ବାପାଙ୍କ ପଥ ଅନୁସରଣ କରୁଛି ପୁଅ,ଟଙ୍କା ବ୍ୟାଗ ଫେରାଇ ଚର୍ଚ୍ଚାରେ ରୋହିତ ।

!!! କନ୍ଧମାଳ ଜିଲ୍ଲା ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ମିଲନ କହଁର ଓ ଟିକାବାଲି ବ୍ଲକ ପ୍ରତିନିଧି ସୁରେଶ ପାଣିଗ୍ରାହୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଟିକାବାଲି) – ଅବସର ପ୍ରାପ୍ତ ଶିକ୍ଷକ ଙ୍କ ଟଙ୍କା ବ୍ୟାଗ ଫେରାଇ ଚର୍ଚ୍ଚାରେ ଟିକାବାଲି ଖଦଳା ସାହିର ହିରୋ ନାୟକଙ୍କ ୬ ବର୍ଷ ର ପୁଅ ରୋହିତ ନାୟକ ।ଘଟଣା ରୁ ଜଣାପଡ଼ିଛି, ରୋହିତ ବାପାଙ୍କ ସହ ବଜାରକୁ ଜିନିଷ କିଣିବାକୁ ଯାଇଥିଲା ।ବାପା ଜିନିଷ କିଣିବାକୁ ଦୋକାନକୁ ଯାଇଥିବା ବେଳେ ରୋହିତ ଗାଡି ଉପରେ ବସି ରହିଥିଲେ । ଏହି ସମୟରେ ଏହି ରାସ୍ତା ଦେଇ ଯାଉଥିବା ଜଣେ ଅବସର ପ୍ରାପ୍ତ ଶିକ୍ଷକ ସାଇକେଲ ରେ ଯିବା ବେଳେ ତାଙ୍କ ସାଇକେଲରେ ଥିବା ବ୍ୟାଗ ଟିଏ ଖସି ପଡ଼ିଲା ।ଏହା ଦେଖି ରୋହିତ ଗାଡ଼ିରୁ ଓଲ୍ହାଇ ଦୌଡ଼ି ଦୌଡ଼ି ଯାଇ ଖସି ପଡିଥିବା ବ୍ୟାଗ ଟି ଶିକ୍ଷକ ଜଣଙ୍କୁ ଦେଇଥିଲେ । ଏହି ଅଵସର ପ୍ରାପ୍ତ ଶିକ୍ଷକ ଜି. ଉଦୟଗିରି ଅଞ୍ଚଳର ରଞ୍ଜିତ ଦିଗଲ ବୋଲି ଜଣାପଡିଛି ।ଶ୍ରୀ ଦିଗାଲ ଉଦୟଗିରି ବ୍ୟାଙ୍କରୁ ୯୫ ହାଜର ଟଙ୍କା ଉଠାଇ ଭୁବନେଶ୍ୱରକୁ ଯିବା ରାସ୍ତାରେ ଟିକାବାଲି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣେ ସମ୍ପର୍କୀୟଙ୍କୁ ଦେଖା କରିବା ନିମନ୍ତେ ରାସ୍ତାରେ ଯିବା ସମୟରେ ଏହି ଘଟଣା ଘଟିଥିଲା ।ରୋହିତଙ୍କ ଏହି କାର୍ଯ୍ୟକୁ ସ୍ଥନୀୟ ଅଞ୍ଚଳ ରେ ଭୁୟସୀ ପ୍ରଶଂସା କରାଯାଇଛି । ପୁଅର ଏଭଳି କାର୍ଯ୍ୟ ପାଇଁ ବାପା ଓ ମା ଗର୍ବିତ ବୋଲି ପ୍ରକାଶ କରିଛନ୍ତି ।ଅବସର ପ୍ରାପ୍ତ ଶିକ୍ଷକ ଜଣକ ରୋହିତ ଘରକୁ ଯାଇ ମିଠା ସହ ଆଶୀର୍ବାଦ ଦେଇ ଫେରିଛନ୍ତି। ଖବର ନେବାରେ ଜଣାଯାଇଛି, ଟିକାବାଲି ର ହିରୋ ନାୟକ ପେସାରେ ଜଣେ ଗାଡି ଚାଳକ ହୋଇଥିଲେବି ସମାଜ ସେବା ତାଙ୍କରି ନିଶା । ଦିନ ହେଉ ବା ରାତି,ବର୍ଷା ହେଉକି ଖରା ଯଦି କୌଣସି ଅଞ୍ଚଳରେ କିଛି ଅସୁବିଧା କିମ୍ବା ଦୁର୍ଘଟଣାର ଖବର ମିଳେ ଶ୍ରୀ ନାୟକ ସେଠାରେ ପହଞ୍ଚି ହିରୋ ଭଳି କାମ କରିଥାଆନ୍ତି । ବର୍ତ୍ତମାନ ତାଙ୍କ ପୁଅଙ୍କର ଏଭଳି କାମକୁ ଦେଖି ସାଧାରଣରେ ଚର୍ଚ୍ଚିତ ପୁଅବି ବାପର ପଥ ଅନୁସରଣ କଲାଣି ।

