କଳାହାଣ୍ଡିରେ ସମାଜବାଦୀ ପାର୍ଟିର ପିଡିଏ ପଞ୍ଚାୟତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା)-ସମାଜବାଦୀ ପାର୍ଟି କଳାହାଣ୍ଡି ଜିଲ୍ଲାରେ ଶନିବାର ପିଡିଏ ପଞ୍ଚାୟତ ଓ କର୍ମୀ ସମ୍ମିଳନୀ ଭବାନୀପାଟଣା ସ୍ଥିତ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଏକ ବିଶାଳ ବାଇକ୍ ରେଲି ଆଇଟିଆଇ ଠାରୁ ସର୍କିଟ ହାଉସ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହାପରେ ଦଳର କଳାହାଣ୍ଡି ଜିଲ୍ଲା ସଭାପତି ଜଗଦୀଶ ଯାଦବଙ୍କ ଅଧ୍ୟକ୍ଷତାରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ତଥା ଓଡ଼ିଶା ପ୍ରଭାରୀ ସୁନୀଲ ସିଂ ଯାଦବ ଏବଂ ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ, ସମାଜବାଦୀ ପାର୍ଟିର ରାଜ୍ୟ ଉପସଭାପତି ଦେବେନ୍ଦ୍ର କହଁର, ଓଡ଼ିଶା ପ୍ରଦେଶ ସାଧାରଣ ସମ୍ପାଦକ ପ୍ରତାପ କିଶୋର ବାରିକ, ରାଜ୍ୟ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ପ୍ରଦେଶ ମିଡ଼ିଆ ସେଲ୍ ସଭାପତି ପ୍ରଦୀପ ମିଶ୍ର ଯୋଗଦେଇ ଦଳକୁ ଅଧିକ ମଜଭୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶା ପ୍ରଭାରୀ ଶ୍ରୀ ଯାଦବ ଏହି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଜୋର୍ ବର୍ଷିଥିଲେ। ବିକଶିତ ଓଡିଶାର ନାରା ଦେଉଥିବା ଭାଜପା ସରକାରରେ ଓଡିଶା ସମ୍ପୂର୍ଣ୍ଣ ଅବହେଳିତ ହୋଇଛି। ଭାଜପାର କେନ୍ଦ୍ରୀୟ ନେତୃତ୍ୱ ଓଡିଶା ପ୍ରତି ପ୍ରତ୍ୟେକ କ୍ଷେତ୍ରରେ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ସ୍ୱତନ୍ତ୍ର ରାଜ୍ୟ ପହ୍ୟା ଦାବି ହେଉ କି ଅନ୍ୟ ସମସ୍ତ କ୍ଷେତ୍ରରେ ଓଡିଶାକୁ ଅଣଦେଖା କରୁଛି ଭାଜପା। ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ଅବହେଳିତ ହୋଇଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଏହି ଅବସରରେ ପିଡିଏ ସମାଜବାଦୀ ପାର୍ଟିର ଆଭିମୁଖ୍ୟ ବିଷୟରେ ରାଜ୍ୟ ସଭାପତି ଶିବ ହାତୀ ଯାଦବ କହିଥିଲେ – ସମାଜବାଦୀ ପାର୍ଟି ଡ଼ଃ ରାମ ମନୋହର ଲୋହିଆ, ଡ଼ଃ ବି.ଆର. ଆମ୍ବେଦକର ଏବଂ ମୁଲାୟମ ସିଂ ଯାଦବଙ୍କ ଆଦର୍ଶରେ ଗଠିତ ଏକ ଶୃଙ୍ଖଳିତ ଦଳ ଯାହା ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାର ପାଇଁ ସଂଘର୍ଷରୁ ସୃଷ୍ଟି। ଡ଼ବଲ ଇଞ୍ଚିନ ସରକାରର ବିଫଳତା ରାଜ୍ୟବାସୀଙ୍କୁ ଅତିଷ୍ଠ କଲାଣି ଏହି ପରିପ୍ରେକ୍ଷିର ଓଡ଼ିଶାର ପଛୁଆ, ଦଳିତ, ଅଳ୍ପସଂଖ୍ୟକ ସଂପ୍ରଦାୟର ହକ ଏବଂ ସାମ୍ବିଧାନିକ ଅଧିକାର ପାଇଁ ସମାଜବାଦୀ ପାର୍ଟି ଲଢେଇ ଜାରି ରଖିଛି। ଏହି ଅବସରରେ ବିଜେପି, ବିଜେଡ଼ି ଓ କଂଗ୍ରେସକୁ ଛାଡ଼ି ଅନେକ ଯୁବକ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ଜନ ସଭା ରାଜ୍ୟ ସାଧାରଣ ସମ୍ପାଦକ ରମାକାନ୍ତ ହାତୀ (ମଣ୍ଟୁ), ଅଳ୍ପସଂଖ୍ୟକ ସଭା ରାଜ୍ୟ ସଭାପତି ମହମ୍ମଦ ସହାବୁଦ୍ଧିନ, ପ୍ରବୀଣ ନାୟକଙ୍କ ସମେତ ଜିଲ୍ଲା ଉପସଭାପତି ଶୋଭାବନ ଭାଟି ଓ ଧବଳେଶ୍ଵର ମାଝୀ, କୃଷକ ମୋର୍ଚ୍ଚାର କଳାହାଣ୍ଡି ଜିଲ୍ଲା ସଭାପତି ରାଜେନ୍ଦ୍ର ଗଡତିଆ, ଭବାନୀପାଟଣା ବ୍ଲକ ସଭାପତି କିର୍ତ୍ତିଚନ୍ଦ୍ର ଗଉଡ, ତୁଲମଣି ନାଗ, ଜିଲ୍ଲାର ସମସ୍ତ କର୍ମକର୍ତ୍ତା ଏବଂ କର୍ମୀ ସାମିଲ ହୋଇଥିଲେ। ଶେଷରେ କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ ୨୦୨୫ ଉଦଘାଟିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା)- ସ୍ଥାନୀୟ ଟାଉନ ହଲ ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମହକ କାର୍ଯ୍ୟକ୍ରମ ମହା ଆଡମ୍ବର ସହକାରେ ଉଦଘାଟିତ ହୋଇଯାଇଛି। ଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥିବା ଶିଶୁ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କଳା ଓ ପ୍ରତିଭା ର ବିକାଶ କରିବା ଉଦ୍ଦେଶ୍ୟ ରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟ।ଳୟ ତଥା ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦିକା ସ୍ନିଗ୍ଧା ପଣ୍ଡା, ବାଲଗୋପାଲ ସେବା ନିକେତନ ଶିଶୁ ଯତ୍ନ ଅନୁଷ୍ଠାନ ର ଶିଶୁ ଅତିଥି ବାବୁଲି ମାଝୀ , ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ରୂପେଶ କୁମାର ହୋତା, ସଦସ୍ୟ ସଞ୍ଜୟ କୁମାର ଓ ଅଶୋକ ରଞ୍ଜନ ଚୌଧୁରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟା ସ୍ଵର୍ଣ୍ଣଲତା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ସଭାକାର୍ଯ୍ୟ ପରିଚାଳନା କରିଥିଲେ ବାଲଗୋପାଲ ସେବା ନିକେତନ ଅନୁଷ୍ଠାନ ର ମୁଖ୍ୟ ଶ୍ରୀ ହେମନ୍ତ ମୁଣ୍ଡ ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ ଶିଶୁ ସୁରକ୍ଷା କାର୍ଯ୍ୟାଳୟ ର ଅଂଶୁମାନ ବାବୁ। ଏହି କାର୍ଯ୍ୟକ୍ରମରେ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କ ମଧ୍ୟରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ବତ୍କୃତା, ଏକକ ସଙ୍ଗୀତ, ଚିତ୍ରାଙ୍କନ, କୁଇଜ୍ ଏବଂ ଦଳଗତ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ଅପର।ହ୍ନ ୫ ଟା ସମୟ ରେ ଏହି କାର୍ଯ୍ୟକ୍ରମ ର ଉଦଯାପନୀ ପର୍ବ ପାଳନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ, କଳାହାଣ୍ଡି ର ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ଵାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶା, SWO ତଥା ସୁରକ୍ଷା ଅଧିକାରୀ ସୁଚରିତା ମହାପାତ୍ର, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂହ ରାଉତ, ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ରୂପେଶ କୁମାର ହୋତା, ସଦସ୍ୟ ବୃନ୍ଦ ସଞ୍ଜୟ କୁମାର, ଅଶୋକ ରଞ୍ଜନ ଚୌଧୁରୀ ଓ ଭାରତ ଭୁଷଣ ପଣ୍ଡା, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟା ଭବାନୀ ପଟ୍ଟନାୟକ ଓ ସ୍ୱର୍ଣଲତା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର, ବରିଷ୍ଠ ଆଇନଯିବୀ ଜୟ ଶଙ୍କର ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ମାନଙ୍କ ଦ୍ଵାରା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା। ଏହି ଜିଲ୍ଲା ସ୍ତରୀୟ ମହକ କାର୍ଯ୍ୟକ୍ରମ ରେ ସମସ୍ତ ବିଭାଗରେ ପ୍ରଥମ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ମାନେ ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ମହକ କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ପାଇଁ ଚୟନ ହୋଇଛନ୍ତି ଏବଂ ସେମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିବା ପାଇଁ ଆଶାବାଦୀ ଅଛନ୍ତି।

