ଭବାନିପାଟଣା ରେ କାଳବୈଶାଖୀ, ଝଡବର୍ଷା ସହିତ ତୁଷାରପାତ।

!!! କଳାହାଣ୍ଡି ଜିଲ୍ଲା ଭବାନିପାଟଣା ରୁ ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା) – ଅପରାହ୍ନ ୪ଟା ବେଳେ ଭବାନିପାଟଣା ସହର ଓ ଆଖପାଖ ଅଞ୍ଚଳ ରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡବର୍ଷା ସହିତ ତୁଷାରପାତ ହୋଇଯାଇଛି। ଏହାଦ୍ବାରା ଅପରାହ୍ନ ୪ଟା ରୁପ୍ରାୟ ୩ଘଣ୍ଟା ହେବ ବିଜୁଳି ସରବରାହ ଠପ୍ ହୋଇଯାଇଛି। ପ୍ରବଳ ବେଗରେ ପବନ ବୋହିବା ଯୋଗୁଁ କ୍ଷୟକ୍ଷତି ର କୌଣସି ସୂଚନା ହସ୍ତଗତ ହୋଇପାରି ନ ଥିଲେ ହେଁ କ୍ଷୟକ୍ଷତି କୁ ଏଡାଇ ଦିଆଯାଇ ନ ପାରେ। ଗତମାସରେ ଏଭଳି ଆକସ୍ମିକ କାଳବୈଶାଖୀ ପ୍ରଭାବରେ ପ୍ରାୟ ୨୩ ଘଣ୍ଟା ପରେ ବିଜୁଳି ବ୍ୟବସ୍ଥା ସ୍ୱଭାବିକ ପରିସ୍ଥିତି କୁ ଫେରିବା ପାଇଁ। ତାପମାତ୍ରା ରେ ସାମାନ୍ଯ ହ୍ରାସ ଘଟିଥିବା ବେଳେ ଏଯାଏଁ ମଧ୍ଯ ପବନ ଲାଗି ରହିଛି। ଜଳବାୟୁ ରେ ପରିବର୍ତ୍ତନ ନହେବା ଯାଏଁ ସହରବାସୀ ଅନ୍ଧକାର ଭିତରେ ରାତି କଟାଇବା ନିଶ୍ଚିତ ଜଣାପଡିଛି। ପ୍ରାୟ ୪୦ ରୁ ୫୦ କି:ମି ବେଗରେ ପବନ ବୋହୁଥିବା ଯୋଗୁଁ ସହରବାସୀ ଙ୍କ ପାଇଁ ଚିନ୍ତା ର କାରଣ ହୋଇଛି। ସାଧାରଣ ଗରୀବ ଶ୍ରେଣୀର ଲୋକଙ୍କ ଆଖିରୁ ନିଦ ହଜିଯାଇଥିବା ଭଳି ମନେ ହେଉଛି।

