ଜୁନାଗଡ଼ ଗଣ ଦୁଷ୍କର୍ମ ରେ ପିଡିତା ଙ୍କ ବୟାନ ପରେ ଲଳିନ୍ଦ୍ରକୁ ଗିରଫ, କୋର୍ଟ ଚାଲାଣ ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଘନ ଜଙ୍ଗଲରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣା ରାଜ୍ୟ ରାଜନୀତି କୁ ସରଗରମ କରିଛି । ଏହି ଘଟଣାରେ ପୋଲିସ ଜଣେ ନାବାଳକ ସମେତ ୮ ଜଣକୁ ଜେଲ ପଠାଇ ସାରିଥିବା ବେଳେ ଯୁବତୀ ଜଣଙ୍କୁ ଲିଫ୍ଟ ଦେଇ ଆଣିଥିବା ମୁଖ୍ୟ ଅରୋପୀ କୁ ପୋଲିସ ଗିରଫ କରିନଥିବା ଏବଂ ଏହାକୁ ପୋଲିସ ଘଣ୍ଟ ଘୋଡାଉଥିବା ବି.ଜେ.ପି ପକ୍ଷରୁ ଅଭିଯୋଗ ଆସିଥିଲା । ସଂପୃକ୍ତ ଡ୍ରାଇଭର ଜଣକ କଳାହାଣ୍ଡି ବି.ଜେ.ଡ଼ି ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରବୋଧ କୁମାର ରଥ ଙ୍କ ବସ ର ଡ୍ରାଇଭର ହୋଇଥିବାରୁ ତାଙ୍କୁ ଗିରଫ କରାଯାଇ ନଥିବା ଅଭଯୋଗ ଆଣିଥିଲେ ବି.ଜେ.ପି ନେତ୍ରୀ ଲେଖା ସାମନ୍ତରାୟ । ଅନ୍ୟ ପକ୍ଷରେ ବିରୋଧୀ ଦଳ ନେତା ଭପ୍ରଦୀପ ନାୟକ ମଧ୍ୟ ଗିରଫ ଦାବୀ କରିଥିଲେ । ବର୍ତ୍ତମାନ କଳାହାଣ୍ଡି ପୋଲିସ ସମସ୍ତ ଘଟଣାଜୁ କେନ୍ଦ୍ର କରି ଧରା ୧୬୧ ଆଧାରରେ ପୁଣିଥରେ ପିଡିତା ଙ୍କ ବୟାନ ରେକର୍ଡ଼ କରି ଅଭିଯୁକ୍ତ ଲଳିନ୍ଦ୍ରକୁ କୁ କୋର୍ଟ ଚାଲାଣ କରିଛି । ଆଜି ରାଷ୍ଟ୍ରୀୟ ମୂଳଣିବାସୀ ମହିଳା ସଂଘ କଳାହାଣ୍ଡି ଶାଖା ପକ୍ଷରୁ ସଭାନେତ୍ରୀ କମଳିନୀ ଯାଦବ ଦୁଷ୍କର୍ମ କାରୀ ମାନଙ୍କୁ ଯଥାଶୀଘ୍ର ଉଚିତ ଦଣ୍ଡ ଦିଆଯାଉ ବୋଲି ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଜୁନାଗଡ଼ ଥାନା ଅଧିକାରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

