କ୍ରୁଷକ ହତ୍ଯା ବିରୁଦ୍ଧରେ ଅଖିଳ ଭାରତ କ୍ରୁଷକ ସଭା ପକ୍ଷରୁ ପ୍ରତିବାଦ ଓ ମୋଦି ଯୋଗୀଙ୍କ କୁଶ ପୁତ୍ତଳିକା ଦାହ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(କଳାହାଣ୍ଡି)- ଗତ ୩ ତାରିଖ ଦିନ ୟୁପିର ଲକ୍ଷୀମପୁର ସ୍ଥିତ ଖୀରୀ ଠାରେ ଆନ୍ଦୋଳନରତ କ୍ରୁଷକଙ୍କ ଉପରେ କେନ୍ଦ୍ର ଗ୍ରୁହରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଗାଡି ଚଢାଇ ହତ୍ଯା କରିଥିବା ଅଭିଯୋଗ ହେବାପରେ ସମଗ୍ର ଦେଶରେ ପ୍ରତିବାଦର ସ୍ୱର ଉଠୁଥିବା ଦେଖିବାକୁ ମିଳିଛି। ଏହାର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ମଧ୍ଯ ଦେଖାଯାଇଛି। ଅଖିଳ ଭାରତ କ୍ରୁଷକ ସଭା ଓ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଭବାନିପାଟଣା ସହରର ଭିନ୍ନ ଭିନ୍ନ ସ୍ଥାନରେ ୫ତାରିଖ ଦିନ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିଲା। ଅଖିଳ ଭାରତ କ୍ରୁଷକ ସଭା ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକଠାରେ ସଂଗଠନର ଜିଲ୍ଲା କାର୍ଯ୍ୟକର୍ତ୍ତା କମ୍ରେଡ଼ ନବ ପଟ୍ଟନାୟକ, ଦାମୋଦର ବେହେରା, ଅଗଷ୍ଟ ନାଏକ, ଗୌର ଚନ୍ଦ୍ର ନାଏକ, ସଞ୍ଜୟ ସୁନାନୀ, ଜୀବନ ପ୍ରଦୀପ ବାଗ ଓ ଅନ୍ୟମାନେ ବିଜେପି ସରକାର ତଥା ମୋଦି ଓ ଯୋଗୀଙ୍କୁ କଡା ସମାଲୋଚନା କରିଥିଲେ ।

ସେହିପରି ଭବାନିପାଟଣା ସହରର କଲେଜଛକ ଠାରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁଶାନ୍ତ କୁମାର ପ୍ରଧାନୀ ଙ୍କ ନେତୃତ୍ବରେ ବିକ୍ଷୋଭ କରି ପ୍ରତିବାଦ କରାଯାଇଥିଲା। ଏଥିରେ ରାଜ୍ଯ ଯୁବ କଂଗ୍ରେସ ସମ୍ପାଦକ ମହମ୍ମଦ ସାହେବ, ଟାଉନ କଂଗ୍ରେସ କାର୍ୟ୍ଯ କାରିଣୀ ସଭାପତି ସରୋଜବାଗ, ବରିଷ୍ଠ ନେତା ବ୍ରଜ ସାହୁ, ସୁନୀଲ ନାଏକ, ସରୋଜ ନାଏକ, ଯୁବ କଂଗ୍ରେସ ଉପସଭାପତି ମନ୍ଦାକିନୀ ବାଣୁଆ, ଯାଜ୍ଞସେନୀ, ସୁମନ୍ତ ରଣା, ସୁନୀଲ ମାଝି, ଅନନ୍ତ ନାଏକ, ଯୁବରାଜ ଭଇଁସାଲ, ମାନସ ମହାନନ୍ଦ ଓ ଆଶିଷ ଭଇଁସାଲ ପ୍ରମୂଖ ଉପସ୍ଥିତ ଥିଲେ।

ଭିଜିଲାନ୍ସ ଜାଲରେ ଲାଞ୍ଜିଗଡ଼ ସିଡିପିଓ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(କଳାହାଣ୍ଡି)- ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଲାଞ୍ଜିଗଡ଼ ସିଡିପିଓ ମୀନା କୁମାରୀ ପାତ୍ର।ଆଜି ତାଙ୍କ ବିଶ୍ଵନାଥପୁର ସ୍ଥିତ କାର୍ଯ୍ୟାଳୟରେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦଳ ତାଙ୍କୁ ଗିରଫ୍ କରିଛି।ଏବେ ତାଙ୍କ କାର୍ଯ୍ୟାଳୟ ଚଢାଉ ଜାରି ରହିଥିବା ବେଳେ ଲାଞ୍ଜିଗଡ଼ ବ୍ଳକ ଅଞ୍ଚଳର ୫ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ୧୧ ଲକ୍ଷ ୬୯ ହଜାର ଟଙ୍କା ଛତୁଆ ବିଲ ବାବଦକୁ ସେ ୮୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହା ପରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିବା ବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଧରିବା ପାଇଁ ଜାଲ ବିଛା ଯାଇଥିଲା।

