ଧର୍ମଗଡ ରାଜ ହୋଟେଲ ଠାରେ ଓବିସି, ଏସଟି, ଏସସି ଏବଂ ସଂଖ୍ୟାଲଘୁ ମିଳିତ ମଞ୍ଚ ଧର୍ମଗଡ ଉପଖଣ୍ଡ ତରଫରୁ ସମ୍ବିଧାନ ଦିବସ ପାଳିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରୀଲାଲ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଧର୍ମଗଡ ରାଜ ହୋଟେଲ ଠାରେ ଓବିସି, ଏସଟି, ଏସସି ଏବଂ ସଂଖ୍ୟାଲଘୁ ମିଳିତ ମଞ୍ଚ ଧର୍ମଗଡ ଉପଖଣ୍ଡ ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଟିକୁ ଧୀମାନ ଚକ୍ରଧର ବେନୁପାଣି ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମଟିରେ ମୁଖ୍ୟ ଅତିଥି ଭାବରେ ବସନ୍ତ ନାଏକ, ମୁଖ୍ୟ ବକ୍ତା ଭାବରେ ଯୁଗେଶ୍ୱର ସାଗର, ସମ୍ମାନିତ ଅତିଥି ଭାବରେ ପ୍ରଭାକର ଜାଲ, ସାମନ୍ତ ଦୁର୍ଗା, ଦିଗାମ୍ବର ଦୁର୍ଗା, ପ୍ରତାପ ସୁନାନୀ ଯୋଗ ଦେଇଥିଲେ। ଭାରତ ସମ୍ବିଧାନ ହେଉଛି ବିଶ୍ୱର ବୃହତ ସମ୍ବିଧାନ, ସମ୍ବିଧାନ ହେଉଛି ରାଷ୍ଟ୍ରର ମୌଳିକ ଆଇନ, ସମ୍ବିଧାନ ହେଉଛି ନୀତିମାନଙ୍କର ସମାହାର, ସମ୍ବିଧାନ ଦେଶର ଲୋକଙ୍କୁ ଶୃଙ୍ଖଳିତ ରଖିବା ସହ ନିରାପତ୍ତା କରିଥାଏ ବୋଲି ମୁଖ୍ୟ ବକ୍ତା ଶ୍ରୀ ଯୁଗେଶ୍ୱର ସାଗର ନିଜ ବକ୍ତବ୍ୟ ରେ କହିଥିବା ବେଳେ ସମାନତା, ସ୍ୱତନ୍ତ୍ରତା, ନ୍ୟାୟ, ଏବଂ ଭାଇଚାରା ବିଷୟରେ ସମ୍ବିଧାନ ରେ ଥିବା ମୌଳିକ ଅଧିକାର କୁ ସୁନ୍ଦର ଭାବରେ ବୁଝାଇଥିଲେ। ଏହି ସଭାରେ ସାଇକେଲ ପୋଲୋ ଖେଳରେ ସୁନାମ ଧନ୍ୟ ହୋଇଥିବା ଧୀମତି ଅନିତା ନାଏକ ଙ୍କୁ ସମ୍ମାନିତ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା ତତ ସହିତ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପ୍ରାଥମିକ ସଙ୍ଘ ର ସଭାପତି ବଙ୍କିମ ଚନ୍ଦ୍ର ସାଗର ଓ ସାଧାରଣ ସମ୍ପାଦକ ଲୋକେସ୍ୱର ପାରି ଙ୍କୁ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମଟିକୁ ଧୀମାନ ଟିକେଶ୍ୱର ନାଏକ ସଭା ପରିଚାଳନା କରିଥିବା ବେଳେ ଧୀମାନ ଦେବାର୍ଚ୍ଚନ ସେଠିଆ ବହୁତ ସୁନ୍ଦର ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ. ଉକ୍ତ ସମ୍ବିଧାନ ଦିବସ ସଭା କାର୍ଯ୍ୟ ରେ ଧୀମାନ ଢଗ ନାଏକ, କମଳା କାନ୍ତ ବିହାରୀ, ଫକୀର ନାରାୟଣ ଜାଲ, ବିନୋଦ ପାଣିଗ୍ରାହୀ, ଶ୍ୟାମ ମାଝୀ, ୟୁଗେଶ ତାଣ୍ଡି, ମୁନିଆ ସିପିକାସହଯୋଗ କରିଥିବା ବେଳେ ଅଞ୍ଚଳର ବହୁ ଆମ୍ବେଦକରବାଦୀ ଓ ଆମ୍ବେଦକରପ୍ରେମୀ ଯୋଗ ଦେଇଥିଲେ।

