ସ୍ମାର୍ଟ ସ୍କୁଲ ସାମ୍ନାରେ କୁଢ଼ କୁଢ଼ ଆବର୍ଜନା ; ଗନ୍ଧରେ ଫାଟୁଛି ନାକ ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ସ୍ମାର୍ଟ ସ୍କୁଲ୍‌ ସାମ୍ନାରେ ଡମ୍ପିଂୟାର୍ଡ। ଗଦା ହୋଇଛି କୁଢ଼ କୁଢ଼ ଆବର୍ଜନା। କନ୍ଧମାଳ ଜିଲ୍ଲା ରାଇକିଆ ବିଜୟ ହାଇସ୍କୁଲ ଆଗରେ ଦେଖିବାକୁ ମିଳିଛି ଏଭଳି ଚିତ୍ର, ଯାହା ସରକାରଙ୍କ ସ୍କୁଲ ରୂପାନ୍ତରିକରଣ ମିଶନକୁ ଲୋକ ଦେଖାଣିଆ ବୋଲି ପୁଣି ପ୍ରମାଣିତ କରିଛି। ସ୍କୁଲଟି ଖୁବ୍ ପୁରୁଣା। ଏଠାରେ ଷଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ପ୍ରାୟ ୪୦୦ ପିଲା ପଢ଼ୁଛନ୍ତି। ସ୍ମାର୍ଟ ସ୍କୁଲ ଯୋଜନାରେ ଏହି ସ୍କୁଲକୁ ସ୍ୱଚ୍ଛ ଓ ସୁନ୍ଦର କରିବା ନିମନ୍ତେ ଖର୍ଚ୍ଚ ହୋଇଛି ୪୫ ଲକ୍ଷ ଟଙ୍କା। ସ୍କୁଲ ଭିତର ପରିବେଶ ଚକଚକ କରୁଛି। ସ୍ୱତନ୍ତ୍ର ଚଲାପଥ ସାଙ୍ଗକୁ ଉଦ୍ୟାନ, ବସିବା ନିମନ୍ତେ ଚେୟାର, ଷ୍ଟେନଲେସ୍ ଷ୍ଟିଲ୍ ଗେଟ୍ ଓ ଶ୍ରେଣୀଗୃହ ଗୁଡ଼ିକର ଉନ୍ନତିକରଣ କରାଯାଇଛି। କିନ୍ତୁ ସ୍କୁଲର ଭିତର ପରିବେଶ ଚିକ୍କଣ ହୋଇଥିବା ବେଳେ ବାହାରଟି ବେଶ୍ ଅପରିଷ୍କାର। ସ୍କୁଲ ସମ୍ମୁଖରେ ଅର୍ଥାତ୍ ମୁଖ୍ୟ ଫାଟକ ପାଖରେ ଗଦା ହୋଇଛି କୁଢ଼ କୁଢ଼ ଆବର୍ଜନା। ଆବର୍ଜନା ଗଦା ହେଉଥିବାରୁ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ସବୁଦିନ ସେଠାରେ ବିଭିନ୍ନ ପ୍ରକାରର ଓଦା ଓ ଶୁଖିଲା ଆବର୍ଜନା ପଡ଼ୁଥିବାରୁ ଜାଗାଟି ସନ୍ତସନ୍ତିଆ ହୋଇ ରହୁଛି ଓ ଦୁର୍ଗନ୍ଧ ବାହାରୁଛି। ତା’ସହିତ ମଶା ଓ ମାଛି ହେଉଛନ୍ତି। ଏହି ମଶା,ମାଛି ସ୍କୁଲ୍ ପିଲାଙ୍କ ପାଇଁ ବିପଦ ହୋଇପାରନ୍ତି।ଅଭିଯୋଗ ଅନୁଯାୟୀ, ସ୍କୁଲ୍‌ ସାମ୍ନାରେ ସ୍ଥାନୀୟ ଦୋକାନୀମାନେ ଏହି ସବୁ ଆବର୍ଜନା ପକାନ୍ତି। ସ୍କୁଲ କର୍ତ୍ତୃପକ୍ଷ ଯେତେ ମନା କଲେ ବି ସେମାନେ ମାନୁ ନାହାନ୍ତି। ପ୍ରଧାନଶିକ୍ଷକ ନୀଳମଣି ମଣ୍ଡଳ କହିଛନ୍ତି, ସ୍ଥାନୀୟ ବଜାରର ଦୋକାନୀଙ୍କୁ ସ୍କୁଲ ଆଗରେ ଆବର୍ଜନା ନ ପକାଇବାକୁ ପୁଣି ନିବେଦନ କରାଯିବ। ସ୍କୁଲ ଆଗରେ ଏତେ ଅଳିଆ ଆବର୍ଜନା ଗଦା ହୋଇ ରହୁଥିବା ବେଳେ ସ୍କୁଲ୍ ପରିଚାଳନା କମିଟି ଓ ସ୍ଥାନୀୟ ପ୍ରଶାସନ କାହିଁକି ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ ଉଠିଛି।

ମୃତ୍ୟୁ ହୋମଗାର୍ଡ ଙ୍କ ପରିବାର ଙ୍କୁ ସହାୟତା କଲେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା…!

