ସ୍ୱଛ ଭାରତପାଇ ଖାନା ଠିକାଦାରଙ୍କୁ ନ ଦେଇହିତାଧିକାରୀ ନିଜେ ନିଜେ ତିଆରି କରିବାରୁ(ପିଡ଼ିଏସ)ଚାଉଳ ବନ୍ଦ ।

!!!କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍!!!

ଏଥର ସମ୍ଭାଳ (ଗୋଲାମୁଣ୍ଡା) – ଭାରତ ସରକାରଙ୍କ ଆଦେଶ କ୍ରମେ ପ୍ରତି ଗାଁରେ ପ୍ରତି ପରିବାରେ ଵ୍ୟକ୍ତିଗତ ପାଇଖାନା ତିଆରି କରୁଥିବା ବେଳେ, ଗୋଳାମୁଣ୍ଡା ବ୍ଲକ ଖାଲିଆପାଲି ପଞ୍ଚାୟତର ଭଣ୍ଡାରକଛାର ଗାଁରେ ଦୁଇ ଵ୍ୟକ୍ତି ପିଣ୍ଡଜାଲ(୪୫)ଓ କୃଷ୍ଣ ସେନାପତି(୫୫) ଙ୍କ ନାମରେ ଆସିଥିବା ପାଇଖାନା ଠିକାଦାରଙ୍କୁ ନଦେଇ ନିଜେ ତିଆରି କରିବାରୁ ପଞ୍ଚାୟତର ଚାଉଳ ବିତରଣ କାରୀ କୁବେର ନାଇକ ଗତ ଜୁଲାଇ ମାସରୁ ପିଡ଼ିଏସ ଚାଉଳ ଏହି ଦୁଇ ପରିବାର ଙ୍କୁ ଅଦ୍ୟାବଧି ନଦେଇ ଥିବାରୁ ଗରିବଦୁଇ ପରିବାରଙ୍କ ଛୁଆ ପିଲା ହନ୍ତସନ୍ତ ହେଉଥିବା ଅଭିଯୋଗ ନେଇ ଗୋଳାମୁଣ୍ଡା ବିଡିଓ ସ୍ନିଗ୍ଧା ରାଣୀ ପ୍ରଧାନ ଙ୍କ ନିକଟରେ ଗତ ତା,୨୩/୯/୨୦୧୯ ଦିନ ଲିଖିତ ଭାବେ ଜଣାଇ ଥିଲେ । କିନ୍ତୁ ଏହି ଦୁଇ ପରିବାରକୁ ଏଯାବତ କୌଣସି ପ୍ରକାର ସହାୟତା ମିଳିପାରି ନାହିଁ ବୋଲି କହିଛନ୍ତି, ଏସମ୍ପର୍କରେ ଚାଉଳ ବିତରଣ କାରୀ କୁବେର ନାଇକ ଙ୍କପ୍ରତିକ୍ରିୟାରେ କହିଥିଲେ ଯେ ଏବିଡ଼ିଓ, ପଦ୍ମନାଭ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଚାଉଳ ବନ୍ଦ କରାଯାଇଛି । ତତ ସହିତ ପଞ୍ଚାୟତର ପିଇଓ ରମାକାନ୍ତ ପାତ୍ର ମଧ୍ୟ କହିଛନ୍ତି ପ୍ରକୃତରେ ପାଇଖାନା ତିଆରି କରିବା ପାଇଁ ଡରାଇ ଥିଲେ, ତାଙ୍କର ପାଇଖାନା ଶେଷ ହେଲେ ଚାଉଳଦେଇ ଦେବୁ ବୋଲି କହିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଗୋଟିଏ ଗରୀବ ପରିବାରର ପାଇବାକୁ ଥିବା ସାଧାରଣ ମୌଳିକ ହକ କୁ ବନ୍ଦ କରି ଡ଼ରାଇବା ନିମନ୍ତେ ଏଭଳି କରାଯାଇଥିବା କେତେଦୂର ଯତାର୍ଥ ? ଏଭଳି ପ୍ରଶାସକ ଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ? ଯଥାଶୀଘ୍ର ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୀର୍ଘ ମାସ ଧରି ଚାଉଳ ଯୋଗାଣ ବନ୍ଦ କରିଥିଵା ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଧାରଣରେ ଦାବୀ ହେଉଛି ।

କଳାହାଣ୍ଡି ର ଇଷ୍ଟଦେବୀ ମାଁ ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା ଆରମ୍ଭ…!