ଶୌଣ୍ଢିକ ସାଂସ୍କୃତିକ ମହାସଂଘ ଧର୍ମଗଡ଼ ଓ ଜୁନାଗଡ଼ ଆଞ୍ଚଳିକ କମିଟିର ଏକ ସାଧାରଣ ବୈଠକ ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରୀଲାଲ ଦୂର୍ଗା ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଓ ଟିଟିଲାଗଡ଼ ଦକ୍ଷିଣ ଶୌଣ୍ଢିକ ସାଂସ୍କୃତିକ ମହାସଂଘ ଧର୍ମଗଡ଼ ଓ ଜୁନାଗଡ଼ ଆଞ୍ଚଳିକ କମିଟିର ଏକ ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ମନୋନୟନ ଜୁନାଗଡ଼ ଗୁରୁଗୀତା ସ୍ମାର୍ଟ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସର୍ବସଂମ୍ମତି କ୍ରମେ ବରିଷ୍ଠ ସାମ୍ବାଦିକ ଶ୍ରୀ ବିଦ୍ୟାଧର ସାହୁଙ୍କୁ ସଭାପତି ଭାବେ ଚୟନ କରାଯାଇ ଥିବା ବେଳେ ଶ୍ରୀ ଭୁବନେଶ୍ୱର ସାହୁ ଓ ଶ୍ରୀ ଯଦୁମଣି ସାହୁ ଙ୍କୁ ଉପସଭାପତି, ଶ୍ରୀ ମନୋଜ କୁମାର ସାହୁଙ୍କୁ ସାଧାରଣ ସମ୍ପାଦକ,ଶ୍ରୀ ପ୍ରଦୀପ ସାହୁ, ଶ୍ରୀ ଲକ୍ଷ ପତି ସାହୁଙ୍କୁ ସହ ସମ୍ପାଦକ ଓ ଶ୍ରୀ ଶ୍ରୀନିବାସ ସାହୁଙ୍କୁ ସଂଘର କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା। ଶ୍ରୀ ଶରତ ସାହୁ, ସାଇଗୋପଲ ସାହୁ, ସଂଜୀବ ସାହୁ ଓ ବିଦ୍ୟା ସାହୁଙ୍କୁ କାର୍ଯ୍ୟକାରୀ ସଭ୍ୟ ଭାବେ ଚୟନ କରାଯାଇଥିଲା। ସଂଘର ବରିଷ୍ଠ ସଦସ୍ୟ ଉପସଭାପତି ଶ୍ରୀ ଯଦୁମଣି ସାହୁଙ୍କ ସଭାପତିତ୍ୱରେ ଓ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଥବିର ପ୍ରାସାଦ ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉକ୍ତ ବୈଠକରେ ଧର୍ମଗଡ଼ ଓ ଜୁନାଗଡ଼ ଅଂଚଳ ର ସଦସ୍ୟ ମାନେ ଯୋଗଦେଇ ସମାଜ ସମ୍ପର୍କିତ ଆଲୋଚନାରେ ଭାଗ ନେଇ ଆଗାମୀ ଦିନରେ ଲଡୁଗାଁ ଠାରେ ହେବାକୁ ଥିବା ସମାଜର ମହାସଭା, ଭବାନୀପାଟଣା ଠାରେ ସମାଜର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଓ ସମାଜର ଅନ୍ୟାନ୍ୟ ଉନ୍ନତି ସମ୍ପର୍କିତ କାର୍ଯ୍ୟ ଉପରେ ବୈଠକରେ ବିଷଦ ଭାବେ ଆଲୋଚନା ହୋଇ ଥିଲା।ସଂଘର ବରିଷ୍ଠ ସଦସ୍ୟ ଶ୍ରୀ ପର୍ଶୁରାମ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ବୟୋଜ୍ୟେଷ୍ଠ ଶ୍ରୀ ନାରାୟଣ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି କୁ ଯାଜପୁର ରେ ସମ୍ମାନିତ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରୀଲାଲ ଦୁର୍ଗା ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଧର୍ମଗଡ ର କିଛି ସ୍ବେଛାସେବୀ ମାନେ ନିଜ ଅଞ୍ଚଳରେ ରକ୍ତଦାନ ଶିବିର ତଥା ଅଞ୍ଚଳର କେହି ବି ରକ୍ତ ଅଭାବରୁ ମୃତ୍ୟୁ ବରଣ ନ କରନ୍ତୁ ସେଥିପାଇଁ ସେମାନେ ସଂକଳ୍ପ ନେଇଛନ୍ତି ।ଗାଁ ଗାଁ ଯାଇ ରକ୍ତଦାନ ସଚେତନ ଅଭିଯାନ ମଧ୍ୟ କରିଥାନ୍ତି । ନିଜର ବହୁମୂଲ୍ୟ ରକ୍ତଦାନ କରି ଦୁଖୀ, ଦରିଦ୍ର, ନିଃସହାୟ, ଦୁର୍ଘଟଣା ଗ୍ରସ୍ତ ପୀଡିତ ଲୋକଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ କରିଛନ୍ତି । ତାଙ୍କର ସେଇ କାର୍ଯ୍ୟକ୍ରମ କୁ ଦେଖି ଯାଜପୁର ର ଉତ୍କଳ ଫାଉଣ୍ଡେସନ ତରଫରୁ ଗତକାଲି ତାଙ୍କର ପ୍ରଥମ ବାର୍ଷିକ ଉତ୍ସବ ରେ ତାଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି। ସେହି କାର୍ଯ୍ୟକ୍ରମରେ ଅଙ୍କିତ ସେଠି, ବୀରେନ୍ଦ୍ର ଚୌଧୁରୀ, ମିଳନ କୁମାର ଭୋଇ, ସଦାନନ୍ଦ ଦଣ୍ଡସେନା, ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ ସଂଗଠନ ର ବିଭିନ୍ନ ସାମାଜିକ କାମ କୁ ପ୍ରଶଂସା କରିଥିଲେ। ସଂଗଠନ କୁ ସମ୍ମାନିତ କରିଥିବାରୁ ଉତ୍କଳ ଫାଉଣ୍ଡେସନ କୁ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ର ସମସ୍ତ କର୍ମକର୍ତ୍ତା ଅଶେଷ ଅଶେଷ ଧନ୍ୟବାଦ ପ୍ରଦାନ କରିଛନ୍ତି।