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି କୁନା ଦିଗାଲ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କନ୍ଧମାଳ)- ଫୁଲବାଣୀ ଆଦର୍ଶ ଟାଉନ ଥାନା ରେ କାର୍ଯ୍ୟରତ ମହିଳା ହୋମଗାର୍ଡ, ଅନୁ ବେହେରା ଙ୍କର ଗତ ତା , ୩୧ ,୦୫ , ୨୦୨୨ ରିଖ ଦିନ ଅକାଳ ବିୟୋଗ ହୋଇଥିଲା । ଫୁଲବାଣୀ ଟାଉନ ଥାନା ର ହୋମଗାର୍ଡ ସଂଘ ଏବଂ ଟାଉନ ଥାନାର ସମସ୍ତ ଶୃଙ୍ଖଳୀତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ଆଲୋଚନା ଓ ସହଯୋଗ ପ୍ରକାରେ ମୃତ ଅନୁ ବେହେରା ଙ୍କ ଦଶାହ କାର୍ଯ୍ୟରେ ତାଙ୍କ ପରିବାର ଙ୍କୁ ଟାଉନ ଥାନାର ହୋମଗାର୍ଡ ସଂଘ ତରଫରୁ ,ରାସନ ସାମଗ୍ରୀ ଓ କିଛି ଆର୍ଥିକ ସହାୟତା ଦେଇ ତାଙ୍କ ପରିବାରକୁ ସାନ୍ତନା ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ପଞୀକୃତ ହୋମଗାର୍ଡ ସଂଘର ସଭାପତି , ପ୍ରଭାତ କୁମାର୍ ସାହାଣି ,ଉପ ସଭାପତି ,ବିରାଜ କୁମାର ପ୍ରଧାନ, କାର୍ଯ୍ୟକାରି ସଭାପତି , ଅଖୟ କୁମାର ରାୟ କୋଷାଧ୍ୟକ୍ଷ ,ଏସ୍ କେ,ରିହାଜୁଦିନ, ଏବଂ ଟାଉନ ଥାନା ହୋମଗାର୍ଡ ସଂଘ ସଭାପତି ରାଜ୍ କୁମାର୍ ବେହେରା, ଉପସଭାପତି, ସାଫ୍ରିନ ଖାନ୍,,ସହ ସମ୍ପାଦକ ଚିଦାନନ୍ଦ ଦାସ , କୋଷାଧ୍ୟକ୍ଷ ଜୟନ୍ତୀ ଚୌଧୁରୀ ,ଉପ କୋଷାଧ୍ୟକ୍ଷ ଭଜରାମ ନାୟକ,ଏବଂ ସଂଘର କର୍ମକର୍ତା ସରୋଜ ଦାସ, ସୁନିତା ପାତ୍ର, ଶୋରସ୍ୱତୀ ନାୟକ,ଭାଗ୍ୟଲତା ନାୟକ,ଏବଂ ଅନ୍ୟାନ୍ୟ ଶୃଙ୍ଖଳୀତ ହୋମଗାର୍ଡ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ । କିନ୍ତୁ ଦୁଃଖର ବିଷୟ , ଜୀବନସାରା ପୋଲିସ୍ ବିଭାଗରେ ହୋମଗାର୍ଡ ଭାବରେ ରହି ନିଜ ଜୀବନ କୁ ବାଜି ଲଗାଇ ରାଜ୍ୟ ସରକାର ଙ୍କୁ ସହଯୋଗ କରିଆସୁଥିଲେ ମଧ୍ୟ ସରକାର କୌଣସି ହୋମଗାର୍ଡ କର୍ମଚାରୀ ମାନଙ୍କ ର ଦୁଃଖ ବୁଝୁନ ଥିବା ଅଭିଯୋଗ ହେଉଛି । କୈଣସି ହୋମଗାର୍ଡ ଭାଇ ଭଉଣୀ ଜଦି ଅବସର ନିଅନ୍ତି, କି,ମୃତ୍ୟୁ ବରଣ କରନ୍ତି ତାଙ୍କ ପରିବାରକୁ ସରକାରଙ୍କ ତରଫରୁ କୈଣସି ଆର୍ଥିକ ସହାୟତା ଏବଂ ପରିବାର ର କୌଣସି ସଦସ୍ୟ ଙ୍କୁ ଚାକିରୀ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ ନାହିଁ । କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ହୋମଗାର୍ଡ ମୃତ୍ୟୁ ବରଣ କରିଥିଲେ ମଧ୍ୟ ତାଙ୍କ ପରିବାର ଙ୍କୁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ସୁବିଧା ମିଳିପାରୁନାହିଁ । ଏ ବାବଦରେ ଜିଲ୍ଲା ଗୃହରକ୍ଷୀ ଆର୍ ଆଇ ଦାୟିତ୍ୱ ରେ ଥିବା ସୁବେଦାର ଧର୍ମେନ୍ଦ୍ର ପ୍ରଧାନ ଏବଂ ଜିଲ୍ଲା ଆରକ୍ଷୀ କ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ ପତ୍ର ଦେଇଥିଲେ ମଧ୍ୟ ବିଫଳ ହେଇଛନ୍ତି । ରାଜ୍ୟ ସରକାର ଙ୍କର ଏ ସବୁ ସୁବ୍ୟବସ୍ତା ନଥିବାରୁ ଅବସର ନେଇଥିବା ହୋମଗାର୍ଡ ପରିବାର ଏବଂ ମୃତ୍ୟୁବରଣ କରିଥିବା ହୋମଗାର୍ଡ ପରିବାର ବିଭିନ୍ନ ଅସୁବିଧାର ସମୂଖିନ ଭୋଗୁଛନ୍ତି । ସେହିପରି ଦିନକୁଦିନ ସମସ୍ତ ସାମଗ୍ରୀ ତଥା ପନିପରିବା , ରାସନ ସାମଗ୍ରୀ ଦରଦାମ ବୃଦ୍ଧି ପାଉଥିବା ବେଳେ ହୋମଗାର୍ଡ ଚାକିରୀଆ ଙ୍କର ଦରମା ବୃଦ୍ଧି ହୋଇପାରୁ ନାହିଁ । ସେଥି ସକାସେ କନ୍ଧମାଳ ଜିଲ୍ଲାର ମଞ୍ଜୁଲତା ଏବଂ କିଛି ଶୃଙ୍ଖଳୀତ ହୋମଗାର୍ଡ ଭାଇ ମାନେ ଆଇନୀଗତ ଭାବରେ ଦରମା ବୃଦ୍ଧି ଏବଂ ବିଭିନ୍ନ ସମସ୍ୟାର ସରଳ ସମାଧାନ କରିବା ପାଇଁ ୨୦୧୯ ମସିହାରେ ହାଇକୋର୍ଟରେ କେସ୍ କରି ଡିଗ୍ରୀ କରିଥିଲେ ।


କିନ୍ତୁ ହାଇକୋର୍ଟ ଦୈନିକ, ଭତା ୫୩୩ ଟଙ୍କା ହୋମଗାର୍ଡ ମାନଙ୍କୁ ଦେବାପାଇଁ ସରକାର ଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜ୍ୟ ସରକାର ହାଇକୋର୍ଟ ଙ୍କ ନିର୍ଦ୍ଦେଶ କୁ ଅବମାନନା କରିବା ହେତୁ ବର୍ତ୍ତମାନ ଷ୍ଟେଟ ହୁମାନରାଇଟ୍ ମିସନ ସଭାପତି ,ଦିଲ୍ଲୀପ କୁମାର ଧଳ,ମହିଳା ସଭାପତି ଆରତୀ ମଙ୍ଗରାଜ, ଏବଂ ହୁମାନରାଇଟ୍ ମିସନ ଚ୍ୟାରମେନ , ସୁପ୍ରିମକୋର୍ଟ ଆଇନ ଜୀବି ଶୀଖର ଶୀବାସ୍ତଙ୍କ ସହଯୋଗ କ୍ରମ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓଡ଼ିଶା କଟକ ,ସଭାପତି ରଞ୍ଜନ କୁମାର ମଲିକ, ଉପ ସଭାପତି ସୁସାନ୍ତ କୁମାର ପ୍ରଧାନ ସମ୍ପାଦକ ,ବିଚିତ୍ରନନ୍ଦ ବିଶ୍ବାଳଙ୍କ ମାଧ୍ୟମରେ ମଞ୍ଜୁଲତା ନାୟକଙ୍କ ହାଇକୋର୍ଟ ଡିଗ୍ରୀ କେସ୍ ବର୍ତ୍ତମାନ ସୁପ୍ରିମକୋର୍ଟରେ ଫାଇଲ କରାଯାଇଛି । ସୁପ୍ରିମକୋର୍ଟ ଜୁନ ମାସରେ ସରକାର ଙ୍କୁ ମାସିକ ଗୃହରକ୍ଷୀ ମାନଙ୍କ ଦରମା – ୨୧ , ୭୦୦ ଟଙ୍କା ଦେବାପାଇଁ ନିର୍ଦେଶ ଦେଇ ଛନ୍ତି । ଏବଂ ଏହାର ପୂର୍ଣବିଚାର କରିବାପାଇଁ ସୁପ୍ରିମକୋର୍ଟ ଛୁଟି ଖୋଲିବା ପରେ ହୋମଗାର୍ଡ ମାନଙ୍କ ଦରମା ବୃଦ୍ଧି ଏବଂ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏଣୁ କନ୍ଧମାଳ ଜିଲ୍ଲା ଶୃଙ୍ଖଳୀତ ହୋମଗାର୍ଡ ସଂଘ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ସରକାର ପାଳନ କରି – ୧୭.୬୦୦  ହୋମଗାର୍ଡ ପରିବାର ଙ୍କୁ ନ୍ୟାୟ ଦେବା ପାଇଁ ସଂଘ ଅନୁରୋଧ କରିଛି  ।

ଗରିବ ଙ୍କୁ ମିଳି ପାରୁନି ବିଜୁଳି ସହିତ ପାଣି …?

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି କୁନା ଦିଗାଲ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କନ୍ଧମାଳ)- କନ୍ଧମାଳ ଜିଲ୍ଲାରେ ଗରିବ ଲୋକଙ୍କୁ ମିଳୁନି ସ୍ୱଚ୍ଛ ପାନୀୟ ଜଳ, ମିଳୁନି ବିଜୁଳି ଆଲୁଅ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କ ନୂଆଗାଁ ବ୍ଲକ୍ କୁଡୁତୁଲି ଗ୍ରାମ ପଞ୍ଚାୟତ ର ସାରକେତା ଗାଁ ର ନିମାପଡା ଖଲିଆ ପଦର ଓ ବାଲି ପଙ୍କାଲ ଗାଁ ରେ l ଦୀର୍ଘ ପାଖା ପାଖି 30 ବର୍ଷ ହେବ କୋଡିଏ ଆଦିବାସୀ ଓ ସାଧାରଣ ବର୍ଗର ଗରିବ ନିରୀହ ପରିବାର ବସବାସ କରିଆସୁଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ସେ ମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେଇନଥିବା ଅଭିଯୋଗ ହେଇଛି l ଗାଁ ରେ ନଳ କୂଅ ନୂତନ ଭାବେ ଖୋଳା ହୋଇଛି ସତ କିନ୍ତୁ କାର୍ଯ୍ୟକ୍ଷମ ହୋଇନଥିବାରୁ ଦୁର୍ଦଶା ଭୋଗୁଛନ୍ତି ଗ୍ରାମବାସୀ l ଦୁଇ କିଲୋମିଟର ବାଟଯାଇ ବିଲମାଳ ରେ ଚୁଆଁ ଖୋଳି ଚୁଆଁ ର ଗୋଳିଆ ପାଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ ।