ଆଜି ସେ ତାଙ୍କ ବିଶ୍ୱନାଥ ପୁର ସ୍ଥିତ କାର୍ଯ୍ୟାଳୟ ସେ ୮୦ ହଜାର ଟଙ୍କା ସଂପୃକ୍ତ ମହିଳା ଗୋଷ୍ଠୀ ମାନଙ୍କ ଠାରୁ ଗ୍ରହଣ କରୁଥିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ୮୦ ହଜାର ଟଙ୍କା ସହିତ କାବୁ କରିଛନ୍ତି। ଆଜି ଭିଜିଲାନ୍ସ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଭବାନୀପାଟଣା ଭିଜିଲାନ୍ସ ଦଳ ତାଙ୍କ କାର୍ଯ୍ୟାଳୟ ଚଢାଉ କରିଛି। ତେବେ ତାଙ୍କର ସମ୍ପତ୍ତି ଆକଳନ କରାଯାଇ ପାରିନ ଥିବା ବେଳେ ଅନ୍ୟ ଟିମ୍ ମାନେ ଅନ୍ୟ ସ୍ଥାନରେ ମଧ୍ୟ ଚଢାଉ ଜାରି ରଖିଥିବା ଭିଜିଲାନ୍ସ ଦଳ ସୂଚନା ଦେଇଛନ୍ତି। ଏପର୍ୟ୍ଯନ୍ତ ଚଢାଉ ଜାରି ରହିଥିବାରୁ ଅଧିକ କିଛି ସୂଚନା ମିଳିପାରି ନାହିଁ। ଭିଜିଲାନ୍ସ ଜାଲରେ ସିଡିପିଓ ମିନା କୁମାରୀ ପାତ୍ର ପଡିବା ପରେ ବିଶ୍ୱନାଥପୁର ତଥା ଲାଞ୍ଜିଗଡ଼ ବ୍ଳକ ଅଞ୍ଚଳରେ ଥିବା ସିଡିପିଓ କାର୍ଯ୍ୟାଳୟର କର୍ମକର୍ତ୍ତା ତଥା ମହିଳା ସୁପର ଭାଇଜର ମାନଙ୍କ ମନରେ ଛନକା ପଶିଯାଇଛି।

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଅବ୍ୟବସ୍ଥାକୁ ନେଇ ଗ୍ରାହକଙ୍କ ଅସନ୍ତୁଷ୍ଟ ; ବିଜୁଜନତା ଦଳ ନେତୃତ୍ୱରେ ବିକ୍ଷୋଭ ।

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(କଳାହାଣ୍ଡି)- ଗ୍ରାହକଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବାରେ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକ ଆଗରେ ବୋଲି ସଂସ୍ଥା ଗୁଡ଼ିକ ଡିଣ୍ଡିମ ପିଟୁଥିବା ବେଳେ, କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ଠାରେ ଅବସ୍ଥିତ ଏକମାତ୍ର ରାଷ୍ଟ୍ରାୟତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ କିନ୍ତୁ ଗ୍ରାହକଙ୍କୁ ତ୍ଵରିତ ସେବା ଯୋଗାଇ ଦେବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ବ୍ୟାଙ୍କ ଅଧିକାରୀ ମାନଙ୍କ ମନୋମୂଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ସ୍ଥାନୀୟ ଅଞ୍ଚଳବାସୀ ଏହା ବିରୋଧରେ ଗତ ୪ ତାରିଖ ଦିନ ବିଜୁଜନତା ଦଳ ପକ୍ଷରୁ ବିଶାଳ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଗ୍ରାହକ ମାନଙ୍କୁ ଆଧାର ଲିଙ୍କ୍,କେୱ୍ଵାସି, ନୂତନ ପାସବୁକ୍ ଖୋଲିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ସେହିପରି ବ୍ୟାଙ୍କରେ ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ଅଭାବ ସହିତ ଗ୍ରାହକ ମାନଙ୍କୁ କର୍ମଚାରୀ ମାନଙ୍କ ବେପରୁଆ ମନୋଭାବକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଗ୍ରାମାଞ୍ଚଳ ରେ ଥିବା ଗ୍ରାହକ ସେବାକେନ୍ଦ୍ର ଗୁଡ଼ିକରେ ଉପଯୁକ୍ତ ସେବା ମିଳୁ ନ ଥିବା ଯୋଗୁଁ ବହୁ ଦୂରଦୂରାନ୍ତରୁ ପିଲାଛୁଆଙ୍କୁ ଧରି ମହିଳା ମାନେ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ଥୁଆମୂଳ ରାମପୁର ବିଜୁଜନତା ଦଳର ବ୍ଳକ ସଭାପତି କପିଳାଶ ନାଏକ,ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ମାଣିକ୍ୟ ଚନ୍ଦ୍ର ନାଏକଙ୍କ ନେତୃତ୍ବରେ ଜିଲ୍ଲା ପରିଷଦ ସଦସ୍ୟ (ଜୋନ-୨) ଦୟାନିଧି ମାଝୀ,ପି ଏସ୍ ମେମ୍ବର ପବିତ୍ର ନାଏକ, ଚେୟାରମେନ ସୁକାନ୍ତି ମାଝୀ, ମହେନ୍ଦ୍ର ମାଝୀ,ଅଙ୍ଗଦ ନାଏକ,ଜଗଦୀଶ ମାଝୀ,ସନାତନ ମାଝୀ, ରମାକାନ୍ତ ନାଏକ,ସୁଜାନ ନାଏକ, ସୁଶାନ୍ତ ମାଝୀ, ଗୋବିନ୍ଦ ବାଣୁଆ ପ୍ରମୁଖ ଙ୍କ ସମେତ ଶତାଧିକ ଲୋକେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବ୍ୟାଙ୍କ ପରିଚାଳକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଶାନ୍ତି ଓ ନ୍ୟାୟର ବାର୍ତ୍ତା ନେଇ ପଦଯାତ୍ରାକରି କଳାହାଣ୍ଡିରେ ପହଞ୍ଚିଲେ ଏକତା ପରିଷଦର ସଂସ୍ଥାପକ ପି. ଭି.ରାଜଗୋପାଲ ।

