ଜିଏସଟି ଅତିରିକ୍ତ କମିଶନରଙ୍କ ଘରେ ପଶିଲା ଭିଜିଲାନ୍ସ….!

ଏଥର ସମ୍ଭାଳ ବ୍ୟୁରୋ(ଯାଜପୁର)- ଜିଏସଟି ବିଭାଗ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ । ବାଣିଜ୍ୟକର ଓ ଜିଏସଟି ବିଭାଗ,କଟକ କର୍ପୋରେଟ-୨ର ଅତିରିକ୍ତ କମିଶନର ପିୟୁଷ ପାଣିଙ୍କ ଘର ଉପରେ ଆଜି ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବ୍ୟାସନଗର, କଟକ, ଭୁବନେଶ୍ୱରର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଥିବା ସୂଚନା ମିଳିଛି। ବ୍ୟାସନଗର ସହରର ଚୋରଦା ଛକଠାରେ ଥିବା ପିୟୁଷ ପାଣିଙ୍କ ଘରେ ଆଜି ସକାଳୁ କଟକ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି। ଏହି ଚଢାଉରେ ଜଣେ ଡିଏସପି, ୩ ଜଣ ଇନ୍ସପେକ୍ଟର ଓ ଅନ୍ୟ ଦୁଇଜଣ କର୍ମଚାରୀ ସାମିଲ ହୋଇଛନ୍ତି। କଟକ ଭିଜିଲାନ୍ସ ଡିଏସପି ସୋମନାଥ ବାରିକଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍ ବିଭିନ୍ନ କାଗଜପତ୍ର, ଜମି ଓ ସମ୍ପତ୍ତିବାଡିର ତଥ୍ୟ ଆଦିର ଯାଞ୍ଚ କରୁଛି। ତଦନ୍ତ ଜାରି ରହିଥିବାରୁ ପ୍ରତିକ୍ରିୟା ଦେବାକୁ ବିଭାଗୀୟ ଅଧିକାରୀ ମନା କରିଛନ୍ତି।

କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ; ବିକାଶ ଶୀଳ ବଡ଼ଚଣା ର ବିକଶିତ କାମ ର ନମୁନା, ଧୋଇ ହୋଇଗଲା ଇଟା ଓ କଂକ୍ରିଟ ର ୧୫୦ପୁଟ ସିମେଣ୍ଟ ପ୍ରାରୀର ….!

!!! ଭୁବନେଶ୍ଵର ଷ୍ଟେଟ ପ୍ରତିନିଧି ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବଡ଼ଚଣା)- ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକ ଅନ୍ତର୍ଗତ ସିହା. ଗ୍ରାମ ପଞ୍ଚାୟତ ରେ ବା ପଶ୍ଚିମ ବଡ଼ଚଣା ରେ ଲଗାଣ ବର୍ଷାରେ ଭୁଶୁଡିଲା ୧୫୦ ଫୁଟ୍ ରେ ନିର୍ମିତ ହେଉଥିବା ଉତ୍କଳ ବିଶ୍ୱ ବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ ର ପାଚେରୀ ସାମ୍ନାକୁ ଆସିଲା ଠିକାଦାରଙ୍କ ଦ୍ବାରା ନିମ୍ନମାନର ନିର୍ମାଣ କାର୍ଯ୍ୟର ନମୁନା ଓ ପୂର୍ତ୍ତ ବିଭାଗର ଯନ୍ତ୍ରୀମାନଙ୍କ ଆଦୂରଦର୍ଶିତା । ମାତ୍ର ବର୍ଷକ ତଳେ ସମାପନ ହୋଇଥିବା ଏହି କ୍ୟାମ୍ପସ ଚତୁଃପାର୍ଶ୍ଵର ପାଚେରୀ ମଧ୍ୟରୁ ଦକ୍ଷିଣ ପୂର୍ବ କୋଣରୁ ପ୍ରାୟ ୧୫୦ଫୁଟରୁ ଉର୍ଦ୍ଧ୍ବ ଲମ୍ବର ପାଚେରୀ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ତଳେ ଲୋଟି ଯାଇଛି । ୨୦୧୭ ମସିହାରେ ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ସିହା ଗ୍ରାମର ପ୍ରାୟ ୭୦ ଏକର ପରିମିତ ଜମି ଉପରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ପାଇଁ କାର୍ଯ୍ୟାରମ୍ଭ ହୋଇଥିଲା । ପ୍ରାଥମିକ ଭାବେ ଚତୁଃପାର୍ଶ୍ଵର ପାଚେରୀ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଚାରିବାଟିଆ ପୂର୍ତ୍ତ ବିଭାଗ ଡ଼ିଭିଜନକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ବିଭାଗର ବଡ଼ଚଣା ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ତତ୍ତ୍ଵାବଧାନରେ ଜନୈକ ଠିକାଦାରଙ୍କ ଦ୍ବାରା ନିର୍ମାଣ କାର୍ଯ୍ୟ କରାଯାଇ ବର୍ଷକ ତଳେ ସମ୍ପୂର୍ଣ୍ଣ ହୋଇଥିଲା ।