!!!କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍!!!

!!!ଏଥର ସମ୍ଭାଳ (କଳାହାଣ୍ଡି) – କଳାହାଣ୍ଡି ର ଇଷ୍ଟଦେବୀ ମାଁ ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ପ୍ରବଳ ସମାଗମ ରେ ଚଳଚଞ୍ଚଳ ହୋଇ ଉଠିଛି ସହର। ମାନସିକ ଧାରୀ ମାନେ ଦେବୀ ଙ୍କ ଉଦ୍ଦେଶ୍ଯ ରେ ବଳି ଅର୍ପଣ କରିଛନ୍ତି। ରକ୍ତ ରଞ୍ଜିତ ହୋଇ ଉଠିଛି ରାଜପଥ। ମାଁ ମାଣିକେଶ୍ଵରୀ ଛତର ବିଜୟ ଯାତ୍ରା ମାଧ୍ୟମରେ ବର୍ଷ କୁ ଥରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥାନ୍ତି। ଭବାନୀପାଟଣା ସ୍ଥିତ ରାଜ ବାଟିରେ ରହିଥିବା ଭବ୍ୟ ମନ୍ଦିର ରୁ ମାଁ ପାର୍ବଣ ରୁତୁ ର ଅଷ୍ଟମୀ ଦିନ ନିଶାର୍ଦ୍ଧରେ ଦେବୀ ଜେନା ଖାଲ କୁ ଯାଇଥାନ୍ତି। ସେଠାରେ ଗୁପ୍ତ ପୂଜାବିଧି ସମ୍ପନ୍ନ ହେବା ପରେ ପ୍ରାତଃ କାଳରେ ସେଠାରୁ ନିଜ ମନ୍ଦିର କୁ ପ୍ରତ୍ୟାଗମନ କରନ୍ତି। ଏହି ସମୟରେ ମାଁ ଙ୍କ ଦର୍ଶନ ନିମିତ ରାସ୍ତା ର ଦୁଇ ପାର୍ଶ୍ୱରେ ହାଜର ହାଜର ଜନତା ଚାତକ ପରି ଅପେକ୍ଷା କରି ରହିଥାନ୍ତି। ମାଁ ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା ର ସାଂସ୍କୃତିକ ବିଭବ ଏହାର ଗାରିମାକୁ ଅଧିକ ରୁଦ୍ଧିମନ୍ତ କରି ଗଢ଼ି ତୋଳିଥାଏ। ବିଭିନ୍ନ ବେଶ ପୋଷାକ ରେ ତଥା ବିଚିତ୍ର ଭଙ୍ଗି ରେ ସଜ୍ଜିତ ହୋଇ କଳାକାର ମାନେ ଦର୍ଶକ ଙ୍କ ମନ ମୋହିବାରେ ସକ୍ଷମ ହୋଇଥାନ୍ତି। ବିନା ବାଧା ବିଘ୍ନ ରେ କିଭଳି ମାଁ ଙ୍କ ଯାତ୍ରା ସମ୍ପନ୍ନ ହେବ ସେଥି ପାଇଁ ଚଳିତ ବର୍ଷ କଳାହାଣ୍ଡି ଏସ୍.ପି ଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ବିପଦ ସଙ୍କୁଳ ଅବସ୍ଥା ରେ ହାସନୀ ନାଳ ପାରି ହେଉଛନ୍ତି ବିଦ୍ୟାର୍ଥୀ : ବିକାଶ ଏଠି ବାଟବଣା ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୋଲାମୁଣ୍ଡା) – ଶିକ୍ଷାକୁ ସାର୍ବଜନୀନ କରିଵା ଉଦ୍ଦେଶ୍ୟରେ ସରକାର ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ବିପୁଳ ଆର୍ଥ ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏମିତି ଏକ ବିଦ୍ୟାଳୟ ରହିଛି ଯେଉଁଠିକି ଯିବାକୁ ବିଦ୍ୟାର୍ଥୀ ପାରି ହେବାକୁ ପଡୁଛି ଏକ ଚୀର ଖର ସ୍ରୋତା ନାଳ । ଗୋଳାମୁଣ୍ଡା ବ୍ଲକର ଗଣ୍ଡାମେର ଠରେ ରହିଥିବା ହାସିନିନାଳ ରେ ବର୍ଷର ଅନେକ ସମୟରେ ପାଣି ଭରି ରହୁଥିବାରୁ ଅବିଭାବକ ମାନେ ସେମାନଙ୍କ ପିଲା ଙ୍କୁ କାନ୍ଧରେ ବସାଇଏହି ନାଳ ପାର କରିବାକୁ ପଡିଥାଏ ।