ସ୍ୱାସ୍ଥ୍ୟ ସେବାର ନଗ୍ନଚିତ୍ର, ନାହାନ୍ତି ସ୍ଥାୟୀ ଏଏନଏମ ….!


!!! ଗଞ୍ଜାମ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନାରାୟଣ ପରିଡ଼ା ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ପୋଲସରା)- ସରକାରଙ୍କ ବିଭିନ୍ନ ଯୋଜନା ଓ ବିଭାଗୀୟ ଅଧିକାରୀ ଙ୍କ ଧୂଆଁ ବାଣରେ ବର୍ଷ ବର୍ଷ ଧରି କଷ୍ଟ ଯନ୍ତ୍ରଣା ଭୋଗୁଛନ୍ତି ନିରୀହ ଗ୍ରାମବାସୀ । ଏଭିଳି ଅବହେଳିତର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ପୋଲସରା ବ୍ଲକ ଅନ୍ତର୍ଗତ ବଡ଼ପଙ୍କଳବାଡି ପଞ୍ଚାୟତର ଚଣ୍ଡିରାମଚନ୍ଦ୍ରପୁର ଗ୍ରାମରେ । ଯେଉଁଠି ଗ୍ରାମ୍ୟ ଉନ୍ନୟନ ବିଭାଗର ଚରମ ଅବହେଳା ଯୋଗୁଁ ଚଣ୍ଡିରାମଚନ୍ଦ୍ରପୁର ଗ୍ରାମବାସୀ ଦିର୍ଘ ବର୍ଷ ଧରି ବାଘୁଆ ନଦୀ ଉପରେ ବାଉଁଶ ପୋଲ ନିର୍ମାଣ କରି ବିପଦ ସଂଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି । ହେଲେ ଗ୍ରାମ୍ୟ ଉନ୍ନୟନ କେବଳ ସମୀକ୍ଷା ଆଉ ଅଟକଳ ମୂଲ୍ୟର ଧୁଆଁ ବାଣରେ ନିର୍ମାଣ ଧିନ ପୋଲ ଆଜି ନାଲି ଫିତା ତଳେ ଚାପି ହୋଇ ରହିଯାଇଛି । ଯାହାକୁ ନେଇ ଚଣ୍ଡିରାମଚନ୍ଦ୍ରପୁର ଗ୍ରାମବାସୀ ସମସ୍ୟା ର ବିକଳ୍ପ କୁ ନେଇ ବାଘୁଆ ନଦୀ ଉପରେ ବାଉଁଶ ପୋଲ ନିର୍ମାଣ କରୁଛନ୍ତି । ଜୀବନ ଜୀବିକା କୁ ନେଇ ପୁରା ପଞ୍ଚାୟତ ଏହି ବାଘୁଆ ନଦୀର ବାଉଁଶ ପୋଲ ଉପରେ ଭରସା କରି ଚାଲିଛନ୍ତି । ଗୋଟିଏ ପଟରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ବଡ-ପଙ୍କଳବାଡି ପଞ୍ଚାୟତର ଚଣ୍ଡୀ ରାମଚନ୍ଦ୍ରପୁର ଗ୍ରାମ ଆର ପଟରେ ସ୍କୁଲ, ମନ୍ଦିର, ଶହ ଶହ ଏକର ଚାଷ ଜମି ଓ ପୋଲସରା ସହରକୁ ସଂଯୋଗ କରୁଥିବା ରାସ୍ତା, ଆଉ ମଝିରେ ବାଘୁଆ ନଦୀ । ମାତ୍ର ଶହେ ମିଟର ନଦୀ ପାର ହେଲେ ପୋଲସରାକୁ ରାସ୍ତା । ଅନ୍ୟ ପଟରେ ବଡ ପଙ୍କଳବାଡି ଗାଁ ଦେଇ ବୁଲିକି ଗଲେ ୪ରୁ୫ କି.ମି. ଅଧିକା ରାସ୍ତା ଯିବାକୁ ପଡେ । ବର୍ଷା ଚାରି ମାସ ଛାଡ଼ିଲେ ବାକି ସମୟ ଏହି ବାଉଁଶ ପୋଲରେ କାମ ଚଲେଇଦିଅନ୍ତି ଗ୍ରାମବାସୀ । ଏହି ବାଉଁଶ ପୋଲ ଦେଇ ସ୍କୁଲ କଲେଜ ପିଲା ଓ ଗାଁର ପିଲାରୁ ବୟସ୍କ ଲୋକ ସମସ୍ତେ ପାଦଚଲା ରାସ୍ତା ରୂପେ ବ୍ୟବହାର କରନ୍ତି । ବାଘୁଆ ଘାଇ ହେବା ପରେ ୨୦୧୧ ପରଠାରୁ ବାଘୁଆ ନଦୀରେ ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ତେଣୁ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରି ବର୍ଷ ତମାମ ବିପଦ ସଂଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି । ଏପଟ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ବାଉଁଶ ପୋଲ ଦେଇ ଯିବା ଆସିବା କରନ୍ତି । ଏନେଇ ସ୍ଥାନୀୟ ଲୋକପ୍ରତିନିଧି , ପ୍ରଶାସନ,ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାପରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଓ ଅଧିକାରୀ ମାନେ ଆସି ବଘୁଆ ନଦୀ ଉପରେ ଏକ ବ୍ରିଜ୍ ନିର୍ମାଣ ପାଇଁ ୬ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଧ୍ୟ କରିଥିବା ନେଇ ଗ୍ରାମବାସୀଙ୍କୁ ଅବଗତ କରାଯାଇଛି । କିନ୍ତୁ ତାହା ଗ୍ରାମ୍ୟ ଉନ୍ନୟନ ବିଭାଗର ନାଲି ଫିତା ତଳେ ଫାଇଲ୍ ଟି ଚାପି ହୋଇ ରହିଯାଇଛି । ଏନେଇ ପୋଲସରା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ମାନଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ ତାହା ସମ୍ଭବ ହୋଇପାରି ନାହିଁ । କାରଣ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାଳୟରେ ପ୍ରାୟତଃ ଅଧିକାରୀ ମାନଙ୍କର ଦେଖା ଦର୍ଶନ ନଥିବା ବେଳେ କାର୍ଯ୍ୟାଳୟର ଏକମାତ୍ର ପିଅନ ହିଁ ଅଫିସ୍ ଭାର ସମ୍ଭାଳୁ ଥିବା ଚର୍ଚ୍ଚା ହୋଇଛି । ବାସ୍ତବରେ ଏହି ପୋଲ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅଟକଳ ହୋଇଛି ନା କେବଳ ସରକାରଙ୍କ ପ୍ରସ୍ତାବିତ ଧୂଆଁ ବାଣରେ ଆଗତ କରି ଗ୍ରାମବାସୀ ମାନଙ୍କୁ ଭୂଆଁ ବୁଲାଯାଉନି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ବେଗୁନିଆପଡା)- ଘରୁ ବହାରିଲେ ଆଣ୍ଠୁଏ ପାଣି । କଥାରେ ଅଛି ଆଜି ଗାଁ ନିର୍ମଳ ଧୋବା ତୁଠରୁ ଭଳି ବେଗୁନିଆପଡା ପଞ୍ଚାୟତ ସମିତି କାର୍ଯ୍ୟାଳୟର ଅତି ନିକଟତମ ଗାଁ ଖଣ୍ଡିଆନଇ ଗାଁ ମଝିରେ ଜମି ରହୁଛି ପାଣି । ଯାହାର ଚିତ୍ର ଦେଖିଲେ ସରକାରଙ୍କ ତତ୍ପରତା କେତେ ତାହା ବାରି ହୋଇପଡୁଛି । ସ୍ୱଚ୍ଛ ଶାସନର ସ୍ୱଚ୍ଛ ଚିତ୍ର ଦେଖି ଆପଣ ଜାଣିପାରୁଥିବେ, ବେଗୁନିଆପଡା ପଞ୍ଚାୟତ ସମିତି ନିକଟରେ ଥିବା ଗାଁର ଅବସ୍ଥା କିପରି ଉନ୍ନତି ହୋଇଛି । ଜରୁରୀ କାମରେ ବାହାରକୁ ଯିବାକୁ ହେଲେ ପାଣି ଭିତରେ ପଶି ଯିବାକୁ ହେଉଛି । ସାମାନ୍ୟ ବର୍ଷାରେ ବେହାଲ ହୋଇପଡୁଛି ବେଗୁନିଆପଡ଼ା ବ୍ଲକ ସାମ୍ନା ଗ୍ରାମ ଖଣ୍ଡିଆନଈ । ସାମାନ୍ୟ ବର୍ଷାରେ ଗାଁ ମଝିରେ ଆଣ୍ଠୁଏ ପାଣି ଜମି ରହିବା ଫଳରେ ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସ୍ଥାନର ଦୁରବସ୍ଥା ବର୍ତମାନ ସ୍ଥାନୀୟ ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

ଅସରାଏ ବର୍ଷା ହେଲେ ଛକ ମଝିରେ ପାଣି ଜମି ଏକ କୁତ୍ରିମ ପୋଖରୀ ସୃଷ୍ଟି ହେଉଛି । ଫଳରେ ଗାଁ ଭିତରକୁ ଯିବାକୁ ହେଲେ ବିଶେଷ ଅସୁବିଧାର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳୁଛି । ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ରାସ୍ତାଟି ଗାଁ ଭିତରକୁ ଯିବାର ପ୍ରବେଶ ଦ୍ୱାର ହୋଇଥିବାରୁ ଏହାଉପରେ ସମସ୍ତେ ନିର୍ଭର କରିଥାନ୍ତି । ଗାଁ ବାହାରକୁ ଯିବା ପାଇଁ ଗ୍ରାମବାସୀଙ୍କୁ ଏହି ରାସ୍ତା ଉପରେ ନିର୍ଭର କରିବାକୁ ପଡୁଛି । ରାସ୍ତା ମରାମତି ସହ ଡ୍ରେନେଜ ବ୍ୟବସ୍ଥା ପାଇଁ ଏ ପର୍ଯ୍ୟନ୍ତ ବିଭାଗ ତତ୍ପରତା ପ୍ରକାଶ କରିନଥିବା ରାସ୍ତାକୁ ଦେଖିଲେ ଜଣାପଡୁଛି । ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ବେଗୁନିଆପଡା)- କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ୬ ଘଣ୍ଟିଆ ହରତାଳ ଡାକରା ଦେଇଥିଲା । ଏହି କ୍ରମରେ ବେଗୁନିଆପଡା କଂଗ୍ରେସ କମିଟି ସଭାପତି ଭବାନୀ ପ୍ରସାଦ ଜେନା(ବୁଲା)ଙ୍କ ତତ୍ୱବିଧାନରେ କଂଗ୍ରେସ କର୍ମୀ ରାସ୍ତାରେ ଓହ୍ଲେଇ ବିକ୍ଷୋଭ କରିଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ ରାସ୍ତାକୁ ବାହାରି ହାତରେ କଂଗ୍ରେସ ପତାକା ଧରି ଆନ୍ଦୋଳନ କରିଛନ୍ତି। କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାରକୁ ନ୍ୟାୟ, ମନ୍ତ୍ରୀ ଦିବ୍ୟାଶଙ୍କରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଦାବିରେ ଏହି ଧାରଣା ଦେଇଛି କଂଗ୍ରେସ। କଂଗ୍ରେସର ବନ୍ଦକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ଜିଲ୍ଲାର ଏସପିଙ୍କ ନେତୃତ୍ୱରେ ସୁରକ୍ଷାକୁ ବଢ଼ା ଯାଇଛି। ଗତକାଲି ବନ୍ଦକୁ ନେଇ କଡ଼ା ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। କେଉଁଭଳି ପରିସ୍ଥିତିରେ ବି ଲୋକଙ୍କୁ ଅଟକା ଜୀବନୀ ବୋଲି କହିଥିଲେ। ଏହାପରେ ସୁରକ୍ଷା ବ୍ୟବସ୍ଥା ବଢିବା ସହ କଂଗ୍ରେସ ବି ନିଜ ରଣନୀତି ବଦଳେଇଛି। ଏଣିକି ଆନ୍ଦୋଳନ ନୁହେଁ ହରତାଳ କରିଛି କଂଗ୍ରେସ।