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(କଳାହାଣ୍ଡି)- ଦେଶରେ ଜାତିର ଜନକ ତଥା ଅହିଂସାର ପୂଜାରୀ ଗାନ୍ଧିଜୀଙ୍କ ଶାନ୍ତି ଓ ନ୍ୟାୟର ବାର୍ତ୍ତା ନେଇ ପି.ଭି.ରାଜଗୋପାଳ (ରାଜାଜୀ) କଳାହାଣ୍ଡି ଜିଲ୍ଲାରେ ଗତ ତା୨୮/୦୯/ ୨୦୨୧ରିଖ ଦିନ ଭବାନୀପାଟଣା ସ୍ଥିତ ରାଜଗୋପାଲ ନଗର ଠାରେ ପହଞ୍ଚିଛନ୍ତି। ଏକତା ପରିଷଦର ଜିଲ୍ଲା ସଂଯୋଜକ ସରୋଜ ବାଗ ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।ଅନ୍ତଃରାଷ୍ଟ୍ରୀୟ ଶାନ୍ତି ଦିବସ ଭାବେ ପାଳିତ ହୋଇ ଆସୁଥିବା ସେପ୍ଟେମ୍ବର ୨୧ ତାରିଖ ରୁ ଗାନ୍ଧୀଜୀ ଙ୍କ ଜନ୍ମଦିବସ ଅକ୍ଟୋବର ୨ ତାରିଖ ଯାଏଁ ପ୍ରତିବର୍ଷ ଦେଶର ୧୦୦ଟି ଜିଲ୍ଲାରେ ଏକାଥରେ ପାଳନ କରାଯାଇଥାଏ।ଶୋଷଣ ଓ ଭ୍ରଷ୍ଟାଚାର ମୁକ୍ତ ତଥା ସମାଜରେ ଗରୀବି, ଅସମାନତା, ହିଂସା କୁ ଦୂର କରି ଭୟମୁକ୍ତ ସମାଜ ଗଠନ କରିବା ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ। ଏଥିରେ ଏକତା ପରିଷଦର ଜାତୀୟ ସଂଯୋଜକ ରମେଶ ଶର୍ମା, ଜାତୀୟ କମିଟି ସଦସ୍ୟ ଭାରତ ଭୂଷଣ ଠାକୁର, ପରିଷଦର ସଦସ୍ୟ ବରୁଣ ଅଭିଷେକ, ରାଜ୍ୟ ସଂଯୋଜକ ବିଜୟ ପ୍ରଧାନ, ବରିଷ୍ଠ ସଦସ୍ୟ କାହ୍ନୁ ମହାନ୍ତି, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ମହମ୍ମଦ ସାହେବ,ଜନମ୍ ମାଟି ସୁରକ୍ଷା ସମିତି ଗିରିଧାରୀ ପାତ୍ର, ଆଦିବାସୀ ନେତା ପରମାନନ୍ଦ ମାଝୀ, ବରିଷ୍ଠ ଆଇନଜୀବି ତଥା ସମାଜସେବୀ ସିଦ୍ଧାର୍ଥ ନାୟକ, ସାମ୍ବାଦିକ ମଧୁସୂଦନ ମହାପାତ୍ର, ଜଗନ୍ନାଥ ନାଏକ,ଦୁଃଖିଶ୍ୟାମ ପ୍ରଧାନ, କଂଗ୍ରେସର ଟାଉନ୍ ସାଧାରଣ ସମ୍ପାଦକ ରେହମାନ ଅଲ୍ଲୀ ଖାଁ, ନବୀନ ସାହୁ, ଏକତା ପରିଷଦ ସଂଗଠନ ର ମନ୍ଦାକିନୀ ବାଣୁଆ, ଚିନ୍ମୟୀ ବେହେରା, ମନୀଷା ସାଧକ ଏବଂ ସ୍ଥାନୀୟ ରାଜଗୋପାଳ ନଗରବାସୀ ଉପସ୍ଥିତ ଥିଲେ।

ସଂଯୁକ୍ତ କିଷାନ ମୋର୍ଚ୍ଚା ର ବନ୍ଦ ଡାକରା , କଳାହାଣ୍ଡିରେ ବନ୍ଦର ପ୍ରଭାବରେ ସାଧାରଣ ଜୀବନଯାତ୍ରା ବ୍ୟାହତ।

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମରଲିଆ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ(କଳାହାଣ୍ଡି) – କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ କୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଥିଲା। ଜିଲ୍ଲାର ଜୟପାଟଣା, ଜୁନାଗଡ଼, କୋକସରା, ଧର୍ମଗଡ,ଥୁଆମୂଳ ରାମପୁର , କଲମପୁର, କେସିଙ୍ଗା , ଗୋଲାମୁଣ୍ଡା ସମେତ ଜିଲ୍ଲା ସଦରମହକୁମା ଭବାନୀପାଟଣା ଠାରେ ମଧ୍ୟ ଏହାର ପ୍ରଭାବରେ ସାଧାରଣ ଜୀବନଯାତ୍ରା ଏକପ୍ରକାର ଠପ୍ ହୋଇଯାଇଛି। ବନ୍ଦରେ ସାମିଲ ସଂଗଠନ ଗୁଡ଼ିକ ସରକାରଙ୍କ ଜନବିରୋଧୀ କଳା କୃଷି ଆଇନ କୁ ରଦ୍ଦ କରି ଏମ୍ ଏସ୍ ପି କୁ ପୁନଃ ପ୍ରଚଳନ କରିବା, ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧିକୁ ରୋକିବାରେ ବିଫଳ ହେବା, ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକୁ ଘରୋଇକରଣ,ବେରୋଜଗାର, ଶିକ୍ଷା, ସ୍ଵାସ୍ଥ୍ୟ, ନିଯୁକ୍ତି ପ୍ରତ୍ୟେକ କ୍ଷେତ୍ରରେ ବିଫଳ ହୋଇଥିବା ଅଭିଯୋଗ କରି ଆଜିର ଏହି ବନ୍ଦ ଡାକରା ଦେଇଛନ୍ତି।

କଳାହାଣ୍ଡିରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ଡାକରାକୁ ବିରୋଧୀ କଂଗ୍ରେସ ଦଳ ବ୍ୟତୀତ ଭୀମ ଆର୍ମୀ ଭାରତ ଏକତା ମିଶନ‌ ପକ୍ଷରୁ ରାଜ୍ୟ ଉପ-ସଭାପତି ଆଶିଷ ରଞ୍ଜନ ନାଏକ, ସଞ୍ଜୟ ମେହେର, ସିପିଆଇ (ଏମ୍) ନେତା ପୂର୍ଣ୍ଣ ପ୍ରଧାନ,ଏ ଆଇ ୱଇ ଏଫ୍ ର ଜିଲ୍ଲା ସଭାପତି ଅଗଷ୍ଟ ନାଏକ, ସଞ୍ଜୟ ସୁନାନୀ, ସୁରେଶ ଚନ୍ଦ୍ର ମାଝୀ, ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତି କର୍ଲାପାଟ ସତ୍ୟ ମାହାର ,ବ୍ରିଟିଶ କୁମାର,ଏ ଆଇ ସି ଟି ୟୁ ର ବିଶ୍ଵଜିତ ଚାଟାର୍ଜୀ, ନବ ପଟ୍ଟନାୟକ, ଶ୍ରମିକ ନେତା ଗୌର ନାଏକ,ଚନ୍ଦନ ଓ. ଏସ୍.ଆର.ୟୁ ର ଜିଲ୍ଲା ଉପ-ସଭାପତି ହେମନ୍ତ ପଣ୍ଡା,ସଂପାଦକ ପ୍ରାବଲ୍ୟ ପ୍ରୀତି ରଞ୍ଜନ ଦାସଙ୍କ ସମେତ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ। ଭବାନୀପାଟଣା ସହରର ନକଟିଗୁଡା ଛକ,ଘୋଡାଘାଟ ଛକ, କଲେଜ ଛକ ଠାରେ ରାସ୍ତା ଅବରୋଧ କରିଥିଲେ। ସେହିପରି ପିକେଟିଂ କରି ସରକାରୀ କାର୍ଯ୍ୟାଳୟ ଓ ଦୋକାନ ବଜାର ବନ୍ଦ କରିଦେଇ ଥିଲେ। ସ୍ଵାସ୍ଥ୍ୟସେବା ଭଳି ଜରୁରୀକାଳୀନ ସ୍ଥିତି ରେ ହିଁ ଯାନବାହାନ ଚଳାଚଳ କରିଥିଲା। ବିକ୍ଷୋଭକାରୀମାନେ ସରକାରଙ୍କ ଜନବିରୋଧୀ ନୀତି ର କଡ଼ା ସମାଲୋଚନା କରି ସ୍ଲୋଗାନମାନ ଦେଇଥିଲେ ।

କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ତୈଳ , ଖାଉଟି ସାମଗ୍ରୀ ର ଦରବୃଦ୍ଧି ଓଅଭାବୀ ଧାନ ବିକ୍ରି ଓ ପ୍ରତିବାଦରେ କଂଗ୍ରେସର ପ୍ରତିବାଦ ସଭା ।

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସର୍ମାଲିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କଳାହାଣ୍ଡି)- ସମଗ୍ର ଦେଶରେ ଲୋକେ କୋରୋନା ମହାମାରୀ କବଳରେ ପଡ଼ି ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଅପାରଗ କେନ୍ଦ୍ର ସରକାରଙ୍କ ଜନବିରୋଧୀ ତଥା ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ନୀତି “ବେଡି ଉପରେ କୋରଡ଼ା ମାଡ଼ ” ସଦୃଶ ସାଜିଛି। ଏହାର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟିର ନିର୍ଦେଶ କ୍ରମେ ସାରା ରାଜ୍ୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଳକ ଠାରେ ପ୍ରତିବାଦ ସଭାମାନ ଅନୁଷ୍ଠିତ ହୋଇଯାଇଛି। ଆଜି ଭବାନୀପାଟଣା ସଦର ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ପ୍ରତିବାଦ ସଭାରେ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ବ୍ଳକ ସଭାପତି ସୁବାଷ ପ୍ରଧାନ, ଟାଉନ ସଭାପତି ସିଦ୍ଧାର୍ଥ ନାୟକ, କାର୍ଯ୍ୟକାରୀ ସଭାପତି ସରୋଜ ବାଗ, ରାଜ୍ୟ ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ମହମ୍ମଦ ସାହେବ, ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ମାଣିକ୍ୟ ସୁନା, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସୁକାନ୍ତି ସରାଫ ଙ୍କ ସମେତ ପୂର୍ବତନ ଟାଉନ ସଭାପତି ନିମାଞ୍ଚଳ ନାଏକ, ସୁରେଶ ପଟ୍ଟନାୟକ,ପିଣ୍ଟୁ ଅଗ୍ରୱାଲ ଓ ସୁରୁ ଧଙ୍ଗଡା ମାଝୀ ପ୍ରମୂଖ ଉପସ୍ଥିତ ଥିଲେ। ବକ୍ତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବିପର୍ଯ୍ୟସ୍ତ ଅର୍ଥ ବ୍ୟବସ୍ଥା, ବେରୋଜଗାରୀ, କୃଷକ ବିରୋଧୀ କଳା ଆଇନକୁ ନେଇ କଡ଼ା ସମାଲୋଚନା କରିଥିଲେ। ଆଗାମୀ ଦିନରେ କେନ୍ଦ୍ର ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ନ ନେଲେ ପ୍ରତିବାଦ କୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି ପ୍ରତିବାଦ ସଭାକୁ ଜିଲ୍ଲା ଉପ-ସଭାପତି ଉଛ୍ଛବ ସାହୁ ପରିଚାଳନା କରିଥିଲେ।