ବିଭିନ୍ନ ସମୟରେ ସଂକ୍ରାମକ ରୋଗରେ ପୀଡ଼ିତ ହେଉଛନ୍ତି ଲୋକେ l ସେହିପରି ବିଜୁଳି ଆଲୋକ ନଥିବାରୁ ଲୋକେ ହୀନସ୍ତା ହେଉଛନ୍ତି ବିଭାଗୀୟ ଅଧିକାରୀ ରାଜନେତା ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଫଳସୁନ ।  ଜିଲ୍ଲାପାଳ ମହୋଦୟା ଙ୍କୁ ଏହି ବିଷୟରେ ଅବଗତ କରେଇ ସମସ୍ୟାକୁ ତୁରନ୍ତ କାର୍ଯ୍ୟ କାରି କରାଯିବା ସହିତ ବ୍ଲକ୍ ପ୍ରଶାସନ ପକ୍ଷରୁ ମୌଳିକ ସୁବିଧା ଯୋଗାଇ ଦେବା ନିମନ୍ତେ ନିବେଦନ କରିଛନ୍ତି ଗ୍ରାମବାସୀ । ଦେଖିବାକୁ ରହିଲା ଏନେଇ ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ।

ଭିଜିଲାନ୍ସ ଜାଲରେ ପିଆଇଏର ପ୍ରୋଜେକ୍ଟ ଆସୋସିଏଟ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର/କନ୍ଧମାଳ)- ପ୍ରତିଦିନ ଭିଜିଲାନ୍ସ ଜାଲ୍‌ରେ ଧରାପଡ଼ୁଛନ୍ତି ସରକାରୀ ବାବୁ। ସେମାନଙ୍କ ଠାରୁ ମିଳୁଛି କୋଟିକୋଟି ଟଙ୍କାର ବେଆଇନ ସମ୍ପତ୍ତି। ଏହିକ୍ରମରେ ଆଜି ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ପିଆଇଏର ଜଣେ ପ୍ରୋଜେକ୍ଟ ଆସୋସିଏଟ। ଏହି ବାବୁ ଜଣଙ୍କ ପୋଖରୀ ଖୋଳା ବିଲ୍‌ କରାଇ ଦେବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଧରିବାରେ ସକ୍ଷମ ହୋଇଛି। ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଲାଞ୍ଚୁଆ ବାବୁ ଜଣଙ୍କ ହେଲେ ନଗେନ୍ଦ୍ରନାଥ ସ୍ୱାଇଁ। ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ନଗେନ୍ଦ୍ରନାଥ ସ୍ୱାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅନ୍ତର୍ଗତ ତୁମୁଡ଼ିବନ୍ଧରେ ପିଆଇଏର ପ୍ରୋଜେକ୍ଟ ଆସୋସିଏଟ ଭାବେ କାମ କରନ୍ତି। ତାଙ୍କୁ ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ କୁଟାମଗୁଡା ନିକଟରୁ ଭିଜିଲାନ୍ସ ଧରିଛି। ଶ୍ରୀ ସ୍ୱାଇଁ ଦୁପି ଓ ଇଡିପଦର ଗାଁରେ ଚାଷ ପାଇଁ ୪ ଜଣ ଲୋକ ଖୋଳିଥିବା ପୋଖରୀର ବିଲ୍‌ କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ। ଏଥିପାଇଁ ୫୦ ହଜାର ଟଙ୍କାର ଡିଲ୍‌ ହୋଇଥିଲା। ତେବେ ଜଣେ ବ୍ୟକ୍ତିଙ୍କ ଠାରୁ ଶ୍ରୀ ସ୍ୱାଇଁ ଡିଲ୍‌ ମୁତାବକ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ତାଙ୍କ ଠାରୁ ଲାଞ୍ଚ ପାଇଁ ମିଳିଥିବା ୫୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଘଟଣା ପରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ନଗେନ୍ଦ୍ରନାଥ ସ୍ୱାଇଁଙ୍କ ନାଁରେ ମାମଲା କରାଯାଇଛି। ଏବେ ତାଙ୍କର ବିଭିନ୍ନ ଠିକଣାରେ ରେଡ୍‌ କରାଯାଇଛି। ରେଡ୍‌ ଶେଷ ହେବା ପରେ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି।

ଦାରିଙ୍ଗବାଡ଼ି ବ୍ଲକରେ କଂଗ୍ରେସ-ବିଜେଡି ଛକାପଞ୍ଝା…!

