ଜିଲ୍ଲାପାଳଙ୍କ ନୂତନ ପରିକଳ୍ପନା ଓ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଅଭିନବ ପ୍ରୟାସ ରେ ସରକାରୀ କର୍ମଚାରୀ ଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ନୂତନ ପରିକଳ୍ପନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ନିହାରେନ୍ଦ୍ର ପଣ୍ଡା ଙ୍କ ଅଭିନବ ପ୍ରୟାସ ରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ବିଭାଗ ର ମିଳିତ ଆନୁକୂଲ୍ୟରେ ଜିଲ୍ଲାରେ ପ୍ରଥମ ଥର କରି ସରକାରୀ କର୍ମଚାରୀ ମାନଙ୍କ ପାଇଁ ଏକ ଦିନିକିଆ ମାଗଣା ସ୍ବାସ୍ଥ୍ୟ ଶିବିର ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ କରି କର୍ମମୟ ବ୍ୟସ୍ତବହୁଳ ଜୀବନ ରେ ସ୍ୱାସ୍ଥ୍ୟ ହିଁ ସମ୍ପଦ କୁ ଗୁରୁତ୍ଵ ଦେଇ ସମସ୍ତ ସରକାରୀ କର୍ମଚାରୀ ନିଜର କାର୍ଯ୍ୟାଳୟ ର ଦାୟିତ୍ଵ କୁ ସୂଚାରୁ ରୂପେ ତୁଲାଇବା କୁ ହେଲେ ନିଜର ତଥା ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା କରି ସୁସ୍ଥ ସବଳ ରଖିବା ସହିତ ସ୍ୱାସ୍ଥ୍ୟବାନ ହେବା ପାଇଁ ପରାମର୍ଶ ଦେଇଥିଲେ। ସ୍ୱାସ୍ଥ୍ୟ ସଚେତନତା ପ୍ରତି ଜିଲ୍ଲାପାଳଙ୍କ ଏହି ନୂତନ ପରିକଳ୍ପନା ଓ ମହତ ଉଦ୍ୟମ କୁ ସମସ୍ତ ଅଧିକାରୀ, କର୍ମଚାରୀ ପ୍ରଶଂସା କରିଛନ୍ତି। ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଦିଲୀପ ଦୁବେ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ଶିବିରରେ ଭେଷଜ ଚିକିତ୍ସା ବିଭାଗ,ଦାନ୍ତ ଚିକିତ୍ସା ବିଭାଗ, ଚକ୍ଷୁ, ନାସା,କର୍ଣ୍ଣ ଓ ଗଲା,ଶିଶୁ ରୋଗ ବିଭାଗ ଇତ୍ୟାଦି ର ବିଶେଷଜ୍ଞ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା ସହ ପରାମର୍ଶ ସେବା ଯୋଗାଇ ଦେଇଥିଲେ। ଏହି ଶିବିରରେ ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ଶିବାଜୀ ପ୍ରଧାନ, ଡି ଡି ପ୍ଲୀନିଂ ସୁକାନ୍ତ ଦଲେଇ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର,ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଇ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦ୍ର ମହାପାତ୍ର, ସହକାରୀ ଯନ୍ତ୍ରୀ ପୂର୍ତ୍ତ ବିଭାଗ ସୁବ୍ରତ ସାହୁ, ଏ ପି ଡି,ବିମ୍ବାଧର ସାହୁ, ଡିଇଜିଏମ୍,ସଞ୍ଜୀବ କୁମାର ଚୌଧୁରୀ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ,କର୍ମଚାରୀ ପ୍ରମୁଖ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଶିବିରରେ ଶତାଧିକ ରୁ ଉର୍ଦ୍ଧ ସରକାରୀ କର୍ମଚାରୀ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଶିବିରର ସୁପରିଚାଳନା ରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ସମ୍ପାଦକ ଅକ୍ଷୟ କୁମାର ଦାସ ସହଯୋଗ କରିଥିଲେ। ଏଥିରେ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆଲୋକ ରଞ୍ଜନ ମୁଣ୍ଡ, ଅନନ୍ତ କୁମାର ପଣ୍ଡା, ସ୍ୱାସ୍ଥ୍ୟ କର୍ମଚାରୀ ସହଯୋଗ କରିଥିଲେ ।