ଜୁନାଗଡ଼ ବଜାର ପଡିଆ ଠାରେ ଜିଲ୍ଲା ୱେବ ମିଡ଼ିଆ ସମ୍ବାଦିକ ସଂଘ ର ବୈଠକ ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବଜାର ପଡିଆ ଠାରେ ଜିଲ୍ଲା ୱେବ ମିଡ଼ିଆ ସମ୍ବାଦିକ ସଂଘ ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ବ୍ଲକ ରୁ ସାମ୍ବାଦିକ ଯୋଗ ଦେଇଥିଲେ ।ସମସ୍ତଙ୍କ ଉପସ୍ଥିତିରେ ଜିଲ୍ଲା କମିଟି ର କର୍ମ କର୍ତ୍ତା ମନୋନୟନ ସର୍ବ ସମ୍ମତି କ୍ରମେ ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ଭାବେଆଦିତ୍ୟ ପ୍ରସାଦ ମହାନ୍ତି, କାର୍ଯ୍ୟକାରୀ ସଭାପତି ଭାବେ ତୁଳ ମଣି ନାଗ ଉପ ସଭାପତି ଭାବେ ତୁଲା ରାମ ଛ ତ୍ରି ଆ ନିକୁଞ୍ଜ ଚାଲାଣ ଲକ୍ଷ୍ମୀ ରଞ୍ଜନ ବାଗ ସାଧସରଣ ସମ୍ପାଦକ ଭାବେ ସଂଗ୍ରନ କେଶରୀ ପାତ୍ର ସହ ସମ୍ପାଦକ ଭାବେ ବିକାଶ ନାୟକ ସୋଭିତ ଗାନ୍ଧୀ ନିଆର ରଞ୍ଜନ ପଣ୍ଡା ଙ୍କୁ ମନୋନୀତ କରାଯାଇଥିବା ବେଳେ କୋଷାଧକ୍ଷ ଭାବେ ମୋହନ ସାଗର ଏବଂ ସହଦେଵ ବେହେରାଙ୍କୁ ମନୋନୀତ କରାଯାଇଛି। ସମସ୍ତ ନବ ନିର୍ବାଚିତ କର୍ମ କାର୍ତ୍ତାଙ୍କୁ ଧନ୍ୟବାଦ ଦେବା ସହ ସାମ୍ୱାଦିକ ପ୍ୟାରିଲାଲ ଦୁର୍ଗା ତାଙ୍କରି ଅଭି ଭାଷଣରେ ଏକତାହିଁ ବଳ ବୋଲି କହିଛନ୍ତି ।

କଲମ ବଦଳରେ ପାଣିବାଲ୍ଟି ; ସ୍କୁଲ ସମୟରେ ଛାତ୍ରଛାତ୍ରୀମାନଙ୍କୁ କାମରେ ନିୟୋଜିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ସରକାର ପ୍ରାଥମିକ ବିଦ୍ୟାଳୟର ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି । ଏହାସହ ପ୍ରାଥମିକ ବିଦ୍ୟାଳୟରେ ଦଣ୍ଡମୁକ୍ତ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିବା ସରକାରଙ୍କ କଡା ନିର୍ଦ୍ଦେଶ ରହିଥିବା ବେଳେ ଛୋଟ ପିଲାଙ୍କୁ ଓଜନିଆ ସ୍କୁଲ ବ୍ୟାଗ, ହୋମୱାର୍କ, ସରକାରଙ୍କ କଟକଣା ଥିବାବେଳେ ଏଠାରେ ସ୍କୁଲ ପିଲାଙ୍କୁ କାମରେ ନିୟୋଜିତ କରାଉଛନ୍ତି ଶିକ୍ଷକ।

ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଫୋରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଜଣେ ଛାତ୍ରୀ ୧୫/୨୦ ଲିଟର ପାଣି ବାଲ୍ଟି ମୁଣ୍ଡରେ ବୋହି ସ୍କୁଲ ଭିତରକୁ ଆସୁଥିବା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀଙ୍କୁ କାମରେ ନିୟୋଜିତ କରିବା ପାଇଁ କିଏ ଅନୁମତି ଦେଇଛି ତାହାକୁ ନେଇ ଉଠିଛି ପ୍ରଶ୍ନ ।

ଏହି ସ୍କୁଲରୁ ୫କିମି ଦୂରରେ ଗୋଲାମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରହିଥିଲେ ମଧ୍ୟ କୌଣସି ଉଚ୍ଚପଦସ୍ତ ଅଧିକାରୀଙ୍କର ନଜର ଏହା ପ୍ରତି ପଡୁନଥିବା ବେଳେ ବିଦ୍ୟାଳୟରେ ପାଠ ପଢିବା ସମୟରେ ଛାତ୍ରଛାତ୍ରୀଙ୍କୁ ଶିଶୁ ଶ୍ରମିକ ଭଳି କାମ କରିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମଦ ଭାଟି କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ବିରୋଧ ରେ ଏସ୍ ଏଚ୍ ଜି ଗ୍ରୁପ ର ଶତାଧିକ ମହିଳା ମାନଙ୍କ ବୈଠକ ଅନୁଷ୍ଠିତ !