!!! କନ୍ଧମାଳ ଜିଲ୍ଲା ରୁ ଶାଶ୍ଵତ ପତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡ଼ା): ଦାରିଙ୍ଗବାଡ଼ି ବ୍ଲକରେ କଂଗ୍ରେସ-ବିଜେଡି ଭିତରେ ଛକାପଞ୍ଝା ଲାଗି ରହିଛି। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ସରକାରୀ ଜମିରେ ଘର ନିର୍ମାଣ କରୁଥିବା ଅଭିଯୋଗ ଆଣିଥିବା ବ୍ଲକ୍‌ ଅଧ୍ୟକ୍ଷା ରୁଦା ମଲ୍ଲିକ ଓ ଉପାଧ୍ୟକ୍ଷ ରମାକାନ୍ତ ବଳିୟାର ସିଂଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି ବିଜେଡି। ଏହାର ପ୍ରତିବାଦରେ ଆଜି ବିଜେଡି କର୍ମୀମାନେ ବିଶାଳ ଶୋଭାଯାତ୍ରାରେ ଦାରିଙ୍ଗବାଡି ବ୍ଲକ ଅଫିସ୍‌ ପର୍ଯ୍ୟନ୍ତ ଯାଇଥିଲେ। ପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ୧୦ ଦଫା ସମ୍ୱଳିତ ଦାବିପତ୍ର ପ୍ରଦାନ କରିଥିଲେ। ବିଜେଡି ଅଭିଯୋଗରୁ ପ୍ରକାଶ, ଦାରିଙ୍ଗବାଡ଼ି ବ୍ଲକ୍‌ ଅଧ୍ୟକ୍ଷା ରୁଦା ମଲ୍ଲିକ ଦୁର୍ନୀତିରେ ବୁଡ଼ି ରହିଛନ୍ତି। ସେ ବିନା ପିସିରେ ଫାଇଲ ସାଇନ୍‌ କରୁନଥିବା ଅଭିଯୋଗ କରିଛି ବିଜେଡି। ଏହା ସହିତ ଅଧ୍ୟକ୍ଷାଙ୍କ ସ୍ୱାମୀ ଜଣେ ଶିକ୍ଷକ ହୋଇଥିଲେ ମଧ୍ୟ ସ୍କୁଲ ଯାଉନାହାନ୍ତି। ବ୍ଲକ ପରିସରରେ ମଦ ପିଇ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ତୁରନ୍ତ ତାଙ୍କୁ ଅନ୍ୟ ବ୍ଲକକୁ ବଦଳି କରାଯାଉ ବୋଲି ବିଜେଡି ଦାବି କରିଛି।

                                             ବିଜେଡି କର୍ମୀମାନେ ବ୍ଲକ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି

ସେହିପରି ବ୍ଲକ ଉପାଧ୍ୟକ୍ଷା ରମାକାନ୍ତ ବଳିୟାର ସିଂ ମଧ୍ୟ କାମ ନ କରି ବିଲ କରିବାକୁ ସରକାରୀ କର୍ମଚାରୀଙ୍କ ଉପରେ ଚାପ ପକାଉଛନ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀ ବବୃବାହାନ ବେହେରା ମିଥ୍ୟା ବିଲ୍‌ କରିବାକୁ ମନା କଲେ, ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଧମକ ଦେଉଥିବା ବିଜେଡି ଅଭିଯୋଗ ଆଣିଛି। ତେଣୁ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାଵନୀ ଦେଇଛି। ସେପଟେ ଗତ ୧୬ ତାରିଖରେ ବ୍ଲକ ଅଧ୍ୟକ୍ଷା ରୁଦା ମଲ୍ଲିକଙ୍କ ସମେତ ସରପଞ୍ଚ ଓ ସମିତିସଭ୍ୟ ପ୍ରମୁଖ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ବିରୋଧରେ ଆଣିଥିଲେ ସଙ୍ଗୀନ ଅଭିଯୋଗ। ବିଧାୟକ ସରକାରୀ ଜମିରେ କୋଠା ନିର୍ମାଣ କରିବା ଅଭିଯୋଗ ଆଣିଥିଲେ। ଏହାର ପ୍ରତିବାଦରେ ସେମାନେ ଅନଶନରେ ବସିଥିଲେ। ଏହାକୁ କାଉଣ୍ଟର କରିବା ପାଇଁ ବିଜେଡି ଏଭଳି ଡ୍ରାମା କରୁଛି ବୋଲି କଂଗ୍ରେସ ଆଜି ଅଭିଯୋଗ କରିଛି।

ସମଗ୍ର କନ୍ଧମାଳ ଜିଲ୍ଲାରେ ଲଘୁଚାପ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ : ଧୋଇଗଲା ଅସ୍ଥାୟୀ ପୋଲ – ତୁରନ୍ତ ମରାମତି ପାଇଁ ଦାବୀ…!

!!! କନ୍ଧମାଳ ଜିଲ୍ଲା ବାଲିଗୁଡା ରୁ ଶାଶ୍ଵତ କୁମାର ପତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡା)- ୱଲମାର୍କ ଲୋ ପ୍ରେସର ରେ ପରିଣତ ହୋଇଛି ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ l ଏହା ଏକ ଅବପାତ ର ରୂପ ନେଇଥିବାରୁ ସମଗ୍ର କନ୍ଧମାଳ ଜିଲ୍ଲାରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଛି l ଏହି ପରିପ୍ରେକ୍ଷୀରେ ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇ ଯାଇଛି ଦାରିଙ୍ଗବାଡ଼ି ଅଞ୍ଚଳ । ପ୍ରବଳ ବର୍ଷା ହେବା ଫଳରେ ଡାବୁଲମାହା ନଦୀରେ ଅଧିକ ପାଣି ଆସିବା ଫଳରେ ଡାବୁଲମାହା ନଦୀ ଉପରେ ହୋଇଥିବା ଅସ୍ଥାୟୀ ପୋଲ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ ୫୯ ନଂ. ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ବାଲିଗୁଡା ଠାରୁ ଦାରିଙ୍ଗବାଡ଼ି, ବ୍ରହ୍ମପୁର କୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଧୋଇହୋଇ ଯାଇଥିବା ଅସ୍ଥାୟୀ ପୋଲ କାମକୁ ପୁଣି କରିବା ପାଇଁ ଠିକା କମ୍ପାନୀ କାର୍ଯ୍ୟ ଆରମ୍ଭ କରିଦେଇଥିବା ବେଳେ ବର୍ଷା ଲାଗିରହିଥିବା ଫଳରେ ନଦୀରେ ପ୍ରବଳ ପାଣି ଆସୁଥିବାରୁ କାମ ସଠିକ ଭାବେ କରିହେଉନଥିବା ଦେଖିବାକୁ ମିଳିଛି । ଶନିବାର ଦିନ ଠାରୁ ଅଳ୍ପ ବର୍ଷା ହେଉଥିବା ବେଳେ ରବିବାର ଦିନ ମଧ୍ୟାହ୍ନ ପର ଠାରୁ ଅଦ୍ୟାବଧି ସୁଦ୍ଧା ପ୍ରବଳ ବର୍ଷା ଜାରୀ ରହିଛି । ବର୍ଷା ସାଙ୍ଗକୁ ପବନ ମଧ୍ୟ ବହୁଛି । ବର୍ଷା ହେବା ଫଳରେ ଉପାନ୍ତ ଅଞ୍ଚଳ ଗୁଡିକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହେବା ସହ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ, ସିମନବାଡ଼ି, ତିଲୋରୀ, କିରୀକୁଟି, ବୁଡ଼ାଗୁଡ଼ା ଭଳି ଅନେକ ଅଞ୍ଚଳରେ ରବିବାର ରାତି ଠାରୁ ବିଦ୍ୟୁତ ନାହିଁ । ଲୋକେ ଅନ୍ଧାରରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ବର୍ଷା ଲାଗିରହିଥିବା ଯୋଗୁଁ ବିଦ୍ୟୁତ ବ୍ୟବସ୍ଥା ସୁଧାରି ହୋଇପାରୁନାହିଁ । ମୁଖ୍ୟକରି ବ୍ରାହ୍ମଣୀଗାଁ ଅଂଚଳର ୮ଗୋଟି ଗ୍ରାମ ପଞ୍ଚାୟତ ବାସୀ ଅନ୍ଧକାରରେ ରହିଥିବା ସହିତ ବିଏସଏନଏଲ ସେବା ପାଇବାରୁ ବଞ୍ଚିତ ହୋଇ ରହିଥିବା ପ୍ରକାଶ ପାଇଛି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ରାସ୍ତା ଓ ବିଦ୍ୟୁତ ବ୍ୟବସ୍ଥା କୁ ସୁଧାରି ବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି ।