ଜଗନ୍ନାଥ ସେବା ସମିତି ପକ୍ଷରୁ ଗରୀବ ଙ୍କୁ କମ୍ବଳ ବଣ୍ଟନ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରୀଲାଲ ଦୂର୍ଗା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଧର୍ମଗଡ଼) – “ମାନବ ସେବା ହି ମାଧବ ସେବା “; ଜଗନ୍ନାଥ ସେବା ସମିତି ପକ୍ଷରୁ ଆଜି ଅଞ୍ଚଳର ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ୧୦ ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରାୟ୨ ହଜାର କମ୍ବଳ ବଣ୍ଟନ କରାଯାଇଥିବା ବେଳେ ଆଗାମୀ ଦିନରେ ଜିଲ୍ଲାର ଦୁର୍ଗମ ଆଦିବାସୀ ବହୁଳ ଅଂଚଳରେ ଶୀତ ବସ୍ତ୍ର ବଣ୍ଟନ ଜାରି ରହିବ ବୋଲି ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରକାଶ କରିଛନ୍ତି।ଏହି ଅବସରରେ ସମିତି ପକ୍ଷରୁ ଏକ ମାନସିକ ରୋଗୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା।ନାଗପୁର ର ବିଶିଷ୍ଟ ମାନସିକ ରୋଗୀ ବିଶେଷଜ୍ଞ ଡାକ୍ତର ପ୍ରଦୀପ ପାଟିଲ ଏହି ଶିବିରକୁ ରୋଗୀ ଦେଖିବାକୁ ଆସିଥିବା ବେଳେ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘର ସଭାପତି ଶ୍ରୀ ଅଶୋକ ରାଉତ,ଧର୍ମଗଡ଼ ଚେମ୍ବର ଅଫ କମର୍ସର ସଭାପତି ବିଦ୍ୟାଧର ସାହୁ, ଶ୍ୟାମ ପରିବାର ର ପ୍ରତିଷ୍ଠାତା କିଶୋର ଅଗ୍ରୱାଲ,ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ଗରିବ ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରିଥିଲେ।ଜଗନ୍ନାଥ ସେବା ସମିତି ର ଉପସଭାପତି ଲଷ୍ମୀ କାନ୍ତ ବାଗ ମଞ୍ଚ ପରିଚାଳନା କରିଥିବାବେଳେ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ବୈଦ୍ୟନାଥ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।ସର୍ବଶ୍ରୀ ସୁଶାନ୍ତ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ଜୟଦ୍ରତ ମହାନନ୍ଦ, ପେକ୍ସ ସଭାପତି ହିମାଂଶୁ ପଣ୍ଡା, ମୁରଲୀ ପାତ୍ର ପ୍ରମୁଖ ଏହିଅବସରରେ ଉପସ୍ଥିତ ଥିଲେ।

