ବାପା, ମାଁ ଛେଉଣ୍ଡ ବିନୋଦ ସାଗର ଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବୀ !

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଡ଼ୁମେରଗୁଡା ଗ୍ରାମପଞ୍ଚାୟତ ର କେରମୁଣ୍ଡା ଗାଁ ରେ. ବାପା, ମାଁ ଛେଉଣ୍ଡ ବିନୋଦ ସାଗର ବୟସ ପ୍ରାୟ 11 ରୁ 12 ବର୍ଷ । ବିନୋଦ ସାଗର ଙ୍କ ମାଁ ସିନ୍ଦୁକା ସାଗର ଘରଛାଡି କୁଆଡେ ଚାଲିଯାଇଥିଲେ ।ସେ କଥା ଭାବି ଭାବି ୨୦୧୪ ମସିହାରେ ବିନୋଦ ର ବାପା ପବିତ୍ର ସାଗର ଙ୍କ ଦେହାନ୍ତ ହୋଇଯାଇଥିଲା ।ସେ ଏବେ ବାପା, ମାଁ ଛେଉଣ୍ଡ ସାଙ୍ଗକୁ ବାସହରା ହୋଇପଡିଛନ୍ତି । ଘରର ଅବସ୍ଥା ମଧ୍ୟ ଠିକ ନଥିବା ବେଳେ ସେ ଗାଁ ର ୟା’ ତା ‘ଘରେ ଖାଇକି ତା ଜୀବନ ବଞ୍ଚାଇଛି ଯଦି ନମିଳିଲା ଭୋକ ଉପାସରେ ମଧ୍ୟ ଶୋଇବାକୁ ପଡୁଛି । ଓବିସି, ଏସଟି, ଏସସି ଏବଂ ସଂଖ୍ୟାଲଘୁ ମିଳିତ ମଞ୍ଚ ଧର୍ମଗଡ ଉପଖଣ୍ଡ ସଂଗଠନର ସଭାପତି ଚକ୍ରଧର ବେଣୁପାଣି ଙ୍କ ନେତୃତ୍ୱରେ ଢଗ ନାଏକ, ଶ୍ୟାମସୁନ୍ଦର ମାଝୀ, ଦେବାରଚନ ସେଠିଆ, କମଳା କାନ୍ତ ବିହାରୀ ପ୍ରମୁଖ ବିନୋଦ କୁ ଭେଟିବା ସହ ତାକୁ ନେଇ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କେରମୁଣ୍ଡା ର ପ୍ରଧାନ ଶିକ୍ଷକଙ୍କୁ ସାକ୍ଷାତ କରାଇବା ସହ ସ୍ଥାନୀୟ ଲୋକଙ୍କୁ ତାର ଦେଖାଶୁଣା କରିବାକୁ ଅନୁରୋଧ କରିଥିଲେ । ସଂଗଠନ ତରଫରୁ ଢଗ ନାଏକ ଓ ଶ୍ୟାମସୁନ୍ଦର ମାଝୀ ଯଶୋଦା ଅନାଥ ଆଶ୍ରମ କୁ ଯାଇ ତାର ଥଇଥାନ ପାଇଁ ଅନୁରୋଧ କରିଥିଲେ । ସରକାର ତାକୁ ଯଥାଶୀଘ୍ର ଅନାଥ ଆଶ୍ରମରେ ରଖିବାର ବ୍ୟବସ୍ଥା କରିବା ନିମନ୍ତେ ଗ୍ରାମବାସୀ ଓ ସ୍ବେଛାସେବୀ ଦାବୀ କରିଛନ୍ତି ।

ବିଜ୍ଞାନ ଶିକ୍ଷକ ଶ୍ରୀ ଟିକେଶ୍ୱର ନାଏକ ଙ୍କୁ ସମ୍ମାନିତ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ସମୟର ସଦୁପଯୋଗ କରି ପ୍ରାର୍ଥନା ସଭାରେ ପ୍ରତ୍ୟେକ ପିଲାଙ୍କୁ ଗଣିବାରେ ବ୍ୟବହାର କରିବା ଓ ଗଣିତର ମୌଳିକ ଶିକ୍ଷା ଗ୍ରହଣ କୁ ଦୃଷ୍ଟିରେ ରଖି “ପ୍ରାର୍ଥନା ସଭାରେ ସଂଖ୍ୟାର ଅଭିନବ ଶିକ୍ଷା” ସନ୍ଦର୍ଭରେ ଇନୋଭେଟିବ ଆଇଡିଆ ପ୍ରସ୍ତୁତ କରିଛନ୍ତି l ପଠତ୍ୟାଗୀ ପିଲା ର ସଂଖ୍ୟା ହାର କମେଇବା ଓ ସରକାରୀ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢାଇବା କୁ ଦୃଷ୍ଟିରେ ରଖି “ଛାତ୍ର ଛାତ୍ରୀଙ୍କ ସ୍ଵ-ଉପସ୍ଥାନ” ସନ୍ଦର୍ଭରେ କ୍ୟାସେ ଷ୍ଟଡି ପ୍ରସ୍ତୁତି l ଏମିତି ଦୁଇଟି ପ୍ରସ୍ତୁତିକୁ ନେଇ ନୂଆ ଦିଲ୍ଲୀ ସ୍ଥିତ ଶ୍ରୀ ଅରବିନ୍ଦ ସୋସାଇଟି ତରଫରୁ ବିଜ୍ଞାନ ଶିକ୍ଷକ ଶ୍ରୀ ଟିକେଶ୍ୱର ନାଏକ ଙ୍କୁ ସମ୍ମାନ ଜଣକ “ଟିଚର ଇନୋଭେସନ ଆୱାର୍ଡ” ରେ ସମ୍ମାନିତ କରାଯାଇଛି l ଶ୍ରୀ ନାଏକ ଙ୍କ ଜନ୍ମସ୍ଥାନ ହେଲା କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ର ଚିଲିଚିଲା ଗାଁ |ଶ୍ରୀ ନାଏକ ବର୍ତମାନ ଧର୍ମଗଡ ବ୍ଲକ ଅନ୍ତର୍ଗତ ବଗାଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଓ ଗଣିତ ଶିକ୍ଷକ ଭାବରେ କାର୍ଯ୍ୟରତ l ଉଚ୍ଚ ଶିକ୍ଷା ନିମନ୍ତେ ଗଣିତ ଓ ବିଜ୍ଞାନ ର ଭୂମିକା ଗୁରୁତ୍ୱ ପୂର୍ଣ୍ଣ କୁ ଆଖି ଆଗରେ ରଖି କିପରି ବିଜ୍ଞାନ ଓ ଗଣିତ କୁ ଶିକ୍ଷ୍ୟାର୍ଥୀ ସହଜରେ ବୁଝି ପାରିବେ ସେଥିପ୍ରତି ଶ୍ରୀ ନାଏକ ସର୍ବଦା ଚେଷ୍ଟିତ l ତାଙ୍କର ମାର୍ଗ ଦର୍ଶନରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ବିଜ୍ଞାନ ପ୍ରକଳ୍ପ ଜିଲ୍ଲା ସ୍ତରରେ ଦେଖାଇ ପାରିଛନ୍ତି l ଖାଲି ସେତିକି ନୁହେଁ ତାଙ୍କର ମାର୍ଗଦର୍ଶନରେ ଜାତୀୟ ରୋଡ ସେଫଟି ଡେ ପାଳନ ଅବସରରେ ଜଣେ ଛାତ୍ରୀ ସ୍ଲୋଗାନ ଲିଖନରେ ପ୍ରଥମସ୍ଥାନରେ ପୁରସ୍କୃତ ହୋଇ ରାଜ୍ୟ ସ୍ତରରଭାଗ ନେବା ପାଇଁ ଚୟନ ହେଇଛନ୍ତି lଶିଶୁ ମହୋତ୍ସବ ସୁରଭି 2018 ରେ ଶ୍ରୀ ନାଏକଙ୍କ ତତ୍ୱାବଧାନରେ ଛାତ୍ର ଛାତ୍ରୀ ମାନେ ଜିଲ୍ଲା ସ୍ତରରେ ପୁରସ୍କୃତ ହେଇଛନ୍ତି ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ରାଜ୍ୟସ୍ତରରେ ଭାଗ ନେଇ ଉଚ୍ଚ ପ୍ରସଂଶିତ ହେଇଛନ୍ତି l ଓଡିଶା ସରକାରଙ୍କ ପିଠା କାର୍ଯ୍ୟକ୍ରମରେ ଓ କଳାହାଣ୍ଡି ଉତ୍ସବରେ ଛାତ୍ରମାନଙ୍କ ଦ୍ୱାରା କଳାହାଣ୍ଡିର ଗଣବାଦ୍ୟ ଘୁମୁରା ପରିବେଷଣ କରାଇ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ଠାରୁ ପ୍ରଶଂସା ପତ୍ର ପାଇଛନ୍ତି l ତତ ସହିତ ବଗାଡ ବିଦ୍ୟାଳୟ ର ପୁରାତନ ଛାତ୍ର ନ ହୋଇ ମଧ୍ୟ ମୋ ସ୍କୁଲ ଅଭିଯାନ ରେ ବଗାଡ ସ୍କୁଲ କୁ 10, 000 ଟଙ୍କା ଚେକ ମାଧ୍ୟ୍ୟମରେ ଦାନକରି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଠାରୁ ପ୍ରସଂଶା ପତ୍ର ପାଇଛନ୍ତି l ବିଦ୍ୟାଳୟ ତଥା ଛାତ୍ର ଛାତ୍ରୀର ଶୈଖିକ ଓ ଅଣ ଶୈଖିକ ବୃଦ୍ଧି ପାଇଁ ସମସ୍ତ ସହକର୍ମୀ ଶିକ୍ଷକଙ୍କ ସହଯୋଗ ଓ ପ୍ରେରଣା ନିତାନ୍ତ ଜରୁରୀ ବୋଲି କହନ୍ତି l ଛାତ୍ର ର ଭବିଷ୍ୟତ ପ୍ରାଥମିକ ଶିକ୍ଷକଙ୍କ ହାତରେ ତେଣୁ ନିଜ ପୁଅଝିଅ ଭଳି ଶିକ୍ଷାଦାନ କରିବା l

ପାଣ୍ଡକୁଳର ମଥୁରା ସେନାପତି ଶୌଚ ହେବାକୁ ଯାଇ ଘରଙ୍କୁ ଫେରି ନାହିଁ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୋଳାମୁଣ୍ଡା ) – ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ନିକଟସ୍ଥ ପଣ୍ଡକୁଳ ଗ୍ରାମର ମଥୁରା ସେନାପତି(୩୦)ସ୍ୱା, ରାଜେଶ ସେନାପତି ଗତ ତା,୨୬/୯ , ପ୍ରାତଃ(୫)ଘଣ୍ଟା ସମୟରେ ଘରୁ କିଛି ଦୂରକୁ ଶୌଚ ହେବାପାଇଁ ଯାଇଥିଲେ,ହେଲେ ସେ ବହୁ ସମୟ ଧରି ନଫେରିବାରୁ ତାଙ୍କ ସ୍ୱାମୀ ରାଜେଶ ସେନାପତି ଖୁଜିଯାଇ ଦେଖିଲେ ଯେ ଢାଲ ସାବୁନ, ପେଷ୍ଟ, ରାସ୍ତା କଡରେ ଥିବା ଦେଖି ପରିବାରଙ୍କ ମନରେ ଦୁଃଖ ପ୍ରକାଶ କରିଥିଲେ ଏବଂ ନିଜ ନିଜ ସମ୍ପର୍କଲୋକଙ୍କ ମଧ୍ୟରେ ଖୋଜାଖୋଜି କରି ନ ପାଇବରୁ ଗତ ତା୨୭/୯ଦିନ ଦଶପୁର ପୋଲିସ ଫାଣ୍ଡିରେ ଲିଖିତ ଭାବେ ଜଣାଇ ଦିଆଯାଇଥିଲା, ଏପ୍ରଯ୍ୟନ୍ତବହୁ ଦୂର ଦୁରାନ୍ତରେ ନ ପାଇବାରୁ ପୁଣି ପଣ୍ଡକୁଳର,ଅଧିକାଂଶ ମହିଳା ଓ ଅନ୍ୟାନ୍ୟ ଵ୍ୟକ୍ତି ତଥା ସେହି ମହିଲାରଦୁଇଗୋଟି ପୁଅ ,ମଧ୍ୟ ଦଶପୁର ଫାଣ୍ଡିଙ୍କୁ ଯାଇଥିଲେ,ପ୍ରଥମ ପୁଅ (12) ଥିବା ବେଳେ ଦ୍ୱିତୀୟ ପୁଅ(୬) ଉଭୟେ ମାଁ ଙ୍କୁଏପ୍ରଯ୍ୟନ୍ତ ନପାଇଁ ସଦା ସର୍ବଦା ମାଁ ମାଁ ବୋଲି ବେୟାକୁଳ ଭାବରେ କାନ୍ଦି କାନ୍ଦି ଆଉଟ ପାଉଟ ହୋଜିବାରେ ଦିନଯାଉଛି ବୋଲି ପୋଲିସ ଛାମୁରେଆଜି ଜଣାଇଥିଲେ,ଏଭଳି ସ୍ଥିତିରେ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ର ହାସ୍ୟ ସାହୁ ପୁଅ ମାନଙ୍କ ଦୁର୍ଦ୍ଦାସା କୁଦେଖି ତୁରନ୍ତ ପଦକ୍ଷେପ ନେବା ପାଇଁପ୍ରତି ଶ୍ରୁତି ଦେଇଥିଲେ ମଧ୍ୟ ଅଭିଯୋଗ କାରୀ ମାନେ କଳାହାଣ୍ଡି ଜିଲ୍ଲା ଏସପି ଶ୍ରୀ ଯୁକ୍ତ ବାତୁଲା ଗଙ୍ଗାଧର ମୋହଦୟ ଙ୍କୁ ମଧ୍ୟ ଆଜିକାର ମହିଳା ମାନେ ଏବଂ ଅନ୍ୟାନ୍ୟ ବେକ୍ତି ମାନେ ଅନୁରୋଧ କରିଥିଲେଯେ ତୁରନ୍ତ ଏହାର ସୁ ବିଚାର କରିବାକୁ ଜଣାଇ ଥିଲେ,ସେହି ଵ୍ୟକ୍ତିମାନେ ହେଲେ ସଦା ସେନାପତି, ମଦନସେନାପତି, ମଇନା ସେନାପତି,ମୂଷି ସେନାପତି, କଇଁତ ସେନାପତି, କୁମ୍ଭ ଵ୍ୟୟା,ଚେରଗୁରେନ, ଧନୁର୍ଯ୍ୟା ସେନାପତି, ବବୃମହାନନ୍ଦ, ଉଗ୍ରେ ସେନାପତି,ହାତିରାମ ସେନାପତି ପ୍ରମୂଖ ଉପସ୍ଥିତ ଥିଲେ।

ପ୍ରଶାସନ ର ଦ୍ଵାରସ୍ଥ ହୋଇଛନ୍ତି ଶିକ୍ଷା ସହାୟକ ଆଶାୟୀ ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ପ୍ରଶାସନ ର ଦ୍ଵାରସ୍ଥ ହୋଇଛନ୍ତି ଶିକ୍ଷା ସହାୟକ ଆଶାୟୀ ଶିକ୍ଷା ହେଉଛି ସାମାଜିକ ବିକାଶ ର ମେରୁଦଣ୍ଡ । ପ୍ରାଥମିକ ଶିକ୍ଷା ହେଉଛି ଏହାର ଭିତ୍ତି ଭୂମି । ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଶିକ୍ଷକ ଏକ ମୌଳିକ ତଥା ଗୁରୁତ୍ବପୂର୍ଣ୍ଣ ଅଙ୍ଗ। କିନ୍ତୁ ପରିତାପର ବିଷୟ ଏହିକି ଯେ, ରାଜ୍ୟରେ ଅନେକ ଶିକ୍ଷକ ପଦବୀ ଖାଲି ପଡିଛି । ଶିକ୍ଷା ସହାୟକ ପଦବୀରେ ଆବେଦନ ର ସୁଯୋଗ ଦେବାକୁ ସିଟି ଓ ଡିଆଇଟି ତାଲିମ ପ୍ରାପ୍ତ ଗୁରୁ ଛାତ୍ରଛାତ୍ରୀ ମାନେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଜିଲ୍ଲାପାଲ ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଯଦି ସେମାନଙ୍କୁ ଏହି ପଦବୀ ନିମନ୍ତେ ସୁଯୋଗ ଦିଆ ନ ଯାଏ ତାଙ୍କ ଜୀବନ ଅନ୍ଧକାର ମଧ୍ୟ କୁ ଠେଲି ହୋଇଯିବ ବୋଲି ଆଶାୟୀମାନେ ଉପଜିଲ୍ଲାପାଳ ଙ୍କୁ ଜଣେଇବା ସହ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।