ଜନତା ଙ୍କ ସ୍ଵର, “ମୋଦୀ ଛୁଆ ଙ୍କ ପାଇଁ ସବୁ ମାଫ୍ କି” ….?

!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ଶାଶ୍ୱତ ପତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବାଲିଗୁଡ଼ା) – ବାଲିଗୁଡା ସହର ମଧ୍ୟରେ ଥିବା ଡାକଘରେ ବର୍ଷ ବର୍ଷ ଧରି କୌଣସି ଜିନିଷ ଠିକ୍ ସମୟରେ ପହଞ୍ଚୁନଥିବା ଅଭିଯୋଗ ହେଉଛି । ଏହି ଡାକଘରେ କାର୍ଯ୍ୟରତ ଟ୍ରେଜରର୍ ରଶ୍ମୀରେଖା ପାତ୍ର ଦିନ ୧୧ ଟା ରେ ପୋଷ୍ଟ ଅଫିସ୍ ରେ ପହଞ୍ଚୁ ଥିଲେ ମଧ୍ୟ ତାଙ୍କ ଉପରିସ୍ଥ ଅଧିକାରୀ ଙ୍କ ଏଥି ପ୍ରତି ନିଘା ନଥିବା ସାଧାରଣରେ ବିସ୍ମୟ ସୃଷ୍ଟି କରୁଛି । ଅନେକ ସମୟରେ ବିଭିନ୍ନ କାର୍ଯ୍ୟରେ ଏହି ଅଫିସକୁ ଆସୁଥିବା ଜନସାଧାରଣ ଅଯଥାରେ ଅପେକ୍ଷା କରି କରି ସମୟ ନଷ୍ଟ କରିବା ସହ ବିରକ୍ତ ହେଉଥିବା ଦେଖାଯାଉଛି । ମେଲ୍ ଗାଡି ଡାକ ନେଇଯିବା ପରେ କର୍ମଚାରୀ ଖାଇବାକୁ ଯିବା ପାଇଁ ସରକାରୀ ନିୟମ ରହିଥିବା କୁହାଯାଉଥିବା ବେଳେଏହାକୁ କେହି ଠିକ୍ ଭାବେ ପାଳନ କରୁନଥିବା ଜଣାପଡିଛି ।