ସର୍ବଭାରତୀୟ ସ୍ତରରେ ଟପ୍ପର ଆଇଟିଆଇ ଦୁଇ ଛାତ୍ର ଛାତ୍ରୀ ସମ୍ବର୍ଦ୍ଧିତ।

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (କଳାହାଣ୍ଡି)- ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ବେ ଗତ ୨୦୨୦ ମସିହାରେ ସର୍ବଭାରତ ସ୍ତରରେ ଅନୁଷ୍ଠିତ ଅଲ୍ ଇଣ୍ଡିଆ ଟ୍ରେଡ ଟେଷ୍ଟ (AITT) ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ( ITI) ର ଉଭୟ ବର୍ଗରେ ଦୁଇ ଜଣ ଛାତ୍ରଛାତ୍ରୀ ଦେଶରେ ଟପ୍ପର ହୋଇ ସମଗ୍ର ଜିଲ୍ଲାକୁ ଗୌରବାନ୍ଵିତ କରିଛନ୍ତିି। ଦୁଇ ଜଣଙ୍କ ମଧ୍ୟରେ ଯଥାକ୍ରମେ ଝିଅଙ୍କ ମଧ୍ୟରେ ଯଥାକ୍ରମେ ପୂଜା ମାହାର ଓ ପୁଅଙ୍କ ମଧ୍ୟରେ ସାଈଚରଣ ଦାସ ଅଟନ୍ତି। ତାଙ୍କର ଏହି ସଫଳତାରେ ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ୍ (ଏ ଓ ଏସ ସି ଏଫ୍) କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ସହର ସ୍ଥିତ ଆମ୍ବେଦକର ଭବନରେ ଉଭୟଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏ

ଥିରେ ଫେଡେରେସନ୍ ର ସଭାପତି ଧନଞ୍ଜୟ ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଫେଡେରେସନ୍ ର ଉପଦେଷ୍ଟା ମୁକୁନ୍ଦ ନିଆଲ,ବସନ୍ତ ନାଏକ,ତିଲକ ରାମ ନିଆଲ, ଯୋଗେଶ୍ୱର ସାଗର, କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, ଉପ-ସଭାପତି ବିଭୀଷଣ ନାଏକ, ସାଧାରଣ ସମ୍ପାଦକ ଯତୀନ୍ଦ୍ର କର, ସଂପାଦକ ଇନ୍ଦ୍ରମଣି ବାଗ, କୋଷାଧ୍ୟକ୍ଷ ଚୈତନ୍ୟ ବେମାଲ ଙ୍କ ସମେତ ରତ୍ନାକର ବେମାଲ, ସଞ୍ଜୟ ନିଆଲ, ଢଗଢମାଳି ନାଏକ, ଜ୍ୟୋତି ପ୍ରକାଶ ମହାନନ୍ଦଙ୍କ ସମେତ ବହୁ ସଦସ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଜିଲ୍ଲାର ଉଭୟ କୃତୀ ସନ୍ତାନଙ୍କୁ ତାଙ୍କର ଆଗାମୀ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଉଭୟେ ନିଜର ପାରିବାରିକ ଜୀବନରେ ଘୋର ସମସ୍ୟାର ସମ୍ମୁଖୀନ ହୋଇଥିଲେ ହେଁ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଏହି ସଫଳତା ହାସଲ କରିଥିବା ଯୋଗୁଁ ଉପସ୍ଥିତ ସଦସ୍ୟ ଓ କର୍ମକର୍ତ୍ତା ମାନେ ସାଧୁବାଦ ଜଣାଇଥିଲେ। ଭବିଷ୍ୟତରେ ତାଙ୍କର ଶିକ୍ଷା କ୍ଷେତ୍ରରେ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପାଇଁ ସଂଗଠନ ପୂର୍ଣ୍ଣ ପ୍ରାଣରେ ସହଯୋଗ ର ହାତ ବଢ଼ାଇବା ପାଇଁ ଆଗେଇ ଆସିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ।

ନକଲି ଔଷଧ କାରବାର କୁ ନେଇ ଖୋଲତାଡ଼ ଆରମ୍ଭ ,୨ଟି ସଂସ୍ଥା ଉପରେ ଚଢ଼ାଉ ।

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କଳାହାଣ୍ଡି) – ଦେଶରେ କୋରୋନା ମହାମାରୀ ଯୋଗୁଁ ସାଧାରଣରେ ଭୟ ଓ ଆତଙ୍କର ବାତାବରଣ ବୃଦ୍ଧି ପାଇଥିବା ବେଳେ ନକଲି ଔଷଧ କାରବାର କୁ ନେଇ ଜିଲ୍ଲାବାସୀ ହତଚକିତ ହୋଇ ପଡିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ନକଲି ଔଷଧ କାରବାର ଘଟଣା ଦେଖିବାକୁ ମିଳିଥିବାରୁ ଲୋକେ ଔଷଧ ର ନକଲି ବ୍ୟବସାୟ କଳାହାଣ୍ଡି ଜିଲ୍ଲାରେ ଜଣାପଡ଼ିବା ପରେ ଔଷଧ ଦୋକାନ ଉପରେ ଥିବା ବିଶ୍ଵାସରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବି କରିଛନ୍ତି। ପ୍ରଶାସନ ଜିଲ୍ଲାରେ ନକଲି ଔଷଧ କାରବାର ର ଖୋଲ ତାଡ଼ ହେବା ସହ ଦୁଇ ସଂସ୍ଥା ଉପରେ ଚଢ଼ାଉ କରାଯାଇଛି।