ଗତ ବିଧାନସଭା ଅଧିବେଶନ ରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀଙ୍କ ବିବୃତି ଅନୂସାୟୀ ରାଜ୍ୟରେ 35000 ରୁ ଉର୍ଦ୍ଧ ପ୍ରାଥମିକ ଶିକ୍ଷା ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ 60000 ରୁ ଉର୍ଦ୍ଧ ଆଶାୟୀ ପ୍ରାର୍ଥୀ ନିଯୁକ୍ତି ଅପେକ୍ଷାରେ ଅଛନ୍ତି । ରାଜ୍ୟ ଉଚ୍ଚନ୍ୟାୟାଳୟ ଙ୍କ ରାୟ ଅନୁସାୟୀ ଏହି ପଦବୀ ପାଇଁ ପ୍ରାର୍ଥୀ ଙ୍କ ବୟସ ସୀମା 32 ବର୍ଷ ରଖାଯାଇଛି ।2015-17 ଓ 2016-18 ମସିହାରେ ପ୍ରଶିକ୍ଷଣ ପ୍ରାପ୍ତ କରିଥିବା ତଥା 2017 ଓ 2018 ମସିହା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଗୁରୁଛାତ୍ରଛାତ୍ରୀଙ୍କ ବୟସ ଏବେ 32 ବର୍ଷ ପାଖାପାଖି ରହିଛି ।ଯଦି ନୂତନ ବିଜ୍ଞପ୍ତି ଏବେ ବାହାର ନ କରାଯାଏ ତେବେ ଗୁରୁ ଶିକ୍ଷକ ମାନେ ନିଯୁକ୍ତି ସୁଯୋଗ ରୁ ବଞ୍ଚିତ ହେବେ । ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଶାୟୀ ଶିକ୍ଷା ସହାୟକ ପ୍ରାର୍ଥୀ ଢଗମାଳିଆ ନାଏକ, ଚନ୍ଦନ ମଙ୍ଗରାଜ, କ୍ଷୀରସିନ୍ଧୁ ପଟେଲ, ଦେବାଶିଷ ନାଏକ, ରାମେଶ୍ୱର ମାଝୀ, ନକୁଳ ମଶ୍ରା, ଜଗମୋହନ ମାଝୀ, ନୀଳମଣି ପଧାନ ପ୍ରମୁଖ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ଏସ.ପି କଲେଜ ରେ ଛାତ୍ରୀ ଆତ୍ମସୁରକ୍ଷା ଶିବିର ଅନୁଷ୍ଠିତ ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନର୍ଲା) – କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ନର୍ଲା ପଂଚାୟତ ସମିତି +3 ଡ଼ିଗ୍ରୀ କଲେଜ ଠାରେ ଛାତ୍ରୀ ମାନଙ୍କ ପାଇଁ ଆତ୍ମରକ୍ଷା ଶିବିର 14-10-2019 ଠାରୁ ଆରମ୍ଭ ହୋଇଯାଇଛି ।ଏହି ତାଲିମ ଶିବିର କଲେଜ ଅଧ୍ଯଷ ଶ୍ରୀଯୁକ୍ତ ନାରାୟଣ ନାୟକ, ଅଧ୍ୟାପିକା ବାସନ୍ତି ସାହୁ ଙ୍କ ତତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା । ଶିବୀରରେ କଲେଜ ର ସମସ୍ତ ଛାତ୍ରୀ ମାନେ ଉପସ୍ଥିତ ରହି ନିଜର ଆତ୍ମ ସୁରକ୍ଷା ନେଇ ବିଭିନ୍ନ ପ୍ରକାର ତାଲିମ ଗ୍ରହଣ କରିଛନ୍ତି।ଏହି ତାଲିମ ସ୍ୱାସ୍ଥ୍ୟ ସୁରକ୍ଷା ସହିତ ନିଜର ସୁରକ୍ଷା ପାଇଁ ସହାୟକ ହେବ ବୋଲି ଛାତ୍ରୀ ମାନେ କହିଛନ୍ତି ।ଏହି ଶିବିର ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କଲେଜ ପକ୍ଷରୁ ସୂଚନା ଦିଆଯାଇଛି ।ଏହି କାର୍ଯ୍ୟକ୍ରମ ରେ PET କ୍ଷିତିଶ ବର୍ଗତ୍ତୀ ସହିତ କଲେଜ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଛନ୍ତି ।ଏଭଳି ଗଠନମୂଳକ କାର୍ଯ୍ୟ କୁ ବୁଦ୍ଧିଜୀବି ମହଲରେ ପ୍ରସଂଶା କରାଯାଇଛି ।

ଦୀର୍ଘ ୨୭ ବର୍ଷ ହେବ ଗଛ ମୂଳରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୋଳମୁଣ୍ଡା) – ରାଜ୍ୟ ସରକାର ଶିଶୁ ସମନ୍ୱିତ ବିକାଶ ପ୍ରକଳ୍ପ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନୂତନ ଗୃହ ଯୋଗାଇ ଦେବା ସହିତ କୋମଳ ମତି ଶିଶୁ ମାନଙ୍କ ସୌନ୍ଦର୍ଯ୍ୟ କାରଣ ଓ ପରିବେଶ ସ୍ୱଚ୍ଛତା ,ଶିକ୍ଷାଦାନ,ଛାତ୍ର ଛାତ୍ରୀଙ୍କୁ ଆକୃଷ୍ଟ କରିବା ଲାଗି ଖେଳନା ସହିତ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁ ଥିବା ବେଳ ସରକାରଙ୍କ ଏହି ଯୋଜନାର ଆନ୍ତରିକତା ରେ ବ୍ୟତିକ୍ରମ ଦେଖା ଦେଇଛି ।କେଉଁଠି ଅସୁରକ୍ଷିତ ଗୃହରେ ଶିକ୍ଷାଦାନ ଚାଲୁଛିତ ଅନ୍ୟ କେଉଁଠି ବାରଣ୍ଡା ଓ ଗଛ ମୂଳେ । କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ବ୍ଲକ ନୂଆଗାଁ ପଞ୍ଚୟତର ବାଗ ଦୋରି ଗ୍ରାମରେ ରହିଥିବା ଅଙ୍ଗନବାଡି କେନ୍ଦ୍ର ଏହାର ଜ୍ୱଳନ୍ତ ଉଦାହରଣ । ନିଜସ୍ୱ ଗୃହ ନଥିବାରୁ ଦୀର୍ଘ ବର୍ଷ ହେଲା ଗଛମୂଳେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର । ଫଳରେ ଶିଶୁମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିପଦ ସଙ୍କୁଳ ଅବସ୍ଥାରେ ଶିଶୁମାନେ ଶିକ୍ଷାଦାନ ନେଉଛନ୍ତି । ରୋଷେଇ ଓ ଖାଇବା କଥା ନକହିବା ଭଲ । କେନ୍ଦ୍ର କୋଠା ସମସ୍ୟାକୁ ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଦ୍ଵାରସ୍ଥ ହେବା ଫଳରେ ଗତ ବର୍ଷ ସରକାରଙ୍କ ପକ୍ଷରୁ ଏକ କୋଠା ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହୋଇଛି । ତଥାପି ବର୍ତ୍ତମାନ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନପାରି ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି । କେନ୍ଦ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ଏବଂ ଏହାର ହସ୍ତାନ୍ତର ନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମିତା ରାଣୀ ପ୍ରଧାନ ଙ୍କୁ ପଚରି ବୁଝିବା ରୁ ନଭେମ୍ବର ୨୦ ତାରିଖ ସୁଦ୍ଧା ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି । ତଥାପି କାର୍ଯ୍ୟ ବିଳମ୍ବତା ଯୋଗୁଁ କେନ୍ଦ୍ର ଗୃହ ନିର୍ମାଣ କୁ ନେଇ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ନିମନ୍ତେ ସାଧାରଣରେ ଦାବୀ ହେଉଛି ।

ଭାରତୀୟ ଜନତା ପାର୍ଟି ଧର୍ମଗଡ ବ୍ଲକ ତରଫରୁ ଗାନ୍ଧୀ ଜୀଙ୍କ ୧୫୦ ବର୍ଷ ଜନ୍ମ ଜୟନ୍ତୀ ପୂର୍ତ୍ତି ଉପଲକ୍ଷେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ଆଜି ଭାରତୀୟ ଜନତା ପାର୍ଟି ଧର୍ମଗଡ ବ୍ଲକ ତରଫରୁ ଗାନ୍ଧୀ ଜୀଙ୍କ ୧୫୦ ବର୍ଷ ଜନ୍ମ ଜୟନ୍ତୀ ପୂର୍ତ୍ତ ଉପଲକ୍ଷେ ଏକ ସଚେତନତା ପଦଯାତ୍ରା ନନ୍ଦଗା ଠାରୁ ବିରାମାଲ ପର୍ଯ୍ୟନ୍ତ ବରିଷ୍ଠ ବିଜେପି ନେତା ଲଷ୍ମୀ ବାଗ ଙ୍କ ନେତୃତ୍ବ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ପ୍ଲାଷ୍ଟିକ ମୁକ୍ତ ପରିବେଶ ଓ ସ୍ଵଛ ଭାରତ ଅଭିଯାନ। ଏହି କାର୍ଯ୍ୟକ୍ରମ ରେ ବିଜେପି ର ଶମ୍ଭୁ ଦାଶ, ନନ୍ଦଗା ସରପଞ୍ଚ ବିରଞ୍ଚି ବଣିଆ, ଯଶୋବନ୍ତ ପଣ୍ଡା, ଜନ୍ମେଜୟ ନାୟକ,ଅପରେଶ ସ୍ବାଇଁ,ହେମନ୍ତ ମାଝୀ,ଚତୁର୍ବୁଜ ତାଣ୍ଡି,ହିମାଂଶୁ ପଣ୍ଡା,ବିଭୁ ପ୍ରଧାନୀ,ଏକାଦଶୀ ଗୋପାଳ,ସରୋଜ ଶବର,ଚନ୍ଦ୍ର ବେହେରା,ଜୟ ମୁଣ୍ଡ,ଗୋସିଙ୍ଗ ନାଗ,ମନୀନ୍ଦ୍ର ପାତ୍ର,ଡମ୍ବରୁ ଠାକୁର,ଲଳିତ ବାଗ,ଦିଲିପ ବାଗ,ଶମ୍ଭୁ ସା, ସାମନ୍ତ ସା, ଟିକେମଣି ସା, ବଳରାମ ସା, ଉଦେ ପଟେଲ, ବବ୍ରୁ ବାହନ ବିଶି, ଖଗେ ସା, ବିଦ୍ୟା ପୁରୋହିତ,ପ୍ରମୁଖ ଉପସ୍ଥିତ ରହି ପଦଯାତ୍ରା କୁ ସଫଳ କରିଥିଲେ।

ରାଷ୍ଟ୍ରୀୟ ସ୍ତରୀୟ କ୍ରୀଡ଼ାବିତ ହୋଇ ଗୋଟେ ମଫସଲି ଗାଁର ନା କୁ ରାଷ୍ଟ୍ରୀୟ ସ୍ତରରେ ପହଞ୍ଚେଇ ପାରିଛନ୍ତି, ଧର୍ମଗଡ ବ୍ଲକ ର ମଝେନପଦର ଗାଁ ର ଝିଅ ଅନିତା ନାଏକ … ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ର ମଝେନପଦର ଗାଁ ରେ ପଙ୍କରୁ ପଦ୍ମ ଫୁଟିଛି l ଏହି ଗାଁ ର ଭରତ ନାଏକ ଓ ଦମୟନ୍ତୀ ନାଏକ ଙ୍କ ଝିଅ ଅନିତା ନାଏକ(୧୫ ବର୍ଷ )l ଏକ ରାଷ୍ଟ୍ରୀୟ ସ୍ତରୀୟ କ୍ରୀଡ଼ାବିତ ହୋଇ ଗୋଟେ ମଫସଲି ଗାଁର ନା କୁ ରାଷ୍ଟ୍ରୀୟ ସ୍ତରରେ ପହଞ୍ଚେଇ ପାରିଛି l ଛତିଶଗଡ ରେ ଝିଅର ବାପା ମା ପରଘରେ ମୁଲ ଲାଗି ଚଲନ୍ତି l ଝିଅ ଭିଲାଇ ନଗର ସେକଟର- ୧୦ ପୂର୍ବ ମାଧ୍ୟମିକ ଶାଳାରେ ଦଶମ ଶ୍ରେଣୀରେ ପଢୁଛନ୍ତି ଓ ଛତିଶଗଡ ସବ-ଜୁନିଅର ସାଇକେଲ ପୋଲୋର କ୍ୟାପଟେନ ଭାବରେ ରହିଥିଲେ l ଫେଡେରେସନ ଅଫ ସାଇକେଲ ପୋଲୋ ଆଶୋ ସିଏସନ ଅଫ ଇଣ୍ଡିଆ ଆୱାର୍ଡ ରେ ଚୟନ ମଧ୍ୟ ହେଇଛନ୍ତି l ତାଙ୍କର ଅର୍ଜିତ ବିଭିନ୍ନ କୃତି ଓ ପୁରସ୍କାର ହଉଛି l ସେ ୨୦୧୩-୨୦୧୪ ବର୍ଷ ରେ ବୋକାରୋ ଠାରେ ରାଷ୍ଟ୍ରୀୟ ସ୍ତରରେ ୧୨ ତମ ସବ ଜୁନିଅର ଗାର୍ଲସ ନାସନାଲ ସାଇକେଲ ପୋଲୋ ଚାମ୍ପିୟନସିପ ହାସଲ କରି ଗୋଲଡ଼ ମେଡାଲ ଓ ୧୦,୦୦୦ ଟଙ୍କା ସ୍କଲାରସିପ ପାଇଛନ୍ତି , ୨୦୧୫-୨୦୧୬ ବର୍ଷ ରେ ବିଜୟୱାଡା ଠାରେ ରାଷ୍ଟ୍ରୀୟ ସ୍ତରରେ ୧୩ ତମ ସବ ଜୁନିଅର ଗାର୍ଲସ ନାସନାଲ ସାଇକେଲ ପୋଲୋ ଚାମ୍ପିୟନସିପ ହାସଲ କରିଗୋଲଡ଼ ମେଡାଲ ଓ ୧୦,୦୦୦ ଟଙ୍କା ସ୍କଲାରସିପ ପାଇଛନ୍ତି , ୨୦୧୬-୨୦୧୭ ବର୍ଷ ରେ ଡୁଡ଼ଲୋଡ଼ ଠାରେ ରାଷ୍ଟ୍ରୀୟ ସ୍ତରରେ ୧୪ ତମ ସବ ଜୁନିଅର ଗାର୍ଲସ ନାସନାଲ ସାଇକେଲ ପୋଲୋ ଚାମ୍ପିୟନସିପ ହାସଲ କରି ଗୋଲଡ଼ ମେଡାଲ ଓ ୧୦,୦୦୦ ଟଙ୍କା ସ୍କଲାରସିପ ପାଇଛନ୍ତି l ଏହିପରି ୨୦୧୭-୨୦୧୮ ବର୍ଷ ରେ ଡୁଡ଼ଲୋଡ଼ ଠାରେ ରାଷ୍ଟ୍ରୀୟ ସ୍ତରରେ ୧୬ ତମ ସବ ଜୁନିଅର ଗାର୍ଲସ ନାସନାଲ ସାଇକେଲ ପୋଲୋ ଚାମ୍ପିୟନସିପ ହାସଲ କରି ଗୋଲଡ଼ ମେଡାଲ ଓ ୧୦,୦୦୦ ଟଙ୍କା ସ୍କଲାରସିପ ପାଇଛନ୍ତି ଓ ୨୦୧୭-୨୦୧୮ ବର୍ଷ ରେ ଡୁଡ଼ଲୋଡ଼ ଠାରେ ରାଷ୍ଟ୍ରୀୟ ସ୍ତରରେ ୧୬ ତମ ସବ ଜୁନିଅର ଗାର୍ଲସ ନାସନାଲ ସାଇକେଲ ପୋଲୋ ଚାମ୍ପିୟନସିପ ହାସଲ କରି ଗୋଲଡ଼ ମେଡାଲ ଓ ୧୫,୦୦୦ ଟଙ୍କା ସ୍କଲାରସିପ ପାଇଛନ୍ତିଲ ଏହିପରି ମୋଟ ୫ ଥର ରାଷ୍ଟ୍ରୀୟ ସ୍ତରରେ ଗୋଲଡ ମେଡାଲ ପାଇସାରିଛନ୍ତି l ୨୦୧୮-୨୦୧୯ ବର୍ଷ ରେ ଅନିତା ନାଏକଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଟ୍ରଫି ମଧ୍ୟ ମିଳିସାରିଛି l ଝିଅର ପ୍ରତିଭାକୁ ଶୁଣି ବାପା ମା ବହୁତ ଖୁସି ଓ ଝିଅ ଜନ୍ମ କରି ଜୀବନ ସାର୍ଥକ ହୋଇଛି ବୋଲି କହନ୍ତି l ମଜେନପଦର ତଥା ଆଖପାଖ ଗାଁ ଲୋକେ ଅନିତା ଙ୍କ ପ୍ରତିଭା ର ଭୁରି ଭୁରି ପ୍ରଶଂସା କରୁଛନ୍ତି l ଓଡିଶା ସରକାର ଝିଅର ପ୍ରତିଭାର ବିକାଶ କଥା ଚିନ୍ତା କରିବା କଥା ବୋଲି ବୁଦ୍ଧିଜୀବୀ ମହଲରେ ରେ ମତ ପ୍ରକାଶ ପାଇଛି ।

ପଶ୍ଚିମଓଡିଶା ରେ ପ୍ରଭୁ ବୁଢାରଜାଙ୍କ ପୂଜନୋତ୍ସବ ଅନୁଷ୍ଠିତ…!

!!! କନ୍ଧମାଳ ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ପଶ୍ଚିମଓଡିଶା ରେ ପ୍ରଭୁ ବୁଢାରଜାଙ୍କ ପୂଜନୋତ୍ସବ ହେଉଥିବା ବେଳେ ଧର୍ମଗଡ ବ୍ଲକ ର ଚିଲିଚିଲା ଗ୍ରାମରେ ଗତ ତା 5/10/2019ରିଖ ଦିନ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ପୂଜାର୍ଚ୍ଚନା ହେଇଯାଇଛି l ପୂଜନୋତ୍ସବ ଉପଲକ୍ଷେ ଦୁଇ ଦିନ ଧରି ଗାଁ ରେ ଯାତ୍ରା ହେଇଥିଲା l ପ୍ରଥମ ଦିନରେ ନୂତନ ଘୁମୁରା ପ୍ରତିଯୋଗିତା ଓ ପୁରାତନ ଘୁମୁରl ପ୍ରତିଯୋଗିତା l ଦ୍ଵିତୀୟ ଦିନରେ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତା ହୋଇଥିଲା l ଘୁମୁରା ପ୍ରତିଯୋଗିତାରେ କୋଡିଏ ଟି ଦଳ ଅଂଶଗ୍ରହଣ କରିଥିଲେ l ନୂତନ ଘୁମୁରା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ମା ମlଉଳି କଲାପରିଷଦ ସlରସମାଲ, ଦ୍ଵିତୀୟ ସ୍ଥାନ ଅନ୍ତର୍ଲା ଘୁମୁରା ଦଳ ଓ ତୃତୀୟ ସ୍ଥାନ ମା ଭଣ୍ଡାରଘରୁଣୀ ଘୁମୁରା ଦଳ ସାନକେନ୍ଦୁଗୁଡା ବିଜୟୀ ହୋଇଥିବାବେଳେ ପୁରାତନ ଘୁମୁରା ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ମୀନଗୁରଘୁମୁରା ଦଳ, ଦ୍ଵିତୀୟ ସ୍ଥାନରେ ଚାମ୍ପେଶ୍ୱର ଘୁମୁରା ଦଳ, ତୃତୀୟ ସ୍ଥାନରେ ଓଲମା ଘୁମୁରା ଦଳ ରହିଥିଲେ l ଗ୍ରାମର ଝlଙ୍କର ଲଷ୍ମୀଧର ମାଝୀଙ୍କ କହିବା ଅନୁସାରେ ଚିଳିଚିଲାର ମହୋତ୍ସବ 52 ବର୍ଷରୁ ଉର୍ଦ୍ଧ୍ବ ହେବ ପାଳନ ହେଇଆସୁଛି l କେବଳ ଗାଁରୁ ନୁହଁ ଅନ୍ୟ ଗାଁ ରୁ ମଧ୍ୟ ଲୋକ ପୂଜା ପାଇଁ ଆସିଥାନ୍ତି ଓ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଏକିତ୍ରିତ ଗ୍ରାମବାସୀ ସାଙ୍ଗେ10, 000 ରୁ ଅଧିକ ଦର୍ଶକ ଯାତ୍ରାକୁ ମନଭରି ଉପଭୋଗ କରିଥାନ୍ତି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ମୋୖସୋଧୀ ବାଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସରପଞ୍ଚ ବୀର କିଶୋର ନାଏକ ଓ ସମିତି ସଭ୍ୟ ସବ୍ୟସାଚୀ ସାଗର ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ପ୍ରିନସିପାଲ ଇ.ଟି.ଇ.