ଚାଉଳ ନ ମିଳିବାରୁ ବ୍ଲକ ଅଧିକାରୀ ଙ୍କୁ ଅବଦାନ ପତ୍ର ପ୍ରଦାନ।

!!! କନ୍ଧମାଳ ଜିଲ୍ଲା ଚକାପାଦ ରୁ ପ୍ରତିନିଧି ସୁନୀଲ ଦିଗାଲ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଚକାପାଦ) – ଚକାପାଦ ବ୍ଲକ ସ୍ଥିତ ଚାହାଳି ଗ୍ରାମ ପଞ୍ଚାୟତ ରେ ଆଜକୁ ୩ ମାସ ହେବ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଚାଉଳ ୩୦ ରୁ ଅଧିକ ହିତାଧିକାରୀ ପାଇନଥିବା ନେଇ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ପଞ୍ଚାୟତ ରେ ନଭେମ୍ବର, ଡ଼ିସେମ୍ବର ଓ ଜାନୁଆରୀ ମାସର ଚାଉଳ ପାଇନଥିବା ଅଭିଯୋଗ କରିଛନ୍ତି ।ପଞ୍ଚାୟତ ରେ କାର୍ଯ୍ୟରତ ପୂର୍ବତନ କାର୍ଯ୍ୟ ନିର୍ବାହ ଅଧିକାରୀ ଶ୍ରୀ ସୂର୍ଯ୍ୟ ନାରାୟଣ ସାହୁ ଓ ସାରଥୀ ଆମକୁ ଚାଉଳ ଦେଉନାହାଁନ୍ତି ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଏପରିକି କେତେ ଜଣଙ୍କ ରାସନ କାର୍ଡ ମଧ୍ୟ ଯୋଗାଣ ସହାୟକ ଦେଉନାହାଁନ୍ତି ବୋଲି ସମସ୍ତ କାର୍ଡ ଧାରୀ ଅଭିଯୋଗ କରିଛନ୍ତି ।ବ୍ଲକ ଅଧିକାରୀ ତଦନ୍ତ କରିବା ପାଇଁ ଆସନ୍ତା ୨୦ ତାରିଖ ବୁଧବାର ଦିନ ପଞ୍ଚାୟତ ଯିବା କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଏହି ଅଭିଯୋଗ ପତ୍ର ପ୍ରଦାନ ବେଳେ ଚାହାଳି ପଞ୍ଚାୟତ ସମିତି ସଭ୍ୟା ଓ ୱାର୍ଡ ସଭ୍ୟା ଙ୍କ ସମେତ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ରହିଥିଲେ ।

ଚକାପାଦ ବ୍ଲକ ଠାରେ ଶିଶୁ ଜନ ସଚେତନତା ରଥ ଭ୍ରମଣ…!