ପୁଣି ପିଲାଙ୍କ ଆସିବା ବାଟକୁ ଜଗି ରହିବାକୁ ପଡିଥାଏ ଅବିଭାବକଙ୍କୁ । ଏମିତିକି ନାଳ ପାରି ହେବାକୁ ଦଉଡ଼ି ର ସାହାଯ୍ୟ ନେବାକୁ ପଡିଥାଏ ।ଭତ୍ତା ଆଣିବା ଲାଗି ବୟୋଜ୍ୟେଷ୍ଠ ଙ୍କୁ ଏବଂ ଚିକିତ୍ସା ପାଇଁ ରିଗୀଙ୍କୁ ଏହି ନାଳ ପାର ହେବାକୁ ପଡିଥାଏ । ଆମ ଗାଁ ଆମ ବିକାଶ ନାମରେ ସରକାର ଡିଣ୍ଡିମ ପିଟି ବୁଲୁଥିବା ବେଳେ ଗ୍ରାମବାସୀଙ୍କ ଏହି ମୌଳିକ ସମସ୍ୟା ପ୍ରତି ବିଧାୟକ କିମ୍ବା ପ୍ରଶାସକ ଦୃଷ୍ଟି ଦେଉନଥିବା ଗୋଳମୁଣ୍ଡା ବ୍ଳକ ଉପାଦ୍ଧକ୍ଷ ମମତା ରାଉତ ଅଭିଯୋଗ କରିଛନ୍ତି । ଯଥାଶୀଘ୍ର ଏହି ନାଳ ଉପରେ ଏକ ସ୍ଥୟୀ ପୋଲ ନିର୍ମାଣ କରିବା ନିମନ୍ତେ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।

ଅଙ୍ଗନବାଡି କେନ୍ଦ୍ର କୋଠା ନିର୍ମାଣ ପାଇଁ ଦାବି…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ଗୋଟିଏ ପଟ ସରକାର ଶ୍ରେଷ୍ଠ ପ୍ରଶାସକ ମୁକୁଟ ପିନ୍ଧି ବାଃ ବାଃ ନେଉଥିବା ବେଳେ ଅନ୍ୟ ପଟେ ରାଜ୍ୟର ବାସ୍ତବ ଚିତ୍ର ଅଲଗା ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଅବହେଳିତ। ସରକାର ଶିଶୁ ସମନ୍ବିତ ବିକାଶ ପ୍ରକଳ୍ପ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କୋମଳ ମୋତି ଶିଶୁ ମାନଙ୍କୁ ଶିକ୍ଷାଦାନ ସହିତ ପୃଷ୍ଟିକର ଖ୍ୟାଦ୍ୟ ଯୋଗାଇ ଦେଉଛନ୍ତି । କିନ୍ତୁ ଅଙ୍ଗନ ବାଡ଼ି କେନ୍ଦ୍ର ର କୋଠା ନଥିବାରୁ ଏହା ସୁଗମ ହୋଇପାରୁନି । ଦୀର୍ଘ ବର୍ଷ ହେଲା ଏଠାର ଅଙ୍ଗନବାଡି କେନ୍ଦ୍ର ଭାଙ୍ଗି ଯାଇଥିବା ଯୋଗୁଁ ଦୁଇ ବର୍ଷ ହେଲା ସ୍ଥାନୀୟ ଏକ କମ୍ୟୁନିଟି ଗୃହରେ ଅଙ୍ଗନବାଡି କେନ୍ଦ୍ର ଚାଲିଛି । ଫଳରେ କୋମଳ ମୋତି ଶିଶୁଙ୍କ ପାଠ ପଢିବା ରେ ଏବଂ ଖାଇବାରେ ବହୁ ଅସୁବିଧା ହେଉଛି । ଅଙ୍ଗନବାଡି କୋଠା ସମସ୍ୟାକୁ ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀ ଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୋୖଣସି ସୁଫଳ ମେଳିନଥିବାରୁ ଏନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସମସ୍ୟାର ସମାଧାନ ଦିଗରେ ସ୍ୱାସ୍ଥ୍ୟ ସଚିବ ଙ୍କ ହସ୍ତକ୍ଷେପ ଦାବୀ ହେଉଛି ।