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କଲେ ଗଙ୍ଗାଧର ନନ୍ଦ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୋଲିସ ଉଚ୍ଚ ବିଦ୍ୟାଳୟର ହିନ୍ଦି ଶିକ୍ଷକ ଭାବେ ଶ୍ରୀଯୁକ୍ତ ଗଙ୍ଗାଧର ନନ୍ଦ ବେଶ ପରିଚିତ । ପ୍ରତିବର୍ଷ କ୍ଲାସରେ ଥିବା ପିଲାମାନଙ୍କ ଶିକ୍ଷାର ସ୍ତରକୁ ହୃଦୟଙ୍ଗମ କରି ସ୍ଵତନ୍ତ୍ର ଭାବେ ଶିକ୍ଷା ଦାନ କରିଥାନ୍ତି । ଦଳଗତ ଭାବେ ପିଲାମାନଙ୍କ ମନରେ ଥିବା ଦ୍ଵନ୍ଦକୁ ସେ ଦୂର କରାଇଥାନ୍ତି । ଶ୍ରେଣୀରେ ପାଠ ପଢ଼ାଇବା ସମୟରେ ତାଙ୍କର ଅଭିନବ ଶିକ୍ଷାଦାନ ଶୈଳୀ ପିଲାଙ୍କ ହିନ୍ଦି ବିଷୟ ପ୍ରତି ଥିବା ଭୟକୁ ଦୂର କରାଇଥାଏ । ଶ୍ରୀ ନନ୍ଦଙ୍କ ନୀତିବାଣୀ ହେଉଛି , ଜଣେ ବ୍ୟକ୍ତି ରୋଜଗାରକ୍ଷମ ହେବା ଅପେକ୍ଷା ପ୍ରଥମେ ସୁନାଗରିକ ହେବା ଆବଶ୍ୟକ । ଏହି ଅନୁଚିନ୍ତାରେ ଶ୍ରୀନନ୍ଦ ଛାତ୍ରଛାତ୍ରୀଙ୍କୁ ଚରିତ୍ରବାନ କରାଇଥାନ୍ତି । ମୋବାଇଲ ଠାରୁ ଦୂରରେ ରହି ପୁସ୍ତକକୁ ପିଲାମାନେ କିପରି ବନ୍ଧୁ କରିବେ, ସେଥିପାଇଁ ସେ ଅତ୍ୟନ୍ତ ଯତ୍ନବାନ । ପିଲାଙ୍କ ପାରିପାର୍ଶିକ ସମସ୍ୟାକୁ ବୁଝି ସେ ସମସ୍ୟାର ସମାଧାନ ପାଇଁ ସଦା ସର୍ବଦା ଚେଷ୍ଟିତ । ମାତା ପିତା ସଜି ଦେଶର ଉତ୍ତର ପିଢ଼ିଙ୍କୁ ସେ ପ୍ରସ୍ତୁତ କରାଇଥାନ୍ତି । ତାଙ୍କର ଏହି ଅବଦାନ, ଅଭିନବ ପ୍ରୟାସ ପାଇଁ ଗତ ରାଜ୍ୟ ସ୍ତରୀୟ ଗୁରୁଦିବସ ଉତ୍ସବ କମ୍ଭେଂସନ୍ ସେଣ୍ଟର ଲୋକସଭା ଭବନ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରି ଶ୍ରୀଯୁକ୍ତ ଗଙ୍ଗାଧର ନନ୍ଦ ଆଜି କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଏବଂ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ନୂତନ ସରକାର ଙ୍କ ବିଜ୍ଞାପିତ ଅଞ୍ଚଳ ଘୋଷଣାରୁ ଏମ ରାମପୁର କୁ ବାଦ ; ରାଜରାସ୍ତାକୁ ଓହ୍ଲାଇଲେ ଏମ.ରାମପୁର ଜନସାଧାରଣ

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା)- ରାଜ୍ୟ ସରକାର ଙ୍କ ଦ୍ଵାରା ଗତ ୩୧ ତାରିଖ ରାଜ୍ୟ ର ଅନେକ ଅଞ୍ଚଳ ବିଜ୍ଞାପିତ ଅଞ୍ଚଳ ଘୋଷଣା କରାଯାଇଥିଲା। କିନ୍ତୁ ଏମ.ରାମପୁରକୁ ଏହି ଘୋଷଣାରେ ସାମିଲ ନ ହେବା ଯୋଗୁ ଅଞ୍ଚଳବସୀ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆଜି ୪ ତାରିଖ ଗୁରୁବାର ଏମ.ରାମପୁର ସହର ବନ୍ଦ କରିଛନ୍ତି। ଗତ ସରକାର ଏମ.ରାମପୁରକୁ ବିଜ୍ଞାପିତ ଅଞ୍ଚଳ ହେବ ବୋଲି ଘୋଷଣା କରିଥିଲେ। ମାତ୍ର ନୂତନ ସରକାର ସ୍ୱାୟତ୍ତ ଶାସନ ଦିବସରେ ନୂତନ ବିଜ୍ଞାପିତ ଅଞ୍ଚଳ ଘୋଷଣା କହିଥିବା ବେଲେ ଏମ ରାମପୁର କୁ ବାଦ ଦେଲେ ଯାହା ଫଳରେ ଲୋକେ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି। ଏମ.ରାମପୁର କୁ ୨୦୧୧ ଜନଗଣନା ଅନୁସାରେ ସରକାର ଜନସଂଖ୍ୟା ସହର ମାନ୍ୟତା ଦେଇଥିଲେ।ରାଜ୍ୟରେ ନୂତନ ଘୋଷିତ ବିଜ୍ଞାପିତ ଅଞ୍ଚଳ ମଧ୍ୟରୁ ଅର୍ଦ୍ଧାଧିକ ଅଞ୍ଚଳର ଜନସଂଖ୍ୟା ଠାରୁ ଏମ.ରାମପୁର ଜନ ସଂଖ୍ୟା ଦୁଇ ଗୁଣ ଅଧିକ। ସେହିପରି ଏମ.ରାମପୁରର ମାସିକ ଆୟ ପାଖାପାଖି ଲକ୍ଷେ ଅଟେ। ଏଠାରେ ୪ ଗୋଟି ବ୍ଲକ୍ ଅଞ୍ଚଳ କୁ ନିୟନ୍ତ୍ରଣ କରୁଥିବା ଉପଖଣ୍ଡ କାର୍ଯ୍ୟାଳୟ ରହିଛି। ଏମ.ରାମପୁର ଦେଇ ଜାତୀୟ ରାଜପଥ ନଂ ୫୯, ରାଜ୍ୟ ରାଜପଥ ନଂ ୬(କ); ଜିଲା ମୁଖ୍ୟ, ଅନ୍ୟ ଜିଲା ମୁଖ୍ୟ ରାସ୍ତା ସଂଯୋଗୀ କରଣ ହୋଇ ଚାରିଛକ ରହିଛି। ଏହି ରାସ୍ତା ଦେଇ ସହସ୍ରାଧିକ ଯାନବାହାନ ଯାତାୟାତ ହେଉଛି। ଏହି ଜିଲ୍ଲାର ନର୍ଲା, କର୍ଲାମୁଣ୍ଡା, ଲାଞ୍ଜିଗଡ , ଏମ.