୁ ସାଧାରଣ ରେ ଭୂୟସୀ ପ୍ରଶଂସା କରାଯାଇଛି। ଏହି ପୂଜା ଉତ୍ସବ ୩ ଦିନ ଧରି ପର୍ଯ୍ୟନ୍ତ ଚାଲୁ ରହିବା କମିଟି ପକ୍ଷରୁ ସୂଚନା ମିଳିଛି। ଏଥିରେ ଏମ. ଦ୍ବୀତିକୃଷ୍ଣ ପାତ୍ର, ଏନ.ନୀଳମାଧବ ପାତ୍ର, ପି. ଆଶିଷ ସୁବୁଦ୍ଧି, ମିଲନ ପାତ୍ର, ପୂର୍ଣ୍ଣ ପଣ୍ଡା, ଜେ. ଲକ୍ଷ୍ମୀ ପାତ୍ର, ଏ. ତନୟ ପାତ୍ର, କେ. ସିମାଞ୍ଚଳ ପାତ୍ର ସମତେ କମିଟି ର ସମସ୍ତ କର୍ମକର୍ତ୍ତା ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

ଚକାପାଦ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପାଦ ଠାରେ ମାଁ ଗଜ ଲକ୍ଷ୍ମୀ ଙ୍କ ପୂଜା ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇ ଅଛି।

!!! କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ରୁ ପ୍ରତିନିଧି ସୁନୀଲ କୁମାର ଦିଗାଲ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଚକାପାଦ) – କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ସ୍ଥିତ ବ୍ରାହ୍ମଣପାଦ ଠାରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ଉତ୍ସବ ଆଜି ଠାରୁ ଆରମ୍ଭ ହୋଇଛି। ଏହି ପୂଜା ପାଇଁ ଶନିବାର ଦିନ କଳସ ଯାତ୍ରା ଆରମ୍ଭ ହୋଇଥିଲା। ଆଜି ଠାରୁ ମା ଗଜଲକ୍ଷ୍ମୀ ଙ୍କ ପୂଜା ବହୁ ଆଡ଼ମ୍ବର ସହକାରେ ଆରମ୍ଭ ହୋଇଅଛି । ଏହି ପୂଜା ୩ ଦିନ ଧରି ହେବା ସୁଚନା ମିଳିଛି। ଅନ୍ତିମ ଦିନ ଅର୍ଥାତ୍ ୧୫/୦୫/୨୦୧୯ ରିଖ ଦିନ ମା ଙ୍କ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ହେବ। ଏହି ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ (ନାଟକ) “କୈବଲ୍ୟ ଝୁରୁଛି ବଡଦାଣ୍ଡକୁ” ରାତ୍ର ୯ ଘଣ୍ଟିକା ସମୟରେ ମଞ୍ଚସ୍ଥ ହେବ। ବଣିକସଂଙ୍ଘ ର ସଭାପତି ଶ୍ରୀ ମହେନ୍ଦ୍ର ସାହୁ, ସମ୍ପାଦକ ଶ୍ରୀ ବାବୁ ସାହୁ ଙ୍କ ସମେତ ନୃସିଂହ ମୋହିନୀ, ନିରଞ୍ଜନ ସାହୁ, ରଘୁନାଥ ସାହୁ,କାହ୍ନୁ ଚରଣ ବେହେରା ଏବଂ ଅଞ୍ଚଳବାସୀ ଏହି ପୂଜା ଉତ୍ସବକୁ ବୋହୁ ଆଡମ୍ବର ସହକାରେ ପାଳନ କରିବା ସହ ପୂର୍ଣ୍ଣ ସହଯୋଗ କରୁଛନ୍ତି।