ଯୁଧିଷ୍ଟିର ଙ୍କ ପାଇଁ ଅର୍ଥ ସାଜିଛି ବାଧକ ; ପ୍ରଶାସନ ର ସହାୟତା ଅପେକ୍ଷାରେ ପରିବାର ଲୋକେ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) -କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡା ଗ୍ରାମର କୁମରମଣି ସୁନା ଙ୍କ ମଝିଆ ପୁଅ 30ବର୍ଷର ଯୁଧିଷ୍ଟିର ସୁନା ମାରାତ୍ମକ କ୍ୟାନ୍ସର ରେ ପୀଡିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ! ଦୀର୍ଘଦିନ ହେବ ବିଛଣାରେ ପଡିରହି ଯନ୍ତ୍ରଣା ସହିନପାରି ଖାଲି ଚିତ୍କାର କରୁଥିବା ଶୁଣିବାକୁ ମେଳୁଛି ।ଯୁଧିଷ୍ଠିରଙ୍କ ମୁହଁରେ କ୍ୟାନ୍ସର ହୋଇ ଧୀରେ ଧୀରେ ମୁହଁର ସ୍ଥିତି ଅସମ୍ଭାଳ ହେଲାଣି ।ଅର୍ଥ ଅଭାବରୁ ଉଚ୍ଚ ଚିକିତ୍ସା ହୋଇପାରୁନାହିଁ । ତେଣୁ ରୋଗ ଦିନକୁଦିନ ବଢ଼ିଚାଲିଛି ।ପୁଅର ରୋଗ ଭଲ କରିବା ପାଇଁ ପରିବାର ଲୋକେ ଜମିବାଡ଼ି ରୁ ଆରମ୍ଭକରି ପାଖରେ ଯାହାଥିଲା ବିକ୍ରି କରିଦେଇ ଥିବାବେଳେ ଶେଷରେ ନିରାଶ ହୋଇ ଚାହିଁରହିଛନ୍ତି ସରକାରୀ ସାହାଯ୍ୟ କୁ । ଯୁଧିଷ୍ଟିର ନିଜ ଅଟୋ ଗାଡି ନେଇ କିଛି ଲୋକଙ୍କୁ ବଣଭୋଜି କରିବାପାଇଁ ଛାଡିବାକୁଯାଇଥିଲେ । ଫେରିବା ସମୟରେ ତାଙ୍କ ଗାଡିର ଦୁର୍ଘଟଣା ଘଟି ମୁହଁରେ ଆଘାତ ଲାଗିଥିଲା। ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ହୋଇ ଅଳ୍ପଦିନ ଭିତରେ ଘରକୁ ଫେରିଥିଲେ ।ଧୀରେ ଧୀରେ ମୁହଁରେ ଲାଗିଥିବା ଆଘାତ ସ୍ଥାନ ଫୁଲିବାରୁ ପରିବାର ଲୋକେ ଘରର ଜମିବାଡ଼ି ବିକ୍ରି କରି ଭବାନୀପାଟଣା, ଧର୍ମଗଡ଼, ନବରଙ୍ଗପୁର, ବୁର୍ଲା, କଟକ ଓ ଶେଷରେ ଭୁବନେଶ୍ୱର ଏମସ ରେ ଚିକିତ୍ସା କଲା ବେଳକୁ ଯୁଧିଷ୍ଟିର ଙ୍କୁ କ୍ୟାନ୍ସର ହୋଇଛି ବୋଲି ଡାକ୍ତର ପରିବାର ଲୋକଙ୍କୁ ଜଣାଇବା ସହ ଅପରେସନ କରିବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବୋର୍ଡ ପାଖରେ ଥାଇ ମଧ୍ୟ କୌଣସି କାମରେ ଆସୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଉଚ୍ଚ ଚିକିତ୍ସା ନିମନ୍ତେ ବାହାରକୁ ଯିବାନିମନ୍ତେ ଅର୍ଥିକ ସମ୍ବଳ ନାହିଁ ।ଏଣୁ ଜିଲ୍ଲା ପ୍ରଶାସନ ଏଦିଗରେ ଯୁଧିଷ୍ଠିର ଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି।