ରାମପୁର ଆଦି ଅଞ୍ଚଳ ଲୋକେ ପ୍ରଶାସନିକ, ରାଜନୀତିକ, ନ୍ୟାୟିକ ଅନେକ ବହୁବିଧ କାର୍ଯ୍ୟ ପାଇଁ ଏମ.ରାମପୁର ରେ ନିର୍ଭର କରନ୍ତି। ଏମ.ରାମପୁର ଭଳି ଅଞ୍ଚଳ ଗୁରୁତ୍ଵ ବହନ କରୁଥିବା , ବିଜ୍ଞାପିତ ଅଞ୍ଚଳ ର ସମସ୍ତ ମାନଦଣ୍ଡ,ପରିମାପ ପରିପୂରଣ କରିପାରୁଛି। ଏହା ସହିତ ରାଜସ୍ବ ଉପଖଣ୍ଡ ମାନ୍ୟତା ମଧ୍ୟ ମାପଦଣ୍ଡ ପୁରାଣ କରୁଛି।ତେଣୁ ରାଜ୍ୟ ସରକାର ଯୋଥୋଚିତ ଦୃଷ୍ଟି ଦେଇ ଏମ.ରାମପୁର ଅଞ୍ଚଳ ର ଗ୍ରହଣୀୟ ଦାବି ପୂରଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଆଜିର ବନ୍ଦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମିତି ସଭ୍ୟ ତଥା ବି ଜେ ପି ମଣ୍ଡଳ ସଭାପତି ଯଜ୍ଞସେନ ପଣ୍ଡା, ସି ପି ଏମ୍ ନେତା ସତ୍ୟଜିତ ଚାଟାର୍ଜୀ, ପୂର୍ବତନ ସରପଞ୍ଚ କିଶୋର ପ୍ରହରାଜ, ଜିବେଶ୍ ପଣ୍ଡା, ଚିତ୍ତ ବାଗ, ସାମାଜିକ କର୍ମୀ ବିକାଶ ସିଂହଦେଓ (ଘନ), ନୀଳମାଧବ ସିଂହଦେଓ, ସତ୍ୟ ସାହୁ, ବାର ଆସୋସିଏସନ ସଭାପତି ଜୟ ସିଂହଦେଓ, ଚମରା ବଗର୍ତ୍ତି, ପ୍ରକାଶ ମାଝୀ, ଚିରାଗ ସିଂହ ଦେଓ , ଶ୍ରୀକାନ୍ତ ହୋତା ପ୍ରମୁଖ ନେତୃତ୍ଵ ନେଇ ଆନ୍ଦୋଳନରେ ଶତାଧିକ ଲୋକ ସାମିଲ ହୋଇଛନ୍ତି । ସକାଳୁ ଆରମ୍ଭ ହେଇଥିବ ଆନ୍ଦୋଳନ ଜାରି ରହିଛି। ଚାରି ଛକ ଠାରେ ଚାରି ପାଖ ରାସ୍ତା ବନ୍ଦ କରାଯାଇଛି। ସହର ସମସ୍ତ ଦୋକାନ, ବଜାର,ସରକାରୀ, ବେସରକାରୀ ଅନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଛି।

କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଖାଇ ସମ୍ପନ୍ନ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – ନୂଆ ଖାଇଲେ କଳାହାଣ୍ଡି ଗଡ଼ଜାତ ଅଞ୍ଚଳବାସୀ। ଚଳଚଞ୍ଚଳ ଗଡ଼ଜାତ ର ପୁରପଲ୍ଲୀ। ଏନେଇ କଳାହାଣ୍ଡି ମହାରାଜାଙ୍କ ପକ୍ଷରୁ ଲଗ୍ନ ଧାର୍ଯ୍ୟ କରାଯାଇଥିଲା। ପବିତ୍ର ଦଶମୀ ତିଥିର ସକାଳ ୮ଟା ୪୫ରୁ ୯ଟା ୫ ମି. ମଧ୍ୟେ ମାଁ ମାଣିକେଶ୍ବରୀଙ୍କ ପୀଠରେ ନବାନ୍ନ ଲାଗି ଥିଲା। ଏହାପରେ ସର୍ବସାଧାରଣ ସକାଳ ୧୦.୫୫ ରୁ ମଧ୍ୟାହ୍ନ ୧ଟା ମଧ୍ୟରେ ନୂଆ ଖାଇବେ। ସେହିପରି ମାଣିକେଶ୍ବରୀ ଓ ମଦନପୁର ରାମପୁରର ଡୋକରି ଦେବୀଙ୍କ ଠାରେ ନୂଆ ଲାଗି ହେବାପରେ ମ.ରାମପୁର ବାସୀ ନୂଆ ଖାଇଲେ। ଏହି ଦିନ ଭବାନୀପାଟଣା ସହର ଓ ଦାଦପୁର ସମେତ କଳାହାଣ୍ଡି ଗଡ଼ଜାତର ପୁରାତନ ଜମିଦାରୀ ଅଞ୍ଚଳ ଲାଞ୍ଜିଗଡ଼ , ମହୁଲପାଟଣା, କର୍ଲାପାଟ, ଜୟପାଟଣା, ମଦନପୁର ରାମପୁର ଏବଂ ଥୁଆମୂଲ ରାମପୁର ସହରବାସୀ ନୂଆଖାଇ ପାଳନ କଲେ। ଘରେ ଘରେ ଖିରିପିଠା ରେ ମହକି ଯାଉଛି ପରିବେଶ । ସ୍ନେହ ସଂପର୍କ ଓ ଭାଇଚାରାର ସନ୍ଦେଶ ଦେଇ ଚାଲିଛି ଏହି ନୁଆଁଖାଇ । ନୁଆ କପଡା ,ନୁଆ ଧାନ, କୁରେଇ ପତ୍ର, ନୁଆ ହାଣ୍ଡି ,ନୁଆ ଚୁଡା ଆଦି ସଂଗ୍ରହ କରିବା ନୁଆଁ ଧାନରେ ପ୍ରସ୍ତୁତ ଚୁଡା ଖିରି ପ୍ରସ୍ତୁତ ଘରର ଛୋଟ ବୟଷ୍କ ମାନେ ବଡ ମାନଙ୍କୁ ମୁଣ୍ଡିଆ ଆର୍ଶିବାଦ ନେଇଥାନ୍ତି । ନୁଆଖାଇ ତିହାର ଆଣିଛେ ନୂଆ ସପନ ନୂଆ ଆଶା, ହସି ଖେଳି କରି ବିତୁ ଏଇ ବଛର ମା ମାଣିକେଶ୍ଵରୀ ଆରୁ ଭରସା ଆମର୍ ପରବ୍ ଆମର୍ ଗରବ୍, ଆମର ବଡ଼ଖା ତିହାର, ଓଡିଶାର୍ ଗଣ ପରବ୍ ଆମର୍ ନୂଆଁଖାଇ ତିହାର୍ । ମାଁ ମାଣିକେଶ୍ବରୀ ଆମର୍ ସବୁ କଳାହାଣ୍ଡି ଜିଲ୍ଲା ବାସୀଙ୍କୁ ନିଜର ପନତ୍ କାନି ସାଇତି ରଖୁନ୍ । ଆପନ୍ ମାନ୍‌କଁର୍ ଜୀବନ୍ ନେ, ପରିବାର୍ ନେ ସୁଖ, ଶାନ୍ତି, ସମୃଦ୍ଧି ରହୁ ଆଉ ସଭେଁ ନିରୋଗ ଜୀବନ ଜିଉଁନ୍, ଇଟା କାମ୍‌ନା ନୂଆଁ ଖାଇଲେ ହେସି ନୂଆଁ, ନୂଆଁ ଚିନ୍ତା ଆର୍ ନୂଆଁ ଆଶା। ନୂଆଁଖାଇ ପରବ୍ ର ନୂଆଁଖାଇ ଜୁହାର ମାଁ ମାଣିକେଶ୍ୱରୀ, ଜିଲ୍ଲାର ମାଣିକେଶ୍ୱରୀ କ୍ଷେତ୍ର ଭବାନୀପାଟଣା, ଜୁଗସାଇପାଟଣା, ଜୟପାଟଣା, ଥୁଆମୁଳ ରାମପୁର ଆଦି ଅଂଚଳରେ ଦଶମୀ ତିଥିରେ ପାଳିତ ହୋଇଥିଲା ନୂଆଖାଇ ପର୍ବ । ନୂଆଖାଇ ଜୁହାର ନୂଆଁ ଖାଇଲେ ହେସି ନୂଆଁ, ନୂଆଁ ଚିନ୍ତା ଆର୍ ନୂଆଁ ଆଶା।
ସମସ୍ତଙ୍କୁ ନୂଆଁଖାଇ ପରବ୍ର ନୂଆଁଖାଇ ଜୁହାର ।

ସ୍ୱାୟତ୍ତ ଶାସନ ଦିବସ ରେ ସହରର ବିଭିନ୍ନ ନୂତନ ପ୍ରକଳ୍ପ ଉଦ୍ଘାଟିତ ; ବିଶ୍ଵ ରେକଡ୍ ଧାରୀ କଳାକାର ମାନଙ୍କ ସଂସ୍ଥା ହେଲା ସମ୍ମାନିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ ଏ ସି ରେ ମହା ଆଡ଼ମ୍ବରରେ ସ୍ୱାୟତ୍ତ ଶାସନ ଦିବସ ପାଳନ ହୋଇଯାଇଛି।ଏଥି ପାଇଁ ଏନ୍ ଏ ସି ପାଖ କଲ୍ୟାଣ ମଣ୍ଡପ ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଭୋର ୪.୩୦ ରୁ ରାମଧୁନ ଆରମ୍ଭ କରାଯାଏ ପ୍ରାୟ ୭ ଘଣ୍ଟା ସମୟରେ ସହରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ୮.୩୦ ରେ ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇଥିଲା।ପରେ ପରିଷଦ ବୃନ୍ଦ,ଏନ୍ ଏ ସି କର୍ମଚାରୀ ଓ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ବିଭିନ୍ନ ସଚେତନତା ର ବାର୍ତ୍ତା ନେଇ ସହର ପରିକ୍ରମା ଅନୁଷ୍ଠିତ ହୋଇଥିଲା।ପରେ ସହରରେ କେସିଙ୍ଗା ଏନ୍ ଏ ସି ପକ୍ଷରୁ ବିଭିନ୍ନ ୱାର୍ଡ ରେ ନବନିର୍ମିତ ପ୍ରକଳ୍ପ ଗୁଡ଼ିକର ଯଥା କଂସେଇ ଖାନା, ଗୋଷ୍ଠୀ କେନ୍ଦ୍ର , ମିଶନ ଶକ୍ତି ଗୃହ ଉଦ୍ଘାଟନ କରାଯାଇ ଅଞ୍ଚଳବାସୀ ଙ୍କୁ ଉତ୍ସର୍ଗୀକୃତ କରାଯାଇଥିଲା ଏବଂ ଶେଷରେ କଲ୍ୟାଣ ମଣ୍ଡପ ଠାରେ ଅଧ୍ୟକ୍ଷ ନୃପ ରାଜ ଯାଦବ ଙ୍କ ସଭାପତିତ୍ବରେ ଏକ ସଭା ର ଆୟୋଜନ କରାଯାଇ ଥିଲା । ଅଧ୍ୟକ୍ଷ ନିଜ ଅଭିଭାଷଣରେ କେସିଙ୍ଗା ଏନ୍ ଏ ସି ପକ୍ଷରୁ ଉନ୍ନତି ମୂଳକ କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ ।ଏନ୍ ଏ ସି ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନକୁ ପୁରସ୍କାର ବଣ୍ଟନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ। ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ , କନିଷ୍ଠ ଯନ୍ତ୍ରୀ ନାରାୟଣ ମହାରଣା , ମୋହନ ସାହୁ, ଶ୍ରୀନିବାସ ଶ୍ରିନୁ, ଆକୁଳ ନାଏକ, ଗଦାଧର ସିଂଦେଓ, ପ୍ରଶାନ୍ତ ବାରିକ, ସମସ୍ତ ୱାର୍ଡ କାଉନସିଲର ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା କରିଥିଲେ ପରିଷଦ କର୍ମଚାରୀ ନୃସିଂହ ଚରଣ ବେହେରା।