ହିମାଚଳ ପ୍ରଦେଶରୁ ନକଲି ଔଷଧ ଆଣି ବିକ୍ରି କରୁଥିବା ଅଭିଯୋଗ ରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଷ୍ଟ ଓ ଧର୍ମଗଡ଼ ସ୍ଥିତ ଜୟହିନ୍ଦ ଟେଡର୍ସ ଉପରେ ଚଢ଼ାଉ ହୋଇଥିଲା।ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ସ୍ଥାନୀୟ ପୋଲିସ ଚଢ଼ାଉ କରିଥିଲା।ତେବେ ଚଢ଼ାଉ ବେଳେ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ସହ ଔଷଧ ଜବତ ହୋଇଥିବା ଜଣା ପଡେ। ସୂଚନାଯୋଗ୍ୟ ଯେ , କଟକ ଲିଙ୍କ ପରେ ନକଲି ଔଷଧ ଉପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଖୋଲତାଡ଼ ସହ ଚଢ଼ାଉ ପ୍ରକ୍ରିୟା ଜାରୀରହିଛ।

ଏମ.ଜି.ଏନ୍.ଆର୍.ଜି.ଏ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ ; ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା।

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କଳାହାଣ୍ଡି) – ରାଜ୍ୟରେ କୋରୋନା ମହାମାରୀ ଯୋଗୁଁ ଗ୍ରାମାଞ୍ଚଳରେ ଲୋକେ କାମଧନ୍ଦା ନ ପାଇ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ଏଭଳି ସମସ୍ୟାର ମୁକାବିଲା ପାଇଁ ଲୋକଙ୍କୁ ନିଜ ଗାଁ ରେ କାମ ଯୋଗାଇ ଦେବାକୁ ଏମ୍ ଜି ଏନ୍ ଆର୍ ଇ ଜି ଏସ୍ ମାଧ୍ୟମରେ ରୋଜଗାର କରି ଜୀବିକା ନିର୍ବାହ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ହେଲେ ଏହି ଯୋଜନାରେ ଗରୀବ ଖଟିଖିଆ ମାନେ କିପରି ଉପକୃତ ହେଉଛନ୍ତି ତାହାର କିନ୍ତୁ ସରକାର କୌଣସି ନିଘା ନେଉ ନ ଥିବାରୁ ସ୍ଥାନୀୟ ଅଧିବାସୀମାନଙ୍କ ମନରେ କ୍ଷୋଭ ଜାତ ହେଉଥିବା ଘଟଣା ଦେଖିବାକୁ ମିଳିଛି। ଖବର ନେବାରୁ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଓ ଅନଗ୍ରସର ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମାଳିଗାଁ ପଞ୍ଚାୟତ ରେ ଏଭଳି ଏକ ଘଟଣା ଲୋକଲୋଚନକୁ ଆସିବା ପରେ ଚର୍ଚ୍ଚା ର ବିଷୟ ହୋଇଛି। ଏହି ଯୋଜନାରେ ପ୍ରାୟ ୬ଲକ୍ଷ ଟଙ୍କାର ଦୂର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମାଳିଗାଁ ପଞ୍ଚାୟତ ଅନ୍ତର୍ଗତ ଭାଲୁଘାଟି ଡଙ୍ଗର ରେ ୧୦ ହେକ୍ଟର ଜମିରେ ଜଳ ସଂରକ୍ଷଣ ନିମନ୍ତେ ଏକ ପ୍ରକଳ୍ପ ହାତକୁ ନିଆ ଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ତା ୨୯ .୧୧.୨୦୨୦ରିଖ ଠାରୁ ତା୧୨.୧୨.୨୦୨୦ ରିଖ ପର୍ଯ୍ୟନ୍ତ ୧୪ ଦିନ ପାଇଁ ୪୦ ଜଣ ଶ୍ରମିକ, ଦ୍ଵିତୀୟ ପର୍ଯ୍ୟାୟରେ ତା ୧୪.୧୨.୨୦୨୦ ରୁ ତା ୨୯.୧୨.୨୦୨୦ରିଖ ଯାଏଁ ୧୬ ଦିନ ପାଇଁ ୭୫ ଜଣ ଶ୍ରମିକ ଓ ତୃତୀୟ ପର୍ଯ୍ୟାୟ ରେ ତା ୦୯. ୦୧.୨୦୨୧ରିଖ ରୁ ତା୨୪.୦୧.୨୦୨୧ରିଖ ଯାଏଁ ୩୪ ଜଣ ଶ୍ରମିକ ନିୟୋଜିତ କରି ସମୁଦାୟ ପ୍ରାୟ ୬ ଲକ୍ଷ ଟଙ୍କା ମଜୁରୀ ବାବଦକୁ ପୈଠ କରାଯାଇଥିବା ଜଣାପଡ଼ିଛି। ଏହି କାର୍ଯ୍ୟରେ ଗାଁ ସାଥି ଭାବେ କାର୍ଯ୍ୟ କରୁଥିବା ଜୟଗଉଡ ଓ କମ୍ୟୁନିଟି ମୋବିଲାଇଜର୍ (ସି ଏମ୍) ତିଳୋତ୍ତମା ଗଉଡ ଉଭୟେ ଚଞ୍ଚକତା କରିଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଜିଲ୍ଲାପାଳ ଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଉଭୟେ ଗାଁ ସାଥି ଓ ସିଏମ୍ ମନଇଛା ପଡୋଶୀ ନବରଙ୍ଗପୁର ଜିଲ୍ଲା ରେ ବାସ କରୁଥିବା ନିଜ ସମ୍ପର୍କୀୟ ଙ୍କ ନାମରେ ଜବ୍ କାର୍ଡ କରି ବ୍ୟାଙ୍କ ରେ ପାସବୁକ୍ ଖୋଲି ଅର୍ଥ ହରିଲୁଟ୍ କରିଥିବା ଗ୍ରାମବାସୀ ଅଭିଯୋଗ କରନ୍ତି। ଏପରିକି ଶ୍ରମିକଙ୍କ ମଧ୍ୟରୁ କିଛି ଲୋକ ମୃତ୍ୟୁବରଣ କରିଥିବା ବେଳେ ସମସ୍ତଙ୍କ ପାସବୁକ୍ ଓ ଏଟିଏମ୍ କାର୍ଡ ରଖି ମନଇଛା ଟଙ୍କା ଉଠାଉଥିବା ଅଭିଯୋଗ କରିଛନ୍ତି। ଏସଂକ୍ରାନ୍ତରେ ସ୍ଥାନୀୟ ବ୍ଳକ ପ୍ରଶାସନ, ପୋଲିସଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଆହୁରି ମଧ୍ୟ ଆଶ୍ଚର୍ଯ୍ୟର ବିଷୟ ଯେ ସବୁବେଳେ କଥା କଥାରେ ନିଜ କାର୍ଯ୍ୟରେ ସ୍ଵଛ୍ଛତାକୁ ଅଗ୍ରାଧିକାର ଦେଉଥିବା ବ୍ୟାଙ୍କ ମଧ୍ୟ କିପରି ପାସବୁକ୍ ଖୋଲିବା ବେଳେ ଦୃଷ୍ଟି ଦେବାରେ ଅବହେଳା ଓ ବେପରୁଆ କରିଛି ତାହା ମଧ୍ୟ ସନ୍ଦେହ ଘେରରେ। ହେଲେ ଜିଲ୍ଲାରେ ଲକଡାଉନ୍ ଲାଗିରହିଥିବା ଯୋଗୁଁ ଅଭିଯୋଗ କାରୀ ଡାକଯୋଗେ ଅଭିଯୋଗ ପତ୍ର ପଠାଇଥିବା ଜଣାପଡିଛି।