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୫, ୧୮୪୧ ଟି ମାମଲା ଫଇସଲା…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଗୁଡିକରେ ଚଳିତ ବର୍ଷ ୨୦୨୫ ର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ତା ୧୩.୦୯.୨୦୨୫ ରିଖ(ଶନିବାର) ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାକରଣ ଅଧ୍ୟକ୍ଷ, ଶ୍ରୀ ଅନୁପ ରଞନ ପଟ୍ଟନାୟକ ଓ ସଚିବ ଜିଲ୍ଲା ଆଇନ ସେବା ପ୍ରାକରଣ ସ୍ନିଗଧା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ବିଭିନ୍ନ ଅଦାଲତରେ ୨୦ ଟି ମୋଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୧,୨୨,୬୫,୮୩୮/- ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ୨୧ ଟି ଦେବାନୀ ମକଦ୍ଦମା ଫଇସଲା କରାଯାଇଥିଲା,ବିଚାର ଯୋଗ୍ୟ ୨୧୭ଟି ଫୌଜଦାରି ମକଦ୍ଦମା ଫଇସଲା କରାଯାଇଥିଲା ଏବଂ ଏକ୍ଟ କେସ (ଦଫା-୧୩୮) ୧୫ଟି ଫଇସଲା କରାଯାଇ ୩୮,୯୫,୧୮୧ /- ଟଙ୍କା ଆଦାୟ କରାଯାଇଥିଲା । ବିବାହ ଜନିତ ମକଦମା ୭ ଗୋଟି ଫଇସଲା କରାଜାଇଥିଲା । ରାଜପ୍ସ ମକଦ୍ଦମା ୯୯୯ଟି ଫଇସଲା କରାଯାଇ ଟ.୮,୫୦, ୭୦୭ / ଟଙ୍କା ଆଦାୟ କରା ଯାଇଥିଲା ଓ ୫୨୨ ଟି ପ୍ରାକ ମୋକଦ୍ଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇ ୧,୪୯, ୩୭, ୮୮୭ ଟଙ୍କା ଆଦାୟ କରାଯାଇଥିଲା । ଲୋକ ଉପଯୋଗି ସେବା ସମ୍ବନ୍ଧୀୟ ବିବାଦ ୨୫ ଗୋଟି ଫଇସଲା କରାଯାଇ ୬୪୦୦/-ଟଙ୍କା ଆଦାୟ କରାଯାଇଥିଲା । ୧୩ ଗୋଟି ମୋନି ରିକୋଭରି କେଶ ଫଇସଲା କରାଯାଇ ୧୩୨୯୮୬୦ ଟଙ୍କା ସମାଧାନ କରାଯାଇଥିଲା । ଗ୍ରାହକ ବିବାଦ ୨ ଗୋଟି ମାମଲା ଫଇସଲା କରାଯାଇ ୩୧୬୩୧୮୧ ଟଙ୍କା ସମାଧାନ କରାଯାଇଥିଲା। ଏହି ଲୋକ ଅଦାଲତରେ ଭିଜଲାନ୍ସ ଜଜ୍ ଶ୍ରୀ ବଦ୍ରି ନାରାୟଣ ନନ୍ଦ, ପରିବାର ଅଦାଲତ ଜଜ୍, ରାଜଶ୍ରୀ ମହାପାତ୍ର, ସିନିୟର ସିଭିଲ ଜଜ୍, ସୁଦିପ୍ତା ଦେହୁରି, ସିନିୟର ସିଭିଲ ଜଜ୍ ମହିଳା କୋର୍ଟ,ମନସନ ରଥ, ସଚିବ ଜିଲ୍ଲା ଆଇନ ସେବା ପ୍ରାକରଣ, କଳାହାଣ୍ଡି, ସ୍ନିଗଧା ପଣ୍ଡା,,ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅନୁରାଧା ଶର୍ମା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତି ପୂଜା ପ୍ରିୟଦର୍ସାନି ପତି ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ । ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଜଜ୍ (ଏଫ୍ ଟି ଏସ ସି) ଯଦୁମଣି ମିଶ୍ର, ପ୍ରମୁଖ ଉପସ୍ଥିତ ଥିଲେ । ବିମାକମ୍ପାନୀ ଓକିଲ ଦିବ୍ୟରଞ୍ଜନ ବହିଦାର, ପରମାନନ୍ଦ,ସୁରେସ କୁମାର ପାତ୍ର ଓ ଓକିଲ ସଂଘ ସଭାପତି ସୁଧାଂସୁ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

ଆଦି କର୍ମଯୋଗୀ ଅଭିଯାନ ସଂପର୍କୀତ ଜିଲ୍ଲାସ୍ତରୀୟ ତାଲିମ ଶିବିର ଉଦଘାଟିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଅନୂସୁଚିତ ଜନଜାତି ଓ ଅନୂସୁଚିତ ଜାତି ଉନ୍ନୟନ ବିଭାଗ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆ ବର୍ଗକଲ୍ୟାଣ ବିଭାଗ ଆନୁକୁଲ୍ୟରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଥୁଆମୂଳ ରାମପୁର ଦ୍ୱାରା ଆୟୋଜିତ ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମରେ ବକ୍ଲ ସ୍ତରୀୟ ପ୍ରଶିକ୍ଷକ ମାନଙ୍କ ନିମନ୍ତେ ତିନି ଦିନିଆ ଜିଲ୍ଲାସ୍ତରୀୟ ତାଲିମ ଶିବିର ର ଶୁଭଉଦ୍‌ଘାଟନ ହୋଇଯାଇଅଛି । ସ୍ଥାନୀୟ ହୋଟେଲ ଭାରତ ପ୍ୟାଲେସ ରେ ଆଜିଠାରୁ ଆଗାମୀ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ତାଲିମ ଶିବିର କୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଶୁଭ ଉଦ୍ଘାଟନ କରି ଆଦି କର୍ମ ଯୋଗୀ ଅଭିଯାନ ଓ ତାଲିମ୍ ଶିବିରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଅଧିକ ଯତ୍ନବାନ୍ ହୋଇ ନିଷ୍ଠାପର ଭାବେ ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ଯକ୍ରମକୁ ସଫଳ କରିବା ପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ। ଏହି ଉଦଘାଟନୀ ତାଲିମ ଶିବିରରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି,ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମି କହଁର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, କର୍ମଯୋଗୀ ଅଭିଯାନର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ । ଏଥିରେ ବ୍ଲକସ୍ତରରୁ ୪୯ ଜଣ ତାଲିମଦାତା, ଏନ୍.ଜି.ଓ. ମାନଙ୍କର ପ୍ରତିନ‌ଧ୍ ଏବଂ ଜିଲ୍ଲାସ୍ତରୀୟ ତାଲିମ ପ୍ରଦାନ‌କାରୀ ମାନେ ଯୋଗଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମଟି ତା. ୦୯.୦୯.୨୦୨୫ ଠାରୁ ତା ୧୧.୦୯.୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ବ୍ଲକ ପ୍ରଶିକ୍ଷକ ମାନଙ୍କ ମାଧ୍ୟମରେ ଗ୍ରାମ ସୁରରେ ତାଲିମ୍ ପ୍ରଦାନ କରି କଳାହାଣ୍ଡି ଜିଲ୍ଲାର ୪୨୪ ଗୋଟି ଜନଜାତି ବହୁଳ ଗ୍ରାମରେ ତୃଣମୂଳ ସ୍ତରରେ କିଭଳି ଲୋକମାନଙ୍କର ଦକ୍ଷତା ବୃଦ୍ଧି, ନେତୃତ୍ବ ନେବାର ଦକ୍ଷତା ବୃଦ୍ଧି, ସହଭାଗିତାରେ ଉନ୍ନତିମୂଳକ କାର୍ଯ୍ୟସଂପାଦନ ଏବଂ ବିଭିନ୍ନ ବିଭାଗ, ସଂସ୍ଥାଗୁଡ଼ିକ ସହିତ ସମନ୍ଵୟ ରକ୍ଷାକରି ବିକାଶ ମୂଳକ କାର୍ଯ୍ୟର ଯୋଜନା ଏବଂ ସଂପାଦନ କରି ଗ୍ରାମଗୁଡ଼ିକୁ ଆଦର୍ଶ ଗ୍ରାମଭାବରେ ପରିଗଣିତ କରିବା ନିମନ୍ତେ ଲକ୍ଷ ଧାର୍ଯ୍ଯକରାଯାଇଛି । କାର୍ଯ୍ୟକ୍ରମ କୁ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ କହର ପରିଚାଳନା କରିଥିଲେ।

ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଏନ.ଏସ.ଏସ. ବ୍ୟୁରୋ ଆନୁକୁଲ୍ୟରେ ସାଧାରଣ ତନ୍ତ୍ର ଦିବସ ପରେଡ୍‍, ଦିଲ୍ଲୀ ଲାଗି ପୁର୍ବ ପ୍ରସ୍ତୁତି ବିଶ୍ୱବିଦ୍ୟାଳୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଚୟନ ଶିବିର ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା) – ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଅଧୀନରେ ତିନି ହଜାର ପାଞ୍ଚ ସହ (୩,୫୦୦) ଏନ.ଏସ.ଏସ. ସ୍ଵେଚ୍ଛାସେବୀଙ୍କ ମଧ୍ୟରୁ ପୁରୀରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଚୟନ ଶିବିର ନିମନ୍ତେ ବିଭିନ୍ନ ମହାବିଦ୍ୟାଳୟରୁ ୧୫ଜଣ ସ୍ଵେଚ୍ଛାସେବୀଙ୍କୁ ଚୟନ କରାଯାଇଅଛି । ଏନ.ଏସ.ଏସ. କାର୍ଯ୍ୟକ୍ରମ ସଂଯୋଜକ ଡ଼ ଚିତ୍ତରଞ୍ଜନ ଖୁଣ୍ଟିଆଙ୍କ ନେତୃତ୍ଵରେ ପରିଚାଳିତ ଶିବିରରେ କୁଳପତି ଡକ୍ଟର ନିବେଦିତା ନାଥ ମୁଖ୍ୟ ଅତିଥିରୁପେ ଯୋଗଦାନ କରି ସ୍ଵେଚ୍ଛାସେବୀ ମାନଙ୍କୁ ଉସ୍ଚାହିତ କରିଥିଲେ । ଏହି ଅବସରରେ କୁଳସଚିବ ଡକ୍ଟର ଗୁଣନିଧି ନାଏକ, ଉପକୁଳ ସଚିବ ମେଜର ଡ଼କ୍ଟର ଜୟଦେବ ସାହୁ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଜୟନ୍ତ ଦନସନା, ଡକ୍ଟର ପ୍ରିୟରଞ୍ଜନ ବେହେରା, ରୋଜ ମେରି ରଶ୍ମିତା ଏକ୍କା, ଡକ୍ଟର ରାଧାରାଣୀ ନାୟକ, ପ୍ରତାପ ଚନ୍ଦ୍ର ଦାସ, ଡକ୍ଟର କିଶୋର କର୍ଣ୍ଣ, ହେମାଲ ସା, ଗଣପତି ବାଗ, ପୁଷ୍ପାଞ୍ଜଳୀ ଚାଲାନ, ଡକ୍ଟର ସୁରଞ୍ଜନ ପ୍ରଧାନ, ପ୍ରମୁଖ ଶିବିର ପରିଚାଳନରେ ସହଯୋଗ କରିଥିଲେ ।