!!! କନ୍ଧମାଳ ଜିଲ୍ଲା ରୁ ଚକାପାଦ ବ୍ଲକ ପ୍ରତିନିଧି ସୁନୀଲ ଦିଗାଲ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଚକାପାଦ) -ଶିଶୁଙ୍କ ସୁରକ୍ଷା ନେଇ ଚକାପାଦ ବ୍ଲକ ରୁ ଏକ ଜନ ସଚେତନତା ରଥ ବାହାରି ବ୍ଲକ ର ସମସ୍ତ ପଞ୍ଚାୟତ ର ଗ୍ରାମାଞ୍ଚଳ ରେ ବୁଲି ଜନ ସଚେତନତା କରାଯାଇଛି । ଆସନ୍ତା ୨୧/୧୧/୨୦୧୯ ରିଖ ଗୁରୁବାର ଦିନ ସକାଳ ୯ ଘଣ୍ଟା ଠାରୁ ଅପରାହ୍ନ ୫ ଘଣ୍ଟିକା ପର୍ଯ୍ୟନ୍ତ ଫୁଲବାଣୀ ସ୍ଥିତ ଜିଲ୍ଲା ପରିଷଦ ସଭା ଗୃହ ଠାରେ ଜାତୀୟ ଶିଶୁ ଅଧିକାରୀ ସୁରକ୍ଷା ଆୟୋଗ (ନୁଆଁଦିଲ୍ଲୀ )ଙ୍କ ତରଫରୁ ଏକ ଜନଶୁଣାଣି ଶିବିର ଆୟୋଜନ କରାଯିବା ସ୍ଥିର କରାଯାଇଛି । ଏହି ଶିବିରରେ ଶିଶୁ ମାନଙ୍କ ସମ୍ପର୍କିତ ଵିଭିନ୍ନ ସମସ୍ୟା ନେଇ ଜନ ଶୁଣାଣି କରାଯିବ । ଶିଶକୁୁ ଶ୍ରମିକ କାମରେ ନିୟୋଜନ କରିବାଜୁ ବାଧ୍ୟ କରାଯିବା, ଶିଶୁ ଚାଲାଣ, ଶିଶୁ ମାନଙ୍କୁ ବଳ ପୂର୍ବକ ଭିକ୍ଷାବୃତ୍ତିରେ ନିୟଜନ ,ଶିଶୁ ଯତ୍ନ, ଅନୁଷ୍ଠାନ ରେ ଅତ୍ୟାଚାରର ଶିକାର ହୋଇଥିବା ଶିଶୁ, ଶିଶୁ ବିକ୍ରି, ଶିଶୁ ଅପହୃତ , ଶିକ୍ଷା ଅଧିକାର ରୁ ବଞ୍ଚିତ କରାଯିବା, ଭେଦଭାବ ରେ ଶିକାର ଶିଶୁ, ଭନ୍ନକ୍ଷମ ଶିଶୁ ନିଜ ଅଧିକାର ରୁ ବଞ୍ଚିତ, ଇତ୍ୟାଦି ବିଷୟରେ ଜନ ଶୁଣାଣି କରାଯିବ ।

କନ୍ଧମାଳ ଠାରେ ସାଇନ୍ସ ପାର୍କ ଉଦଘାଟିତ…!

!! କନ୍ଧମାଳ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ !!

ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ବିଧାୟକ ଅଙ୍ଗଦ କହଁର ଙ୍କ କର କମଳ ରେ ବହୁ ପ୍ରତୀକ୍ଷିତ ସାଇନ୍ସ ପାର୍କ ଉଦ୍ଘାଟିତ ହୋଇଯାଇଛି । ଏକ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପାର୍କର ଉଦ୍ଘାଟନୀ ଉତ୍ସଵ ରେ ସମ୍ମାନୀତ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ଡ଼ଃ. ବୃନ୍ଦା ଡ଼ି ଯୋଗଦେଇଥିଲେ । ପାର୍କ ଉଦ୍ଘାଟନ ହେବାପରେ ସ୍ଥାନୀୟ ଜନସାଧାରଣ ଓ ଵିଦ୍ୟାର୍ଥୀ ଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଛି । ଉଦଘାଟନ ପରେ ମାନ୍ୟବର ବିଧାୟକ ଏବଂ ଜିଲ୍ଲାପାଳ ସହ ଉପସ୍ଥିତ ଜନ ସାଧରଣ ଓ ବିଦ୍ୟାର୍ଥୀ ଗଣ ସାଇନ୍ସ ପାର୍କ ପରିଦର୍ଶନ କରି ଏହାର ମଜା ନେଇଥିଲେ।

ମାଟି ଇଟା ରେ ନିର୍ମିତ ଗୋଷ୍ଠୀ କେନ୍ଦ୍ର କୁ ସାଧରଣରେ ବିରୋଧ…!

!!! କନ୍ଧମାଳ ଜିଲ୍ଲା ରୁ ଚକାପାଦ ବ୍ଲକ ପ୍ରତିନିଧି ସୁନୀଲ ଦିଗାଲ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଚକାପାଦ) – ଚକାପାଦ ବ୍ଲକ ସ୍ଥିତ ବେହେରାଗାଁ ଗ୍ରାମପଂଚାୟତ କୁନ୍ଦାସାହି ଠାରେ ଆମ ଗାଁ ଆମ ବିକାଶ ତରଫରୁ ନିର୍ମାଣ କରାଯାଇଥିବା ଗୋଷ୍ଠୀ କେନ୍ଦ୍ର ଟି ସମ୍ପୂର୍ଣ୍ଣ ଭାବେ ମାଟି ଇଟା ରେ ନିର୍ମିତ ହୋଇଅଛି। ସରକାରଙ୍କ ନିୟମ ଅନୁସାରେ ସମସ୍ତ ପ୍ରାଚୀର ବା ଗୃହ ନିର୍ମାଣରେ ସିମେଣ୍ଟ ଇଟା ବ୍ୟବହାର କରିବା କୁହାଯାଉଥିବା ବେଳେ କୁନ୍ଦା ସାହି ଗୋଷ୍ଟୀ କେନ୍ଦ୍ର ଟି ସମ୍ପୂର୍ଣ୍ଣ ମାଟି ଇଟା ରେ କରାଯାଇ ଥିବା ଅଭିଯୋଗ ହେଉଛି। ବେହେରା ଗାଁ ପଞ୍ଚାୟତ ଦାୟିତ୍ଵ ରେ ଥିବା କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ପତି ଙ୍କ ସହ ଏନେଇ ଯୋଗାଯୋଗ କରିବା ରେ ସମ୍ଭବ ହୋଇପାରିନାହିଁ। ସରକାର ଙ୍କ ନିୟମ କୁ ଅପ ବ୍ୟବହାର କରି ଏଭଳି କାର୍ଯ୍ୟ ଚାଲୁଥିବା ସାଧାରଣ ରେ ଅଭିଯୋଗ ହେବା ସହ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

ମଦ ପିଆ କୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ…!

!!! କନ୍ଧମାଳ ଜିଲ୍ଲା ଚକାପାଦ ରୁ ବ୍ଲକ ପ୍ରତିନିଧି ସୁନୀଲ କୁମାର ଦିଗାଲ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଚକାପାଦ) – କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ପସରା ପଞ୍ଚାୟତ ଗୋଚ୍ଛାବାରି ଗ୍ରାମ ରେ ଏକ ଅବାଭନୀୟ ଘଟଣା ଘଟିଯାଇଛି। ଗତକାଲି ବିକ୍ରମ କହଁର ନାମକ ଜଣେ ବ୍ୟକ୍ତି କୁ ତାଙ୍କ ସାନଭାଇ ନନ୍ଦ କହଁର ମଦ ପାନକରି ରାସ୍ତାରେ ପଡି ଥିବା ଦେଖି ଭାଇ ବିକ୍ରମଙ୍କୁ ଘରକୁ ଯିବା ପାଇଁ କହିବାରୁ ନନ୍ଦ ବଡ ଭାଇଙ୍କ ସହ ଗାଳି ଗୁଲଜ କରି ମାଡ ମଧ୍ୟ ମାରିଥିଲା ଏବଂ ଘର କୁ ଯାଇ ଘରେ ମଧ୍ୟ ଦୁଇ ଭାଇ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଶେଷରେ ନନ୍ଦ ଘରୁ ଏକ ଧାରୁଆ ଟାଙ୍ଗୀ ରେ ବିକ୍ରମଙ୍କୁ ହାଣିବାକୁ ଯାଇଥିଲେ କିନ୍ତୁ ବିକ୍ରମ ଘରକୁ ପ୍ରାଣ ବିକଳରେ ପଶି ଯିବା ବେଳେ ଟିଂଗୀଟି ଘର ଚାଳ ଉପରେ ବାଜି ବିକ୍ରମଙ୍କ ମୁଣ୍ଡ ପଛ ପାଖରେ ବାଜିରୁ ବିକ୍ରମ ଘର ବାରଣ୍ଡାରେ ପଡି ଯାଇଥିବା ଖବର ମେଳିଛି। ଗ୍ରାମରଲୋକ ମାନେ ନନ୍ଦଙ୍କୁ ଧରି ଚକାପାଦ ଥାନାକୁ ଫୋନ କରିଥିଲେ ।ଘଟଣା ସ୍ଥଳକୁ ଚକାପାଦ ଥାନା ଅଧିକାରୀ ଶ୍ରୀ ତରୁଣ ତପନ ବେହେରା ପହଞ୍ଚି ବିକ୍ରମ ଙ୍କୁ ଉଦ୍ଧାର କରି ବ୍ରାହ୍ମଣ ପାଦ ମେଡିକାଲ କୁ ଚିକିତ୍ସା ପାଇଁ ପଠାଇଥିଲେ । ନନ୍ଦ ଙ୍କୁ ଅଟକ ରଖି କେସ ନଂ 69/19ରେ କେସ ଦାୟାର କରି ଧାରା 294, 307, 506 ଆଧାର ରେ ଅଭିଯୁକ୍ତ କୁ କୋୖର୍ଟ ଚାଲାଣ କରା ଯାଇଛି ।