ଆଇ, ଧର୍ମଗଡ ତଥା ଚିଲିଚିଲର ସୁଯୋଗ୍ୟ ସନ୍ତାନ ଜୟନ୍ତ କୁମାର ମୁଣ୍ଡଙ୍କ ସଭାପତିତ୍ୱରେ ଧର୍ମପଦ ସୁନାନୀ ମଞ୍ଚ ପରିଚାଳନା କରିଥିଲେ ଓ ସମାଜସେବୀ ସତ୍ୟବାନ ନାଏକ ଅତିଥିଙ୍କୁ ସ୍ୱାଗତ କରି ସ୍ୱାଗତ ଭାଷଣ ପ୍ରଦାନ କରି ଥିଲେ l ପ୍ରମୁଖ ଭୂମିକାରେ ପ୍ରଭୁ ବୁଢାରଜାଙ୍କ ପୂଝାରୀ ତ୍ରିଭୁବନ ମାଝୀ, ଗ୍ରାମରଖି ସୁଶାନ୍ତ ସାଗର,ସୁବାସ ଧ.ମାଝୀ, ବିମଲ ଧ.ମାଝୀ, ଟିକେଶ୍ୱର ନାଏକ, ଢଗ ମାଳିଆ ନାଏକ, ବଂଶୀଧର ସାଗର, ଅଙ୍କିତ ସେଠି, ପ୍ରହଲ୍ଲାଦ ସେଠି ଗଜିନ୍ଦ୍ର ମୁଣ୍ଡ, ଜୀବନ୍ତ ମାଝୀ, ଦୁଷ୍ଟ ହାତୀ, ପ୍ରତାପ ନାଏକ, ପ୍ରଶାନ୍ତ ନାଏକ ସହଯୋଗ କରିଥିଲେ l

ଧର୍ମଗଡ଼ ଠାରେ କେରିୟର ଗାଇଡେନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ଇଂରାଜୀ ଭାଷାର ବୃଦ୍ଧି ଘଟିଲେ ଆଜିର ଯୁବ ପିଢ଼ି ସାମୁହିକ ବିକାଶରେ ନିଜକୁ ବସାମିଲ କରିବା ସହ ଅନ୍ତରାଷ୍ଟ୍ରୀୟ ଚାଲେଞ୍ଜ କୁ ଗ୍ରହଣ କରି ପାରିବେ ।ଏହି ପରିପେକ୍ଷୀରେ ଗ୍ରାମାଞ୍ଚଳ ମାନଙ୍କରେ ରହୁଥିବା ଯୁବପିଢ଼ି ମାନଙ୍କମଧ୍ୟରେ ଇଂରାଜୀ ଭାଷାର ଅଭିବୃଦ୍ଧି ପାଇଁ ଜୁନାଗଡ଼ ସହରରେ ପ୍ରଥମ ଥର ପାଇଁ ଏକ ମାଗଣା ଦୁଇ ଦିନିଆଁ ଇଂରାଜୀ ତାଲିମ ଶିବିର ସୋମବାର ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି ।ଇଂଲିଶ ସପୋର୍ଟ ର ପ୍ରତିଷ୍ଠାତା ଧୀମାନ ପଞ୍ଚାନନ ଦୁରିଆଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି। ଇଂରାଜୀ ଦକ୍ଷତା ବୃଦ୍ଧି କରିବା ସହିତ, ସ୍ପୋକେନ ଇଂଲିଶ, career guidance ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟବୋଲି ପଞ୍ଚାନନ ଦୁରିଆ କହିଛନ୍ତି ।ଏହି କାର୍ଯ୍ୟକ୍ରମରେ ସଭାପତି ରୂପେ ଶ୍ରୀ ଭକ୍ତ ଚରଣ ଭୋଇ ସମ୍ପାଦକରମାକାନ୍ତ ନାଏକ ମୁଖ୍ୟ ସଂଯୋଜକ ଶ୍ରୀ ପଦ୍ମମୁଖ ଚଲାନ ଉପସ୍ଥିତ ଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ପ୍ରତିଷ୍ଠାନ ର ଶିକ୍ଷକ ମୂର୍ତ୍ତି କୁମାର ମୁଖ୍ୟ ବକ୍ତା ଭାବରେ ଚକ୍ରଧର ପ୍ରଧାନ, ସମ୍ମାନିତ ଅତିଥି ଭାବରେ ସମୀର କୁମାର ସାହୁ, ସୁଶ୍ରୀ ୟସସ୍ବିନୀ ପଟ୍ଟନାୟକ, ଖଗପତି ନାଏକ, ଢଗ ନାଏକ, କମଳା କାନ୍ତ ବିହାରୀ ଯୋଗ ଦେଇ ଥିଲେ । ପଦ୍ମମୁଖ ଚଲାନ ସଭା ପରିଚାଳନା କରିଥିବା ବେଳେ ଟିକେଶ୍ୱର ନାଏକ କରିଥିଲେ ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା 8 ତାରିଖ ରେ ପ୍ରଥମ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଶେଷ ହେବ । ପର୍ଯ୍ୟାୟକ୍ରମେ ଏହି ଭଳି ତାଲିମ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଧର୍ମଗଡ ବ୍ଲକ ଇଂଲିଶ ସପୋର୍ଟ ସଂଯୋଜକ ଢଗ ନାଏକ କହିଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମରେ ପ୍ରାୟ 100 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଛନ୍ତି।