କୋଷଲା ମାଲି ସମାଜ (ପଟେଲ ) ର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା କୋଷଲା ମାଲି ସମାଜ (ପଟେଲ ) ର ଏକ ଜରୁରୀ କାଳୀନ ବୈଠକ ଧର୍ମଗଡ଼ ରାଜ ହୋଟେଲ ଠାରେ ଅନୁଷ୍ଠିତ ହୋଇ ଯାଇଛି. ଏହି ବୈଠକ ରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କୋଷଲା ମାଲି ସମାଜ ର ବ୍ୟକ୍ତି ଅଂଶଗ୍ରହଣ କରିଥିଲେ.ସମାଜରେ ପ୍ରଚଳିତ ଥିବା କୁସଂସ୍କାର ର ଉଛେଦ ଏବଂ କୁଣ୍ଡା ବୋରୀ ଉତ୍ସବରେ ଆମିଷ କୁ ନିଷେଧ କରିବା, ସମେତ ନିଶା ସେବନ କୁ ବାରଣ, ଶିକ୍ଷା କ୍ଷେତ୍ରରେ ସମାଜର ଯୁବକ ଯୁବତୀ କିପରି ଅଗ୍ରଣୀ ହେବେ, ସମାଜରେ ଭାଇଚାରା ବଜାୟ ରଖି ଏକଜୁଟ ହେବା ଆଦି ବିଭିନ୍ନ ଦିଗ ଉପରେ ମନଚାସିନ ଅତିଥିମାନେ ଆଲୋଚନା କରିଥିଲେ. କୋଷଲା ମାଲି ସମାଜ (ପଟେଲ ) ସଭାପତି ଲକ୍ଷ୍ମୀକାନ୍ତ ନାଏକ, ଉପ ସଭାପତି ଜଗଜୀବନ ପଟେଲ, ସମ୍ପାଦକ ପବିତ୍ର ପଟେଲ, ସହ ସମ୍ପାଦକ ଭୁବନେଶ୍ୱର ପଟେଲ ପ୍ରମୁଖ ମନଚାସିନ ଥିବା ବେଳେ କ୍ଷୀରମୋହନ ପଟେଲ ପରିଚାଳନା କରିଥିଲେ.

କଳାହାଣ୍ଡି ଠାରେ ଶିଶୁ ସଚେତନତା ଶିବିର ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ଉପଖଣ୍ଡ ପ୍ରତିନିଧି ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କଳାହାଣ୍ଡି) – କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିଲ୍ଲାପାଳ ଙ୍କ କାଯ୍ୟଳୟ ଠାରେ ଜାତୀୟ ଶିଶୁ ସୁରକ୍ଷା ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଠାରେ କଳାହାଣ୍ଡି ଜିଲ୍ଲାପାଳ ଡ଼: ପରାଗ ହର୍ଷଦ ବର୍ଦ୍ଧନ, ଜିଲ୍ଲାସମାଜ କଲ୍ୟାଣ ଅଧିକାରୀ -ଜୋସନା ରାଣୀ ପାତ୍ର,ଭବାନୀପାଟଣା ଅରବାନ ସିଡିପିଓ ଶ୍ରୀମତୀ ଯାଜ୍ଞସେନୀ ବେହେରା ଯୋଗଦେଇ କାଯ୍ୟକ୍ରମ କୁ ସହଯୋଗ କରିଥିଲେ ! ସୂଚନା ଯୋଗ୍ୟ ଯେ ଓଡିଶା ଶିଶୁ ବିଭାଗ, କମିଶନର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶିଶୁ ମାନଙ୍କ ର ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ ! କଳାହାଣ୍ଡି ଜିଲ୍ଲା ର ପ୍ରତେକ ବ୍ଲକ ଓ ଗ୍ରାମ ରୁ ଆସିଥିବା ଅଭିଭାବକ ମାନେ ନିଜ ନିଜ ପୁଅ, ଝିଅ ମାନଙ୍କ ନାମ ତାଲିକା ଭୁକ୍ତ କରାଇଥିଲେ ! ଏହି କାର୍ଯ୍ୟକ୍ରମ ରେ ଆଇସିଡିଏସ , ସ୍ଵାସ୍ଥ ବିଭାଗ, ଷ୍ଟଲ ମାନ ଖୋଲି ଲୋକମାନଙ୍କୁ ସଚେତନ କରାଯାଇଥିଲା, ଜିଲ୍ଲା ର ପ୍ର୍ରତେକ ବିଭାଗୀୟ ଅଫିସର ମାନେ ଯୋଗଦାନ କରିଥିଲେ ଏବଂ ଅଙ୍ଗନବାଡି କର୍ମୀ ମାନେ ମଧ୍ୟ୍ୟ ଉପସ୍ଥିତ ରହି ଏହି କାଯ୍ୟକ୍ରମ କୁ ସାହାଯ୍ୟ, ସହଯୋଗ କରିଥିଲେ !

