କୃଷି ମହା ବିଦ୍ୟାଳୟ ପରିସରରେ ବିଶ୍ଵ ମୃତ୍ତିକା ଦିବସ ପାଳିତ….!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂହ ଙ୍କ ରିପୋର୍ଟ !!!

 

ଏଥର ସମ୍ଭାଳ (ଭବାନୀପାଟଣା) – ସ୍ଥାନୀୟ କୃଷି ମହା ବିଦ୍ୟାଳୟ ପରିସରରେ ଥିବା ଏ ଡି ଆର ଆର ଟି ଟି ଏସ ସଭା ଗୃହରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମୋଦ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଉତ୍ସବ ରେ ଅତିରିକ୍ତ କୃଷି ନିର୍ଦ୍ଦେଶକ ତଥା ମୃତ୍ତିକା ରାସାୟନବିତ୍ କଳାହାଣ୍ଡି ସୁଶୀଳ କୁମାର ସେଠୀ ସ୍ଵାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ନିର୍ବାହୀ ଅଧିକାରୀ ଦୟା ମୟ ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ କଳାହାଣ୍ଡି ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ ଜିଲ୍ଲା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ, ଜିଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ମୃତ୍ତିକା ବିଶେଷଜ୍ଞ କୃଷି ବିଜ୍ଞାନ କେନ୍ଦ୍ର କଳାହାଣ୍ଡି, ସଦର ବ୍ଲକ ଆତ୍ମା ଅଧକ୍ଷ ସଚ୍ଚିଦାନନ୍ଦ ମହାକୁଡ, ଜୁନାଗଡ କୃଷି ଅଧିକାରୀ ପ୍ରମୂଖ ଉପସ୍ଥିତ ରହି ମୃତ୍ତିକା ର ଉପଯୋଗ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା। ଉତ୍ତମ କାର୍ଯ୍ୟ ଦକ୍ଷତା ନିମନ୍ତେ କଲମପୁର ବ୍ଲକ ସହକାରୀ କୃଷି ଅଧିକାରୀ ଅଜୟ କୁମାର ବେମାଲ ଏବଂ ଗ୍ରାମ୍ୟ କୃଷି କର୍ମଚାରୀ ତିଳୋତ୍ତମା ସାହୁ ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଉଦଘୋଷିକା ସୁନୀତା ଶର୍ମା ମଞ୍ଚ ପରିଚାଳନା କରିଥିବା ବେଳେ ମୃତ୍ତିକା ରସାୟନବିତ୍ ସୁଶୀଳ କୁମାର ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ; ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ମୀଳନି ଅନୁଷ୍ଠିତ….!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂହ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା)ସରକାରଙ୍କର ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଅନୁସାରେ, କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୫ ରୁ ୨୯ ବର୍ଷ ବୟସ୍କ ଯୁବ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ବିଭିନ୍ନ ପ୍ରତିଯୋଗିତା ଜିଲ୍ଲା ସଦରମହକୁମା ସ୍ଥିତ ଟାଉନ୍ ହଲ୍ ଓ ଇ ଟି ସି ରେ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର ୱାନ,ସମ୍ମାନିତ ଅତିଥିଭାବେ ଉପ ଜିଲ୍ଲାପାଳ, ଭବାନୀପାଟଣା, ପ୍ରଭାତ କୁମାର ପରିଡ଼ା, କଳାହାଣ୍ଡି ସାଂସଦ ଙ୍କ ପ୍ରତିନିଧି, ଜୟ ଶଙ୍କର ନାୟକ, ଯୁଗଳ କିଶୋର ପୋଢ଼, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢି (ଏଚ୍ଓଡି) ରାଜନୀତି ବିଜ୍ଞାନ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ ଭବାନୀପାଟଣା କୈଳାଶ ଚନ୍ଦ୍ର ଦାସ , ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର, ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଉମେଶ ଚନ୍ଦ୍ର ଶତପଥୀ ପ୍ରମୁଖ ଯୋଗଦେଇ ଯୁବ ଉତ୍ସବ ପାଳନ ର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରିବା ସହିତ ଯୁବ ପିଢ଼ି ନିଜର ଉଜ୍ଜ୍ଵଳ ଭବିଷ୍ୟତ ଗଢ଼ିବା ସହିତ ସୁଦୃଢ ଗଣତନ୍ତ୍ର ଓ ବିକଶିତ ରାଷ୍ଟ୍ର ଗଠନରେ ଯୁବକ, ଯୁବତୀ ଙ୍କ ପ୍ରମୂଖ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନୂଆ ଭାବନା ଓ ବିଜ୍ଞାନମେଳା ଅନ୍ତର୍ଗତ ୭ଟି ବିଭାଗରେ ଲୋକଗୀତ(ଦଲଗତ),ଲୋକନୃତ୍ୟ, ଭାଷଣ, କାହାଣୀ ଲିଖନ, କବିତା ଲିଖନ, ଚିତ୍ରାଙ୍କନ, ବିଜ୍ଞାନ ମେଳା ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ସମସ୍ତ ପ୍ରତିଯୋଗିତା ଭବାନୀପାଟଣା ଟାଉନ ହଲ୍ ଓ ପ୍ରଶିକ୍ଷଣ କେନ୍ଦ୍ର ରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ସ୍ତରର ୭ଟି ବିଭାଗର ବିଜେତା ମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଯୋଗଦେବେ। ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାର ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ପରିଚାଳନା କରିଥିଲା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ମାଈ ଭାରତ କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର, ଅନୁଷ୍ଠାନ ର ସମସ୍ତ ସ୍ଵେଚ୍ଛାସେବୀ ସହଯୋଗ କରିଥିଲେ।

ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ ; ସଞ୍ଜୟ ଧଙ୍ଗଡାମାଝୀ ସଭାପତି, ସୁନୀଲ ଧଙ୍ଗଡାମାଝୀ ସାଧାରଣ ସମ୍ପାଦକ …!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ବୁଢ଼ୀପଦର ସ୍ଥିତ ଅନୁଷ୍ଠାନର ସଭାଗୃହରେ ଗୁରୁବାର ସନ୍ଧ୍ୟାରେ ଏନେଇ ଆୟୋଜିତ ବୈଠକର ସଭାପତିତ୍ବ କରିଥିଲେ ପୂର୍ବତନ ସଭାପତି ପ୍ରଦୀପ କୁମାର ଧଙ୍ଗଡାମାଝୀ। ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଭାବେ ପୁନର୍ବାର ବିଜୟ କୁମାର ଧଙ୍ଗଡାମାଝୀଙ୍କୁ ଦାଇତ୍ୱ ଅର୍ପଣ କରାଯାଇଛି। ସେହିପରି ଭାବେ ସର୍ବସମ୍ମତିକ୍ରମେ ସଭାପତି ଭାବେରେ ସଞ୍ଜୟ କୁମାର ଧଙ୍ଗଡାମାଝୀ, ଉପସଭାପତି ଭାବେ ଜୟଦ୍ରଥ ଜାଲ, ସାଧାରଣ ସମ୍ପାଦକ ଭାବେ ସୁନୀଲ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସମ୍ପାଦକ ଭାବରେ ସୁଧୀର କୁମାର ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ଭାବେ ସୁରେଶ କୁମାର ଧଙ୍ଗଡାମାଝୀ, ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡାମାଝୀ, କ୍ରୀଡ଼ା ସମ୍ପାଦକ ଅନିଲ କୁମାର ଧଙ୍ଗଡାମାଝୀ ଓ ସଂଗଠନ ସମ୍ପାଦକ ଭାବେ ପ୍ରକାଶ ଧଙ୍ଗଡାମାଝୀ ମନୋନୀତ ହୋଇଛନ୍ତି। ଆଗକୁ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ-୨୦୨୫ ଓ ବାର୍ଷିକ ଉତ୍ସବ ପାଳନ ନେଇ ତାରିଖ ଘୋଷଣା ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ରହିଛି।