ବିବାହିତା ମହିଳାଙ୍କୁ ଜୋର ଜବରଦସ୍ତ ଲଜ୍‌ରେ ରଖି ଦୁଷ୍କର୍ମ…!

!!! କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରୁ ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (କଳାହାଣ୍ଡି) – ଜଣେ ବିବାହିତା ମହିଳାଙ୍କୁ ଜୋର ଜବରଦସ୍ତ ଘରୁ ନେଇ ଲଜ୍ ରେ ରଖି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ୨ ଦିନ ଧରି ଦୁଷ୍କର୍ମ କରିବା ପରେ ମହିଳାଙ୍କ ପ୍ରତିବାଦ ପରେ ପୁଣି ଘରେ ଛାଡ଼ି ଦେଇ ଚମ୍ପଟ ମାରିଥିଲା ସଂପୃକ୍ତ ଯୁବକ । ଏଭଳି ଅଭିଯୋଗ ଧର୍ମଗଡ଼ ଥାନରେ କରିଛନ୍ତି ପୀଡ଼ିତା । ଥାନାରେ ଦ୍ୱାରସ୍ଥ ହୋଇଥିବା ମହିଳା ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହାସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମହିଳା । ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳର ଜଣେ ବିବାହିତାଙ୍କୁ ସାମନ୍ତ ନାୟକ ନାମକ ଜଣେ ବ୍ୟକ୍ତି ଘରୁ ଉଠାଇନେବା ସହ ସହରର ଏକ ହୋଟେଲରେ ଦୁଇ ଦିନ ଧରି ବଳ ପୂର୍ବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ପାଖରୁ ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ କରୁଛି ।

ଘାସ ମରା କୀଟନାଶକ ପ୍ରଭାବ ରେ ୧୫ ଛେଳି ମୃତ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ପ୍ୟାରୀଲାଲ ଦୁର୍ଗା ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ ଅନ୍ତର୍ଗତ ରଙ୍କାବାହଲ ଗାଁ ରେ ଅଭାବନୀୟ ଘଟଣା ଘଟିଛି , ରଙ୍କାଵାହାଲ ଗାଁ ର ଜଣେ ଚାଷୀ ଘାସମରା କୀଟନାଶକ ଜମି ରେ ମାରିଥିଲେ ,ଆଜି ସକାଳୁ ଛେଳି ରାଶି ଚରିବାକୁ ଯାଇଥିବା ବେଳେ ଜମି ରେ ଥିବା ଲଟା ଖାଇ ଦେଇଥିଲେ କୀଟନାଶକ ପ୍ରଭାବ ଯୋଗୁ ସବୁ ଛେଳି ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି।