ଚକାପାଦ ବିରୁପାକ୍ଷ ମନ୍ଦିର ରେ ଭକ୍ତ ଭିଡ଼…!

!!! କନ୍ଧମାଳ ଜିଲ୍ଲା ଚକାପାଦ ରୁ ସୁନୀଲ ଦିଗାଲ୍ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଚକାପାଦ) – କନ୍ଧମାଳ ଜିଲ୍ଲା ଚକାପାଦ ଠାରେ ବିରୁପାକ୍ଷ ମନ୍ଦିର ରେ ଆଜି କାର୍ତିକ ମାସ ଚତୁର୍ଥ ସୋମବାର ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି. ଏହି ମନ୍ଦିର ଟି ପ୍ରାୟ 500ବର୍ଷ ପୂର୍ବତନ ବୋଲି କୁହାଯାଏ. ଏହି ମନ୍ଦିରରେ ଥିବା ବିରୁପାକ୍ଷ ମହାଦେବଙ୍କ ଲିଙ୍ଗ ଟେକିଏ ବଙ୍କା ଏବଂ ଏହି ମନ୍ଦିର ର ଚାରି ପାଖରେ ଥିବା ଗଛ ମଧ୍ୟ ବଙ୍କା ହୋଇଥିବା ଦେଖିବାକୁ ମିଳେ. ଏହି ମନ୍ଦିର ର ମୁଖ୍ୟ ପୂଜକ ଶ୍ରୀ ପଞ୍ଚାନନ ମହାପାତ୍ର. ସଭାପତି ଶ୍ରୀ ହରିଶ ଚନ୍ଦ୍ର କହଁର. ସମ୍ପାଦକ ଶ୍ରୀ ଗୟାଧର କହଁର ଏହି ମନ୍ଦିର କାର୍ଯ୍ୟ ପରିଚାଳନା କରନ୍ତି. ଏହି ଶୈବପିଠ ରେ ପ୍ରତି ସୋମବାର ଦିନ ଭକ୍ତ ଙ୍କ ଭିଡ ଦେଖିବାକୁ ମିଳେ. ଏହି ମନ୍ଦିର କୁ ଦେଶ ବିଦେଶ ଭକ୍ତ ଦର୍ଶନ କରିବାକୁ ଆସିଥାନ୍ତି ।

ବାଲିଗୁଡ଼ା ଠାରେ ଜିଲ୍ଲାସ୍ତରୀୟ ଶିଶୁ ମୋହତ୍ସବ ଅନୁଷ୍ଠିତ….!

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ପ୍ରତିନିଧି ସଞ୍ଜୟ ଦିଗାଲ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡ଼ା) – ବାଲିଗୁଡ଼ା ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମୋହତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ର ୧୨ ଟି ବ୍ଲକ ର ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ। ବାଲିଗୁଡ଼ା ବ୍ଲକ ବିଡିଓ ନରେଶ ଚନ୍ଦ୍ର ଶବର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ଏବଂ ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃତି ବିଦ୍ୟାର୍ଥୀ ଙ୍କୁ ସମ୍ମାନିତ କରିବା ପୁରସ୍କାର ପ୍ରଦାନ କରିଥିଲେ।

ଦାରିଙ୍ଗବାଡ଼ି ରେ ଶୀତର ଲହରୀ ପାରଦ ଖସିବାରେ ଲାଗିଲାଣି….!