କେସିଙ୍ଗା ଏନ୍‌ଏସିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟଜଳ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)-  ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ର କେସିଙ୍ଗା ଏନ୍‌ଏସିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଘରେ ବିଶୁଦ୍ଧ ପାନୀୟଜଳ ସୁଜଳର ଏକ ସଚେତନ କାର୍ଯ୍ୟକ୍ରମ ୬ ତାରିଖଠାରୁ ୧୬ ତାରିଖ ଯାଏ ସଚେତନ କରାଯାଇଛି। ସହରର ୧୨ଟି ଓ୍ବାର୍ଡର ପ୍ରତ୍ୟେକ ଗଳିକନ୍ଦିକୁ ସଚେତନ ରଥ ଯାତ୍ରା କରି ଓ୍ବାର୍ଡବାସୀଙ୍କୁ ଜଳ ହିଁ ଜୀବନ ଲିପ୍‌ଲେଟ୍‌ ବଣ୍ଟନ କରିଥିଲେ। ପାନୀୟ ଜଳର ପ୍ରତ୍ୟେକ ବୁନ୍ଦା ମୂଲ୍ୟବାନ ଏହାର ସଠିକ୍‌ ବ୍ୟବହାର, ଜଳ ସଂରକ୍ଷଣ ସମସ୍ତଙ୍କ ପାଇଁ ଏହା ଏକ ଗୁରୁ ଦାୟିତ୍ୱ ଏବଂ ନିରାପଦ ଏବଂ ଗୁଣାତ୍ମକ ପାଇପ ଜଳ ଯୋଗାଣ, ଟ୍ୟାପ୍‌ରେ ସଫା ପାନୀୟ ଜଳ ରଖିବା ସହିତ ନିୟମିତ ଜଳ ଗୁଣବତ୍ତା ପରୀକ୍ଷା, ଜଳସାଥୀଙ୍କ ଉପଯୁକ୍ତ ବ୍ୟବହାର ଉପରେ ଓ୍ବାର୍ଡବାସୀଙ୍କୁ ସଚେତନ କରାଯାଇଥିଲା। ଗୁରୁବାର ଉଦ୍‌ଯାପନୀ ଦିବସରେ ହିତାଧିକାରୀଙ୍କୁ ପାନୀୟଜଳ ସଫାସୁତୁରା ରଖିବା ସହ ଟ୍ୟାପ୍‌ ପରିସରରେ ଥିବା ଅଳିଆ ଆବର୍ଜନାକୁ ସଫା କରିବାକୁ ଉକ୍ତ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଥିଲା। ସହରରେ ପ୍ରତ୍ୟେକ ଗଳିକନ୍ଦିରେ ପାନୀୟଜଳର ସୁବ୍ୟବସ୍ଥା କରାଯାଇଥିବାରୁ ହିତାଧିକାରୀଙ୍କୁ ପାନୀୟ ଜଳକୁ ସଠିକ୍‌ ବ୍ୟବହାର କରିବା ପାଇଁ ସଚେତନ କରାଯାଇଛି।

ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ ଜିଲ୍ଲା ସ୍ତରୀୟ ଶୁଭାରମ୍ଭ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ତମାଖୁ ସେବନ ଅଧିକାଂଶ ଅଣୁ ସଂକ୍ରାମକ ରୋଗ ଓ କର୍କଟ ରୋଗର ମୁଖ୍ୟ କାରଣ । ତମାଖୁ ବର୍ଜନ ଆଜିର ଯୁବପିଢି ପାଇଁ ଆହ୍ଵାନ୍ । ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ କଳାହାଣ୍ଡି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ତମାଖୁ ମୁକ୍ତ ସମାଜ ଓ ଜିଲ୍ଲା ଗଠନ ସମ୍ପର୍କରେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ବିଶେଷ କରି ଛାତ୍ରଛାତ୍ରୀ,ଯୁବପିଢି କିପରି ସଚେତନ ହୋଇ ତମାଖୁ ସେବନରୁ ନିଜକୁ ଦୂରେଇ ରଖିବେ ସେ ସମ୍ପର୍କରେ ବିଶେଷକରି ସ୍ଵାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ଅବକାରୀ, ପୋଲିସ ବିଭାଗ ଓ ଏଥି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଅଧିକ ଯତ୍ନବାନ୍ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା ତମାଖୁ ଓ ଏହାର କୁପ୍ରଭାବ ସମ୍ପର୍କରେ ସୂଚନା ଦେଇଥିଲେ । ତମାଖୁ ମୁକ୍ତ ବିଦ୍ୟାଳୟ, ଗ୍ରାମ ଗଠନ ଦିଗରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ସଚେତନ କାର୍ଯ୍ୟକ୍ରମ ପଥପ୍ରାନ୍ତ ନାଟକ, ୱାଲ ପେଣ୍ଟିଙ୍ଗ, ସଚେତନତା ଶୋଭାଯାତ୍ରା, ଡାକବାଜି ଜନ୍ତ୍ର ଦ୍ଵାରା ପ୍ରଚାର, ସ୍କୁଲ କଲେଜ ରେ ସଭାସମିତି ଇତ୍ୟାଦି କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଯାଇଛି । ସ୍ଵାସ୍ଥ୍ୟ ଉପରେ ତମାଖୁ ର କୁପ୍ରଭାବ ବିଶ୍ୱରେ ଚିନ୍ତାର କାରଣ ହୋଇଅଛି । ତମାଖୁ ସେବନ ଦ୍ଵାରା ସାରା ବିଶ୍ୱରେ ପ୍ରତିବର୍ଷ ୮୦ ଲକ୍ଷରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥାନ୍ତି । ତମାଖୁ ସେବନ ଦ୍ଵାରା ଭାରତ ବର୍ଷରେ ପ୍ରତିବର୍ଷ କର୍କଟ, ହୃଦରୋଗ, ଶ୍ଵାସ ଜନିତ ରୋଗ, ମଧୁମେହ, ମସ୍ତିଷ୍କାଘାତ ଆଦି ରୋଗରେ ପଡି ୨୮ ଲକ୍ଷରୁ ଉର୍ଦ୍ଦ ବ୍ୟକ୍ତି ମୃତ୍ୟୁମୁଖରେ ପଡିଥାନ୍ତି । ତମାଖୁ ଧୂଆଁରେ ୭ ହଜାର ରୁ ଅଧିକ ମାରାତ୍ମକ ରାସାୟନିକ ପଦାର୍ଥ ରହିଛି ସେଥିରୁ ୬୯ ଟି କର୍କଟ ରୋଗର କାରଣ ଅଟେ । ଧୂମହିନ୍ ତମାଖୁରେ ୩ ହଜାର ଅଧିକ ମାରାତ୍ମକ ରାସାୟନିକ ପଦାର୍ଥ ରହିଛି ସେଥି ମଧ୍ୟରୁ ୨୮ ଟି କର୍କଟ ରୋଗର କାରଣ ଅଟେ ।ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ରେ ତମାଖୁ ମୁକ୍ତ ଅଭିଯାନ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରାଯାଇଥିଲା। ତମାଖୁ ମୁକ୍ତ ଯୁବା ଅଭିଯାନ 3.0 ଓଡିଶା ଆସନ୍ତା ଡିସେମ୍ବର 9,2025 ପର୍ଯ୍ୟନ୍ତ ଚାଲିବ। ଡି.ପି.ଏମ୍. ଦିଲୀପ ଦୁବେ କାର୍ଯ୍ୟକ୍ରମ ର ପରିଚାଳନା କରିଥିବାବେଳେ ଏଥିରେ ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା କ୍ରିଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୁପସିଂ ରାଉତ, ସହକାରୀ ଜିଲ୍ଲା ଶିକ୍ଷା ଅଧିକରୀ ହେମସାଗର ମହାନନ୍ଦ, ଏ.ଡି.ପି.ଏଚ.ଓ. (ଲେପରୋସି) ଡ଼ା. ଟୁଡୁ, ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧର୍ମେନ୍ଦ୍ର ତାଣ୍ଡି, ସହକାରୀ ପରିଚାଳକ (ଏନ୍.ସି.ଡି.) ସଂଯୁକ୍ତା ବାଗ, ଏଫ୍.ଏସ୍.ଓ. ସନ୍ତୋଷ କୁମାର ମହାପାତ୍ର ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ ।

ଲଇତରା ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ପାଳିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ଗୁରୁବାର ଦିନ ଲଇତରା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ଲଇତରା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲଇତରା ଓ ଲଇତରା ଉଚ୍ଚ ବିଦ୍ୟା ମନ୍ଦିର ଠାରେ ଆନୁଷ୍ଠାନିକ ଭାବେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ ର ଉଭୟ ଉଦଯାପନୀ ଓ ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଲଇତରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଯୋଗ ଦେଇଥିବା ବେଳେ ସଭାପତି ଭାବେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ କୁଶ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘର୍ ସଭାପତି ତଥା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ଦୋରା , ଲଇତରା ଉଚ୍ଚ ବିଦ୍ୟା ମନ୍ଦିର ର ପ୍ରଧାନ ଶିକ୍ଷକ ଶ୍ରୀ ଲମ୍ବୋଦର ପୋଢ଼, ମୁଖ୍ୟ ବକ୍ତା ଭାବେ ଅଧକ୍ଷ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କେସିଙ୍ଗା ଶ୍ରୀ ନୀଳମାଧବ ପଟ୍ଟନାୟକ ଯୋଗ ଦେଇଥିଲେ । ସମସ୍ତଙ୍କ ଦ୍ଵାରା ପ୍ରଭୁ ଗଜାନନ ଙ୍କ ନିକଟରେ ଦ୍ଵିପ ପ୍ରଜ୍ବଳନ ପରେ ସମସ୍ତେ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମର ଆବାହକ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ତପନ କୁମାର ଦାଶ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ସ୍ଵାଗତ ସଙ୍ଗୀତ ଲଇତରା ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ମାନେ ସୁନ୍ଦର୍ ଭାବେ ପରିବେଷଣ କରିଥିଲେ ।