ଏପରିକି ମ୍ୟାଡାମ୍ ଦିନ ୧ ଘଂଟା ରେ ମଧ୍ୟ ଅଫିସ୍‌ରୁ ଚାଲି ଯାଆନ୍ତି ଏବଂ ୩ ଟା ୩୦ ମିନିଟ୍ ରେ ଆସୁଥିବା ଦେଖି ମ୍ୟାଡାମ୍‌ଙ୍କ ପାଇଁ ଏହି ପୋଷ୍ଟ ଅଫିସ୍‌ରେ ନୂତନ ନିୟମ ରହିଅଛି କି ବୋଲି ପ୍ରଶ୍ନ ଉଠୁଛି । ଯଦି କେହି କୌଣସି ଚିଠି ରେଜଷ୍ଟ୍ରି କରିବାକୁ ଯାଆନ୍ତି ତେବେ ମ୍ୟାଡାମ୍ ଏବେ ହେବନି, ମେଲ୍ ଗଲାଣି କହୁଥିବା ଅଭିଯୋଗ ହେଉଛି । ଏହିସବୁ ବ୍ୟତିକ୍ରମ ନେଇ ଉଠୁଥିବା ଅଭିଯୋଗର ଏକ ଭିତିରି ଅନୁସନ୍ଧାନ ସହ କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇପଡିଛି । ଡ଼ାକ ବିଭାଗ କେନ୍ଦ୍ର ସରକାର ଙ୍କ ଅଧୀନରେ ଥିବା ଯୋଗୁଁ ଏଥିପ୍ରତି ରାଜ୍ଯ ସରକାର ଙ୍କ କୌଣସି କତ୍ତୃତ୍ବ ରହୁନଥିବା ହେତୁ ବିଭାଗୀୟ କର୍ମଚାରୀ ମାନେ ମନମୁଖୀ କାର୍ଯ୍ଯ କରୁଥିବା ଦେଖା ଦେଉଛି। ଏପରିକି ଏମାନଙ୍କ ଉପରିସ୍ଥ କର୍ମକର୍ତ୍ତା ମଧ୍ଯ ଏଥି ପ୍ରତି ନଜର ଦେଉନଥିବା ରୁ ଏମାନେ ବାହୁ ପିଟି ଆମେ ସବୁ ମୋଦୀ ଙ୍କ ଛୁଆ ଆମକୁ କିଏ କଣ କରିବ ବୋଲି କହୁଥିବା ଚର୍ଚ୍ଚା ପରିସର ମଧ୍ୟକୁ ଆସୁଛି। ଏନେଇ ସାଧରଣ ଜନତା ଙ୍କ ପକ୍ଷ ରୁ କେନ୍ଦ୍ର ସରକାର ଙ୍କ ନିକଟକୁ ଟୁଇଟର ମଧ୍ୟରେ ଅଭିଯୋଗ କରିବା ନିମନ୍ତେ ମନସ୍ତ କରିଥିବା ମିଳିଥିବା ସୂଚନା ସୂଚନା  କାର୍ଯ୍ୟକାରୀ ହେଲେ ଆମେ କହିବୁ… ଏଥର ସମ୍ଭାଳ…! 

କ ନୂଆଗାଁ ଠାରେ ବିଜେଡ଼ି ପର୍ଯ୍ୟବେକ୍ଷକଙ୍କ ବନ୍ଦ କୋଠରୀ ରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – କନ୍ଧମାଳ ଜିଲ୍ଲାକୁ ତିନି ଦିନିଆ ଗସ୍ତରେ ଆସି ପଞ୍ଚାୟତିରାଜ, ପାନୀୟଜଳ, ଆଇନ୍, ଗୃହ ଓ ନଗର ଉନ୍ନୟନ ବିଭାଗ ତଥା ପର୍ଯ୍ୟବେକ୍ଷକ କନ୍ଧମାଳ ଓ ବଡ଼ମ୍ବା ବିଧାୟକ ତଥା କନ୍ଧମାଳ ପର୍ଯ୍ୟବେକ୍ଷକ ଦେବୀପ୍ରସାଦ ମିଶ୍ରଙ୍କ କ.ନୂଆଗାଁ ଗସ୍ତ । ବିଜେଡି କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବାଲିଗୁଡ଼ା,କ.ନୂଆଗାଁ, ତୁମୁଡ଼ିବନ୍ଧ ଓ କୋଟଗଡ଼ ଚାରୋଟି ବ୍ଲକର ନେତାଙ୍କ ସହ ଆଲୋଚନା କରି ଫେରିଯାଇଛନ୍ତି ଦୁଇ ପର୍ଯ୍ୟବେକ୍ଷକ । ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଠାରୁ ସଙ୍ଗଠନକୁ ସୁଦୃଢ଼ କରିବାକୁ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଦୁଇ ପର୍ଯ୍ୟବେକ୍ଷକ। ପର୍ଯ୍ୟବେକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ଠାରୁ ରଣନିତୀ ପ୍ରସ୍ତୁତ କଲେଣି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଓ ନେତୃବୃନ୍ଦ । ଆଗାମୀ ଦିନରେ ଦଳ ଆହୁରି ସୁଦୃଢ଼ ହେବ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଆମ ନିର୍ବାଚନ ମଣ୍ଡଳୀରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବୋଲି କହିଛନ୍ତି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ତୁମୁଡ଼ିବନ୍ଧ ବ୍ଲକ୍ ସଭାପତି ପ୍ରମୋଦ କୁମାର ସାହୁ ।

ଏହି କାର୍ଯ୍ୟକାରିଣୀ ବୈଠକ ରେ କ ନୂଆଗାଁ ବରିଷ୍ଟ ବିଜେଡି ନେତା କୃଷ୍ଣ ମୋହନ ପାଣିଗ୍ରାହୀ, ବ୍ଲକ ସଭାପତି ବାସୁଦେବ ପଣ୍ଡା,ବ୍ଲକ ଅଧ୍ୟକ୍ଷ ସୁଲୋଚନା ଦଳବେହେରା, ବିଜେଡି ବରିଷ୍ଠ କର୍ମୀ ସହଦେଵ ପାତ୍ର କୋଟଗଡ ବ୍ଲକ ବିଜେଡି ସଭାପତି ଷ୍ଟିଫେନ ପ୍ରଧାନ, ସାଂସଦ ବ୍ଲକ ପ୍ରତିନିଧି ମନୋଜ ସାବତ, ତୁମୁଡିବନ୍ଧ ବ୍ଲକ ସଭାପତି ତଥା ସାଂସଦ ପ୍ରମୋଦ ସାହୁ, ବ୍ଲକ ଅଧ୍ୟକ୍ଷ ପ୍ରକାଶ ପାତ୍ର,ବାଲିଗୁଡା ବ୍ଲକ ବରିଷ୍ଟ ବିଜେଡି ନେତା ତଥା ପୂର୍ବତନ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ନଗର ଯୁବ ସଭାପତି ସୁଜିତ ପାଳ, ଅବନୀ କାନ୍ତ ନାୟକ,ସମେତ ଚାରି ବ୍ଲକ ର ଯୁବ, ଛାତ୍ର ଓ ମହିଳା କର୍ମୀ ଯୋଗ ଦେଇଥିଲେ | କିନ୍ତୁ ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାସ ଆଜିର କାର୍ଯ୍ୟକାରିଣୀ ବୈଠକ ରେ ଯୋଗ ଦେଇ ନ ଥିବା ନେଇ ରାଜନୀତିକ ମହଲ ରେ ଚର୍ଚ୍ଚା ହୋଇଛି |କେବେବି ଦଳୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇ ନଥିବା କିଛି ଦଳୀୟ କର୍ମୀ ଙ୍କ ଉପସ୍ଥିତ କୁ ନେଇ କର୍ମୀ ମହଲ ରେ ଆଲୋଚନା ହେଉଛି | କରୋନା କଟକଣା ଯୋଗୁଁ ମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ ବିଜେଡି କାର୍ଯ୍ୟକାରିଣୀ ବୈଠକ କୁ ମନା କରିବା ସହିତ ସୀମିତ ବ୍ଲକ ଛାତ୍ର, ଯୁବ ଓ ମହିଳା କର୍ମୀ କୁ ନେଇ ବୈଠକ କରି ଦଳ କୁ ସକ୍ରିୟ ସଦସ୍ୟ ଓ ୱାର୍ଡ କମିଟି ପାଇଁ ଆଲୋଚନା କରିଥିଲେ |