ତୁଲାରାମ ପଟେଲ୍ ଙ୍କ ପାଞ୍ଚ ପଟ , ଶଶି ପଟେଲ ଙ୍କ ଦୁଇ , ଯୁଧିଷ୍ଠି ପଟେଲଙ୍କ ଗୋଟିଏ , ଲକ୍ଷ୍ମଣ ପଟେଲ ଙ୍କ ସାତଟି ଛେଳି ମୃତ୍ୟୁ ହୋଇଥିବା ଜଣାଯାଇଛି । ଖବର ପାଇ ଧର୍ମଗଡ ରାଜସ୍ବ ନିରୀକ୍ଷକ ଓ ପର୍ଲା ଓ ଧର୍ମଗଡ ଗୋଷ୍ଠୀ ପ୍ରାଣିଧନ ଅଧିକାରି ଡ, ଆଭା ମଞ୍ଜରି ,ପର୍ଲା ପଶୁ ସମ୍ପଦ ଅଧିକାରି ସୁଧାନ୍ସୁଂ ବେହେରା ,ରଙ୍କାବାହଲ ପହଞ୍ଚି ମୃତ ଛେଳି ମାନଙ୍କ ବ୍ଯବଛେଦ କରିଛନ୍ତି ।

ନାହିଁ ନାହିଁ ରେ ଚାଲିଛି ଧର୍ମଗଡ଼ ସହକାରୀ ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ!

!!! ଭବାନୀପାଟଣା ରୁ ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା) – ରାଜ୍ୟ ସରକାରଙ୍କ ଅଧିନସ୍ଥ ଧର୍ମଗଡ଼ ଠାରେ ଅବସ୍ଥିତ ସହକାରୀ ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ବର୍ତ୍ତମାନ ଭୂତକୋଠି ରେ ପରିଣତ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।ଦୀର୍ଘ ଦିନ ତଳେ ଏଠାରେ ଏକ ଭଡା ଘରେ ସରକାର ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ଅଫିସ ଖୋଲା ଯାଇ ଥିଲା।କିନ୍ତୁ ଅଦ୍ୟାବଧି କୌଣସି ଅଧିକାରୀ ସେଠାରେ ରହୁନ ଥିବାରୁ ଶ୍ରମିକ ମାନେ ନିଜ ନ୍ୟାର୍ଯ୍ୟ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି।ଯଦ୍ୱାରା ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଯୋଜନା ର ସଠିକ ରୂପାୟନ ହୋଇପାରୁନାହିଁ ବୋଲି ଶ୍ରମିକ ମହଲରେ କ୍ଷୋଭ ପ୍ରକାଶ ପାଇଛି।ଫଳରେ ଶ୍ରମିକ ମାନେ ବାଧ୍ୟ ହୋଇ ଜିଲ୍ଲା ମୂଖ୍ୟାଳୟ ଠାରେ ଥିବା ଶ୍ରମ ଅଧିକାରୀଙ୍କୁ ସାକ୍ଷାତ କରିବା ପାଇଁ ଛ’ଟଙ୍କା ଘୋଡ଼ା କୁ ନ’ ଟଙ୍କା ନୀତିରେ ଭବାନୀପାଟଣା ଆସି ଖର୍ଚାନ୍ତ ହେବାକୁ ପଡୁଛି।ଶ୍ରମିକ ମାନଙ୍କ ପାଇଁଁ ସରକାର ଛତା,ଜୋତା,ଚପଲ,ସାଇକେଲ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ଯୋଗାଇ ଦେବାକୁ ଘୋଷଣା କରିଥିଲେ ମଧ୍ୟ ଏ ଅଞ୍ଚଳର ଶ୍ରମିକ ଏଥିରୁ ବଞ୍ଚିତ ହୋଇ ଥିବା ଅଭିଯୋଗ କରିଛନ୍ତି।ବିଭାଗରେ ବ୍ୟାପକ ଦୁର୍ନୀତି ଚାଲିଥିବା ସହିତ ଶ୍ରମିକ ଙ୍କ ନାମ ପଞୀକରଣ ନିମନ୍ତେ ପାତର ଅନ୍ତର ନୀତି ଓ ଦଲାଲ ଙ୍କ ରାଜୁତି ଚାଲିଥିବା ଶ୍ରମିକ ମାନେ ପ୍ରକାଶ କରିଛନ୍ତି।ବିଭାଗୀୟ କାର୍ଯ୍ୟାଳୟ ରେ ଆବଶ୍ୟକୀୟ ସଂଖ୍ୟକ କର୍ମଚାରୀଙ୍କ ଅଭାବ ଯୋଗୁଁ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି।ହେଲେ ସରକାର କେଉଁ ସ୍ୱାର୍ଥ ରେ କର୍ମଚାରୀ ନ ଥିବା ସତ୍ୱେ ବର୍ଷ ତମାମ ଭଡ଼ା ବାବଦରେ ଅର୍ଥ ବରଵାଦ କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ବିଭିନ୍ନ ସମୟରେ ଶ୍ରମିକ ସଂଗଠନ ଗୁଡ଼ିକ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀ ,ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳି ପାରି ନାହିଁ। କଳାହାଣ୍ଡି ଜିଲ୍ଲାର ଅନେକ ଶ୍ରମିକ ତଥା ଦିନ ମଜୁରିଆ ଦାଦନ ଦଲାଲ ଙ୍କ ଦ୍ୱାରା ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ନିର୍ଯ୍ୟାତନାର ଶିକାର ହେଉଥିବା ବେଳେ ଶ୍ରମବିଭାଗ ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଏପରି ବେପରୁଆ ମନୋଭାବ ଶ୍ରମିକ ତଥା ଖଟିଖିଆ ବର୍ଗ ପାଇଁ ଚିନ୍ତାର କାରଣ ହୋଇଛି। ଏଥିପାଇଁ ବିଭାଗର କେଉଁ ଅଧିକାରୀ ମାନେ ଦାୟୀ ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ଦାବି କରିଛନ୍ତି ,ଆଗାମୀ ଦିନରେ ଶ୍ରମିକ ମାନଙ୍କ ଅଭିଯୋଗ କୁ ସରକାର ଯଦି ଗୁରୁତର ସହ ବିଚାର ନ କରନ୍ତି ତାହା ହେଲେ ରାଜରାସ୍ତା କୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