ବିଜେପି ର ନୂଆଁଖାଇ ଭେଟଘାଟ,ଜୁହାର ଭେଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – ନୂଆଁଖାଇ ଏକ ଏମିତିକା ପର୍ବ ଯାହା ଭାଇଚାରା,ପରମ୍ପରା ଓ ସାମାଜିକ ନିଦର୍ଶନ କୁ ଏକ ସୂତ୍ରରେ ବାନ୍ଧି ନିଜର ପରିବାର ଜାତି ସମାଜ କୁ ଏକ ସୁତ୍ରରେ ଏକତା ର ବାର୍ତ୍ତା ଦେଇଥାଏ। ସେ ରାଜନୀତି କ୍ଷେତ୍ରରେ ହେଉ ଅବା ସାମାଜିକ କ୍ଷେତ୍ରରେ ହେଉ ନୂଆଁଖାଇ ପର୍ବ ର ଗାରିମାମୟ ଇତିହାସ ସବୁବେଳେ ପଶ୍ଚିମ ଓଡ଼ିଶାର ଲୋକଙ୍କ ମନରେ ଏକ ପ୍ରମୁଖ ସ୍ଥାନ ନେଇ ପରମ୍ପରା କୁ ବଜାୟ ରଖିବା ପ୍ରୟାସ ଜାରି ରହିଛି। ସେହି ନିଆଁରା ପରମ୍ପରା କୁ ବଜାୟ ରଖିବା ପାଇଁ ମଙ୍ଗଳବାର କୋକସରା ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କୋକସରା ଧାନ ମଣ୍ଡିରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ,ମୁଖ୍ୟ ବକ୍ତା ଭାବେ ପୂର୍ବତନ ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର , ବିଜେପି ଜିଲ୍ଲା ଉପ ସଭାପତି ମୁକେଶ ଅଗ୍ରୱାଲ, ଲକ୍ଷ୍ମୀକାନ୍ତ ବାଗ ,ଜିଲ୍ଲା ସାଧାରଣ ସମ୍ପାଦକ ଜୟଶଙ୍କର ନାଏକ , ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ,ଯୁବମୋର୍ଚ୍ଚା ବଲାଙ୍ଗୀର ପ୍ରଭାରୀ ହିମାଂଶୁ ପଣ୍ଡା ,ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ନରହରି ପଟ୍ଟନାୟକ, ଧର୍ମଗଡ ବ୍ଲକ ରୁ ଅପ୍ରେସ ସ୍ୱାଇଁ, ସୌରଭ ମିତ୍ତଳ, କୋକସରା ବ୍ଲକ ର ୩ ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ବସନ୍ତ ନାଗ, ମଧୁବନ ପାତ୍ର, ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରଧାନୀ, ଅର୍ଜୁନ ଭାଟି, ଚକ୍ରଧର ନାଏକ,ବରିଷ୍ଠ ନେତା ନୀଳକଣ୍ଠ ମାଝୀ,ଗରୁଡ଼ ଧ୍ଵଜ ମାଝୀ,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା କୁନ୍ତୀ ପାଳ ମଞ୍ଚାସିନ ରହିଥିବା ବେଳେ କୋକସରା ବ୍ଲକ ର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ଅନ୍ୟ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ସେମାନଙ୍କୁ ମଧ୍ୟ ଦଳ ପକ୍ଷରୁ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ନୂଆଁଖାଇ ଭେଟଘାଟ ଅବସରରେ ପ୍ରଥମେ ଇଷ୍ଟଦେବୀ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ନୂଆଁଖାଇ ଜୁହାର ଭେଟ ସହ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ମଞ୍ଚରେ ଉପସ୍ଥିତ ସମସ୍ତ ନେତୃବୃନ୍ଦ ଆମର ପଶ୍ଚିମ ଓଡ଼ିଶାର ସଂସ୍କୃତି ଆମର ପରମ୍ପରା କୁ ନେଇ ମତ ବ୍ୟକ୍ତ କରିବା ସହ ବିଜେପି ରାଜ୍ୟ ସରକାର କୃଷି ଓ କୃଷକ ଙ୍କ ବିକାଶ ପାଇଁ ସଦା ସର୍ବଦା ପ୍ରୟାସ ଜାରି ରଖିଛନ୍ତି ବୋଳି କହିଥିଲେ। କାର୍ଯ୍ୟକ୍ରମ କୁ ମଞ୍ଚ ସଂଯୋଜନାରେ ବରିଷ୍ଠ ବିଜେପି ନେତା ତ୍ରିନାଥ ଶବର ସହଯୋଗ କରିଥିବା ବେଳେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ଲୋକକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ କୋକସରା ବ୍ଲକ ର ୩ ଗୋଟି ମଣ୍ଡଳ ର ଶତାଧିକ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

ଅଲ୍ ଓଡିଶା ସିଡୁଲ୍ କାଷ୍ଟ ଫେଡରେଶନ ର ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – ଅଲ୍ ଓଡିଶା ସିଡୁଲ୍ କାଷ୍ଟ ଫେଡରେଶନ କଳାହାଣ୍ଡି ଓ ଆଞ୍ଚଳିକ ଡମ୍ବ ବିକାଶ ପରିଷଦ ଦେପୂର୍ ମିଳିତ ଆନୁକୁଲ୍ୟରେ ଦେପୁର ବଜାର ପ୍ରାଙ୍ଗଣରେ ବରିଷ୍ଠ ଉପଦେଷ୍ଟା ଧିମାନ୍ ପୁରୁନ୍ଧର କରୁଆ ଙ୍କର ସଭାପତିତ୍ବରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ବାବା ସାହେବଙ୍କ ଫଟ ଚିତ୍ର ରେ ପୂଜାର୍ଚ୍ଚନା କରି ଗ୍ରାମ୍ୟ ଭ୍ରମଣ କରିଥିଲେ। ଏହି ନୂଆଁଖାଇ ଭେଟଘାଟରେ ଅଲ୍ ଓଡିଶା ସିଡୁଲ୍ କାଷ୍ଟ ଫେଡରେଶନ ର ଜିଲ୍ଲା ସଭାପତି ଦିଗାମ୍ବର ଲୁହା, ମହା ସଚିବ ଯତୀନ୍ଦ୍ର କର , ଆଇନ ପରାମର୍ଶ ଦାତା ଛାବିଲାଲ ନିଆଳ, କାର୍ଯ୍ୟକାରୀ ସଭାପତି ଦିଗମ୍ବର ଦୁରୀଆ, ଜୟପ୍ରକାଶ ଜାଲ, ଉପସଭାପତି ଧବଳେଶ୍ଵର ନାଗ , ବରୁଣ ନାଏକ, ଦୁର୍ଯ୍ୟଧନ କୁମାର , ଜିଲ୍ଲା ସମ୍ପାଦକ ଅଭିରାମ ନନ୍ଦ , ଶଙ୍କର କର,କୋଷାଧ୍ୟକ୍ଷ କୌସିକ୍ ଦୁର୍ଗା, ଯୁଧିଷ୍ଟିର ଭଗତ ସାମାଜିକ ମୁଖ୍ୟ ଲୋକନାଥ ନାଗ, ପ୍ରେମଲାଲ ନାଏକ, ପ୍ରକାଶ ସାଗର, ସରପଞ୍ଚ ଆଦିତ୍ୟ ନାଏକ , ଆଞ୍ଚଳିକ ଡମ୍ବ ବିକାଶ ପରିଷଦ ର ସଭାପତି ବିଜୟ ଦୀପ, ଉପ ସଭାପତି କୃଷ୍ଣ ଚନ୍ଦ୍ର ନାଗ , ସମ୍ପାଦକ ଅଭିରାମ ସାଗର, ମିଡ଼ିଆ ସେଲ ର ଧୀରେନ୍ଦ୍ର ସୁନାନି,ସଂସ୍କୃତି ବିଭାଗର ଅଭିରାମ କର, ସର୍ବଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ,ସମାଜର ବିଶିଷ୍ଟ ସଂଗ୍ରାମୀ ମାନଙ୍କର ମରଣତ୍ୱର ମାନପତ୍ର ତାଙ୍କ ପରିବାରଙ୍କୁ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରେ କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟ କୁ ସଫଳ କରିଥିଲେ।

ପୁନଃଗଠନ ପ୍ରକ୍ରିୟାକୁ ବନ୍ଦ ରଖି ଆଉ ୨ ବର୍ଷ ପାଇଁ କାର୍ଯ୍ୟ କରିବାର ସୁଯୋଗ ଦେବା ନିମନ୍ତେ ଜିଲ୍ଲାପାଳ ଙ୍କ ଜରିଆରେ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉପ ମୁଖ୍ୟ ମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ଓଡିଶା ସରକାର ଲୋକସେବା ଭବନ ଭୁବନେଶ୍ବର ଓଡିଶା ଙ୍କୁ ନିବେଦନ ପତ୍ର…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – ଓଡିଶା ଜିବିକା ମିଶନ ଇ ସି ସଂଘ, ସମଗ୍ନ ଭାରତୀୟ ମଜଦୁର ସଂଘ ପକ୍ଷରୁ ଭବାନି ପାଟନା ସ୍ଥିତ ଜିଲ୍ଲାପାଳ, କଳାହାଣ୍ଡି ଙ୍କ ଜରିଆରେ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉପ ମୁଖ୍ୟ ମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ଓଡିଶା ସରକାର ଲୋକସେବାଭବନ ଭୁବନେଶ୍ବର ଓଡିଶା ଙ୍କୁ ନିବେଦନ ପତ୍ର l ଶକ୍ତି ବିଭାଗ କମିଶନର ଙ୍କ ପକ୍ଷରୁ ଜାରୀ କାରଯାଇଥିବା ଚିଠି NO MS- ICB -CAPA-0004-2022.5229 ରେ ପୁନର୍ଗଠନ ପ୍ରକ୍ରିୟା କୁ ତୁରାନିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଯଛି, ଯାହା ହଜାର ହଜାର କର୍ମ ଯିବି ମହିଳା ଇ ସି କର୍ମୀ ଙ୍କ ସବୁଠୁ ବଡ ଦୁଃଖ ର କାରଣ, ଗତ ଏପ୍ରିଲ ମାସରୁ ଏହି ପ୍ରକ୍ରିୟା କୁ ବନ୍ଦ ରଖ୍ ଥିବା କେବେ ଏବେ ପୁଣୀ ତତ୍ପର ଦେଖାଇ ଛନ୍ତି ସରକାର, ନୂଆ ସରକାର ଆସିବାର ଏକ ବର୍ଷ ମଧ୍ୟରେ, ମହିଳାଙ୍କ ପ୍ରତି ଏ ପ୍ରକାର କଠୋର ନିଷ୍ପରି କାହିକି ? ପ୍ରକାଶ ଥାଉ କି ! ପୁନର୍ଗଠନ ପ୍ରକ୍ରିୟାକୁ ବନ୍ଦ ରଖି ଆଉ ୩ ବର୍ଷ କାର୍ଯ୍ୟକାଳ ବୃଦ୍ଧି ପାଇଁ, ଓଡିଶା ଜୀବିକା ମିଶନ ଇ ସି ସଂଘ, ଯାହା ଭାରତୀୟ ମଜଦୂର ସଂଘର ବିଚାର ଧାରା ରେ ଅନୁ ପ୍ରାଣିତ ହୋଇ ଶାନ୍ତି ଆଉ ଶୃଙ୍ଖଳା ର ସହ ଗଣତାନ୍ତ୍ରିକ ପ୍ରକ୍ରିୟା ରେ ପ୍ରତିବାଦ ଓ ଆନ୍ଦୋଳନ କରିବା ସହ ବିଭାଗୀୟ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ଙ୍କ ଗ୍ରି.