ଜିଲ୍ଲା କ୍ରୀଡା ବିଭାଗ ତରଫରୁ ଜାତୀୟ କ୍ରୀଡ଼ା ଦିବସ ପାଳିତ….!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଖେଲୋ ଇଣ୍ଡିଆ ତରଫରୁ ରାଜ୍ୟ ସରକାରଙ୍କ ସହଯୋଗରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା କ୍ରୀଡା ବିଭାଗ ତରଫରୁ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମତିଥି ଅବସରରେ “ଜାତୀୟ କ୍ରୀଡା ଦିବସ” କଳାହାଣ୍ଡି ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି I କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର କୋଷାଧ୍ୟକ୍ଷ୍ୟ ସରୋଜ କୁମାର ମହାରଣା ଆଜିର କାର୍ଯ୍ୟକ୍ରମ ର ସଂଯୋଜକ ଭାବରେ କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ I ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଉପସ୍ଥିତ ରହିଥିବାବେଳେ ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ଲୋକସଭା ସାଂସଦଙ୍କ ପ୍ରତିନିଧି ଜୟଶଙ୍କର ନାଏକ, ଜାତୀୟ ସ୍ତରୀୟ ଭେଟେରାନ ବ୍ୟାଡ଼ମିଣ୍ଟନ ଖେଳାଳି ମନୋରଞ୍ଜନ ଦାସ, ପୂର୍ବତନ ଜାତୀୟ ଖେଳାଳି ତଥା କଳାକାର ସଂଘର ଜିଲ୍ଲା ସଭାପତି ଅବଦୁଲ କାଦିର, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ଏବଂ ବ୍ୟାଡ଼ମିଣ୍ଟନ ସଂଘର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସ ମଂଚାସୀନ ଥିଲେ I ସର୍ବପ୍ରଥମେ ଅତିଥିଗଣଙ୍କ ଦ୍ୱାରା ଧ୍ୟାନଚାନ୍ଦଙ୍କ ଫୋଟୋ ଚିତ୍ରରେ ଧୂପ, ଏବଂ ପୁଷ୍ପଗୁଚ୍ଛ ଅର୍ପଣ କଲାପରେ ସାମୁହିକ ଜାତୀୟ ସଂଗୀତ ଗାନ କରାଯାଇଥିଲା I ଏହାପରେ କେନ୍ଦ୍ର ସରକାରଙ୍କ ଫିଟ ଇଣ୍ଡିଆ ତରଫରୁ ସମସ୍ତେ ସୁସ୍ଥ ରହିବା ନିମନ୍ତେ ରିଲିଜ ହୋଇଥିବା ଏକ ବାର୍ତ୍ତାକୁ ସାମୁହିକ ଶପଥ କରାଯାଇଥିଲା I ଏହାପରେ ଅତିଥିଗଣ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ସେମାନଙ୍କର ଅଭିଭାଷଣ ରଖିଥିଲେ ଏବଂ ସମସ୍ତଙ୍କୁ ଉତ୍ସIହିତ କରିଥିଲେ I ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପି ହେବାକୁଥିବା ଏହି କାର୍ଯ୍ୟକ୍ରମରେ ସଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ ନାଏକ ଆଗାମୀ ସେପ୍ଟେମ୍ବର ୨୧ ତାରିଖରୁ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଖେଳ ମହୋତ୍ସବ ରେ ସମସ୍ତ ସଂସଦୀୟ କ୍ଷେତ୍ରରେ କନ୍ଭେକ୍ସନାଲ ଖେଳ ରେ ଅନ୍ତର୍ଭୁକ୍ତ ଆରଚେରୀ, ଅIଥଲେଟିକ, ଫୂଟବଲ, କ୍ରିକେଟ ଏବଂ ଭଲିବଲ ରହିଥିବାବେଳେ ପାରମ୍ପରିକ ଖେଳ ରେ କବାଡି, ଖୋକୋ ଏବଂ ଗିର୍ଲିଦଣ୍ଡI କୁ ଅନ୍ତର୍ଭୁକ୍ତ କରାଯିବIନେଇ ମାନ୍ୟବର ସାଂସଦ ଶ୍ରୀମତୀ ମାଲବିକା ଦେବୀଙ୍କ ଦ୍ୱାରା ଘୋଷଣା କରାଯାଇଅଛି ବୋଲି ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ୧୩ ବର୍ଷରୁ କମ ବ୍ୟାଡ଼ମିଣ୍ଟନ ଯୁଗ୍ମ ପ୍ରତିଯୋଗିତାର ଉଭୟ ବାଳକ ଓ ବାଳିକା ବିଭାଗର ଖେଳ, ଦୌଡିଡିଆଁ ପ୍ରତିଯୋଗିତା,ପୁଶ ଉପ, ବଲ ଥ୍ରୋ,ଖେଳ କ୍ଵିଜ ପ୍ରତିଯୋଗିତା ଆଦି ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇ କୃତୀ ଖେଳାଳୀମାନଙ୍କୁ ପୁରସ୍କୃତ କରି ଉତ୍ସIହିତ କରାଯାଇଥିଲା I ପରିଶେଷରେ ସଂଘର କାର୍ଯ୍ୟକାରିଣୀ ସଦସ୍ୟ ମାଣିକେଶ୍ବରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I ସଂଘର ଅନ୍ୟାନ୍ୟ ପଦାଧିକାରୀ ଏବଂ ସଦସ୍ୟବୃନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

ଯୋଜନା ଓ ସମନ୍ଵୟ ବିଭାଗ ସ୍ଵତନ୍ତ୍ର ସଚିବ ଶ୍ରୀ ତେମଜେନ୍ ଓ୍ୱାପାଙ୍ଗ ଏଓ ଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ…!