ଭଉଣୀ ଏକ ଫୁଟ କୁ ଭାଇ ଦେଢ଼ ଫୁଟ !

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ରତିନିଧି ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଦେଦର ଗ୍ରାମପଚାୟତ, ଖାଲିଆପଡା ଗାଁ ରେ ଏକ ଗେଡା ପରିବାର ରୁହନ୍ତି ! ଲୋକେ ଏମାନଙ୍କୁ ଦେଖି କହନ୍ତି, ଭଉଣୀ ଏକ ଫୁଟକୁ ଭାଇ ଦେଢ଼ ଫୁଟ। ଭାଇ ଡମ୍ବରୁ ଧର ଭୋଇ ଯାହାର ବୟସ ମାତ୍ର ୪୩ ଅଟେ ଓ ଭଉଣୀ ରଇବାରୀ ୪୬ ବର୍ଷିଆ ଗେଡା ମହିଳା ଅଟନ୍ତି !ଡମ୍ବରୁଧର ର ଉଚ୍ଚତା କାମ ଥିବା ବେଳେ ରଇବାରୀ ର ଉଚ୍ଚତା ଏତେକମଯେ ଦେଖିଲେ ମନେହୁଏ ସତେଯେମିତି ସେ ତଳେ ବସିଛି । ସେବସି ଥିବା ଭଳି ଦେଖିବାକୁଲାଗେ। ଡମ୍ବରୁ କମ ଉଚ୍ଚତା ଥାଇ ମଧ୍ୟ୍ୟ ସ୍ତ୍ରୀ ମଇନ୍ତି ଭୋଇ କୁ ବିବାହିତ କରି କର୍ମ ଜଞ୍ଜାଳ ରେ ଚଳିଆସୁଛନ୍ତି ! ସ୍ତ୍ରୀ ମଇନ୍ତି ମଧ୍ୟ ଗେଡା ଅଟନ୍ତି । ଏମାନ ଙ୍କୁ ଦେଖି ଲାଗେ ସତେ ଯେମିତି ଏମାନେ କେଉଁ ଏକ ଅନ୍ୟ ଦୁନିଆରୁ ଆସିଛନ୍ତି । ଭଉଣୀ ରଇବାରୀ ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ! ଡମ୍ବରୁ ନିଜେ ଚଲା ବୁଲା କରିପାରୁଥିବା ବେଳେ, ରଇବାରୀ ନିଜେ ଠିକଭାବରେ ଚଲା ବୁଲା କରିପାରନ୍ତି ନାହିଁ ! ସେ ନିଜ ଭାଇ, ଭାଉଜ ଉପରେ ନିର୍ଭର କରେ ଭାଉଜ ମଇନ୍ତି ତାଙ୍କୁ ପିଠିରେ କିମ୍ବା ହାତରେ ଉଠାଇ ଏପଟ ସେପଟେ କରିଥାନ୍ତି ! ସବୁଠୁ ଦୁଃଖର ବିଷୟ ଏହି ଯେ ସରକାର ଙ୍କ ତରଫରୁ ରାସନ କାର୍ଡଯୋଗେ, ୫କିଲୋ ଲେଖାଏଁ ଚାଉଳଓ ଦିବ୍ୟାଙ୍ଗ ଭତ୍ତାରୁ ଡମ୍ବରୁ ଟ -୭୦୦ ଟଙ୍କl ପାଉଥିବାବେଳେ ରଇବାରୀ ଟ -୫୦୦ ଟଙ୍କା ଭତା ପାଉଛନ୍ତି !ଏହା ବ୍ୟତୀତ ସେମାନେ ସରକାର ଙ୍କ ଠାରୁ ଅନ୍ୟ କୌଣସି ସହାୟତା ରାଶି ଆଜି ପର୍ଯ୍ୟନ୍ତ ପାଇନାହାଁନ୍ତି !ଏପରିକି ସ୍ଥାନୀୟ ସରପଞ୍ଚ ମଧ୍ୟ ଏହି ପରିବାରକୁ କୌଣସି ସାହାଯ୍ୟ କରିନଥିବା ଅଭିଯୋଗ ହୋଇଛି।ଜିଲ୍ଲା ପ୍ରଶାସନ ଏମାନଙ୍କ ପ୍ରତି ଦୁଷ୍ଟି ଦେଇ ଏମାନଙ୍କୁ ଆର୍ଥିକ ସହାୟତା ଓ ପରିବାର ରହିବା, ଚଳିବl, ସୁଭିଧା ଯୋଗାଇ ଦେବାକୁ ବୁଦ୍ଧିଜୀବିମାନେ ଦାବିକରିଛନ୍ତି।