ଭାନ୍ସ ରେ ଅନେକ ଥର ସାକ୍ଷାତ୍ ଆଲୋଚନା ରେ ଅଭିଯୋଗ ରଖି ଥୁବା ବେଳେ, ସ୍କୁଟି ରୁଣ ନେଇଥିବା ମହିଳା ମାନଙ୍କ ସ୍କୁଟର ଋଣ ଶୁଝିବା ବାର ଦାୟୀତ୍ଵ ସହ ସମସ୍ତ ଇ ସି କର୍ମୀ ଙ୍କ ଥଇଥାନ ପାଇଁ ନୂଆ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଥିବା ମାନନୀୟା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ମହୋଦୟା ଜଣେ ମାଆ, ମାଆ ହୋଇ ଆଜି ହଜାର ହଜାର ମାଆ ମାନଙ୍କ ପ୍ରତି ଏ ଅବିଚାର କାହିଁକି, ତାଙ୍କ ପରାମର୍ଶ ସମ୍ମାନ ଦେଇ ଆନ୍ଦୋଳନ ଆଉ ଆଇନ୍ ର ବାଟ ରୁ ଦୁରେଇ ରହିଥିବା ୭୦% ଇସି କର୍ମୀ ଙ୍କୁ ନେଇ ଆମ ସଂଘ ରେ ଥିବା ଇସି ମାନଙ୍କ ଅପରାଧ ଆମ୍ଭେ କୋର୍ଟ ରେ କେଶ୍ କରି ନାହୁଁ କୋର୍ଟ ରେ କେଶ କରିଥିବା ଇ ସି ସଂଘ ଙ୍କୁ ବାଦ ଦେଇ ସମସ୍ତଙ୍କୁ ପୁନର୍ଗଠନ ପ୍ରକ୍ରିୟା ମାଧ୍ୟମରେ ବାହାର କରିବା ପାଇଁ ଜାରି କରାଯାଇ ଥିବା ନିର୍ଦେଶ ମାଳା ପ୍ରକ୍ରିୟାକୁ ବନ୍ଦ ରଖି କାର୍ଯ୍ୟରତ ଇସି କର୍ମୀ ଙ୍କ ପାଇଁ ପୁନର୍ଗଠନ ବିଚାର କରନ୍ତୁ ସରକାର ଙ୍କ ପାଖରେ ନିବେଦନ ସମୂହ ପୁନର୍ଗଠନ ପ୍ରକ୍ରିୟା କୁ ବନ୍ଦ ରଖି ସମସ୍ତ ଜିପିଏଲ ଏଫ୍ ଇ.ସି କର୍ମୀ ଙ୍କୁ ଆଉ ଦୂଇ ବର୍ଷ ପାଇଁ କାର୍ଯ୍ଯ କରିବାର ସୁଯୋଗ ଦିଆଯାଉ । ସ୍କୁଟି ରୁଣ ଶୁଝିବା ନୂଆ ନିଯୁକ୍ତି କ୍ଷେତ୍ର ରେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ଯାହା ସରକାର ପ୍ରତିଶୁତି ଦେଇଥିଲେ । ସରକାର ମହିଳା ମାନଙ୍କ ଅଗ୍ରଗତି ର ବିକାସ ଦିଗରେ ସର୍ବଦା ବିଚାର ସହ ବିଷୟ ପ୍ରତି ଗୁରୁତ୍ବ ଦେଇ ପୁନର୍ବାର ବିଚାର କରି ସମସ୍ତ ଙ୍କୁ ଆଇ ଦୁଇ ବର୍ଷ କାର୍ଯ୍ୟ କରିବାର ସୂଯୋଗଦେଇ ଏକ ମହାନତା ଇ ଇତିହାସ ସୃଷ୍ଟି କରିବେ ବୋଲି ଆଶା ପ୍ରକାଶ କରିଛନ୍ତି l ଏଥିରେ ନଳିନୀ ମଞ୍ଜରି ବାଗ ସଭାନେତ୍ରୀ, ଓଡିଶା ଜିବିକା ମିଶନ ଇସି ସଙ୍ଗ କଳାହାଣ୍ଡି ଜିଲ୍ଲା, ସଙ୍କଶିନି ପଣ୍ଡା ସମ୍ପାଦୀକା, ଓଡିଶା ଜିବିକା ମିଶନ ଇସି ସଙ୍ଗ କଳାହାଣ୍ଡି ଜିଲ୍ଲା, ଏବଂ ଅନନ୍ୟା କର୍ମୀ ଲକ୍ଷ୍ମୀ ଭୈସାଲ , ଜୟନ୍ତୀ ମାଝୀ, ପୁଷ୍ପାଞ୍ଜଳି ସା, କୁମୁଦିନୀ ମାଝୀ, ରୂପା ମାଝୀ, ବିମଳା ଟକରିଆ, ଉପସ୍ଥିତ ଥିଲେ ଓ ଓଡିଶା ଜୀବିକା ମିଶନ ଇ ସି ସଂଘ ସଂଲଗ୍ନ ଭାରତୀୟ ମଜଦୁର ସଂଘ ଜିଲ୍ଲା କମିଟି କଳାହାଣ୍ଡି ସମସ୍ତ କର୍ମୀ ସହଯୋଗ ର ହାତ ବଢେଇଥିଲେ l

ଜିଲ୍ଲା ସଭାପତି ଚୟନ ପାଇଁ ସୃଜନ ସଂଗଠନ ଅଭିଯାନ ଓ ବୈଠକ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

* ବିଜେପି ଉପରେ ବିଷ ଓଗାଳିଲେ କଂଗ୍ରେସ ର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ)

* ନିର୍ବାଚନ କମିଶନର ସାଜିଛନ୍ତି ବିଜେପି ଏଜେଣ୍ଟ

* ମୋଦି ଙ୍କ ଡିଗ୍ରୀ ଉପରେ ଉଠାଇଲେ ପ୍ରଶ୍ନ

* ରାଜ୍ୟ ବାହାର ର ଲୋକଙ୍କୁ ଓଡ଼ିଶା ଲୁଟିବା ପାଇଁ ମିଳୁଛି ପ୍ରୋତ୍ସାହନ

ଏଥର ସମ୍ଭାଳ (କେସିଙ୍ଗା) – ଜାତୀୟ କଂଗ୍ରେସ ପକ୍ଷରୁ ସାରା ଦେଶରେ ଚାଲିଛି ଜିଲ୍ଲା ସଭାପତି ଚୟନ ପାଇଁ ସୃଜନ ସଂଗଠନ ଅଭିଯାନ।ସାରା ରାଜ୍ୟ ବୁଲି ବୁଲି ଆଜି ସୃଜନ ସଂଗଠନ ଅଭିଯାନ ଆରମ୍ଭ ହୋଇଥିଲା କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିଥ ଆର ଏମ ସି କନଫରେନ୍ସ ହଲ ଠାରେ।ଟାଉନ ସଭାପତି ସୁଭାଷ ଜୈନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଯୋଗ ଦେଇଥିଲେ ଜାତୀୟ କଂଗ୍ରେସ ର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ଏ ଆଇ ସି ସି ସେକ୍ରେଟାରୀ ସେଖ ମସ୍ତାନ ୱାଲି ଓ ରାଜ୍ୟ ପର୍ଯ୍ୟବେକ୍ଷକ ପୂର୍ବତନ ଫୁଲବାଣୀ ବିଧାୟକ ଅଭିମନ୍ୟୁ ବେହେରା।