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରେଲାଲ୍ ଦୁର୍ଗା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୋଲାମୁଣ୍ଡା) – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅଧିନ ଚହକା ପଞ୍ଚାୟତ ର କୁଟୁରା ବାହାଲି ଗ୍ରାମ ର ମୁଖ୍ୟ ରାସ୍ତା ରେ ଥିବା ମଦ ଭାଟି କୁ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ବିରୋଧ ରେ ଏସ୍ ଏଚ୍ ଜି ଗ୍ରୁପ ର ଶତାଧିକ ମହିଳା ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ର ମୁଖ୍ୟ ରାସ୍ତା ରେ ମଦ ଭାଟି ଟି ଥିବାରୁ ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀ ମାନଂକ ପ୍ରତି ମଦ୍ୟପ ମାନେ ଅଶ୍ଳୀଳ ଆଚରଣ କରୁଛନ୍ତି । ଛୋଟ ଛୋଟ ପିଲା ଙ୍କ ଉପରେ ଏହାର କୁ ପ୍ରଭାବ ପଡ଼ିବା ସହ ଅନେକ ସମସ୍ୟା ଉପୁଜୁଛି । ଏହି ମୁଖ୍ୟ ରାସ୍ତା ଦେଇ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ଯାତାୟତ କରୁଥିବା ବେଳେ ବହୁ ଅସୁବିଧା ର ସମ୍ମୁଖିନ ହେଉଛନ୍ତି । ତୁରନ୍ତ ମୁଖ୍ୟ ରାସ୍ତା ରେ ଥିବା ଏହି ମଦ ଭାଟି କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାନଗଲେ ଆଗାମୀ ଦିନ ରେ ଏହା ବିରୋଧ ରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ବୈଠକ ରେ ଯୋଗ ଦେଇଥିବା ୧୦୨ ଟି ଏସ୍ ଏଚ୍ ଜି ଗ୍ରୁପ ର ମହିଳା ମାନେ ଚେତାବନୀ ଦେଇଛନ୍ତି ।

ଯୁବତୀଙ୍କୁ ଗଣ ବଳାତ୍କାର ଓ ଭିଡିଓ ଭାଇରାଲ ଘଟଣାରେ ୭ ଅଭିଯୁକ୍ତ ଗିରଫ..!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଜୁନାଗଡ଼) – କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣ ବଳାତ୍କାର ଓ ଭିଡିଓ ଭାଇରାଲ ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଆଜି ଜୁନାଗଡ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକଥା ପ୍ରକାଶ କରିଛନ୍ତି କଳାହାଣ୍ଡି ଆରକ୍ଷ ଅଧିକ୍ଷକ (ଏସପି) ବାତୁଳା ଗଙ୍ଗାଧର । ଏସପିଙ୍କ ସୁଚନା ପ୍ରକାରେ ଗତ ସେପ୍ଟେମ୍ବର ୧୪ ତାରିଖ ଦିନ ଉକ୍ତ ଯୁବତୀ ଜଣକ ଧର୍ମଗଡ ବ୍ଲକ ପର୍ଲାର ଲିଲେନ୍ଦ୍ର ଶବରଙ୍କ ସହ ଭବାନୀପାଟଣାରୁ ଘରକୁ ଫେରୁଥିଲେ । ଜୁନାଗଡ ଥାନା ବନମାଲିପୁର ପାଖରେ ୬ ଜଣ ଅଜଣା ବ୍ୟକ୍ତି ସେମାନଙ୍କୁ ଅଟକାଇ ଯୁବତୀଙ୍କୁ ପାଖ ଜଙ୍ଗଲକୁ ନେଇ ଗଣ ବଳାତ୍କାର କରିଥିଲେ ଓ ପରେ ଭିଡିଓ ଭାଇରାଲ କରିଥିଲେ ।
କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣ ବଳାତ୍କାର ଓ ଭିଡିଓ ଭାଇରାଲ ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଆଜି ଜୁନାଗଡ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକଥା ପ୍ରକାଶ କରିଛନ୍ତି କଳାହାଣ୍ଡି ଆରକ୍ଷ ଅଧିକ୍ଷକ (ଏସପି) ବାତୁଳା ଗଙ୍ଗାଧର । ଏସପିଙ୍କ ସୁଚନା ପ୍ରକାରେ ଗତ ସେପ୍ଟେମ୍ବର ୧୪ ତାରିଖ ଦିନ ଉକ୍ତ ଯୁବତୀ ଜଣକ ଧର୍ମଗଡ ବ୍ଲକ ପର୍ଲାର ଲିଲେନ୍ଦ୍ର ଶବରଙ୍କ ସହ ଭବାନୀପାଟଣାରୁ ଘରକୁ ଫେରୁଥିଲେ । ଜୁନାଗଡ ଥାନା ବନମାଲିପୁର ପାଖରେ ୬ ଜଣ ଅଜଣା ବ୍ୟକ୍ତି ସେମାନଙ୍କୁ ଅଟକାଇ ଯୁବତୀଙ୍କୁ ପାଖ ଜଙ୍ଗଲକୁ ନେଇ ଗଣ ବଳାତ୍କାର କରିଥିଲେ ଓ ପରେ ଭିଡିଓ ଭାଇରାଲ କରିଥିଲେ ।
ଜୁନାଗଡ ଥାନା ପରିସରରେ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଆରକ୍ଷ ଅଧିକ୍ଷକ ବାତୁଳା ଗଙ୍ଗାଧରଙ୍କ ସହ ଅତିରିକ୍ତ ଆରକ୍ଷ ଅଧିକ୍ଷକ ଗୋପିନାଥ ମଣିପାତ୍ର, ଧର୍ମଗଡ ଏସଡିପିଓ ଲକ୍ଷ୍ମୀ ପଣ୍ଡା, ଜୁନାଗଡ ଥାନା ଅଧିକାରୀ ପ୍ରଭାତ ସେଠୀ ପ୍ରମୂଖ ଉପସ୍ଥିତ ଥିଲେ । ଏହା ଜୁନାଗଡ ପୋଲିସ ପାଇଁ ଏକ ବଡ ସଫଳତା ବୋଲି ଚର୍ଚ୍ଚା ଚାଲିଛି।

ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ ।

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରଜତ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କଳାହାଣ୍ଡି) – ଭବାନୀପାଟଣା ସହର ମଧ୍ୟରେ ଥିବା ବଡ଼ ପଡା ବ୍ୟାଙ୍କ କଲୋନୀ ର ଅମିତ ପଟ୍ଟନାୟକ ଙ୍କ  ନିର୍ମାଣାଧୀନ କୋଠା ରୁ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ କରିଛି କଳାହାଣ୍ଡି ବନ ବିଭାଗ ।କୌଣସି ସୂତ୍ରରୁ ଖବର ପାଇ ଉତ୍ତର ବନ ଖଣ୍ଡ ଡି.ଏଫ.ଓ ଙ୍କ ନିର୍ଦ୍ଦେଶ କ୍ରମେ ଅଚାନକ ଚଢ଼ାଉ କରି 130 ସେପ୍ଟି ସାଇଜ କାଠ ଜବତ କରିଛନ୍ତି ।
ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷରୁ ଅଧିକ ହେବ ବୋଲି ଜଣାଯାଇଛି ।ଏହି ଚଢ଼ଉରେ ଉତ୍ତର ବନ ଖଣ୍ଡ ର ଏସିଏଫ ବଂଶୀଧର ସ୍ବାଇଁ ରେଞ୍ଜର ପ୍ରସନ୍ନ ମିଶ୍ର ଏବଂ ବନ ବିଭାଗର କର୍ମଚାରୀ ମାନେ ସାମିଲ ହୋଇଥିଲେ ।ତେବେ ମାଲିକ ରାଜ୍ୟ ବାହାରେ ରହିଥିବାବେଳେ ଏଠାରେ କାହାରିକୁ ଏପର୍ଯ୍ୟନ୍ତ  ଜଙ୍ଗଲ ବିଭାଗ ଗିରଫ କରିନଥିବା ଡିଏଫଓ ପ୍ରକାଶ କରିଛନ୍ତି ।