ମାନଝରି ଠାରେ ୧୦ ରୁ ୧୨ ଫୁଟ ଲମ୍ବ,୩୦ ରୁ ୩୫ କେଜି ଓଜନର ଅଜଗର ସାପ ଉଦ୍ଧାର ; ବନ ବିଭାଗ କୁ ହସ୍ତାନ୍ତର ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନ ମାନଝରି ଗ୍ରାମରେ ଗତ କାଲି ରବିବାର ଦିନ ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ଗତ କାଲି ରବିବାର ମଧ୍ୟାହ୍ନ ସମୟରେ କିଛି ଲୋକ ମାନଝରି ଡଙ୍ଗରି ଗୁଡା ରାସ୍ତା ଟରନିଙ୍ଗ ପାଖରେ ଏକ ବିଶାଳକାୟ ଅଜଗର ସାପ ଦେଖି ଡରି ଯାଇଥିଲେ। ସାପ ଟି ଏକ ବିରାଟ କାୟ ହୋଇଥିବା ସତ୍ୱେ କିଛି ଯୁବକ କଳେ ବଳେ କୌଶଳେ ଏହାକୁ କାବୁ କରି ଉଦ୍ଧାର କରିଥିଲେ।ଉଦ୍ଧାର ପରେ ଏହି ସାପ ଦେଖିବା ପାଇଁ ଲୋକଙ୍କ ଭିଡ଼ ବେଶ ଦେଖିବାକୁ ମିଳିଥିଲା। ତେବେ ଦୀର୍ଘ ଦେଢ଼ ଘଣ୍ଟା ସମୟ ଲୋକେ ସାପକୁ ମନଭରି ଦେଖିଲା ପରେ ଏକ ଅଖାରେ ସାପଟିକୁ ପୁରାଇ ଚାରିଚକିଆ ଯାନ ଯୋଗେ କେଗାଁ ବନ ବିଭାଗ କୁ ହସ୍ତାନ୍ତର କରିଥିଲେ। ସାପ ଟିକୁ ନେଇ ନିକଟସ୍ଥ ଚୁରା ପାହାଡ଼ ବରା ମୁଡ ଜଙ୍ଗଲରେ ଛାଡି ଦିଆ ଯାଇଥିବା ଜଣା ପଡ଼ିଛି। ଉଦ୍ଧାର ହୋଇଥିବା ଅଜଗର ସାପର ଆନୁମାନିକ ଲମ୍ବ ୧୦ ରୁ ୧୨ ଫୁଟ ହୋଇଥିବା ବେଳେ ୩୦ ରୁ ୩୫ କେଜି ଓଜନ ଥିବା ଜଣାପଡିଛି ।

ଦାବୀ ପୂରଣ ପାଇଁ ବିଦ୍ୟାଳୟ ରେ ତାଲା ଠୁଙ୍କିଲେ ଗ୍ରାମବାସୀ ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଉଛଲା ପଞ୍ଚାୟତର ମଖଳା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋଟ ଜାଗା(୧୫)ଡ଼ି.ମି ଗୃହରଥିଲା ବେଳେ,(୧୧)ଡ଼ି.ମି ଜାଗା ଗ୍ରାମର ଦୁଇଜଣ ଲୋକ ଜବର ଦଖଲ କରି ଘର ତିଆରି କରୁଥିବା ନେଇ ଉପଜିଲାପାଳ, ଧର୍ମଗଡ଼ ବିଡ଼ିଓ, ତହସିଲଦାର, ବିଇଓ ଓ ପୋଲିସି ଆଇ. ଆଇ. ସି କେଗାଁ ଙ୍କୁ ଜଣାଇ ଥିଲେ ମଧ୍ୟ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା, ମିଛ ପ୍ରତି ଶ୍ରୁତି ଦେଇ ଭଣ୍ଡାଇ ଚାଲିଥିବା ଅଭିଯୋଗ କରି ଗ୍ରାମର ଶତାଧିକ ଗ୍ରାମବାସୀ ପଞ୍ଚାୟତ ନାଏବ ସରପଞ୍ଚ, ବିଦ୍ୟାଳୟର ଶିକ୍ଷା କମିଟି ସମେତ ଛାତ୍ର ଛାତ୍ରୀ ବହୁ ସଂଖ୍ୟକ ଭାବେ ବିଦ୍ୟାଳୟ ଠାରେ ରୁଣ୍ଡ ହୋଇ ବିଦ୍ୟାଳୟରେ ତାଲା ଦେଇ ଧାରଣାରେ ବସିଥିଲେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ତାଲା ବନ୍ଦ ରହି ଆନ୍ଦୋଳନ ଜାରି ରହିବ ବୋଲି ନାଏବ ସରପଞ୍ଚ ଅଟଲବାଗ ପ୍ରତିକ୍ରିୟାରେ କହିଛନ୍ତି । ଏହି ଧାରଣାରେ କେଦାରବାଗ,ନୃପବାଗ, ମକୁନ୍ଦ ବାଗ, ଚମ୍ପା ହରପାଳ, ଲବକିଶୋର ନାଇକ,ଦୁର ପଦୀ, କାମିନୀ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ ।

ସରକାର ଙ୍କ ସହାୟତା ଅପେକ୍ଷା ରେ ୫ ବର୍ଷ ର ଅନ୍ଧୁଣି ଝିଅ ପଦ୍ମିନୀ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଅଁଳା ଶିଶୁଟି ର ବୟସ ମାତ୍ର ୫ବର୍ଷ । ଯେଉଁ ବୟସ ରେ ସାଙ୍ଗ ସାଥି ମେଳରେ ଖେଳା ବୁଲା କରି ବିଦ୍ୟାଲୟ କୁ ଯାଇ ଜୀବନକୁ ଗଢି ତୋଳିବା କଥା ସେହି ବୟସରେ ଏହି ରଙ୍ଗିନ ଦୁନିଆକୁ ଦେଖିବାର ସୌଭାଗ୳ ହରାଇ ବସିଛି ଏହି କୋମଳମୋତି ଶିଶୁ ଟି। କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ଲିମସେର ଗ୍ରାମର ଚତୁର୍ଭୁଜ ଟୋଲଟିଆ ଙ୍କ ୫ ବର୍ଷର ଝିଅ ପଦ୍ମିନୀ ଟୋଲଟିଆ ର ଆଖି ଜନ୍ମରୁ ଦେଖାଯାଉନାହିଁ । ବାପା ଓ ମା ଦିନ ମଜୁରିଆ ହୋଇଥିବାରୁ ଅନ୍ଧୁଣି ଝିଅ ପଦ୍ମିନୀ ର ଯତ୍ନ ନେବାରେ ଅସୁବିଧା ହୋଇଛି । ସରକାରୀ ଯୋଜନା ରୁ ସୁବିଧା ପାଇବା ପାଇଁ ସେ ବାରମ୍ବାର ଗ୍ରାମ ପଞ୍ଚାୟତ ଅଫିସକୁ ଯାଇ ହତାଶ ହୋଇ ଫେରୁଛନ୍ତି । ବର୍ତ୍ତମାନ ସୁଦ୍ଧା ପରିବାର କିମ୍ବା ହିତାଧିକାରୀ କୋୖଣସି ସରକାରୀ ସୁବିଧା ପାଇନାହାଁନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ସହାୟତା ଯୋଗାଇଦେବାକୁ ତାଙ୍କ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।

କଳାହାଣ୍ଡି ୱେବ ମିଡ଼ିଆ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ..!