ଜାତୀୟ ପର୍ଯ୍ୟବେକ୍ଷକ ନିଜ ଅଭିଭାଷଣରେ ଜିଲ୍ଲା ସଭାପତି ଚୟନରେ ପାରଦର୍ଶିତା ଆଣିବା ପାଇଁ କର୍ମୀ ମାନେ କାହାର ସଭାପତିତ୍ବରେ ଜିଲ୍ଲାରେ କାମ କରିବେ ତାହା ସେମାନେ ହିଁ ନିର୍ଣ୍ଣୟ କରିବେ ବୋଲି କହି ପ୍ରାୟ ଅଧଘଣ୍ଟା କାଳ କେନ୍ଦ୍ର ବିଜେପି ସରକାର ଉପରେ ବିଷ ଓଗାଳିଲେ।ମାନ୍ୟବର ପ୍ରଧାନ ମନ୍ତ୍ରୀ ମୋଦୀ ଙ୍କ ଡିଗ୍ରୀ ଠୁ ଆରମ୍ଭ କରି ଭୋଟ ଚୋରି ପର୍ଯ୍ୟନ୍ତ ସମସ୍ତ କଥା ଉପସ୍ଥାପନ କରି ଥିଲେ।ନିଜ ଅଭିଭାଷଣରେ ସେ ନିର୍ବାଚନ କମିଶନର ବିଜେପି ର ଏଜେଣ୍ଟ ସାଜିଛି କହିବା ସହ ରାଜ୍ୟ ସରକାର ରାଜ୍ୟ ବାହାର ର ଲୋକ ମାନଙ୍କୁ ଓଡ଼ିଶା ଲୁଟିବା ପାଇଁ ନିମନ୍ତ୍ରଣ କରୁଛନ୍ତି ବୋଲି ପ୍ରକାଶ କରିଥିଲେ ଏବଂ ଆର ଏସ ଏସ ର ବିଚାର ଧାରା ଉପରେ ମଧ୍ୟ ଆଲୋଚନା କରିଥିଲେ।କେନ୍ଦ୍ର ରେ ବିରୋଧୀ ଦଳ ଭାବରେ କଂଗ୍ରେସ ନିଜର କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ସରକାର ଙ୍କୁ କୌଣସି ପ୍ରଶ୍ନ ପଚାରିଲେ ଇଡି , ଇନକମ ଟ୍ୟାକ୍ସ ର ଡର ଦେଖାଇ ମୁଁହ ବନ୍ଦ କରିବାକୁ ଚେଷ୍ଟା ଚାଲିଛି ବୋଲି ପର୍ଯ୍ୟବେକ୍ଷକ ପ୍ରକାଶ କରି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ଓ ପି ସି ସି ସଭାପତି ଭକ୍ତ ଚରଣ ଦାସ ଙ୍କୁ ପ୍ରଶଂସାରେ ପାଟି ଦେଇଥିଲେ।ଆଗାମୀ ଦିନରେ କଂଗ୍ରେସ ଦେଶରେ ଓ ରାଜ୍ୟରେ ଶାସନ ଭାର ସମ୍ଭାଳି ଦେଶର ପ୍ରଗତି କରିବ ବୋଲି ଉପସ୍ଥିତ କର୍ମୀ ଙ୍କୁ ଉତ୍ସାହିତ କରିଥିଲେ।ଆଜିର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ଲୋକସଭା ପ୍ରାର୍ଥୀ ଦ୍ରୋପଦି ମାଝୀ, ଜିଲ୍ଲା ଯୁବ କଂଗ୍ରେସ ର ମହମ୍ମଦ ସାହେବ, ପୂର୍ବତନ ନଗର ପାଲ ରାମକୁମାର୍ ଜୈନ,ମହେନ୍ଦ୍ର ନାଏକ, ବିଶ୍ୱାସୀ ନାଏକ, ରାମଜୀ ମାତଖଣ୍ଡିଆ, ରାମଲାଲ ସୁନାନୀ , ବିଜୟ ଦୀପ, ଡାକ୍ତର ଏହେଶାନ ଖାନ, ରତନ ଦୀପ ଙ୍କ ସମେତ ଶହ ଶହ ସଂଖ୍ୟାରେ କଂଗ୍ରେସ କର୍ମୀ ଓ ନେତା ମାନେ ଉପସ୍ଥିତ ଥିଲେ।

ବିଜେପି ପକ୍ଷରୁ ବ୍ଳକ ସ୍ତରୀୟ ନୁଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – କୃଷିଭିତ୍ତିକ ଓ ଭାଇଚାରା ର ଗଣପର୍ବ ନୂଆଁଖାଇ ସରିଥିଲେ ମଧ୍ୟ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଜାରି ରହିଛି। ଆସନ୍ତା ମଙ୍ଗଳବାର ଦିନ ବିଜେପି କାର୍ଯ୍ୟକର୍ତ୍ତା ଙ୍କ ପକ୍ଷରୁ ଆୟୋଜନ ହେବାକୁ ଥିବା କୋକସରା ବ୍ଲକ ସ୍ତରୀୟ ନୂଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ରବିବାର କୋକସରା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋକସରା ମଣ୍ଡଳ ବିଜେପି ସଭାପତି ବସନ୍ତ ନାଗ, ମୋଟେର ମଣ୍ଡଳ ବିଜେପି ସଭାପତି ଧର୍ମବ୍ରତ ପଣ୍ଡା, ଆମପାଣି ମଣ୍ଡଳ ବିଜେପି ସାଧାରଣ ସମ୍ପାଦକ ତୁଲାରାମ ନାଏକ, କୋକସରା ମଣ୍ଡଳ ସାଧାରଣ ସମ୍ପାଦକ ମନୋଜ କୁମାର ନାଏକ, ଶାରଳା ପ୍ରସାଦ ପ୍ରଧାନୀ, ବିଧାୟକ ପ୍ରତିନିଧି ତ୍ରିନାଥ ଶବର, ଜିଲ୍ଲା ପ୍ରତିନିଧି ସଦସ୍ୟ ଅର୍ଜୁନ ଭାଟି,ଦୁର୍ଗା ପ୍ରସାଦ ପ୍ରଧାନୀ, ବରିଷ୍ଠ କାର୍ଯ୍ୟ କର୍ତ୍ତା ନିଳକଣ୍ଠ ମାଝୀ, ସୁଧୀର ପାତ୍ର,ଯୁବମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା , ମୋଟେର ମଣ୍ଡଳ ସଭାପତି ଧବଳେଶ୍ଵର ଗୋପାଳ ,ଚକ୍ରଧର ବେଶ୍ରା, ମହିଳା ନେତ୍ରୀ ଧରିତ୍ରୀ ବାଗ, ପୁର୍ବତନ ଆମପାଣି ମଣ୍ଡଳ ସାଧାରଣ ସମ୍ପାଦକ ସନ୍ତୋଷ ମାଝୀ,ସୁଶିଲ ପାଢ଼ୀ, ସୋମନାଥ ବାଗ ପ୍ରମୁଖ ଉପସ୍ଥିତ ରହି ନୂଆଁଖାଇ ଭେଟଘାଟ ଆୟୋଜନ ନେଇ ଆଲୋଚନା କରିଥିଲେ।