!!! କଳାହାଣ୍ଡି ଜିଲ୍ଲା ପରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ଵୟ ବିଭାଗ ର ସ୍ୱତନ୍ତ୍ର ସଚିବ ତେ ମଜେନ୍ ଓ୍ୱାପାଙ୍ଗ ଏଓ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ଥୁଆମୂଳ ରାମପୁର ବ୍ଳକ ର ସାଇସୁରନି ସ୍ଥିତ ଉପ ସ୍ୱାସ୍ଥ୍ୟ କେନ୍ଦ୍ର, ମା ଗୃହ,କାଣିଗୁମା ର ନୂତନ କଫି ଉଦ୍ୟାନ, ଇନ୍ଦ୍ରାବତୀ ଜଳ ଭଣ୍ଡାର ର ପିଞ୍ଜରା ଭିତରେ ହେଉଥିବା ମାଛ ଚାଷ ପ୍ରକଳ୍ପ ପରିଦର୍ଶନ କରି ଏହାର ରକ୍ଷଣାବେକ୍ଷଣ,ସୁପରିଚାଳନା ଦାୟିତ୍ୱ ରେ ଥିବା ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସହିତ ଆଲୋଚନା କରିଥିଲେ। ସ୍ଵତନ୍ତ୍ର ସଚିବ ଜୟପାଟଣା ବ୍ଲକ ର କେତେକ ଅଞ୍ଚଳ ପରିଦର୍ଶନ କରି ଉନ୍ନୟନମୂଳକ ପ୍ରକଳ୍ପ ର ଅଗ୍ରଗତି କାର୍ଯ୍ୟ ର ତଦାରଖ ମଧ୍ୟ କରିଥିଲେ, କ୍ଷେତ୍ର ପରିଦର୍ଶନ ସମୟରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଭାରତୀୟ ପ୍ରଶାସନିକ ସେବା ( ପ୍ରବେଶନ) ଅନିମେସ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ନିହାରେନ୍ଦ୍ର ପଣ୍ଡା ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ। କ୍ଷେତ୍ର ପରିଦର୍ଶନ ପରେ ଆଜି ଜିଲାପରିଷଦ ସଭା ଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ସ୍ଵତନ୍ତ୍ର ସଚିବ ତେମଜେନ୍ ଓ୍ୱାପାଙ୍ଗ ଏଓ ଯୋଗଦେଇ ଜିଲ୍ଲାରେ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିଭାଗୀୟ ଜନକଲ୍ୟାଣ ଯୋଜନା,ପ୍ରକଳ୍ପ ର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି,ପାନୀୟ ଜଳ, ସମାଜ କଲ୍ଯାଣ, ସମନ୍ବିତ ଜନଜାତି ଉନ୍ନୟନ,ଶିଶୁ ସୁରକ୍ଷା, ଗମନାଗମନ, ଯୋଗାଣ, ଦକ୍ଷତା ବିକାଶ,ନିୟୋଜନ, ଗ୍ରାମ୍ୟ ଉନ୍ନୟନ ଇତ୍ୟାଦି ବିଭାଗୀୟ କାର୍ଯ୍ୟକ୍ରମ ର ଅଗ୍ରଗତି ଓ ସଫଳ ରୂପାୟନ ସମ୍ପର୍କରେ ସମୀକ୍ଷା କରିଥିଲେ। ନୀତି ଆୟୋଗଙ୍କ ମାପ ଦଣ୍ଡ କୁ ନେଇ ଆକାଂକ୍ଷା ଜିଲ୍ଲା ଓ ବ୍ଲକ ର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିଭାଗୀୟ ଜନକଲ୍ୟାଣ ଯୋଜନା,ପ୍ରକଳ୍ପର ର ସଫଳ ରୂପାୟନ କିପରି ହେଇପାରିବ ସେ ଦିଗରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ୍ ହୋଇ କାର୍ଯ୍ୟ କରିବା ପାଇଁ ସ୍ଵତନ୍ତ୍ର ସଚିବ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସ୍ଵତନ୍ତ୍ର ସଚିବ ଙ୍କୁ ସ୍ଵାଗତ ଜଣାଇବା ସହିତ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସମୀକ୍ଷା ବୈଠକରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଉପ ଜିଲ୍ଲାପାଳ ଧର୍ମଗଡ଼ ପ୍ରେକ୍ଷା ଅଗ୍ରୱାଲ, ଉପ ଜିଲ୍ଲାପାଳ ଭବାନୀପାଟନା ପ୍ରଭାତ କୁମାର ପରିଡା, ଭାରତୀୟ ପ୍ରଶାସନିକ ସେବା (ପ୍ରୋବେସନ) ଅନିମେଶ ପ୍ରଧାନ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ନିହାରେନ୍ଦ୍ର ପଣ୍ଡା, ଉପ ନିର୍ଦେଶକ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶ୍ରୀକାନ୍ତ ଦଳେଇ ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।

କଳାହାଣ୍ଡି ଜିଲ୍ଲା ପରିଦର୍ଶନରେ ରାଜ୍ୟ ସଚିବାଳୟର ୫୦ ଜଣ ଅଧିକାରୀ…!