କୁଡୁଟୁଲି ହାଇସ୍କୁଲ ସହକାରୀ ଶିକ୍ଷୟତ୍ରୀ ଙ୍କୁ ନିର୍ଯ୍ୟାତନା ଘଟଣା ରେ କୁଇ ସମାଜର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ମିଲନ କହଁର ଏବଂ କେ. ନୂଆଗାଁ ବ୍ଲକ ରୁ ଇସାଇଲିମା ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କେ.ନୁଆଗାଁ) – କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ କୁଡୁଟୁଲୀ ହାଇସ୍କୁଲ ସହକାରୀ ଶିକ୍ଷୟତ୍ରୀ ଙ୍କୁ ନିର୍ଯ୍ୟାତନା ଘଟଣା ରେ କୁଇ ସମାଜ ର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ରେ ପୁଣି ଥରେ ଦାୟିତ୍ୱ ଘହଣ କରିଥିବା ଚନ୍ଦ୍ରଶେଖର ମହାରଣା ଏବଂ ଅନ୍ୟ ତମ ଶିକ୍ଷକ ସନ୍ତୋଷ ବଳିୟାରସିଂ ଙ୍କୁ ତୁରନ୍ତ ବଦଳି ପାଇଁ କୁଇ ସମାଜ ଦାବୀ କରିଛି । ତୃତୀୟ ନିଲମ୍ବିତ ଶିକ୍ଷକ ସଦାଶିବ ବେହେରା ଙ୍କୁ ଉକ୍ତ ବିଦ୍ୟାଳୟ ରୁ ବଦଳି କରା ନଗଲେ ବାଧ୍ୟ୍ୟ ହୋଇ କୁଇ ସମାଜ ପକ୍ଷରୁ କନ୍ଧମାଳ ବନ୍ଦ ଡାକରା ଦିଆ ଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । କେ. ନୂଆଗାଁ ବ୍ଲକ କୁଇ ସମାଜ ସଭାପତି ସିନଲା ପ୍ରଧାନ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ଜିଲ୍ଲା କୁଇ ସମାଜ ର ସାଧାରଣ ସମ୍ପାଦକ ଲମ୍ବୋଦର କହଁର ବାଲିଗୁଡା ସଭାପତି ମିତଗୁ ମାଲିକ ସମେତ ଆଉ ଚାରୋଟି ବ୍ଲକର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ ।ସୁଚନା ଅନୁସାରେ ଗତ କିଛି ଦିନ ତଳେ କୁଡୁଟୁଲୀ ହାଇସ୍କୁଲ ର ସହକାରୀ ଶିକ୍ଷୟତ୍ରୀ ସୁନିତା ପ୍ରଧାନ ଙ୍କୁ ତିନି ଜଣ ଶିକ୍ଷକ ନିର୍ଯ୍ୟାତନା ଦେଇଥିବା ଶିକ୍ଷୟତ୍ରୀ ନୂଆ ଗାଁ ଥାନା ରେ ଏତେଲା ଦେଇଥିଲେ । ପୋଲିସ ମାମଲା ରୁଜୁ କରି ପ୍ରଧାନ ଶିକ୍ଷକ ଶ୍ରୀ ମହାରଣା ଙ୍କୁ କୋର୍ଟ ଚାଲାଣ କରିଥିଲେ । ଏହା ପରେ ଜେଲ ରୁ ବେଲ ରେ ଆସି ପୁଣି ସେହି ବିଦ୍ୟାଳୟ ରେ ଅଛ୍ତି କେ, ନୂଆଗାଁ ବ୍ଲକ ଶିକ୍ଷକ ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ତ୍ରିପାଠୀ ଅନ୍ୟ ତମ ଶିକ୍ଷକ ଦେବାଶିଷ ବେହେରା ଙ୍କୁ ନିଲମ୍ବିତ କରିଥିଲେ ମଧ୍ୟ ଖେଳ ଶିକ୍ଷକ ଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ନ କରିବା ଅଭିଯାଗ ରେ କୁଇ ସମାଜ କନ୍ଧମାଳ ବନ୍ଦ ଡାକରା ଦେବ ବାଲି ଉକ୍ତ ବୈଠକ ରେ ନିଷ୍ପତି ନିଆ ଯାଇଛି ।