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଜୁନାଗଡ଼) – କଳାହାଣ୍ଡି ଜିଲ୍ଲା ଧର୍ମଗଡ ସ୍ଥିତ ରୋୟାଲ ପ୍ଳେସ୍ ସଭାଗୃହଠାରେ ଶନିବାର କଳାହାଣ୍ଡି ୱେବ ମିଡ଼ିଆ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ମହା ସମାରୋହ ରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବ୍ଳକ ଅଧ୍ୟକ୍ଷ ବଲରାମ ପୁଝାରୀ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ ସଂଘର ସଭାପତି ଆଦିତ୍ୟ ମହାନ୍ତି, ସମ୍ମାନୀୟ ଅତିଥି ଭାବରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁଧାଂଶୁ ଶେଖର ବାଗ, ସଂଘର ସଂପାଦକ ସଂଗ୍ରାମ କେଶରୀ ପାତ୍ର ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହ ଗଣମାଧ୍ୟମର ପ୍ରତିନିଧି ମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥାପନା କରି ସମସ୍ୟାର ସମାଧାନ କରିବା ପାଇଁ ସର୍ବଦା ଚେଷ୍ଟିତ ଅଛନ୍ତି ବୋଲି ମତ ପ୍ରକାଶ କରି ଥିଲେ. । ତେଣୁ କରି ସମାଜରେ ଗଣମାଧ୍ୟମର ପ୍ରମୂଖ ଭୂମିକା ରହିଛି ବୋଲି ଅତିଥି ମାନେ କହି ଥିଲେ ।ଏଥିରେ ଆଇନଜିବୀ ଦିଗାମ୍ବର ଦୁରିଆ ଯୋଗଦେଇ ନିଜ ବକ୍ତବ୍ୟରେ ସାମ୍ବାଦିକତା କୈାଣସି ପେଷା ବା ବୃତ୍ତି ନୁହେଁ କିନ୍ତୁ ଆଜିର ଦିନରେ ଶିକ୍ଷିତ ସମାଜ ସାମ୍ବାଦିକତାକୁ ଆଗକୁନେଇ ଦୁଃସାହସିକ ଭାବରେ ଖବର ପ୍ରସାରଣ, ଅନୁସନ୍ଧାନ ସୂଚକ ଖବର ପ୍ରସାରଣ ଯୋଗୁଁ ସମସ୍ତ ତଥ୍ୟ ଲୋକଲୋଚନକୁ ଆସିପାରୁଛି ବୋଲି କହିଥିଲେ। ଏଥିରେ ସାମ୍ବାଦିକ ଚକ୍ରଧର ବେଶ୍ରା, ଜଗଦୀଶ ଚନ୍ଦ୍ର ନାଏକ, ହିରଣ୍ୟ ବେହେରା, ରୋଜିସ୍ମିତା ଦୁର୍ଗା, ସୁରେନ୍ଦ୍ର ନାଏକ, ପୁରୁଷୋତ୍ତମ ସିଂ ରାଜପୁତ, ନିକୁଞ୍ଜ ଚଲାନ, ଶୋଭିତ ଗାନ୍ଧୀ, ନୟନ ରଞ୍ଜନ ପଣ୍ଡା, ରାକେଶ ବେମାଲ, ତୁଲାମଣି ନାଗ, ଦିଲିପ ଦୁରିଆ ସମେତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରୁ ବହୁ ସଂଖ୍ୟାରେ ସାମ୍ବାଦିକ ବନ୍ଧୁ ମାନେ ଯୋଗଦେଇ ଥିଲେ। ଶେଷରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଯୋଗଦେଇ ଥିବା ସାମ୍ବାଦିକ ବନ୍ଧୁ ମାନେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ନିଜନିଜର ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ବିକାଶ ନାଏକ ସୁଚାରୁରୂପେ ପରିଚାଳନା କରିଥିଲେ।