ଆରମ୍ଭରୁ ସ୍ଥାନୀୟ ଲୋକେ ନିମ୍ନମାନର ନିର୍ମାଣ କାର୍ଯ୍ୟ ନେଇ ଆପତ୍ତି ଉଠାଇଥିଲେ ବି କେହି କର୍ଣ୍ଣପାତ କରି ନ ଥିଲେ । ତେବେ ଆଜି ପାଚେରୀ ଭାଙ୍ଗି ପଡ଼ିବା ପରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ମାଟି ତଳୁ ଫୁଟି ପଦାକୁ ବାହାରି ଆସିଛି । ମାତ୍ର ତିନି ଫୁଟ୍ ମାଟି ତଳୁ ହିଁ ନିମ୍ନ ମାନର କଂକ୍ରିଟ ପିଲାର ସବୁ ସ୍ଥାପନ କରାଯାଇ ଏହି ପାଚେରୀ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି । ଇଟା କାନ୍ଥ ନିର୍ମାଣ ଓ ପଲସ୍ତରା କାର୍ଯ୍ୟ ବି ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ଏବେ ପରିଲକ୍ଷିତ ହୋଇଛି । ପାଚେରୀ ଉପରି ଭାଗରେ ଲଗା ଯାଇଥିବା ଲୁହା ବାଡ଼ରେ ରଙ୍ଗ ନ ବୋଳି ଏବଂ କାଜୁ ଜଙ୍ଗଲ ମଧ୍ୟରେ ରହିଥିବା ପାଚେରୀର ବହୁ ଅଂଶକୁ ପଲସ୍ତରା କାର୍ଯ୍ୟ ନ କରି କିମ୍ୱା ରଙ୍ଗ ନ ବୋଳି ମଧ୍ୟ ଠିକାଦାର ସଂପୂର୍ଣ୍ଣ ବରାଦ ଅର୍ଥରାଶିକୁ ବିଲ୍ କରି ନେଇ ଯାଇଛନ୍ତି ।

ଯାହାକୁ ବିଭାଗୀୟ ଯନ୍ତ୍ରୀ ମାନେ ଅଣଦେଖା କରି ଠିକାଦାରଙ୍କୁ ବିଲ ପ୍ରଦାନ କରି ଦେଇଛନ୍ତି । ଅନ୍ୟପକ୍ଷରେ ଯେଉଁ କୋଣ ଦେଇ ସେହି ୭୦ ଏକର ପରିମିତ ଜମିରୁ ବର୍ଷାଜଳ ନିଷ୍କାସନ ହୋଇଥାଏ ସେହି ଅଞ୍ଚଳଟି ଢାଲୁ ରହିଛି । ମାତ୍ର ପାଚେରୀ ନିର୍ମାଣ କାର୍ଯ୍ୟ ସମୟରେ ଯନ୍ତ୍ରୀ ଓ ଠିକାଦାର ଆଦୂରଦର୍ଶୀ ରହି ସେହି ସ୍ଥାନରେ ବର୍ଷାଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନ କରି ତାହାକୁ ଇଟା ପାଚେରୀ ମଧ୍ୟରେ ଆବଦ୍ଧ କରି ରଖିଦେବା ଫଳରେ ଦୁଇଦିନର ଲଗାଣ ବର୍ଷାରେ ସମଗ୍ର କ୍ୟାମ୍ପସର ବର୍ଷା ଜଳ ଗଚ୍ଛିତ ହୋଇ ରହିବା କାରଣରୁ ଦୁର୍ବଳ ପାଚେରୀଟି ଶେଷରେ ଭୁଶୁଡ଼ି ପଡ଼ିଥିଲା । ଏଭଳି ନିମ୍ନମାନର ନିର୍ମାଣ ଉପରେ ଯାଜପୁର ଜିଲ୍ଲାପାଳ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ଯାହା ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।