ଏହା ପରେ ଭୋଜନ ପ୍ରାୟ ୧ ଘଣ୍ଟା ସମୟରେ ହୋଇଥିଲା ଓ ତାହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ଏଥିରେ ସର୍ବମୋଟ ଆଠ ଗୋଟି ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ଏଥିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ସ୍ତରୀୟ ସୁରଭି କୁ ମନୋନୀତ ହୋଇଥିଲେ ।ଏହି ବର୍ଷର ମୁଖ୍ୟ ଆଭିମୁଖ୍ୟ ମୋ ଓଡ଼ିଶାର ସ୍ଵପ୍ନ -୨୦୩୬ ଥିଲା ବେଳେ ବିଭିନ୍ନ ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନେ ପୁରସ୍କୃତ ହୋଇ ଛାତ୍ର ଛାତ୍ରୀ ମାନେ ପ୍ରଥମ ସ୍ଥାନ ସହ ବ୍ଲକ ସ୍ତର କୁ ମନୋନୀତ ଥିଲେ ।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶ୍ରୀ ତାପସ ମହଲା,ଶ୍ରୀ ବିଷ୍ଣୁ ଭାଟି,ଶ୍ରୀ ଅମରେଶ ବିଶି,ଶ୍ରୀ ପ୍ରଫୁଲ୍ଲ ବିଶି, ଶ୍ରୀ ବିଶ୍ୱଜିତ୍ ପୋଡ଼, ଶ୍ରୀ ଚନ୍ଦ୍ର ଶେଖର ନାଏକ, ଶ୍ରୀ ଖିରଶିନ୍ଧୁ ଶବର, ଶ୍ରୀ ଆଲୋକ କୁ ଯୋଶୀ,ଶ୍ରୀ ସ୍ୱାଇଁ, ଶ୍ରୀ ସୋନି ଭୋଇ, ଶିକ୍ଷୟତ୍ରୀ ବନ୍ଦନା ଦାଶ , ନଳିନୀ ନାଗ, ତପସ୍ୱିନୀ ବାଗ, ଭାନୁମତୀ ଚୌହାନ, ପ୍ରମିଳା ମାଝି, ପଦ୍ମାବତୀ ଓଝା, ଗୀତାଞ୍ଜଳି ପ୍ରଧାନ , ଗାୟତ୍ରୀ ଭୋଇ, ମୋନାଲି ପ୍ରିୟଦର୍ଶିନୀ , ତମିସା ମହନ୍ତ, ଅମୀନା ଭୋଇ ଇତ୍ୟାଦି ଯୋଗ ଦେଇ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ରେ କେସିଙ୍ଗା ସହରର ଜଣାଶୁଣା ଜାତୀୟ ସ୍ତରର କଳାକାର ଶ୍ରୀ ଦେବ ଓ ଶ୍ରୀ ରଞ୍ଜିତ ବିଚାରକ ଭାବେ ଥିଲେ । ଏହାପରେ ଶେଷରେ ସମସ୍ତଙ୍କୁ ସିଆରସିସି ଶ୍ରୀ ଦାଶ ଧନ୍ୟବାଦ୍ ଦେଇ ସଭାକୁ ସଭାପତିଙ୍କ ଅନୁରୋଧ କ୍ରମେ ସମାପ୍ତ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଅଞ୍ଚଳର ଲୋକେ ଭୂରି ଭୂରି ପ୍ରଶଂସା କରିଥିଲେ ।ଏହି ସମ୍ପୂର୍ଣ କାର୍ଯ୍ୟକ୍ରମକୁ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷୟତ୍ରୀ ଶ୍ରୀମତୀ ଲିସା ଦାସ ସଂଯୋଜନା କରିଥିଲେ ।

ବେସରକାର ଅଧ୍ୟାପକ ଙ୍କ ସରକାରୀ ଅନୁଦାନ ପରିସରଭୁକ୍ତ ପାଇଁ ସାମ୍ବାଦିକ ସମ୍ମିଳନୀ …!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂହ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଭବାନୀପାଟଣା) – ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ (OSNLEA ) କଳାହାଣ୍ଡି ଶାଖା ତରଫରୁ ଅଧ୍ୟାପକ ଲକ୍ଷ୍ମୀକାନ୍ତ ବେହେରା ଜିଲ୍ଲା ସଂଯୋଜକ କଳାହାଣ୍ଡିଙ୍କ ନେତୃତ୍ୱରେ ଭବାନୀପାଟଣା ହୋଟେଲ ମିଡ୍ ଟାଉନ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ବେସରକାରୀ ଅନୁଦାନ ପ୍ରାପ୍ତ ଏବଂ ଅଣ ଅନୁଦାନ ମହାବିଦ୍ୟାଳୟ ମାନଙ୍କରେ ପରିଚାଳନା କମିଟି ଦ୍ବାରା ୦୧ ଜୁନ୍ ୨୦୦୮ ରୁ ୦୧ ଜୁନ ୨୦୧୮ ମଧ୍ୟରେ ନିଯୁକ୍ତ ସମସ୍ତ ଅଧ୍ୟାପକ କର୍ମଚାରୀମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବାପାଇଁ ସଂଘର ବାରମ୍ବାର ଦାବି ସତ୍ତ୍ୱେ ସରକାର କୌଣସି ନିଷ୍ପତ୍ତି ନେଲେ ନାହିଁ। ତେଣୁ ସଂଘ ଅଗଷ୍ଟ ୧୬ ତାରିଖରୁ ସମସ୍ତ ମହାବିଦ୍ୟାଳୟ ସ୍ତରରେ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରାୟ ୩୨ ଦିନ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ସ୍ବଳ୍ପ ଦରମା ବା ପାରିଶ୍ରମିକ ପାଇ ନିଜର ଜୀବନ ଧାରଣ ତଥା ପରିବାର ଭରଣପୋଷଣ ପାଇଁ ବାଧ୍ୟ ହୋଇ ଧାରଣା ଦେଇଥିଲେ। କିନ୍ତୁ ସରକାର ନିଦାବିଷ୍ଣୁ ସାଜିଥିଲେ। ପରିଶେଷରେ ସେପ୍ଟେମ୍ବର ୧୮ ତାରିଖରେ ଗାନ୍ଧୀ ମାର୍ଗରେ କର ବା ମର ସମାଵେଶ କରିଥିଲେ। ତତ୍ ପାଶ୍ଚାତ ସଂଘର ସଭାପତି ଶ୍ରୀଯୁକ୍ତ ବିଶ୍ବରଂଜନ ଦାସ ସେପ୍ଟେମ୍ବର ତା ୧୯ ରେ ଆମରଣ ଅନଶନରେ ବସିଥିଲେ। ଲୋକଙ୍କ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ତାଙ୍କ ପ୍ରତିନିଧି ମାନ୍ୟବର ବିଧାୟକ ପିପିଲି ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ, ମାନ୍ୟବର ବିଧାୟକ ଏକାମ୍ର ବାବୁ ସିଂ ଏବଂ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଉପସ୍ଥିତ ରହି ଏକ ଲିଖିତ ପ୍ରତିଶ୍ରୁତି ଦେଲେ ଯେ ଆସନ୍ତା ଅକ୍ଟୋବର ୧୦ ରୁ ଅକ୍ଟୋବର ୨୦ ମଧ୍ୟରେ ସଂଘ ସହିତ ଆଲୋଚନା କରାଯିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଉପରେ ଆସ୍ଥା ପ୍ରକଟ କରି ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା। ସରକାରଙ୍କ ଠାରେ ଅନୁରୋଧ ଲିଖିତ ପ୍ରତିଶ୍ରୁତି ମୁତାବକ ଚଳିତ ମାସ ୧୦ ରୁ ୨୦ ତାରିଖ ମଧ୍ୟରେ ସଂଘକୁ ଆଲୋଚନା ପାଇଁ ଡାକିବା ପାଇଁ ତତ୍ପରତା ପ୍ରକାଶ କରନ୍ତୁ। ଯଦି ସରକାର ଏଥିପାଇଁ କିଛି ବ୍ୟତିକ୍ରମ କରନ୍ତି ତାହାହେଲେ ସଂଘ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବ। ସରକାର ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ଅନୁଦାନ ପରିସରଭୁକ୍ତ କରନ୍ତୁ ଏବଂ ନିଜର ପ୍ରତିଶ୍ରୁତି ରକ୍ଷା କରନ୍ତୁ। ଏହା ଆମର ଆଶା ଏବଂ ଦୃଢ଼ ବିଶ୍ୱାସ। ଏହି ପ୍ରେସମିଟ ବିବୃତିରେ ଅଧ୍ୟାପକ ଲକ୍ଷ୍ମୀକାନ୍ତ ବେହେରା, ଅଧ୍ୟାପକ ସଚିନ୍ କୁମାର ସାହୁ, ଅଧ୍ୟାପିକା ସୁସ୍ମିତା ପଣ୍ଡା, ଅଧ୍ୟାପକ ଦେବେନ୍ଦ୍ର ସୁନାନି, ଅଧ୍ୟାପକ ଥବିର ନାୟକ, ଅଧ୍ୟାପକ ଗିରିରାଜ ଗହିର, ଅଧ୍ୟାପକ ରଶ୍ମି ରଞ୍ଜନ ମିଶ୍ର, ଅଧ୍ୟାପକ ହେମନ୍ତ କୁମାର ରଣା, ଅଧ୍ୟାପିକା ପୂଣ୍ୟତୋୟା ପାଢ଼ୀ, ଅଧ୍ୟାପିକା ବେବିନା ମୁଣ୍ଡ୍, ଅଧ୍ୟାପକ ସୁଜିତ କୁମାର ପଣ୍ଡା ଓ ଅଧ୍ୟାପକ ଜୟନ୍ତ ବାଗ ଉପସ୍ଥିତ ଥିଲେ।