!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ବେଗୁନିଆପଡା)- ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଧାନଫସଲ ନଷ୍ଟ ହୋଇଛି।ଧାନ କାଟି ଚାଷୀର ଧାନ କ୍ଷେତରେ ରହିଯାଇଥିଲା । ହେଲେ ମେରୁଦଣ୍ଡ ଭାଙ୍ଗିଦେଲା ବର୍ଷା । ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଚାଷୀଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ଦୋହଲି ଯାଇଛି। ଗତ କାଲିରୁ ଲଗାଣ ବର୍ଷା ଆରମ୍ଭ ହୋଇଗଲା । ଫଳରେ ଧାନ କ୍ଷେତ ସବୁ ପାଣିରେ ବୁଡି ରହିଛି। ଅନେକ ସ୍ଥାନରେ ଧାନକଟା ହୋଇ କ୍ଷେତରେ ପଡିଛି । ସେପଟେ ଟ୍ରାକ୍ଟର, ଟ୍ରକ୍ରେ କଟାଧାନ ବୋଝେଇ ହୋଇଥିବା ବେଳେ, ତାହା ବର୍ଷା ପାଣିରେସଂପୂର୍ଣ୍ଣ ଓଦା ହୋଇଯାଇଛି । କେତେକ ଧାନରେ ଗଜା ସୃଷ୍ଟି ହେବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ଧାନ ଶୁଖିବା ପରେ ଅଧିକାଂଶ ଅଗାଡି ହେବା ଆଶଙ୍କାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ବ୍ୟାପକ ଫସଲ ହାନି ଯୋଗୁଁ ପ୍ରଶାସନକୁ କ୍ଷତିପୂରଣ ପାଇଁ ଗୁହାରି କରିଛନ୍ତି ଚାଷୀ ।
!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ବେଗୁନିଆପଡା)- ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ନିମଖଣ୍ଡି ଠାରେ ଏକ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ନିମଖଣ୍ଡି ସ୍ଥିତ ଯୁବ ସଂଗଠନ ପରିସରରେ ଏହି ଦକ୍ଷତା ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଭୁବନେଶ୍ୱର ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ସହଯୋଗରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ମହିଳା ସଂଗଠନ ସଭାପତି ଶ୍ରୀମତୀ ସୁକାନ୍ତି ସାହୁ ଅଧ୍ୟକ୍ଷତା କରିଥିଲେ । କିଭଳି ଗ୍ରାମୀଣ ମହିଳାମାନଙ୍କ ଜୀବିକାର ବିକାଶ ପାଇଁ ସହାୟକ ହେବା ସହ ସେମାନେ ସ୍ୱାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଏକାଧିକ ମହିଳା ଯୋଗଦେଇ ତାଲିମ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼ିଆସି ବ୍ରହ୍ମପୁର, ହ୍ୟାଣ୍ଡିକ୍ରାଫ୍ଟ ପ୍ରୋଜେକ୍ଟ ଅଫିସର, ଇଣ୍ଡଷ୍ଟିଆଲ ପ୍ରମୋସନ ଅଫିସରଙ୍କ ସମେତ ସ୍ୱେଚ୍ଛାସେବୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ବେଗୁନିଆପଡା)- ବେଗୁନିଆପଡା ବ୍ଲକ ଜନତା ଉଚ୍ଚ ବିଦ୍ୟାଳୟ ଠାରେ କୋଦଳା ତାଲୁକା ଆଇନ ସହାୟତା କମିଟି ପକ୍ଷରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବେଗୁନିଆପଡା ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କ ଆବହକତ୍ଵରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ କୋଦଳା ଅତିରିକ୍ତ ଜିଲ୍ଲା ଜର୍ଜ ମୁନରାଣୀ ମିଶ୍ର ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ କୋଦଳା ସବ ଜର୍ଜ ସ୍ୱପ୍ନା ସାଗରିକା ମିଶ୍ର , କୋଦଳା ଜୁଡିସିଆଲ ମାର୍ଜିଷ୍ଟେଟ ସୁଶ୍ରୀ ସୁକନ୍ୟା ଶତପଥୀ ଓ ତହସିଲଦାର ସସ୍ମିତା ଶତପଥୀ ଯୋଗ ଦେଇଥିଲେ ।

ସରକାରୀ ଓକିଲ ନିଳାଞ୍ଚଳ ପୋଲାଇଙ୍କ ସମେତ ବ୍ଲକ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ ନ୍ୟାୟ ସମ୍ପର୍କିତ ଆଇନ ଏବଂ ମୁକ୍ତ ଆଇନ ସହାୟତା ବ୍ୟବସ୍ଥା ଉପରେ ସଚେତନ କରାଯାଇଥିଲା । ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରୀ ମାନେ ଉପସ୍ଥିତ ଥିଲେ । ଶେଷରେ ବେଗୁନିଆପଡା ଏବିଡ଼ିଓ ନିରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ବେଗୁନିଆପଡା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କେ ବରିଡା ଅମରେଶ୍ଵର କଲ୍ୟାଣ ମଣ୍ଡପ ଠାରେ ଆଞ୍ଚଳିକ ସାମ୍ବାଦିକ ସଂଘର ସାଧାରଣ ସଭା ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ମାନ୍ୟବର ପୂର୍ବତନ ଅର୍ଥମନ୍ତ୍ରୀ ତଥା ସୁସହିତ୍ୟିକ ଓ ବିଶିଷ୍ଟ ସ୍ତମ୍ବକାର ଶ୍ରୀ ପଞ୍ଚାନନ କାନୁନଗୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ସମାଜ, ରାଜନୀତି, ଏବଂ ଗଣତନ୍ତ୍ରକୁ ସଚେତନ କରିବାରେ ଗଣମାଧ୍ୟମର ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ ରହିଆସିଛି । ଏପରିକି ଦଳୀୟ ସର୍ବସ୍ୱ ରାଜନୀତି ଭିତରେ ଗଣତନ୍ତ୍ରର ଆତ୍ର ଚିତ୍କାରକୁ ସାମ୍ବାଦିକମାନେ ପ୍ରତିଧ୍ବନିତ ନ କଲେ ଦେଶର କଷ୍ଟଲବ୍ଧ ସ୍ୱାଧୀନତା ଆମ ପାଇଁ ଦୁରୁହ ହୋଇପଡିବ । ଏହି