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ..!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମରଲିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କଳାହାଣ୍ଡି) – କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବଡ଼କର୍ଲାକୋଟ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ନିରାକାର ନାଏକଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଛି। ଜୟପାଟଣା ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁଯାୟୀ, ନିରାକାର ନାଏକ ବଡ଼କାର୍ଲକୋଟ ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ମୁଖୀଗୁଡ଼ା ସ୍ଥିତ ଇରିଗେସନ କଲୋନୀର ସେକ୍ଟର ୨ରେ ରହୁଥିଲେ। ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳା ମଧ୍ୟ ଇରିଗେସନ କଲୋନୀରେ ରହନ୍ତି। ଗତ ମାସ ୨୮ ତାରିଖରେ ଏହି ବିବାହିତ ମହିଳା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ନିରାକାର ତାଙ୍କୁ ଦୁଷ୍କର୍ମ କରିଥିଲେ। ଘଟଣା ସଂପର୍କରେ ଜୟପାଟଣା ଥାନାରେ ଏତଲା ଦିଆଯାଇଥିଲା। ଅଭିଯୋଗକୁ ଭିତ୍ତି କରି ଜୟପାଟଣା ପୁଲିସ୍ ତଦନ୍ତ କରି କାର୍ଯ୍ୟନିର୍ବାହୀ ଅଧିକାରୀ ନିରାକାର ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଧର୍ମଗଡ଼ ଡିଏସ୍‌ପି ଧୀରଜ କୁମାର ଚୋପଦାର କହିଛନ୍ତି।