!!! କଳାହାଣ୍ଡି ଜିଲ୍ଲା ପରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ଗତକାଲି ରାଜ୍ୟ ରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସଚିବାଳୟର ୮୦ ଜଣ ଅଧୂକାରୀ କଳାହାଣ୍ଡି ଜିଲ୍ଲା ପରିଦର୍ଶନ କରିଥିଲେ। ଏଥିରେ ସଚିବାଳୟର ୟର ଦୁଇ ଜଣ ଉପ ସଚିବ ତରୁଣ କୁମାର ବିଶ୍ବାଳ ଓ ରଞ୍ଜନ ରଥଙ୍କ ନେତୃତ୍ୱରେ ୪୮ ଜଣ ସହକାରୀ ଉପ ଅଧୂକାରୀ ଯୋଗ ଦେଇନେ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ନିହାର ରଞ୍ଜନ ବିଭାଗ ଅଧୂ ସମସ୍ତଙ୍କୁ ଭବ୍ଯ ସ୍ବାଗତ କରାଯାଇଥିଲା। ଏହି ଅବସରେ ଜିଲ୍ଲା ପରିଷଦ ସଭା ଗୃହରେ ଅତିରିକୁ ଜିଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ଯ ଅଧ୍ଯକ୍ଷତାରେ ଏକ ଏକ ସ୍ବାଗତ ସମ୍ବଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ପାଳ ଶ୍ରୀ ଦରୱାନ ସମସ୍ତଙ୍କୁ ସ୍ବାଗତ ଓ ଶୁଭେଚ୍ଛା ଜଣାଇବା ସହିତ ଜିଲ୍ଲାରେ ସରକାରଙ୍କର କାର୍ଯ୍ୟକାରି ହେଉଥ‌ିବା ବିଭିନ୍ନ ବିଭାଗୀୟ ଯୋଜନା, କାର୍ଯ୍ୟକ୍ରମ ଓ ଜିଲ୍ଲା ପ୍ରଶାସନ, ବିଭାଗୀୟ ଅଧିକାରୀଙ୍କ ଦାୟିତ୍ଵ ସମ୍ପର୍କରେ ସୂଚନା ଦେଇଥିଲେ। ସର୍କିଟ ହାଉସରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସମସ୍ତ ଯୁବ ଅଧୂକାରୀଙ୍କ ସହିତ ବାର୍ତ୍ତାଳାପ କରି ଜିଲ୍ଲା ପରିଦର୍ଶନରେ ଆସିଥିବାରୁ ଯୁବ ଅଧୂକାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଉତ୍ସାହିତ କରିଥିଲେ। ଏଥିରେ ଭାରତୀୟ ପ୍ରଶାସନିବ ସେବା ପ୍ରବେଶନ, ଅନିମେସ ପ୍ରଧାନ ଉପସ୍ଥିତ ଥିଲେ। ସମ୍ବଦ୍ଧନା ସଭାରେ ଜିଲ୍ଲା ଶିକ୍ଷା ଅଧୂକାରୀ ରାଧାକାନୁ ଛତ୍ରୀ, ଜିଲ୍ଲା ମଙ୍ଗଳ ଅଧୂକାରୀ ଅନୁର୍ଯ୍ୟାମୀ କହଁର, ଜିଲ୍ଲା ଯୋଗାଣ ଅଧୂକାରୀ ଅଜୟ କୁମାର ମଲ୍ଲିକ, ଜିଲା ସମାଜ କଲ୍ୟାଣ ଅଧିକାରୀ ମୂଜୁବିନ ନିଶା, ନିର୍ଦେଶକ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଓ ଜିଲ୍ଲା ସଂସ୍କୃତି ଅଧୂକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଶିଶୁ ସୁରକ୍ଷା ଅଧୂକାରୀ ଶୈଳେନ୍ଦ୍ର ମହାପାତ୍ର, ଜିଲ୍ଲାକ୍ରୀଡ଼ା ଅଧୂକାରୀ ରମେଶ ଚନ୍ଦ୍ର ପାଢି, ଜିଲ୍ଲା ଶାରୀରିକ ଶିକ୍ଷା ଅଧୂକାରୀ ରୂପସିଂ ରାଉତ, ଏ ପି ଡି ବିମ୍ବାଧର ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧୂକାରୀ ପ୍ରମୁଖ ଯୋଗଦେଇ ବିଭାଗୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ସଂସ୍କୃତି ଅଧୂକାରୀ ଶ୍ରୀ ମହାନନ୍ଦ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସମସ୍ତ ଅଧୂକାରୀ କଳାହାଣ୍ଡିର ଅଧୂଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ମନ୍ଦିର ଯାଇ ମା ଙ୍କ ଦର୍ଶନ କରିଥିଲେ ଏବଂ ଜିଲ୍ଲାର ଦର୍ଶନୀୟ ସ୍ଥାନ ଫୁର୍ଲିଝରଣ, ରାବଣଦର ବୁଲି ଦେଖୁଥିଲେ ଏବଂ ପରେ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇଥିଲେ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ପ୍ରଥମ କଳାହାଣ୍ଡି ଗସ୍ତ କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ପରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ଆସନ୍ତା ୨୬ ତାରିଖ ରେ ଓଡ଼ିଶା ପ୍ରଦେଶ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟ ରେ ସଭାପତି ଦାଇତ୍ୱ ଗ୍ରହଣ ପରେ ପ୍ରଥମ କଳାହାଣ୍ଡି ଗସ୍ତ କୁ ନେଇ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଓ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ରାଜ୍ୟ ସଭାପତି ଙ୍କ ଆଗମନ କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ବିଷୟ ରେ ବିସ୍ତୃତ ଆଲୋଚନା ହୋଇ ଥିଲା। ସୁଚନା ମୁତାବକ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କୁ କଳାହାଣ୍ଡି ପ୍ରବେଶ ପଥ ଅମାଠ ଛକ ଠାରେ ଭବ୍ୟ ସ୍ଵାଗତ କରାଯିବ ସହ କେସିଙ୍ଗା , ପାଷ୍ଟିକୁଡ଼ି ଓ ଭବାନୀପାଟଣା ଲାଲ ପୁଲିୟା ଠାରୁ ବିଶାଳ ବାଇକ୍ ରେଲି ପଟୁଆର ରେ ଆସି ସହର ପରିକ୍ରମା କରି ଭବାନୀପାଟଣା ଟାଉନ ହଲ ଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯିବ। କାର୍ଯ୍ୟ ସମାପ୍ତି ପରେ ଭବାନୀପାଟଣା ସର୍କିଟ ହାଉସ ଠାରେ ପ୍ରମୁଖ କାର୍ଯ୍ୟକର୍ତ୍ତା ଙ୍କ ସହ ବୈଠକ ପରେ ରାତ୍ରୀ ଯାପନ କରିବେ ଓ ୨୭ ତାରିଖ ଦିନ ଜୁନାଗଡ ଓ ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ କାର୍ଯ୍ୟକର୍ତ୍ତା ବୈଠକ କୁ ସମ୍ବୋଧିତ କରିବେ। କଳାହାଣ୍ଡି ସାଂଗଠନିକ ୪୧ ଗୋଟି ମଣ୍ଡଳ ରୁ ବୁଥ ସ୍ତର ର କାର୍ଯ୍ୟକର୍ତ୍ତା ଙ୍କୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ଜିଲ୍ଲା ର ଶୀର୍ଷ ନେତୃତ୍ଵ ଙ୍କୁ ଦାୟିତ୍ଵ ପ୍ରଦାନ କରି କାର୍ଯ୍ୟକ୍ରମ ଙ୍କୁ ସଫଳ କରିବା ପାଇଁ ଜିଲ୍ଲା ସଭାପତି ଆଗ୍ରହ ପ୍ରକାଶ କରିଛନ୍ତି। ଏହି ପ୍ରସ୍ତୁତ ବୈଠକ ରେ ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ଉପ ସଭାପତି ପ୍ରଶାନ୍ତ ସାହୁ , ମୁକେଶ ଅଗ୍ରୱାଲ, ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ମନୋଜ ମେହେର, ଧର୍ମଗଡ ବିଧାୟକ ପ୍ରତିନିଧି ହିମାଂଶୁ ପଣ୍ଡା, ପୂର୍ବତନ ନଗର ସଭାପତି ସନ୍ତୋଷ ବିଶି, ଜିଲ୍ଲା ସମ୍ପାଦକ ସତ୍ୟ ବେହେରା , ବରିଷ୍ଟ ନେତା ଭାରତ ଦେଓ, ଭବାନୀପାଟଣା ନଗର ସଭାପତି ଚିତ୍ତ ରଞ୍ଜନ ପାତ୍ର, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟଜ୍ୟୋତି ମୁଣ୍ଡ, ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ହିମାଂଶୁ ବିଶ୍ଵାଳ, ଅକୁର ହରପାଲ୍, ରାକେଶ ଶର୍ମା, ମାନସ ଜେନା, ପବିତ୍ର ନାଏକ, ସ୍ମିତ୍ ବେହେରା ଙ୍କ ସମତେ ଜିଲ୍ଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲଇତରା ଠାରେ କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ରୁ ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ବୁଧବାର ଦିନ କେସିଙ୍ଗା ବ୍ଲକ ର ଲଇତରା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲଇତରା ଠାରେ କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ସି ଆର ସି ସି ଶ୍ରୀ ତପନ କୁମାର ଦାଶ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ଲଇତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କୁଶ ଚନ୍ଦ୍ର ସାହୁ ସଭାପତିତ୍ବ କରିଥିବା ବେଳେ ଅତିଥି ମାନଙ୍କ ମଧ୍ୟରେ କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତଥା ଡୁମେର୍ମୁଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁରେନ୍ଦ୍ର ଦୋରା, ଲଇତରା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀ ଚନ୍ଦ୍ରମଣି ସ୍ୱାଇଁ, ଲଇତରା ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ନିମାଇ ଚରଣ ଭୋଇ, ପୂର୍ବତନ ଛାତ୍ର ତଥା ସମାଜସେବୀ ଶ୍ରୀ ସଂଜୀବ ଗୋଡ ଉପସ୍ଥିତ ଥିଲେ । ପ୍ରଥମେ ଶ୍ରୀ କୁଶ ଚନ୍ଦ୍ର ସାହୁ ସ୍ଵାଗତ ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ତାପରେ ସମସ୍ତ ଅତିଥି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । କିଭଳି ଭାବରେ ପାଠ ପଢି ନଥିବା ଛାତ୍ର ଛାତ୍ରୀ ଙ୍କୁ ବୟସ ଅନୁସାରେ ଶ୍ରେଣୀରେ ନାମ ଲେଖାଇବା, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ଵ ବିଦ୍ୟାଳୟ ଗୁଡିକରେ ନାମ ଲେଖାଇ ସହଯୋଗ କରିବା ବୋଲି ଆଲୋଚନା ହୋଇଥିଲା ।ନିକଟ ଅତୀତ ରେ ହେଇଥିବା ସର୍ଭେ ଅନୁଯାୟୀ ଯେଉଁ ପିଲା ମାନେ ନପଢ଼ି ଅଛନ୍ତି ତାଙ୍କୁ ନାମ ଲେଖାଇବା ବୋଲି ମତ ପ୍ରକାଶ ହୋଇଥିଲା । ଏହି ଶିକ୍ଷା ସଭା ରେ ପ୍ରଧାନ ଶିକ୍ଷକ ଶ୍ରୀ ଚୂଡ଼ାମଣି ମହଲା,ଶ୍ରୀ ରୋହିତ ପୋଢ଼,ଶ୍ରୀ ଧନିଷ୍ଟ ସୁନା,ଶ୍ରୀ ବିଷ୍ଣୁ ଭାଟି,ଓ ଶିକ୍ଷୟିତ୍ରୀ ଶ୍ରୀମତୀ ସାବିତ୍ରୀ ଦେଇ, ଦୁମେର୍ମୁଣ୍ଡା ଏସ ଏମ ସି ର ସଭାପତି ଶ୍ରୀ ଜମାଲାର୍ଯୁନ ସାହୁ, ଅଭିଭାବକ ଗଣ, ପୂର୍ବତନ ଛାତ୍ର ଛାତ୍ରୀ ଗଣ, ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ଉପସ୍ଥିତ ଥିଲେ । ଲଇତରା ବିଦ୍ୟାଳୟର ଶ୍ରୀମତୀ ଭାନୁମତୀ ଚୌହାନ,ଶ୍ରୀମତୀ ନଳିନୀ ନାଗ,ଶ୍ରୀମତୀ ପ୍ରମିଳା ମାଝି,ଶିକ୍ଷକ ତାପସ ମହଲା,ଶ୍ରୀ ବଗ୍ରୁ ନାଏକ ଉପସ୍ଥିତ ଥିଲେ । ଶେଷରେ ମାଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ ଶବର ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଞ୍ଚଳ ବାସି ଭୂରି ଭୂରି ପ୍ରଶଂସା କରିଥିଲେ ।