ଆଦିବାସୀ ଇଲାକାରୁ ଇସ୍ରୋ ; ସିମ୍ବାଲି ଗାଁରୁ ଶ୍ରୀହରିକୋଟା ଯାତ୍ରା ।

!!! କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ଉପଖଣ୍ଡ ପ୍ରତିନିଧି ସୁକାନ୍ତ ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଫୁଲବାଣୀ)- ପଙ୍କରେ ପଦ୍ମ । ଆଦିବାସୀ ଇଲାକାରୁ ଇସ୍ରୋ । ସିମ୍ବାଲି ଗାଁରୁ ଶ୍ରୀହରିକୋଟା ଯାତ୍ରା । ସହଜ ନଥିଲା, ତଥାପି ଅଭାବ ଅସୁବିଧାକୁ ଅଣଦେଖା କରି ବିଜ୍ଞାନଙ୍କୁ ଜିଣିଛନ୍ତି ଅଭିମନ୍ୟୁ ମଲ୍ଲିକ । ହୋଇଛନ୍ତି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ବୈଜ୍ଞାନିକ । ୫ କିଲୋମିଟର ଚାଲିଲେ ପଡେ କନ୍ଧମାଳର ଏହି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗାଁ । ଖାଲ, ଢିପ ପଥର ରାସ୍ତା । ଚାରି ଆଡେ ଘଞ୍ଚ ଜଙ୍ଗଲ । ଗାଁରେ ମାତ୍ର ୧୫ ଟି ନୁଆଁଣିଆ ଘର । ପାଠ କହିଲେ ପଞ୍ଚମ। ଆଗକୁ ପଢିବାକୁ ହେଲେ ଯିବାକୁ ପଡିବ ୨୦ କିଲୋମିଟର ଦୂର ରଣାପାଟୁଲି ଆଶ୍ରମ ସ୍କୁଲ । ଏଭଳି ସଂଘର୍ଷ ଭିତରେ ନିଜ ସ୍ବପ୍ନ ପୂରଣ କରିଛନ୍ତି ଅଭିମନ୍ୟୁ । ଅଭିମନ୍ୟୁଙ୍କ ଜୀବନ ଯାତ୍ରା ଯେତିକି ହୃଦୟସ୍ପର୍ଶୀ ସେତିକି ପ୍ରେରଣାଦାୟୀ । ନିଷ୍ଠା, ଉଦ୍ୟମ ଓ କଠିନ ପରିଶ୍ରମ ଯେ ସଫଳତାର ଚାବିକାଠି ତାହାର ଜ୍ବଳନ୍ତ ଉଦାହରଣ ଅଭିମନ୍ୟୁ ।

କନ୍ଧମାଳ ଦିନିକିଆ ଗ୍ରସ୍ତ କଲେ “5 T” ସଚିବ…!

!!! କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ଉପଖଣ୍ଡ ପ୍ରତିନିଧି ସୁକାନ୍ତ ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଫୁଲବାଣୀ) – ଶୁକ୍ରବାର ଦିନିକିଆ କନ୍ଧମାଳ ଗସ୍ତରେ ଆସିଛନ୍ତି ‘5ଟି’ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ। ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଏନଏଚଏମ ନିର୍ଦ୍ଦେଶକ ସାଳିନୀ ପଣ୍ଡିତ ମଧ୍ୟ ଉପସ୍ଥିତ ଥିଲେ । ଗସ୍ତ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ଶିଶୁ ଓ ମାତୃ ୱାର୍ଡର ବିକାଶ, ମେଡିକାଲ ରୋଷେଇଘରର ଆଧୁନିକୀକରଣ ସହତ ବେଡ୍‌ ବୃଦ୍ଧି କରିବାକୁ ନିର୍ଦେଶ ଦେଇଛି ଟିମ୍‌।

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ପରିସରରେ ଦୁର୍ଗା ପୂଜା ମହାସମାରୋହରେ ପାଳିତ ହୋଇଯାଇଛି ।

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଦାରିଙ୍ଗବାଡ଼ି) – କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ଙ୍କ ତତ୍ତ୍ଵାବଧାନରେ ଥାନା ପରିସରରେ ମା ଦୁର୍ଗାଙ୍କ ପୂଜା ମହା ସମାରୋହରେ ପାଳନ କରାଯାଇ ଅଛି। ଏହି ଅବସରରେ ଗ୍ରୀନବାଡ଼ି ଗ୍ରାମ ର ପୂଜା କମିଟି ମା ଠାକୁରାଣୀ ଙ୍କ ମନ୍ଦିର ଠାରୁ ଯୋଗାଡ଼ ବାହାର୍ କରି ଦାରିଙ୍ଗବାଡ଼ି ଥାନା ପର୍ଯ୍ୟନ୍ତ ଆସିଥାନ୍ତି। ଏହା ପରେ ଥାନା ପରିସରରେ ମା ଙ୍କ ପୂଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ। ମା ଠାକୁରାଣୀ ଙ୍କ ମନ୍ଦିର ରୁ ବାହାରୁ ଥିବା ଏହି ଯୋଗାଡ଼ ଯାତ୍ରା କୁ ଦେଖିବା ଲାଗୀ ଓ ମା ଙ୍କ ଆଶିଷ ଲାଭ କରିବା ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଛୁଟି ଆସିଥାନ୍ତି। ଏହି ଯୋଗାଡ଼ ଯାତ୍ରା ଗ୍ରାମ ର ସଭାପତି ପ୍ରତାପ ଚନ୍ଦ୍ର ନାୟକ ଏବଂ ଉପ ସଭାପତି ଗୋପାଳ ନାୟକ ଙ୍କ ନେତୃତ୍ଵରେ ପରିଚାଳନା କରାଯାଇଥିଲା। ପୌରହିତ୍ୟ ବୁଲୁ ତ୍ରିପାଠୀ ପୂଜନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।