ଚାଷଜମିକୁ ପାଣି ଯୋଗାଣ ଦାବୀରେ ଜୁନାଗଡ଼ ଏନ ଏଚ ୨୬ ଠାରେ ରାସ୍ତା ଅବରୋଧ କଲେ ଚାଷୀ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଜୁନାଗଡ଼) – ଇନ୍ଦ୍ରାବତୀ କେନାଲରୁ ଜୁନାଗଡ଼ ବ୍ଲକ ତଲମଲା ଓ ଆଟିଗାଁ ପଂଚାୟତ ରେ ଥିବା ପାଖା ପାଖି ୭୦୦ ହେକ୍ଟର ଚାଷଜମିକୁ ଇନ୍ଦ୍ରାବତୀ କେନାଲ ରୁ ପାଣି ଯୋଗାଣ ହେଉଥିବା ବେଳେ ଛୋରିଅl ଗଡ଼ ଠାରେ କିଛି ପ୍ରଭାବଶାଳୀ ବ୍ୟକ୍ତି କେନାଲର ଗତିପଥକୁ ଅବରୋଧ କରି ରଖିଥିବା ଅଭିଯୋଗ ହୋଇଛି ।ଯାହା ଫଳରେ ତଳ ମୁଣ୍ଡ ରେ ଥିବା ଆଟିଗାଁ ଓ ତଲମଲା ପଂଚାୟତ ଚାଷଜମି କୁ ଦୀର୍ଘ ବର୍ଷ ହେବ ପାଣି ମାଡୁନାହିଁ। ଇନ୍ଦ୍ରାବତୀ କୁସୁମଖୁଣ୍ଟି ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କଲେ ମଧ୍ୟ ଆଜି ଯାଏଁ କୌଣସି ସୁଫଳ ମିଳିନଥିବା ବେଳେ ଚାଷୀ ପ୍ରତିବର୍ଷ ଜଳକର ଖଜଣା ଭରି ଆର୍ଥିକ ଶୋଷଣ ର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ଏହାର ସ୍ଥାୟୀ ପ୍ରତିକାର ଦାବିରେ ମିଚlଗାଁ ଲଙ୍କେଶ୍ୱରୀ ପାଣି ପଞ୍ଚାୟତ ସଭାପତି ଯଶୋବନ୍ତ ପ୍ରଧାନୀ,ତଲମଲା ସରପଞ୍ଚ ଦୁଶିଳା ମାଝୀ, ଆଟିଗାଁ ସରପଞ୍ଚ ଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଜୁନାଗଡ଼ ହାତୀନଦୀ ଉପରେ ସକାଳ ୧୦ ଘଣ୍ଟା ରୁ ରାସ୍ତା ଅବରୋଧ କରି ରଖିବା ଫଳରେ ଜାତୀୟ ରାଜପଥ ୨୬ ଭବାନୀପାଟଣା ଜୟପୁର ଓ ଧର୍ମଗଡ ମୁଖୀଗୁଡା ମଧ୍ୟରେ ଯାତାୟାତ ଠପ ହୋଇପଡିଛି।

ଧର୍ମଗଡ଼ ଠାରେ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ମହାତ୍ମା ଗାନ୍ଧୀ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉତ୍ସବ ରେ ଧର୍ମଗଡ଼ ସହରରେ ପଦଯାତ୍ରା ର ଆଯୋଜନ କରାଯାଇଥିଲା। ପଦଯାତ୍ରୀ ମାନେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀ ଙ୍କ ପ୍ରତି ମୂର୍ତ୍ତୀ ରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ପରେ କୋର୍ଟ ପରିସରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ବରିଷ୍ଠ ବିଜେପି ନେତା ଲକ୍ଷ୍ମୀ ବାଗ ଙ୍କ ନେତୃତ୍ଵରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ଲକ୍ଷ୍ମୀ ଧଙ୍ଗଡ଼ା ମାଝୀ, ଜନ୍ମେଜୟ ନାୟକ, ମନୀନ୍ଦ୍ର ପାତ୍ର, ହେମନ୍ତ ମାଝୀ, ପ୍ରବିଣ ପଣ୍ଡା, ହିମାଂଶୁ ପଣ୍ଡା, ଡମ୍ବରୁ ଠାକୁର, ମଦନ ନାୟକ, ପଲସ୍ଥି ମହାନନ୍ଦ, ଅପରେଶ ସ୍ଵାଇଁ, ବ୍ରଜେଶ ପଣ୍ଡା, ଉମାକାନ୍ତ ନାୟକ, ଦିଲୁ ଯୋଶୀ, ଅମନ ପଣ୍ଡା, ଚିତ୍ତ ବେହେରା, ଅକ୍ଷୟ ସାହୁ, କବିରାଜ ଗୋପାଳ, ବବ୍ରୁ ନାୟକ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ମଣ୍ଡିତ କରିଥିଲେ।

ମହାତ୍ମାଗାନ୍ଧୀ ଜୟନ୍ତୀ ଅବସରରେ ଡାକ୍ତରଖାନା ର ୱାର୍ଡ ୱାର୍ଡ ବୁଲି ସମସ୍ୟା ବୁଝିବା ସହ ଫଳ ବାଣ୍ଟିଲେ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଜୁନାଗଡ଼) – ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ , ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ କୁ ମହାସମାରୋହ ରେ ପାଳନ କରିବା ସହ ଭକ୍ତି ପୁର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଛି ସାରା ରାଜ୍ୟ ଓ ଦେଶ ।ଏହି ଅବସରରେ ଗୃହ ରାଜ୍ଯ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ନିଜ ନିର୍ବାଚନ ମଣ୍ଡଳୀ ଜୁନାଗଡ ଡାକ୍ତରଖାନା ଏବଂ ଅନୁସୂଚିତ ଜାତି ଜନଜାତି ବାଳିକା ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଉଭୟ ବିଦ୍ୟାଳୟ ଓ ଡାକ୍ତରଖାନା ର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିବା ସହିତ ଏହାର ସମାଧାନ ଦିଗରେ ଆଲୋଚନା କରିଥିଲେ ।ଡାକ୍ତର ଖାନାର ସମସ୍ତ ୱାର୍ଡ ବୁଲି ରୋଗିଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଫଳ ବଣ୍ଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜୁନାଗଡ ପୁର୍ବତନ ନଗରପାଳ ମହେଶ ସାହୁ , ସମାଜସେବୀ ବିଶ୍ବନାଥ କର , ବିଜୁଜନତା ଦଳ ନଗର ସଭାପତି ପ୍ରମୋଦ ବେହେରା , ବିଜୁ ଜନତା ଦଳ ମହିଳା ନେତ୍ରୀ କଲ୍ଯାଣୀ ନାଏକ , ପ୍ରମୁଖ ଉପସ୍ଥିତ ଥିଲେ ।