ପୁର୍ବତନ ବିଜେଡି ବିଧାୟକ ଶ୍ରୀ ଅନାମ ନାଏକ ଙ୍କ ଘରେ ଭିଜିଲାନ୍ସ ଚଢାଉ !

!!! ଭବାନୀପାଟଣା ରୁ ପ୍ରତିନିଧି ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ପୁର୍ବତନ ବିଜେଡି ବିଧାୟକ ଶ୍ରୀ ଅନାମ ନାଏକ ଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି. ବର୍ତ୍ତମାନ୍ ର ଖବର ଅନୁଯାଇ ଭିଜିଲାନ୍ସ ଚଢାଉ ଜାରି ରହିଛି.

ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ; ରାସ୍ତା କାମ ନିମ୍ନମାନର ଚାଲିଥିବା ଅଭିଯୋଗ ।

!!! କଳାହାଣ୍ଡି ଜିଲ୍ଲା ରୁ ଭବାନିପାଟନା ସଦର ପ୍ରତିନିଧି ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ୍  !!!  

ଏଥର ସମ୍ଭାଳ (କଳାହାଣ୍ଡି) – ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ରାସ୍ତା ନିର୍ମାଣ ନାଁରେ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ତେବେ ଏହି ଯୋଜନା ଗୁଡିକ କେବଳ କାଗଜ କଲମରେ ସିମିତ ରହୁଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଗ୍ରାମାଞ୍ଚଳର ଲୋକେ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଆଦିବାସୀ ଅଧ୍ୟୁସିତ କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକରୁ ଏଭଳି ଏକ ଅଭିଯୋଗ ଆସିଛି। ରାସ୍ତାକାମ ନିର୍ଦ୍ଦାରିତ ସମୟ ଟପିସାରିଥିବା ବେଳେ, ନିମ୍ନ ମାନର କାମ ଚାଲିଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ଆଦିବାସୀ ଅଧ୍ୟୁସିତ କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ବ୍ଲକ ମୁଖ୍ୟାଳୟ ଆର.ଡି ରାସ୍ତା ଠାରୁ ମେଲକୁନ୍ଦେଲ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଥୁଆମୁଳ ରାମପୁରରୁ ମେଲକୁନ୍ଦେଲ ପର୍ଯ୍ୟନ୍ତ ଦୀର୍ଘ ୯ କିଲୋମିଟର ଲମ୍ବରେ ନିର୍ମାଣ ହେଉଥିବା ଏହି ରାସ୍ତା ପାଇଁ ବ୍ୟୟ ଅଟକଳ ମୁଲ୍ୟ ୭ କୋଟି , ୧୦ ଲକ୍ଷ ୭୫୨୦ ଟଙ୍କା ରହିଛି। ଏହି ରାସ୍ତା କାର୍ଯ୍ୟଟି ୪/୦୩/୨୦୧୯ ମଧ୍ୟରେ ଶେଷ ହେବାକଥା। କିନ୍ତୁ ନିର୍ଦ୍ଧାରିତ ସମୟ ସୀମାର ୯ ମାସ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ ସଂମ୍ପୂର୍ଣ୍ଣ ହୋଇପାରିନାହିଁ।