ସଭାରେ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ଦାସ, ପ୍ରଖ୍ୟାତ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, ପୂର୍ବତନ ବିଧାୟକ ଏନ ନାରାୟଣ ରେଡି, ଡାକ୍ତର ଗୌରାଙ୍ଗ ରାଉତ, ଗଂଜାମ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା, ନ୍ୟାସନାଲ କାଉସିଲ ଆଫ ଇଣ୍ଡିଆର କାର୍ଯ୍ୟକାରୀ ସଦସ୍ୟ ତଥା ଏସିଆନ ଏଇଜ ର ରାଜ୍ୟ ପ୍ରତିନିଧି ଅକ୍ଷୟ କୁମାର ସାହୁ, ରମ୍ଭାର ପୂର୍ବତନ ନଗରପାଳ ସୁବାଷ ଚନ୍ଦ୍ର ପଣ୍ଡା, ବରିଷ୍ଠ ଆଇନଜୀବୀ ଉଦୟନାଥ ପ୍ରଧାନ ପ୍ରମୁଖ ପ୍ରସଙ୍ଗ ଭିତିକ ଆଲୋଚନାରେ ଭାଗ ନେଇ ସମ୍ବାଦ ପତ୍ର ଓ ସାମ୍ବାଦିକଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ସଭାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଶ୍ରୀ ଦଣ୍ଡପାଣି ମହାପାତ୍ର ପୌରହିତ କରିଥିଲେ । ଗଞ୍ଜାମ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଅଶୋକ ବ୍ରହ୍ମା, ସୁଦୀପ ସାହୁ, ପ୍ରକାଶ ପାଣିଗ୍ରାହୀ, ପ୍ରଣୟ ପଣ୍ଡା, ସମୀର ଆଚାର୍ଯ୍ୟଙ୍କୁ ମାନପତ୍ର ଓ ଉତ୍ତରୀୟ ସହିତ ପୁଷ୍ପ ଗୁଛ ଦେଇ ମୁଖ୍ୟଅତିଥିଙ୍କ ଦ୍ୱାରା ଉଛସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସଭାରେ ହିଂଜିଲିକାଟୁ, ଶେରଗଡ, ଧରକୋଟ, ବରଗଡ, ସୋରଡା, ଭଞ୍ଜନଗର, ବୁଗୁଡା, ପୋଲସରା, ଦିଗପହଣ୍ଡି, ଖଲ୍ଲିକୋଟ, କବିସୂର୍ଯ୍ୟନଗର , ଆସିକା, କୋଦଳା ଓ ବେଗୁନିଆପଡ଼ା ଆଦି ଅଞ୍ଚଳରୁ ଶତାଧିକ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଆଂଚଳିକ ସାମ୍ବାଦିକ ସଂଘର ସଭାପତି ପବିତ୍ର କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଗୌତମ ବୁଦ୍ଧ ମହାପାତ୍ର ଧନ୍ୟବାଦ ଦେଇଥିଲେ । ସାମ୍ବାଦିକ ଟୁକୁନା ପ୍ରଧାନଙ୍କ ତତ୍ତ୍ୱାବଧାନରେ କ୍ଷୀରୋଦ ବେହେରା, ଅଶୋକ ତ୍ରିପାଠୀ, ସୁବ୍ରତ ବେହେରା, ଅତ୍ରି ପଟ୍ଟନାୟକ, ସିଲୁ ବିଶ୍ୱାଳ, ମୁନ୍ନା ନାୟକ, ନୃସିଂହ ବିଶୋୟୀ, ନୀଳକଣ୍ଠ ଦାଶ ଉପସ୍ଥିତ ରହି ସମ୍ବର୍ଦ୍ଧନା ପର୍ବ ପରିଚାଳନା କରିଥିଲେ । ମଧ୍ୟାନ୍ନ ଭୋଜନ ବିରତି ପରେ ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ୟାଳୟକୁ ଅତିଥି ମାନଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା । ଏଥିରେ ବିଭୁତି ଭୂଷଣ ଜେନା, ପ୍ରକାଶ ପାଣିଗ୍ରାହୀ, ଡାକ୍ତର ଗୌରାଙ୍ଗ ରାଉତ, ସୁବାସ ପଣ୍ଡା, ସଭାପତି ପବିତ୍ର କୁମାର ରାଉତ, ସମ୍ପାଦକ ଗୌତମ ବୁଦ୍ଧ ମହାପାତ୍ର, ସାମ୍ବାଦିକ ଅଶୋକ ତ୍ରିପାଠୀ, ସିଲୁ ବିଶ୍ୱାଳ, ଅତ୍ରି ପଟ୍ଟନାୟକ, ସୁବ୍ରତ ବେହେରା ଓ ଆଲୋକ ଶତପଥୀଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।
!!! ଗଞ୍ଜାମ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ବ୍ରହ୍ମପୁର)- ‘ବିପଦର ବନ୍ଧୁ’ ଅନୁଷ୍ଠାନ ଓଡ଼ିଶା ସଂଗଠନ ସଦସ୍ୟ ଚିନ୍ମୟ ଦଳାଇଙ୍କ ତରଫରୁ ଏବଂ ଅନୁଷ୍ଠାନ ର ସଦସ୍ୟ ମାନଙ୍କ ସହଯୋଗ ରେ ତାଙ୍କ ପିତାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଭିନ୍ନ ସ୍ଥାନରେ ଖାଦ୍ୟ ସାମଗ୍ରୀ ପ୍ୟାକେଟ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ପୁଣ୍ୟବାସରେ ବିପଦର ବନ୍ଧୁ କର୍ମକର୍ତ୍ତାମାନେ ବୁଦ୍ଧଖୋଲ ବୃଦ୍ଧାଶ୍ରମର ବୃଦ୍ଧା ମାନଙ୍କୁ ଭେଟି ପାଉରୁଟି, କଦଳୀ , ସେଓ, ବିସ୍କୁଟ ଆଦି ପ୍ୟାକେଟ ପ୍ରଦାନ କରିଥିଲେ ।

ଏଥିସହିତ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ବାଲିପଦର ଲୁଇସ୍ ବ୍ରେଲି ଆନ୍ତର୍ଜାତିକ ଦୃଷ୍ଟିହୀନ ସଂଗଠନ ସ୍କୁଲରେ ମଧ୍ୟ ଭିନ୍ନକ୍ଷମ ମାନଙ୍କୁ ଉକ୍ତ ଖାଦ୍ୟ ସାମଗ୍ରୀ ପ୍ୟାକେଟ୍ ପ୍ରଦାନ କରାଯାଇଥିଲା । ‘ବିପଦର ବନ୍ଧୁ’ ଓଡ଼ିଶା ଅନୁଷ୍ଠାନର ସଦସ୍ୟ ଗୌରହରୀ ପଲାଇ, ସଙ୍ଗୀତ ନିର୍ଦ୍ଦେଶକ ତଥା ଅଭିନେତା ରାଇରଞ୍ଜନ ନନ୍ଦ, ସଙ୍ଗୀତ ନିର୍ମାତା ମାଧବ ମହାରଣା, ଉପସ୍ଥାପକ ତଥା ଯୁବକବି ଶିବାନନ୍ଦ ବାରିକ୍, ମିଟୁ ଗଉଡ, ରାଜେଶ ଡାକୁଆ, ମଙ୍ଗୁଳୁ ଗଉଡ, ହୀନ ପ୍ରଧାନ, ବ୍ରହ୍ମାନନ୍ଦ ରାଉତ, ଜଗବନ୍ଧୁ ସାହୁ , ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
!!! ଗଞ୍ଜାମ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ବ୍ରହ୍ମପୁର)- ଜଳ ଯୋଗାଣ ଭଳି ଅତ୍ୟାବଶ୍ୟକ ସେବା ସଂସ୍ଥା ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ଦୀର୍ଘ ବର୍ଷ ଧରି ସମାଧାନ ହେଉନଥିବାରୁ ଏବଂ ଏହାର ସମାଧାନ ପାଇଁ ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘ ତରଫରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅନୁରୋଧ କରି ପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ବିଶେଷ କରି ଭଞ୍ଜନଗର ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ସଂଘର ଦାବି ପ୍ରତି ଅଣଦେଖା କରୁଥିବାରୁ ସଂଘ ତରଫରୁ ଧାରଣା ଓ ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଖଣ୍ଡ ସମ୍ପାଦକ ସୁରେନ୍ଦ୍ରନାଥ ରାଉତ ଙ୍କ ଅଧ୍ୟକ୍ଷତା କରିଥିବାବେଳେ ସଂଘର ରାଜ୍ୟ ଉପସଭାପତି ରବି କୁମାର ପାଣିଗ୍ରାହୀ, ରାଜ୍ୟ ଯୁଗ୍ମ ସମ୍ପାଦକ ଦୁର୍ଗା ପ୍ରସାଦ ଦାସ, ରାଜ୍ୟ ସଂଗଠନ ସଭାପତି ସୀମାଞ୍ଚଳ ପଣ୍ଡା, ଭଞ୍ଜନଗର ଓକିଲ ସଂଘ ସଭାପତି ସନ୍ତୋଷ କୁମାର ନାୟକ, ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ନାୟକ ଏବଂ ରାଜ୍ୟକାର୍ଯ୍ୟାଳୟ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ କର୍ତ୍ତୃପକ୍ଷ ଙ୍କ ଅବହେଳାର ଦୃଢ଼ ପ୍ରତିବାଦ କରି ତୀବ୍ର ସମାଲୋଚନା କରିଥିଲେ ।

ସଂଘ ର ପ୍ରଦତ୍ତ ୧୨ ଦଫା ଦାବି ଆଶୁ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂଘ ବାଧ୍ୟ ହେବ ଏବଂ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଉପସ୍ଥିତ କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି । ଆବଶ୍ୟକ ସ୍ଥଳେ ଆସନ୍ତା ୨୦ରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ଏବଂ କାର୍ଯ୍ୟବନ୍ଦ ଆନ୍ଦୋଳନ ଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ବାଧ୍ୟ ହେବବୋଲି ଦୃଢ଼ ଚେତାବନୀ ଦେଇଛନ୍ତି । ଏହି ଧାରଣା କାର୍ଯ୍ୟକ୍ରମ ରେ ଭଞ୍ଜନଗର ଶାଖା ସମ୍ପାଦକ କାକସ୍ଥ ସାହୁ, ଆସ୍କ ସମ୍ପାଦକ ଜହଲାଲ ମୁନି, ପୋଲସରା ଶାଖା ସମ୍ପାଦକ ମନୋରଞ୍ଜନ ଖାଡଙ୍ଗା, ଯୁଗ୍ମ ସମ୍ପାଦକ ଦାଶରଥି ଦାସଙ୍କ ସମେତ ସଂଘ ର ଫୁଲବାଣୀ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୃଷ୍ଣ ସାହୁ,ଶାଖା ସମ୍ପାଦକ ସୀମାଞ୍ଚଳ ଗୌଡ, ବୌଦ୍ଧ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ଗୌଡ଼, ଏବଂ ଦେବୀ ପ୍ରସାଦ ଦିହୁଡି, କାର୍ତ୍ତିକ ସାହୁ, ବସନ୍ତ ପଟ୍ଟନାୟକ, ନରସିଂହ ସାହୁ,ଶିଶିର କୁମାର ଜେନା ସମେତ ବେଲଗୁଣ୍ଠା, ବେଗୁନିଆପଡ଼ା, ଧରାକୋଟ, ଜଗନ୍ନାଥ ପ୍ରସାଦ ,ସୋରଡା, କବିସୂର୍ଯ୍ୟନଗର,ପୁରୁଷୋତ୍ତମପୁର, ବୁଗୁଡ଼ା ଆଦି ପ୍ରଭୃତି ଅଂଚଳର ବହୁ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।