ସପ୍ତାହ ଧରି ଚାଲିଛି ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଉତ୍ସବ ପାଳନ ।

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରଜତ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ( କଳାହାଣ୍ଡି ) – ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସର ରେ ବିଜେପି ତରଫ ରୁ ଏକ ସେବା ସପ୍ତାହ ପାଳନ କରାଯାଉଛି। ଏହି ଅବସର ରେ ଏକ ସପ୍ତାହ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନ ରେ ଚାଲିଛି ବିଭିନ୍ନ ପ୍ରକାର ସେବା କାର୍ଯ୍ୟକ୍ରମ । ଏହାକୁ ନେଇ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାୟକ ଶୁକ୍ରବାର କେସିଙ୍ଗା ବ୍ଲକ ଉତ୍କେଲା ରେ ନିଜେ ଝାଡୁ ଧରି ରାସ୍ତା ସଫା କରୁଥିବା ଦେଖିବାକୁ ମିଳିଛି। କିଛି କାର୍ଯ୍ୟକର୍ତା ଙ୍କୁ ସାଙ୍ଗରେ ନେଇ ବିରୋଧୀ ଦଳ ନେତା ଉତ୍କେଲା ର ଅନେକ ସ୍ତାନ ସଫା କରିବା ସହ ଲୋକଙ୍କୁ ସ୍ୱଚ୍ଛ ଭାରତ ବିଷୟ ରେ ବାର୍ତା ଦେଇଥିଲେ ଓ ପରିବେଶ ସଫା ରଖିବା ପାଇଁ ସଚେତନ କରିଥିଲେ।

ମାଝୀ ଗୁଡ଼ା ଗ୍ରାମ ପଞ୍ଚାୟତ ଠାରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ର ଭିତ୍ତି ପ୍ରସ୍ତର ସ୍ଥାପନ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋକସରା) – କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡ଼ା ଗ୍ରାମ ପଞ୍ଚାୟତ ଠାରେ ସରପଞ୍ଚ ଶ୍ରୀମତୀ କୈକେୟୀ ନାୟକ ଙ୍କ ତତ୍ତ୍ଵାବଧାନରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଗୁଡିକ ର ଭିତ୍ତି ପ୍ରସ୍ତର ସ୍ଥାପିନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ମୌସଧି ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ଜାନକୀ ବାଗ, କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବସନ୍ତ ସେଠି ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ପାଇଥିବା ହିତାଧିକାରୀ ଙ୍କ ଘରକୁ ଯାଇ ମାଟିମା କୁ ପୂଜା ଅର୍ଚ୍ଚନା କରି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଗ୍ରାମ ପଞ୍ଚାୟତ ପିଓ କୃଷ୍ଣ ଚନ୍ଦ୍ର ଦାସ, ଜିଆରଏସ୍ ବୈଜେନ୍ଦ୍ର ପୁଞ୍ଜି ସହଯୋଗ କରିଥିବା ବେଳେ ସମସ୍ତ ୱାର୍ଡ ସଦସ୍ୟ ଏବଂ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ଥିଲେ।