ବର୍ତ୍ତମାନ ଚାଲୁଥିବା ପିଚୁ ରାସ୍ତା କାମ ନିମ୍ନ ମାନର ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ରାସ୍ତା ତିଆରି ଶେଷ ନ ହେଉଣୁ ପିଚୁ ଉଠିବାକୁ ଲାଗିଲାଣି। ପୁର୍ବରୁ ଏହି ରାସ୍ତା ତିଆରିରେ ଦୁର୍ନୀତି ହେଉଥିବା ନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ଯାହା ଫଳରେ ଠିକାଦାର ମାଲେମାଲ ହେଉଥିବା ବେଳେ ଗ୍ରାମାଞ୍ଚଳର ଲୋକେ ଭଲ ରାସ୍ତା ଖଣ୍ଡେ ପାଇବାରୁ ବଞ୍ଚିତ ରହୁଛନ୍ତି। ସଂମ୍ପୃକ୍ତ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏବଂ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ଙ୍କ ତଦାରଖରେ ଅବହେଳା ଯୋଗୁ ଏହି ସଡକ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ମତାମତ ନେବା ପାଇଁ ଚେଷ୍ଟା କରିଥିଲେ କୌଣସି ମତାମତ ମିଳିପାରି ନାହିଁ।

ପୂର୍ଣ୍ଣ ଦରମା ଦାବୀ ରେ ହସ୍ପିଟାଲ ରେ କାର୍ଯ୍ୟରତ କର୍ମଚାରୀଙ୍କ ଆନ୍ଦୋଳନ ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ପ୍ଯାରୀଲାଲ୍ ଦୂର୍ଗାଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ଭୁବନେଶ୍ୱର ସ୍ଥିତ ଏଲ,ଏଣ୍ଡ,କେ ସର୍ଭିସ ଭୁବନେଶ୍ୱର ନିର୍ମଳ ଯୋଜନା ମାଧ୍ୟମରେ କଳାହାଣ୍ଡି ଜିଲ୍ଲା ର ମୁଖ୍ୟ ଚିକିତ୍ସାଳୟରେ କିଛି ଵ୍ୟକ୍ତିଙ୍କୁ ସଫେଇ କର୍ମଚାରୀ ଭାବେ ନିଯୁକ୍ତି ଦେଇଛି । ନିଯୁକ୍ତି ସମୟରେ ଏମାନଙ୍କୁ ୪ହଜାର୮୦୦ଶହ ଟଙ୍କା ଲେଖାଏଁ ଦରମା ଦିଆଯିବ କୁହାଯାଇଥିଲା । ପରନ୍ତୁ କାର୍ଯ୍ୟ କରିବା ପରେ ସେମାନଙ୍କୁ ୬ହଜାର ଟଙ୍କା ଦେଉଥିବା ଅଭିଯୋଗ କରିଛନ୍ତି ସଫେଇ କର୍ମଚାରୀ ।ଏହାର ପ୍ରତିବାଦ କଲେ ଏମାନଙ୍କୁ କାର୍ଯ୍ୟ ରୁ ବାହାର କରିବା ନିମନ୍ତେ ଧମକ ଦେଉଥିବା ଏପରିକି ବର୍ତ୍ତମାନ ସୁଦ୍ଧା ତିନି ମାସ ର ଦରମା ଦେଇନଥିବା ଏବଂ ଏହାର କାରଣ ଗୁଡିକ ସୁପର ଭାଇଜରଙ୍କୁ ପଚାରିଲେ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଉନଥିବା କହିଛନ୍ତି ।ପ୍ରାପ୍ୟ ଦରମା କୁ ନିଜର ଜମା ଖାତାରେ ଜମା ଦେବାକୁ କହିଲେ ମଧ୍ୟ ଜମା କରୁ ନଥିବା କୁହାଯାଇଛି । ଏହି ସମସ୍ତେ ଅଭିଯୋଗ ନେଇ ସଫେଇ କର୍ମଚାରୀ ମାନେ ସ୍ଥାନୀୟ ଜିଲ୍ଲା ପାଳ ଙ୍କୁ ଏକ ଅଭିଯୋଗ ଦରଖାସ୍ତ ଦେଇ ଆନ୍ଦୋଳନ ଆରମ୍ଭ କରିଛନ୍ତି । କର୍ମଚାରୀ ମାନେ ଆନ୍ଦୋଳନ କରିଥିଲେ ମଧ୍ୟ ସଫେଇ କାର୍ଯ୍ୟରେ ବାଧା ସୃଷ୍ଟି କରିବେ ନାହିଁ ବୋଲି କହିଛନ୍ତି । ଯଥା ଶୀଘ୍ର ଏମାନଙ୍କ ଅଭିଯୋଗର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ସନ୍ଦୋଳଙ୍କୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଭଙ୍ଗା ଦାଦାରା ଘରେ ଜୀବନ ଯାପନ; ପେଟ ପାଇଁ ମହୁରୀ ଭରଷା ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