ସାମ୍ବାଦିକଙ୍କ ପତ୍ନୀ ବିୟୋଗ

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ବ୍ଲକର ଇପିଏ ଉଇକ୍ଲି ପ୍ରତିନିଧି ବାଜି ପ୍ରଧାନଙ୍କ ପତ୍ନୀ ମୌସୁମୀ ପ୍ରଧାନ(ନିତୁ)ଙ୍କର ଗତକାଲି ୧୧ଘଣ୍ଟା ୩୦ମିନିଟ ସମୟରେ ଆକସ୍ମିକ ଭାବେ ଦେହାନ୍ତ ହୋଇଯାଇଛି।ସେ କେତେ ଦିନ ହେଲା ଅସୁସ୍ଥ ଅନୁଭବ କରୁଥିବା ପରିବାର ସୂତ୍ରରୁ ପ୍ରକାଶ।ସେ କାଲି ପୁଅ ରମଣି କୁ ଜଳଖିଆ ଆଣିବାକୁ କହିଥିଲେ।ପୁଅ ଜଳଖିଆ ଆଣି ଆସିବା ବେଳକୁ ସେ ଆଖି ନଖୋଲିବା ଯୋଗୁଁ ପୁଅର ଚିତ୍କାର ଶୁଣି ଘର ଓ ଆଖ ପାଖର ଲୋକ ପହଞ୍ଚି ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ସମୟରେ ତାଙ୍କ ସ୍ୱାମୀ ବାଜି ପ୍ରଧାନ ଧର୍ମଗଡ଼ରେ ନଥିଲେ।ସେ ଫେରିବା ପରେ ଆଜି ପରିବାର ବର୍ଗ ଓ ସମ୍ପର୍କୀୟ ମାନଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି।ବାଜି ପ୍ରଧାନଙ୍କ ଏକମାତ୍ର ପୁଅ ରମଣୀ(୧୪) ମୁଖାଗ୍ନି ଦେଇଥିଲେ। ସେ ଜଣେ ସ୍ପଷ୍ଟବାଦୀ,ପରୋପକାରୀ ମହିଳା ଥଲେ।ନିତୁଙ୍କର ମୃତ୍ୟୁରେ ଧର୍ମଗଡରେ ଶୋକର ଛାୟା ଖେଳିଯାଇଛି।ଧର୍ମଗଡ଼ NAC ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ଉପାଧ୍ୟକ୍ଷ ଅଶୋକ ମହାନ୍ତି, ଜିଲ୍ଲା ରେଡ଼କ୍ରସ ସଦସ୍ୟ ହୃଷିକେଶ ମିଶ୍ର, ଚେମ୍ବର ଅଫ କମର୍ସ ସଭାପତି ବିଦ୍ୟାଧର ସାହୁ, ବରିଷ୍ଠ ଓକିଲ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସରକାରୀ ଓକିଲ ରାଜେନ୍ଦ୍ର ମୁନି, ଓୟୁଜେ ର ଉପସଭାପତି ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ସାମ୍ବାଦିକ ଅଂଶୁମାନ ପାତ୍ର, ସାମ୍ବାଦିକ ବୈଦ୍ୟନାଥ ବେହେରା, ସାମ୍ବାଦିକ ଇଙ୍ଗିତ ପଣ୍ଡା ପ୍ରମୁଖ ଶୋକ ବ୍ୟକ୍ତ କରି ସ୍ବର୍ଗତ ନିତୁଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରାଥନା କରିଛନ୍ତି। ଏଥର ସମ୍ଭାଳ ପରିବାର ପରିବାର ପକ୍ଷରୁ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଜ୍ଞାପନ କରୁଛୁ ।