ରେସନକାର୍ଡ ସହ ଆଧାରକାର୍ଡ ଲିଙ୍କ୍ କୁ ହିତାଧିକାରୀ ଙ୍କ ବିରୋଧ ..!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ଉଭୟ ରାଜ୍ଯ ଓ କେନ୍ଦ୍ର ସରକାର ଜନ ସାଧାରଣ ଙ୍କ ଉନ୍ନତି ପାଇଁ ଯୋଜନା ଉପରେ ଯୋଜନା ଲୋକଙ୍କୁ ହନ୍ତସନ୍ତ କରୁଛି। କେନ୍ଦ୍ର ସରକାର ରାସନକାର୍ଡ ରେ ଆଧାରକାର୍ଡ ଲିଙ୍କ୍ କୁ ବାଧ୍ୟତା ମୂଳକ କରିଥିବା ଯୋଗୁଁ ଏଥିରେ ଛନ୍ଦି ହୋଇ ପଡିଛନ୍ତି ଅନେକ ହିତାଧିକାରୀ। ଏଥି ପାଇଁ ଧର୍ମଗଡ଼ ବ୍ଲକ ର ୮୧୧୦ ହିତାଧିକାରୀ ରାସନ ପାଇବାରୁ ବଞ୍ଚିତ ହେବା ସୂଚନା ମିଳିଛି। କିଛି ହିତାଧିକାରୀ ଙ୍କ ନିକଟରେ ଆଧାରକାର୍ଡ ନାହିଁ। କେତେକ ଙ୍କ ଆଧାରକାର୍ଡ ରେ ଥିବା ତୃଟି ଯୋଗୁଁ ରାସନ କାର୍ଡ ସହିତ ଆଧାରକାର୍ଡ ଲିଙ୍କ୍ ର ଅସୁବିଧା ହେଉଥିବା ଦେଖିବାକୁ ମିଳିଛି। ଆଧାରକାର୍ଡ ର ବରମ୍ବାର ସଂଶୋଧନ କରାଯାଉଥିଲେ ମଧ୍ୟ ଏହାର ତୃଟି ଯୋଗୁଁ ହିତାଧିକାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମ୍ପୂର୍ଣ୍ଣ ତୃଟି ସୁଧାରିବା ପର୍ଯ୍ୟନ୍ତ ରେସନକାର୍ଡ ସହ ଆଧାରକାର୍ଡ ଲିଙ୍କ୍ ନକରିବାକୁ ହିତାଧିକାରୀ ଙ୍କ ମହଲରେ ଦାବୀ ହେଉଛି।

ଶୋଚନୀୟ ହୋଇପଡ଼ିଛି ବିଜମରା ହରିଜନପଡ଼ା ରାସ୍ତା …!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବିଜମରା ଗ୍ରାମ ହରିଜନପଡ଼ା ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଅଳ୍ପ ବର୍ଷା ରେ ରାସ୍ତା ଟି କାଦୁଅ ପଚପଚ ହୋଇଯାଇଥିବାରୁ ଲୋକେ ଯାତାୟତ କରିବାରେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ରାସ୍ତା ମରାମତି ନିମନ୍ତେ ଅନେକ ଥର ଗ୍ରାମବାସୀ ଅନୁରୋଧ କରି ଜଣାଇବା ସତ୍ତ୍ୱେ ରାସ୍ତା ନିର୍ମାଣ ପ୍ରତି କୌଣସି ପଦକ୍ଷେପ ଗ୍ରହଣ କରାଯାଇପାରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ରାସ୍ତାଟି ମହାଜନୀ ରାସ୍ତା କହି ସ୍ଥାନୀୟ ସରପଞ୍ଚ କଥାକୁ ଏଡ଼ାଇ ଦେଉଥିବା କୁହାଯାଉଛି। ଯାଥା ଶୀଘ୍ର ରାସ୍ତା ମରାମତି କିମ୍ବା ନୂତନ ରାସ୍ତା ନିର୍ମାଣ କରାନଗଲେ ଗ୍ରାମବାସୀ ରାଜ ରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।