 

ଏଥର ସମ୍ଭାଳ (ଧର୍ମଗଡ଼) – ଧର୍ମଗଡ଼ ଉପଖଣ୍ଡ କୋକସରା ବ୍ଲକ ଅଧିନ ଗତମୁଣ୍ଡା ଗ୍ରାମବାସୀ କ୍ଷେତ୍ର ଖମାରୀଙ୍କ ଘର ।ବୟସ ୪୫ ବର୍ଷ ।ରହିବା ପାଇଁ ଘରଟିଏ ନାହିଁ ।ଭଙ୍ଗା ଦଦରା କୁଡ଼ିଆରେ ପରିବାରକୁ ନେଇ ରହିଛନ୍ତି କ୍ଷେତ୍ର ଖମାରି ।ଗତ ଦୁଇ ବର୍ଷ ତଳେ ବର୍ଷାରେ ଘର ଭୁଶୁଡି ପଡିଥିବା ରୁ ପ୍ରଶାସନ ପଲ ଥିନ ଟିଏ ଯୋଗାଇ ଦେଇଛନ୍ତି ।ଘର ପଛପଟ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା ବେଳେ ଅଗପଟ କେତେବେଳେ ଯେ ଭୁଶୁଡି ପଡିବ ତାହାର ଠିକଣା ନାହିଁ।ପରିବାରର ପାତପୋଷିବା ନିମନ୍ତେ ହାତରେ ମହୁରୀଟିଏ ଧରି ଭିକ୍ଷା ବୃତ୍ତି ପାଇଁ ସକାଳୁ ବାହାରି ପଡନ୍ତି କ୍ଷେତ୍ର ଖମାରି । ସଞ୍ଜ ସୁଧା ବାର ଦୁଆରୁ ଯାହାମିଳେ ତାହାହିଁ ପରିବାରର ରୋଜଗାର । ଏଭଳି ଜୀବନ କାଟୁଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କରି ରେସନ କାର୍ଡ ଟିଏ ନାହିଁ ।ସରକାରଙ୍କର କୌଣସି ଯୋଜନାରେ ସେ ଅନ୍ତର୍ଭୁକ୍ତ ନାହାଁନ୍ତି।ଏଭଳି ପରିସ୍ଥିରେ ମାନସିକ ରୋଗ ଗ୍ରସ୍ତ ପୁଅତିର ଭାର ଖମାରି ଙ୍କ ଉପରେ ।ଏହି ଅସହାୟ ଅବସ୍ଥାରେ ଖମାରୀଙ୍କ ପରିବାର କୁ ଜିଲ୍ଲା ପ୍ରଶାସନ ସହାୟତା ଯୋଗାଇଦେବା ଆବଶ୍ୟକ ହୋଇପଡ଼ିଛି ।