!!! କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ରୁ ବାଲିଗୁଡ଼ା ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଦାରିଙ୍ଗବାଡ଼ି) – କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ରେ ଆରମ୍ଭ ହୋଇଯାଇଛି ଶୀତର ଲହରୀ। ଶୀତର ପ୍ରଥମ ସ୍ପର୍ଶ ରେ ଧରାପୃଷ୍ଠ ପୁଲକିତ। ପହିଲି ଶୀତର ଆଗମନରେ ଥୁରୁଥୁରୁ ଆଉ ମତୁଆଲା ବାଲିଗୁଡ଼ା ବାସିନ୍ଦା। ଧୀରେ ଧୀରେ ପାରଦ ଖସିବା ସହ ସକାଳୁଆ ଘନ କୁହୁଡ଼ି ର ଆସ୍ତରଣ ଦେଖିବାକୁ ମିଳିଛି। କାକର ବିନ୍ଦୁ ରେ ଘାସ ଗାଲିଚା ଝାଲସିବା କାକର ର ଟୋପା ମୋତି ର ଭ୍ରମ ସୃଷ୍ଟି କରୁଛି। ସ୍ଥାନୀୟ ପାର୍କ ଓ ଖେଳ ପଡ଼ିଆରେ ନିଜ କୁ ଫିଟ ରଖିବା ପାଇଁ ପିଲା ଠାରୁ ବୁଢା ସମସ୍ତ ଙ୍କ ଭିଡ଼ ଜମିବାରେ ଲାଗିଲେଣି। ସଭିଏଁ ଆରମ୍ଭ କରି ଦେଲେଣି ଯୋଗ, ବ୍ୟାୟମ ଓ ମର୍ଣ୍ଣିଂ ୱାର୍କ୍। ତଥାପି କୁହୁଡ଼ି ଘୋଡ଼ାଇ ହୋଇଥିବାରୁ ରାସ୍ତା ଘାଟ ରେ ଯାତାୟତ ରେ ବାଧା ସୃଷ୍ଟି ହେଉଛି।

ରାଜୁତି କରୁଛି ଅନ୍ଧାର ; ଅନ୍ଧକାରମୟ ସାରା ଜିଲ୍ଲା !

!!! କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଫୁଲବାଣୀ) – ଫିରିଙ୍ଗିଆରୁ , ଦାରିଙ୍ଗବାଡି , ଚକାପାଦ ରୁ କୋଟଗଡ଼ ଜିଲ୍ଲା ସାରା ସବୁଠି ଏକା ସ୍ଥିତି । କନ୍ଧମାଳ ଜିଲ୍ଲା ସୀମାନ୍ତ ଭଞ୍ଜନଗର କଣ୍ଟେଇପଲ୍ଲୀ ଗ୍ରିଡ୍ ରେ ବଜ୍ରାଘାତ ଯୋଗୁଁ ସମ୍ପୂର୍ଣ ଜିଲ୍ଲା ରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ସୁଚନା ଅନୁସାରେ ଗୁରୁବାର ସନ୍ଧ୍ୟାରେ କଣ୍ଟେଇପଲ୍ଲୀ ସ୍ଥିତ ଗ୍ରୀଡ଼ ରେ ବଜ୍ରଘାତ ହେବା ଫଳ ରେ ମେସିନ ପୋଡି ଯାଇଥିବା ବେଳେ ବିଦ୍ୟୁତ ତାର ମଧ୍ୟ ନଷ୍ଟ ହୋଇଯାଇଛି । ଫଳ ରେ ସମଗ୍ର କନ୍ଧମାଳ ଜିଲ୍ଲାକୁ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ସଦର ମହକୁମା ଫୁଲବାଣୀ , ଉପଖଣ୍ଡ ବାଲିଗୁଡା ସମେତ ପୁରା ଜିଲ୍ଲା ଘନ ଅନ୍ଧକାର ମଧ୍ୟରେ ରହିଛି । ତେବେ କେଉଁ ଦିନ ବିଦ୍ୟୁତ ସେବା ସ୍ଵାଭାବିକ ହେବ ତାହା ନେଇ ବିଭାଗ ପକ୍ଷରୁ କୌଣସି ସୁଚନା ମିଳିନାହିଁ ।