ରାମପୁର ବ୍ଲକ ନାକରୁଣ୍ଡି ପଞ୍ଚାୟତ ର ମୋହନଗିରି ଠାରେ ଅଞ୍ଚଳର ଇଷ୍ଟ ଦେବୀ ପ୍ରତ୍ୟକ୍ଷ ମାଁ ଡୋକରି ଦେବୀଙ୍କ ଯାତ୍ରା ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା)- ବଣ ପାହାଡ ଘେରା କୁଳୁ କୁଳୁ ନାଦ ଜଙ୍ଗଲ ଝରଣା ସହ ପ୍ରାକୃତିକ ଖଣିଜ ସମ୍ପଦ ରେ ପରିପୂର୍ଣ୍ଣ କଳାହାଣ୍ଡି ଜିଲ୍ଲା ଥୁଆ ମୂଲ ରାମପୁର ବ୍ଲକ ନାକରୁଣ୍ଡି ପଞ୍ଚାୟତ ର ମୋହନଗିରି ଠାରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଦେଶ ବିଦେଶ ଓ ଅନ୍ୟ ଜିଲ୍ଲା ମଧ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ କୁମାର ପୂର୍ଣ୍ଣିମା ଦିନ ଅଞ୍ଚଳର ଇଷ୍ଟ ଦେବୀ ଡୋକରି ଙ୍କ ଯାତ୍ରା ଅନୁଷ୍ଠିତ ହୋଇଛି । ଏହା ଏକ ବହୁ ପୁରାତନ ପ୍ରତ୍ୟକ୍ଷ ଶକ୍ତିପୀଠ। ପୁରାତନ କାଳରେ ନାଗବଂଶୀୟ ରାଜା ଆସି ପ୍ରଥମେ ଏହି ମୋହନଗିରୀ ର ଏହି ପୀଠରେ ଡୋକରି ଦେବୀଙ୍କ ସ୍ଥାପନା କରି ପୂଜା ଅର୍ଚ୍ଚନା ଆରମ୍ଭ କରି ଆସୁଥିଲେ ।ପାହାଡ଼ ପର୍ବତ ରେ ଭରା ପ୍ରାକୃତିକ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ସିଜିମାଲି ପାହାଡ଼, ଓ ଏପଟେ କଳାହାଣ୍ଡି ଇତିହାସ ରେ ଉଲ୍ଲେଖ ଥିବା ଖଣ୍ଡିଆଳ ଜଳ ପ୍ରପାତ, ଖଣ୍ଡୁଆଳ ଦେବୀଙ୍କ ବିରାଟ ଗୁମ୍ଫା ଖଣ୍ଡୁଆଳ ପାହାଡ଼ କୁ ସ୍ପର୍ଶ କରୁ ଥିବା ଏହି ମୋହନଗିରି ଗାଁ କୁ ଲାଗିରହିଥିବା ବିରାଟ ବିରାଟ ବୃକ୍ଷ ଜଙ୍ଗଲ ମଧ୍ୟରେ ଦେବୀଙ୍କ ସର୍ବ ପୁରାତନ ଆସ୍ଥାନ ରହିଛି। ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଏହି ଅଞ୍ଚଳ ତଥା ଅନ୍ୟ ଜିଲ୍ଲା ମଧ୍ୟରୁ ତାଙ୍କର ମନସ୍କାମନା ପୂରଣ ପାଇଁ ଦେବୀଙ୍କ ପାଖରେ ଶରଣାର୍ଥୀ ହୋଇ ମାନସିକ କରିଥାନ୍ତି । ମନସ୍କାମନା ପୂର୍ଣ୍ଣ ହେଲେ ଏହି ଯାତ୍ରା ସମୟରେ ଶହ ଶହ ଭକ୍ତମାନସିକ ଧାରୀ ଆସି ବଳି ପୂଜା ଦେଇଥାନ୍ତି ଓ ମାଁ ଙ୍କୁ ସନ୍ତୁଷ୍ଟ କରିଥାନ୍ତି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଦେଢ଼ ଶହ ରୁ ଉର୍ଦ୍ଧ ବୋଦା ବଳି , ପାରା, କୁକୁଡ଼ା ପୁଜା ସାଙ୍ଗକୁ ଗୋଟିଏ ପୋଡ଼ ବଳି ପଡ଼ିଥିଲା । ଏଠାରେ ଦୁଇ ଦିନ ଧରି ପୂଜାର୍ଚ୍ଚନା କରି ମାନସିକ ଧାରୀଙ୍କ ବଳି ପୂଜା କରାଯାଇଥାଏ ।

ଏହି ଡୋକରୀ ଦେବୀଙ୍କ ମୁଖ୍ୟ ପୂଜକ କର୍ଲାପାଟ ର ସୁଦର୍ଶନ ପୁଝାରୀ , ବିଘ୍ନେଶ୍ୱର ପୁଝାରୀ , ଚତୁର୍ଭୁଜ ପାତ୍ର ଥିବା ବେଳେ ସହଯୋଗୀ ଭାବେ ଗୁଣପୁର ର ଘେନୁ ପ୍ରଧାନୀ, କର୍ଲାପାଟ ର ସତ୍ୟ ନାରାୟଣ ବାଣୁଆ, ଆକାଶ ଦଣ୍ଡସେନା , କାର୍ତ୍ତିକ ନାୟକ, ଶରତ ଚନ୍ଦ୍ର ସିଂହ , ପେରମଞ୍ଜି ର ଶଶି ଶେଖର ସିଂହ , ପୁରୁଣାଗୁମା ର ଦଧିମନ୍ଥନ ସିଂହ,ମୋହନଗିରି ର ସାନ ମାଝୀ, ଚିନ୍ତାମଣି ନାଏକ, ଅଖିଳ ନାଏକ , ନାରନ ଗୌଡ ସହ ଗାଁ କମିଟି ସାମିଲ ରହିଥିଲେ। ଏବଂ ପ୍ରତିବର୍ଷ ମାଁ ଙ୍କ ନୃତ୍ୟ , ପୂଜା ବିଧି ରେ ପୂର୍ବ ପୁରୁଷନୁକ୍ରମେ ଏହି ମୋହନଗିରୀ ବାସୀ ଅଖିଳ ନାଏକ ଓ ତାଙ୍କ ମହୁରୀ, ନିଶାନ ବାଦ୍ୟ ଦଳ ମାଁ ଙ୍କ ମନ୍ଦିର ପ୍ରାଙ୍ଗଣରେ ଆସି ବାଜା ବଜାଇ ଦେବୀଙ୍କୁ ଖୁସି କରାଇ ଥାନ୍ତି । ମୋହନଗିରୀ ଗ୍ରାମବାସୀ ଙ୍କ ସହଯୋଗ ରେ ଦେବୀଙ୍କ ଏକ ଗୃହ ନିର୍ମାଣ କରି ସେଠାରେ ପୂଜା କରାଯାଉଛି ହେଲେ ଦୁଃଖର ବିଷୟ ଏହା ଅଞ୍ଚଳର ପ୍ରସିଦ୍ଧ ପ୍ରତ୍ୟକ୍ଷ ମାଁ ଡୋକରୀ ଦେବୀ ଙ୍କ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ସମାଗମ ହୋଇ ଶହ ଶହ ବଳିପୂଜା ଦେଇ ଯାତ୍ରା ହେଉ ଥିଲେ ବି ପ୍ରଶାସନ ର ଦୃଷ୍ଟି ପଡୁନାହିଁ କି କୌଣସି ଅନୁଦାନ ଦେବାରେ ଚେଷ୍ଟା ମଧ୍ୟ କରି ନାହାନ୍ତି । ପ୍ରତି ସହରାଞ୍ଚଳରେ କି ରାସ୍ତା କଡ଼ ଗ୍ରାମମାନଙ୍କରେ ପ୍ରଶାସନ ତରଫରୁ ଲକ୍ଷ୍ୟ ଲକ୍ଷ ଟଙ୍କାର ଅନୁଦାନ ରେ ଦେବୀ ପୀଠ, ଠାକୁରାଣୀ ମନ୍ଦିର ତିଆରି ହେଉଅଛି । ସେଥିପାଇଁ ଡୋକରୀ ମାଁ ଙ୍କ ମନ୍ଦୀର ଓ ଭକ୍ତ ମାନଙ୍କ ପାଇଁ ବିଶ୍ରାମ କକ୍ଷ ତିଆରି କରିବା , ମନ୍ଦିର ପାଖରେ ପାଣିର ସୁବିଧା ପାଇଁ ଅନୁଦାନ ପ୍ରଦାନ ପାଇଁ ଦାବି ଜଣାଇଛନ୍ତି। ତାହା କେବେ ସରକାରୀ ସହାୟତା ମିଳିବ ଦେଖିବାକୁ ବାକି ରହିଲା।

କେସିଙ୍ଗା ଜଗନ୍ନାଥ ପଡ଼ା ୪୫ତମ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭାବନିପାଟଣ।)- କେସିଙ୍ଗା ଜଗନ୍ନାଥ ପଡ଼ା  ଗଜଲକ୍ଷ୍ମୀ ପୂଜା ପାଇଁ ରବିବାର ଅପରାହ୍ନରେ ଆମ୍ବଜି ମନ୍ଦିର ଠାରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂଜା କମିଟିର ସଭାପତି ସୁଶାନ୍ତ ମହାପାତ୍ର ଉପ ସଭାପତି  ସମ୍ପାଦକ ସଂତୋଷ କୁମାର କୋଷଧକ୍ଷ ସଞ୍ଜୟ ମହାନ୍ତିଙ୍କ  ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶହ ଶହ ସଂଖ୍ୟାରେ ମାଁ ଓ ଭଉଣୀ ମାନେ ଏଥିରେ ଯୋଗ ଦେଇ ସ୍ଥାନୀୟ ଅମ୍ବାଜି ମନ୍ଦିର ରୁ ଜଳ ଆଣି ଲକ୍ଷ୍ମୀ ପୂଜା ମଣ୍ଡପରେ ରୀତିନୀତି ଅନୁଯାୟୀ କଳସ ସ୍ଥାପନ କରି ଥିଲେ।

ଏହି ପୂଜାରେ ବରିଷ୍ଟ ସହଯୋଗୀ ନଳୀନ ପଟ୍ଟନାୟକ ଓ ସହଧର୍ମିଣୀ କର୍ତ୍ତା ଭବରେ ପୂଜା ବିଧି କରିବେ। ପ୍ରତିବର୍ଷ ଭଳି ୧୦ ଦିନ ଧରି ପାଳନ ହେବ। ସମସ୍ତ ପ୍ରକାର ପ୍ରସ୍ତୁତି ଯଥା ତୋରଣ, ଆଲୋକ ସାଜସଜ୍ଜା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଶ୍ରଦ୍ଧାଳୁ ପୂଜା ଦିନକୁ ଅପେକ୍ଷା କରିଛନ୍ତି।

ପକ୍ଷୀ ପ୍ରେମୀ ଗାଁ ବୋରଭଟା, ସୁରକ୍ଷା ଦେଉଛନ୍ତି ଯୁବ ଗୋଷ୍ଠୀ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭାବନିପାଟଣ।)- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ କାମଠଣ। ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୋରଭଟା ଗ୍ରାମ ହେଉଛି ପକ୍ଷୀ ପ୍ରେମୀ ଗାଁ। ପ୍ରତି ବର୍ଷ ବର୍ଷାଋତୁ ଆରମ୍ଭ ହେଲେ ବାହାର ରାଜ୍ୟରୁ ବିଭିନ୍ନ ପ୍ରଜାତିର ଶତାଧିକ ପକ୍ଷୀ ଆସନ୍ତି ଓ ଗ୍ରାମ ଶେଷ ମୁଣ୍ଡରେ ଥିବା ଗ୍ରାମଦେବୀ ମାଁ ଧରଣୀ ପୀଠରେ ଥିବା ଗଛରେ ବସା ବାନ୍ଧି ଆଶ୍ରୟ ନିଅନ୍ତୁ ଓ ଆଖପାଖ ଜମି ଓ ପୋଖରୀରୁ ଖାଦ୍ୟ ସଂଗ୍ରହ କରିଥାଆନ୍ତି ଓ ବଂଶ ବିସ୍ତାର କରିଥାନ୍ତି। ବୋରଭଟା ଗ୍ରାମର ଯୁବ ଗୋଷ୍ଠୀ ପକ୍ଷୀ ମାନଙ୍କ ସୁରକ୍ଷା ଦେବା ସହ କୌଣସି ବାହାରିଆ ଲୋକ ପକ୍ଷୀ ଶିକାର କରିବା ପାଇଁ ଆସିଲେ ମନା କରନ୍ତି। ପ୍ରତି ବର୍ଷ ପକ୍ଷୀ ଆସିବା କାରଣ ଶାନ୍ତ ପରିବେଶ, ସହଜ ଓ ସୁବିଧାରେ ଖାଦ୍ୟ ସଂଗ୍ରହ ଓ ସୁରକ୍ଷିତ ଥିବାରୁ ଆସି ରହି ଥାଆନ୍ତି ଓ ପେବୃୟାରୀ ମାସ ପରେ ଫେରି ଯାଆନ୍ତି। ଗ୍ରାମର ଝାଙ୍କର ଶ୍ରୀରାମାକାନ୍ତ ମାଝୀଙ୍କ ଘର ପାଖରେ ଥିବା ହେତୁ ସବୁବେଳେ ଦୃଷ୍ଟି ଦିଅନ୍ତି। ବନ ବିଭାଗ ପକ୍ଷରୁ ଯଦି ପକ୍ଷୀ ମାନଙ୍କ ପାଇଁ ରହିବା ବ୍ୟବସ୍ଥା କଲେ ବହୁତ୍ ଭଲ ହେବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଯୁବ ଗୋଷ୍ଠୀ।