ଧର୍ମଗଡ଼ ଠାରେ ସୋସିଆଲ ଏକ୍ଟିଭିସ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ଜାତୀୟ ସ୍ୱେଚ୍ଛାକୃତ ରକ୍ତ ଦାନ ଦିବସ ଅବସର ରେ ରକ୍ତ ଦାନ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ସୋସିଆଲ ଏକ୍ଟିଭିସ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ଜାତୀୟ ସ୍ୱେଚ୍ଛାକୃତ ରକ୍ତ ଦାନ ଦିବସ ଅବସର ରେ ଧର୍ମଗଡ ଠାରେ ରକ୍ତ ଦାନ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ଏହା ମାଁ ଭଣ୍ଡାର ଘରଣୀ ମନ୍ଦିର ଠାରୁ ଚାରିଛକ ହୋଇ କୋର୍ଟ୍ ପାଖରେ ଶେଷ ହୋଇଥିଲା। ଉକ୍ତ ରାଲି ରେ ମୁଖ୍ୟ ଅତିଥି ଭାବେ ଆଶିଷ୍ଟାଣ୍ତ୍ କଲେକ୍ଟର୍ ହରେକୃଷ୍ଣ ବରିହା ଏବଂ ରାଜେଶ୍ ମେହେର୍ ଉପସ୍ଥିତି ଥିଲେ । ସଂଗଠନ ର ଉପ ସଭାପତି ମହେଶ୍ୱର ସୁନାନୀ ଙ୍କ ନେତୃତ୍ୱ ରେ ଧର୍ମଗଡ ଟିମ୍ ର ଉମାକାନ୍ତ ସୁନାନୀ, ଦିନେସ ପ୍ରଧାନ, ରାଜ୍ ବାଗ , ମୃତୁଞ୍ଜୟ ନାଏକ,ଡିଙ୍ଗର୍ ଗହିର,ଲବଣି ରାଉତ୍ ,ରଞ୍ଜନ ପାତ୍ର,ଢଗ ନାଏକ, ସ୍ୟାମ୍ ସୁନ୍ଦର ମାଝୀ,ଭବାନୀ ପ୍ରମୁଖ ଉପସ୍ଥିତି ଥିଲେ। ବାଳିକା ଉଚ୍ଚ ବିଦ୍ୟାଳୟ ଧର୍ମଗଡ , ସରକାରୀ ଉଚ୍ଚ ବିଦ୍ୟାଳୟ ଧର୍ମଗଡ ର ଛାତ୍ର ଛାତ୍ରୀ ତଥା ଶିକ୍ଷକ ସନ୍ତୋଷ ପାଣିଗ୍ରାହୀ ଏଵଂ ସୁରେସ ଚନ୍ଦ୍ର ନାଗ ଙ୍କ ସହଯୋଗ କ୍ରମେ ଏହି ରାଲି ଲୋକଙ୍କ ସଚତେନତା ପାଇଁ ଅନୁଷ୍ଠିତ ହୋଇଥିଲା।

ପି.ଡ଼ି.ଏସ ସାମଗ୍ରୀ ପାଇଁ ଲୋକେ ଯାଆନ୍ତି ୭ କି.ମି ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ନକଟିକାନି ଗ୍ରାମ ପଞ୍ଚାୟତ ରେ ରହିଥିବା ୧୧ ଗୋଟି ୱାର୍ଡ ମଧ୍ୟରୁ କରଙ୍ଗାମୁଣ୍ଡା,ଅମୁର୍ଲା ପଦର,ଗୁଦୁର ଘୁମା,ଝୁଲେନ ବନ,କୁଟୁଳ ପଡା ଗ୍ରାମ ଗୁଡିକ ପଞ୍ଚୟତ ମୁଖ୍ୟ ସଦର ଠାରୁ ୭ କି ମି ଦୂରରେ ଅବସ୍ଥିତ ।ପଞ୍ଚାୟତର ଯେକୌଣସି କାର୍ଯ୍ୟକ୍ରମ କିମ୍ବା ରେସନ ସାମଗ୍ରୀ ନିମନ୍ତେ ଏହି ଗ୍ରାମବାସୀ ଦୀର୍ଘ ରାସ୍ତା ଅତିକ୍ରମ କରି ଯିବାକୁ ପଡ଼ିଥାଏ । ହିତାଧିକାରୀ ସାମଗ୍ରୀ ନେଇ ଘରକୁ ଫେରିବା ବେଳେ ସନ୍ଧ୍ୟା ହୋଇଯାଏ । କୁଲି ମଜୁରୀ କରି ଚଳୁଥିବା ବ୍ୟକ୍ତି ଙ୍କ ପାଇଁ ଏହି ଦିନଟି ଭାରି ପଡିଥାଏ । କେବଳ ସାମଗ୍ରୀ ପାଇଁ ଲୋକେ କାମ ଧନ୍ଦା ଛାଡ଼ି ଦିନ ତମାମ ଅପେକ୍ଷା କରିବାକୁ ପଡେ । ଏଣୁ ଗ୍ରାହକ ଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ କିମ୍ଵା ପଞ୍ଚାୟତ ପକ୍ଷରୁ ଉକ୍ତ ଗ୍ରାମ ଗୁଡିକରେ ରେସନ ସାମଗ୍ରୀ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।