ବାଲିଗୁଡା ବନ ଖଣ୍ଡରେ ୭୨ତମ ବନମହୋତ୍ସବ ପାଳିତ

!!! କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ସୁରେଶ ପାଣିଗ୍ରାହୀଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (କନ୍ଧମାଳ) – ବାଲିଗୁଡା ବନ ଖଣ୍ଡରେ ୭୨ତମ ବନମହୋତ୍ସବ ପାଳିତ ହୋଇଛି । ବାଲିଗୁଡା ଡିଏ ଫ ଓ ବିଶ୍ୱନାଥ ନିଳନମ୍ବର ମୁଖ୍ୟ ଅତିଥି ରୂପେ ଆନୁଷ୍ଠାନିକ ଉଦଘାଟନ କରିଥିଲେ। ନୁଆସାହି ସ୍ଥିତ ମେଗା ନର୍ସରୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବୃକ୍ଷ ରୋପଣ କରିଥିଲେ। ଏଥି ସହିତ ବାଲିଗୁଡା ବନଖଣ୍ଡ ତରଫରୁ ଚାରା ବିତରଣ କେନ୍ଦ୍ର ଖୋଲାଯାଇ ୭୫ ପ୍ରକାର ଜଙ୍ଗଲ ଜାତ ବୃକ୍ଷ,ଓଷଧ୍ୟ୍ୟ ଜାତୀୟ ବୃକ୍ଷ, ଫଳ ଗଛ ଗୁଡିକୁ ବିକ୍ରୟ କରାଯାଇଛି । ପ୍ରତି ଗଛପିଛା ଏକ ଟଙ୍କାରେ ବିକ୍ରୟ କରାଯାଇଛି । ବାଲିଗୁଡା ବନାଞ୍ଚଳ ଅଧିକାରୀ ଉଦିତ କୁମାର ପ୍ରଧାନ ତ୍ବତାବଧାନରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବନପାଳ ମାନସ କୁମାର ସାହୁ, ବନରକ୍ଷୀ ସତ୍ୟ ନାରାୟଣ ମହାନ୍ତି, ବାଲିଗୁଡା ଫାୟାର ଅଧିକାରୀ ଯୋଗଦେଇଥିଲେ ।

ନୂଆପଡା ଗ୍ରାମ ରେ ବୃକ୍ଷ ରୋପଣ ସପ୍ତାହ ପାଳନ…!

!!! କନ୍ଧମାଳ ଜିଲ୍ଲା ରୁ ଫୁଲବାଣୀ ଉପଖଣ୍ଡ ପ୍ରତିନିଧି ସୁରେଶ ପାଣିଗ୍ରାହୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (କନ୍ଧମାଳ)- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୂଆପଡା ଠାରେ ନାଯୁ ସେବାସମିତି ଗ୍ରାମ ବବଡୀଙ୍ଗିଆ ର ସମସ୍ତ ସଭ୍ୟ ସଭ୍ୟା ମାନଙ୍କ ସହାୟତା ରେ ନୂଆପଡା ଗ୍ରାମ ରେ ବୃକ୍ଷ ରୋପଣ ସପ୍ତାହ ପାଳନ ହେଇ ଯାଇଅଛି, ଏହି କାଯ୍ୟକ୍ରମ କୁ ଆୟୋକୋ ରୁରାଲଡେଭଲମେଣ୍ଟ କରିଥିଲେ । ଏମ ଏସ ଏମ ଇ ଭାରତ ସରକାରକଂ ସୃତି ଯୋଜନା ଅନୁସାରେ ବୃକ୍ଷ ରୋପଣ କରାଯାଇ ଅଛି ଏହି କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବରେ ଶିଳ୍ପ କାଯ୍ୟ ନିର୍ବାହୀ ବିଭାଗ ଶ୍ରୀ ଏନ କେ ସିଂ ଏବଂ ଅତିରିକ୍ତ ନିର୍ଧେଶକ ହର୍ଟି କଲଚର ଅଫିସର ଶ୍ରୀମତୀ କବିତା ରଥ ଏବଂ ଫିରିଙ୍ଗିଆ ଏ॰ଏଚ॰ଓ ଉପସ୍ଥିତ ରହି ବୃକ୍ଷ ରୋପଣ କରି ଥିଲ l